Author: Samikhsya Bureau

ଭୁବନେଶ୍ୱର: ନିର୍ବାଚନ ସମୟର ଘରୋଇ ପ୍ରବାସୀ ଭୋଟରମାନଙ୍କ ମତଦାନ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଏକ ସୁବ୍ୟବସ୍ଥିତ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି। ଘରୋଇ ପ୍ରବାସୀ ଭୋଟରମାନେ ଶିକ୍ଷା, ରୋଜଗାର ଏବଂ ଅନ୍ୟାନ୍ୟ କାରଣରୁ ନିଜ ନିର୍ବାଚନ ମଣ୍ଡଳୀ ବାହାରେ ରହୁଥିବାରୁ ସାଧାରଣ ନିର୍ବାଚନ କିମ୍ବା ଉପନିର୍ବାଚନ ସମୟରେ ନିଜ ସାମ୍ବିଧାନିକ ଅଧିକାର ମତଦାନ କାର୍ଯ୍ୟରୁ ବିଭିନ୍ନ କାରଣରୁ ବିରତ ରହୁଛନ୍ତି। ଏହା ଫଳରେ ସାରା ଦେଶରେ ମତଦାନ ହାର କ୍ରମଶଃ ହ୍ରାସ ପାଉଛି। ଏହାକୁ ବିଚାରକୁ ନେଇ ନିର୍ବାଚନ ଆୟୋଗ ଘରୋଇ ପ୍ରବାସୀ ଭୋଟରମାନଙ୍କ ନିମନ୍ତେ ପ୍ରୋଟୋଟାଇପ୍‌ ରିମୋଟ୍‌ ଇଲେକ୍‌ଟ୍ରୋନିକ୍ସ ଭୋଟିଂ ମେସିନ୍‌ (ଆର୍‌ଭିଏମ୍‌) ବିକଶିତ କରିଛନ୍ତି। ଯାହାଫଳରେ ଘରୋଇ ପ୍ରବାସୀ ଭୋଟରମାନେ ନିଜ କର୍ମସ୍ଥଳୀରେ ଉପସ୍ଥିତ ରହି ଭୋଟ ଦେଇପାରିବେ ଓ ସେମାନଙ୍କୁ ଆଉ ନିଜ ରାଜ୍ୟକୁ ଫେରି ଭୋଟଦେବାକୁ ପଡ଼ିବ ନାହିଁ। ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଗତ ୨୦୧୯ ସାଧାରଣ ନିର୍ବାଚନରେ ମତଦାନ ହାର ୬୭.୪%…

Read More

ଭୁବନେଶ୍ବର: ପାଣିପାଗ ନେଇ ଆସିଛି ଏକ ବଡ ସୂଚନା। ତାହା ହେଲା ବର୍ତ୍ତମାନର ପାଣିପାଗ ସ୍ଥିତି ଅନୁସାରେ ଓଡିଶାର ପ୍ରବେଶ କରୁଛି ପଶ୍ଚିମା ଝଡ। ଏହାଦ୍ବାରା ୧୭ ତାରିଖ ବେଳକୁ ରାଜ୍ୟର ନଅଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଏବଂ ଢେଙ୍କାନାଳ ଜିଲ୍ଲା। ଏଥିସହିତ ଆଉ କେତକ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି।

Read More

ଭୁବନେଶ୍ବର: ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣେ ମୋଚିଙ୍କ ପରିବାରବର୍ଗଙ୍କୁ ହସ୍ପିଟାଲରେ ପୋଷ୍ଟମୋର୍ଟମ୍ ପ୍ରକ୍ରିୟାରେ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ସହିତ ଶେଷକୃତ୍ୟ ସମୟରେ ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଳାଇ ସହଯୋଗ କଲା ଓଡ଼ିଶା- ମୋ ପରିବାର। ଘଟଣାଟି ଏମିତି, ଭୁବନେଶ୍ୱର ସହର ମୋଚିସାହି ଅଞ୍ଚଳର ୫୩ବର୍ଷିୟ ବାସିନ୍ଦା ଟି ବଙ୍ଗରମାଙ୍କର ଗତକାଲି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ଏବଂ ସୁଶାନ୍ତ ସାହୁ ନାମକ ସ୍ଥାନୀୟ ମୁରବୀ, ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ(ଓଡ଼ିଶା-ମୋ ପରିବାର)ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଯୋଗାଯୋଗ କରି ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଶ୍ରୀ ସାମନ୍ତରାୟ, ବିଳମ୍ବ ନ କରି ସଙ୍ଗେସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ପୋଷ୍ଟମର୍ଟମ ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିବାରେ ସଂଯୋଜନା କରିଥିଲେ ଏବଂ ଜୟ ଓଡ଼ିଶାର ଶବ ପରିବହନ ଯାନ ‘ଶେଷ…

Read More

ଭୁବନେଶ୍ବର: ଓଡିଶା ଆସିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ। ଏ ନେଇ ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି ଯେ ହାତ ସେ ଜୋଡ ହାତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଉଭୟ ଆସିବେ। ତେବେ ସେମାନେ ଫେବୃୟାରୀ ମାସରେ ଆସିବେ ବୋଲି ଶରତ କହିଛନ୍ତି। ତେବେ ଏ ନେଇ ନିର୍ଦ୍ଧିଷ୍ଠ ତାରିଖ ସ୍ଥିର ହୋଇ ନାହିଁ, ହେଲେ ସେମାନଙ୍କ ଆସିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଶରତ ପଟ୍ଟନାୟକ କହିଛନ୍ତି। ଭାରତ ଯୋଡ ଯାତ୍ରାର ଦ୍ବିତୀୟ ପାଳି ପଦଯାତ୍ରା ଆରମ୍ଭ ହୋଇଛି।

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: କିଛି ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରୁ ଅଲଗା ହୋଇ ନାଚୁଣୀ ଏକ ସ୍ୱତନ୍ତ୍ର ଥାନା ହୋଇଥିବା ବେଳେ ଆଇଆଇସି ଚନ୍ଦ୍ରଶେଖର ଜେନା ଙ୍କ ତତ୍ୱାବଧାନରେ ଅପରାଧୀଙ୍କୁ ଧରିବା ପାଇଁ ଜାଲ ବିଛାଉଛି ପୋଲିସ । ଆଜି ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୋଲିସ ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ ଘାଷେଡିହ ଗ୍ରାମର ଅଭିଯୁକ୍ତ ଶେଖ କୁରବାନଙ୍କ ଘରେ ପଛପଟେ ଦେଶୀ ମଦ କାରବାର ଚାଲିଥିବାର ଖବର ପାଇଥିଲା ପୋଲିସ । ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦେଶକ୍ରମେ ଏବଂ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନାଙ୍କ ତତ୍ୱାବଧାନରେ ଏସଆଇ କେଶବ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ସ୍ଥାନରେ ଚଢ଼ାଉ କରି ୨୫ ବସ୍ତା (୩୯୨ ଲିଟର) ଦେଶୀ ମଦ ଜବତ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ କେସ ନମ୍ବର…

Read More

ଭୁବନେଶ୍ୱର: ଓଡିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ପ୍ରଫେସର ବିଭୂତି ଭୁଷଣ ବିଶ୍ବାଳଙ୍କୁ ଚାରି ବର୍ଷ ପାଇଁ ଓଡ଼ିଶା ଟେକ୍ନୋଲୋଜି ଏବଂ ରସର୍ଚ୍ଚ ବିଶ୍ବବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ କରିଛନ୍ତି। ସେ ଯେଉଁ ଦିନ କାର୍ଯ୍ୟଭାର ଗ୍ରହଣ କରିବେ ସେହି ଦିନଠାରୁ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ। ପ୍ରଫେସର ବିଶ୍ବାଳ ବର୍ତ୍ତମାନ  ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମେଘାଳୟର ନିର୍ଦ୍ଦେଶକ ଅଛନ୍ତି। ତାଙ୍କର ୩୬ ବର୍ଷରୁ ଅଧିକ ସମୟର ଶିକ୍ଷାଦାନ ଅଭିଜ୍ଞତା ରହିଛି। ସେ ୩ଟି ପୁସ୍ତକ ରଚନା କରିଛନ୍ତି ଏବଂ ୨୪ ପିଏଚଡି ଏବଂ ୪୫ ପିଜି ସ୍କର୍ଲାରଙ୍କୁ ସଫଳତାର ସହ ମାର୍ଗଦର୍ଶନ କରିଛନ୍ତି।

Read More

ନୂଆଦିଲ୍ଲୀ: ଜେଡିୟୁର ଜାତୀୟ ସଭାପତି ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ସମାଜସେବୀ ନେତା ଶରଦ ଯାଦବ ଗୁରୁବାର ରାତିରେ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ମୃତଦେହ ଛତରପୁରର ବାସଭବନରେ ରଖାଯାଇ,ଛି ଯେଉଁଠାରେ ସମସ୍ତ ଲୋକ ଆସି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଶରଦ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ। ଏହା ବ୍ୟତୀତ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଶରଦ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଆମ ମଧ୍ୟରେ ଶରଦ ଯାଦବଙ୍କ ଅନୁପସ୍ଥିତି ଦେଶର ଜନସାଧାରଣଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ୫ ଦଶନ୍ଧିର ଦୀର୍ଘ ସାର୍ବଜନୀକ ଜୀବନରେ ଶରଦ ଜୀ ସର୍ବଦା ଲୋକ ଏବଂ ପଛୁଆବର୍ଗଙ୍କ ପ୍ରସଙ୍ଗ ଉଠାଉଥିଲେ। ତାଙ୍କର ଶେଷ ନିଶ୍ଵାସ…

Read More

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଫେବୃଆରୀ ୧ ତାରିଖରେ ବଜେଟ୍ ଉପସ୍ଥାପନ କରାଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ଆଜି ନୀତି ଆୟୋଗ ବୈଠକରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ବିଭିନ୍ନ ଅନୁଷ୍ଠାନରୁ ସେମାନଙ୍କର ଆଶା ଏବଂ ମତାମତ ପ୍ରକ୍ରିୟା ଚାଲିଛି ଏବଂ ସେମାନଙ୍କର ଦାବିକୁ ସରକାର ଗ୍ରହଣ କରୁଛନ୍ତି। ବଜେଟରେ ପ୍ରତ୍ୟେକ ଥର ଭଳି, ଆର୍ଥିକ ଅଭାବକୁ ନିୟନ୍ତ୍ରଣ କରିବା ସହିତ ବିକାଶମୂଳକ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯିବ। ଏଥର ବଜେଟ୍ ଅଧିବେଶନ ଫେବୃଆରୀ ୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବଜେଟ୍ ଅଧିବେଶନ ସମ୍ପର୍କରେ ସୂଚନା ଦେଇଛନ୍ତି। ଏକ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ମୋ ପୁଅକୁ ବଞ୍ଚାଇଦିଅ, ବାପ ପୁଅ ମିଶି ସବୁ ଋଣ ସୁଝିଦେବୁ, ଆମ ଉପରେ ଦୟା କରନ୍ତୁ। ଏ ଭଳି କରୁଣ ନିବେଦନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅଲାଇଡିହ ଗ୍ରାମର ଜୀବନ ପଣ୍ଡା। ଜୀବନ ପଣ୍ଡାଙ୍କ ଏକମାତ୍ର ପୁଅ ବରଦା ପ୍ରସାଦ ପଣ୍ଡା ହରିଆନାର କୌଣସି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଆଉ ବାପା ଜୀବନ ପଣ୍ଡା ବାଲୁଗାଁର ଏକ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିଲେ। କରୋନା ପାଇଁ ବାପା ଜୀବନ ପଣ୍ଡା ନିଜର ଜୀବିକା ହରେଇ ବସିଲେ। ପୁଅର ରୋଜଗାରରେ ଘରଟି ଦୁଃଖସୁଖରେ ଚାଲିଥିଲା। ତେବେ ଦିନେ ବରଦା ମାଆଙ୍କ ସହ ଫୋନରେ କଥା ହେଉଥିଲେ। ବରଦାଙ୍କ କଥାଗୁଡିକ ପରିଷ୍କାର ଉଚ୍ଚାରଣ ହୋଇପାରୁନଥିବାରୁ ମା’ ପଚାରିଥିଲେ, “ପୁଅ ତୋର କଥା ଏମିତି କଣ ଶୁଭୁଛି। ପୁଅ କହିଥିଲା, ”ବୋଉ ମୋର ଦାନ୍ତ ବିନ୍ଧା ହେଉଛି। ବରଦା ସେଠାରେ ଡାକ୍ତରଙ୍କୁ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଆଜି ସକାଳେ ଗଞ୍ଜାମ ଜିଲ୍ଲା ହରଡ଼ାଖଣ୍ଡି ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ହରଡ଼ାଖଣ୍ଡି ଛକରେ ପିକଅପ୍ ଭ୍ୟାନ୍ ଧକ୍କା ଦେବା ଯୋଗୁଁ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଦ୍ରୁତଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ ହରଡ଼ାଖଣ୍ଡି ଛକରେ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ସହ ଆଖ ପାଖରେ ଥିବା ଗୋଟିଏ ସ୍କୁଟି ଓ ବାଇକକୁ ଧକ୍କା ଦେଇଥିଲା। ପିକଅପ୍ ଭ୍ୟାନ ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଥିବା କୁହାଯାଉଛି।ଯାହାଫଳରେ ସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣକ ହରଡ଼ାଖଣ୍ଡି ଧର୍ମ ନଗର ସାହିର ବାବୁଲା ଗୌଡ଼ ବୋଲି ଜଣାପଡିଛି। ଘଟଣାସ୍ଥଳରେ ବଡ ବଜାର ଥାନା ପୁଲିସ ଓ ଟ୍ରାଫିକ ପୁଲିସ ପହଞ୍ଚି ପିକଅପ୍ ଭ୍ୟାନ୍ କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Read More

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧିନରେ ଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁଦାନ ରାଶି ବୃଦ୍ଧି କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ଅନୁଦାନ ରାଶି ବୃଦ୍ଧି ବାବଦରେ ଘୋଷଣା କରାଯାଇଛି । ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଆବାସିକ ସୁବିଧା ନେଇ ରହୁଥିବା ଛାତ୍ରଛାତ୍ରୀମାନଙ୍କ ଅନୁଦାନ ରାଶି ମାସିକ ୨୩୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ସେମାନେ ମାସିକ ୧୭୬୦ ଟଙ୍କା ପାଉଛନ୍ତି। ଅନୁରୂପ ଭାବରେ, ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଦିବାଧ୍ୟାୟୀ ଛାତ୍ରଛାତ୍ରୀମାନଙ୍କର ମାସିକ ଅନୁଦାନ ରାଶି ବର୍ତ୍ତମାନ ଥିବା ୩୭୦ ଟଙ୍କାରୁ ୪୯୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସରକାରଙ୍କ ଅଧିନରେ ଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକର ଆବାସିକ ଓ ଦିବ୍ୟାଧ୍ୟାୟୀ ଛାତ୍ରଛାତ୍ରୀ ଏହି ବର୍ଦ୍ଧିତ ଅନୁଦାନ ଚଳିତ ବର୍ଷ ଅପ୍ରେଲ ପହିଲାରୁ ପାଇବେ। ଫଳରେ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ରକ୍ଷଣାବେକ୍ଷଣ ଖର୍ଚ୍ଚ ଅଧିକ ହେବ। ସେହିପରି ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକୁ ସରକାରଙ୍କ ପକ୍ଷରୁ…

Read More

ନୂଆଦିଲ୍ଲୀ: ଆଜି ସକାଳେ ମହାରାଷ୍ଟ୍ରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଖବର ଆସୁଛି। ସୂଚନା ଅନୁଯାୟୀ, ଶିରିଡି ରାଜପଥରେ ପାଥେର ନିକଟରେ ଏକ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ବସ୍‌ରେ ପ୍ରାୟ ୪୫ ରୁ ୫୦ ଜଣ ଲୋକ ଥିଲେ। ସେଥିମଧ୍ୟରୁ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେହିଭଳି ଅନେକ ଲୋକଙ୍କୁ ଆହତ ହୋଇଥିବା କୁହାଯାଉଛି। ମୃତ୍ୟୁବରଣ କରିଥିବା ଦଶ ଜଣଙ୍କ ମଧ୍ୟରୁ ୭ ଜଣ ମହିଳା ଏବଂ ତିନି ଜଣ ପୁରୁଷ ଥିବା ଜଣାପଡିଛି। ଆହତମାନଙ୍କୁ ସାଇବାବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଥିରେ କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନାଶିକ-ଶିରିଡି ରାଜପଥରେ ବସ୍ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁକୁ ନେଇ…

Read More

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ୪ ୱିକେଟ୍ ଜିତିଥିଲା। ଗତକାଲି ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ଏକ ସମୟରେ କଠିନ ପରିସ୍ଥିତିରେ ଥିଲା, କିନ୍ତୁ କେ.ଏଲ୍ ରାହୁଲ ନିଜର ବୁଦ୍ଧିମାନ ଇନିଂସ ସହିତ ଭାରତୀୟ ଦଳର ସ୍ଥିତିକୁ ମଜବୁତ କରିଥିଲେ। ସେ ୧୦୩ ବଲରୁ ୬୪ ରନର ଅପରାଜିତ ଇନିଂସ ଖେଳି ଭାରତୀୟ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏଠାରେ ବିଶେଷ କଥା ହେଉଛି ଏହି ମ୍ୟାଚ୍‌ରେ ସେ ନମ୍ବର-୫ରେ ବ୍ୟାଟିଂ କରିବାକୁ ଆସିଥିଲେ। ମ୍ୟାଚ୍ ପରେ ସେ ତାଙ୍କ ଇନିଂସ ଏବଂ ବ୍ୟାଟିଂ ଅର୍ଡର ବିଷୟରେ ପ୍ରଶ୍ନର ଉତ୍ତର ଦେଇଥିଲେ। କେଏଲ ରାହୁଲ କହିଥିଲେ ଯେ, ‘ଶ୍ରୀଲଙ୍କା ପ୍ରଥମେ କିଛି ୱିକେଟ୍ ନେଇ ଆମକୁ ଚାପରେ ରଖିଥିଲା, ​​କିନ୍ତୁ ପରେ ହାର୍ଦ୍ଦିକ ଏବଂ ଶ୍ରେୟାସଙ୍କ ସହ ମୋର ଭଲ…

Read More

ଭୁବନେଶ୍ଵର: ଦକ୍ଷିଣ ପୂର୍ବ ରେଳର ଖଡ଼ଗପୁର ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା ନିକଟବର୍ତ୍ତୀ ଶାଲିମାର ରେଳ ଷ୍ଟେସନ ୟାର୍ଡର ପୁନଃ ନିର୍ମାଣ ସହିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଶାଲିମାର ଷ୍ଟେସନରେ ଟ୍ରେନ ଚଳାଚଳ ପାଇଁ ଆଂଶିକ ପ୍ରତିବନ୍ଧକୁ ଅନୁମତି ଦିଆଯାଇଛି। ୟାର୍ଡ଼ ପୁନଃ ନିର୍ମାଣ କାର୍ଯ୍ୟରେ ନନ-ଇଣ୍ଟର ଲକିଂ ଏବଂ ସୁରକ୍ଷିତ ଟ୍ରେନ୍ ଚଳାଚଳ ପାଇଁ ସିଗନାଲ୍ ସିଷ୍ଟମର ସ୍ଥାପନ ଅନ୍ତର୍ଭୁକ୍ତ ଅଟେ।  ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୁରୀ ଏବଂ ସମ୍ବଲପୁରରୁ ଉତ୍ପନ୍ନ କିଛି ଟ୍ରେନ୍ କୁ ସାମୟିକ ବାତିଲ୍ କରାଯାଉଥିବାବେଳେ କିଛି ଟ୍ରେନ କୁ ସନ୍ତ୍ରାଗାଛି ଓ ଶାଲିମର ମଧ୍ୟରେ ନିମ୍ନ ମତେ ବାତିଲ କରାଯାଉଅଛି … ବାତିଲ୍ ହେଉଥିବା ଟ୍ରେନ୍: 12888 / 12887 ପୁରୀ-ଶାଲିମାର-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ପୁରୀରୁ 15 ଜାନୁୟାରୀ 2023 ରେ ଏବଂ ଶାଲିମାରରୁ 16 ଜାନୁୟାରୀ 2023 ଦିନ ବାତିଲ ହୋଇ ରହିବ। 20832 / 20831…

Read More

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ହକି ମହାକୁମ୍ଭ। ଗତ ୧୧ତାରିଖରେ ଏହାର ଉଦଘାଟନ ସରିବା ପରେ ଆଜି ମୁଖ୍ୟ ଖେଳ ଆରମ୍ଭ ହେବ। ଆଜି ଉଭୟ କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବର୍ସାମୁଣ୍ଡ ଷ୍ଟାଡିୟମରେ ଏହି ଖେଳ ଚାଲିବ। ଆଜି ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଦୁଇଟି ଲେଖାଏଁ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଗ୍ରୁପ ‘ଏ’ର ଏହି ମ୍ୟାଚଟି ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଦିନ ୧ଟା ରେ ଆରମ୍ଭ ହେବ। ଏହା ସରିବା ପରେ ଗ୍ରୁପ ମ୍ୟାଚ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ସେହିପରି ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଲ୍ସ ମୁହାଁ ମୁହିଁ ହେବେ। ସେହିପରି ଆଜି ସଂଧ୍ୟାରେ ଭାରତ ସ୍ପେନ ମଧ୍ୟରେ ମୁକାବିଲା ହେବ।

Read More

ପୁରୀ: ଶ୍ରୀ ଅଲାରନାଥଙ୍କ କ୍ଷୀରିଭୋଗ ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ପ୍ରଚଳିତ। ଏକଦା ସେବା କାର୍ଯ୍ୟରେ ନିୟୋଜିତ ଅଲାରନାଥଙ୍କ ପୂଜକ ଶ୍ରୀକେତନ ପଣ୍ଡା କାର୍ଯ୍ୟବଶତଃ ଅନ୍ୟ ଗ୍ରାମକୁ କେତେଦିନ ପାଇଁ ଚାଲିଯାଇଥିଲେ। ଯିବା ପୂର୍ବରୁ ସେ ତାଙ୍କର ନାବାଳକ ପୁତ୍ର ମଧୁସୂଦନକୁ ଠାକୁରଙ୍କ ନିକଟରେ କ୍ଷୀରିଭୋଗ କରିବା ପାଇଁ କହି ଯାଇଥିଲେ। ଅଜ୍ଞାନ ବାଳକ ପୂଜା ପଦ୍ଧତି ସମ୍ୱନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ସୁଦ୍ଧା କ୍ଷୀରି ହାଣ୍ଡି ଧରି ଠାକୁରଙ୍କ ପାଖରେ ପହଞ୍ଚି ତାର ଚପଳ ବୁଦ୍ଧି ଓ ଭକ୍ତି ସହକାରେ ଆଖି ବନ୍ଦ କରି ଠାକୁରଙ୍କୁ ଆବାହନ କରିବା ପରେ ଦେଖିଲା ହାଣ୍ଡିରେ କିଛି କ୍ଷୀରି ନାହିଁ। ଘରକୁ ଖାଲି ହାଣ୍ଡି ଧରି ଫେରି ତା’ମା ଆଗରେ ସମସ୍ତ ଘଟଣା କହିଲେ ସୁଦ୍ଧା ମା’ର ବିଶ୍ୱାସ ହେଲା ନାହିଁ। ବିଲେଇ କ୍ଷୀରି ବୋଧହୁଏ ଖାଇ ଦେଇଥିବ କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଥିବ, ଏହି ଆଶଙ୍କାରେ ପୁତ୍ରର ମା’ ରାତ୍ରି ସାରା…

Read More

ଚାଣକ୍ୟ ନୀତି: ଜଣେ ବ୍ୟକ୍ତିର ପ୍ରଣାଳୀ, ଆଚରଣ ଏବଂ ଗତିବିଧି ତାଙ୍କ ବ୍ୟକ୍ତିତ୍ୱକୁ ପ୍ରକାଶ କରିପାରିବ। ପ୍ରତ୍ୟେକ ମହିଳା ଚାହାଁନ୍ତି ଯେ, ତାଙ୍କ ଜୀବନ ସାଥୀ ଭଲ ଗୁଣରେ ପରିପୂର୍ଣ୍ଣ ହୁଅନ୍ତୁ। ଯେପରି ସେ ଜୀବନ ସାରା ସାଥିରେ ରହିପାରିବେ। ଚାଣକ୍ୟଙ୍କ ଅନୁଯାୟୀ ପୁରୁଷମାନଙ୍କର କିଛି ଗୁଣ ଅଛି ଯାହା ସେମାନଙ୍କୁ ସର୍ବୋତ୍ତମ କରିଥାଏ। ଯଦି ଆମେ ଚାଣକ୍ୟ ନୀତିକୁ ଦେଖିବା, ତେବେ ଜଣେ ଭଲ ମଣିଷକୁ ଚିହ୍ନଟ କରାଯାଇପାରିବ। ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଅନୁଯାୟୀ ଜଣେ ମହାନ ବ୍ୟକ୍ତିଙ୍କ ଗୁଣ କ’ଣ? ଆହୁରି ମଧ୍ୟ, ମହିଳାମାନେ ସେମାନଙ୍କ ବିଷୟରେ କେଉଁ ଅଭ୍ୟାସ ପସନ୍ଦ କରନ୍ତି। ସଚ୍ଚୋଟତା: ଚାଣକ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତି ଯିଏ ସଂପର୍କରେ ସଚ୍ଚୋଟ, ସେ ସବୁ ସ୍ଥାନରେ ସମ୍ମାନର ଯୋଗ୍ୟ। ଯେଉଁ ପୁରୁଷଙ୍କ ଉଦ୍ଦେଶ୍ୟ ମହିଳାମାନଙ୍କ ପ୍ରତି ଉତ୍ତମ, ସେମାନେ ନିଜ ପତ୍ନୀ, ବନ୍ଧୁକୁ କଦାପି ଠକି ପାରିବେ ନାହିଁ। ପୁରୁଷମାନଙ୍କର ଏହି ଗୁଣ ମହିଳାମାନଙ୍କୁ ଆକର୍ଷିତ…

Read More

ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷ ନିଶ୍ଚିତ ଭାବରେ ଜଣେ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ। ବାସ୍ତୁ ଅନୁଯାୟୀ, ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷ ସକରାତ୍ମକ ଏବଂ ନକାରାତ୍ମକ ଶକ୍ତି ଦେଇଥାଏ। ଘରର ବାଥରୁମ ପାଇଁ ବାସ୍ତୁର କିଛି ବିଶେଷ ନିୟମ ପ୍ରସ୍ତୁତ କରାଯାଇଛି। ବାସ୍ତୁ ଅନୁଯାୟୀ, ବାଥରୁମରେ ରଖାଯାଇଥିବା କିଛି ଜିନିଷ ଘରେ ଦାରିଦ୍ର୍ୟ ଆଣିଥାଏ। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା… ଛିଣ୍ଡା ଚପଲ- ଛିଣ୍ଡା ଚପଲକୁ ଆଦୌ ବାଥରୁମରେ ରଖିବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଛିଣ୍ଡା ଚପଲ ଘରକୁ ନକାରାତ୍ମକ ଶକ୍ତି ଆଣିଥାଏ। ଭଙ୍ଗା କାଚ- ଭଙ୍ଗା କାଚକୁ ଭୁଲରେ ମଧ୍ୟ ବାଥରୁମରେ ରଖିବା ଉଚିତ୍ ନୁହେଁ। ଭଙ୍ଗା କାଚ ଘରେ ବାସ୍ତୁ ତ୍ରୁଟି ଆଣିଥାଏ ଏବଂ ଏହି କାରଣରୁ ଆର୍ଥିକ ସଙ୍କଟ ସାମ୍ନା କରିବାକୁ ପଡେ। ଖାଲି ବାଲ୍ଟି- ବାଥରୁମରେ ରଖାଯାଇଥିବା ଏକ ଖାଲି ବାଲ୍ଟି ଘରେ ଦୁର୍ଭାଗ୍ୟ ସୃଷ୍ଟି କରିଥାଏ।…

Read More

ନୂଆଦିଲ୍ଲୀ: ପିତୃପୁରୁଷଙ୍କୁ ଆଦର ସତ୍କାର କରିବାର ସମୟ ହେଉଛି ପିତୃ ପକ୍ଷ। ବିଶ୍ୱାସ କରାଯାଏ ଯେ, ଗୋଟିଏ ବର୍ଷରେ ୧୫ ଦିନ ପାଇଁ ପିତୃପୁରୁଷମାନେ ପୃଥିବୀକୁ ଆସନ୍ତି ଏବଂ ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ନୈବେଦ୍ୟ, ପିଣ୍ଡ ଦାନ ଏବଂ ଶ୍ରାଦ୍ଧରେ ସନ୍ତୁଷ୍ଟ ହୁଅନ୍ତି। ପିତୃ ପକ୍ଷ ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହେଉଛି। ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ଶ୍ରାଦ୍ଧକୁ ଏକ ବିଶେଷ ଉତ୍ସବ ଭାବରେ ବିବେଚନା କରାଯାଏ। ପିତୃପୁରୁଷଙ୍କ ଆଶୀର୍ବାଦ ସହିତ ପରିବାର ଏବଂ ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ, କିନ୍ତୁ ଯଦି ପିତୃପୁରୁଷମାନେ କ୍ରୋଧିତ ହୁଅନ୍ତି, ତେବେ ଅନେକ ପିଢୀ ପାଇଁ ପିତୃ ଦୋଶ ସହିବାକୁ ପଡିବ। ଆସନ୍ତୁ ଜାଣିବା କେଉଁ ତ୍ରୁଟିଗୁଡିକ ଯୋଗୁଁ ପିତୃ ଦୋଷ ଲାଗିଥାଏ, ପିତୃ ଦୋଷର ଲକ୍ଷଣ ଏବଂ ପିତୃ ଦୋଷକୁ ଶାନ୍ତ କରିବା ପାଇଁ ପ୍ରତିକାର। ପିତୃ ଦୋଷ କାହିଁକି ଲାଗେ?: – ମୃତ୍ୟୁ ପରେ, ଯଦି ଅନ୍ତିମ…

Read More

ମେଷ:– ଆଜି ଯୁଦ୍ଧଠାରୁ ଦୂରରେ ରହିବା ଉଚିତ୍। ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରନ୍ତୁ। ବ୍ୟବସାୟ ଏବଂ ଚାକିରିରେ ସବୁକିଛି ଆପଣଙ୍କ ଅନୁଯାୟୀ ହେବ। ତୃତୀୟ ବ୍ୟକ୍ତିଙ୍କ ଆଗମନ ପୂର୍ବରୁ ପ୍ରେମ ସମ୍ପର୍କ ନଷ୍ଟ ହୋଇଯିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଜମି କିମ୍ବା ଘର କିଣିବାର ସମ୍ଭାବନା ରହିଛି। ବୃଷ:– ଆଜି ବେଶୀ ଧର୍ଯ୍ୟର ସହିତ କାମ କରିବା ଉଚିତ୍। ସାଙ୍ଗମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ। ଅଜାଣତରେ, କିଛି ବଡ ଭୁଲ ହେତୁ ଆପଣ ବିଚଳିତ ହେବେ। ବର୍ତ୍ତମାନ ଚାକିରିରେ ଉତ୍ସର୍ଗୀକୃତ ଅନୁଭବ ଆପଣଙ୍କ ପାଇଁ ଲାଭଦାୟକ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ। ସଂପର୍କରେ ଆସିଥିବା ସମସ୍ୟା ଦୂର ହୋଇଯାଉଛି । ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ। ମିଥୁନ:– ଆଜି ଆପଣ ଏକ ଯାତ୍ରା କରିବାକୁ ଯୋଜନା କରିବେ । ଏହା ପରିବାରରେ ସୁଖର ଆଣି ଦେବ । ଅଫିସରେ ଆପଣଙ୍କର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ। କିନ୍ତୁ ବ୍ୟବସାୟରେ…

Read More

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ଜନତା ଦଳ (ୟୁନାଇଟେଡ୍) ସଭାପତି ଶରଦ ଯାଦବଙ୍କର ଆଜି ରାତିରେ ୭୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।  ଗୁରୁଗ୍ରାମର ଫୋର୍ଟିସ୍ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବରକୁ ତାଙ୍କ ଝିଅ ସୁଭାଷିନୀ ଶରଦ ଯାଦବ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ନିଶ୍ଚିତ କରିଛନ୍ତି। ନିକଟରେ ସେ ଲୋକତାନ୍ତ୍ରିକ ଜନତା ଦଳ ଗଠନ କରିଥିଲେ ଯାହା ଲାଲୁ ଯାଦବଙ୍କ ଆରଜେଡିରେ ମିଶ୍ରଣ ହୋଇଥିଲା। ପୂର୍ବରୁ ସେ ଜନତା ଦଳ ୟୁନାଇଟେଡ ନାମିତ ପାର୍ଟି ଗଠନ କରିଥିଲେ। ୧୯୭୪ ମସିହାରେ ଜୟପ୍ରକାଶ ନାରାୟଣ ଜବଲପୁର ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଶରଦ ଯାଦବଙ୍କୁ ମନୋନିତ କରିଥିଲେ। ସେତେବେଳେ ମାତ୍ର ୨୭ ବର୍ଷ ବୟସରେ ସେ ବିଜୟ ଲାଭ କରିଥିଲେ।

Read More