ଭୁବନେଶ୍ବର: ଓଡିଶାର ତାପମାତ୍ର ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଆସିଛି ଏକ ବଡ ସୂଚନା। ସେହି ଅନୁସାରେ ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ର ସମ୍ଭାବନା ନାହିଁ ବୋଲି କୁହାଯାଇଛି। ସେତିକି ନୁହେଁ ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୨ ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ର ୩୫ ଡିଗ୍ରୀ ଉପରେ ରହୁଛି। ଏପରିକି କେତେକ ସ୍ଥାନର ତାପମାତ୍ରା ବର୍ତ୍ତମାନ ସମୟରେ ୪୦ ଡିଗ୍ରୀ ଛୁଇଁଲାଣି। ଫଳରେ ଦ୍ବୀପ୍ରହରରେ ପୁରା ଖରାଦିନ ପରି ଅନୁଭୂତ ହେଉଛି। ତେବେ ପୁଣିଥରେ ତାପମାତ୍ରା ବୃଦ୍ଧି ପାଇବ ଅର୍ଥ ଏହି ଗରମ ଆହୁରି ବୃଦ୍ଧି ପାଇବ।
Author: Samikhsya Bureau
ଭୁବନେଶ୍ବର: ଆଜି ମଧ୍ୟ ସୁରୁଖୁରୁରେ ଚାଲିପାରିଲା ନାହିଁ ବିଧାନସଭା। ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହକୁ ବାଚସ୍ପତି ମୁଲତବି ରଖିଥିଲେ। ଆଜି ପ୍ରଶ୍ନ କାଳରେ ବିରୋଧୀ କଂଗ୍ରେସ ସଦସ୍ୟ ଚାଷୀ ଆତ୍ମହତ୍ୟା ନେଇ ହଟ୍ଟଗୋଳ ଆରମ୍ଭ କରିଥିଲେ। ସେହିପରି ବିଜେପି ସଦସ୍ୟମାନେ ମଧ୍ୟ ଗୃହ ଭିତରକୁ ଆସି ନାରାବାଜି କରିଥିଲେ। ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବଜେଟ 2023-2024 ଆଗତ କରିବେ। ଏହା ହେଉଛି ନବୀନ ସରକାରଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ। ଆସନ୍ତା ବର୍ଷ ନିର୍ବାଚନ ଥିବାରୁ କାମଚଳା ବଜେଟ ପାରିତ ହେବ। ଏଥର ବଜେଟ ଆକାର ପ୍ରାୟ 2 ଲକ୍ଷ 30 ହଜାର କୋଟି ହେବ ବୋଲି ଅନୁମାନ କରାଯାଉଛି।
ନୂଆଦିଲ୍ଲୀ: ଓଡିଆ ପୁଅ ତଥା ଭାରତର ମୁଖ୍ୟ ମହାଲେଖାକା ନିୟନ୍ତ୍ରକ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ମିଳିଛି ଆନ୍ତର୍ଜାତୀୟ ଦାୟିତ୍ବ। ସେ ଆନ୍ତର୍ଜାତୀୟ ଶ୍ରମିକ ସଂସ୍ଥା ବା ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନର ଏକ୍ସଟ୍ରନାଲ ଅଡିଟର ଭାବେ ମନୋନିତ ହୋଇଛନ୍ତି। ଏହି ପଦବୀ ପାଇଁ ତାଙ୍କୁ ଆନ୍ତର୍ଜାତୀୟ ସ୍ତରୀୟ ଏକ କଷ୍ଟକର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ସଂସ୍ଥା ବର୍ତ୍ତମାନ ଜେନିଭାରେ କାର୍ଯ୍ୟ କରୁଛି। ଗିରିଶ ଏହି ପଦବୀରେ 2024 ରୁ 2027 ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ମନୋନିତ କରାଯାଇଛି। ଓଡିଶାରେ ଜନ୍ମିତ ଗିରିଶ ମୁର୍ମୁ ପୂର୍ବରୁ ଜାମ୍ମୁକାଶ୍ମୀରର ଉପରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ। ସେ ଗୁଜୁରାଟ କ୍ୟାଡରର ଜଣେ ବରିଷ୍ଠ ଆଇଏଏସ ଅଧିକାରୀ।
ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ଜିତିଥିବା ଆମ୍ ଆଦମୀ ପାର୍ଟିକୁ ଆଜି ଝଟକା ଲାଗିଛି। ବୱାନା ୱାର୍ଡର କାଉନସିଲର ପୱନ ସହରାୱତ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦେଇଛନ୍ତି। ପୱନ ସହରାୱତ କହିଛନ୍ତି ଯେ, ସେ ନୈତିକତା ଆଧାରରେ AAP ଛାଡିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଭୋଟ୍ ଦେବା ବେଳେ ମୋବାଇଲରେ ଫଟୋ ଉଠାଇବା ଏବଂ ମହିଳାଙ୍କୁ ଦୁର୍ବ୍ୟବହାର କରିବା ପାଇଁ AAP ନିର୍ଦ୍ଦେଶ ଦେଇଛି। ବିଜେପି କାର୍ଯ୍ୟରତ ସଭାପତି ବିରେନ୍ଦ୍ର ସଚ୍ଚେଦେବ ସ୍ଥାୟୀ କମିଟି ନିର୍ବାଚନ ପୁନର୍ବାର କରାଯିବାକୁ ଦାବି କରିଛନ୍ତି। ମୋବାଇଲ୍ ଏବଂ କଲମକୁ ଅନୁମତି ଦିଆନଯାଉ ବୋଲି ସେ ଦାବି କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଏମସିଡି ନିର୍ବାଚନର ପ୍ରାୟ ଅଢେଇ ମାସ ପରେ, ମେୟର ନିର୍ବାଚନରେ AAP ର ଶୈଳୀ ଓବରୟ ବିଜେପିର ରେଖା ଗୁପ୍ତାଙ୍କୁ ପରାସ୍ତ କରିଥିବାବେଳେ AAP ର ଆଲେ ମହମ୍ମଦ ଇକବାଲ ବିଜେପି ପ୍ରାର୍ଥୀ କମଲ ବାଗଡିଙ୍କୁ…
ନୂଆଦିଲ୍ଲୀ: ଇଣ୍ଡିଗୋ ପରେ ଅନ୍ୟ ଏକ ବିମାନ ଯାତ୍ରୀଙ୍କ ପାଇଁ ଟିକେଟ୍ ରେ ଏକ ବଡ଼ ରିହାତି ଅଫର ଆଣିଛି। ଏହି ଅଫର ଅନୁଯାୟୀ ଯାତ୍ରୀମାନେ ଘରୋଇ ଭାବରେ ୧,୧୯୯ ଟଙ୍କା ଏବଂ ଆନ୍ତର୍ଜାତୀୟ ଯାତ୍ରା ୬,୧୩୯ ଟଙ୍କାରେ ଯାତ୍ରା କରିପାରିବେ। ଏହି ଅଫରର ଲାଭ ଉଠାଇବା ପାଇଁ ଆପଣ ଆଜି ଟିକେଟ ବୁକ୍ କରିପାରିବେ। ଏହି ପ୍ୟାକେଜ୍ ଗତକାଲି ଠାରୁ ଆରମ୍ଭ କରାଯାଇଛି। ଗ୍ରୀଷ୍ମ ଭ୍ରମଣ ଋତୁ ପୂର୍ବରୁ ବିମାନ ଯାତ୍ରା ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ବିମାନ କମ୍ପାନୀଗୁଡିକ ଟିକେଟ୍ ରିହାତି ପାଇଁ ଅଫର୍ ପ୍ରଦାନ କରୁଛନ୍ତି। ଇଣ୍ଡିଗୋ ଗୋଟିଏ ଦିନ ପୂର୍ବରୁ ଟିକେଟ୍ ଉପରେ ରିହାତି ପ୍ରଦାନ କରିଥିଲା। ଏଥି ସହିତ ସ୍ୱଳ୍ପ ମୂଲ୍ୟର ବିମାନ ଗୋ-ଫାଷ୍ଟ କମ୍ ମୂଲ୍ୟରେ ଟିକେଟ ପ୍ରଦାନ କରିଛି। ଗୋ-ଫାଷ୍ଟ କହିଛି ଯେ, ଘରୋଇ ଭଡା ୧,୧୯୯ ଟଙ୍କା ରୁ ଆରମ୍ଭ ହୋଇଥିବାବେଳେ ଆନ୍ତର୍ଜାତୀୟ ବିମାନ ଭଡା ୬,୧୩୯ ଟଙ୍କା ହେବ।…
ଭୁବନେଶ୍ବର: ଦେବୀ ଲକ୍ଷ୍ମୀ ଯଦି କ୍ରୋଧିତ ହୁଅନ୍ତି, ତେବେ ସୁଖ, ଶାନ୍ତି ଏବଂ ସମୃଦ୍ଧି ମାନବ ଜୀବନରୁ ଦୂରେଇ ଯାଏ। ସେଥିପାଇଁ ଲୋକମାନେ ତାଙ୍କର ପୂଜାରେ କୌଣସି ଅଭାବ କରନ୍ତି ନାହିଁ। ସକାଳ ଏବଂ ସନ୍ଧ୍ୟାରେ ତାଙ୍କର ଆରତୀ କରିବା ଏବଂ ତାଙ୍କ ମୂର୍ତ୍ତି ସାମ୍ନାରେ ଧୂପ ଏବଂ ଦୀପ ଜାଳିବା ଦୈନନ୍ଦିନ କାର୍ଯ୍ୟରେ ଅନ୍ତର୍ଭୁକ୍ତ। ଏପରିକି କୌଣସି କାର୍ଯ୍ୟର ଆରମ୍ଭ ତାଙ୍କୁ ପୂଜା ନକଲେ ଆରମ୍ଭ ହୁଏ ନାହିଁ। କିନ୍ତୁ ଏଭଳିଝିଅ ଅଛନ୍ତି, ଯେଉଁମାନେ ବିଶେଷ ଭାବରେ ମା’ଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। ଦେବୀ ଲକ୍ଷ୍ମୀ ଏହି ଝିଅମାନଙ୍କୁ ଆଶୀର୍ବାଦ କରନ୍ତି: – ଯେଉଁ ଝିଅମାନଙ୍କର ନାମ ‘L’ ଅକ୍ଷରରୁ ଆରମ୍ଭ ହୁଏ, ସେମାନଙ୍କୁ ସୌଭାଗ୍ୟବତୀ ବୋଲି ବିବେଚନା କରାଯାଏ। ଯଦି ସେମାନେ କୌଣସି କାମ ଆରମ୍ଭ କରନ୍ତି, ତେବେ ସେ ନିଶ୍ଚିତ ଭାବରେ ଏଥିରେ ସଫଳତା ପାଇଥାଆନ୍ତି। – ଏଥି ସହିତ, ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ‘V’…
ଭୁବନେଶ୍ବର: ଲୋକପ୍ରିୟ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ଶଲା ବୁଢା” ଏହି ଫ୍ରେବୁୟାରୀ ୨୭ ତାରିଖରେ ଓଟିଟିପ୍ଲାଟଫର୍ମ କଞ୍ଚା ଲଙ୍କାରେ ଷ୍ଟ୍ରିମିଙ୍ଗ ହବାକୁ ଯାଉଛି। ଏହି କାହାଣୀ ଜଣେ ଗରିବ ଗାଁ ମୁଖିଆଙ୍କର। ୧୯୩୦ ଦଶକ, ରାଜାରାଜୁଡ଼ା ଶାସନ ସମୟର। କ୍ରମାଗତ ଦୁର୍ଭିକ୍ଷ ଓ ଲୋଭି ରାଜାଙ୍କ କବଳରୁ ଭରତ ରାମ (ଶଲା ବୁଢ଼ା) କିଭଳି ନିଜ ଲୋକ ଓ ଜମିଜମାକୁ ବଞ୍ଚାଇ ରଖିଥିଲେ। ସାଧାରଣ ଧାରଣା ଥାଏ ଯେ ବୃଦ୍ଧମାନେ ଅକର୍ମଣ୍ୟ, କିନ୍ତୁ ସେମାନେ ହିଁ ସମାଜକୁ ଦେଖାଇଥାନ୍ତି ନୂତନ ଦିଗନ୍ତ, ଶଲା ବୁଢ଼ାରେ ଘଟିଛି ଏମିତି କିଛି ଘଟଣା। ଈଶ୍ବରଙ୍କ ଉପରେ ଆସ୍ଥା, ମଣିଷପଣିଆ ଉପରେ ବିଶ୍ୱାସ ଦ୍ଵାରା କିଭଳି ସବୁ କିଛି ଜିତି ହୁଏ ଶଲା ବୁଢ଼ା ତା’ର ଏକ ନିଚ୍ଛକ ନିଦର୍ଶନ। ଏହି ଚଳଚ୍ଚିତ୍ରର ପ୍ରଯୋଜକ ସୁଶାନ୍ତ ମହାପାତ୍ର ଥିବାବେଳେ ଏହାର କାହାଣୀ ଲେଖିଛନ୍ତି ଶ୍ରୀ କପିଳେଶ୍ଵର ମହାପାତ୍ର, ସଂଙ୍ଗୀତରେ ସଜେଇଛନ୍ତି…
ଭୁବନେଶ୍ଵର: ଜୀ-ସାର୍ଥକର ‘ସୁନା ଝିଅ’ ଏବେ ଓଡ଼ିଶାର ଅଗଣିତ ଦର୍ଶକଙ୍କ ସୁନା ଝିଅ ହୋଇଛି। ଆମେ କହୁଛୁ ଜୀ-ସାର୍ଥକର ପାରିବାରିକ ମେଗା ଧାରାବାହିକ ‘ସୁନା ଝିଅ’ କଥା ଯାହା ଏବେ ଜୀ-ସାର୍ଥକ ଚାନେଲ୍ ରେ ସୋମରୁ ଶନିବାର ସନ୍ଧ୍ୟା ୭ଟା ୩୦ରେ ପ୍ରସାରିତ ହୋଇ ଟେଲି ଦୁନିଆରେ ଧମାଲ କରୁଛି। ସଫଳତାର ସହ ୨୪୩ ତମ ଏପିସୋଡରେ ପହଞ୍ଚିଛି ଏହି ମେଗା ଧାରାବାହିକ। ଓଡିଆ ମନୋରଂଜନ କ୍ଷେତ୍ରରେ ସବୁବେଳେ ଆଗୁଆ ଜୀ-ସାର୍ଥକ ର ‘ସୁନା ଝିଅ’କୁ ସବୁବେଳେ ନମ୍ବର ୱାନ୍ କରୁଥିବାରୁ ଓଡ଼ିଶା ତଥା ରାଜ୍ୟ ବାହାରରର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍। ‘ସୁନା ଝିଅ’ ହେଉଛି ଆମ ଓଡିଆ ଘରର ଏକ ନିଛକ କାହାଣୀ। ସୁନା ଝିଅ ହେଉଛି ପ୍ରିୟା, ଜଣେ ସ୍ବାଧୀନ ଝିଅର କାହାଣୀ, ଯାହାର ଇଚ୍ଛା ଜଣେ ବିଡିଓ ହୋଇ ନିଜ ମା’କୁ ଗର୍ବିତ କରିବ। ମା’ର ସୁରକ୍ଷା ଓ ସମ୍ମାନ…
ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଫେବୃଆରୀ ୨୦ ତାରିଖଠାରୁ ଆଦିବାସୀ ମେଳା-୨୦୨୩ ଆରମ୍ଭ ହୋଇଛି। ୧୦ ଦିନ ଧରି ଚାଲିବାକୁ ଥିବା ଆଦିବାସୀ ମେଳାର ଆଜି ପଞ୍ଚମ ଦିବସ। ବଣପାହାଡ଼ ଘେରା ଆଦିବାସୀ ଅଞ୍ଚଳରେ ରହିଥିବା ଗ୍ରାମଗୁଡ଼ିକର ଅବିକଳ ରୂପନେଇ ମେଳା ପରିସରରେ ପ୍ରାଚୀନ ଜନଜାତି ଦୁନିଆର ୧୦ଟି ପ୍ରାଚୀନ ଜନଜାତି ଗୋଷ୍ଠୀର ଘରର ମଡେଲ ପ୍ରଦର୍ଶିତ ହୋଇଛି। ଏଥିରେ ପରମ୍ପରା ସହିତ ପ୍ରଗତିର ଝଲକ ଦେଖିବାକୁ ମିଳୁଛି। ଏ ମଧ୍ୟରେ ନୂଆପଡ଼ା ଜିଲ୍ଲା ଚୁକୁଟିଆ ଭୁଂଜିଆଙ୍କ ଘର ପାରମ୍ପରିକ ସାଜସଜ୍ଜାରେ ବିକାଶର ବାର୍ତ୍ତା ବଖାଣୁଛି। ଏମାନଙ୍କ ଲାଲ ବଙ୍ଗଳା କେବଳ ସଂସ୍କୃତି ଦୃଷ୍ଟିରୁ ମହାନ୍ ନୁହେଁ ବରଂ ଏମାନଙ୍କ ରକ୍ଷଣଶୀଳତାକୁ ବୁଝାଉଛି। ସେହିପରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳସ୍ଥ କୁଟିଆ କନ୍ଧ ଘର ଓ ବେଲଘରଙ୍କ କୁଟିଆ କନ୍ଧ ଘର ଭିତରେ ନିର୍ମାଣ ଗତ…
ବାସ୍ତୁ ଟିପ୍ସ: ଅନେକ ସମୟରେ ଘରେ ଅନାବଶ୍ୟକ ପରିସ୍ଥିତି ସୃଷ୍ଟି ହୁଏ ଏବଂ ଏହା ଦ୍ୱାରା ସୁଖ ଏବଂ ଶାନ୍ତି ବିଚଳିତ ହୁଏ। ବାସ୍ତବରେ ଘରେ ବାସ୍ତୁ ଦୋଷ ଯୋଗୁଁ ଘରର ସୁଖ ଏବଂ ଶାନ୍ତି ବ୍ୟାହତ ହୁଏ। ଏଠାରେ ରହୁଥିବା ଲୋକଙ୍କ ସୁଖ ଏବଂ ଶାନ୍ତି ପାଇଁ ଘରର ବାସ୍ତୁ ଟିପ୍ସ ପାଇବା ଅତ୍ୟନ୍ତ ଜରୁରୀ। ବାସ୍ତୁ ଶାସ୍ତ୍ରଙ୍କ ଅନୁଯାୟୀ, ଯଦି ଘରର ଶକ୍ତିର ପାଞ୍ଚଟି ଉପାଦାନ ଯଥା ପୃଥିବୀ, ବାୟୁ, ଜଳ, ଅନ୍ତରିକ୍ଷ ଏବଂ ଅଗ୍ନି ଅସନ୍ତୁଳିତ, ତେବେ ଏହା ଘରେ ବାସ୍ତୁ ଦୋଷ ସୃଷ୍ଟି କରେ। ଆସନ୍ତୁ ଜାଣିବା ଘରର ବାସ୍ତୁ ଠିକ୍ କରିବା ପାଇଁ କଣ କରିବା ଉଚିତ୍। ଏଠାରେ ଷ୍ଟୋର ରୁମ୍ ତିଆରି କରନ୍ତୁ ନାହିଁ: ଘରର ଉତ୍ତର-ପୂର୍ବ ଦିଗରେ ଆବର୍ଜନା ରଖିବା ଭଲ ବୋଲି ବିବେଚନା କରାଯାଏ ନାହିଁ। ବିଶ୍ଵାସ କରାଯାଏ ଯେ, ଏହି ଦିଗରେ ପୁରୁଣା ଏବଂ ଅଦରକାରୀ ଜିନିଷ ରଖିବା…
ମେଷ- ଆଜି ଆପଣ ପରିବର୍ତ୍ତନ ପାଇଁ ସୁଯୋଗ ପାଇପାରିବେ। ପ୍ରୟାସ ଫଳପ୍ରଦ ହେବ। ଆପଣଙ୍କର ଚାକିରିରେ ପରିବର୍ତ୍ତନ ଆଶା କରିପାରିବ ଏବଂ ବିଦେଶ ଯାତ୍ରା ମଧ୍ୟ କରିପାରିବ। ବିଦେଶ ଯାତ୍ରା କରିବା ସମୟରେ ଆପଣ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି, ତେଣୁ ଆପଣଙ୍କର ଭ୍ରମଣ ପୂର୍ବରୁ ଦୁଇଥର ଯାଞ୍ଚ କରନ୍ତୁ। ଯଦି ଆପଣ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସନ୍ତୁଳିତ ଆଚରଣ କରନ୍ତି ତେବେ ଏହା ଉପଯୁକ୍ତ ହେବ। ବୈଦ୍ଧିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇପାରେ। ବୃଷ- ଆଜି ପାଇଁ ଏକ ଭଲ ଦିନ ବୋଲି କୁହାଯାଇପାରେ। ଆଜି ଦେଇଥିବା ରାଶି ଫେରସ୍ତେ ପାଇପାରିବେ। ବିଭିନ୍ନ ମାମଲାଗୁଡ଼ିକରେ ଆପୋଷ ବୁଝାମଣା କରିବା ଭଲ ହେବ। କୋର୍ଟରେ ମକଦ୍ଦମା ଦାୟର ହେବ। ଚାକିରୀ କର୍ମକ୍ଷେତ୍ରରେ ସଫଳତା। ଜଣେ ବୃଦ୍ଧ ମହିଳାଙ୍କ ସହ ଝଗଡା ହୋଇପାରେ। ଯଦି ଆପଣ କୌଣସି ବିତର୍କରେ ପ୍ରବେଶ ନକରନ୍ତି ତେବେ ଏହା ଲାଭଦାୟକ ହେବ। ପାରିବାରିକ ସହାୟତା ପାଇପାରନ୍ତି। ପିତାଙ୍କ ସ୍ୱାସ୍ଥ୍ୟ ଖରାପ…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରି ବିଭାଗ ପକ୍ଷରୁ ସଦର ଥାନା ଅନ୍ତର୍ଗତ ବରପଡ଼ା ଗ୍ରାମରେ ଚଢ଼ାଉ କରାଯାଇଥିଲା। ଉକ୍ତ ସମୟରେ ବେଆଇନ ମଦ ଭାଟି ଗୁଡିକୁ ଅବକାରୀ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଥିବା ବେଳେ ୬ ହଜାର ୪୦୦ ଲିଟର ଗୁଡ଼ ମିଶ୍ରିତ ପୋଚ ଏବଂ ୪୮୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି। ତେବେ ଜଙ୍ଗଲର ସୁଯୋଗ ନେଇ ବେପାରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ସବ ଇନ୍ସପେକ୍ଟର ବି ମନୋଜ କୁମାର, ଖୋର୍ଦ୍ଧା ଅବକାରୀ ଅଧିକାରୀ ରଞ୍ଜନ ଦାସ , ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ ଏବଂ ଖୋର୍ଦ୍ଧା ଓ ବେଗୁନିଆ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଜୁଆ ଖେଳ ଚାଲିଥିବା ବେଳେ ଟାଙ୍ଗୀ ପୋଲିସ ଚଢାଉ କରି ୬ ଜୁଆଡିଙ୍କୁ ଗିରଫ କରିଛି। ଏହି ସମୟରେ ଜୁଆ ଆଡ୍ଡାରୁ ନଗଦ ୨୪ ହଜାର ୨୩୦ ଟଙ୍କା ଓ ୫ ଟି ବାଇକ ପୋଲିସ ଜବତ କରିଛି। ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ଫାଣ୍ଡି ଅନ୍ତର୍ଗତ ଉଜ୍ଜଳା ରସୁଲପୁର ଜଙ୍ଗଲରେ ଜୁଆ ଖେଳାଯାଉଥିବା ଖବର ପାଇ ଭୂଷଣ୍ଡପୂର ଫାଣ୍ଡି ଓ ଟାଙ୍ଗୀ ଥାନା ମିଳିତ ଭାବେ ଚଢ଼ାଉ କରିଥିଲା। କିନ୍ତୁ ଏଥିରେ ଅନେକ ଜୁଆଡି ଛତ୍ରଭଙ୍ଗ ଦେଇଥିବାବେଳେ ନବକିଶୋର ଦାଶ, କମଳାକାନ୍ତ ସାହୁ, ଲକ୍ଷ୍ମଣ ବାରିକ, ବଳରାମ ପ୍ରହରାଜ, ବାପୁଜୀ ପ୍ରଧାନ ଓ ରଶ୍ମିରଞ୍ଜନ ଜେନାଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ଜୁଆଡି ମାନଙ୍କ ଠାରୁ ୫ଟି ବାଇକ୍ ଓ ୨୪ ହଜାର ୨୩୦ ଟଙ୍କା ଜବତ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଜଂକିଆ ଥାନା, ଟାଙ୍ଗୀ ଥାନା ଅଂଚଳରେ ବ୍ୟାପକ ପରିମାଣର ଜୁଆ ଆଡ୍ଡା ଚାଲୁଥିବାରୁ ପୋଲିସ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଗ୍ରୀନ ଗ୍ରୋଥ ବା ସବୁଜ ଅଭିବୃଦ୍ଧି ସଂକ୍ରାନ୍ତ ଏକ ବଜେଟ୍ ପରବର୍ତ୍ତୀ ୱେବିନାରରେ ଉଦ୍ବୋଧନ ଦେଇଛନ୍ତି। ଚଳିତ ବର୍ଷର ବଜେଟ ଉପରେ ସରକାର ଯେଉଁ ୧୨ଟି ୱେବିନାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେ ଶୃଙ୍ଖଳାରେ ଏହା ପ୍ରଥମ। ୨୦୨୩ ବଜେଟ୍ରେ ଯେଉଁ ସବୁ ପ୍ରସ୍ତାବନା ରହିଛି ସେ ସମ୍ପର୍କରେ ବିଚାର ଆଲୋଚନା କରିବା ସହିତ ସେସବୁର ସଫଳ ରୂପାୟନ କରିବା ନିମନ୍ତେ ଏହି ୱେବିନାର ଶୃଙ୍ଖଳାର ପରିକଳ୍ପନା କରାଯାଇଛି। ଆଜିର ସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୧୪ଠାରୁ ଏଯାଏ ଦେଶରେ ଉପସ୍ଥାପିତ ହୋଇଥିବା ସବୁ ବଜେଟ୍ ନୂଆ ଯୁଗର ସଂସ୍କାରକୁ ଆଗକୁ ବଢାଇଛି। ଏହା ସହିତ ଏସବୁ ବଜେଟ୍ ସାଂପ୍ରତିକ ସମସ୍ୟାବଳୀର ସମାଧାନ କରିବାକୁ ବାଟ ଦେଖାଇଛି। ପ୍ରଧାନମନ୍ତ୍ରୀ ସବୁଜ ଅଭିବୃଦ୍ଧି ବା ଗ୍ରୀନ ଗ୍ରୋଥ ଏବଂ ଊର୍ଜା ପରିବର୍ତ୍ତନର ତିନିଟି ସ୍ତମ୍ଭ ଉପରେ ଗୁରୁତ୍ୱ ଦେଇଛନ୍ତି। ସେଥିରୁ ପ୍ରଥମଟି…
ଭୁବନେଶ୍ବର/ରାଉରକେଲା: ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଛି ଏକ ଭାରତ ଶ୍ରେଷ୍ଠ ଭାରତ – ଯୁବ ସଂଗମ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ପାଇଁ ଏନଆଇଟି ରାଉରକେଲା ଓ ଏନଆଇଟି ସିକ୍କିମକୁ ନୋଡାଲ୍ ପ୍ରତିଷ୍ଠାନ ଭାବେ ଚୟନ କରାଯାଇଛି। ଏନଆଇଟି ରାଉରକେଲା ପକ୍ଷରୁ ସିକ୍କିମର ଯୁବକଯୁବତୀଙ୍କ ପାଇଁ ପାଞ୍ଚ ଦିନିଆ ଓଡ଼ିଶା ଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଅଧୀନରେ ସିକ୍କିମ ଏନଆଇଟିର ୨୫ ଜଣ ଛାତ୍ରଛାତ୍ରୀ ଓ ୫ଜଣ ଅଧ୍ୟାପକ/କର୍ମଚାରୀ ଫେବୃଆରୀ ୨୫ ତାରିଖ ଠାରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। ଏନଆଇଟି ରାଉରକେଲାର ଏକ ଭାରତ ଶ୍ରେଷ୍ଠ ଭାରତ ସଂଯୋଜକମାନେ ସେମାନଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ଦେଖାଇବେ। ସିକ୍କିମର ଯୁବପ୍ରତିନିଧିମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନ ସ୍ଥଳୀ, ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ପରିଦର୍ଶନ କରିବେ। ଏହାଛଡ଼ା ରାଉରକେଲା ଏନଆଇଟି ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୮ରୁ ୩୦ ବର୍ଷ ବୟସ୍କ ୪୦ ଜଣ ଯୁବପ୍ରତିନିଧିଙ୍କୁ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନ୍ଏସ୍ଏସ୍ ଶାଖା ପକ୍ଷରୁ ଯୁବ ସ୍ୱେଚ୍ଛାସେବୀ ଙ୍କ ନିମନ୍ତେ ଏକ ୩ ଦିନିଆ ବିଶ୍ୱବିଦ୍ୟାଳୟ ସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଆଜି ଉଦ୍ଘାଟିତ ହୋଇଯାଇଛି। ସୋଆ କ୍ୟାମ୍ଫସ୍ -୪ର ଅଡିଟୋରିୟମ୍ ରେ ଆୟୋଜିତ ଏହି ୩ ଦିନିଆ ଶିବିର ରେ ପ୍ରାୟ ୨୦୦ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ ପ୍ରୋଗ୍ରାମ ଅଫିସର ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସଂପର୍କ ରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ଓ ନେତୃତ୍ୱ ର ବିଭିନ୍ନ ପରିଭାଷା ସଂପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗ ର ଯୁଗ୍ମ ସଚିବ ତଥା ଏନ୍ଏସ୍ଏସ୍ର ରାଜ୍ୟ ସଂଯୋଜକ ଡକ୍ଟର ରମେଶ ଚନ୍ଦ୍ର ବେହେରା ସ୍ୱେଚ୍ଛାସେବୀ ମାନଙ୍କୁ ଜୀବନରେ ଶୃଙ୍ଖଳିତ ହେବା ସହିତ ବିଭିନ୍ନ ସମସ୍ୟାକୁ କିପରି ଧୈର୍ଯ୍ୟର…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ପାଇକପଡା ଠାରେ ଏକ ଅସମ୍ପୂର୍ଣ୍ଣ ଥିବା କଲ୍ୟାଣ ମଣ୍ଡପକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅନୁଦାନ କ୍ରମେ ସମ୍ପୁର୍ଣ୍ଣ କରାଯାଇଛି। ଏହି କଲ୍ୟାଣ ମଣ୍ଡପକୁ ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଉଦଘାଟନ କରିଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ରୁ ୪୦ଲକ୍ଷ ଏବଂ ଅନ୍ୟାନ୍ୟ ପାଣ୍ଠିରୂ ୧୧ ଲକ୍ଷ ଅନୁଦାନରେ ନିର୍ମିତ ଏହି କଲ୍ୟାଣ ମଣ୍ଡପ ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ବିଧାୟକ ଭୁପିନ୍ଦର ସିଂହ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ଅଜିତ ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡି, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ସଚିନ ପାଓ୍ବାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର…
ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁର୍ବତନ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ଗୁରୁବାର ନୂଆ ଦିଲ୍ଲୀ ଠାରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଲାଲ ବାହାଦୂର ଶାସ୍ତ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ନୂଆଦିଲ୍ଲୀ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ ପକ୍ଷରୁ ପ୍ରତିବର୍ଷ ଅନୁଷ୍ଠାନର ସ୍ଥାପନା ଦିବସ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍, ମ୍ୟାନେଜମେଂଟ ବିଶାରଦ ଓ ବ୍ୟବସାୟ କ୍ଷେତ୍ରରେ ଖ୍ୟାତି ଲାଭ କରିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ। ଲାଲ ବାହାଦୂର ଶାସ୍ତ୍ରୀ ଫାଉଣ୍ଡେସନ୍ର ଅଧ୍ୟକ୍ଷ ଅନୀଲ ଶାସ୍ତ୍ରୀ ପ୍ରଫେସର ମହାନ୍ତିଙ୍କୁ ଏହି ସମ୍ମାନରେ ଭୂଷିତ କରିଥିଲେ। ବର୍ତ୍ତମାନ ସୋଆ ବିଶ୍ୱବିଦ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ପ୍ରଫେସର ମହାନ୍ତି ହ୍ୟୁମାନ୍ ରିସୋର୍ସ ମ୍ୟାନେଜମେଂଟ, କ୍ୱାଲିଟି ମ୍ୟାନେଜମେଂଟ ପ୍ରାକ୍ଟିସେସ୍, ସପ୍ଲାଇ ଚେନ୍ ମ୍ୟାନେଜମେଂଟ, ଆଡଭାନ୍ସଡ ଅପରେସନ୍ସ ମ୍ୟାନେଜମେଂଟ ଓ ଟୋଟାଲ୍ କ୍ୱାଲିଟି ମ୍ୟାନେଜମେଂଟ ଭଳି ବିଷୟ ଉପରେ…
ଭୁବନେଶ୍ଵର: ନାରାୟଣଗଡ-ଭଦ୍ରକ ତୃତୀୟ ଲାଇନ ନିର୍ମାଣ କାର୍ଯ୍ୟ ସମ୍ପର୍କିତ ଖଡ଼ଗ୍ପୁର ରେଳ ମଣ୍ଡଳ ଅନ୍ତର୍ଗତ ରାଣୀତାଲ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ପୂର୍ବତଟ ରେଳପଥ ପରିସୀମାରୁ ଛାଡୁଥିବା, ଯାତ୍ରା ସମାପ୍ତ କରୁଥିବା ଏବଂ ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟାତ କରୁଥିବା କିଛି ଟ୍ରେନ ନିମ୍ନ ଅନୁଯାୟୀ ପ୍ରଭାବିତ ହେବ। ଟ୍ରେନ୍ ବାତିଲ୍: 01 . 18021 ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ୍ ଏକ୍ସପ୍ରେସ 25, 26, 28 ଫେବୃଆରୀ, 2023 ଏବଂ 2, 5, 6 ମାର୍ଚ୍ଚ, 2023 ରେ ବାତିଲ ରହିବ। 02 . 18022 ଖୋର୍ଦ୍ଧା ରୋଡ୍-ଖଡ଼ଗ୍ପୁର ଏକ୍ସପ୍ରେସ 25, 26, 28 ଫେବୃଆରୀ, 2023 ଏବଂ 2, 5, 6 ମାର୍ଚ୍ଚ, 2023 ରେ ବାତିଲ ରହିବ। 03 . 08031 ବାଲେଶ୍ୱର-ଭଦ୍ରକ୍ ପାସେଞ୍ଜର ସ୍ପେଶାଲ୍ 25 ଫେବୃଆରୀରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ୍ ରହିବ। 04 . 08032 ଭଦ୍ରକ-ବାଲେଶ୍ୱର…
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପରୀକ୍ଷା ମଧ୍ୟରେ ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯାଇଛି। ଏଥର ସିବିଏସ୍ଇ ବୋର୍ଡର ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ବୋର୍ଡ ପରୀକ୍ଷା ପାଇଁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ଚେତାବନୀ ଦେଇ ସିବିଏସ୍ଇ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛି। ବାସ୍ତବରେ, ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସାମ୍ପୁଲ ପେପର ଡାଉନଲୋଡ୍ କରିବାକୁ ଟଙ୍କା ମାଗୁଥିବା ଏକ ନକଲି ୱେବସାଇଟ୍ ଲିଙ୍କ ବିଷୟରେ ବୋର୍ଡ ଛାତ୍ରଛଟରୋ ଏବଂ ଅନ୍ୟ ହିତାଧିକାରୀମାନଙ୍କୁ ଚେତାବନୀ ଦେଇଛି। ସିବିଏସ୍ଇ ଏହାର ବିଜ୍ଞପ୍ତିରେ କହିଛି ଯେ, କେତେକ ସାମାଜିକ ବିରୋଧୀ ଉପାଦାନ ଏକ ଲିଙ୍କ୍ ସୃଷ୍ଟି କରିଛନ୍ତି (http://cbse.support/sp)। ଯାହା ଦାବି କରିଛି ଯେ, ବୋର୍ଡ ଦଶମ, ଦ୍ୱାଦଶ ପରୀକ୍ଷା ପାଇଁ ୩୦ ଟି ସାମ୍ପୁଲ ପେପର ପ୍ରକାଶ କରିଛି। ଲିଙ୍କରେ କୁହାଯାଇଛି ଯେ, ଦଶମ…
ନୂଆଦିଲ୍ଲୀ: କଂଗ୍ରେସ ମିଡିଆ ବିଭାଗର ମୁଖ୍ୟ ପୱନ ଖେଡା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦ୍ୱାରକା କୋର୍ଟରୁ ଜାମିନ ପାଇଛନ୍ତି। ତାଙ୍କୁ ଆଜି ଦିଲ୍ଲୀ ବିମାନବନ୍ଦରରୁ ଆସାମ ପୋଲିସ ଗିରଫ କରିଥିଲା। ଏହାପୂର୍ବରୁ ପୱନ ଖେଡାଙ୍କୁ ଅନ୍ତରୀଣ ଜାମିନରେ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର (ଫେବୃଆରୀ 27) ଦିନ ହେବ। ସୁପ୍ରିମକୋର୍ଟରେ ଆସାମ ପୋଲିସ କହିଛି ଯେ, ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୱନ ଖେଡା ‘ଅପମାନଜନକ ମନ୍ତବ୍ୟ’ ଦେଇଛନ୍ତି। ଆସାମ ପୋଲିସ କହିଛି ଯେ, ପୱନ ଖେଡାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆରରେ ଗିରଫଦାରୀରୁ ସୁରକ୍ଷା ପାଇଁ ଦାଖଲ ହୋଇଥିବା ରିଟ ପିଟିସନର ଉତ୍ତର ଦେବାକୁ ଚାହୁଁଛି।

