Author: Samikhsya Bureau

ବାସ୍ତୁ ଶାସ୍ତ୍ର: ଶୋଇବା ଆମର ମସ୍ତିଷ୍କ ଏବଂ ଶରୀର ସହିତ ସିଧାସଳଖ ଜଡିତ। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୭-୮ ଘଣ୍ଟାର ପର୍ଯ୍ୟାପ୍ତ ଶୋଇବାକୁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଛନ୍ତି। କିନ୍ତୁ ଆଜିର ବ୍ୟସ୍ତ ବହୁଳ ଜୀବନ ଏବଂ ଚାପ ଇତ୍ୟାଦି ହେତୁ ଜଣେ ବ୍ୟକ୍ତି ଶାନ୍ତିରେ ଶୋଇପାରୁ ନାହିଁ ଏବଂ ଏହାର ପରିଣାମ ହେଉଛି ଯେ, ଆପଣ ଏକାଗ୍ରତା ସହିତ ଆପଣଙ୍କର କାର୍ଯ୍ୟ କରିବାକୁ ସକ୍ଷମ ନୁହଁନ୍ତି। ନିଦ ନହେବା ପାଇଁ ଅନେକ କାରଣ ଥାଇପାରେ, ଯେପରିକି ଅତ୍ୟଧିକ ଥକ୍କା, ଚିନ୍ତା-ଚାପ, ଶାରୀରିକ ଦୁର୍ବଳତା, ଅସୁସ୍ଥତା, ଦିନରେ ଶୋଇବା ଇତ୍ୟାଦି। କିନ୍ତୁ ଏହାର ମୁଖ୍ୟ କାରଣ ମଧ୍ୟ ବାସ୍ତୁ ଦୋଷ ହୋଇପାରେ। ଏହିପରି କିଛି ପଦକ୍ଷେପ ବାସ୍ତୁଏବଂ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି, ଯାହା କରିବା ପରେ ଆପଣ ଶାନ୍ତିପୂର୍ଣ୍ଣ ନିଦ ପାଇପାରିବେ। ବାସ୍ତୁରେ କିଛି ବିଶେଷ ଜିନିଷ କୁହାଯାଇଛି। ଏହି ଜିନିଷ ମଧ୍ୟରୁ ଗୋଟିଏକୁ ତକିଆ…

Read More

ଭୁବନେଶ୍ବର: ଅନାବଶ୍ୟକ ପରିସ୍ଥିତି ପାଇଁ ଏହି ସପ୍ତାହରେ ଆମେ ଆପଣଙ୍କ ସହ ସଂପୂର୍ଣ୍ଣ ରୂପେ ଯୋଡି ହୋଇପାରିଲୁ ନାହିଁ। ନିଶ୍ଚିତ ଭାବରେ ଆମେ ଆମର ପ୍ରିୟ ଦର୍ଶକଙ୍କୁ ପୁରା ସପ୍ତାହ ମିସ କରିଛୁ। ଆପଣ ଏବଂ ଆମ ଭିତରେ ଥିବା ସମ୍ପର୍କ ପୁଣି ଥରେ ଯୋଡି ହେବାକୁ ଯାଉଛି। ଏହି ସପ୍ତାହର ସମସ୍ତ ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମକୁ ମାତ୍ର ଗୋଟିଏ ଦିନରେ ଦେଖିପାରିବେ କେବଳ ଜୀ ସାର୍ଥକରେ। ଏଇ ରବିବାର, ଅର୍ଥାତ ୨୬ ତାରିଖ ହେବ ଦମଦାର ରବିବାର। ଗୋଟିଏ ଦିନରେ ଦେଖିବେ ସପ୍ତାହର ସମସ୍ତ ଧାରାବାହିକର ମିସ୍ କରିଥିବା ଏପିସୋଡ ଗୁଡିକ। ସକାଳ ୭ରୁ ସଂଧ୍ୟା ୭ ଯାଏଁ ଚାଲିବ ଧାରାବାହିକର ଦମଦାର ଏପିସୋଡ ସବୁ। ସକାଳ ୭ରୁ ୯ଟାରେ ଦେଖିବେ ‘ମୁଁ ବି ବିଜୟୀନି’। ୯ରୁ – ୧୧ ଯାଏ ରେ ଦେଖିବାକୁ ପାଇବେ ‘ଝିଲ୍ଲୀ’। ୧୧ରୁ -୧ ଯାଏ ଦେଖିବେ ‘ସୁନା ଝିଅ’। ସେହିପରି ମଧ୍ୟାହ୍ନ ୧ରୁ…

Read More

ନୂଆଦିଲ୍ଲୀ: ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ସଭାପତି ଗୁଲାମ ନବୀ ଆଜାଦ ଶୁକ୍ରବାର ଦିନ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କୁ ଏକ ମାନହାନୀ ନୋଟିସ ପଠାଇଛନ୍ତି। ଜୟରାମ ରମେଶଙ୍କୁ ‘ଗୁଲାମ’, ‘ମିର ଜାଫର’ ଏବଂ ‘ଭୋଟ୍ କାଟୁଥିବା ନେତା’ ବୋଲି କହିଥିବାରୁ କଂଗ୍ରେସର ପୂର୍ବତନ ନେତା ନୋଟିସ୍ ପଠାଇଛନ୍ତି। ଆଜାଦଙ୍କ ଆଇନ ପରାମର୍ଶଦାତା ନରେଶ କୁମାର ଗୁପ୍ତାଙ୍କ ମାଧ୍ୟମରେ ପଠାଯାଇଥିବା ଏହି ନୋଟିସରେ ଆଜାଦଙ୍କ ଛବିକୁ ଖରାପ କରିଥିବାରୁ ୨ କୋଟି ଟଙ୍କା କ୍ଷତିପୂରଣ ମାଗିଛନ୍ତି। ନୋଟିସରେ ଦର୍ଶାଯାଇଛି ଯେ, ଜୟରାମ ରମେଶ… ଆପଣ ଜାତୀୟ ସ୍ତରରେ ତାଙ୍କର ବଢୁଥିବା ସମ୍ମାନ ଏବଂ ପ୍ରତିଷ୍ଠାକୁ କଳଙ୍କିତ କରିବା ଏବଂ କ୍ଷତି ପହଞ୍ଚାଇବା ପାଇଁ ଆପଣ ସର୍ବଦା ଅବସର ଖୋଜୁଛନ୍ତି। ଆଜାଦଙ୍କୁ ପଦ୍ମ ଭୂଷଣ ପୁରସ୍କାର ମିଳିବା ପରେ, ଆପଣ ଆପଣଙ୍କର ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଥିବା ପୋଷ୍ଟରେ ବାରମ୍ବାର ‘ଗୁଲାମ’ ଶବ୍ଦ ବ୍ୟବହାର କରି ଅନ୍ୟମାନଙ୍କ ଆଗରେ ତାଙ୍କୁ ଅପମାନିତ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବାସସ୍ଥାନ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏପରି ଚାରୋଟି ସ୍ଥାନ ଅଛି ଯାହାକୁ ବର୍ଜନ କରିବା ଉଚିତ। ଅର୍ଥାତ ସେପରି ସ୍ଥାନରେ ବାସ କରିବା ଅନୁଚିତ। ସେହି ଚାରୋଟି ସ୍ଥାନ ହେଲା, ଯେଉଁ ସ୍ଥାନରେ ରହିଲେ ସମ୍ମାନ ମିଳିବ ନାହିଁ , ଯେଉଁଠି ଜୀବିକା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାରେ ବିଦ୍ୟା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାର ଲୋକେ ବନ୍ଧୁଭାବାପନ୍ନ ନୁହଁନ୍ତି। ଏପରି ସ୍ଥାନକୁ ବର୍ଜନ କରିବା ନିହାତି ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି। ଆପଣଙ୍କ ବାସସ୍ଥାନ ଏପରି ହେବା ଉଚିତ ଯେଉଁଠାରେ ସମ୍ମାନର ସହ ବଞ୍ଚି ହେବ। ଯେଉଁଠାରେ ନିଜର ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ଥିବ। ଯଦି ନିଜ ପାଖରେ ପଢିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ସେଠାରେ ରହିବା ଉଚିତ ନୁହେଁ। ଯେଉଁ ସ୍ଥାନରେ ଅଶିକ୍ଷିତ ଏବଂ ଅସଭ୍ୟମାନେ…

Read More

ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ…

Read More

ଚାନ୍ଦପୁର: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ଦୁହେଁ ଦମ୍ପତି ବାଇକ୍ ରେ ଚାନ୍ଦପୁରରୁ ବଜାର କାମ ସାରି ଗୌରଚନ୍ଦ୍ରପୁର ଘରକୁ ଫେରୁଥିଵା ବେଳେ ଏକ ଦୃତଗାମୀ ଟ୍ରକ୍ ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ଦମ୍ପତ୍ତି ଏବଂ ତାଙ୍କ ସାଥିରେ ଥିବା ନାବାଳକ ପୁତ୍ର ଗୁରୁତର ହୋଇଛନ୍ତି। ସେମାନେ ହେଲେ ଚାନ୍ଦପୁର ଥାନା ଗୌରଚନ୍ଦ୍ରପୁର ଗ୍ରାମର ଜଗଵନ୍ଧୁ ରାଉତ (୩୫) ପତ୍ନୀ ଟିକି ରାଉତ (୨୮) ପୁତ୍ର ଆୟୁଷ ରାଉତ (୧୦) ବୋଲି ଜଣାପଡିଛି। ଗୁରୁତରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେଁ ଚାନ୍ଦପୁର ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସମସ୍ତ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଥିଲେ। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ…

Read More

ଜଙ୍କିଆ: ପ୍ରେମୀ ଯୁଗଳଙ୍କ ମଧ୍ୟରେ ଦୀର୍ଘଦିନ ସମ୍ପର୍କ ପରେ ସମ୍ପର୍କୀୟଙ୍କ ହାତରେ ଧରାପଡ଼ିଛନ୍ତି। ଉଭୟଙ୍କ ମଧ୍ୟରେ ଲୁଚିଛପି ସାକ୍ଷାତ ହୋଇଥିବା ବେଳେ ଗ୍ରାମବାସୀଙ୍କ ଦ୍ଵାରା ଧରାପଡ଼ିଛନ୍ତି। ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ପରେ ପ୍ରେମୀଯୁଗଳଙ୍କୁ ଆଜି ମନ୍ଦିରରେ ବିବାହ କରାଯାଇଛି। ଗ୍ରାମବାସୀ ଓ ଉଭୟ ପରିବାର ଲୋକଙ୍କ ଉପସ୍ଥିତରେ ବିଳମ୍ବିତ ରାତିରେ ମନ୍ଦିରର କର୍ପୁର ମାଳ ପକାଇ ଦୁହିଁଙ୍କୁ ବିବାହ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଗୋଳବାଇଶାସନ ଗ୍ରାମପଞ୍ଚାୟତରେ ଏଭଳି ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୋଳବାଇ ଶାସନ ଗ୍ରାମର ଜୈନିକା ଯୁବତୀଙ୍କର ରାମେଶ୍ୱର ଗ୍ରାମପଞ୍ଚାୟତର କାଳୁ ନାମକ ଜଣେ ଯୁବଙ୍କ ସହିତ ପ୍ରେମ ସଂମ୍ପର୍କ ଥିଲା। ଅନେକ ସମୟରେ ଉଭୟ ପ୍ରେମୀ ଯୁଗଳ ପ୍ରେମିକାଙ୍କ ଘରେ ରାତିରେ ଭେଟ ହେଉଥିଲେ। ବୁଧବାର ରାତି ଅଧରେ ପ୍ରେମିକ ଜଣଙ୍କ ପ୍ରେମିକା ପାଖକୁ ଦେଖାକରିବାକୁ ଯାଇଥିବା ବେଳେ ଗ୍ରାମବାସୀ ମାନେ ଉଭୟଙ୍କୁ ଧରିଥିଲେ। ଗ୍ରାମବାସୀମାନେ ଏକ ବୈଠକ କରି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪-୦୨-୨୦୨୩) କୃଷି ଓ ସମବାୟ ଉପରେ ବଜେଟ ପର ୱେବିନାରରେ ଉଦବୋଧନ ଦେଇଛନ୍ତି। ସରକାର ବଜେଟ ପର ୧୨ଟି ବିଷୟ ଉପରେ ଆୟୋଜନ କରୁଥିବା ୱେବିନାର ମଧ୍ୟରୁ ଏହା ହେଉଛି ଦ୍ୱିତୀୟ। କେନ୍ଦ୍ର ବଜେଟ ୨୦୨୩ରେ ଘୋଷିତ ବିଭିନ୍ନ ପଦକ୍ଷେପଗୁଡ଼ିକର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ପ୍ରସ୍ତାବ ଓ ମତାମତ ସଂଗ୍ରହ କରିବା ନେଇ ସରକାର ଏହାର ଆୟୋଜନ କରୁଛନ୍ତି। ସମବେତ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଚଳିତ ବଜେଟ ଓ ଗତ ଆଠ-ନଅ ବର୍ଷ ମଧ୍ୟରେ କୃଷିକୁ ଦିଆଯାଇଥିବା ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ୨୦୧୪ ମସିହାରେ ଯେଉଁ କୃଷି ବଜେଟ ପରିମାଣ ୨୫ ହଜାର କୋଟିରୁ କମ ଥିଲା ତାହା ଆଜି ୧ ଲକ୍ଷ ୨୫ ହଜାର କୋଟିରୁ ଅଧିକ ହୋଇଛି ବୋଲି ସେ ଜଣାଇଥିଲେ। “ନିକଟ ବର୍ଷଗୁଡ଼ିକରେ ହୋଇଥିବା ପ୍ରତ୍ୟକ ବଜେଟ ଗାଁ, ଗରିବ ଓ କିଷାନ ବଜେଟ” ବୋଲି କୁହାଯାଉଥିବା…

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ପୋଲିସ ନଈରୀ ଗ୍ରାମ ଟାଙ୍ଗୀ ସାହିରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ଜବତ କରିଛି। ଆଇଆଇସି ଚନ୍ଦ୍ରଶେଖର ଜେନାଙ୍କ ନିର୍ଦ୍ଦେଶକ୍ରମେ ଏସଆଇ କେଶବ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଅଭିଯୁକ୍ତ ଦୀନବନ୍ଧୁ ସେଠି ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୩୬ ଲିଟର ବିଦେଶୀ ମଦ ଏବଂ ୧୦ ଲିଟର ଆସ୍କା-୪୦ ଜବତ କରିଛି ପୋଲିସ। ଏହି ପରିପ୍ରେକ୍ଷୀରେ କେସ ନମ୍ବର ୪୩/୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ।

Read More

ସୁନ୍ଦରଗଡ଼: “ଆଗରୁ ଆମେ ଖାଲି ପଡ଼ିଥିବା ଜମିରେ କୋଳଥ ଏବଂ ଟମାଟୋ ଚାଷ କରୁଥିଲୁ। ହେଲେ ଏଥିରେ ଭଲ ଲାଭ ମିଳୁ ନଥିଲା। ଏବେ ଏହି ଜମିରେ ଆମେ ଗେଣ୍ଡୁ ଫୁଲ ଚାଷ କରିଛୁ। ସ୍ଥାନୀୟ ବଜାରରେ ଏହା ଭଲ ବିକ୍ରି ହେଉଛି”, କହନ୍ତି ସବଡେଗା ବ୍ଲକ ଗୁରୁମକେଲା ଗ୍ରାମପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟା ବୈଜୟନ୍ତୀ ମାଝି। “ପ୍ରଥମ ଥର ପାଇଁ ଆମେ ଏହି ଗେଣ୍ଡୁ ଫୁଲ ଚାଷ କରିଛୁ। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଆମେ ଘର ଚଳାଇବା ସହ ପିଲାମାନଙ୍କ ପାଠପାରେ ଖର୍ଚ୍ଚ କରୁଛୁ। ଆଗକୁ ଆହୁରି ଅଧିକ ଜାଗାରେ ଫୁଲ ଚାଷ କରିବାକୁ ଲକ୍ଷ୍ୟ ରଖିଛୁ”, କହନ୍ତି ବାଲିଶଙ୍କରା ବ୍ଲକ ତୁମୁଲିଆ ଗ୍ରାମପଞ୍ଚାୟତର ଆଉ ଜଣେ ହିତାଧିକାରୀ ଯଶୋବନ୍ତୀ ନାଏକ। ସବଡେଗାର ବୈଜୟନ୍ତୀ ଏବଂ ବାଲିଶଙ୍କରା ବ୍ଲକର ଯଶୋବନ୍ତୀଙ୍କ ଭଳି ଜିଲ୍ଲାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏହି…

Read More

ଭୁବନେଶ୍ବର: ଆଜି ଓଡିଶା ବିଧାନସଭାରେ ରାଜ୍ୟ ସରକାର ୨୦୨୩-୨୪ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ ମୋଟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗତ ବଜେଟ ଅପେକ୍ଷା ଚଳିତ ବଜେଟରେ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି। ଜାଣନ୍ତୁ କେଉଁ ବିଭାଗ ପାଇଁ ବ୍ୟୟବରାଦ କେତେ?: ୧- କୃଷି କ୍ଷେତ୍ର: ୨୪ ହଜାର ୮୨୯ କୋଟି ଟଙ୍କା ୨- ସ୍ୱାସ୍ଥ୍ୟ କ୍ଷେତ୍ର: ୧୬ ହଜାର ୪୮ କୋଟି ଟଙ୍କା ୩- ପାଇପ ଜଳ ଯୋଗାଣ: ୧୩ ହଜାର ୨୧୫ କୋଟି ଟଙ୍କା ୪- ରାସ୍ତା, ପୋଲ, ରେଳ ଓ ଏୟାରପୋର୍ଟ ବିକାଶ: ୧୯ ହଜାର ୪୫୨ କୋଟି ୫- ସହରାଞ୍ଚଳ ବିକାଶ: ୭ ହଜାର ୯୧୯ କୋଟି ଟଙ୍କା ୬- ମିଶନ ଶକ୍ତି, ମହିଳା ଓ ଶିଶୁ କଲ୍ୟାଣ: ୬ ହଜାର ୨୨୪…

Read More

ଭୁବନେଶ୍ବର: ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାୟନ ସଭାରେ ବଜେଟ ଉପସ୍ଥାପନା କରିଛନ୍ତି। ତେବେ ତା ପୂର୍ବରୁ ସେ ଏବଂ ଅର୍ଥ ସଚିବ ବିଶାଳ ଦେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ବିଧାନସଭାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଉଭୟ ବଜେଟ କପି ପ୍ରଦାନ କରିଛନ୍ତି। ଏହାପରେ ଅର୍ଥମନ୍ତ୍ରୀ ବିଧାନସଭାରେ ବଜେଟ ୨୦୨୩-୨୪ ଉପସ୍ଥାପନା କରିଛନ୍ତି। ଏଥର ମୋଟ ୨୪,୮୨୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ସେହିଭଳି କାଳିଆ ଯୋଜନା ପାଇଁ ୧୮୭୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଉଦ୍ୟାନ କୃଷିର ବିକାଶ ପାଇଁ ୩୮୧ କୋଟି ଟଙ୍କା, ଧାନ ସଂଗ୍ରହ ପାଇଁ ୨ ହଜାର କୋଟିର ଆବର୍ତ୍ତି ପାଣ୍ଠି ବ୍ୟବସ୍ଥା କରାଯାଇଛି। ଏହାସହିତ ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଛତୁ ମିସନ ଓ ଫୁଲ ଚାଷ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Read More

ଭୁବନେଶ୍ବର: ଆଜି ଓଡିଶା ବିଧାନସଭାରେ ରାଜ୍ୟର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ  ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ କୃଷି ଉତ୍ପାଦନ ବୃଦ୍ଧି, କୃଷକ ସହାୟତା ଓ ଜଳସେଚନ ଉପରେ ଗୁରୁତ୍ବ ଦିଆଯାଇଛି। ଏହି ସମୟରେ କୃଷି କ୍ଷେତ୍ର ପାଇଁ ଏବର୍ଷ ମୋଟ ୨୪,୮୨୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ସେହିଭଳି କାଳିଆ ଯୋଜନା ପାଇଁ ୧୮୭୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଉଦ୍ୟାନ କୃଷିର ବିକାଶ ପାଇଁ ୩୮୧ କୋଟି ଟଙ୍କା, ଧାନ ସଂଗ୍ରହ ପାଇଁ ୨ ହଜାର କୋଟିର ଆବର୍ତ୍ତି ପାଣ୍ଠି ବ୍ୟବସ୍ଥା କରାଯାଇଛି। ଏହାସହିତ ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଛତୁ ମିସନ ଓ ଫୁଲ ଚାଷ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସବୁ ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକାରୀ ହେବ। ମିଲେଟ ମିଶନ ପାଇଁ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ସକାଳେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଅବକାରୀ ଓ ଆରପିଏଫ ମିଳିତ ଭାବେ ଚଢ଼ାଉ କରି ଜଣେ ଗଞ୍ଜେଇ ବେପାରିଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳର ବବୁଲ ବାରିକ (୨୦)। ତାଙ୍କ ନିକଟରୁ ୧୨ କେଜି ଗଞ୍ଜେଇ ଜବତ ହୋଇଛି। ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଏନଡ଼ିପିଏସ ଆକ୍ଟ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଉକ୍ତ ଚଢ଼ାଉରେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ବାଲୁଗାଁ ଆରପିଏଫ ଏଏସଆଇ ଏସ. ଅର୍ଜୁନ ପାତ୍ର ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଭାରତର ଜି୨୦ ଅଧ୍ୟକ୍ଷତାରେ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ପ୍ରଥମ ବୈଠକକୁ ସମ୍ବୋଧିତ କରିଛନ୍ତି। ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ହେଉଛି ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ପ୍ରଥମ ମନ୍ତ୍ରୀସ୍ତରୀୟ ଆଲୋଚନା କାର୍ଯ୍ୟକ୍ରମ। ଏହି ବୈଠକ ଫଳପ୍ରଦ ହେବା ନେଇ ସେ ଶୁଭେଚ୍ଛା ଜଣାଇଥିଲେ। ବର୍ତ୍ତମାନ ସମୟରେ ବିଶ୍ୱ ସମ୍ମୁଖିନ ହେଉଥିବା ସମସ୍ୟା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ବୈଠକରେ ଭାଗ ନେଇଥିବା ଅଂଶଗ୍ରହଣକାରୀମାନେ ବିଶ୍ୱ ଅର୍ଥ ଏବଂ ଅର୍ଥବ୍ୟବସ୍ଥାର ନେତୃତ୍ୱମାନଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି। ବିଶ୍ୱ ଗମ୍ଭୀର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ସମୟରେ ଏହି ପ୍ରତିନିଧିମାନେ ଏକାଠି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣରେ କୋଭିଡ ମହାମାରୀ ଏବଂ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ, ବର୍ଦ୍ଧିତ ଭୂ-ରାଜନୈତିକ ଉତ୍ତେଜନା, ବିଶ୍ୱ ଯୋଗାଣ ଶୃଙ୍ଖଳରେ ଦେଖା ଦେଇଥିବା…

Read More

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୦ ଟା ରେ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ରେଡକ୍ରସ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ. ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି, ମୁଖ୍ୟ ଚିକିତ୍ସା ଅଧିକାରୀ ଆର୍ତ୍ତବନ୍ଧୁ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକକୁ ପରିଚାଳନା କରିଥିଲେ ଡେପୁଟି କଲେକ୍ଟର ଉର୍ମିପ୍ରଭା ମହାରଣା। ୨୦୨୨ ମସିହାରେ ରେଡ଼କ୍ରସ ଟଙ୍କାର ସମୀକ୍ଷା କରାଯାଇ ବ୍ୟାଙ୍କରେ କେଉଁ ପ୍ରକାରରେ ଯଥା ଫିକ୍ସ ଏବଂ ସେଭିଂ ଜମା କରାଯାଇଛି ସେ ବିଷୟରେ ଜିଲ୍ଲାପାଳ ଆଲୋଚନା କରିଥିଲେ ଏବଂ କେତେ ଫିକ୍ସ ଜମା କରାଯାଇ ପାରିବ ପରାମର୍ଶ ଦେଇଥିଲେ। ପୁରୁଣା ରସିଦ…

Read More

ଭୁବନେଶ୍ବର: ପୁଣି ରାଜ୍ୟରେ ଏକ ହନିଟ୍ରାପ ମାମଲା ସାମ୍ନାକୁ ଆସିଛି। ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ଜଣେ ବରିଷ୍ଠ ଅଧିକାରୀ ଗିରଫ ହୋଇଥିବା ସୂଚନା ରହିଛି। ପୁଣି ବାଲେଶ୍ଵରର ଚାନ୍ଦିପୁର ଆଇଟିଆରରୁ ହନିଟ୍ରାପ ମାଧ୍ୟମରେ ଗୁପ୍ତ ତଥ୍ୟ ଲିକ୍ ହୋଇଛି। ଅଶ୍ଳୀଳ ଭିଡ଼ିଓ ଦେଇ ପାକିସ୍ତାନୀ ଏଜେଣ୍ଟ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ମାମଲାରେ ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରାଯାଇଛି। ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ବାଲେଶ୍ଵର ପୋଲିସ ଗିରଫ କରିଛି। ତେବେ ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଆଇଜି ହିମାଂଶୁ ଲାଲ ଏବଂ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ: ଆଦାନୀ ଗ୍ରୁପରେ ହିଣ୍ଡନବର୍ଗ ରିପୋର୍ଟ ଉପରେ ମିଡିଆ କଭରେଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଆଜି କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଇ) ଡିଏ ଚନ୍ଦ୍ରଚୁଡ କହିଛନ୍ତି ଯେ, ସେ ଗଣମାଧ୍ୟମକୁ ରୋକ ଲଗାଇପାରିବେ ନାହିଁ। ଏହି ପ୍ରସଙ୍ଗରେ ଆମେ କେବଳ ଆମର ରାୟ ଦେବୁ। ଓକିଲ ଏଲ.ଏଲ୍ ଶର୍ମାଙ୍କ ପକ୍ଷରୁ ଏହି ପିଟିସନ ଦାଖଲ କରାଯାଇଥିଲା। ଏହାପୂର୍ବରୁ ଫେବୃଆରୀ ୧୭ ତାରିଖରେ ହିଣ୍ଡନବର୍ଗ ଅନୁସନ୍ଧାନ ଦ୍ଵାରା ପ୍ରକାଶିତ ରିପୋର୍ଟ ସମ୍ବନ୍ଧରେ ସୁପ୍ରିମକୋର୍ଟ ଚାରୋଟି ଆବେଦନ ଉପରେ ରାୟ ସଂରକ୍ଷଣ କରିଥିଲେ। ଏଥିରେ ଆଦାନୀ ଗ୍ରୁପ୍ ଠକେଇ ଅଭିଯୋଗ ହୋଇଥିଲା। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଆଦାନୀ ଗ୍ରୁପ୍ ୧୦୦ ବିଲିୟନ ଡଲାରରୁ ଅଧିକ କ୍ଷତି ସହିଛି। ଏହି ଆବେଦନ କରିଥିବା ଆଡଭୋକେଟ୍ ଏଲ୍.ଏଲ୍ ଶର୍ମା ମଧ୍ୟ ସେବି ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ହିଣ୍ଡନବର୍ଗ ରିସର୍ଚ୍ଚ…

Read More

ପାଟନା: ୨୦୨୪ ନିର୍ବାଚନରେ ​​କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ କେହି ଅଣଦେଖା କରିପାରିବେ ନାହିଁ ବୋଲି ଆଜି ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ସାଂସଦ ଶତ୍ରୁଘ୍ନ ସିହ୍ନା କହିଛନ୍ତି। ଏହା ସହିତ ଅଭିନେତା କଂଗ୍ରେସର ଭରତ ଯୋଡୋ ଯାତ୍ରୀକୁ କ୍ରାନ୍ତିକାରୀ ବୋଲି ବର୍ଣ୍ଣନା କରିଛନ୍ତି। ସିହ୍ନା କହିଛନ୍ତି ଯେ, “ଆପଣ ରାହୁଲ ଗାନ୍ଧୀଙ୍କୁ ୨୦୨୪ରେ ପ୍ରଧାନମନ୍ତ୍ରୀ ଭାବରେ ଅଣଦେଖା କରିପାରିବେ ନାହିଁ। ‘ଭାରତ ଯୋଡୋ ଯାତ୍ରା’ କ୍ରାନ୍ତିକାରୀ ଥିଲା। ମମତା ବାନାର୍ଜୀ ୨୦୨୪ ରେ ଖେଳ ପରିବର୍ତ୍ତନକାରୀ ହେବେ।” ବିହାରର ଉପମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ, “ତେଜସ୍ୱୀ ଯାଦବ ଭଲ କାମ କରୁଛନ୍ତି, ସେ ଅନେକ ଅଭିଜ୍ଞତା ହାସଲ କରିଛନ୍ତି। ସେ ବିହାରର ଭବିଷ୍ୟତ ଭାବରେ ଦେଖାଯାଉଛନ୍ତି। ମୁଁ ବିଶ୍ୱାସ କରେ ନାହିଁ ଯେ, ପ୍ରଧାନମନ୍ତ୍ରୀ ଚା ବିକ୍ରି କରିଥିଲେ, ଏହା କେବଳ ପ୍ରଚାର ଥିଲା।” ବରିଷ୍ଠ ଅଭିନେତା ଆହୁରି କହିଛନ୍ତି, “ନୀତୀଶ ଜଣେ ସଫଳ…

Read More

ନୂଆଦିଲ୍ଲୀ: ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ବଡ ଝଟକା ଲାଗିଛି। ତୃତୀୟ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଉପଲବ୍ଧ ହେବେ ନାହିଁ। ଦିଲ୍ଲୀ ଟେଷ୍ଟ ପରେ ପ୍ୟାଟ୍ କମିନ୍ସ ତୁରନ୍ତ ଅଷ୍ଟ୍ରେଲିଆ ଫେରିଥିଲେ। ଅଷ୍ଟ୍ରେଲୀୟ ଗଣମାଧ୍ୟମ ଅନୁଯାୟୀ, ପାରିବାରିକ କାରଣରୁ ଇନ୍ଦୋର ଟେଷ୍ଟ ପର୍ଯ୍ୟନ୍ତ ପ୍ୟାଟ୍ କମିନ୍ସ ଭାରତ ଫେରି ପାରିବେ ନାହିଁ। ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଦଳ ୦-୨ ରେ ପଛରେ ରହିଛି। ବର୍ତ୍ତମାନ ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ଵ ଉପ-ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଙ୍କ ହାତରେ ରହିବ। କ୍ୟାପଟେନ କମିନ୍ସଙ୍କ ଅନୁପସ୍ଥିତ ହେତୁ ଅଷ୍ଟ୍ରେଲିଆ ଦଳ ଅସୁବିଧାରେ ପଡିପାରେ। ଅଧିନାୟକ କମିନ୍ସ ଦଳର ମୁଖ୍ୟ ଦ୍ରୁତ ବୋଲର ଅଟନ୍ତି। ଏଭଳି ପରିସ୍ଥିତିରେ ଦଳ ଦୁଇଟି କ୍ଷତି ସହିବ। ମାର୍ଚ୍ଚ ୧ ତାରିଖରୁ ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ।…

Read More

ଭୁବନେଶ୍ଵର: ଓଡିଆ ଚଳଚ୍ଚିତ୍ର ଜଗତ ପୁଣି ଚଳଚଞ୍ଚଳ ହେଉଛି। ଏଇ କିଛିଦିନ ତଳେ ଏକ ନିଛକ ଓଡିଆ କାହାଣୀକୁ ନେଇ ସାନଲିସା ସିଗ୍ନେଚର ଫିଲ୍ମ୍ସର ପ୍ରଥମ ଅବଦାନ ‘ପ୍ରଥା’ର ମହୁରତ ଭୁବନେଶ୍ବରର ଏକ ଘରୋଇ ପଞ୍ଚତରକା ହୋଟେଲରେ ହୋଇଥିଲା ଓ ପରେ ‘ପ୍ରଥା’ର ଶୁଟିଂ ଓଡ଼ିଶାର ଭିନ୍ନ ଭିନ୍ନ ଜାଗାରେ ସବୁଜ ବନାନୀ ମଧ୍ୟରେ ଜୋରସୋର ରେ ଚାଲିଛି। ଆଜିର ଏଇ ଡିଜିଟାଲ ମିଡିଆ ଯୁଗରେ ଆଉ ଲୁଚିକି ରହୁନି ଶୁଟିଂ ସେଟ୍ ର ଫଟୋ। ସେମିତି ଏକ ଫଟୋ ଭାଇରାଲ୍ ହେଇଛି ‘ପ୍ରଥା’ ର କୋରାପୁଟ ଶୁଟିଂ ସେଟ୍ ରୁ, ଯେଉଁଥିରେ ଶୀତଲ ଓ ଲଭରବୟ ସ୍ଵରାଜ ଏକ ନୂତନ ଅବତାରରେ ଅଛନ୍ତି। ଲମ୍ବା କେଶ ଓ ଦାଢି ସହ ସ୍ଵରାଜଙ୍କୁ ଏକ ସାଧାରଣ ଆଦିବାସୀ ଅବତାରରେ ଓ ଶୀତଲଙ୍କୁ ଏକ ସହରୀ ଝିଅ ଅବତାରରେ ଏହି ଫଟୋରେ ଦେଖିବାକୁ ମିଳିଛି। ସ୍ଵରାଜଙ୍କ ଏହି ନୂଆ ଚରିତ୍ର ନିଶ୍ଚତ ଫିଲ୍ମକୁ…

Read More