Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫରୁ ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ
ଆଞ୍ଚଳିକ

ବାଣପୁର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫରୁ ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ

March 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ପ୍ରତ୍ୟେକ ବ୍ଲକରେ ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଓ ବୈଷୟିକ ଶିକ୍ଷା ଗ୍ରହଣ ନିମନ୍ତେ ବ୍ଲକ ସ୍ତରୀୟ ପରାମର୍ଶ ଶିବିରମାନ ଆୟୋଜନ କରାଯାଉଅଛି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକର ଭେଟେଶ୍ୱର ହାଇସ୍କୁଲ, ସରକାରୀ ବାଳିକା ହାଇସ୍କୁଲ ଏବଂ ନାଚୁଣୀ ଗୋଦାବରୀଶ ହାଇସ୍କୁଲ ଠାରେ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ପରାମର୍ଶ ଶିବିରରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ସହ ଅନୁବନ୍ଧିତ ବିଭିନ୍ନ ସରକାରୀ ଓ ବେସରକାରୀ ତାଲିମ ପ୍ରଦାନକାରି ସଂସ୍ଥାମାନେ ଯୋଗ ଦେଇଥିଲେ।

ଏହି ତାଲିମ ପ୍ରଦାନକାରି ସଂସ୍ଥା ମାନେ ବିଭିନ୍ନ ଟ୍ରେଡ଼ ମାନଙ୍କରେ ଜାତୀୟ ବୈଷୟିକ ଦକ୍ଷତା ଓ କୌଶଳ କର୍ପୋରେସନ ଦ୍ୱାରା ଜାରି କରାଯାଇଥିବା ସ୍ୱଳ୍ପ ମିଆଦି ପାଠ୍ୟକ୍ରମ ସୂଚୀରୁ ପ୍ରାର୍ଥୀ ମାନଙ୍କର ରୁଚି ଅନୁଯାୟୀ ତାଲିମ ପ୍ରଦାନ କରିବେ। ଏହାର ଅବଧି ଏକ ମାସରୁ ଛଅ ମାସ ମଧ୍ୟରେ ହେବା ଜଣାଯାଇଛି।

ତାଲିମ ସମୟରେ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନଙ୍କର ରହିବା ଓ ଖାଇବା ଖର୍ଚ୍ଚ ଓଡିଶା ସରକାର ବହନ କରିବେ। ତାଲିମ ପରେ ମୂଲ୍ୟ ନିର୍ଦ୍ଧାରଣ ପରୀକ୍ଷା କରାଯାଇ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ SSCଙ୍କ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯିବା ସହିତ ତିନିମାସ ମଧ୍ୟରେ ଦକ୍ଷତା ଅନୁସାରେ ରାଜ୍ୟ ଭିତରେ ଓ ବାହାରେ ବେସରକାରୀ ସଂସ୍ଥା ମାନଙ୍କରେ ନିଯୁକ୍ତି ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି ବୋଲି ବାଣପୁର ବିଇଓ ସନାତନ ଜାଲି କହିଛନ୍ତି।

ସେହିପରି ଦଶମ ଶ୍ରେଣୀରେ ପାସ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବୈଷୟିକ ଶିକ୍ଷା ଓ ବିଶ୍ୱ ଦକ୍ଷତା କେନ୍ଦ୍ର ସମ୍ପର୍କରେ ପରାମର୍ଶ ପ୍ରଦାନ କରାଯିବ।

ଭେଟେଶ୍ୱର ହାଇସ୍କୁଲରେ ଆୟୋଜିତ ଏହି ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ସମ୍ମାନିତ ଅତିଥି ଭାବେ ସରପଞ୍ଚ ସାବିତ୍ରୀ ଭୋଳ ଏବଂ ସମାଜସେବୀ ଜିତେନ୍ଦ୍ର ଭୋଳ ଯୋଗଦେଇ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଆୟୋଜିତ ପରାମର୍ଶ ଶିବିରରେ ଅଂଶ ଗ୍ରହଣ କରି ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026
Latest News

ଦୀର୍ଘଦିନ ପରେ ଶ୍ରୀମନ୍ଦିରରୁ ବାହାରିଲା ନୀଳାଚଳ ଅବଢା

July 29, 2026

ଆଜି ଜୁଲାଇ ୨୯ ତାରିଖ ବୁଧବାର ଦିନ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭବେଳା

July 29, 2026

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

July 28, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.