ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଦପ୍ତରରେ ସରକାରୀ କର୍ମଚାରୀ ଅଭାବ ରହୁଥିବା ବେଳେ ଆଉଟ ସୋରସିଂ କର୍ମଚାରୀଙ୍କ ଦ୍ବାରା ଅଫିସ କାର୍ଯ୍ୟ ଚାଳୁଥିବାର ଦେଖା ଯାଉଛି। ଏହି ଆଉଟ ସୋରସିଂ କର୍ମଚାରୀ ମାନଙ୍କୁ ଠିକା ସଂସ୍ଥା ନିଯୁକ୍ତି ଦେଇ ସରକାରୀ ଅଫିସ ରେ କାମ କରୁଥିଲେ ହେଁ ସମ୍ପୃକ୍ତ ଠିକା ସଂସ୍ଥା ର ନିୟନ୍ତ୍ରଣ ରହିଥାଏ। ସମ୍ପୃକ୍ତ ସରକାରୀ ଅଫିସ ର ନିୟନ୍ତ୍ରଣ ନ ଥିବା ବେଳେ କୋଟି କୋଟି ଟଙ୍କା ର କାରବାର ଏହି ଆଉଟ ସୋରସିଂ ସଂସ୍ଥା ଦ୍ବାରା ନିଯୁକ୍ତ କର୍ମଚାରୀ ଙ୍କ ଦ୍ବାରା ସମ୍ପାଦିତ ହୋଇଥାଏ। ଏହାର ସୁଯୋଗ ନେଇ ଏହି କର୍ମଚାରୀ ମାନେ ଆର୍ଥିକ ହେରାଫେରି କରୁଥିବା ଆଭିଯୋଗ ହୋଇଛି। ଜୁନାଗଡ ବ୍ଲକ ଅଧୀନରେ ଥିବା ୧୬ ଟି ପଞ୍ଚାୟତରେ ଅମୃତ ସରୋବର ବାବଦ କୁ ଥିବା ୩ କୋଟି ୬୧ ଲକ୍ଷ ୪୨ ହଜାର ୬୫୭ ଟଙ୍କା ଚଞ୍ଚକତା କରାଯାଇ…
Author: Samikhsya Bureau
ଭୁବନେଶ୍ବର: ଝାରସୁଗୁଡା ପାଇଁ ଆସିଲା ଆଉ ଏକ ଦୁଃଖଦ ଖବର। ତାହା ହେଲା ଝାରସୁଗୁଡାର ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପରଲୋକ। ସେ ଭୁବନେଶ୍ବରର ଏକ ଘରୋଇ ହସପିଟାଲେ ଚିକିତ୍ସିତ ହେଉଥିବା ବେଳେ ସେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ ଝାରସୁଗୁଡ଼ାରୁ କଂଗ୍ରେସ ଦଳରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୦, ୧୯୮୫ ଓ ୧୯୯୫ରେ ସେ ବିଧାୟକ ଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, “ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।”
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜରେ ବାରହା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ଦୁଇ ବର୍ଷ ମଧ୍ୟରେ ୧୦ଟି ଜଙ୍ଗଲୀ ବାରହା ଅକାଳରେ ମୃତ୍ୟୁବରଣ କରିଥିବା ଖବର ରହିଛି। କେତେବେଳେ ଶୀକାରୀଙ୍କ ହାତରେ ଜୀବନ ଯାଉଛି ତ କେତେବେଳେ କୂଅରେ ପଡି ବାରହା ମୃତ୍ୟୁ ବରଣ କରୁଛି। ଆଜି ମଧ୍ୟ ଏକ ବାରହାର ଜୀବନ ଚାଲିଯାଇଛି। ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ରତନପୁର ପଞ୍ଚାୟତ ବଧୀ ସାହିର ଦାସରଥି ବେହେରାଙ୍କ କୂଅରେ ପଡିଥିବା ବାରହା ପଡିଥିବା ଲୋକେ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ବାରହା କୂଅରେ ପଡ଼ିଥିବା ଜାଣିବା ପରେ ଟାଙ୍ଗୀ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବାରହା ଟିକୁ ଉଦ୍ଧାର କରିଥିଲେ। ମୃତ ବାରହାର ବୟସ ୧୪ ରୁ ୧୫ବର୍ଷ ହେବ। ବାରହାଟି ପୁରୁଷ ବାରହା ବୋଲି ପରୀକ୍ଷା ନୀରିକ୍ଷା ପରେ ଜଣା ପଡିଛି।…
ଭୁବନେଶ୍ୱର; ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଗତକାଲି ଥିଲା ଷଷ୍ଠ ଦିବସ। ଆଜି ଏହା ଉଦ୍ଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ଏକବିଂଶ ଶତାବ୍ଦୀର ମଣିଷ ବୈଷୟିକ ଜ୍ଞାନସଂପନ୍ନ ହୋଇଛି। ବିଜ୍ଞାନରେ ବିପ୍ଳବ ସୃଷ୍ଟି କରୁଛି। ତଥାପି ପରମ୍ପରା ପ୍ରତି ତା’ର ଆଦର କିପରି ରହିଛି ତାହାର ଏକ ନିଚ୍ଛକ ଝଲକ ଦେଖିବାକୁ ମିଳୁଛି ଜନଜାତି କଳାବସ୍ତୁ ପ୍ରଦର୍ଶନୀ ପ୍ରାଙ୍ଗଣରେ। ଜନଜାତିଙ୍କ ଛୋଟ ଛୋଟ ପରମ୍ପରା ମିଶି ମହାଭାରତୀୟ ବୃହତ୍ ପରମ୍ପରାକୁ କେବଳ ସମୃଦ୍ଧ କରିନାହାନ୍ତି, ଅପରନ୍ତୁ ଏକ ନୂତନ ସମୃଦ୍ଧ ଭାରତ ବର୍ଷ ନିର୍ମାଣ କରିଛନ୍ତି, ଯେଉଁଠି ପାରମ୍ପରିକ ଜ୍ଞାନକୌଶଳ ନିରନ୍ତର ଭାବେ ଜନମାନସରେ ଆଦୃତ ହୋଇଛି। ପ୍ରଯୁକ୍ତି ବିଦ୍ୟାରେ ଅନେକ ଚମତ୍କାର କଳାବସ୍ତୁ ନିର୍ମାଣ ହୋଇପାରେ, ମାତ୍ର ଜନଜାତିମାନଙ୍କ ହାତତିଆରି କଳାବସ୍ତୁ କୌଣସି ଚମତ୍କାର…
ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କଉଡ଼ିଖଣି ଛକରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ ଖୋର୍ଦ୍ଧାରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ, ଅନୁରୂପ ଭାବେ ତାମିଲନାଡୁରୁ ପୁରୀ ଅଭିମୁଖେ ଯାଉଥିବା ଏକ କାରଟି ନାଚୁଣୀ କଉଡ଼ିଖଣି ଛକରେ ମୁହାଁମୁଁହିଁ ଧକ୍କା ହୋଇଥିଲା। ଫଳରେ କାରରେ ଥିବା ତିନି ଜଣ ବ୍ୟକ୍ତି ଆହତ ହୋଇଥିଲେ। ଆହତଙ୍କୁ ସ୍ଥାନୀୟ ଜନସାଧାରଣ ମେଡିକାଲ ପଠାଇଥିବାବେଳେ ଘଟଣାସ୍ଥଳରେ ନାଚୁଣୀ ପୋଲିସ ପହଞ୍ଚି ଉଭୟ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି।
ନୂଆଦିଲ୍ଲୀ: ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଦ୍ୱିତୀୟ ଦିନିକିଆ ବିଶାଖାପାଟନମରେ ଖେଳାଯିବ। ବର୍ତ୍ତମାନ ଭାରତୀୟ ଦଳ ୩ ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ୧-୦ ରେ ଆଗୁଆ ରହିଛି। ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରିଛି। ତେବେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନ ପ୍ରାୟ ନିଶ୍ଚିତ। ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳର ଅଧିନାୟକତ୍ୱ ଗ୍ରହଣ କରିଥିଲେ। ଉଭୟ ଦଳ ପାଇଁ କେଉଁ ପରିବର୍ତ୍ତନ ସମ୍ଭବ?: ଭାରତ ବିପକ୍ଷ ପ୍ରଥମ ଦିନିକିଆ ରେ ଟ୍ରାଭିସ୍ ହେଡ୍ ଶସ୍ତାରେ ଆଉଟ ହୋଇଥିଲେ। ବାସ୍ତବରେ ଡେଭିଡ ୱାର୍ଣ୍ଣରଙ୍କ ସ୍ଥାନରେ ଟ୍ରାଭିସ୍ ହେଡ୍ ଏକ ସୁଯୋଗ ପାଇଥିଲେ। କିନ୍ତୁ ଦ୍ୱିତୀୟ ମ୍ୟାଚ୍ ରେ ଟ୍ରାଭିସ୍ ହେଡ୍ ଏକ ସୁଯୋଗ ପାଇବେ କି? ବାସ୍ତବରେ ଏହା କୁହାଯାଉଛି ଯେ ଡେଭିଡ ୱାର୍ଣ୍ଣର ସମ୍ପୂର୍ଣ୍ଣ…
ଭୁବନେଶ୍ଵର: ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ)ର ଲେଡିଜ୍ ଫୋରମ୍ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ଭୁବନେଶ୍ଵରସ୍ଥିତ ୟୁସିସିଆଇ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ୟୁସିସିଆଇର ସମ୍ପାଦକ ଅଶୋକ କୁମାର ଶାରଦା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଡିଜିଟାଲ ଯୁଗରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦେଶ ଦୁନିଆ ସମ୍ପର୍କରେ ଜାଣିବାର ସୁଯୋଗ ଦେଇପାରୁଛି କମ୍ପ୍ୟୁଟର। ଏହା ସେମାନଙ୍କର ଜ୍ଞାନ ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହୋଇପାରୁଛି। ତେଣୁ, ୟୁସିସିଆଇ ଲେଡିଜ୍ ଫୋରମ ଓ ଜନା ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର ମିଳିତ ସହଯୋଗରେ ବିଭିନ୍ନ ବିଦ୍ୟାଳୟକୁ କମ୍ପ୍ୟୁଟର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଭୁବନେଶ୍ଵର ସ୍ଥିତ ଧର୍ମବିହାର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଜଗତସିଂହପୁରର ବାଗଲପୁର ଉଚ୍ଚ ବିଦ୍ୟାଳୟ, ଚୌଦ୍ଵାର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଓ ପିପିଲିର ପୋପରଙ୍ଗା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସାମିଲ ଥିଲେ। ଉପରୋକ୍ତ…
ଭୁବନେଶ୍ୱର: ନୂଆ ଓଡିଆ ଚଳଚ୍ଚିତ୍ର “ଡେଲିଭରୀ ବୟ”ଟ୍ରେଲର ରିଲିଜ୍ ପରେ ବଢୁଛି ଉତ୍କଣ୍ଠା। ଆଉ ଏହି ଉତ୍କଣ୍ଠାର ପୂର୍ଣ୍ଣଚ୍ଛେଦ ଟାଣିବାକୁ ଯାଉଛି ପ୍ରଯୋଜନା ସଂସ୍ଥା। କାରଣ ଡେଲିଭରୀ ବୟ ଏପ୍ରିଲ ୭ରେ ପ୍ରେକ୍ଷାଳୟରେ କରିବ ମୁକ୍ତିଲାଭ। ମୌଳିକ ଓ ବାସ୍ତବଧର୍ମୀ ଚରିତ୍ରକୁ ନେଇ କାହାଣୀ। ଇନଫିସନ ଏଣ୍ଟରଟେନମେଣ୍ଟ ନିବେଦିତ ଜ୍ୟୋତି ରଞ୍ଜନ ମହାନ୍ତି ପ୍ରଯୋଜିତ ଏହି ଚଳଚ୍ଚିତ୍ର ଜଣେ ଡେଲଭରୀ ଜୀବନକୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର। ସାଧାରଣତଃ ଲୋକେ ଅନଲାଇନରେ ଅନେକ ଜିନିଷ ଅର୍ଡର କରିଥାନ୍ତି। ଉକ୍ତ ସାମଗ୍ରୀକୁ ସଠିକ ସମୟରେ ସଠିକ ଲୋକ ପାଖରେ ପହଁଚାଇବା ଡେଲିଭରୀ ଭୟର କର୍ତ୍ତବ୍ୟ। କିନ୍ତୁ କର୍ତ୍ତ୍ୟବ ପାଇଁ ଡେଲିଭରୀ ଭୟ ସାମ୍ନା କରୁଥିବା ଅନେକ ଅକୁହା କଥାକୁ ନେଇ କାହାଣୀର ପରିକଳ୍ପନା। କେଭଳ ଲୋକଙ୍କୁ ସଠିକ ସମୟରେ ଜିନିଷ ପହଁଚାଇବା ପାଇଁ ଜୀବନକୁ ବାଜିରେ ଲଗାଇଦିଏ ଡେଲିଭରୀ ଭୟ। କିନ୍ତୁ ଏ ଯନ୍ତ୍ରଣା ନା କାହାକୁ କହିପାରେ, ନ ବୁଝାଇପାରେ। ଜଣେ…
ମୁମ୍ବଇ: ରିଲାଏନ୍ସ ଫାଉଣ୍ଡେସନ ଦୃଷ୍ଟି ଏକ ସାମଗ୍ରିକ ଦୃଷ୍ଟି ପ୍ରଯତ୍ନକାରୀ କାର୍ଯ୍ୟକ୍ରମ। ମରାଠୀରେ ବ୍ରେଲ୍ ଖବରକାଗଜ ଶୁଭାରମ୍ଭ ସହିତ ଦୃଷ୍ଟି ସେବାପ୍ରଦାନର ଦୁଇ ଦଶକ ପୂରଣ କରିଛି। ଦୃଷ୍ଟି ଆନୁକୂଲ୍ୟରେ ୨୦,୫୦୦ରୁ ଅଧିକ ମାଗଣା କର୍ଣ୍ଣିଆ ପ୍ରତିରୋପଣ କରାଯାଇଛି ଏବଂ ୧.୭୫ ଲକ୍ଷରୁ ଅଧିକ ଲୋକଙ୍କର ଚକ୍ଷୁର ଯତ୍ନ ନିଆଯାଇଛି। ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ନିତା ଅମ୍ବାନି କହିଛନ୍ତି, “ରିଲାଏନ୍ସ ଫାଉଣ୍ଡେସନ ଦୃଷ୍ଟି ୨୦ ବର୍ଷ ପୂରଣ କରିବା ଆମ ପାଇଁ ଆନନ୍ଦର ବିଷୟ ହୋଇଛି। ଦୃଷ୍ଟିବାଧିକ ଲୋକଙ୍କ ଜୀବନରେ ଆଲୋକ, ଖୁସି ଏବଂ ଆତ୍ମନିର୍ଭରତା ଆଣିବାର ସ୍ୱପ୍ନ ସହିତ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ଏକ ଆନ୍ଦୋଳନରେ ପରିଣତ ହୋଇଛି। ଆଗାମୀ ସମୟରେ ଦୃଷ୍ଟିବାଧିକ ସମୁଦାୟ ସମ୍ମାନ ଓ ସ୍ୱତନ୍ତ୍ରତାର ସହିତ ଯେଭଳି ଜୀବନ ନିର୍ବାହ କରିପାରିବେ, ସେଥିପାଇଁ ଆମେ ଯଥାସମ୍ଭବ ପ୍ରୟାସ କରିବୁ। ଏଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ଆମେ ହିନ୍ଦୀ ବ୍ୟତୀତ ମରାଠୀ…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଜଣେ ମଣିଷ ଜୀବନ କାଳ ମଧ୍ୟରେ କଣ କଲେ ତାହାର ସମ୍ମାନ ବୃଦ୍ଧି ପାଇବ। ଚାଣକ୍ୟଙ୍କ ହିସାବରେ ଯଦି ଜଣେ ସମାସ୍କନ୍ଧ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ବ ସ୍ଥାପନ କରନ୍ତି ତେବେ ତାହା ଶୋଭା ପାଇବ। ସେମାନଙ୍କ ମଧ୍ୟରେ ଭଲ ଭାବର ଆଦାନ ପ୍ରଦାନ ହୋଇପାରିବ। ସେହିପରି ଜଣେ ସରକାର ବା ରାଜାଙ୍କ ସେବା କରିବା ସବୁଠାରୁ ଭଲ, ସମ୍ମାନ ଅଛି। କାରଣ ଏହିମାନଙ୍କ ପାଖରେ କାମ କଲେ ଆପଣଙ୍କର ଜୀବୀକା ହରାଇବାର ସମ୍ଭାବନା କମ ଥାଏ। ସେହିପରି ଚାଣକ୍ୟ କହିଛନ୍ତି ଯେ, ବ୍ୟବସାୟ କ୍ଷେତ୍ରରେ ଯଦି ଆପଣ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରନ୍ତି ତେବେ ତାହା ଦ୍ବାରା ସମ୍ମାନ ଓ ବ୍ୟବସାୟ ବଢିବ। ସାଧାରଣତଃ ବ୍ୟବସାୟ କଲେ ସମସ୍ତ ଜାତିଧର୍ମବର୍ଣ୍ଣ ନିର୍ବିଶେଷରେ ସମାନ ବ୍ୟବହାର ପ୍ରଦର୍ଶନ କରିବା ଉଚିତ। କାରଣ ସେମାନେ ହିଁ ଆପଣଙ୍କର ବ୍ୟବସାୟକୁ ଆଗକୁ ନେବେ। ସେହିପରି…
ଗରୁଡ ପୁରାଣ: ହିନ୍ଦୁ ଧର୍ମରେ ଶାସ୍ତ୍ର, ବେଦ ଏବଂ ପୁରାଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଗରୁଡ ପୁରାଣ ବିଷୟରେ କହିବାକୁ ଗଲେ ଏହା ହିନ୍ଦୁ ଧର୍ମର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ। ଯାହାକି ୧୮ ମହାପୁରାଣ ମଧ୍ୟରୁ ଅନ୍ୟତମ। ଗରୁଡ ପୁରାଣରେ ଭଗବାନ ବିଷ୍ଣୁ ଜୀବଜନ୍ତୁଙ୍କ ମୃତ୍ୟୁ, ଯମଲୋକ ଯାତ୍ରା, ସ୍ୱର୍ଗ-ନର୍କ ଏବଂ ଆତ୍ମାର ପରିତ୍ରାଣ ପାଇଁ ଅନେକ ରହସ୍ୟମୟ କଥା କହିଛନ୍ତି। ଏଥିରେ ପକ୍ଷୀରାଜ ଗରୁଡା ପଚାରିଥିବା ପ୍ରଶ୍ନର ଏକ କ୍ରମର ଉତ୍ତର ରହିଛି, ଯାହାକୁ ଗରୁଡ ପୁରାଣ କୁହାଯାଏ। ଜନ୍ମ ଏବଂ ମୃତ୍ୟୁ ସହିତ, ଗରୁଡ ପୁରାଣ ଜ୍ଞାନ, ଧର୍ମ ଏବଂ ନୈତିକତା ସହ ଜଡିତ ଅନେକ ରହସ୍ୟମୟ ଜିନିଷ ଏବଂ ରହସ୍ୟ ବିଷୟରେ କହିଛନ୍ତି। ଯାହା ପରେ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଏହି ନିୟମ ମଧ୍ୟରୁ ଗୋଟିଏ ହେଉଛି ଆର୍ଥିକ ଜୀବନ ସହିତ ଜଡିତ ନିୟମ। ଜୀବନରେ ଧନ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ…
ମେଷ- ଖର୍ଚ୍ଚ ଅଧିକ ହେବ । ଟେନସନ ରହିବେ। କ୍ଳାନ୍ତ ହୋଇଯିବ। ରିସ୍କ ନିଅନ୍ତୁ ନାହିଁ। ଥୟ ଧର ମାତାର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ। ବିବାଦ ହୋଇପାରେ। ରୋଜଗାରରେ ଇଚ୍ଛାକୃତ ସଫଳତା ହାସଲ। ପରିବାର ଏବଂ ସମାଜରେ ଆପଣଙ୍କର କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ । ବୃଷ- ଭ୍ରମଣ, ବିନିଯୋଗ ଏବଂ ଚାକିରି ଆପଣଙ୍କୁ ଅନୁକୂଳ ସୁବିଧା ଦେବ। ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ରିସ୍କ ନିଅନ୍ତୁ ନାହିଁ । ତତ୍ପରତା ନାହିଁ । କାରବାରରେ ସାବଧାନ ରୁହନ୍ତୁ। ଉଚ୍ଚ ପଦାଧିକାରୀଙ୍କଠାରୁ ଆପଣ ସମ୍ମାନ ଏବଂ ଗୁରୁତ୍ୱ ପାଇବେ । ଧାର ଦେଇଥିବା ଟଙ୍କା ପାଇବ। ପୁଞ୍ଜି ବିନିଯୋଗ ଲାଭଦାୟକ ହେବ। ମିଥୁନ- ଯୋଜନା ଫଳପ୍ରଦ ହେବ । କାର୍ଯ୍ୟକୁ ପ୍ରଶଂସା କରାଯିବ । ଆୟ ବୃଦ୍ଧି ପାଇବ । ଚିନ୍ତା ଏବଂ ଟେନସନ ରହିବ । ଲଜ୍ଜିତ ହୁଅନ୍ତୁ ନାହିଁ । ପିଲାମାନେ ଏବଂ ଭାଇମାନଙ୍କ ଦ୍ୱାରା ଉପକୃତ ହେବେ। ଘରୋଇ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମିଳିତ ଭାବେ ଭାରତ -ବାଂଲାଦେଶ ମୈତ୍ରୀ ପାଇପ ଲାଇନ (ଆଇବିଏଫପି)କୁ ଆଜି (୧୮.୩.୨୦୨୩) ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଉଭୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସେପ୍ଟେମ୍ବର ୨୦୧୮ରେ ଏହି ପାଇପଲାଇନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୨୦୧୫ ମସିହାଠାରୁ ନୁମାଲିଗଡ ବିଶୋଧନାଗାର ଲିମିଟେଡ ବାଂଲାଦେଶକୁ ପେଟ୍ରୋଲଜାତ ସାମଗ୍ରୀ ଯୋଗାଇ ଆସୁଛି। ଭାରତ ଓ ଏହାର ପଡୋଶୀଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ସୀମାପାର ଶକ୍ତି ପାଇପ ଲାଇନ। ଭାରତ-ବାଂଲାଦେଶ ସମ୍ପର୍କରେ ଶକ୍ତି କ୍ଷେତ୍ରରେ ସହଯୋଗ ଏକ ନିବିଡ ସମ୍ପର୍କର ସେତୁ ହୋଇ ଉଠିଛି। ଆଇବିପିଏଫ ହେଉଛି ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ସୀମାପାର ପାଇପଲାଇନ ଯାହାଦ୍ୱାରା ଭାରତରୁ ବାଂଲାଦେଶକୁ ବାର୍ଷିକ ଏକ ନିୟୁତ ମେଟ୍ରିକ ଟନ୍ ହାଇସ୍ପିଡ୍ ଡିଜେଲ ପରିବହନ କରାଯାଇଥାଏ। ସଂଯୋଗୀକରଣ ବୃଦ୍ଧି ଦ୍ୱାରା ଏହା ଦୁଇଦେଶର ଜନସାଧାରଣଙ୍କ ମଧ୍ୟରେ ସହଯୋଗକୁ ମଧ୍ୟ ମଜବୁତ କରିବ। ବାଂଲାଦେଶ ହେଉଛି ଭାରତର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପୁସା ସ୍ଥିତ ଆଇଏଆରଆଇ କ୍ୟାମ୍ପସର ଏନଏଏସସି କମ୍ପ୍ଲେକ୍ସ ସୁବ୍ରମଣ୍ୟମ ହଲଠାରେ ଅନ୍ତର୍ଜାତୀୟ ମିଲେଟ୍ସ (ଶ୍ରୀଅନ୍ନ) ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଦୁଇ ଦିନିଆ ବିଶ୍ୱସ୍ତରୀୟ ସମ୍ମିଳନୀରେ ମିଲେଟ୍ସ (ଶ୍ରୀଅନ୍ନ) ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକାଧିକ ଅଧିବେଶନମାନ ଆୟୋଜନ କରାଯିବ। ଚାଷୀ, ଗ୍ରାହକ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ମିଲେଟ୍ସକୁ ନେଇ ସଚେତନତା ସୃଷ୍ଟି କରିବା ଓ ଏଥିପାଇଁ ପ୍ରୋତ୍ସାହନ ଯୋଗାଇଦେବା; ଶ୍ରୀ ଅନ୍ନ ମୂଲ୍ୟଶୃଙ୍ଖଳର ବିକାଶ; ଶ୍ରୀ ଅନ୍ନର ସ୍ୱାସ୍ଥ୍ୟ ଓ ପୋଷଣ ଦିଗ; ବଜାର ସୁବିଧା; ଗବେଷଣା ଓ ବିକାଶ ଆଦି ବିଷୟବସ୍ତୁ ଉପରେ ସମ୍ମିଳନୀରେ ବିଚାରବିମର୍ଶ କରାଯିବ। କାର୍ଯ୍ୟକ୍ରମ ପରିସରରେ ଆୟୋଜନ କରାଯାଇଥିବା ପ୍ରଦର୍ଶନୀ ତଥା କ୍ରେତାବିକ୍ରେତା ସାକ୍ଷାତ ପାଭିଲିୟନକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ସହିତ ଏହାକୁ ବୁଲି ଦେଖିଥିଲେ। ସେ ଏହି ଅବସରରେ ସ୍ମାରକୀ ଡାକ ଟିକେଟ ଓ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଥିଲେ।…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଆଜି ସନ୍ଧ୍ୟାରେ ହିଞ୍ଜିଳି ଥାନା ଅନ୍ତର୍ଗତ ପିତ୍ତଳ ଗ୍ରାମ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଉକ୍ତ ଦୁର୍ଘଟଣାରେ କୁକୁଡାଖଣ୍ଡି ଗ୍ରାମର ସଞ୍ଜୟ ପାତ୍ର ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ, ୫୯ ନଂ ଜାତୀୟ ରାଜପଥ ପିତ୍ତଳ ଛକରେ ଆସ୍କା ପଟୁ ଆସୁଥିବା ଏକ ହାଇୱ। ଟ୍ରକ୍ ମୃତ ସଞ୍ଜୟଙ୍କ ଉପରେ ମାଡ଼ି ଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ ଘଟିଥିଲା। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ଉତ୍କେଲା ରୁ ବିମାନ ଉଡିବା ଟୁ ବି ଲାଇସେନ୍ସ ଦେବା ପାଇଁ ଶୁକ୍ରବାର ଦିନ ଡି ଜି ସି ଏ ର ଦୁଇ ଜଣିଆ ଅଧିକାରୀ ସମୀକ୍ଷା ପାଇଁ ଉତ୍କେଲା ପହଞ୍ଚିଛନ୍ତି। ଡି ଜି ସି ଏ ର ମନୀଷ ଠାକୁର ଓ ଧୂସର ମଣ୍ଡଳ ଆସିଛନ୍ତି। ଏମାନେ ଓଲ୍ହାଇବା ପରେ ନୂତନ ଭାବରେ ହୋଇଥିବା ବିମାନ ବନ୍ଦର ର ସବୁ ବୁଲି ଦେଖିଥିଲେ।ଏମାନଙ୍କୁ ସବୁ ଦେଖାଇବା ଓ ସହଯୋଗ ପାଇଁ ଏ ଜି ଏମ ଏଟିସି, ପାଇଲଟ, ଏମ ଇ ଟି ଅଧିକାରୀ, ଏ ଟି ସି ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ବିଶ୍ୱଜିତ ଦାସ ଙ୍କ ନେତୃତ୍ୱରେ ପୂର୍ତ୍ତ ବିଭାଗ କତ୍ତୃପକ୍ଷ, ଅଗ୍ନିଶମ ବିଭାଗ, ସୁରକ୍ଷା ବିଭାଗ, ଟ୍ରାଫିକ କଣ୍ଟ୍ରୋଲ ପାଇଁ ଲାଗିଥିବା ଟାୱାର କମ୍ପାନୀ କତ୍ତୃପକ୍ଷ ଉପସ୍ଥିତ ରହି ସବୁ ଗାଇଡ଼…
ସୀତାରାମ ଅଗ୍ରୱାଲ ବାଣପୁର/ବାଲୁଗାଁ: ଆସନ୍ତା ସୋମବାର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ସରିବାକୁ ଥିବାବେଳେ ଶନିବାର ପରୀକ୍ଷା ପ୍ରଶ୍ନ ପତ୍ରରେ ଦେଖାଯାଇଛି ବିଭ୍ରାଟ। ଶନିବାର ସାମାଜିକ ବିଜ୍ଞାନ ପରୀକ୍ଷା ବିଷୟ ଥିବାରୁ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନପତ୍ର ବଣ୍ଟା ହେଲା ପରେ ଉକ୍ତ ତ୍ରୁଟି ଦେଖିବାକୁ ମିଳିଥିଲା। ପ୍ରକାଶଥାଉ କି ବୋର୍ଡ଼ ଦ୍ୱାରା ପ୍ରତି ବିଷୟରେ ଏ’ ବି’ ସି’ ଡି’ ଚାରିଗୋଟି ସେଟ ମାଧ୍ୟମରେ ପିଲାମାନଙ୍କୁ ପ୍ରଶ୍ନ ପତ୍ର ଯୋଗାଇ ଦିଆଯାଉଛି। କିନ୍ତୁ ବାଣପୁର ଓ ବାଲୁଗାଁ ଅଂଚଳର ଗୋଦାବରୀଶ ବିଦ୍ୟାପୀଠ, ବାଣପୁର ସରକାରୀ ବାଳିକା ବିଦ୍ୟାଳୟ ଭଳି ପ୍ରାୟ ସମସ୍ତ ପରୀକ୍ଷା ସେଣ୍ଟରରେ ‘ଏ ସି’ ଡି’ ସେଟର ପ୍ରଶ୍ନପତ୍ର ଠିକ ଥିଲାବେଳେ ବି ସେଟର ପ୍ରଶ୍ନପତ୍ରରେ ତ୍ରୁଟି ଦେଖିବାକୁ ମିଳିଥିଲା ବୋଲି ବାଣପୁର ବି ଇ ଓ ସନାତନ ଜାଲି କହିଛନ୍ତି। ‘ବି’ ସେଟ ପ୍ରଶ୍ନପତ୍ରରେ ‘ଏ’ ସେଟର କିଛି ପ୍ରଶ୍ନ ପଶିଯାଇଥିବା ଏବଂ ସମୁଦାୟ ୧୦୦ ମାର୍କ ପ୍ରଶ୍ନରୁ…
ଭୁବନେଶ୍ବର: ଆସନ୍ତା ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ସେ ଆସନ୍ତା ୨୧ ତାରିଖ ସଂଧ୍ୟାରେ ପୁରୀରେ ପହଁଞ୍ଚିବେ। ଏହାପରେ ୨୨ ତାରିଖରେ ଜଗନ୍ନାଥ ଦର୍ଶନ କରିବେ। ଏହା ପରଦିନ ଅର୍ଥାତ ୨୩ ତାରିଖରେ ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି କୋଲକାତା ଫେରିଯିବେ। ଏହାକୁ ନେଇ ବର୍ତ୍ତମାନ ଜାତୀୟ ରାଜନୀତି ହଲଚଲ୍। ପ୍ରକାଶ୍ୟରେ ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ବୋଲି କୁହାଯାଉଥିଲେ ମଧ୍ୟ ପ୍ରକୃତରେ ଏହା ପଛରେ ବଡ ଜାତୀୟ ରାଜନୀତି ଜଡିତ ରହିଛି ବୋଲି ଅନୁମାନ କରାଯାଇଛି। ନବୀନ ମମତା ଭେଟଘାଟ ଖବର ପ୍ରଚାର ହେବା ପରେ ବର୍ତ୍ତମାନ ଏହା ଜାତୀୟ ରାଜନୀତିରେ ମଧ୍ୟ ବଡ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାହିଁକି ମମତା ନବୀନଙ୍କୁ ଭେଟିବେ ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ତେବେ ଚର୍ଚ୍ଚା ଅନୁସାରେ ମମତା ଗଠନ କରିବାକୁ ଯାଉଥିବା ନୂଆ…
ଭୁବନେଶ୍ୱର: ତ୍ୱଚାରେ ବାର୍ଦ୍ଧକ୍ୟର ଚିହ୍ନକୁ ହ୍ରାସ କରାଇବା ସହ ଶରୀରରେ ଚମକ ଆଣିବା ଦିଗରେ ସହାୟକ ହୋଇପାରୁଛି ଗଧ ଦୁଗ୍ଧରୁ ପ୍ରସ୍ତୁତ ସାବୁନ୍। ପ୍ରସାଧନ ନିମନ୍ତେ ପ୍ରସ୍ତୁତ ସାମଗ୍ରୀରେ ଯୋଡ଼ି ହୋଇଯାଇଛି ଗଧ ଦୁଗ୍ଧରୁ ପ୍ରସ୍ତୁତ ସାବୁନ। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଲାଇଭ୍ଲିହୁଡ୍ ଅଲ୍ଟରନେଟିଭ୍ସ ଷ୍ଟାର୍ଟଅପ୍ କନ୍କ୍ଲେଭ୍ରେ ଏଭଳି ପ୍ରସାଧନକାରୀ ଉତ୍ପାଦ ପ୍ରସ୍ତୁତ କରିଥିବା ଷ୍ଟାର୍ଟଅପ୍ର କାର୍ଯ୍ୟ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ପୂଜା କୌଲ୍ ନାମକ ଜଣେ ଗବେଷିକା ଅର୍ଗାନିକୋ ନାମକ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିବା ସହ ଲଦାଖ ଅଂଚଳରୁ ଗଧଙ୍କ ଦୁଗ୍ଧ ସଂଗ୍ରହ କରି ସେଥିରୁ ବିଭିନ୍ନ ପ୍ରକାରର ସାବୁନ୍ ପ୍ରସ୍ତୁତ କରିଛନ୍ତି। ଲିଟର ପ୍ରତି ୧୩୦୦ ଟଙ୍କା ମୂଲ୍ୟର ଗଧ ଦୁଗ୍ଧରେ ଅଧିକ ପରିମାଣର ଆଂଟି ଏଜିଙ୍ଗ୍, ନ୍ୟୁଟ୍ରାସ୍ୟୁଟିକାଲ୍, ଆଂଟିବାୟୋଟିକ୍ ଏବଂ ପୁଷ୍ଟିକାରକ ପଦାର୍ଥ ରହିଛି। ଏହି ସାବୁନ୍ର ବ୍ୟବହାରର ୪ ରୁ ୫ ସପ୍ତାହ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଛତ୍ରପୁର ରେଳଷ୍ଟେସନରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଞ୍ଚଳର ଅନୀଲ ସେଠି ନାମକ ଜଣେ ଯୁବକ କୌଣସି କାରଣ ବଶତଃ ଚଳନ୍ତା କୋଣାର୍କ ଏକ୍ସପ୍ରେସ ଟ୍ରେନରୁ ଖସିଯିବା ସମୟରେ କର୍ତ୍ତବ୍ୟ ରତ ରେଳ ବିଭାଗର ମୁଖ୍ୟ ସିପାହୀ ପ୍ରସନ୍ନ କୁମାର ନାୟକଙ୍କ ନଜରକୁ ଆସିଥିଲା। ଚଳନ୍ତା ରେଳ ଗାଡ଼ିର ହେଣ୍ଡଲ୍ ଧରି ଉକ୍ତ ଯୁବକଙ୍କ ଗୋଡ଼ ତଳେ ଘୋଷାଡୁ ଥିବା ବେଳେ ସିପାହୀ ପ୍ରସନ୍ନ କୁମାର ନାୟକ ଦୌଡ଼ି ଆସି ଅନୀଲକୁ ଉଦ୍ଧାର କରିଥିଲେ। ଏବଂ ରେଳ ଷ୍ଟେସନରେ ପ୍ରାଥମିକ ଚିକିତ୍ସା କରିବା ପରେ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ସରକାରୀ ଆମ୍ବୁଲାନ୍ସ ଡ଼କାଇ ଅଧିକ ଚିକିତ୍ସା ପାଇଁ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆହତ ଯୁବକ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଇତ୍ୟବସରରେ ସିପାହୀ ପ୍ରସନ୍ନ କୁମାର ନାୟକଙ୍କ ଏହି ଭଳି ସେବା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରୁଛନ୍ତି। ସୁଚନା ଥାଉକି ଗତ…
ସ୍ୱାସ୍ଥ୍ୟ ଟିପ୍ସ: ବେଳେବେଳେ ସ୍ୱାଦ ହେତୁ ଆମେ ଅଧିକ ଖାଇଥାଉ। ଏହା ପେଟରେ ଯନ୍ତ୍ରଣା ଏବଂ ଗ୍ୟାସ ସମସ୍ୟା ସୃଷ୍ଟି କରିଥାଏ। ଅନେକ ଥର ଖାଦ୍ୟରେ ବ୍ୟାଘାତ, ବସିବା ଏବଂ ଦିନସାରା କାମ କରିବା କିମ୍ବା ଅଧିକ ଚା’ ପିଇବା କାରଣରୁ ଗ୍ୟାସର ସମସ୍ୟା ଦେଖାଯାଏ। କିଛି ଲୋକଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟରେ ପରିବର୍ତ୍ତନ କିମ୍ବା ଯାତ୍ରା ସମୟରେ ଗ୍ୟାସର ସମସ୍ୟା ଦେଖାଦେଇଥାଏ। ଭୁଲ ଖାଇବା ଅଭ୍ୟାସ ଦ୍ୱାରା ଗ୍ୟାସ ଗଠନର ସମସ୍ୟା ବୃଦ୍ଧି ପାଇଥାଏ। ଯଦି ଆପଣ ମଧ୍ୟ ଗ୍ୟାସ୍ ସମସ୍ୟାରେ ଅସୁବିଧାରେ ପଡ଼ନ୍ତି, ତେବେ ଆଜି ଆମେ ଆପଣଙ୍କୁ ୫ ଟି ଘରୋଇ ଉପଚାର ବିଷୟରେ କହୁଛୁ, ଯାହା ଦ୍ଵାରା ଆପଣ ଗ୍ୟାସ୍ ସମସ୍ୟାରୁ ମୁକ୍ତି ପାଇପାରିବେ। ୧- ଜୁଆଣୀ: ଯଦି ଆପଣଙ୍କର ଗ୍ୟାସ୍ ଅଛି, ତେବେ ସର୍ବପ୍ରଥମେ ଲୁଣ ଏବଂ ଜୁଆଣୀ ଖାଆନ୍ତୁ। ଜୁଆଣୀରେ ଥାଇମୋଲ୍ ନାମକ ଏକ ଯୌଗିକ ଥାଏ, ଯାହା ଗ୍ୟାଷ୍ଟ୍ରିକ୍ ରସକୁ କମ କରିଥାଏ। ଜୁଆଣୀ…

