ସବୁଦିନ ପାଇଁ ଆଖି ବୁଜିଦେଲେ ଅଭିନେତା ପିଣ୍ଟୁ ନନ୍ଦ

Published: Mar 2, 2023, 8:34 am IST
pintu

ଭୁବନେଶ୍ବର: ଶେଷରେ ଆଖି ବୁଜିଲେ ଅଭିନେତା ପିଣ୍ଟୁ ନନ୍ଦ। ବୁଧବାର ବିଳମ୍ବିତ ରାତିରେ ହାଇଦ୍ରାବାଦର ଯଶୋଧାରା ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୭ ବର୍ଷ ବୟସ ହୋଇଥିଲା। ସେ ଲିଭର ସେରୋସିସ୍ ରୋଗରେ ପିଡିତି ହୋଇ ଚିକିତ୍ସିତ ହେଉଥିଲେ।

ଓଡିଆ ଚଳଚିତ୍ରର ଜଣେ ଲୋକପ୍ରିୟ ଅଭିନେତା ଥିଲେ ପିଣ୍ଟୁ। ଏ ଗୌରା ..ତୁ କଣ ଖାଉଛୁ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ‘ଜୟ ଜଗନ୍ନାଥ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ସାଥୀରେ’, ‘ପ୍ରେମ ପାଇଁ ମହାଭାରତ’, ‘କଥା ଦେଲି ମଥା ଛୁଇଁ’, ‘ଲଭ୍ ମାଷ୍ଟର’, ‘ଦୋସ୍ତି’, ‘ପ୍ରେମ ଋତୁ ଆସିଲା ‌ରେ’, ‘ହାତ ଧରି ଚାଲୁଥା’, ‘ରଙ୍ଗ ନମ୍ବର’ ଓ ‘ଲଭ୍‌ ଏକ୍ସପ୍ରେସ୍‌’ ଭଳି ଅନେକ ଓଡ଼ିଆ ସିନେମାରେ ପିଣ୍ଟୁ ନନ୍ଦ ଅଭିନୟ କରିଛନ୍ତି।

ତାଙ୍କ ପରଲୋକରେ ଓଡିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କର ମର ଶରୀର ଭୁବନେଶ୍ବର ଆସିବ ବୋଲି ଜଣାପଡିଛି।

Related posts