Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଶୁଳ୍କ ରୋଗ ନିରୂପଣ ପରୀକ୍ଷାର ପରିସର ୨୨୧ କୁ ବୃଦ୍ଧି: ଜିଲ୍ଲା ଚିକିତ୍ସାଳୟରେ ମିଳିବ ୧୪୬ ପରୀକ୍ଷା ସୁବିଧା
ଆଜିର ଖବର

ନିଶୁଳ୍କ ରୋଗ ନିରୂପଣ ପରୀକ୍ଷାର ପରିସର ୨୨୧ କୁ ବୃଦ୍ଧି: ଜିଲ୍ଲା ଚିକିତ୍ସାଳୟରେ ମିଳିବ ୧୪୬ ପରୀକ୍ଷା ସୁବିଧା

March 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟ ଦିଗରେ ଅନ୍ୟ ଏକ ବିଶେଷ ପଦକ୍ଷେପ ଭାବେ ରାଜ୍ୟ ସରକାର ଜିଲ୍ଲାସ୍ତରରେ ମିଳୁଥିବା ନିଶୁଳ୍କ ରୋଗ ନିରୂପଣ ପରୀକ୍ଷା ପରିସର ୧୪୬ କୁ ବୃଦ୍ଧି କରିଛନ୍ତି। ମେଡ଼ିକାଲ କଲେଜ ଓ ହସ୍ପିଟାଲ ସ୍ତରରେ ୨୨୧ ପ୍ରକାର ଟେଷ୍ଟର ସୁବିଧା ମିଳିବ। ସ୍ୱାସ୍ଥ୍ୟ ସବ୍-ସେଣ୍ଟର୍ ଠାରୁ ଆରମ୍ଭ କରି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପର୍ଯ୍ୟନ୍ତ ସ୍ତରୱାରୀ ତାଲିକା ଅନୁସାରେ ଏହି ସବୁ ପରୀକ୍ଷା ସୁବିଧା ମିଳିପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଅର୍ଥ ବିଭାଗ ମନ୍ତ୍ରୀ ନିରଞନ ପୁଜାରୀ କହିଛନ୍ତି।

ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜାନୂଆରୀ ୨୦୧୮ ରୁ ଆରମ୍ଭ କରାଯାଇଥିବା ନିଦାନ ଯୋଜନାରେ ଏହି ସବୁ ସୁବିଧା ମିଳିବ। ଆୟବର୍ଗ ନିର୍ବିଶେଷରେ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିବା ସବୁଲୋକ ଏହି ନିଶୁଳ୍କ ମାଗଣା ସେବା ପାଇ ପାରିବେ। ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ କହିଛନ୍ତି ଯେ ରୋଗନିରୀକ୍ଷଣ ତଥ୍ୟ ଭିତ୍ତିରେ ରାଜ୍ୟରେ ବିଭିନ୍ନ ରୋଗର ସଂପ୍ରତି ସ୍ଥତିକୁ ଲକ୍ଷ୍ୟକରି ମାଗଣା ରୋଗନିରୂପଣ ପରୀକ୍ଷା ତାଲିକା ପ୍ରସ୍ତୁତ କରାଯାଇଛି, ଯେପରିକି ସମସ୍ତଙ୍କୁ ଉତ୍ତମ ଚିକିତ୍ସାସେବା ମିଳି ପାରିବ।

ସେ ସ୍ପଷ୍ଟ କରିଥିଲେ ଯେ ,ଏବେଣିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତରରେ ୧୪୬ ପ୍ରକାର ପରୀକ୍ଷା, ଉପଖଣ୍ଡ ଚିକିତ୍ସାଳୟ ସ୍ତରରେ ୧୨୧ ପ୍ରକାର କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ୧୦୩, ପ୍ରକାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ୬୫ ପ୍ରକାର ଏବଂ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ତରରେ ୧୬ ପ୍ରକାର ରୋଗ ନିରୂପଣ ପରୀକ୍ଷା ମାଗଣାରେ କରାଯିବ। ମେଡ଼ିକାଲ କଲେଜ ଓ ହସ୍ପିଟାଲ ସ୍ତରରେ ୨୨୧ ପ୍ରକାର ପରୀକ୍ଷା ସୁବିଧା ମିଳି ।

ଖର୍ଚ୍ଚ ବହୁଳ ଏବଂ ସ୍ପେସାଲିଟି ସେବା ପରୀକ୍ଷାଗୁଡିକୁ ଦକ୍ଷ ଓ ଅଭିଜ୍ଞ ରୋଗନିରୂପକ ସଂସ୍ଥାମାନଙ୍କ ମାଧ୍ୟମରେ କରାଯିବ। ଜାତୀୟ ଜେମ୍ସ୍ ଟେଣ୍ଡର ପୋର୍ଟାଲ୍ ମାଧ୍ୟମରେ ଏହି ସଂସ୍ଥାମାନଙ୍କରେ ଚୟନ କରାଯିବ। ଜନସାଧାରଣଙ୍କ ସୁବିଧା ନିମନ୍ତେ ଚୟନ ହୋଇଥିବା ସଂସ୍ଥା ଜିଲ୍ଲା ଉପଖଣ୍ଡ, ବ୍ଲକ୍ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଆବଶ୍ୟକୀୟ ସଂଖ୍ୟକ ସାମ୍ପୁଲ୍ ସଂଗ୍ରହ କେନ୍ଦ୍ର ଖୋଲିବେ। ପ୍ରତି ସ୍ୱାସ୍ଥ୍ୟସେବା ଅନୁଷ୍ଠାନର ଏକ ସୁଦୃଶ୍ୟ ଯାଗାରେ ମାଗଣାରେ ମିଳୁଥିବା ପରୀକ୍ଷା ତାଲିକା ବିଜ୍ଞାପିତ ହେବ ଯେପରିକି ଜନସାଧାରଣ ଏ ବିଷୟରେ ସଠିକ୍ ସୂଚନା ପାଇପାରିବେ।

ବିଭିନ୍ନ ପ୍ରକାର ରୋଗନିରୂପଣ ପରୀକ୍ଷାର ଗୁଣାତ୍ମକମାନ ବଜାୟ ରଖିବା ପାଇଁ ଉଭୟ ଅନ୍ତଃ-ବିଭାଗୀୟ ଏପଂ ବାହ୍ୟ-ଆନୁଷ୍ଠାନିକ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୁଜାରୀ କହିଥିଲେ।

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ପ୍ରାୟ ୫୮ ପ୍ରକାର ଖର୍ଚ୍ଚ ବହୁଳ ସ୍ପେସାଲିଟି ସେବା ପରୀକ୍ଷାକୁ ନିଦାନ ଅନ୍ତର୍ଭୁକ୍ତ କରାଯାଇଛି। ପରୀକ୍ଷାୱାରୀ ରିପୋର୍ଟ ପାଇବାର ସମୟ ମଧ୍ୟ ନିର୍ଦାରଣ କରାଯାଇଛି।

ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026

ମହିଳାଙ୍କୁ ସୁନା ଏବଂ ଶାଢୀ, ହଜ୍ ତୀର୍ଥଯାତ୍ରା ପାଇଁ ସବସିଡି ବୃଦ୍ଧି: ପଢନ୍ତୁ ତାମିଲନାଡୁ ବଜେଟ

August 5, 2026

RBI MPC 2026: ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ନାହିଁ, ହୋମ୍ ଲୋନ୍ ଓ କାର୍ ଲୋନ୍ EMI ରହିବ ପୂର୍ବଭଳି

August 5, 2026

ଜନ୍ତର ମନ୍ତରରେ ଷଡ଼ଯନ୍ତ୍ର ରଚିଥିଲା ପାକିସ୍ତାନ?: ଏକ ISI ମଡ୍ୟୁଲର ନଅ ସଦସ୍ୟ ଗିରଫ

August 5, 2026
Latest News

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026

NEET-UG ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ: ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଯୋଜନା ପ୍ରକାଶ କଲେ ସରକାର

August 5, 2026

ମହିଳାଙ୍କୁ ସୁନା ଏବଂ ଶାଢୀ, ହଜ୍ ତୀର୍ଥଯାତ୍ରା ପାଇଁ ସବସିଡି ବୃଦ୍ଧି: ପଢନ୍ତୁ ତାମିଲନାଡୁ ବଜେଟ

August 5, 2026

କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

August 5, 2026

ହଟ୍ଟଗୋଳ ମଧ୍ୟରେ ଏହି ପ୍ରମୁଖ ବିଲ୍ ପାସ୍ କଲେ ସୀତାରମଣ: ୩ ମିନିଟରେ କିପରି ହେଲା ସମ୍ଭବ?

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.