ଭୁବନେଶ୍ବର: ବିଜେଡି କେତେକ ନେତାଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି କ୍ରମେ ଏହି ନିଯୁକ୍ତି ଦିଆଯାଇଛି। ତାହା ହେଲା ଅତାବିରା ଏବଂ ହିନ୍ଦୋଳ ଏନଏସି ନିର୍ବାଚନ ଥିବାରୁ ତାହାର ପରିଚାଳନା ପାଇଁ ଏହି ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ସେହି ଅନୁସାରେ ଅତାବିରା ଏନଏସି ପାଇଁ ଯେଉଁମାନେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି ସେମାନେ ହେଲେ 1-ଅତନୁ ସବ୍ୟସାଚୀ ନାୟକ 2-ସୁଶାନ୍ତ ସିଂ 3-ଦେବେଶ ଆଚାର୍ଯ୍ୟ ସେହିପରି ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ଯେଉଁମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ସେମାନେ ହେଲେ 1-ସୁଧୀର କୁମାର ସାମଲ 2-ସୁଶାନ୍ତ କୁମାର ରାଉତ 3-କୁନା ବିହାରୀ ଦାସ
Author: Samikhsya Bureau
ଭୁବନେଶ୍ୱର: ୨୦୨୩ ବର୍ଷ ପାଇଁ ସେନାବାହିନୀରେ ନିଯୁକ୍ତି ନିମନ୍ତେ ସାଧାରଣ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସେଥିପାଇଁ ୧୫ ଫେବୃଆରୀରୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ପଂଜୀକରଣ କରାଯିବ ବୋଲି ନିର୍ଦ୍ଦେଶକ ନିଯୁକ୍ତି, ଏଆର୍ଓ, କଟକ ଜଣାଇଛନ୍ତି। ଏହି ପରୀକ୍ଷା ସଂପର୍କିତ ସବିଶେଷ ତଥ୍ୟ www.joinindianarmy.nic.in ରେ ଉପଲବ୍ଧ ହେଉଛି।
ମେଷ: – ଆଜି ଟିକିଏ ଅଧିକ ଚେଷ୍ଟା କରନ୍ତୁ । ଆଜି ଭାଗ୍ୟ ନିଶ୍ଚିତ ଭାବରେ ଆପଣଙ୍କୁ ସମର୍ଥନ କରିବ, କାରଣ ଏହା ଆପଣଙ୍କର ଦିନ । ଆଜି ଆପଣଙ୍କୁ ଅଫିସରେ କିଛି କାମ କରିବାକୁ ପଡିପାରେ, ଯାହାକୁ ଆପଣ ଦୀର୍ଘ ସମୟ ଧରି ଏଡ଼ାଇବାକୁ ଚେଷ୍ଟା କରୁଥିଲେ । ଶୁଣିଥିବା କଥାକୁ ଅନ୍ଧ ଭାବରେ ବିଶ୍ବାସ କରନ୍ତୁ ନାହିଁ ଏବଂ ସେମାନଙ୍କର ସତ୍ୟକୁ ଭଲ ଭାବରେ ପରୀକ୍ଷା କରନ୍ତୁ । ଆପଣ ଆଜି ବିବାହିତ ଜୀବନର ପ୍ରକୃତ ଜୀବନର ସ୍ୱାଦ ପାଇପାରିବେ । ବୃଷ: – ଆପଣଙ୍କର ପରିବାର ପାଇଁ ଖୁସିକୁ ବଳିଦାନ ଦେବ । କିନ୍ତୁ ପ୍ରତିବଦଳରେ କିଛି ଆଶା କରିବା ଉଚିତ୍ ନୁହେଁ । କଥାବାର୍ତ୍ତା ଏବଂ ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଆପଣଙ୍କର ଅଧିକାଂଶ ସମୟ ସାଙ୍ଗ ଏବଂ ପରିବାର ସହିତ ବିତାଇବ। ଆଜି ଆନନ୍ଦ ଅନୁଭବ କରିବ । ଆପଣଙ୍କର…
ଭୁବନେଶ୍ୱର: ବିଜ୍ଞ ଓ ଜାଗ୍ରତ ଖାଉଟି ନିଜ ଅଧିକାର ସମ୍ବନ୍ଧରେ ପୂର୍ଣ୍ଣ ସଚେତନ। ଜାଗ୍ରତ ଖାଉଟି ହିଁ ସଶକ୍ତ ଖାଉଟି ବୋଲି ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ, ଓଡ଼ିଶା, କଟକର ଅଧ୍ୟକ୍ଷ ଜଷ୍ଟିସ୍ ଡି.ପି. ଚୌଧୁରୀ ମତବ୍ୟକ୍ତ କରିଛନ୍ତି। ଆଜି ସ୍ଥାନୀୟ ଜୟଦେବ ଭବନଠାରେ ବିଶ୍ୱ ଖାଉଟି ଅଧିକାର ଦିବସର ରାଜ୍ୟସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ଚୌଧୁରୀ କହିଲେ ଯେ ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ ଓ ଏହାର ୩୧ଟି ଜିଲ୍ଲାସ୍ତରୀୟ ଶାଖା ଉପଭୋକ୍ତାମାନଙ୍କ ଅଧିକାର ସୁରକ୍ଷା ଏବଂ ସେମାନଙ୍କ ବିଭିନ୍ନ ସମସ୍ୟାର ପ୍ରତିକାର ସୁଚାରୁ ରୂପେ ସମ୍ପାଦନ କରି ଆସୁଛି। ସଂପ୍ରତି ଅନ୍ଲାଇନରେ ଅଭିଯୋଗ ଦାଖଲ କଲେ ମଧ୍ୟ ଏହାର ତ୍ୱରିତ ସମାଧାନ କରାଯାଉଛି ଓ ଉପଭୋକ୍ତାମାନଙ୍କୁ ହଇରାଣ ହେବାକୁ ପଡ଼ୁନାହିଁ। ରାଜ୍ୟ ଉପଭୋକ୍ତା ସଚେତନତା…
ଭୁବନେଶ୍ୱର: ଆଗାମୀ ଅପ୍ରେଲ ୧୩ ତାରିଖରେ ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣରେ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ଚଳିତ ବର୍ଷ ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠାର ପ୍ଲାଟିନମ୍ ଜୟନ୍ତୀ ପାଳନ କରାଯାଉଥିବାରୁ ଏହି ପ୍ରତିଷ୍ଠା ଦିବସ ତଥା ରାଜଧାନୀ ମହୋତ୍ସବକୁ ସରସ, ସୁନ୍ଦର ଓ ଶାନ୍ତି, ଶୃଙ୍ଖଳାର ସହ ଏବଂ ପୂର୍ବ ବର୍ଷ ଅପେକ୍ଷା ଅଧିକ ଭଲ ଭାବରେ ପାଳନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପ୍ରାରମ୍ଭରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇ ଦୀର୍ଘ ବର୍ଷ ଧରି ସମସ୍ତଙ୍କ ସହଯୋଗରେ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ ହୋଇଆସୁଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ଚଳିତ ବର୍ଷ ମଧ୍ୟ…
ଭୁବନେଶ୍ୱର: ସନ୍ତାନ ଫର୍ଟିଲିଟି କ୍ଲିନିକ୍ ଆଣ୍ଡ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (ସନ୍ତାନ) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ,ଏହା ଜାତୀୟ ପୁରସ୍କାର ବିଜେତା ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଏହାର ନୂଆ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ନିଯୁକ୍ତ କରିଛି। ବ୍ରାଣ୍ଡ ପକ୍ଷରୁ ଆଜି ଭୁବନେଶ୍ୱରର ହୋଟେଲ୍ ନ୍ୟୁ ମାରିୟନଠାରେ ଆୟୋଜିତ ଏକ ସମାରୋହରେ ଅନୁ ଚୌଧୁରୀଙ୍କ ଅଭିନୀତ ନୂଆ ଅଡିଓ ଭିଜୁଆଲ କମର୍ସିଆଲର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି, ‘ସନ୍ତାନ ଭଳି ଏକ ବ୍ରାଣ୍ଡ ସହଜ ଜଡିତ ହେବା ମୋ ପାଇଁ ଗର୍ବର ବିଷୟ। ଗତ ୭ ବର୍ଷ ମଧ୍ୟରେ ସନ୍ତାନ ଏହାର ‘ସାଇନ୍ସ ଫର୍ ସ୍ମାଇଲ୍ସ’ ଅଭିଯାନ ମାଧ୍ୟମରେ ଏକ ସମାନୁଭୂତି ଶୈଳୀରେ ସର୍ବୋତମ ଟେକ୍ନୋଲୋଜି (ବିଜ୍ଞାନ)ର ବ୍ୟବହାର କରି ଓଡିଶାର ୭୦୦୦ରୁ ଅଧିକ ଦମ୍ପତିଙ୍କ ଜୀବନରେ ଖୁସି ଆଣିପାରିଛି। ମୁଁ ବନ୍ଧ୍ୟାପଣକୁ ନେଇ ରହିଥିବା ଗୁଜବ ଓ ଅପପ୍ରଚାରଗୁଡିକୁ ଦୂର କରିବା ପାଇଁ…
ସ୍ୱାସ୍ଥ୍ୟ ଟିପ୍ସ: ରିପୋର୍ଟ ଅନୁଯାୟୀ, H3N2 ଜୀବାଣୁ ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ଘଟିଛି। ନିକଟରେ ରାଜଧାନୀ ଦିଲ୍ଲୀରେ ମଧ୍ୟ H3N2 ମାମଲାରେ ବୃଦ୍ଧି ଘଟିଛି। ରିପୋର୍ଟରେ କୁହାଯାଇଛି ଯେ, ଆଇସିୟୁରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବୃଦ୍ଧି ଦେଖିବାକୁ ମିଳିଥିଲା, ଯେଉଁମାନଙ୍କର ପୂର୍ବରୁ ରୋଗ ଅଛି ଏବଂ ଯେଉଁମାନେ 75 ବର୍ଷରୁ ଅଧିକ ଅଟନ୍ତି। କୋଭିଡ -19 ସମୟରେ ଅନେକ ଲୋକ ଆଜିଥ୍ରୋମାଇସିନ୍ ଏବଂ ଡକ୍ସିସାଇକ୍ଲିନ୍ ନେବା ଆରମ୍ଭ କରିଥିଲେ। କିନ୍ତୁ ଡାକ୍ତରଙ୍କ ପରାମର୍ଶ ବିନା ଲୋକମାନେ ଆଣ୍ଟିବାୟୋଟିକ୍ ଖାଇବା ଉଚିତ୍ ନୁହେଁ। ଆଣ୍ଟିବାୟୋଟିକ୍ H3N2 ଜୀବାଣୁ ବିରୁଦ୍ଧରେ ସାହାଯ୍ୟ କରିବ କି?: ଜୀବାଣୁ ଦ୍ଵାରା ସୃଷ୍ଟି ହୋଇଥିବା ରୋଗର ମୁକାବିଲା କରିବାରେ କୌଣସି ଆଣ୍ଟିବାୟୋଟିକ୍ ସାହାଯ୍ୟ କରିବ ନାହିଁ। ଜୀବାଣୁ ସଂକ୍ରମଣ ପାଇଁ ଆଣ୍ଟିବାୟୋଟିକ୍ ପ୍ରାଥମିକତା ଯାଏ, ତେଣୁ H3N2 କ୍ଷେତ୍ରରେ ଆଣ୍ଟିବାୟୋଟିକ୍ ବ୍ୟବହାର କରାଯିବା ଉଚିତ୍ ନୁହେଁ। ଅନେକ ଲୋକ ବିଶ୍ବାସ କରନ୍ତି ଯେ,…
ମୁମ୍ବାଇ: ମହାରାଷ୍ଟ୍ରର ହଜାର ହଜାର କୃଷକ ସେମାନଙ୍କର ଦାବି ତାଲିକା ସହିତ ମୁମ୍ବାଇ ଅଭିମୁଖେ ଯାଉଛନ୍ତି। ଆଜି ଡ୍ରୋନ୍ କ୍ୟାମେରା ବିଭିନ୍ନ ଅଞ୍ଚଳ ଦେଇ ବୁଲୁଥିବା ରାସ୍ତା ଦେଇ ଗତି କରୁଥିବା ବେଳେ ଏହି ବିଶାଳ ପଦଯାତ୍ରାର କିଛି ଭିଜୁଆଲ୍ କଏଦ କରିଥିଲା। ନାଶିକ୍ ଜିଲ୍ଲାର ଡିଣ୍ଡୋରୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସିପିଏମ୍ ନେତୃତ୍ୱରେ ଆୟୋଜିତ ହୋଇଛି। ଏହି ପଦଯାତ୍ରା ମୁମ୍ବାଇରେ ପହଞ୍ଚିବା ପାଇଁ ୨୦୦ କିଲୋମିଟର ଦୂରତା ଅତିକ୍ରମ କରିବ। ଆୟୋଜକମାନେ କହିଛନ୍ତି ଯେ, କୃଷକମାନଙ୍କ ବ୍ୟତୀତ ଅସଂଗଠିତ କ୍ଷେତ୍ରର ଅନେକ ଶ୍ରମିକ ଯେପରିକି ଆଶା କର୍ମୀ ଏବଂ ଆଦିବାସୀ ସମ୍ପ୍ରଦାୟର ସଦସ୍ୟ ଏହି ପଦଯାତ୍ରାରେ ଜଡିତ ଅଛନ୍ତି। ମହାରାଷ୍ଟ୍ରର ହଜାର ହଜାର କୃଷକ ପିଆଜ ପାଇଁ ଉଚିତ ମୂଲ୍ୟର ଚାହିଦା ସମେତ ଅନ୍ୟାନ୍ୟ ଦାବି ପାଇଁ ମୁମ୍ବାଇ ଅଭିମୁଖେ ଯାଉଛନ୍ତି। ଆଜି ସରକାର ଏବଂ କୃଷକ ପ୍ରତିନିଧି ଦଳ ମଧ୍ୟରେ ହେବାକୁ ଥିବା ବୈଠକ ବାତିଲ କରାଯାଇଥିଲା।…
ଭୁବନେଶ୍ୱର: ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ଏକ ନବୀନ ଓଡିଶା ସଶକ୍ତ ଓ ପ୍ରଗତିଶୀଳ ଓଡିଶାର ପରିକଳ୍ପନା କରିଛନ୍ତି। ଯେଉଁଥିରେ ପରିବହନ କ୍ଷେତ୍ର ହେଉଛି ରାଜ୍ୟବାସୀଙ୍କ ଅଭିବୃଦ୍ଧି, ସମୃଦ୍ଧି ଓ କଲ୍ୟାଣର ମାଧ୍ୟମ। ରାଜ୍ୟ ସରକାର ବାଣିଜ୍ୟ ଓ ପରିବହନ ବିଭାଗ ଅଧିନରେ ସମସ୍ତ ପରିବହନ ବ୍ୟବସ୍ଥା ଯଥା ସଡ଼କ, ରେଳ, ଜଳ ଓ ବେସାମରିକ ବିମାନ ଚଳାଚଳ ସୁଯୋଗକୁ ବାସ୍ତବ ଓ ସାକାର କରିବା ପାଇଁ ନିମ୍ନୋକ୍ତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି। ଆଜି ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍ ୨୦୨୩-୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ, ରାଜ୍ୟ ତଥା ଆନ୍ତଃରାଜ୍ୟ ପରିବହନ ବ୍ୟବସ୍ଥାକୁ ନିରବଚ୍ଛିନ, ସୁନିଶ୍ଚିତ କରିବା ଏବଂ ମଲଫିମୋଡାଲ ଇକୋସିଷ୍ଟମକୁ ମଜବୁତ କରିବା ସହ ପରିବହନ ସଂଯୋଗୀକରଣ କରିବା ପାଇଁ ବିହିତ ପଦକ୍ଷେପ ନିଆଯାଇଛି। ସେହିପରି ରାଜ୍ୟର ସମସ୍ତ ଜିଲ୍ଲାକୁ ରେଳ…
ଭୁବନେଶ୍ୱର: ବର୍ତ୍ତମାନ ବିଶ୍ବରେ ପ୍ରାୟ ୭୮ ନିୟୁତ ଗ୍ଲୁକୋମା (କଳାମୋତିଆ) ରୋଗୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୬ ନିୟୁତ କେବଳ ଭାରତରେ ବାସକରୁଛନ୍ତି। ଏମ୍ସ ଭୁବନେଶ୍ୱର ଚକ୍ଷୁ ବିଭାଗକୁ ଆସୁଥିବା ପ୍ରତି ଶହେ ରୋଗୀଙ୍କ ମଧ୍ୟରୁ ଚାରିରୁ-ପାଞ୍ଚ ଜଣ ଗ୍ଲୁକୋମା(କଳାମୋତିଆ)ରେ ଚିହ୍ନଟ ହେଉଥିବା ପ୍ରକାଶ କରିଛନ୍ତି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ଏମ୍ସ ଭୁବନେଶ୍ୱର ଚକ୍ଷୁ ବିଭାଗ ପକ୍ଷରୁ ଗତକାଲି ଆୟୋଜିତ ବିଶ୍ୱ ଗ୍ଲୁକୋମା (କଳାମୋତିଆ) ସପ୍ତାହ ପାଳନ ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ କହିଛନ୍ତିଯେ ଅଧିକାଂଶ ଲୋକ ଶେଷ ଅବସ୍ଥାରେ ହିଁ ଏହି ରୋଗରେ ପିଡ଼ୀତ ଥିବା ଚିହ୍ନଟ ହେଉଛନ୍ତି। ଫଳରେ ଚିକିତ୍ସା ସମ୍ଭବ ହୋଇପାରୁନାହିଁ। ଆରମ୍ଭରୁ ଏହି ରୋଗ ଚିହ୍ନଟ ହେଲେ ଏଥିରୁ ରକ୍ଷା ମିଳିପାରିବ। ଗତକାଲି ଆୟୋଜିତ କାର୍ଯ୍ୟକ୍ରମରେ ରୋଗୀମାନଙ୍କ ସହିତ ଆଲୋଚନା କରିବା ସହିତ ୪୦ରୁ ଅଧିକ ବୟସ୍କ ବ୍ୟକ୍ତି, ପରିବାରରେ ପୂର୍ବରୁ କାହାର କଳାମୋତିଆ ଥିଲେ କିମ୍ବା…
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଜି ଠାକରେଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଦୀପକ ସାୱନ୍ତ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦଳରେ ଯୋଗ ଦେଇଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି ଯେ, ଆମେ ସାୱନ୍ତଙ୍କୁ ପାର୍ଟିକୁ ସ୍ୱାଗତ କରୁଛୁ ଏବଂ ଏହା ଆମ ପାଇଁ ଲାଭଦାୟକ ହେବ। ଅନେକ ନେତା କ୍ରମାଗତ ଭାବରେ ଉଦ୍ଧବ ଠାକରେଙ୍କୁ ଛାଡୁଛନ୍ତି। ବରିଷ୍ଠ ଶିବସେନା ନେତା ସୁଭାଷ ଦେଶାଇଙ୍କ ପୁଅ ଭୂଷଣ ଦେଶାଇ ସୋମବାର ଦିନ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଯୋଗ ଦେଇଥିଲେ। ଦଳ ମଧ୍ୟରେ ମତଭେଦ ମଧ୍ୟରେ ଉଦ୍ଧବ ଠାକରେ ବିଜେପି ଏବଂ ଶିନ୍ଦେ ଦଳକୁ ଟାର୍ଗେଟ କରିଛନ୍ତି। ଆଜି ମୁମ୍ବାଇରେ ବିଜେପିକୁ ଆଫଜାଲ ଖାନଙ୍କ ସହ ତୁଳନା କରି ସେ କହିଛନ୍ତି ଯେ, ଭାରତ ଉପରେ ଆକ୍ରମଣ କରିବା ସମୟରେ ଆଫଜଲ ଖାନ ଯେଉଁଭଳି ଭାବରେ ଲୋକଙ୍କ…
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ କେବଳ ଜଣେ ମହାନ ଅଭିନେତା ନୁହଁନ୍ତି, ବରଂ ଜଣେ ଦୟାଳୁ ବ୍ୟକ୍ତି ମଧ୍ୟ ଅଟନ୍ତି। କୋଭିଡ ସମୟରେ, ଅଭିନେତା ଅଭାବୀ ଲୋକଙ୍କୁ ବହୁତ ସାହାଯ୍ୟ କରିଥିଲେ। ପ୍ରବାସୀ ଶ୍ରମିକମାନଙ୍କୁ ଘରେ ପହଞ୍ଚିବା ପାଇଁ ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା କରି ସୋନୁ ସୁଦ ଅନେକ ପ୍ରଶଂସା ସାଉଣ୍ଟିଥିଲେ। ଏହା ପରେ ସୋନୁ ସୁଦ ଖୁବ ଶୀଘ୍ର ରାଜନୀତିରେ ପ୍ରବେଶ କରିପାରିବେ ବୋଲି ଲୋକମାନେ ଅନୁମାନ କରିବା ଆରମ୍ଭ କଲେ। ବର୍ତ୍ତମାନ ସେ ରାଜନୀତିରେ ଯୋଗଦେବା ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ANI ର ଏକ ଶୋ’ରେ ସ୍ମିତା ପ୍ରକାଶଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଯେତେବେଳେ ସୋନୁ ସୁଦଙ୍କୁ ରାଜନୀତିରେ ପ୍ରବେଶ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା, ସେତେବେଳେ ଅଭିନେତା ଉତ୍ତର ଦେଇଥଲେ ଯେ, ରାଜନୀତି ବିଷୟରେ କହିବାକୁ ଗଲେ ମୋତେ ଦୁଇଥର ରାଜ୍ୟସଭା ସାଂସଦ ହେବାକୁ ଅଫର ମିଳିଛି। କିନ୍ତୁ ମୁଁ…
କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ଥାନା ସାଲେଭଟା ପଞ୍ଚାୟତ ଅଂଚଳର ଜଣେ ଅବିବାହିତା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ନାକଟିଦେଉଳ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନରେ ଯୁବତୀ ଜଣଙ୍କ ଘରଠାରୁ କିଛି ଦୂରକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜଣେ ଯୁବକ ଆସି ଯୁବତୀ ଜଣଙ୍କୁ ମାଡ ମାରିବା ସହ ଦୁଷ୍କର୍ମ କରିଥିବା ନେଇ ମଙ୍ଗଳବାର ଦିନ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ ଯୁବକ ଜଣଙ୍କ କିସିଣ୍ଡା ଥାନା ଅନ୍ତର୍ଗତ କେଲୋ ବଂଜାଗୋଳା ଗ୍ରାମର ବୋଲି ସୂଚନା ମିଳିଛି। ନାକଟିଦେଉଳ ଥାନା ଅଧିକାରୀ କୃପା ବାଗଙ୍କୁ ପଚାରିବାରୁ ଦୁଷ୍କର୍ମ ଅଭିଯୋଗ ହୋଇଛି ହେଲେ ପୁଲିସ୍ ପକ୍ଷରୁ ତଦନ୍ତ ଚାଲିଛି। ଅଭିଯୁକ୍ତ ଗିରଫ ପରେ ସଂପୂର୍ଣ୍ଣ ଘଟଣାର ସୂଚନା ପ୍ରକାଶ କରାଯିବ ବୋଲି ସେ କହିଛନ୍ତି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଉନ୍ମୋଚନ ଅପେକ୍ଷାରେ ବାଲୁଗାଁର ବିଦାୟୀ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’। ଶ୍ରୀ ବାରିକ ରାଜ୍ୟର ଜଣେ ଦକ୍ଷ ପୋଲିସ ଅଧିକାରୀ ହୋଇଥିବା ବେଳେ ସେ ଜଣେ ଭଲ ଲେଖକ ଓ କବି ମଧ୍ୟ। ସମୟ ସମୟରେ ସେ କ୍ଷୁଦ୍ର କବିତା ଏବଂ ଅଣୁଗଳ୍ପ ଲେଖି ନିଜେ ଟ୍ୱିଟ୍ କରିଥାନ୍ତି। ତାଙ୍କର ଗଳ୍ପ କବିତା ଗୁଡିକ ପ୍ରାୟତଃ ସାମ୍ପ୍ରତିକ ସମାଜରେ ମାନବୀୟ ଦୃଷ୍ଟିଭଙ୍ଗୀକୁ ଇଙ୍ଗିତ କରିଥାଏ। ବାଲୁଗାଁରେ ଦୀର୍ଘ ଦୁଇ ବର୍ଷ ଚାକିରି ଜୀବନରେ ସାଉଁଟିଥିବା ଅଭିଜ୍ଞତା, କାହାଣୀ ଓ ଚରିତ୍ର ମାନଙ୍କୁ ମଧ୍ୟରାତ୍ରିରେ କାଳ୍ପନିକ ରୂପ ଦେଇ ଉକ୍ତ ପୁସ୍ତକରେ ଆହୁରି ଉଜ୍ଜୀବିତ କରିଛନ୍ତି ସେ। ଦୁଇ ଚାରି ମାସ ଭିତରେ ଏହି ଗଳ୍ପ ଗୁଡିକୁ ଜୀବନ୍ତ କରି ଗଢ଼ିଛନ୍ତି ଯାହାର ସମ୍ପୂର୍ଣ୍ଣ ସଂକଳନ ଆସନ୍ତା ୧୭ ତାରିଖରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ଅଡିଟୋରିଅମ ହଲରେ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଏବଂ କଟକ ସ୍ଥିତ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଇନ୍ଟର୍ଣ୍ଣସିପ୍ର ସୁଯୋଗ, ଫ୍ୟାକଲ୍ଟି ଏବଂ ଷ୍ଟାଫ୍ ଡେଭଲପ୍ମେଂଟ କାର୍ଯ୍ୟକ୍ରମ ଏବଂ ପାଠ୍ୟକ୍ରମର ଗୁଣବତାକୁ ବୃଦ୍ଧି କରିବା ନିମନ୍ତେ ମଙ୍ଗଳବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଏବଂ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ଗୃହବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଇନ୍ଦୁରେଖା ମହାପାତ୍ରଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତା ଭିତିକ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ମଧ୍ୟ ଏହି ବୁଝାମଣାର ଅନ୍ୟ ଏକ ଉଦ୍ଦେଶ୍ୟ। ଏହି ଅବସରରେ ଏସ୍ଏଚ୍ଏମ୍ ପକ୍ଷରୁ ପ୍ରଫେସର ସୁଶାନ୍ତ ରଞନ ଚଇନି, ଡକ୍ଟର ଅଂଶୁମାନ ସାମଲ୍, ଡକ୍ଟର ସସ୍ମିତା ମହାନ୍ତି, ଡକ୍ଟର ପାର୍ଥସାରଥି ପାତ୍ର, ଡକ୍ଟର ପବିତ୍ର ମୋହନ ମହାନ୍ତି ଏବଂ ଡକ୍ଟର ଲଲାଟ ଇନ୍ଦୁ…
ନୂଆଦିଲ୍ଲୀ: ପାରିବାରିକ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆରେ ରୋହିତ ଶର୍ମା ଖେଳି ପାରିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମାର୍ଚ୍ଚ ୧୭ ତାରିଖରେ ମୁମ୍ବାଇରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ପ୍ରଥମ ଥର ପାଇଁ ହାର୍ଦ୍ଦିକ ଭାରତରେ ଅଧିନାୟକ ହେବେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ ଦିନିକିଆ ଦଳର ଉପ-ଅଧିନାୟକ କରାଯାଇଛି। ପ୍ରକାଶ ଯେ, ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ କେ.ଏଲ୍ ରାହୁଲ ଭାରତର ଉପ-ଅଧିନାୟକ ଥିଲେ, କିନ୍ତୁ ତାଙ୍କର ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ତାଙ୍କୁ ଉପ-ଅଧିନାୟକତା ହରାଇବାକୁ ପଡିଲା ଏବଂ ଦଳରୁ ବିଦାୟ ନେବାକୁ ପଡିଲା। ବର୍ତ୍ତମାନ ଭାରତୀୟ ଟେଷ୍ଟ ଦଳରେ କୌଣସି ଉପ-ଅଧିନାୟକ ନାହାଁନ୍ତି, ତଥାପି ଅହମ୍ମଦାବାଦ ଟେଷ୍ଟ ମ୍ୟାଚରେ ରୋହିତ କିଛି ସମୟ ପଡ଼ିଆରେ ନଥିବା ବେଳେ ଚେତେଶ୍ୱର ପୂଜାରା ଦଳର ଦାୟିତ୍ୱ ଗ୍ରହଣ କରିଥିଲେ। ଜୟଦେବ ଉନାଦକଟ ଦଳକୁ ଫେରିଛନ୍ତି: ଉଲ୍ଲେଖ ଯୋଗ୍ୟ…
ସୀତାରାମ ଅଗ୍ରୱାଲ ଚିଲିକା: ବିରଳ ଫିସିଂ କ୍ୟାଟ୍ ର ମୃତଦେହ ଉଦ୍ଧାର ହୋଇଛି। ଚିଲିକା ବ୍ଲକ ଚଣ୍ଡେଶ୍ୱର ପଂଚାୟତ ଦାରୁଗାଁ ଗ୍ରାମ ନିକଟ ଧାନ ଗହୀରରୁ ମୃତ ଦେହ ଉଦ୍ଧାର ହୋଇଛି। ଏହି ଫିସିଂ କ୍ୟାଟର ମୃତ ଦେହ ଏକ ପୁରୁଷ ପ୍ରଜାତି ଫିସିଂ କ୍ୟାଟ୍ ବୋଲି ଜଣା ପଡିଛି। ସ୍ଥାନୀୟ ଯୁବକମାନେ ଗାଁ ନିକଟସ୍ଥ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ଏହି ଫିସିଂ କ୍ୟାଟ୍ କୁ ଦେଖିଥିଲେ। ଫିସିଂ କ୍ୟାଟ୍ କୁ କୌଣସି ଦୁର୍ବୃତ୍ତ ବାଡେଇ ବାଡେଇ ମାରି ଦେଇଥିବା ଅନୁମାନ କରାଯାଉଛି। ଏପର୍ଯ୍ୟନ୍ତ ଫିସିଂ କ୍ୟାଟ୍ ର ମୃତଦେହ ସେଠାରେ ପଡି ରହିଛି। ଯାହାକୁ ନେଇ ପ୍ରାଣୀ ପ୍ରେମୀ ମାନେ ଚିନ୍ତା ପ୍ରକଟ କରିଛନ୍ତି। ଫିସିଂ କ୍ୟାଟ୍ ର ସଂଖ୍ୟା ଦିନକୁ ଦିନ କମ୍ ହେବାରେ ଲାଗିଛି। ଫିସିଂ କ୍ୟାଟ୍ କେବଳ ଏବେ ଚିଲିକାର ଉପକୂଳରେ ଦେଖା ଯାଉଛନ୍ତି। ଫିସିଂ କ୍ୟାଟ୍ ମାଛ ଖାଇ ବଂଚୁଥିବାରୁ ସେମାନଙ୍କ…
ଭୁବନେଶ୍ୱର/ ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯାଇଛି। ଏଥି ସହିତ ଟ୍ରୁ-୫ଜିର ଲାଭ ସାରା ଓଡ଼ିଶାର ୧୭ଟି ସହରରେ ପହଂଚିପାରିଛି। ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର, ନାଲ୍କୋ-ଅନୁଗୁଳ, ତାଳଚେର ସହରରେ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା। ଜାତୀୟ ସ୍ତରରେ ୧୦ଟି ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳର ୩୪ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯାହା ମଧ୍ୟରେ ଓଡ଼ିଶାର ୪ଟି ସହର ରହିଛି। ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଟେଲିକମ୍ ଅପରେଟର ଭାବେ ଭବିଷ୍ୟତଧର୍ମୀ ଓ ଯୁଗାନ୍ତକାରୀ ଟ୍ରୁ ୫ଜି ସେବା ପ୍ରଦାନ କରି ଭାରତର ଡିଜିଟାଲ୍ ରୂପାନ୍ତରଣ ଦିଗରେ…
ସ୍ୱାସ୍ଥ୍ୟ ଟିପ୍ସ: କୋଷ୍ଠକାଠିନ୍ୟ ଏକ ଛୋଟ ଶବ୍ଦ ପରି ଶୁଣାଯାଏ, କିନ୍ତୁ ଅଧିକାଂଶ ଲୋକ ଏହି ସମସ୍ୟା ଦ୍ୱାରା ଅସୁବିଧାରେ ପଡ଼ନ୍ତି। ଅନ୍ୟପକ୍ଷରେ ପେଟ ସଫା ନେହେବା ହେତୁ ଶାରୀରିକ ସମସ୍ୟା ସହିତ ଅନେକ ଚର୍ମ ସମସ୍ୟା ମଧ୍ୟ ଦେଖାଯାଏ। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର କିଛି ଅଭ୍ୟାସ ହେତୁ ଆପଣ କୋଷ୍ଠକାଠିନ୍ୟରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏପରି ପରିସ୍ଥିତିରେ, ଆପଣ ନିଜର ଯତ୍ନ ନେବା ପାଇଁ ଆପଣଙ୍କର କିଛି ଅଭ୍ୟାସରେ ଉନ୍ନତି ଆଣିବା ଉଚିତ୍। ଆପଣ କିଛି ଟିପ୍ସ ଗ୍ରହଣ କରି କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ। ଲେମ୍ବୁ: ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ ଲେମ୍ବୁ କାମ କରେ। ଯଦି ଆପଣ କୋଷ୍ଠକାଠିନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣ ଗୋଟିଏ ଲେମ୍ବୁ ଏବଂ ମହୁର ରସକୁ ଏକ ଗ୍ଲାସ ଉଷୁମ ପାଣିରେ ମିଶାଇ ପିଇପାରିବେ। ଏହା କରିବା ଦ୍ୱାରା ଆପଣ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ।…
ସ୍ୱାସ୍ଥ୍ୟ ଟିପ୍ସ: ଆପଣ କିପରି ନିଜ ଦିନ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହା ଆପଣଙ୍କ ଉପରେ ନିର୍ଭର କରେ। ଯଦି ଆପଣ ସ୍ୱାସ୍ଥ୍ୟ ପାଇଁ ଭଲ ଜିନିଷ ବାଛନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଏବଂ ଯଦି ଆପଣ ଅସ୍ୱାସ୍ଥ୍ୟକର ଜିନିଷ ଖାଆନ୍ତି, ତେବେ ଆପଣଙ୍କୁ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପଡିବ। ଆପଣ ନିଶ୍ଚୟ ସାମ୍ବରରେ ଏବଂ ତରକାରୀରେ ବୃଷଙ୍ଗ ପତ୍ର ଖାଇଥିବ, କିନ୍ତୁ ସକାଳେ ଏହାକୁ ଚୋବାଇବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟର ଉନ୍ନତି ହୋଇପାରିବ। ଅନେକ ପୋଷକ ତତ୍ତ୍ୱ ବୃଷଙ୍ଗ ପତ୍ରରେ ମଧ୍ୟ ମିଳିଥାଏ, ଯେତେବେଳେ କି ଏହା ସ୍ୱାଦରେ ମଧ୍ୟ ଭଲ। ଆସନ୍ତୁ ଜାଣିବା ଶରୀରରେ ବୃଷଙ୍ଗ ପତ୍ର ଖାଇବାର ପ୍ରଭାବ କ’ଣ? ବୃଷଙ୍ଗ ପତ୍ର ଖାଇବାର ଲାଭ: ୧- କେଶ ପାଇଁ: ବୃଷଙ୍ଗ ପତ୍ରରେ ଭିଟାମିନ୍ ସି, ଫସଫରସ୍, ଆଇରନ୍, କ୍ୟାଲସିୟମ୍ ଏବଂ ନିକୋଟିନ୍ ଭରପୂର ଅଟେ। ଏହାର ବ୍ୟବହାର ଦ୍ୱାରା, ଆଭ୍ୟନ୍ତରୀଣ ଏବଂ ବାହ୍ୟରେ କେଶ ଭଲ…
ଲକ୍ଷ୍ନୌ: ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୩ ଟି କିସ୍ତି ଦେଶର କୃଷକମାନଙ୍କ ଦ୍ଵାରା ଗ୍ରହଣ କରାଯାଇଛି ଏବଂ ଏଥିରୁ କୋଟି କୋଟି କୃଷକ ଉପକୃତ ହୋଇଛନ୍ତି। ସରକାର ଏପର୍ଯ୍ୟନ୍ତ କୃଷକଙ୍କ ଆକାଉଣ୍ଟକୁ ୫୦ ହଜାର କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରିଛନ୍ତି। ଫେବୃଆରୀ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଲୋକପ୍ରିୟ ଯୋଜନାର ୧୩ ତମ କିସ୍ତି କର୍ଣ୍ଣାଟକର ବେଲାଗାଭିରେ ଚାଷୀଙ୍କୁ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଏହା ସହ ଜଡିତ ଆଉ ଏକ ଖବର ଆସୁଛି ଯାହା ଚାଷୀଙ୍କୁ ଖୁସି କରିପାରିବ। ଏହି ଅଭିଯାନ ମେ ୧ ରୁ ମେ ୩୦ ପର୍ଯ୍ୟନ୍ତ ଚାଲିବ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କ ପରିଚୟପତ୍ର ଯାଞ୍ଚ କରିବା ଏବଂ ଅଧିକ ଯୋଗ୍ୟ ଚାଷୀଙ୍କୁ ଉପକୃତ କରିବା ପାଇଁ ଉତ୍ତରପ୍ରଦେଶ ସରକାର ମେ ୧ ତାରିଖରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ଏକ ଅଭିଯାନ ଆରମ୍ଭ କରିବେ।…

