ଭୁବନେଶ୍ବର: ବିଦାୟୀ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ବର୍ତ୍ତମାନ ଓଡିଶାର ଇଲେକ୍ଟ୍ରିସିଟି ରେଗୁଲେଟରୀ ଅଥରିଟିର ଅଧ୍ୟକ୍ଷ ହେବେ। ଏ ନେଇ ଆଜି ଶକ୍ତି ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ମୁଖ୍ୟ ଶାସନ ସଚିବ ତଥ ମୁଖ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଆଇଏଏସଙ୍କୁ ଓଇଆରସି ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେ ଯେବେଠାରୁ ଏହି ଦାୟିତ୍ବ ନେବେ ସେହିଦିନଠାରୁ ତାଙ୍କର ନିଯୁକ୍ତିକୁ ଗ୍ରହଣ କରାଯିବ।
Author: Samikhsya Bureau
ପିପିଲି: ପୁଣି ଥରେ ବିବାହ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡର ବିଧାୟକ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର। ସେ ପୂର୍ବରୁ ଯାହାକୁ ବିବାହ କରିଥିଲେ ତାଙ୍କ ସହିତ ମତଭେଦ ଯୋଗୁ ଛାଡପତ୍ର ଦେଇଥିଲେ। ଏବେ ସେ ଦ୍ବିତୀୟ ବିବାହ କରିଛନ୍ତି। ଏହି ବିବାହ ଉତ୍ସବ ପିପିଲିର ଆଭେଞ୍ଚର ରିସର୍ଟରେ ଅନୁଷ୍ଠିତ ହୋଇଛି। ଦିବ୍ୟଶଙ୍କର ଯାହାକୁ ବିବାହ କରିଛନ୍ତି ସେ ହେଉଛନ୍ତି ତାଙ୍କ ନିର୍ବାଚନ ମଣ୍ଡଳୀର ଝିଅ ପ୍ରିୟଙ୍କା ଅଗସ୍ତି। ସେ ହେଉଛନ୍ତି ଗୋଲକୁଣ୍ଡା ବ୍ଲକ ଅଧିନର ଦୋକାଟ ଗାଁର ଭବାନୀ ଅଗସ୍ତିଙ୍କ ଝିଅ। ସେ ଜଣେ ବୃତ୍ତିରେ ସଫ୍ଟୱାର ଇଂଜିନିୟର। ସେ ବର୍ତ୍ତମାନ ବେଙ୍ଗୁଲୁରର ଏକ କଂପୀନାରେ ଚାକିରୀ କରୁଛନ୍ତି। ପ୍ରିୟଙ୍କାଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ। କାରଣ ସେ ପୂର୍ବରୁ ଧର୍ମଗଡର ଜଣେ ଯୁବକଙ୍କୁ ବିବାହ କରିଥିଲେ। ତେବେ ବିବାହର ଦୁଇ ବର୍ଷ ପରେ ତାଙ୍କର ବିବାହ ବିଛେଦ ହୋଇଥିଲା। ଦିବ୍ୟଶଙ୍କର ପୂର୍ବରୁ ଯାହାକୁ ବିବାହ କରିଥିଲେ ସେ ମଧ୍ୟ…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ ପ୍ରଦୀପ ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ଦେଇଛନ୍ତି। ସେ ଆସନ୍ତା ମାର୍ଚ୍ଚ 1 ତାରିଖରେ ଦାୟିତ୍ବ ଗ୍ରହଣ କରିବେ। ସେ ମୁଖ୍ୟ ଶାସନ ସଚିବ ହେବା ପରେ ଉନ୍ନୟନ କମିସନର ଭାବେ ଅନୁ ଗର୍ଗଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ୧୯୯୧ ବ୍ୟାଚର ଆଇଏଏସ ଅଧିକାରୀ ଅନୁ ଗର୍ଗଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ୟାହାରେ ଅଛନ୍ତି। ସେ ବର୍ତ୍ତମାନ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେ ଏହି ଦାୟିତ୍ବରେ ମଧ୍ୟ ରହିବେ। ସେହିପରି ତାଙ୍କୁ ଯୋଜନା ଏବଂ ସମନ୍ବୟ ବିଭାଗର ଅତିରିକ୍ତ ଶାସନ ସଚିବ ମଧ୍ୟ ଦିଆଯାଇଛି।
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଏହି ସମୟରେ ନିଜର ଖରାପ ଫର୍ମ ପାଇଁ କ୍ରମାଗତ ଭାବରେ ସମାଲୋଚିତ ହେଉଥିବା ଓପନିଂ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ତାଙ୍କ ପତ୍ନୀ ଆଥିଆ ଶେଟ୍ଟୀଙ୍କ ସହ ଉଜୈନର ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗରେ ପହଞ୍ଚି ବାବା ମହାକାଳଙ୍କୁ ଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୨ ଟି ଟେଷ୍ଟ ମ୍ୟାଚରେ କେ.ଏଲ୍ ରାହୁଲଙ୍କ ଅତ୍ୟନ୍ତ ଖରାପ ଫର୍ମ ଦେଖିବାକୁ ମିଳିଥିଲା, ଯେଉଁଥିପାଇଁ ଖେଳୁଥିବା ଏକାଦଶରେ ତାଙ୍କ ସ୍ଥାନ ବିଷୟରେ ମଧ୍ୟ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଯେତେବେଳେ ତୃତୀୟ ଏବଂ ଚତୁର୍ଥ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଥିଲା ସେତେବେଳେ ରାହୁଲ ଦଳର ଏକ ଅଂଶ ହୋଇଥିଲେ ମଧ୍ୟ ଉପ-ଅଧିନାୟକଙ୍କ ଦାୟିତ୍ଵ ତାଙ୍କଠାରୁ କାଢି ନିଆଯାଇଥିଲା। ପ୍ରକାଶ ଯେ, କେ.ଏଲ୍ ରାହୁଲ ନିକଟରେ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କୁ ବିବାହ କରିଥିଲେ। ଉଭୟ ମହାକାଳେଶ୍ୱର…
ଭୁବନେଶ୍ବର: ଶେଷରେ ମୁଖ୍ୟ ଶାସନ ସଚିବ ହେଲେ ବରିଷ୍ଠ ଆଇଏଏସ ଅଫିସର ପ୍ରଦୀପ କୁମାର ଜେନା। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏବେ ମୁଖ୍ୟ ଶାସନ ସଚିବ ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୨୮ ତାରିଖରେ ସରୁଛି। ଏହାପରେ କିଏ ମୁଖ୍ୟ ଶାସନ ସଚିବ ହେବେ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏବେ ତାହାର ପୂର୍ଣ୍ଣଛେଦ ପଡିଛି। ୧୯୮୯ ବ୍ୟାଚର ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନା ମାର୍ଚ୍ଚ ୧ରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଶ୍ରୀ ଜେନା ଏବେ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍ କମିଶନର ଦାୟିତ୍ବରେ ଅଛନ୍ତି। ସେହିପରି ବରିଷ୍ଠ ଆଇଏଏସ ଅଫିସର ଅନୁ ଗର୍ଗଙ୍କୁ ଡିସି ଭାବେ ନିଯୁକ୍ତି ଦିଆଯାଇଛି।
ଭୁବନେଶ୍ୱର: ‘ମନ୍ କି ବାତ’ର ୯୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କେନ୍ଦ୍ରାପଡା ଜିଲ୍ଲା ଖଇରାବାଦ ଅଞ୍ଚଳର କମଳା ମହାରଣାଙ୍କ ‘ଆବର୍ଜନାରୁ ସମ୍ପଦ’ର ସଫଳ ପ୍ରୟାସ ଉପରେ ଚର୍ଚ୍ଚା ସମସ୍ତଙ୍କୁ ପ୍ରେରିତ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ କମଳା ମହାରଣାଙ୍କ ବର୍ଜ୍ୟବସ୍ତୁରୁ ଘରକରଣା ସାମଗ୍ରୀର ଉଦାହରଣ ଦେବା ସହ ସ୍ୱଚ୍ଛ ଭାରତ ଅଭିଯାନରେ ନିଜକୁ ସାମିଲ କରିବା ଭଳି ସଚେତନତାର ବାର୍ତ୍ତା ଦେଇଥିବାରୁ ଧନ୍ୟବାଦ। କମଳା ମହାରଣା ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକରୁ ପେଡ଼ି, ପାଚିଆ, ମୋବାଇଲ ଷ୍ଟାଣ୍ଡ୍ ଭଳି ଉତ୍ପାଦ ପ୍ରସ୍ତୁତ କରି ପରିବେଶକୁ ସ୍ୱଚ୍ଛ ରଖିବା ସହ ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରି ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି। ତାଙ୍କର ପ୍ରଚେଷ୍ଟା ସ୍ୱଚ୍ଛ ଭାରତ ଅଭିଯାନକୁ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ବିରିବାଡି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ମହୁଝର ଗ୍ରାମର ନଣ୍ଡା ଜେନା ଓ ତାଙ୍କ ପତ୍ନୀ ବାଇକ୍ ଯୋଗେ ବାଣପୁରର ଆୟତପୁରରେ ନିଜ ଝିଅ ଘରକୁ ଦୋଳ ପୁନେଇ ଭାର ନେଇ ଯାଉଥିଲେ। ହେଲେ ୧୬ ନଂ ଜାତୀୟ ରାଜପଥ ବିରିବାଡି ଛକ ନିକଟରେ ତାଙ୍କ ବାଇକ୍ କୁ ଅନ୍ୟ ଏକ ବାଇକ୍ ଧକ୍କା ଦେଇଥିଲା। ଯାହାଫଳରେ ନଣ୍ଡା ଜେନାଙ୍କ ପତ୍ନୀ ଜୟନ୍ତୀ ଜେନା (୩୦) ଙ୍କ ମୃତ୍ୟୁ ହୋଇଯାଇଛି।
ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଫଳରେ ମଣିଷ ସମାଜ ଉପରେ ଏହାର ଅନେକ ପ୍ରଭାବ ପଡ଼ିବାକୁ ଆରମ୍ଭ ହୋଇଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେବା ସହ ତୁରନ୍ତ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି। ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସମୁଦ୍ର ପତନର ବୃଦ୍ଧି ହୋଇଛି ଏବଂ ଏଥିପାଇଁ ଓଡ଼ିଶାର ଅନେକ ଉପକୂଳବର୍ତ୍ତୀ ଗ୍ରାମ ଲୋପ ପାଇବାକୁ ବସିଲାଣି। ସେହିପରି ପାଣିର ଅପବ୍ୟବହାର ମଧ୍ୟ ଭବିଷ୍ୟତରେ ପରିସ୍ଥିତିକୁ ଜଟିଳ କରିବାକୁ ଯାଉଛି ବୋଲି କହିଛନ୍ତି କମ୍ବାଟ୍ କ୍ଲାଇମେଟ୍ ଚେଞ୍ଜ ନେଟୱାର୍କ ଭାରତ ଶାଖାର ଆବାହକ ରଞ୍ଜନ ପଣ୍ଡା। ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା ଉପକୂଳରେ ଥିବା ସାତଭାୟା ଅଂଚଳର ୭ ଟି ଗ୍ରାମ ସମୁଦ୍ର ପତନ ବୃଦ୍ଧି ଯୋଗୁଁ ଲୋପ ପାଇଯାଇଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ର ବହୁ ଗ୍ରାମ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛି ବୋଲି ଓଡ଼ିଶାର ଜଳମାନବ ଭାବେ ପରିଚିତ ଶ୍ରୀ ପଣ୍ଡା କହିଛନ୍ତି। ପ୍ରତ୍ୟେକ ଥର ବାତ୍ୟା…
ନୂଆଦିଲ୍ଲୀ: ହିନ୍ଦି ଚଳଚିତ୍ର RRR ର Naatu Naatu ଗୀତର କ୍ରେଜ କେତେ ତାହା ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବାରେ ଲାଗିଛି। ସେହିପରି ଏକ ପ୍ରମାଣ ନୂଆଦିଲ୍ଲୀରେ ଥିବା ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ଗତକାଲି ଏହି କାର୍ଯ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ସେଥିରେ ଖୋଦ ରାଷ୍ଟ୍ରଦୂତଙ୍କ ସହିତ ଅନ୍ୟକର୍ମଚାରୀ ଧୂମ ନାଚିଲେ। ଏହି ଭିଜୁୟାଲ କୋରିଆନ ଟୁଇଟରରେ ପୋଷ୍ଟ ହେବା ପରେ ତାହା ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଖୁସ ପ୍ରକଟ କରିଛନ୍ତି। ମୋଦି ଟୁଇଟ କରି ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ କାର୍ଯ୍ୟାଳୟର ଏପରି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଏହା ହେଉଛି ଜୀବନ୍ତ ଏବଂ ଆକର୍ଷଣୀୟ ପଦକ୍ଷେପ।
ନୂଆଦିଲ୍ଲୀ: ପ୍ରାୟତଃ ଏପରି ଅନେକ ନୋଟ୍ ମିଳେ, ଯାହା ଉପରେ କିଛି ନା କିଛି ଲେଖାଯାଇଥାଏ। ଏପରି ପରିସ୍ଥିତିରେ, ପ୍ରଶ୍ନ ମନକୁ ଆସେ ଯେ ଯେଉଁ ନୋଟ ଉପରେ କିଛି ଲେଖା ଅଛି ତାହା ଅବୈଧ ବୋଲି ଧରାଯିବ କି? ଆଜିକାଲି ଏହି ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି ହେଉଛି ଯେ, ଯଦି ଆପଣ ନୂଆ ନୋଟରେ କିଛି ଲେଖନ୍ତି ତେବେ ଏହା ଅବୈଧ ହୋଇଯିବ। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା କ’ଣ ଏହାର ମୂଲ୍ୟ ସମାପ୍ତ ହେବ ଏବଂ କ’ଣ ଆପଣ ଏହାକୁ ବଜାରରେ ବ୍ୟବହାର କରିପାରିବେ ନାହିଁ କିମ୍ବା ଅନ୍ୟ କିଛି ସତ୍ୟ ଅଛି? ସୋସିଆଲ ମିଡିଆରେ ଏକ ଖବର ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଉଛି ଯେ, ଯଦି କୌଣସି ନୋଟରେ ଲେଖାଯାଏ ତେବେ ଏହା ସିଧାସଳଖ ଅବୈଧ ହୋଇଯିବ। ଏହିପରି ନୋଟ୍ ଗୁଡିକ କେବଳ…
ଭୁବନେଶ୍ବର: ଭୁବନେଶ୍ବରର ୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଫେବୃଆରୀ ୨୦ ତାରିଖଠାରୁ ଆୟୋଜିତ ଆଦିବାସୀ ମେଳା-୨୦୨୩ରେ ଚାଲିଛି ଆଦିବାସୀ ମେଳା। ସାମଗ୍ରିକ ଭାବରେ ଆଦିବାସୀମାନଙ୍କର ସାମାଜିକ, ଅର୍ଥନୈତିକ ଓ ବାଣିଜ୍ୟିକ କ୍ଷେତ୍ରରେ ଘଟିଥିବା ପ୍ରଗତି ଓ ପରିବର୍ତ୍ତନର ନିଖୁଣ ଚିତ୍ର ମେଳା ପରିସରରେ ଖୋଲା ଯାଇଥିବା ପ୍ରାଚୀନ ଜନଜାତିଙ୍କ ଦୁନିଆରେ ଦେଖିବାକୁ ମିଳୁଛି। ବିଭିନ୍ନ ଜନଜାତି ବର୍ଗଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀଗୁଡ଼ିକର ବଜାର ଚାହିଦା ଏବେ ଆଶାତୀତ ଭାବରେ ବୃଦ୍ଧି ପାଇଛି। ସହରାଞ୍ଚଳରେ ଏହିସବୁ ସାମଗ୍ରୀ ଉପଲବ୍ଧ ହେବା କଷ୍ଟକର ହୋଇଥିବାରୁ ବର୍ଷକରେ ଥରେ ଅନୁଷ୍ଠିତ ହେଉଥିବା ମେଳାରୁ ତାହା କିଣିବାକୁ ଗୃହିଣୀମାନଙ୍କର ବିଶେଷ ଆଗ୍ରହ ପରିଲକ୍ଷିିତ ହେଉଛି। ଏହାଛଡ଼ା ଆଦିବାସୀ ସମାଜ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକର ଜୈବିକ ଗୁଣ ଏଯାବତ୍ ଅକ୍ଷୁଣ୍ଣ ରହିଛି ବୋଲି ଲୋକଙ୍କ ମନରେ ଯେଉଁ ଦୃଢ଼ ଧାରଣା ରହିଛି, ଗୃହିଣୀଙ୍କ ଆଗ୍ରହରୁ ତାହା ବେଶ୍ ଅନୁମାନ କରିହେଉଛି। ଗତାକାଲି ଶନିବାର ଛୁଟିଥିବାରୁ ଅପରାହ୍ନରେ ମେଳା ପରିସରକୁ…
ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଜେରା ପାଇଁ ସିବିଆଇ କାର୍ଯ୍ୟାଳୟରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପହଞ୍ଚିଛନ୍ତି। କିନ୍ତୁ ଏହାର କିଛି ସମୟ ପରେ AAP ସାଂସଦ ସଞ୍ଜୟ ସିଂ ସିବିଆଇ କାର୍ଯ୍ୟାଳୟ ନିକଟରେ ଧାରଣାରେ ବସିଥିଲେ। ତେବେ ସିବିଆଇ କାର୍ଯ୍ୟାଳୟ ନିକଟରେ ବିରୋଧ କରୁଥିବା ଦଳର ନେତା ଓ କର୍ମୀଙ୍କୁ ଦିଲ୍ଲୀ ପୋଲିସ ହେପାଜତକୁ ନେଇଛି। ପ୍ରକାଶ ଯେ, ସିବିଆଇ କାର୍ଯ୍ୟାଳୟଠାରୁ ଏକ କିଲୋମିଟର ଦୂରରେ ପୋଲିସ୍ ବ୍ୟାରିକେଡ୍ ଅଛି। କାହାକୁ ଆସିବାକୁ ଅନୁମତି ନାହିଁ। ଏଥିରେ କ୍ରୋଧିତ AAP ସାଂସଦ ସଞ୍ଜୟ ସିଂ ଏବଂ ଦଳୀୟ କର୍ମୀମାନେ ଆର୍ଚ ବିଶପ ମାର୍ଗରେ ଜୋରଦାର ପ୍ରଦର୍ଶନ କରିଥିଲେ।
ରାୟପୁର: ଛତିଶଗଡ଼ର ରାୟପୁର ଠାରେ ୮୫ ତମ ଅଖିଳ ଭାରତ କଂଗ୍ରେସର ମହା ଅଧିବେଶନରେ ଓଡିଶାରୁ ବହୁ ତୁଙ୍ଗ ନେତା ସହିତ ଶତାଧିକ କର୍ମି ଯୋଗ ଦେଇଛନ୍ତି। ଏଥିରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ। ଶ୍ରୀମତୀ ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଯୋଗ ଦେଇଥିଲେ। ଏଥିସହିତ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ଶୁଖୁ ,ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲାଟ,ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ,ଏଆଇସିସି ସାଧାରଣ ସମ୍ପାଦକ ରାନଦୀପ ସୁରଜେବାଲା, ଶସି ଥରୁର ଏବଂ ବହୁ ନେତୃବୃନ୍ଦ, ବିଭିନ୍ନ ରାଜ୍ୟର ପିସିସି ସଭାପତି, ବିଭିନ୍ନ ରାଜ୍ୟର କଂଗ୍ରେସ ବିଧାୟକ ଦଳ ନେତା,ଏଆଇସିସି ଏବଂ ପିସିସି ସଦସ୍ୟ ପାଖାପାଖି ୧୫ ହଜାର ରୁ ଅଧିକ ନେତୃବର୍ଗ ଅଂଶ ଗ୍ରହଣ କରିଥିଲେ। ଏହି ବୈଠକରେ ପ୍ରଥମେ ଦିବଙ୍ଗତ କଂଗ୍ରେସ ନେତୃବୃନ୍ଦଙ୍କ ଉଦ୍ଧେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଓଡ଼ିଶାର…
ଭୁବନେଶ୍ବର: ଚିଟ ଫଣ୍ଡ କଂପାନୀର ଯାହା ଜମି ଜବତ ହୋଇଛି ତୁରନ୍ତ ତାହାକୁ ବିକ୍ରି କରି ଜମାକାରୀଙ୍କ ଟଙ୍କା ଫେରାଅ। ଏହିପରି ଏକ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଚିଟଫଣ୍ଡ ମାମଲା ଚାଲିଥିବା କୋର୍ଟ କହିଛନ୍ତି ଯେ, ଏହାକୁ ସାଧାରଣରେ ଅକସନ କରି ବିକ୍ରି କରି ସେହି କଂପାନୀର ଜମାକାରୀଙ୍କୁ ଟଙ୍କା ଫେରସ୍ତ କର। ଓଡିଶାର ଶ୍ରୀ ଭୂମି ଗ୍ରୁପ ଅଫ କଂପାନୀର ଏହି ଜମିକୁ ବିକ୍ରି କରିବା ପାଇଁ କୁହାଯାଇଛି। ପୂର୍ବରୁ ଓଡିଶା ଇକୋନିମିକାଲ ଅଫନସିଭ ୱଇଙ୍ଗି ବା ଇଓଡବ୍ଲୁ ଏହି କଂପାନୀର 24 ଏକର ଜମି ଜବତ କରିଛି। ଏଥିସହିତ କଂପାନୀର ତିନି ଜଣ ନିର୍ଦ୍ଦେଶକଙ୍କୁ ଗିରଫ ମଧ୍ୟ କରିଛି। ଏହି କଂପାନୀ ଲୋକଙ୍କୁ ଅଧିକ ଲୋଭ ଦେଖାଇ ଟଙ୍କା ନେଣଦେଣ କରିଥିବାର ଅଭିଯୋଗ ହୋଇଥିଲା। ବର୍ତ୍ତମାନ ଏହି କଂପାନୀ ଜବତ ହୋଇଥିବା ମୋଟ 24.0487 ଏକର ଜମିକୁ ଅକସନ କରିବା ପାଇଁ ବନ୍ଦୋବସ୍ତ କରୁଥିବାର ଜଣାପଡିଛି। ବିକ୍ରି ସରିବା…
ଶ୍ରୀନଗର: ସ୍ଥାନୀୟ ବଜାରକୁ ଯାଉଥିବାବେଳେ ପୁଲୱାମାର କାଶ୍ମୀରୀ ପଣ୍ଡିତ ସଞ୍ଜୟ ଶର୍ମାଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସମଗ୍ର ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରି ରହିଛନ୍ତି। ଏ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କାଶ୍ମୀର ପୋଲିସ କହିଛି। ଏହି ଘଟଣା ଆତଙ୍କବାଦୀଙ୍କ ଦ୍ୱାରା ଟାର୍ଗେଟ କିଲିଂ ଘଟଣାର ଏକ ଧାରା ବୋଲି ବିଶ୍ୱାସ କରାଯାଏ। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ସଞ୍ଜୟ ଶର୍ମା ଏକ ଘରୋଇ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଥିଲେ। ସେଦିନ ସକାଳ ପ୍ରାୟ ୧୦ ଟା ବେଳେ ବଜାରକୁ ଯାଉଥିବା ବେଳେ ତାଙ୍କୁ ନିକଟରୁ ଗୁଳି କରାଯାଇଥିଲା।
ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମସ୍ୟା ବଢିବାରେ ଲାଗିଛି। ଅବକାରୀ ନୀତି ମାମଲାରେ ତାଙ୍କୁ ଜେରା ପାଇଁ ସିବିଆଇ ଡାକିଛି। ସିସୋଦିଆ କହିଛନ୍ତି ଯେ, ସେ ଅନୁସନ୍ଧାନକାରୀ ସଂସ୍ଥାକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ଏବଂ ମିଥ୍ୟା ଅଭିଯୋଗରେ ଜେଲ ଯିବାକୁ ପଡିଲେ, ସେଥିପ୍ରତି ସେ ଭୟଭୀତ ନୁହନ୍ତି। ସିବିଆଇ ଏଫଆଇଆର ଅନୁଯାୟୀ ଲାଞ୍ଚ ଏବଂ ଅପରାଧିକ ଷଡଯନ୍ତ୍ର ଅନୁଯାୟୀ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସରକାରୀ କର୍ମଚାରୀଙ୍କଠାରୁ ଲାଞ୍ଚ ନେବା, ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ଦୁର୍ନୀତି ନିବାରଣ ଆଇନ (୧୯୮୮) ର ଧାରା ୭ ମନୀଷ ସିସୋଦିଆ ଉପରେ ଲାଗୁ କରାଯାଇଛି। ଯଦି ଦୋଷ ପ୍ରମାଣିତ ହୁଏ, ତେବେ ସର୍ବନିମ୍ନ ୩ ବର୍ଷ ଏବଂ ସର୍ବାଧିକ ୭ ବର୍ଷ ଜେଲ ଏବଂ ଜରିମାନା ହୋଇପାରେ। ଆଇପିସିର ଧାରା ୧୨୦ ବି (ଅପରାଧିକ ଷଡଯନ୍ତ୍ର) ମଧ୍ୟ ମନୀଷ ସିସୋଦିଆଙ୍କ ଉପରେ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କେବେ ପ୍ରେମ ପାଇଁ ଅପହରଣ ତ କେବେ ହତ୍ୟା। ପ୍ରେମରେ ଅନ୍ଧ ହୋଇ ମଣିଷ ମଣିଷର ଜୀବନ ନେବାକୁ ପଛାଉ ନାହିଁ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଗତ ୧୮ ତାରିଖରେ ଜୟପାଟଣା ଥାନା ପୋଲୋକାମୁଣ୍ଡା ଗ୍ରାମର ଜଣେ ୧୭ ବର୍ଷୀୟ କଲେଜ ଛାତ୍ର ଦିଲୀପ ବାଗ ନିଖୋଜ ଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ତତ୍ପରତା ଦେଖାଇବା ସହ ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଜଣଙ୍କୁ ପ୍ରଥମେ ଅଟକ ରଖିଥିବା ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଜଣଙ୍କୁ ତଦନ୍ତ ପରିସରକୁ ଆଣିଥିଲା। ତଦନ୍ତରେ ଦୁଇ ଅଭିଯୁକ୍ତ ମୋହନ ମାଝୀ ଓ ନାବାଳକ ଡାକ୍ତର ନାଏକ ପ୍ରେମ ତ୍ରିକୋଣୀୟ ସମ୍ପର୍କରୁ ହତ୍ୟା କରିଥିଲୁ ବୋଲି ସ୍ୱୀକାର କରିଥିଲେ। ଜଣେ ଝିଅକୁ ମୃତକ ଦିଲୀପ ଓ ମୋହନ ଭଲ ପାଉଥିବା…
ଚାନ୍ଦପୁର: ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ-ଚାନ୍ଦପୁର ବାଇପାସ୍ ଗୌରଚନ୍ଦ୍ରପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାରେ ଜଣେ ମୃତ ଓ ୪ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣା ପଡିଛି. ମୃତକ ଜଣକ ହେଲେ ଚାନ୍ଦପୁର ଥାନା ଅଧିନସ୍ଥ କୁକୁଡାଝରି ଗ୍ରାମର କାଳିଆ ତାଡ (୪୮)। କୁକୁଡା ଝରି ଗ୍ରାମର ୫ ଜଣ ନିର୍ମାଣ ଶ୍ରମିକ ଢଳେଇ କାମ କରିବା ପାଇଁ ନିଜର ସମସ୍ତ ସାଜ ସରଂଜାମ ସହ ଏକ ପିକ୍ ଅପ୍ ଭ୍ୟାନରେ କୁକୁଡାଝରି ଗ୍ରାମରୁ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ଗୌରଚନ୍ଦ୍ରପୁର ଛକରେ ଏକ ଆଇଚର ଟ୍ରକ୍ ପିକ୍ ଅପ୍ ଭ୍ୟାନକୁ ପଛ ପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଜଣଙ୍କର ମ୍ରୁତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଖବର ପାଇ ଚାନ୍ଦପୁର ପୋଲିସ୍ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ମୃତକ ଓ ଗୁରୁତରଙ୍କୁ…
ଭୁବନେଶ୍ବର: ଭାରତର ଅଧିକାଂଶ ସ୍ଥାନରେ ହୋଲି ଉତ୍ସବ ବା ରଙ୍ଗ ଉତ୍ସବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ବିଶେଷକରି ରଙ୍ଗ ଭାଙ୍ଗ ଏବଂ ସାଙ୍ଗର ସମ୍ମିଶ୍ରଣ ଘଟେ ଏହି ଉତ୍ସବରେ। ତେବେ ହୋଲି ପୂର୍ବଦିନ ରାତିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ହୋଲିକା ଦହନ ଉତ୍ସବ। ବିଶେଷ କରି ଉତ୍ତର ଭାରତରେ ଏହି ପର୍ବ ଧୂମଧାମରେ ପାଳନ କରାଯାଇଥାଏ। ରାତିରେ ଶୁଖିଲା କାଠ, ଘସିରେ ଅଗ୍ନି ସଂଯୋଗ କରି ହୋଲିକା ରାକ୍ଷସୀର ପ୍ରତୀକାତ୍ମକ ଦହନ କରାଯାଏ। ସତ୍ୟଯୁଗରେ ହିରଣ୍ୟକଶ୍ୟପୁର ପୁଅ ଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ତାର ପିଉସୀ ହୋଲିକା ରାକ୍ଷସୀ ନିଜ କୋଳରେ ଧରି ନିଆଁ ଉପରେ ବସିଥିଲା। ଆଶା କରିଥିଲା ଏଭଳି ଭାବେ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ବଧ କରାଯାଇପାରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଭଗବାନଙ୍କ କରୁଣାରୁ ପ୍ରହ୍ଲାଦ ରହିଲେ ଅକ୍ଷତ, କିନ୍ତୁ ହୋଲିକା ହଜିଗଲା ଚିରକାଳ ପାଇଁ ସର୍ବଗ୍ରାସୀ ଅଗ୍ନିର ଲେଲିହାନ ଶିଖାରେ। ଆଉ ତାସହ ପାଲଟିଗଲା…
ବାସ୍ତୁ ଶାସ୍ତ୍ର: ଆଜିର ବସ୍ତୁବାଦୀ ଯୁଗରେ, ପ୍ରତ୍ୟେକ ବ୍ୟକ୍ତି ଆର୍ଥିକ ସଫଳତା ପାଇବା ପାଇଁ ଦିନରାତି ପରିଶ୍ରମ କରନ୍ତି। ଏହା ସହିତ ଚାକିରି କରିଥିବା ଲୋକଙ୍କ ଆର୍ଥିକ ଆହ୍ଵାନକୁ ଦୂର କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। କିନ୍ତୁ ବେଳେବେଳେ କଠିନ ପରିଶ୍ରମ ପରେ ମଧ୍ୟ ଇଚ୍ଛାକୃତ ସଫଳତା ହାସଲ ହୁଏ ନାହିଁ। ତେବେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁ ଶାସ୍ତ୍ରରେ କିଛି ଟିପ୍ସ ଉଲ୍ଲେଖ କରାଯାଇଛି। ବାସ୍ତୁ ଶାସ୍ତ୍ରର ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଯଦି କାର୍ଯ୍ୟାଳୟକୁ ବାସ୍ତୁ ଅନୁକୂଳ ରଖାଯାଏ, ତେବେ ଏହା ଆର୍ଥିକ ଆହ୍ଵାନରୁ ମୁକ୍ତି ପାଇବାରେ ସାହାଯ୍ୟ କରେ। ଅଫିସ୍ ସହିତ ଜଡିତ କିଛି ବିଶେଷ ବାସ୍ତୁ ଟିପ୍ସ ବିଷୟରେ ଆସନ୍ତୁ ଜାଣିବା…. ବାଉଁଶ ଉଦ୍ଭିଦ: ବାଉଁଶ ଉଦ୍ଭିଦକୁ ଫେଙ୍ଗ୍ ଶୁଇ ଟିପ୍ସ ଏବଂ ବାସ୍ତୁ ଶାସ୍ତ୍ରରେ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହାକୁ ଘରେ ରଖିଲେ ସମୃଦ୍ଧି ଆଣିଥାଏ ଏବଂ ସୁଖର…
ରଣପୁର: ରଣପୁର ଚାରିଅଟ ପବ୍ଲିକ ସ୍କୁଲ ଓଡିଶା ରାଜ୍ୟ ଭାରତ ସ୍କାଉଟସ ଏବଂ ଗାଇଡ଼ସ ଦ୍ୱାରା ମନୋନୀତ ହୋଇ ଜାତୀୟ ସ୍ତରରେ କବ ବୁଲବୁଲ ଉତ୍ସବ ଓ ଗୋଲଡେନ ଆରୋ ଆୱାର୍ଡ ଉତ୍ସବରେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରି ପାରିଛନ୍ତି। ହରିୟାଣା ରାଜ୍ୟର ଗୋଦପୁର ସ୍ଥିତ ଜାତୀୟ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୧୮ ଟି ରାଜ୍ୟର କବ ବୁଲବୁଲ ଯୋଗ ଦେଇଥିଲା ବେଳେ ଓଡିଶା ରାଜ୍ୟର କବ ବୁଲବୁଲମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଗ୍ରୁପ ଡ୍ୟାନ୍ସ ଓ ରେଡ ଫ୍ଲାୱାର ନୃତ୍ୟ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାର ରଣପୁର ସ୍ଥିତ ଚାରିଅଟ ପବ୍ଲିଜ ସ୍କୁଲର ୯ ଜଣ କବ ବୁଲବୁଲ ପ୍ରଥମ ସ୍ଥାନ କରିବା ସହିତ ଗୋଲଡେନ ଆରୋ ଆୱାର୍ଡ ହାସଲ କରି ଜାତୀୟ ସ୍ତରରେ ସଫଳତା ହାସଲ କରି ପାରିଛନ୍ତି। ସ୍କୁଲର ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ନେତୃତ୍ୱରେ ଆୟାସା ଅଭିଲିପ୍ସା, ଅମ୍ରିତ କୁମାର ସ୍ୱାଇଁ,…

