ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ

Published: Feb 7, 2023, 9:28 am IST
PintuNanda

ଭୁବନେଶ୍ବର: ଆଜି ଅଧିକ ଚିକିତ୍ସା ପାଇଁ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ। ସେ ଦିଲ୍ଲୀର ଆଇଏଲବିଏସ ହସପିଟାଲରେ ଚିକିତ୍ସିତ ହେବେ। ତାଙ୍କର ଲିଭର ଟ୍ରାନସପ୍ଲାଣ୍ଟ ହେବ। ସେଥିପାଇଁ ତାଙ୍କର ଜଣେ ବନ୍ଧୁ ଲିଭର ଦେବା ପାଇଁ ରାଜି ହୋଇଛନ୍ତି। ଏହି ଚିକିତ୍ସା ପରେ ପିଣ୍ଟୁ ନନ୍ଦ ପ୍ରାୟ ତିନିମାସ ଧରି ଦିଲ୍ଲୀରେ ରହିବାକୁ ପଡିବ।

ଏଥିମଧ୍ୟରେ ତାଙ୍କର ଚିକିତ୍ସା ପାଇଁ ସହାୟତାର ହାତ ବଢିବାରେ ଲାଗିଛି। ବିଭିନ୍ନ ଶିଳ୍ପ ପତି ଏବଂ ରାଜନେତାମାନେ ତାଙ୍କୁ ସହାୟତା ଦେବାରେ ଲାଗିଛନ୍ତି। ଏହି ରାଶି ମିଳିବା ପରେ ବର୍ତ୍ତମାନ ସେ ଦିଲ୍ଲୀ ଗସ୍ତ କରିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ଦେଖାକରିବା ପାଇଁ ବହୁ କଳାକାରଙ୍କ ସମାଗମ ହୋଇଥିଲା। ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Related posts