ବ୍ରହ୍ମପୁର: ୪୦୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ

Published: Feb 27, 2023, 10:32 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଦ୍ଵାରା ୪୦୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହାସହିତ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କାଯାଇଛି।

ସୂଚନା ଅନୁଯାୟୀ, ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଇନିଷ୍ପେକ୍ଟର ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱରେ ପାଟ୍ରୋଲିଂ ବେଳେ ମହୁରୀ କାଳୁଆ ଛକରେ ଏକ ପିକ୍ଅପ୍ ଗାଡ଼ିକୁ ଅଟକାଇ ଥିଲେ। ଗାଡି ଚାଳକ ଗାଡ଼ି ଛାଡ଼ି ଚାଲିଯିବାକୁ ଉଦ୍ୟମ କରିବା ବେଳେ ଅବକାରୀ ଟିମ୍ ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରି ଥିଲେ ଓ ଗାଡି ଯାଞ୍ଚ ବେଳେ ସେଥିରେ ରସୁଣ ବସ୍ତା ମଧ୍ୟରେ ବହୁ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପରେ ଉକ୍ତ ଗାଡିକୁ ଜବତ କରିଥିଲେ। ଦୁଇ ଚାଲାଣକାରୀ ପାଟପୁର ଅଞ୍ଚଳର ସନ୍ତୋଷ କୁମାର ସାହୁ ଓ ରାଧାକାନ୍ତ ସାହୁକୁ ଅଟକ ରଖି ଅବକାରୀ ବିଭାଗ ଜେରା ଚଳାଇଥିବା ଜଣାପଡିଛି।

Related posts