Author: Samikhsya Bureau

ନୂଆଦିଲ୍ଲୀ: ପୁଣି ଥରେ ସାରା ଦେଶରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ସମସ୍ତ ରାଜ୍ୟରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର ମଙ୍ଗଳବାର ଦିନ ୧୫୫ ନୂତନ କୋଭିଡ ମାମଲା ଚିହ୍ନଟ ହୋଇଛି, ଯାହା ପୂର୍ବ ଦିନ ରିପୋର୍ଟ ହୋଇଥିବା ସଂକ୍ରମଣର ଦୁଇଗୁଣରୁ ଅଧିକ। ଏଥିସହିତ ରାଜ୍ୟରେ କରୋନାର ଦୁଇ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦିଲ୍ଲୀରେ କରୋନା ସହିତ ଏଚ୩ଏନ୨ ର ପ୍ରଭାବ ଦେଖାଯାଉଛି। ଦେଶରେ କରୋନା ପରିସ୍ଥିତି; ସମଗ୍ର ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦୨ ଟି କରୋନା ରୋଗ ହୋଇଥିବା ଜଣାଯାଇଛି। ଏହା ସହିତ ସକ୍ରିୟ ମାମଲା ୩୯୦୩ କୁ ବୃଦ୍ଧି ପାଇଛି।

Read More

ଭୁବନେଶ୍ୱର: ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦିଆଯାଇଥିବା ପରିପ୍ରେକ୍ଷୀରେ ସେମାନଙ୍କ ଦାବିଗୁଡିକ ସରକାରଙ୍କ ସକ୍ରିୟ ବିଚାରକୁ ନିଆଯାଉଛି ବୋଲି ପରିବହନ ବିଭାଗ ତରଫରୁ ସୂଚନା ଦିଆଯାଇଛି। ବିଭାଗ କହିଛି ଯେ, ଚଳିତ ମାର୍ଚ୍ଚ ୧୩ ତାରିଖରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ରାଜ୍ୟରେ ମାଟ୍ରିକ୍‌, ଯୁକ୍ତ-୨ ଏବଂ ପଲିଟେକ୍‌ନିକ୍‌ ପରୀକ୍ଷାକୁ ଦୃଷ୍ଟିରେ ରଖି ମହାମଞ୍ଚକୁ ପ୍ରସ୍ତାବିତ ଧର୍ମଘଟ ବନ୍ଦ କରିବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ, ଏହି ମଞ୍ଚ ଧର୍ମଘଟ କରିବାକୁ ସ୍ଥିର କରିଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଚାଲିଥିବା ପରୀକ୍ଷାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଗୃହ ସଚିବ, ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ, ପରିବହନ କମିଶନର, ଓସେପାର…

Read More

ନୂଆଦିଲ୍ଲୀ: ଉତ୍ତର ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ ୨୦୨୬ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଆସନ୍ତା ବିଶ୍ୱକପ୍‌ରେ ୪-୪ ଟିମର ୧୨ ଟି ଗ୍ରୁପ ହେବ ବୋଲି ଫିଫା ମଙ୍ଗଳବାର ଦିନ ପ୍ରକାଶ କରିଛି। ପୂର୍ବରୁ ୩-୩ ଟିମର ୧୬ ଟି ଗ୍ରୁପ ଗଠନ କରିବାର ଯୋଜନା ଥିଲା। ଫିଫା ଏକ ବିବୃତ୍ତିରେ କହିଛି, ‘ନୂତନ ଫର୍ମାଟ୍ ନିଶ୍ଚିତ କରେ ଯେ ପ୍ରତ୍ୟେକ ଦଳ ବିଶ୍ୱକପ୍‌ରେ ଅତି କମରେ ତିନିଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇବେ ଏବଂ ଏହି ମ୍ୟାଚ୍ ଗୁଡିକ ଯଥେଷ୍ଟ ବିରତି ସହିତ ଅଛି। ଉଲ୍ଲେଖନୀୟ କଥା ହେଉଛି, ଫିଫା ବିଶ୍ୱକପ ୨୦୨୬ ରେ ପ୍ରଥମ ଥର ପାଇଁ ୪୮ ଟି ଦଳ ଅଂଶଗ୍ରହଣ କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୩୨ ଟି ଦଳ କ୍ରୀଡ଼ା ଜଗତର ଏହି ବୃହତ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିଲେ, ଯାହାକୁ ୮ ଟି ଦଳରେ ବିଭକ୍ତ କରାଯାଇଥିଲା। ପ୍ରତ୍ୟେକ…

Read More

ଭୁବନେଶ୍ବର: ଆଜି ପାଣିପାଗ ବିଭାଗ ତରଫରୁ ପଶ୍ଚିମାଝଡ ନେଇ ଆସିଛି ବଡ ଖବର। ତାହା ହେଲା ଯେ, ବିଜୁଳି-ଘଡଘଡି ଏବଂ ଝଡ ପବନ ସକାଶେ ଚେତାବନୀ ଜାରି ହୋଇଥିବା ଜିଲ୍ଲାଗୁଡିକରେ ଲୋକମାନେ ସାବଧାନ ରହିବେ। ସେମାନେ ପାଣିପାଗ ଉପରେ ନଜର ରଖିବା ସହ ବିଜୁଳି ସମୟରେ ନିରାପଦ ସ୍ଥାନରେ ଆଶ୍ରୟ ସହ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ କୁହାଯାଇଛି। ସେହିପରି ଚାଷୀ ଭାଇମାନେ ମଧ୍ୟ ଅମଳ ଯୁକ୍ତ ରବି ଫସଲ ର ଅମଳ ପାଇଁ ପ୍ରାଧାନ୍ୟ ଦେବାକୁ ମଧ୍ୟ ସୂଚନା ଜାରି କରାଯାଇଛି। ପଶ୍ଚିମା-ଝଡ ପ୍ରଭାବରେ ବାୟୁମଣ୍ଡଳର ମଧ୍ୟଭାଗର ପଶ୍ଚିମା-ନିମ୍ନଚାପ ଏବଂ ବଙ୍ଗୋପସାଗର ଅଞ୍ଚଳରୁ ବାୟୁମଣ୍ଡଳର ନିମ୍ନ ଭାଗରେ ଜଳୀୟବାଷ୍ପ ପୂର୍ଣ୍ଣ ପୂର୍ବାଳୀ ବାୟୁ ପରସ୍ପର ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ଭାବେ ବିପଦଜନକ ବିଜୁଳି-ଘଡଘଡି ସହ ଝଡ ପବନ ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ପାଣିପାଗ ବିଭାଗ ତରଫରୁ ଆହୁରି କୁହାଯାଇଛି ଯେ,…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ/ଚିଲିକା: ଆଜି ରାଜ୍ୟ ବ୍ୟାପି ପରିବହନ ଚାଳକ ସଂଘ ଧର୍ମଘଟ ଡାକରା ଦେଇଛି। ଏହି ଧର୍ମଘଟରେ ଅଲ ଓଡିଶା ପରିବହନ ସଂଘର ଶତାଧିକ ଡ୍ରାଇଭର ଯୋଗଦେଇଛନ୍ତି। ଅଲ ଓଡିଶା ପରିବହନ ଚାଳକ ସଂଘ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ଟାଙ୍ଗୀ ବ୍ଲକ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ବାଣପୁର ବାଇପାସ ଏବଂ ସୁନେଇରୂପେଇ ଛକ ନିକଟରେ ଚକାଜାମ ଆନ୍ଦୋଳନ କରିଛି। ସକାଳ ୬ଟାରୁ ଶତାଧିକ ଡ୍ରାଇଭର ମାନେ ଆନ୍ଦୋଳରେ ସାମିଲ ହୋଇଛନ୍ତି। ଡ୍ରାଇଭର ମାନଙ୍କ ସୁରକ୍ଷା, ସମ୍ମାନ, ଓ ଅଧିକାର ସମେତ ନଅ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଛି ପରିବହନ ଚାଳକ ସଂଘ। ଡ୍ରାଇଭରମାନେ ଧର୍ମଘଟ କରିବାରୁ ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି। ଡ୍ରାଇଭର ମାନଙ୍କ ଦାବି ପୁରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ…

Read More

ଭୁବନେଶ୍ବର: ଓଡିଶା ସରକାରଙ୍କ ବିଭିନ୍ନ ସମବାୟ ସମିତି ତଥା ରାଜ୍ୟ ଗୋଦାମ ନିଗମରେ ଆଜି ୧୮୪ ଜଣ ଅଧିକାରୀ ରାଜ୍ୟ ସମବାୟ ବିଭାଗରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୪ ଜଣ  କୋଅପରେଟିଭ୍ ସୋସାଇଟି ଇନ୍ସପେକ୍ଟର ଭାବରେ ଯୋଗ ଦେଇଥିବା ବେଳେ ୫୫ ଜଣ ଅଡିଟର ଭାବରେ ଯୋଗ ଦେଇଛନ୍ତି। ସେହିଭଳି ୧୫ ଜଣ ଅଧିକାରୀ ଗୋଦାମ ଗୃହ ନିଗମରେ ସହକାରୀ ପରିଚାଳକ, ଅଧୀକ୍ଷକ ଏବଂ ସହକାରୀ ଅଧୀକ୍ଷକ ଭାବରେ ଯୋଗ ଦେଇଛନ୍ତି। ଲୋକସେବା ଭବନରେ ଥିବା ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା। ଭର୍ଚୁଆଲ୍ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତମାନଙ୍କୁ ସ୍ବାଗତ କରିଥିଲେ। ରାଜ୍ୟ ସରକାରଙ୍କ ୫ଟି ନୀତି ଅନୁସରଣ କରି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ୫ଟି ଯାହା ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା, ଦଳଗତ କାର୍ଯ୍ୟ ଏବଂ ସମୟ (transparency, technology, teamwork, and time)…

Read More

ନୂଆଦିଲ୍ଲୀ: ଡାକ୍ତରୀ ଦାବି ଉପରେ ଗ୍ରାହକ ଫୋରମ୍ ଏକ ବଡ଼ ଆଦେଶ ଦେଇଛି। ଏଥିରେ କୁହାଯାଇଛି ଯେ, ଯଦିଓ ଜଣେ ବ୍ୟକ୍ତି ୨୪ ଘଣ୍ଟାରୁ କମ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମଧ୍ୟ ସେ ବୀମା ଦାବି କରିପାରିବେ। ଏକ ଆଦେଶରେ, ବଡୋଦରାର ଗ୍ରାହକ ଫୋରମ୍ ବୀମା କମ୍ପାନୀକୁ ବୀମା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ, ନୂତନ ଟେକ୍ନୋଲୋଜିର ଆଗମନ ହେତୁ ବେଳେବେଳେ ରୋଗୀମାନେ କମ୍ ସମୟରେ କିମ୍ବା ଡାକ୍ତରଖାନାରେ ଭର୍ତ୍ତି ହୋଇନଥାନ୍ତି। ବଡୋଦରା ବାସିନ୍ଦା ରମେଶ ଚନ୍ଦ୍ର ଯୋଶୀଙ୍କ ଆବେଦନ ଉପରେ ଗ୍ରାହକ ଫୋରମ୍ ଏହି ନିର୍ଦ୍ଦେଶ ଦେଇଛନ୍ତି। ଯୋଶୀ ୨୦୧୭ ରେ ନ୍ୟାସନାଲ ଇନସୁରାନ୍ସ କମ୍ପାନୀ ଲିମିଟେଡ ବିରୋଧରେ ଅଭିଯୋଗ କରିଥିଲେ। କମ୍ପାନୀ ତାଙ୍କ ବୀମା ଦାବି ଦେବାକୁ ମନା କରିଦେଇଥିଲା। ଘଟଣା କ’ଣ?: ଯୋଶୀଙ୍କ ପତ୍ନୀ ଅସୁସ୍ଥତା ପରେ ବଡୋଦରାସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରଦିନ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।…

Read More

ଡକ୍ଟର ସତ୍ୟ ଷଡ଼ଙ୍ଗୀ କାବ୍ୟନାୟିକା ଚିଲିକା ଉପକଣ୍ଠ ବାଲୁଗାଁଠାରେ ତାଙ୍କର ଜନ୍ମ। ପିତା ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ତଥା ନାଟ୍ୟକାର ପଦ୍ମଚରଣ ପଟ୍ଟନାୟକ। ପିତାଙ୍କ ସହପାଠୀ ବନ୍ଧୁ ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ। ତେଣୁ ଶୈଶବରୁ ସାହିତ୍ୟର ଶ୍ରୀଅକ୍ଷର ଶିଖିଥିଲେ ସେ ଆପଣା ଘରୁ। ତାଙ୍କର ହେତୁ ହେଲାବେଳକୁ ବାଲୁଗାଁରେ ଗୋଟିଏ ସାହିତ୍ୟିକ ଆନ୍ଦୋଳନ ସକ୍ରିୟ ଥିଲା। ସେତେବେଳର ପ୍ରତିଭାବାନ୍ ଯୁବସାହିତ୍ୟିକ, ଯଥା – ପ୍ରସନ୍ନ କୁମାର ପାଟ୍ଟଶାଣୀ, ଦେବେନ୍ଦ୍ର କୁମାର ମାନସିଂହ, ହୁସେନ୍ ରବିଗାନ୍ଧୀ, ନବୀନ ସୁବୁଦ୍ଧି, ପଞ୍ଚାନନ ଦାଶ ପ୍ରଭୃତି ଥିଲେ ଏହି ଗୋଷ୍ଠୀର ସତୀର୍ଥ। ଏମାନଙ୍କ ସମବାୟରେ ଓଡ଼ିିଶାର ସାହିତ୍ୟିକ ବାତାବରଣରେ ଉଷ୍ମତା ଖେଳାଇ ପ୍ରକାଶ ପାଉଥିଲା ଆଧୁନିକତାର ପ୍ରତିବାଦୀ କାବ୍ୟ ଇସ୍ତାହାର ‘ବେଳା’ ଓ ‘ଆଭା’ ପତ୍ରିକା। ଆହୁରି ମଧ୍ୟ ଅଗ୍ରଜ କବି ନୀଳାଦ୍ରି ଭୂଷଣ ହରିଚନ୍ଦନ ସାଧନା-ମଗ୍ନ ଥିଲେ ଠିକ୍ ଏତିକିବେଳେ। ଏପରି ଏକ ଅପ୍ରତିହତ କାବ୍ୟିକ ବାତାବରଣ ସହ ଆଉ ଗୋଟିଏ ଆନ୍ତରିକ ଉଚ୍ଛ୍ୱାସର…

Read More

ନୂଆଦିଲ୍ଲୀ: କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ପ୍ରଶମନ ପଦକ୍ଷେପର ପ୍ରସ୍ତୁତି ସମୀକ୍ଷା କରାଯାଇଛି। ଏହି ବୈଠକରେ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗର ସଚିବ ଏବଂ ଗ୍ରୀଷ୍ମ ପ୍ରବାହ ବିପଦ ପ୍ରବଣ ରାଜ୍ୟର ମୁଖ୍ୟ ସଚିବମାନେ ଉପସ୍ଥିତ ଥିଲେ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ବିଶ୍ଵ ପାଣିପାଗ ଘଟଣା ଓ ମାର୍ଚ୍ଚରୁ ମେ ୨୦୨୩ ପର୍ଯ୍ୟନ୍ତ ଅବଧିରେ ତାପମାତ୍ରା ସ୍ଥିତି ବିଷୟରେ ଏକ ଉପସ୍ଥାପନା ଦିଆଯାଇଥିଲା। ଏହି ଅବସରରେ ଆଇଏମଡି ଦ୍ୱାରା ମାର୍ଚ୍ଚ ୨୦୨୩ର ଦ୍ୱିତୀୟ ପକ୍ଷ ପାଇଁ ପାଣିପାଗ ପୂର୍ବାନୁମାନ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରାଯାଇଥିଲା। ମାର୍ଚ୍ଚରୁ ମେ ୨୦୨୩ର ଅବଧି ପାଇଁ ପାଣିପାଗ ସ୍ଥିତି ସମ୍ପର୍କରେ ସୂଚନା ଦେଇ ଆଇଏମଡି ପକ୍ଷରୁ କୁହାଯାଇଥିଲା ଯେ, ଭାରତର ଉତ୍ତର-ପୂର୍ବ କ୍ଷେତ୍ର, ପୂର୍ବ ଓ କେନ୍ଦ୍ରୀୟ ଭାରତ ଏବଂ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା…

Read More

ଭୁବନେଶ୍ଵର: ମାର୍ଚ୍ଚ ୧୭ ତାରିଖରେ ଓଡ଼ିଶାର ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଆସୁଛି ଫିଲ୍ମ “ଏ ଦିଲ୍ ତତେ ଦେଲି”। ଭିନ୍ନ ଧରଣର ପ୍ରେମ ଓ ବିଚ୍ଛେଦର କାହାଣୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ‘ଏ ଦିଲ୍ ତତେ ଦେଲି’। ପ୍ରେମର ଗଣିତ ଯେତେ ଜଟିଳ, ତା’ ର ଭାଗଫଳକୁ ବୁଝିବା ସେତେ କଷ୍ଟ। ଭବିଷ୍ୟତ ଗଢିବାର ସୁନେଲୀ ସ୍ବପ୍ନ ନେଇ ଦିନେ ନୂଆ ସହରରେ ପାଦ ଥାପିଥିଲେ ଯୁବ ସଙ୍ଗୀତନିର୍ଦ୍ଦେଶକ ସୁରଜ। ଯେଉଁଦିନ ସୁରଜକୁ ଦେଖୁଛି ରୂପା, ସେହି ମୂହୂର୍ତ୍ତରେ ହିଁ ପଡ଼ି ଯାଇଛି ପ୍ରେମରେ। କିନ୍ତୁ ଏ ପ୍ରେମର ଗଣିତକୁ ବୁଝିପାରିନି ରୂପା। ଅନ୍ୟପଟେ, ପ୍ରେମ ଓ କ୍ୟାରିୟର ରୂପୀ ଦୁଇଟି ନାଆରେ ପାଦ ଦେବାକୁ ଅସମଞ୍ଜସ ହେଉଛି ସୁରଜ। ସମୟର ଚକ ବୁଲିଛି ଓ ସେ ଦୁହିଁଙ୍କ ଜୀବନରେ ଘଟିଯାଇଛି କିଛି ଅଘଟଣ … ଯାହାକୁ ନେଇ କାହାଣୀ। ନିଆରା କାହାଣୀ। ନିଚ୍ଛକ ପ୍ରେମ। ପ୍ରତିଟି ହୃଦୟର କଥାକୁ…

Read More

ନୂଆଦିଲ୍ଲୀ: ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀ ଠାରେ ହାଇବ୍ରିଡ୍ ମୋଡରେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ଯୁବ ପରିଷଦର ୧୬ତମ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏସସିଓ ଯୁବ ପରିଷଦ ବୈଠକକୁ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଉଦଘାଟନ କରିଛନ୍ତି। ଯୁବ ବ୍ୟାପାର ବିଭାଗ ସଚିବ ମିତା ରାଜୀବଲୋଚନ୍ ମୁଖ୍ୟ ଅତିଥି ଏବଂ ଏସସିଓ ସଦସ୍ୟ ରାଷ୍ଟ୍ରର ସମସ୍ତ ପ୍ରତିନିଧିଙ୍କୁ ସ୍ୱାଗତ କରିଥିଲେ। ଏହି ବୈଠକରେ ଭାରତ ସରକାରଙ୍କ ଯୁବ ବ୍ୟାପାର ବିଭାଗର ଯୁଗ୍ମ ସଚିବ ନୀତେଶ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଦଳଗୁଡିକ ୨୦୨୨-୨୦୨୩ ରେ ଏସସିଓ ଯୁବ ପରିଷଦର ଜାତୀୟ କାର୍ଯ୍ୟକଳାପ ବିଷୟରେ ସୂଚନା ସେୟାର କରିଥିଲେ। ୧୩ ମାର୍ଚ୍ଚ, ୨୦୨୩ ରେ ଭର୍ଚୁଆଲ୍ ମୋଡରେ ଆୟୋଜିତ ହୋଇଥିବା ଏସସିଓ ଯୁବ ସମ୍ମିଳନୀ ଉପରେ ପ୍ରସ୍ତୁତ ରିପୋର୍ଟ “ପ୍ରଭାବଶାଳୀ ଗୋଷ୍ଠି ବିକାଶ କାର୍ଯ୍ୟକଳାପ”ର ବିଷୟବସ୍ତୁ ସମସ୍ତ ଏସ୍‍ସିଓ ସଦସ୍ୟ ରାଷ୍ଟ୍ରମାନଙ୍କ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ କାମ କେତେ ଲୋକଙ୍କୁ ନେଇ କରିବା ଉଚିତ ତାହା ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ ଯଦି ଆପଣ ଧ୍ୟାନ କରିବାକୁ ଚାହୁଁଛନ୍ତି ତେବେ ଏକାକୀ କରନ୍ତୁ। ଆପଣ ଯଦି ବିଦ୍ୟା ଅଧ୍ୟୟନ କରିବାକୁ ଚାହୁଁଛନ୍ତି, ତେବେ ଦୁଇ ଜଣ ମିଶି କରନ୍ତୁ। କାରଣ କାହାର ଅବୁଝା ରହିଲେ ଅନ୍ୟକୁ ପଚାରି ପାରିବ। ହେଲେ ଯଦି ଆପଣ ସଂଗୀତ ସାଧାନ କରିବାକୁ ଚାହୁଁଛନ୍ତି ତେବେ ତିନିଜଣ ଭଲ। କାରଣ ଜଣେ ଗାୟକ, ଜଣେ ବାୟକ ଆଉ ଜଣେ ପାଳିଆର ଆବଶ୍ୟକତା ଥାଏ। ସେହିପରି ଯଦି ଆପଣ ବିଦେଶ ଭ୍ରମଣ କରିବାକୁ ଚାହୃୁଁଛନ୍ତି ତେବେ ଚାରି ଜଣିଆ ହୋଇ ଯାଆନ୍ତୁ। କିନ୍ତୁ କୃଷି କର୍ମରେ ପାଞ୍ଚଜଣଙ୍କର ଆବଶ୍ୟକତା ରହିଛି। ହେଲେ ଯୁଦ୍ଧ ପାଇଁ ଅସଂଖ୍ୟ ଲୋକଙ୍କର ଆବଶ୍ୟକତା ରହିଛି ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି।

Read More

ମେଷ- ଖର୍ଚ୍ଚ ଅଧିକ ହେବ । ଟେନସନ ରହିବେ। କ୍ଳାନ୍ତ ହୋଇଯିବ। ରିସ୍କ ନିଅନ୍ତୁ ନାହିଁ। ଥୟ ଧର ମାତାର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ। ବିବାଦ ହୋଇପାରେ। ରୋଜଗାରରେ ଇଚ୍ଛାକୃତ ସଫଳତା ହାସଲ। ପରିବାର ଏବଂ ସମାଜରେ ଆପଣଙ୍କର କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ । ବୃଷ- ଭ୍ରମଣ, ବିନିଯୋଗ ଏବଂ ଚାକିରି ଆପଣଙ୍କୁ ଅନୁକୂଳ ସୁବିଧା ଦେବ। ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ରିସ୍କ ନିଅନ୍ତୁ ନାହିଁ । ତତ୍ପରତା ନାହିଁ । କାରବାରରେ ସାବଧାନ ରୁହନ୍ତୁ। ଉଚ୍ଚ ପଦାଧିକାରୀଙ୍କଠାରୁ ଆପଣ ସମ୍ମାନ ଏବଂ ଗୁରୁତ୍ୱ ପାଇବେ । ଧାର ଦେଇଥିବା ଟଙ୍କା ପାଇବ। ପୁଞ୍ଜି ବିନିଯୋଗ ଲାଭଦାୟକ ହେବ। ମିଥୁନ- ଯୋଜନା ଫଳପ୍ରଦ ହେବ । କାର୍ଯ୍ୟକୁ ପ୍ରଶଂସା କରାଯିବ । ଆୟ ବୃଦ୍ଧି ପାଇବ । ଚିନ୍ତା ଏବଂ ଟେନସନ ରହିବ । ଲଜ୍ଜିତ ହୁଅନ୍ତୁ ନାହିଁ । ପିଲାମାନେ ଏବଂ ଭାଇମାନଙ୍କ ଦ୍ୱାରା ଉପକୃତ ହେବେ। ଘରୋଇ…

Read More

ନୂଆଦିଲ୍ଲୀ: ଋଷ ଏବଂ ଆମେରିକା ତିକ୍ତତା ମଧ୍ୟରେ ଏକ ବଡ ଖବର ଆସିଛି। ଆମେରିକାର ସେନା ଅନୁଯାୟୀ, କୃଷ୍ଣ ସାଗରରେ ଋଷର ଜେଟ୍ ଏବଂ ଆମେରିକୀୟ ଡ୍ରୋନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଆମେରିକାର ସୈନ୍ୟବାହିନୀର ୟୁରୋପୀୟ କମାଣ୍ଡ କହିଛି ଯେ, ମଙ୍ଗଳବାର ଦିନ କୃଷ୍ଣ ସାଗର ଉପରେ ଆମେରିକାର MQ-9 ରେପର୍ ଡ୍ରୋନ୍ ସହିତ ଋଷର Su-27 ଯୁଦ୍ଧ ବିମାନ ମୁହାଁମୁହିଁ ଧକ୍କା ହୋଇଛି। ଆମେରିକାର ରେପର୍ ଡ୍ରୋନ୍ ଏବଂ ଋଷର SU-27 ର ଦୁଇଟି ଯୁଦ୍ଧ ବିମାନ କୃଷ୍ଣ ସାଗର ଉପରେ ଥିବା ଆନ୍ତର୍ଜାତୀୟ ଜଳରେ ବୁଲୁଥିବା ବେଳେ ଏହି ଘଟଣା ଘଟିଥିଲା।

Read More

ଭୁବନେଶ୍ୱର: ମହିଳା ସଶକ୍ତିକରଣ ମିଶନଶକ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ। ଯାହା ଫଳରେ ଆଜି ଓଡ଼ିଶାରେ ରାଜନୈତିକ ସ୍ତରରେ, ସାମାଜିକ ସ୍ତରରେ, ଆର୍ଥିକ ସ୍ତରରେ ମହିଳାମାନଙ୍କର ବିକାଶ ହୋଇଛି। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ମିଶନଶକ୍ତି ଆଜି ଏକ ଉଦାହରଣ ପାଲଟିଛି ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ। ଆଜି ଗଣମାଧ୍ୟମ ସାମ୍ବାଦିକମାନଙ୍କୁ ଶ୍ରୀ ସାହୁ କହିଛନ୍ତି ଯେ, ମିଶନଶକ୍ତିରେ ମା’ମାନଙ୍କର ରାଜନୈତିକ, ସାମାଜିକ ଓ ଆର୍ଥିକ ସ୍ତରରେ ବିକାଶ ଓଡ଼ିଶା ସରକାରଙ୍କ ଦ୍ୱାରା ହୋଇଛି। ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ତାରତମ୍ୟ କମିଛି, ସମତା ଓ ସମାନତା ଆସିଛି। ମହିଳାଟିଏ ଗାଁରେ, ସହରରେ, ସମାଜରେ ମୁଣ୍ଡ ଟେକି ବାଟ ଚାଲୁଛନ୍ତି। ନିଜେ ରୋଜଗାର କରି ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରୁଛନ୍ତି। ଏ ହେଉଛି ଓଡ଼ିଶା ସରକାରଙ୍କ ମହିଳା ସଶକ୍ତିକରଣ। ଶ୍ରୀ ସାହୁ ଆହୁରି କହିଛନ୍ତି ଯେ ଏହାକୁ ଯେଉଁ ବିରୋଧୀ ଦଳମାନେ ବିରୋଧ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଭିନ୍ନକ୍ଷମ ହିତାଧିକାରୀମାନଙ୍କ ପାଇଁ ପୃଥକ ସୁଧ ହାରରେ (ଡି ଆର ଆଇ) ଋଣ ବଣ୍ଟନ ମେଳା ଖୋର୍ଦ୍ଧା ଜିଲ୍ଲା ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ମେଳାରେ ଜିଲ୍ଳାର ସମସ୍ତ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନଙ୍କରୁ ୨୦୪ ଜଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଏହି ଋଣ ବଣ୍ଟନ କରାଯାଇଥିଲା। ଉକ୍ତ ମେଳା ପାଇଁ ଆୟୋଜିତ ସଭାରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପ ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି, ଖୋର୍ଦ୍ଧା ଏଲ ଡ଼ି ଏମ ଦିଲ୍ଲୀପ କୁମାର ଭୂୟାଁ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।ଏହି ସଭାକୁ ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟ ପରିଚାଳନା କରିଥିଲେ। ଉକ୍ତ ସଭାରେ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଭାରତୀୟ ଡାକ ବିଭାଗ, ଭୁବନେଶ୍ୱର ଡାକ ମଣ୍ଡଳ ଏବଂ ସୁନାଖଳା ଶାଖା ଡାକଘର ଆନୁକୁଲ୍ୟରେ ଆଜି ସ୍ଥାନୀୟ ସୁନାଖଳା ଠାରେ ଡ଼ାକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକ ବସନ୍ତ କୁମାର ପଣ୍ଡା, ସମ୍ମାନିତ ବକ୍ତା ଭାବେ ବାଲୁଗାଁ ଡାକ ଉପମଣ୍ଡଳ ଡାକ ନିରୀକ୍ଷକ ପ୍ରକାଶ କୁମାର ଜେନା, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ର ପ୍ରବନ୍ଧକ ଶ୍ରୀମନ୍ତିକା ପ୍ରିୟଦର୍ଶିନୀ, ନାଚୁଣୀ ସରପଞ୍ଚ ସ୍ବପ୍ନାଞ୍ଜଳି ପଲେଇ, ସୁନାଖଳା ସରକାରୀ ଉପ୍ରା ସ୍କୁଲ ର ପ୍ରଧାନ ଶିକ୍ଷକ ଶିକ୍ଷକ ଦାମୋଦର ନାୟକ , ଶିକ୍ଷାବିତ୍ ପ୍ରଦୋଷ କୁମାର ଦାସ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ନାଚୁଣୀ ଶାଖା ଡାକଘର ଡାକପାଳ ହୁସନାରା ଵେଗମ୍ ସଭା ସ°ଚାଳନ କରିଥିଲେ। କାର୍ଯ୍ୟକ୍ରମ ସଞ୍ଚାଳନରେ ବାଲୁଗାଁ ଡାକ ବିଭାଗ ଓଭରସିଅର ପ୍ରଶାନ୍ତ କୁମାର ପାଇକରାୟ ଓ…

Read More

ନୂଆଦିଲ୍ଲୀ: “ସେୟାର୍‌ଡ ବୁଦ୍ଧିଷ୍ଟ ହେରିଟେଜ୍‌”ଉପରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଉଦ୍‌ଘାଟିତ ହୋଇଛି, ଯେଉଁଥିରେ ଏସସିଓ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ସଭ୍ୟତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅଧିବେଶନରେ କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜି.କେ ରେଡ୍ଡୀ, ସଂସ୍କୃତି ଓ ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ, ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ; ଡିଜି, ଆନ୍ତର୍ଜାତୀୟ ବୌଦ୍ଧ କନଫେଡେରେସନ୍, ଅଭିଜିତ୍ ହାଲଦାର୍ ଏବଂ ଚୀନ୍, ପାକିସ୍ତାନ, ଋଷ, ବହାରିନ, ମିଆଁମାର, ୟୁଏଇର ପ୍ରତିନିଧୀମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଜି କେ ରେଡ୍ଡୀ କହିଛନ୍ତି ଯେ ଏହି ସମ୍ମିଳନୀ କେବଳ ବୌଦ୍ଧ ସାଧାରଣ ଐତିହ୍ୟକୁ ପାଳନ କରିବ ନାହିଁ ବରଂ ଆମ ଦେଶ ମଧ୍ୟରେ ଅଧିକ ଶକ୍ତିଶାଳୀ ଏବଂ ଗଭୀର ସମ୍ପର୍କ ସୃଷ୍ଟି କରିବ।…

Read More

ଭୁବନେଶ୍ୱର: ଏକ ମାସ ମାଗଣା ଟ୍ରାଏଲ୍ ସୁବିଧା ସହ ରିଲାଏନ୍ସ ଜିଓ ପକ୍ଷରୁ ନୂଆ ଫାମିଲି ପ୍ଲାନ୍ “ଜିଓ ପ୍ଲସ୍‌’ର ଶୁଭାରମ୍ଭ କରାଯାଇଛି। ଜିଓ ପ୍ଲସ୍ ପ୍ଲାନ୍‌ର ନୂତନ ସଂଯୋଗ ନେବା ଲାଗି ଗ୍ରାହକଙ୍କୁ ୩୯୯ ଟଙ୍କା ଦେବାକୁ ହେବ। ସେହି ପ୍ଲାନ୍‌ରେ ତିନିଟି ଅତିରିକ୍ତ କନେକ୍ସନ ଯୋଡ଼ାଯାଇପାରିବ। ପ୍ରତି ଅତିରିକ୍ତ କନେକ୍ସନ ପାଇଁ ୯୯ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ଜିଓ ପ୍ଲସ୍ ପ୍ଲାନ୍‌ରେ ଗୋଟିଏ ପରିବାରର ୪ଟି କନେକ୍ସନ ପାଇଁ ପ୍ରତି ମାସରେ ୬୯୬ ଟଙ୍କା (୩୯୯+୯୯+୯୯+୯୯) ଦେବାକୁ ହେବ। ଏହି ପ୍ଲାନ୍ ସହିତ ମାସିକ ୭୫ ଜିବି ଡାଟା ମିଳିବ, ଯାହା ବିନା କୌଣସି ଦୈନିକ ଲିମିଟ୍‌ରେ ଆଦାନପ୍ରଦାନ କରାଯାଇପାରିବ । ଚାରିଟି କନେକ୍ସନ ବିଶିଷ୍ଟ ଫାମିଲି ପ୍ଲାନ୍‌ରେ ପ୍ରତି ମାସରେ ସିମ୍ ପିଛା ହାରାହାରି ଖର୍ଚ୍ଚ ୧୭୪ ଟଙ୍କା ରହିବ। ଯେଉଁ ଗ୍ରାହକମାନେ ଅଧିକ ଡାଟା ବ୍ୟବହାର କରୁଛନ୍ତି ସେମାନେ ପ୍ରତି ମାସରେ ୧୦୦ ଜିବି…

Read More

ଭୁବନେଶ୍ବର: ପ୍ରଖ୍ୟାତ କବି ତଥା ଗୀତିକାର ତପନ ପଟ୍ଟନାୟକ ଆଉ ନାହାଁନ୍ତି। ଆଜି ଅପରାହ୍ନରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି। ସେ ଦୀର୍ଘଦିନ ଧରି କିଡନ ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ଗତକିଛି ଦିନ ତଳେ ସେ ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଜନ୍ମିତ କବି ତପନ ପଟ୍ଟନାୟକ ନିଜ ଗୀତ ମାଧ୍ୟମରେ ସେ ଘରେଘରେ ପରିଚିତ। ନବେ ଦଶକରେ ଘରେ ଘରେ ରେଡିଓରେ ତାଙ୍କର ଗୀତ ବେଶ ଚହଳ ପକାଇଥିଲା। ତାଙ୍କର ଏକ ଲୋକପ୍ରୀୟ ଗୀତ ହେଉଛି ‘ ମୁଁ ଆସିଛି ଦେଖି ମୋ କଳାବଦନକୁ’। ସେହିପରି ସେ ହେଉଛନ୍ତି ଝରା ଶିଶିର ର ଉପନ୍ୟାସ କାର,ଟିକିଫୁଲ ର ମୂଲ ର…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ଏକ ହତ୍ୟା ଅଭିଯୋଗ ହୋଇଛି। ପୁଅକୁ ଷଡଯନ୍ତ୍ର କରି ବୋହୁ ମାରିଦେଇଥିବାର ଶ୍ୱଶୁର ଅଭିଯୋଗ କରିଛନ୍ତି। ସାନ ହନ୍ତୁଆଡ଼ ଗ୍ରାମର ଅଭିମନ୍ୟୁ ସ୍ୱାଇଁ ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିମନ୍ୟୁଙ୍କ ଅଭିଯୋଗ ମୁତାବକ ତାଙ୍କ ପୁଅ ଦୀପକ ସ୍ୱାଇଁ (୩୪) ତିନି ବର୍ଷ ପୂର୍ବେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ରିଙ୍କି ସ୍ୱାଇଁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ଆଜି ସକାଳୁ ପୁତ୍ର ଦୀପକଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ଅଭିମନ୍ୟୁ। ଦୀପକଙ୍କୁ ତାଙ୍କ ସ୍ତ୍ରୀ ରିଙ୍କି ଷଡଯନ୍ତ୍ର କରି ମାରିଦେଇଥିବାର ଅଭିଯୋଗ କରିଛନ୍ତି ଅଭିମନ୍ୟୁ। ଖବର ପାଇ ବାଣପୁର ପୋଲିସ ଅଭିମନ୍ୟୁଙ୍କ ଘରେ ପହଞ୍ଚି ଦୀପକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଅନ୍ୟପକ୍ଷେ ପୋଲିସ କେସ ନମ୍ବର ୧୧୧/୨୩ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ…

Read More