Author: Samikhsya Bureau

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଦ୍ଵାରା ୪୦୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହାସହିତ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କାଯାଇଛି। ସୂଚନା ଅନୁଯାୟୀ, ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଇନିଷ୍ପେକ୍ଟର ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱରେ ପାଟ୍ରୋଲିଂ ବେଳେ ମହୁରୀ କାଳୁଆ ଛକରେ ଏକ ପିକ୍ଅପ୍ ଗାଡ଼ିକୁ ଅଟକାଇ ଥିଲେ। ଗାଡି ଚାଳକ ଗାଡ଼ି ଛାଡ଼ି ଚାଲିଯିବାକୁ ଉଦ୍ୟମ କରିବା ବେଳେ ଅବକାରୀ ଟିମ୍ ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରି ଥିଲେ ଓ ଗାଡି ଯାଞ୍ଚ ବେଳେ ସେଥିରେ ରସୁଣ ବସ୍ତା ମଧ୍ୟରେ ବହୁ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପରେ ଉକ୍ତ ଗାଡିକୁ ଜବତ କରିଥିଲେ। ଦୁଇ ଚାଲାଣକାରୀ ପାଟପୁର ଅଞ୍ଚଳର ସନ୍ତୋଷ କୁମାର ସାହୁ ଓ ରାଧାକାନ୍ତ ସାହୁକୁ ଅଟକ ରଖି ଅବକାରୀ ବିଭାଗ ଜେରା ଚଳାଇଥିବା ଜଣାପଡିଛି।

Read More

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ଈଶ୍ବରଙ୍କ ପ୍ରତି ବିଶ୍ୱାସ କରନ୍ତି। ସେଥିପାଇଁ ଯେତେବେଳେ ବି ଆମେ କୌଣସି ଅସୁବିଧାରେ ପଡ଼ୁ, ସର୍ବପ୍ରଥମେ ଆମେ ଭଗବାନଙ୍କୁ ସ୍ମରଣ କରୁ। ପ୍ରତ୍ୟେକ ହିନ୍ଦୁ ପରିବାରରେ ପ୍ରତିଦିନ ଦେବତା ଏବଂ ଦେବୀଙ୍କୁ ପୂଜା କରାଯାଏ। କିନ୍ତୁ ଘରେ ପୂଜା କରିବା ସହିତ ଜଣେ ମଧ୍ୟ ମନ୍ଦିରକୁ ଯିବା ଉଚିତ୍। ପୂଜାପାଠ ପାଇଁ ପ୍ରତିଦିନ ମନ୍ଦିରକୁ ଯିବାର ଗୋଟିଏ କିମ୍ବା ଦୁଇଟି ନୁହେଁ, ୩୬ ଟି ଲାଭ ଅଛି ଏବଂ ବୈଜ୍ଞାନିକ ଭିତ୍ତିରେ ତଥା ଶାସ୍ତ୍ରରେ ମଧ୍ୟ ଏହି ଲାଭ ଉପକାରୀ ବୋଲି ବିବେଚନା କରାଯାଇଛି। ଧାର୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ମନ୍ଦିରକୁ ଯିବାର ଲାଭ: – ମନ୍ଦିରକୁ ଯିବାକୁ ହେଲେ ବ୍ରହ୍ମ ମୂହୁର୍ତ୍ତରେ ସକାଳୁ ଉଠିବା ଏକ ନିୟମ ଅଟେ। ସକାଳେ ଉଠିବା ଦ୍ୱାରା ଆମେ ଆମର ଦୈନନ୍ଦିନ କାର୍ଯ୍ୟକଳାପରୁ ପାନୀୟ ଜଳ, ମଳିନତା, ଦାନ୍ତ ଘଷିବା, ଗାଧୋଇବା ଇତ୍ୟାଦିରୁ ଅବସର ନେଇଥାଉ। – ଆମ ଘର…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ପରିବା ବ୍ୟବସାୟୀ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଇତ୍ୟବସରରେ ଅଧିକାଂଶ ବ୍ୟବସାୟୀ ଯୋଗ ଦେଇ ସଂଘର ଆଭିମୁଖ୍ୟ ଓ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଓ କର୍ମକର୍ତ୍ତା ଚୟନ ହୋଇଥିଲା। ସର୍ବସମ୍ମତିକ୍ରମେ ଶଙ୍କର ରାଉତ ସଭାପତି, ଶୁଶାନ୍ତ ମହାରଣା ଉପସଭାପତି, ସିମାଞ୍ଚଳ ପାଢୀ ସମ୍ପାଦକ ଓ ଶଙ୍କର୍ଷଣ ସାହୁ କୋଷାଧ୍ୟକ୍ଷ ଭାବେ ଚୟନ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ଅନ୍ୟ ବ୍ୟବସାୟୀମାନଙ୍କୁ ଚୟନ କରାଯାଇଛି।

Read More

ଭୁବନେଶ୍ବର: ଦୀର୍ଘ ବର୍ଷ ଧରି ଭୁବନେଶ୍ବରରେ ଝାରପଡାରେ ଥିବା ମୁଖ୍ୟ ଜେଲକୁ ସ୍ଥାନାନ୍ତରିତ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ଆରମ୍ଭ ହୋଇଯାଇଛି। ୧୯୬୪ ମସିହାରୁ ଏହି ଜେଲ ଝାରପଡା କାର୍ଯ୍ୟ କରୁଛି। ଏହି ଜେଲକୁ ନେଇ ଝାରପଡା ଅଞ୍ଚଳ ପରିଚିତ ହୋଇଛି। ହେଲେ ବର୍ତ୍ତମାନ ଝାରପଡା ଜେଲରେ ବନ୍ଦୀମାନଙ୍କୁ ରଖିବାରେ ସ୍ଥାନ ଅଭାବ ମୁଖ୍ୟ ସମସ୍ୟା ରହିଛି। ଏଥିସହିତ ଏହା ବର୍ତ୍ତମାନ ସହରର ମୁଖ୍ୟ ସ୍ଥାନରେ ଥିବାରୁ ସୁରକ୍ଷା ନେଇ ଅସୁବିଧା ସୃଷ୍ଟି ହେଉଛି।ଏପରିକି ଏହି ଜେଲକୁ ଆଉ ବୃଦ୍ଧି କରିବା ମଧ୍ୟ ସମ୍ଭବ ହୋଇପାରୁ ନାହିଁ। ସେଥିପାଇଁ ସରକାର ଏହାକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତି କରିଛନ୍ତି। ସେହି ଅନୁସାରେ ଏହି ଝାରପଡା ଜେଲ ଭୁବନେଶ୍ବରର ଉପକଣ୍ଠରେ ଥିବା ଜାମୁଝରିକୁ ସ୍ଥାନାନ୍ତରିତ ହେବ। ସେଠାରେ ପୂର୍ବରୁ ଏକ ମୁକ୍ତାକାଶ ଜେଲ ରହିଛି। ସେହି ପାଖରେ ପ୍ରାୟ 50 ଏକର ସ୍ଥାନରେ ଏହି ଜେଲ ନିର୍ମାଣ ହେବ ବୋଲି…

Read More

ନୂଆଦିଲ୍ଲୀ: ଶେଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଶଙ୍କା ସତ୍ୟ ପ୍ରମାଣିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଶେଷରେ ସିବିଆଇ ଗିରଫ କରିଛି। ସିସୋଦିଆଙ୍କୁ ରବିବାର ସନ୍ଧ୍ୟାରେ ସିବିଆଇ ଦ୍ୱାରା ଗିରଫ କରାଯାଇଛି। ବର୍ତ୍ତମାନ ଆଜି ସକାଳେ ତାଙ୍କର ଡାକ୍ତରୀ ଯାଞ୍ଚ କରାଯିବ ଏବଂ କୋର୍ଟରେ ଉପସ୍ଥାପନ କରାଯିବ। ସିସୋଦିଆଙ୍କୁ ଜେରା ପାଇଁ ହେପାଜତ ପଠାଇବାକୁ ସିବିଆଇ କୋର୍ଟରୁ ଦାବି କରିବ। ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ଦାବି କରିଛି ଯେ, ସିସୋଦିଆଙ୍କ ବ୍ୟତୀତ ଦଳର ଅନେକ ବଡ ନେତାଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରେ ଦିଲ୍ଲୀ ସରକାରରେ ମନ୍ତ୍ରୀ ଗୋପାଳ ରାୟ, ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ବିଧାୟକ ରୋହିତ କୁମାର ମହୁରୁଲିଆ ଏବଂ ସଙ୍ଗମ ବିହାର ବିଧାୟକ ଦୀନେଶ ମୋହାନିଆ ଅଛନ୍ତି। ସଞ୍ଜୟ ସିଂ ନିଜେ ଏହି ଦାବି କରିଛନ୍ତି। ସେ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସଞ୍ଜୟ ସିଂହ ମଧ୍ୟ ଟୁଇଟ୍ କରି ଦାବି କରିଛନ୍ତି…

Read More

ମେଷ-ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ। ମାନସିକ ସମସ୍ୟା ହେତୁ ସବୁଠାରୁ ଅସୁବିଧାଜନକ ହେବ। ଯାହାର କୈଣସି ନିର୍ଦ୍ଦିଷ୍ଟ କାରଣ ରହିବ ନାହିଁ, କିନ୍ତୁ ଆପଣ ଭାବିବାରେ ଅଧିକ ସମୟ ଦେବେ । ଆପଣ ଖର୍ଚ୍ଚ ବଢିବ କିନ୍ତୁ ଆୟ ମଧ୍ୟ ଭଲ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସଜାଇବାକୁ ଚେଷ୍ଟା କରିବ । କାର୍ଯ୍ୟ ସଂପର୍କରେ, ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ। ଘରଲୋକମାନେ ଆପଣଙ୍କ କାର୍ଯ୍ୟରେ ସହାୟକ ହେବେ ଏବଂ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବେ । ବିବାହିତ ଲୋକମାନେ ଘରୋଇ ଜୀବନରେ ସନ୍ତୁଷ୍ଟ ହେବେ, ଯେଉଁମାନେ ପ୍ରେମ ଜୀବନ ବିତାଉଛନ୍ତି, ସେମାନେ ନିଜ ପ୍ରିୟଙ୍କ ସହିତ ବିବାହ ବିଷୟରେ କଥାବାର୍ତ୍ତା କରିପାରିବେ। ବୃଷ–ଆଜି ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି। ବ୍ୟବସାୟରେ ଆପଣ ଭଲ ସଫଳତା ପାଇବ ଏବଂ ତୁମେ କଠିନ…

Read More

କୋରାପୁଟ: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲାର ଦେଓମାଳୀ ଓ କୋଟିଆ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଦେଓମାଳୀ ଠାରେ ଇକୋ ଟୁରିଜିମ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ ଚାରା ରୋପଣ କରିଥିଲେ। ସେହିଭଳି କୋଟିଆରେ ସରକାରଙ୍କ ପକ୍ଷରୁ ଯାରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ମଧ୍ୟ ଶ୍ରୀ ମହାପାତ୍ର ଅନୁଧ୍ୟାନ କରିଥିଲେ। ସେଠାରେ ଜନୈକ ଶ୍ରୀ ବାସନା ଗେମେଲଙ୍କ ଦ୍ବାରା ଷ୍ଟ୍ରବେରୀ ଚାଷ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ମହୁ ମାଛି ଚାଷ ବୁଲି ଦେଖିବା ସହ ଆବଶ୍ୟକୀୟ ପ୍ରୋତ୍ସାହନ ଦେବା ପାଇଁ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ଏକ ଫରେଷ୍ଟ ଗେଷ୍ଟ ହାଉସ ଓ ଶୀତଳ ଭଣ୍ତାରର ଉଦଘାଟନ କରିଥିଲେ। ରଣାସିଂ ଅଞ୍ଚଳରେ ଅଙ୍ଗନୱାଡି କେନ୍ଦ୍ର ଶୁଭ ଉଦଘାଟନ କରିବା ସହ ପିଲା ମାନଙ୍କୁ ପୋଷାକ ଓ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ।…

Read More

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି। ଏହା ପରେ ଆମ୍ ଆଦମୀ ପାର୍ଟି ଟ୍ୱିଟର ହ୍ୟାଣ୍ଡେଲରୁ ଏହାର ଡିପି ହଟାଇ ଦେଇଛି। ଗିରଫ ପରେ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଆସିବା ଆରମ୍ଭ କରିଛି। ମଦ ଦୁର୍ନୀତିରେ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି ବୋଲି ବିଜେପି ନେତା କପିଲ ମିଶ୍ର କହିଛନ୍ତି। କପିଲ ମିଶ୍ର ଟ୍ୱିଟ୍ କରି କହିଛନ୍ତି ଯେ, “ମନୀଷ ସିସୋଦିଆଙ୍କୁ ମଧ୍ୟ ମଦ ଦୁର୍ନୀତିରେ ଗିରଫ କରାଯାଇଛି। ମଦ୍ୟପାନ ଦ୍ୱାରା ବର୍ବାଦ ହୋଇଥିବା ପରିବାରର ମା ଏବଂ ଭଉଣୀମାନଙ୍କ କୋପ ପଡିଛି। ମୁଁ ଆରମ୍ଭରୁ କହିଛି ଯେ, କେଜ୍ରିୱାଲ, ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ଜେଲ ଯିବେ, ସେମାନଙ୍କ ମଧ୍ୟରୁ ଦୁଇଜଣ ଜେଲ ଯାଇଛନ୍ତି, ପରବର୍ତ୍ତୀ ନମ୍ବର କେଜ୍ରିୱାଲଙ୍କର ଆସିବ। ମନୀଷ ସିସୋଦିଆଙ୍କ ଗିରଫଦାରୀ ଉପରେ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, “ମନୀଷ ନିର୍ଦ୍ଦୋଷ। ତାଙ୍କର…

Read More

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ଅଜିତ କୁମାର ମହାନ୍ତିଙ୍କ ଆଜି ପରଲୋକ ହୋଇଯାଇଛି। କର୍କଟ ରୋଗରେ ପୀଡିତ ହୋଇ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସ୍ବର୍ଗତ ମହାନ୍ତି କଟକ କେଶରପୁରରେ ଜନ୍ମ ଗ୍ରହଣ କରିଥିଲେ। ଏକାଧାରାରେ ସେ ଥିଲେ ଜଣେ ପ୍ରାବନ୍ଧିକ, କବି ତଥା ସାମ୍ବାଦିକ। ‘ଧରିତ୍ରୀ’, ‘ସମୟ’, ‘ଅନୁପମ ଭାରତ’ ଓ ‘ଓଡ଼ିଶା ଭାସ୍କର’ ଓ ‘ଅମୃତ ଦୁନିଆ’ରେ ସେ ଦୀର୍ଘ ବର୍ଷ ସାମ୍ବାଦିକତା କରି ଅବସର ନେଇଥିଲେ। ସେ କିଛି ପୁସ୍ତକ ରଚନା କରିଛନ୍ତି। ତାଙ୍କର କବିତା ପୁସ୍ତକ ଆ’-ଆଜି ନଈକୁ ଯିବା ଖୁବ ଅଦୃତିଲାଭ କରିଥିଲା। ଏଥି ସହ ତାଙ୍କର ପ୍ରବନ୍ଧଭିତ୍ତିକ ପୁସ୍ତକ ବି ରହିଛି। ତେବେ ପଢ଼ାପଢ଼ିରେ ପ୍ରବଳ ରୁଚି ଥିବା ସ୍ବର୍ଗତ ମହାନ୍ତିଙ୍କ ଆଧ୍ୟାତ୍ମକ ପୁସ୍ତକ ପ୍ରତି ଅଧିକ ଦୁର୍ବଳତା ଥିଲା। ହସ୍ପିଟାଲ ରୋଗ ଶଯ୍ୟାରେ ବି ସେ ପଢିବାକୁ…

Read More

ନୂଆଦିଲ୍ଲୀ: ସିବିଆଇ ଆଜି ଅବକାରୀ ନୀତି ମାମଲାରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି। ସିସୋଦିଆଙ୍କୁ ପ୍ରାୟ ୮ ଘଣ୍ଟା ଜେରା କରିବା ପରେ ସିବିଆଇ ଗିରଫ କରିଛି। ଏହାପୂର୍ବରୁ ସିବିଆଇ ଜେରା ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ ଯେ, ସେ ଅନୁସନ୍ଧାନକାରୀ ସଂସ୍ଥାକୁ ସମ୍ପୂର୍ଣ୍ଣ ସହଯୋଗ କରିବେ। ଏହି ଗିରଫଦାରୀ ସମ୍ପର୍କରେ ଆମ୍ ଆଦମୀ ପାର୍ଟି ବିଜେପିକୁ ଟାର୍ଗେଟ କରି ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛି। ଆଜି ଜେରା ପାଇଁ ମନୀଷ ସିସୋଦିଆଙ୍କୁ ସିବିଆଇ ଡାକିଥିଲା। ସିସୋଦିଆ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସକାଳେ ରାଜଘାଟକୁ ଯାଇଥିଲେ। ଏହା ପରେ ସେ ଏକ ରୋଡ୍ ସୋ କରିବା ସମୟରେ ପ୍ରାୟ ୧୧ ଟା ସମୟରେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସିବିଆଇ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ସିସୋଡିଆ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ। ସିସୋଦିଆ କହିଥିଲେ ଯେ, ମିଥ୍ୟା…

Read More

ପାରାଦୀପ/ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ବନ୍ଦର ନଗରୀ ପାରାଦୀପ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ବନ୍ଦର ପ୍ରାଧିକରଣର ଅଫିସର୍ସ କ୍ଲବ ଠାରେ ଆୟୋଜିତ ଏହି କର୍ମଶାଳାରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ଶ୍ରୀ ପି.ଏଲ ହରନାଧ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ବନ୍ଦର ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ହରନାଧ କହିଛନ୍ତି, ଯାହାର ଫଳସ୍ୱରୂପ ୨୦୩୦ ସୁଦ୍ଧା ପାରାଦୀପ ବନ୍ଦରର କ୍ଷମତା ୪୦୦ ମିଲିଅନ ଟନକୁ ବୃଦ୍ଧି ପାଇବ ବୋଲି ଶ୍ରୀ ହରନାଧ କହିଛନ୍ତି। ନିଜର ଉଦବୋଧନରେ ପାରାଦୀପ ବନ୍ଦରର ବିଭିନ୍ନ ଉପଲବ୍ଧି ବିଷୟରେ ସୂଚନା ଦେଇ ସେ କହିଥିଲେ ଯେ ପାରଦୀପ ବନ୍ଦର ବାର୍ଷିକ ଟ୍ରାଫିକ୍‌ କ୍ଷେତ୍ରରେ ୧୭.୫% ରୁ ଅଧିକ ସକାରାତ୍ମକ ଅଭିବୃଦ୍ଧି ହାସଲ କରିଛି ଯାହାକି ଦେଶର…

Read More

ନୂଆଦିଲ୍ଲୀ: ଗୁଜୁରାଟର ସୁରଟରୁ ଦିଲ୍ଲୀକୁ ଆସୁଥିବା ଇଣ୍ଡିଗୋ ବିମାନ ସହିତ ପକ୍ଷୀ ଧକ୍କା ହୋଇଥିବା ଜଣାପଡିଛି। ଏହା ପରେ ବିମାନଟି ଅହମ୍ମଦାବାଦକୁ ସ୍ଥାନାନ୍ତରିତ କରାଯାଇଛି। ଡିଜିସିଏ ଏହି ସୂଚନା ଦେଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କହିଛି ଯେ ‘ଇଣ୍ଡିଗୋ ଏ୩୨୦ ବିମାନ VT-IZI’ ର ସୁରଟ-ଦିଲ୍ଲୀ ବିମାନ ୬ଇ-୬୪୬ ସଞ୍ଚାଳିତ ହେଇଥିଲା। ସୁରଟରେ ଉଡ଼ିବା ସମୟରେ ବିମାନ ସହିତ ଏକ ପକ୍ଷୀ ଧକ୍କା ହୋଇଥିଲେ, ଏହା ପରେ ଏହାକୁ ଅହମ୍ମଦାବାଦ ଆଡକୁ ନିଆଯାଇଥିଲା। ବିମାନଟି ଏନ-୧ କମ୍ପନ ସୃଷ୍ଟି କରିଥିଲା ​​ଯାହା ୪.୭ ୟୁନିଟ୍ ଥିଲା। ବିମାନଟି ଅହମ୍ମଦାବାଦରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।

Read More

ଭୁବନେଶ୍ବର: ବିଦାୟୀ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ବର୍ତ୍ତମାନ ଓଡିଶାର ଇଲେକ୍ଟ୍ରିସିଟି ରେଗୁଲେଟରୀ ଅଥରିଟିର ଅଧ୍ୟକ୍ଷ ହେବେ। ଏ ନେଇ ଆଜି ଶକ୍ତି ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ମୁଖ୍ୟ ଶାସନ ସଚିବ ତଥ ମୁଖ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଆଇଏଏସଙ୍କୁ ଓଇଆରସି ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେ ଯେବେଠାରୁ ଏହି ଦାୟିତ୍ବ ନେବେ ସେହିଦିନଠାରୁ ତାଙ୍କର ନିଯୁକ୍ତିକୁ ଗ୍ରହଣ କରାଯିବ।

Read More

ପିପିଲି: ପୁଣି ଥରେ ବିବାହ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡର ବିଧାୟକ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର। ସେ ପୂର୍ବରୁ ଯାହାକୁ ବିବାହ କରିଥିଲେ ତାଙ୍କ ସହିତ ମତଭେଦ ଯୋଗୁ ଛାଡପତ୍ର ଦେଇଥିଲେ। ଏବେ ସେ ଦ୍ବିତୀୟ ବିବାହ କରିଛନ୍ତି। ଏହି ବିବାହ ଉତ୍ସବ ପିପିଲିର ଆଭେଞ୍ଚର ରିସର୍ଟରେ ଅନୁଷ୍ଠିତ ହୋଇଛି। ଦିବ୍ୟଶଙ୍କର ଯାହାକୁ ବିବାହ କରିଛନ୍ତି ସେ ହେଉଛନ୍ତି ତାଙ୍କ ନିର୍ବାଚନ ମଣ୍ଡଳୀର ଝିଅ ପ୍ରିୟଙ୍କା ଅଗସ୍ତି। ସେ ହେଉଛନ୍ତି ଗୋଲକୁଣ୍ଡା ବ୍ଲକ ଅଧିନର ଦୋକାଟ ଗାଁର ଭବାନୀ ଅଗସ୍ତିଙ୍କ ଝିଅ। ସେ ଜଣେ ବୃତ୍ତିରେ ସଫ୍ଟୱାର ଇଂଜିନିୟର। ସେ ବର୍ତ୍ତମାନ ବେଙ୍ଗୁଲୁରର ଏକ କଂପୀନାରେ ଚାକିରୀ କରୁଛନ୍ତି। ପ୍ରିୟଙ୍କାଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ। କାରଣ ସେ ପୂର୍ବରୁ ଧର୍ମଗଡର ଜଣେ ଯୁବକଙ୍କୁ ବିବାହ କରିଥିଲେ। ତେବେ ବିବାହର ଦୁଇ ବର୍ଷ ପରେ ତାଙ୍କର ବିବାହ ବିଛେଦ ହୋଇଥିଲା। ଦିବ୍ୟଶଙ୍କର ପୂର୍ବରୁ ଯାହାକୁ ବିବାହ କରିଥିଲେ ସେ ମଧ୍ୟ…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ ପ୍ରଦୀପ ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ଦେଇଛନ୍ତି। ସେ ଆସନ୍ତା ମାର୍ଚ୍ଚ 1 ତାରିଖରେ ଦାୟିତ୍ବ ଗ୍ରହଣ କରିବେ। ସେ ମୁଖ୍ୟ ଶାସନ ସଚିବ ହେବା ପରେ ଉନ୍ନୟନ କମିସନର ଭାବେ ଅନୁ ଗର୍ଗଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ୧୯୯୧ ବ୍ୟାଚର ଆଇଏଏସ ଅଧିକାରୀ ଅନୁ ଗର୍ଗଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ୟାହାରେ ଅଛନ୍ତି। ସେ ବର୍ତ୍ତମାନ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେ ଏହି ଦାୟିତ୍ବରେ ମଧ୍ୟ ରହିବେ। ସେହିପରି ତାଙ୍କୁ ଯୋଜନା ଏବଂ ସମନ୍ବୟ ବିଭାଗର ଅତିରିକ୍ତ ଶାସନ ସଚିବ ମଧ୍ୟ ଦିଆଯାଇଛି।

Read More

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଏହି ସମୟରେ ନିଜର ଖରାପ ଫର୍ମ ପାଇଁ କ୍ରମାଗତ ଭାବରେ ସମାଲୋଚିତ ହେଉଥିବା ଓପନିଂ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ତାଙ୍କ ପତ୍ନୀ ଆଥିଆ ଶେଟ୍ଟୀଙ୍କ ସହ ଉଜୈନର ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗରେ ପହଞ୍ଚି ବାବା ମହାକାଳଙ୍କୁ ଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୨ ଟି ଟେଷ୍ଟ ମ୍ୟାଚରେ କେ.ଏଲ୍ ରାହୁଲଙ୍କ ଅତ୍ୟନ୍ତ ଖରାପ ଫର୍ମ ଦେଖିବାକୁ ମିଳିଥିଲା, ଯେଉଁଥିପାଇଁ ଖେଳୁଥିବା ଏକାଦଶରେ ତାଙ୍କ ସ୍ଥାନ ବିଷୟରେ ମଧ୍ୟ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଯେତେବେଳେ ତୃତୀୟ ଏବଂ ଚତୁର୍ଥ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଥିଲା ସେତେବେଳେ ରାହୁଲ ଦଳର ଏକ ଅଂଶ ହୋଇଥିଲେ ମଧ୍ୟ ଉପ-ଅଧିନାୟକଙ୍କ ଦାୟିତ୍ଵ ତାଙ୍କଠାରୁ କାଢି ନିଆଯାଇଥିଲା। ପ୍ରକାଶ ଯେ, କେ.ଏଲ୍ ରାହୁଲ ନିକଟରେ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କୁ ବିବାହ କରିଥିଲେ। ଉଭୟ ମହାକାଳେଶ୍ୱର…

Read More

ଭୁବନେଶ୍ବର: ଶେଷରେ ମୁଖ୍ୟ ଶାସନ ସଚିବ ହେଲେ ବରିଷ୍ଠ ଆଇଏଏସ ଅଫିସର ପ୍ରଦୀପ କୁମାର ଜେନା। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏବେ ମୁଖ୍ୟ ଶାସନ ସଚିବ ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୨୮ ତାରିଖରେ ସରୁଛି। ଏହାପରେ କିଏ ମୁଖ୍ୟ ଶାସନ ସଚିବ ହେବେ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏବେ ତାହାର ପୂର୍ଣ୍ଣଛେଦ ପଡିଛି। ୧୯୮୯ ବ୍ୟାଚର ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନା ମାର୍ଚ୍ଚ ୧ରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଶ୍ରୀ ଜେନା ଏବେ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍ କମିଶନର ଦାୟିତ୍ବରେ ଅଛନ୍ତି। ସେହିପରି ବରିଷ୍ଠ ଆଇଏଏସ ଅଫିସର ଅନୁ ଗର୍ଗଙ୍କୁ ଡିସି ଭାବେ ନିଯୁକ୍ତି ଦିଆଯାଇଛି।

Read More

ଭୁବନେଶ୍ୱର: ‘ମନ୍ କି ବାତ’ର ୯୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କେନ୍ଦ୍ରାପଡା ଜିଲ୍ଲା ଖଇରାବାଦ ଅଞ୍ଚଳର କମଳା ମହାରଣାଙ୍କ ‘ଆବର୍ଜନାରୁ ସମ୍ପଦ’ର ସଫଳ ପ୍ରୟାସ ଉପରେ ଚର୍ଚ୍ଚା ସମସ୍ତଙ୍କୁ ପ୍ରେରିତ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ କମଳା ମହାରଣାଙ୍କ ବର୍ଜ୍ୟବସ୍ତୁରୁ ଘରକରଣା ସାମଗ୍ରୀର ଉଦାହରଣ ଦେବା ସହ ସ୍ୱଚ୍ଛ ଭାରତ ଅଭିଯାନରେ ନିଜକୁ ସାମିଲ କରିବା ଭଳି ସଚେତନତାର ବାର୍ତ୍ତା ଦେଇଥିବାରୁ ଧନ୍ୟବାଦ। କମଳା ମହାରଣା ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକରୁ ପେଡ଼ି, ପାଚିଆ, ମୋବାଇଲ ଷ୍ଟାଣ୍ଡ୍ ଭଳି ଉତ୍ପାଦ ପ୍ରସ୍ତୁତ କରି ପରିବେଶକୁ ସ୍ୱଚ୍ଛ ରଖିବା ସହ ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରି ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି। ତାଙ୍କର ପ୍ରଚେଷ୍ଟା ସ୍ୱଚ୍ଛ ଭାରତ ଅଭିଯାନକୁ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ବିରିବାଡି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ମହୁଝର ଗ୍ରାମର ନଣ୍ଡା ଜେନା ଓ ତାଙ୍କ ପତ୍ନୀ ବାଇକ୍ ଯୋଗେ ବାଣପୁରର ଆୟତପୁରରେ ନିଜ ଝିଅ ଘରକୁ ଦୋଳ ପୁନେଇ ଭାର ନେଇ ଯାଉଥିଲେ। ହେଲେ ୧୬ ନଂ ଜାତୀୟ ରାଜପଥ ବିରିବାଡି ଛକ ନିକଟରେ ତାଙ୍କ ବାଇକ୍ କୁ ଅନ୍ୟ ଏକ ବାଇକ୍ ଧକ୍କା ଦେଇଥିଲା। ଯାହାଫଳରେ ନଣ୍ଡା ଜେନାଙ୍କ ପତ୍ନୀ ଜୟନ୍ତୀ ଜେନା (୩୦) ଙ୍କ ମୃତ୍ୟୁ ହୋଇଯାଇଛି।

Read More

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଫଳରେ ମଣିଷ ସମାଜ ଉପରେ ଏହାର ଅନେକ ପ୍ରଭାବ ପଡ଼ିବାକୁ ଆରମ୍ଭ ହୋଇଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେବା ସହ ତୁରନ୍ତ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି। ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସମୁଦ୍ର ପତନର ବୃଦ୍ଧି ହୋଇଛି ଏବଂ ଏଥିପାଇଁ ଓଡ଼ିଶାର ଅନେକ ଉପକୂଳବର୍ତ୍ତୀ ଗ୍ରାମ ଲୋପ ପାଇବାକୁ ବସିଲାଣି। ସେହିପରି ପାଣିର ଅପବ୍ୟବହାର ମଧ୍ୟ ଭବିଷ୍ୟତରେ ପରିସ୍ଥିତିକୁ ଜଟିଳ କରିବାକୁ ଯାଉଛି ବୋଲି କହିଛନ୍ତି କମ୍ବାଟ୍ କ୍ଲାଇମେଟ୍ ଚେଞ୍ଜ ନେଟୱାର୍କ ଭାରତ ଶାଖାର ଆବାହକ ରଞ୍ଜନ ପଣ୍ଡା। ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା ଉପକୂଳରେ ଥିବା ସାତଭାୟା ଅଂଚଳର ୭ ଟି ଗ୍ରାମ ସମୁଦ୍ର ପତନ ବୃଦ୍ଧି ଯୋଗୁଁ ଲୋପ ପାଇଯାଇଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ର ବହୁ ଗ୍ରାମ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛି ବୋଲି ଓଡ଼ିଶାର ଜଳମାନବ ଭାବେ ପରିଚିତ ଶ୍ରୀ ପଣ୍ଡା କହିଛନ୍ତି। ପ୍ରତ୍ୟେକ ଥର ବାତ୍ୟା…

Read More

ନୂଆଦିଲ୍ଲୀ: ହିନ୍ଦି ଚଳଚିତ୍ର RRR ର Naatu Naatu ଗୀତର କ୍ରେଜ କେତେ ତାହା ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବାରେ ଲାଗିଛି। ସେହିପରି ଏକ ପ୍ରମାଣ ନୂଆଦିଲ୍ଲୀରେ ଥିବା ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ଗତକାଲି ଏହି କାର୍ଯ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ସେଥିରେ ଖୋଦ ରାଷ୍ଟ୍ରଦୂତଙ୍କ ସହିତ ଅନ୍ୟକର୍ମଚାରୀ ଧୂମ ନାଚିଲେ। ଏହି ଭିଜୁୟାଲ କୋରିଆନ ଟୁଇଟରରେ ପୋଷ୍ଟ ହେବା ପରେ ତାହା ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଖୁସ ପ୍ରକଟ କରିଛନ୍ତି। ମୋଦି ଟୁଇଟ କରି ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ କାର୍ଯ୍ୟାଳୟର ଏପରି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଏହା ହେଉଛି ଜୀବନ୍ତ ଏବଂ ଆକର୍ଷଣୀୟ ପଦକ୍ଷେପ।

Read More