Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ସବୁଦିନ ପାଇଁ ଆଖି ବୁଜିଦେଲେ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ବର: ଶେଷରେ ଆଖି ବୁଜିଲେ ଅଭିନେତା ପିଣ୍ଟୁ ନନ୍ଦ। ବୁଧବାର ବିଳମ୍ବିତ ରାତିରେ ହାଇଦ୍ରାବାଦର ଯଶୋଧାରା ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୭ ବର୍ଷ ବୟସ ହୋଇଥିଲା। ସେ ଲିଭର ସେରୋସିସ୍ ରୋଗରେ ପିଡିତି ହୋଇ ଚିକିତ୍ସିତ ହେଉଥିଲେ।

ଓଡିଆ ଚଳଚିତ୍ରର ଜଣେ ଲୋକପ୍ରିୟ ଅଭିନେତା ଥିଲେ ପିଣ୍ଟୁ। ଏ ଗୌରା ..ତୁ କଣ ଖାଉଛୁ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ‘ଜୟ ଜଗନ୍ନାଥ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ସାଥୀରେ’, ‘ପ୍ରେମ ପାଇଁ ମହାଭାରତ’, ‘କଥା ଦେଲି ମଥା ଛୁଇଁ’, ‘ଲଭ୍ ମାଷ୍ଟର’, ‘ଦୋସ୍ତି’, ‘ପ୍ରେମ ଋତୁ ଆସିଲା ‌ରେ’, ‘ହାତ ଧରି ଚାଲୁଥା’, ‘ରଙ୍ଗ ନମ୍ବର’ ଓ ‘ଲଭ୍‌ ଏକ୍ସପ୍ରେସ୍‌’ ଭଳି ଅନେକ ଓଡ଼ିଆ ସିନେମାରେ ପିଣ୍ଟୁ ନନ୍ଦ ଅଭିନୟ କରିଛନ୍ତି।

ତାଙ୍କ ପରଲୋକରେ ଓଡିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କର ମର ଶରୀର ଭୁବନେଶ୍ବର ଆସିବ ବୋଲି ଜଣାପଡିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଅଭିନେତା ପିଣ୍ଟୁ ନନ୍ଦ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀରୁ ଯିବେ ହାଇଦ୍ରାବାଦ

ନୂଆଦିଲ୍ଲୀ: ଅଭିନେତା ପିଣ୍ଟୁ ନନ୍ଦ ଅଧିକ ଚିକିତ୍ସା ପାଇଁ ନୂଆ ଦିଲ୍ଲୀରୁ ହାଇଦ୍ରାବାଦ ଯିବେ। ଏ ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି। ସେ ଲିଭର ସିରୋସିସ ରୋଗରେ ପିଡିତ ଥିବାରୁ ପ୍ରଥମେ ତାଙ୍କୁ ଭୁବନେଶ୍ବରରୁ ନୂଆଦିଲ୍ଲୀ ନିଆଯାଇଥିଲା। ସେଠାରେ ସେ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ।

ତେବେ ତାଙ୍କର ଲିଭର ଟ୍ରାନସପ୍ଲାଣ୍ଟେସନ ହେବାକୁ ଥିବାରୁ ପ୍ରଥମେ ତାଙ୍କ ପରିବାର ଲୋକ ଲିଭର ଦେବା ପାଇଁ ନିଷ୍ପତି ହୋଇଥିଲା। ହେଲେ ତାଙ୍କ ପରିବାର ଲୋକଙ୍କର କାହାର ହେଲେ ଲିଭର ମ୍ୟାଚ କଲା ନାହିଁ। ଫଳରେ ତାଙ୍କୁ ହାଇଦ୍ରାବାଦର ଯଶୋଧାର ହସପିଟାଲକୁ ସ୍ଥାନାନ୍ତରିତ କରାଯାଉଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ବର: ଆଜି ଅଧିକ ଚିକିତ୍ସା ପାଇଁ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ। ସେ ଦିଲ୍ଲୀର ଆଇଏଲବିଏସ ହସପିଟାଲରେ ଚିକିତ୍ସିତ ହେବେ। ତାଙ୍କର ଲିଭର ଟ୍ରାନସପ୍ଲାଣ୍ଟ ହେବ। ସେଥିପାଇଁ ତାଙ୍କର ଜଣେ ବନ୍ଧୁ ଲିଭର ଦେବା ପାଇଁ ରାଜି ହୋଇଛନ୍ତି। ଏହି ଚିକିତ୍ସା ପରେ ପିଣ୍ଟୁ ନନ୍ଦ ପ୍ରାୟ ତିନିମାସ ଧରି ଦିଲ୍ଲୀରେ ରହିବାକୁ ପଡିବ।

ଏଥିମଧ୍ୟରେ ତାଙ୍କର ଚିକିତ୍ସା ପାଇଁ ସହାୟତାର ହାତ ବଢିବାରେ ଲାଗିଛି। ବିଭିନ୍ନ ଶିଳ୍ପ ପତି ଏବଂ ରାଜନେତାମାନେ ତାଙ୍କୁ ସହାୟତା ଦେବାରେ ଲାଗିଛନ୍ତି। ଏହି ରାଶି ମିଳିବା ପରେ ବର୍ତ୍ତମାନ ସେ ଦିଲ୍ଲୀ ଗସ୍ତ କରିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ଦେଖାକରିବା ପାଇଁ ବହୁ କଳାକାରଙ୍କ ସମାଗମ ହୋଇଥିଲା। ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।