ଭୁବନେଶ୍ୱର: ଓଡିଶା ଉଠା ଜଳ ସେଚନ ନିଗମର ଉପଦେଷ୍ଟା ଭାବେ ଶ୍ରୀପ୍ରମୋଦ କୁମାର ପାଢୀ ଆଜି କାର୍ୟ୍ୟରେ ଯୋଗଦାନ କରିଛନ୍ତି। ଶ୍ରୀ ପାଢୀ ଯୋଗଦାନ ସମୟରେ ଓଏଲଆଇସିର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବାଲେଶ୍ୱର ନାଥ ସାହୁ, ନିଗମର ବିତ୍ତ ଉପଦେଷ୍ଟା ନିର୍ଝରିଣୀ ସାମନ୍ତସିଂହାର,ସ୍ୱତନ୍ତ୍ର ଅଧିକାରୀ ପଦ୍ମଜା ଦାସ ଓ ନିଗମର ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ମାଝି, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ମାଝି, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଶ୍ରୀ ପ୍ରଦୀପ ମାଝି, କେସିସିବିର ସଭାପତି ଶ୍ରୀ ଈଶ୍ୱର ପାଣିଗ୍ରାହୀ, ଉମରକୋଟର ପୂର୍ବତନ ବିଧାୟକ ଶ୍ରୀ ସୁବାସ ଗଣ୍ଡ,ମାଲକାନଗିରି ଏବଂ ନବରଙ୍ଗପୁରସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଏବଂ ଅନ୍ୟ ଶୁଭେଚ୍ଛୁମାନଙ୍କ ଗହଣରେ ଶ୍ରୀ ପାଢୀ କାର୍ଯ୍ୟରେ ଯୋଗଦାନ କରିଥିଲେ ।…
Author: Samikhsya Bureau
ଭୁବନେଶ୍ବର: ବିଗତ ୨ ବର୍ଷ ମଧ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଲୋକପ୍ରିୟତାରେ ଅଭୁତପୂର୍ବ ଅଗ୍ରଗତି ଘଟିଛି । ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶକ ତଥା ଓଡ଼ିଶା ହେଲଥ୍ ଆସୁରାନସ୍ ସୋସାଇଟି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ାକ୍ତର ବୃନ୍ଦା ଡ଼ି. ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆନ୍ତରୀଣ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି । ସୋସାଇଟିର ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଶାସନ ସଚିବ ଶ୍ରୀ ଶୁଭାନନ୍ଦ ମହାପାତ୍ର କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଏବଂ ତତ୍ ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ଶ୍ରୀ ମହାପାତ୍ର ଜଣାଇଥିଲେ ଯେ ୨୦୨୧ କ୍ୟାଲେଣ୍ଡର ବର୍ଷରେ ବିଭିନ୍ନ ଘରୋଇ ହସପିଟାଲ୍ ମାନଙ୍କରେ ବି.ଏସ୍.କେ.ୱାଇ. ଅନ୍ତର୍ଭୁକ୍ତ ପ୍ରାୟ ୧.୨୬ ଲକ୍ଷ ଲୋକ ସୁପର ସ୍ପେସାଲିଟି କ୍ରିଟିକାଲ୍ ଭେଷଜ ଚିକିତ୍ସା ଓ ଓ୍ୟୖଷଧ ସଂପୂର୍ଣ ଦେୟମୁକ୍ତ ଭାବେ ଲାଭ ହାସଲ କରିଥିଲେ। ୨୦୨୨ କ୍ୟାଲେଣ୍ଡର ବର୍ଷରେ ଏହି…
କୋଲକାତା: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଆଜି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୪ ୱିକେଟ୍ ରେ ବିଜୟ ହାସଲ କରିଛି। ଭାରତର ଏହି ବିଜୟରେ କେ.ଏଲ୍ ରାହୁଲଙ୍କ ଲଢୁଆ ଅର୍ଦ୍ଧ ଶତକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସେ ୬ ଟି ଚୌକା ସହାୟତାରେ ୬୪ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଦିନିକିଆ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଖେଳିବାବେଳେ ନିଜ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ କରିଛି। ବାସ୍ତବରେ ଟିମ୍ ଇଣ୍ଡିଆ ୨୨ ତମ ଘରୋଇ ସିରିଜରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଭାରତୀୟ ମାଟିରେ ଏପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ମୋଟ ୨୬ ଟି ସିରିଜ୍ ଖେଳାଯାଇଛି। ଏଥିମଧ୍ୟରେ ଶ୍ରୀଲଙ୍କା ଗୋଟିଏ ବି ସିରିଜ୍ ଜିତି ନାହିଁ। ଟିମ୍ ଇଣ୍ଡିଆ…
ଭୁବନେଶ୍ୱର: କେନ୍ଦୁଝରରେ ୩୩୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ବିଭିନ୍ନ ବର୍ଗରେ ୨୦ ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଏ ବାବଦରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ହୋଇଛି କାର୍ଯ୍ୟାଳୟ ଆଦେଶ। ସେହି ଅନୁସାରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ଡାକ୍ତରଖାନା ପାଇଁ ୩ ଟି ନିଶ୍ଚେତକ ସ୍ପେଶାଲିଷ୍ଟ , ୧ଟି ଅସ୍ତି ଶଲ୍ୟ ସ୍ପେଶାଲିଷ୍ଟ୍, ୧ଟି ଜରୁରୀ କାଳୀନ ମେଡିକାଲ ଅଧିକାରୀ, ୨ଟି ବ୍ଲଡ ବ୍ୟାଙ୍କ୍ ଅଧିକାରୀ, ୮ ଟି ମେଡିକାଲ ଅଧିକାରୀ, ୧ ଟି ଦନ୍ତ ଚିକିତ୍ସକ, ଏବଂ ୩ଟି ପରିକ୍ଷଗାର ସହାୟକ ଏହିପରି ସମୁଦାୟ ୨୦ଟି ପଦବୀ ସୃଷ୍ଟି କରାଯାଇଛି । ଏହି ସବୁ ପଦବୀରେ ସ୍ପେଶାଳିଷ୍ଟ ମାନେ ନିୟୋଜିତ ହେବା ପରେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟର ଗୁଣାତ୍ମକ ମାନ ବହୁ ଗୁଣିତ ହେବ ବୋଲି ବୁଦ୍ଧିଜବୀମାନେ ଆଶା ପ୍ରକାଶ କରିବା ସହ ଏଥି ପାଇଁ ରାଜ୍ୟ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଧନୁମାସ ୨୮ ଦିନ, ଗୁରୁବାର, ମାଘ କୃଷ୍ଣପକ୍ଷ ପଞ୍ଚମୀ ତିଥି। ମନ୍ଦିର ପାଞ୍ଜିଗଣକ ଶରତ ଚନ୍ଦ୍ର ଦାଶ ମା’ଙ୍କ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର କରିଥିଲେ। ବଡ଼ ରୟତ ଅଶୋକ ସ୍ୱାଇଁ, ଉପି ପ୍ରଧାନ ମା’ଙ୍କ ଜମିରୁ ଅମଳ ନୂଆ ଧାନ ନୂଆ ବିରି ଆଣି ଖମାର ଭରି କରିଥିଲେ। ଶୁଦ୍ଧପୁତ ଭାବରେ ନୂଆ ଧାନରୁ ଚାଉଳ, ଲିଆ, ଚୁଡ଼ା ପ୍ରସ୍ତୁତ ହୋଇଥିଲା। ପୂର୍ବ ଦିନରୁ ମନ୍ଦିରଶୋଧ କରାଯାଇ ରୋଷଘର ଲିପାପୋଛା ହୋଇ କୁମ୍ଭକାର ସେ ବାୟତଙ୍କ ଘରୁ ନୂଆ ଅଥର ହାଣ୍ଡି ଆଣି ରଖାଯାଇଥିଲା। ରଜକ ସେବାୟତ ନୂଆ ଅଥରକନା ଆଣିଦେଇଥିଲେ। ମଧୁ ବୈଶ୍ୟ ସେ ବାୟତ, ନୂଆ ଲିଆ ନୂଆଚୁଡାରେ ଗୁଡ଼ ନଡ଼ିଆ ମସଲା ଦେଇ ଦୁଇଟି ଲେଖାଏଁ ଲମ୍ବା ମୁଆଁ ଦୁଇଟି ଲେଖାଏଁ ଗୋଲମୁଆଁ ପ୍ରସ୍ତୁତ କରିଥିଲେ। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ ପରେ ବେଶ କରାଯାଇଥିଲା।…
ନୂଆଦିଲ୍ଲୀ: ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫଏସ୍ଏସ୍ଏଆଇ) ପ୍ରଥମ ଥର ପାଇଁ ଦେଶର ବାସମତୀ ଚାଉଳର ମାନକୁ ସୁନିର୍ଦ୍ଦିଷ୍ଟ କରିଛି। ଏଥିରେ ଧୂସର ବାସମତୀ, ମିଲ୍ରେ କୁଟା ଯାଇଥିବା ବାସମତୀ, ଏକଉଁସା (ଆଂଶିକ ସିଝାଯାଇଥିବା)ଧୂସର ବାସମତୀ ଚାଉଳ ଅନ୍ତର୍ଭୁକ୍ତ। ୨୦୨୩ ସଂଶୋଧିତ ଖାଦ୍ୟଦ୍ରବ୍ୟ ମାନ ଏବଂ ଏଥିରେ ମିଶାଯାଉଥିବା ସାମଗ୍ରୀ ଆଇନ ବଳରେ ଏଫଏସ୍ଏସ୍ଏଆଇ ପକ୍ଷରୁ ଜାରି ଏହି ବିସ୍ତୃତ ବିଜ୍ଞପ୍ତି ଭାରତ ସରକାରଙ୍କ ଗେଜେଟ୍ରେ ପ୍ରକାଶ ପାଇଛି। ଚଳିତବର୍ଷ ଅଗଷ୍ଟ ୧ରୁ ଏହା ଲାଗୁ ହେବ। ଏହି ମାନକ ବା ଷ୍ଟାଣ୍ଡାର୍ଡ ଅନୁସାରେ ବାସମତୀ ଚାଉଳର ପ୍ରାକୃତିକ ବାସ୍ନାକୁ ବଜାଇ ରଖିବାକୁ ପଡିବ। ଏଥିରେ କୌଣସି ପ୍ରକାର କୃତ୍ରିମ ରଙ୍ଗ, ସୁବାସ ବା ଚାଉଳକୁ ଚିକ୍କଣ କରିବାକୁ ଅନ୍ୟାନ୍ୟା ଉପାଦାନ ବ୍ୟବହାର କରାଯାଇପାରିବ ନାହିଁ। ଏହି ବିଜ୍ଞପ୍ତିରେ ମଧ୍ୟ ବାସମତୀ ଚାଉଳର ବିଭିନ୍ନ ପ୍ରକାର ଓ ତାହାର ମାନ ସମ୍ପର୍କରେ ଉଲ୍ଲେଖ ରହିଛି। କିସମ ଅନୁସାରେ ଏହାର ହାରାହାରି…
ରଣପୁର: ଧାନ ମଣ୍ଡିରେ ଦିନକୁ ଦିନ ଚାଷୀ ମାରଣ ନୀତି ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ ହେଉଛି। ଚଳିତ ବର୍ଷ ଧାନଗୁଡିକ ଏଫ.ଏ.କ୍ୟୁ ମାନର ହୋଇଥିଲେ ସୁଦ୍ଧା ମିଲରମାନେ ମନ ଇଛା କ୍ୱିଣ୍ଟାଲ ପ୍ରତି ୮ ରୁ ୧୦ କେଜି ଧାନ କାଟିବା ପାଇଁ ଦାବି କରୁଛନ୍ତି। ଯାହା ଫଳରେ ଚାଷୀ ହତାଶ ହୋଇପଡିଛି। ଗତକାଲି ବ୍ରଜରାଜପୁର ସମବାୟ ସମିତିରେ ଜଣେ ମିଲର ଓ ଚାଷୀମାନଙ୍କ ମଧ୍ୟରେ ଆଲୋଚନା ପରେ କ୍ୱିଣ୍ଟାଲ ପ୍ରତି ୪ କେଜି ଧାନ କାଟି ବିକ୍ରି କରିବା ପାଇଁ ଚାଷୀମାନେ ରାଜି ହୋଇଥିଲେ। କିଛି ଚାଷୀ ମଧ୍ୟ ଧାନ ବିକ୍ରି କରିଥିଲେ। ଆଜି କିନ୍ତୁ ଆଉ ଜଣେ ମିଲର ଆସି କ୍ୱିଣ୍ଟାଲ ପିଛା ୫ କେଜି ଧାନ କାଟିଲେ ସେ ଧାନ କିଣିବେ ବୋଲି ଜିଦ କରିଥିଲେ। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି। ସତେ ଯେମିତି ପ୍ରଶାସନ ଆଖି ବୁଜି ଦେଇଛି…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି। ତେବେ ଏହାକୁ ନେଇ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି। ସରକାରୀ ବିଦ୍ୟାଳୟରେ ଶିକ୍ଷାର ବିକାଶ ନିମନ୍ତେ ମୋ ବିଦ୍ୟାଳୟ ଠାରୁ ଆରମ୍ଭ କରି ଫାଇଭ-ଟି ଅନ୍ତର୍ଗତ ସ୍ମାର୍ଟ ବିଦ୍ୟାଳୟ ଦ୍ଵାରା ରାଜ୍ୟ ସରକାର ଅନେକ ପଦକ୍ଷେପ ହାତ ମୁଠାକୁ ନେଇଛନ୍ତି। ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମିବା ଓ ବେସରକାରୀ ବିଦ୍ୟାଳୟ ପ୍ରତି ଆଗ୍ରହ ବଢିବାକୁ ଦ୍ରୁଷ୍ଟିରେ ରଖି ରାଜ୍ୟ ସରକାର ଚିନ୍ତିତ ଅଛନ୍ତି। ତେଣୁ ସେଥିପାଇଁ ସରକାରୀ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଉନ୍ନତମାନ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ଏହା ଭିତରେ ସରକାରୀ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିବା କିଛି ପୁରାତନ ଛାତ୍ରଛାତ୍ରୀମାନେ ଏକ ଅଭିନବ ପ୍ରୟାସ ହାତକୁ ନେଇଛନ୍ତି। ନିଜ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଏବଂ ସେହି ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ…
ଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ /ସତ୍ୟତା ଯାଂଚ ୟୁନିଟ୍ (ଏଫସିୟୁ) ୬ଟି ୟୁଟ୍ୟୁବ୍ ଚ୍ୟାନେଲର ପର୍ଦ୍ଦାଫାଶ୍ କରିଛନ୍ତି, ଯେଉଁ ଗୁଡିକ ସଂଯୋଜିତ ଭାବରେ କାର୍ଯ୍ୟ କରୁଥିଲେ ଏବଂ ଭାରତରେ ମିଥ୍ୟା ଓ ତଥ୍ୟର ପ୍ରଚାର କରୁଥିଲେ। ଏହି ଚ୍ୟାନେଲ ଗୁଡିକ ଦ୍ୱାରା ପ୍ରସାରିତ ମିଥ୍ୟା ଖବରକୁ ପ୍ରତିହତ କରିବା ପାଇଁ ଫ୍ୟାକ୍ଟ ଚେକ ୟୁନିଟ୍ ୧୦୦ରୁ ଅଧିକ ସତ୍ୟତା ଯାଂଚ କରି ୬ ଟି ପୃଥକ ଟ୍ୱିଟର ସୂତ୍ରକୁ ପ୍ରକାଶ କରିଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ୟୁନିଟର ଏହା ହେଉଛି ଏହି ଭଳି ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନ, ଯେଉଁଥିରେ ସବୁ ଚ୍ୟାନେଲ ଗୁଡ଼ିକ ଉପରେ ଚଢ଼ାଉ କରାଯାଇଛି। ଏହି ୬ଟି ୟୁଟ୍ୟୁବ୍ ଚ୍ୟାନେଲ ଗୁଡିକ ଏକ ସଂଯୋଜିତ ନକଲି ସୂଚନା ନେଟୱର୍କର ଅଂଶ ଭାବରେ କାର୍ଯ୍ୟ କରୁଥିବା ଜାଣିବାକୁ ମିଳିଥିଲା, ଯାହାର ପ୍ରାୟ ୨୦ ଲକ୍ଷ ଗ୍ରାହକ ରହିଥିଲେ ଏବଂ…
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ପୂର୍ବାହ୍ନରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ତଥା ଖୋର୍ଦ୍ଧା ଜିଲ୍ଲା ନୋଡାଲ ଅଧିକାରିଣୀ ଶୁଭା ଶର୍ମା (ଆଇଏଏସ) ବାଣପୁର ଓ ଚିଲିକା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ। ସଚିବଙ୍କ ସହ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ବାଣପୁର ବିଡ଼ିଓ ବୁଲବୁଲ ବେହେରା, ଚିଲିକା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ଚିଲିକା ସିଡ଼ିପିଓ ଅନୁସୂୟା ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ମତ୍ସ୍ୟ ବିଭାଗ ଉପ ନିର୍ଦ୍ଦେଶକ ଆଦି ଉପସ୍ଥିତ ଥିଲେ। ସଚିବ ପ୍ରଥମେ ବାଣପୁର ଅନ୍ତର୍ଗତ ବ୍ଲକ ନାଚୁଣି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ ଏବଂ ଏହାପରେ ତୋରସିଂ ଗ୍ରାମ ପଞ୍ଚାୟତର ମହାରଥା ହାଚେରୀ (ମତ୍ସ୍ୟ ପାଳନ କେନ୍ଦ୍ର ) କୁ ଯାଇ କିପରି ମାଛ ଉତ୍ପାଦନ ହେଉଛି ଏବଂ ଏହାଦ୍ୱାରା କିପରି…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଆଜି ଫାଇଲେରିଆ ଅଭିଯାନ ସଚେତନତା ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ବୈଠକ ଏଡିଏମ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଆର୍ତ୍ତବନ୍ଧୁ ନାୟକ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଜୀବନ୍ତ କୁମାର ଆଚାର୍ଜୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ତରାଇ, ଜିଲ୍ଲା ମଙ୍ଗଳ ଅଧିକାରୀ ମନୋଜ କୁମାର ନାୟକ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ସୁଷମା ମହାନ୍ତି ଏବଂ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଫେବୃୟାରୀ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାର୍ବଜନୀନ ବାତ ଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପାଖାପାଖି ୭୮୯୩ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ଵେଚ୍ଛାସେବୀଙ୍କ ଦ୍ଵାରା ଜିଲ୍ଲାରେ…
ନୂଆଦିଲ୍ଲୀ: ଆସନ୍ତା ବିଧାନସଭା ନିର୍ବାଚନରେ ଓଡିଶାରେ ଆମ୍ ଆଦମୀ ପାର୍ଟି ଜୋରଦାର ଲଢେଇ କରିବ। ସେଥିପାଇଁ ଗତ ମଙ୍ଗଳବାର ଦିନ ଓଡିଶା କର୍ମକର୍ତ୍ତା ନେଇ ଏକ ବୈଠକ କରିଛି ଦଳ। ଏଥିରେ ଓଡିଶାରୁ ନୂଆ ପ୍ରାର୍ଥୀମାନଙ୍କୁ ଦେଖିବା ପାଇଁ ବୈଠକରେ ଦଳର କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ଆପ୍ ରାଜ୍ୟସଭା ସାଂସଦ ତଥା ଦଳର ସଂଗଠନ ମହାମନ୍ତ୍ରୀ ସନ୍ଦିପ ପାଠକଙ୍କ ନେତୃତ୍ବରେ ଏକ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଓଡିଶାର ଆପ ପ୍ରଭାରୀ ବୀରେନ୍ଦ୍ର କାଧାନ ଏବଂ ଓଡିଶ ସଂଯୋଜକ ନିଶିକାନ୍ତ ମହାପାତ୍ର ଯୋଗଦେଇଥିଲେ। ଏଥିସହିତ ଓଡିଶାର ବିଭିନ୍ନ କର୍ମକର୍ତ୍ତାମାନେ ମଧ୍ୟ ଯୋଗ ଦେଇଥିଲେ। ଚଳିତ ବର୍ଷ ଦେଶରେ ନଅ ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ। ସେଥିରେ ଦଳ ତାହାର ପ୍ରାର୍ଥୀ ଦେବାକୁ ମଧ୍ୟ ନିଷ୍ପତି କରିଛି। ଏହାପରେ ଓଡିଶା ବିଧାନସଭାରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ବୈଠକରେ ନେତାମାନେ ପ୍ରକାଶ କରିଥିଲେ। ତେବେ…
ଭୁବନେଶ୍ୱର: ସର୍ବଭାରତୀୟ ଶିକ୍ଷା ସଂସ୍ଥା, ସେଂଟର ଫର୍ ଏକ୍ସଲେନ୍ସ ଡେଭେଲପମେଂଟ (ସିଇଡି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍ଡି ପ୍ରୀତମ ନାୟକଙ୍କୁ ଶିକ୍ଷା ଭାରତୀ ସମ୍ମାନ ପ୍ରଦାନ କରାଯାଇଛି। ଉତରପ୍ରଦେଶ ଗୁରୁଗ୍ରାମ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସିଇଡିର ସଂସ୍ଥାପକ – ସଭାପତି ତଥା ସେଂଟ ଜାଭିଅର୍ ଗ୍ରୁପ୍ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡକ୍ଟର ପ୍ରିୟଦର୍ଶୀ ନାୟକ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉତରପ୍ରଦେଶର ପରିବହନ ବିଭାଗ ମନ୍ତ୍ରୀ ଶ୍ରୀ ଦୟାଶଙ୍କର, ମହିଳା କଲ୍ୟାଣ ଓ ଶିଶୁ ବିକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତି ପ୍ରତିଭା ଶୁକ୍ଳା ପ୍ରମୁଖ ଯୋଗ ଦେଇଥିଲେ। ସିଇଡି ଅଧିନରେ ୯୬୦ଟି ସ୍କୁଲ୍ ଓ ୧୨୦୦ ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ସଦସ୍ୟ ସାମିଲ ଅଛନ୍ତି। ଏହି ଅବସରରେ ଡକ୍ଟର ପ୍ରିୟଦର୍ଶୀ ନାୟକ କହିଥିଲେ ଯେ ସିଇଡି ଜାତୀୟ ଶିକ୍ଷାନୀତିକୁ ୨୦୨୩ରେ ସଂପୂର୍ଣ୍ଣ ଲାଗୁ କରିବାକୁ ସମସ୍ତ ଉଦ୍ୟମ…
ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ନୂତନ ଏଡ଼ିଏମ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ବରିଷ୍ଠ ପ୍ରଶାସକ ପ୍ରତାପ ଚଦ୍ର ବେଉରା। କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଶ୍ରୀ ବେଉରା ପୁର୍ବରୁ କଟକ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। କଟକରେ ଦୀର୍ଘ ଅଢେଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି ଶ୍ରୀ ବେଉରା। କଟକ ଜିଲ୍ଲାକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାରଙ୍କ ୫ଟି ଉଦ୍ୟମ କ୍ରମେ ଏକାଧିକ ପ୍ରକଳ୍ପ ହାତକୁ ନେଇଥିଲେ ଶ୍ରୀ ବେଉରା। କୋଭିଡ ସମୟରେ କଟକ ଜିଲ୍ଲା ବାସୀଙ୍କ ଜୀବନକୁ ଗୁରୁତ୍ୱ ଦେବା ହେଉ ଅବା କୋଭିଡ ପରବର୍ତ୍ତୀ ସମୟରେ ଜିଲ୍ଲା ବାସୀଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେବା ଉଭୟ କ୍ଷେତ୍ରରେ ଶ୍ରୀ ବେଉରାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ତେବେ ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ପରିପ୍ରେକ୍ଷିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ତିନି ଜଣ ରୋଗୀଙ୍କୁ ମେଡିକାଲ ଅଧିକାରୀ ଓ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳିକା(ବିପିଏମ) ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯକ୍ଷ୍ମାରୋଗୀ ମାନଙ୍କୁ ଉତ୍ତମ ପୋଷଣ ସହ ସୁସ୍ଥ ଜୀବନ ଯାପନ ନିମନ୍ତେ ସେମାନଙ୍କୁ ପୋଷ୍ୟ ଭାବେ ବିଭିନ୍ନ ଅଧିକାରୀ ଜନପ୍ରତିନିଧି ଓ ବ୍ୟବସାୟୀ ମାନଙ୍କୁ ନିକ୍ଷୟ ମିତ୍ର ଯୋଜନା ମାଧ୍ୟମରେ ଆହ୍ବାନ କରାଯାଇଛି। ସେମାନଙ୍କ ସହିତ ସୁସମ୍ପର୍କ ରଖି ନିୟମିତ ପୋଷଣ ଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ ସ୍ବରୂପ ମେଡିକାଲ ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ ଓ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳିକା ଆରତୀ ଦାସ ତିନି ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ସହ ସେମାନଙ୍କୁ ପୁଷ୍ଟିସାର ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ।ଆଗାମୀ ୬ ମାସ ପର୍ଯ୍ୟନ୍ତ…
ନୂଆଦିଲ୍ଲୀ: ବର୍ତ୍ତମାନ, ଅନଲାଇନ୍ ଦେୟର ସବୁଠାରୁ ଲୋକପ୍ରିୟ ମାଧ୍ୟମ UPI, ବର୍ତ୍ତମାନ ଅନ୍ୟ ଦେଶରେ ରହୁଥିବା ଭାରତୀୟ (NRI) ପାଇଁ ଏହି ସେବା ଆରମ୍ଭ ହୋଇଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଅନୁଯାୟୀ, NRI ବର୍ତ୍ତମାନ UPI ଅର୍ଥାତ୍ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ କୁ ସେମାନଙ୍କ ଆନ୍ତର୍ଜାତୀୟ ମୋବାଇଲ୍ ନମ୍ବର ମାଧ୍ୟମରେ ପେମେଣ୍ଟ ପାଇଁ ବ୍ୟବହାର କରିପାରିବେ। UPI ମାଧ୍ୟମରେ ଦେୟ ଦେବା ପାଇଁ NRI ସେମାନଙ୍କର ଅଣ-ବାସିନ୍ଦା ବ୍ୟାଙ୍କ (NRE / NRO) ଆକାଉଣ୍ଟକୁ UPI ସହିତ ଲିଙ୍କ୍ କରିବା ଆବଶ୍ୟକ ହେବ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଏହାର ପ୍ରସ୍ତୁତି ପାଇଁ ଏପ୍ରିଲ୍ 30 ପର୍ଯ୍ୟନ୍ତ ଅଂଶୀଦାର ବ୍ୟାଙ୍କଗୁଡ଼ିକୁ ସମୟ ଦେଇଛି। ପ୍ରକାଶ ଯେ, କେବଳ ୬ ବର୍ଷ ମଧ୍ୟରେ UPI ମାଧ୍ୟମରେ କାରବାରରେ ଏକ ବଡ଼ ଲମ୍ଫ ଦେଇଛି। ଡିସେମ୍ବର ମାସରେ UPI ମାଧ୍ୟମରେ 12 ଲକ୍ଷ କୋଟିରୁ ଅଧିକ ମୂଲ୍ୟର କାରବାର କରାଯାଇଛି। NRE /…
ଭୁବନେଶ୍ୱର: ଲଗାତାର ଦ୍ୱିତୀୟ ଥର ପାଇଁ ଓଡିଶାରେ ହେବାକୁ ଥିବା ହକି ବିଶ୍ୱକପ-୨୦୨୩ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବିଶ୍ୱର ଶ୍ରେଷ୍ଠ ୧୬ ଟି ଦଳ ଟାଇଟଲ ହାସଲ କରିବାକୁ ଭାରତରେ ପହଞ୍ଚିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ୨୦୧୮ ବିଶ୍ୱକପ ଫାଇନାଲରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିବା ପରେ ବେଲଜିୟମ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଥିଲା। ଏକ ସମୟ ଥିଲା ଯେତେବେଳେ ହକିରେ ପାକିସ୍ତାନର ଆଧିପତ୍ୟ ରହିଥିଲା। ବିଶ୍ୱକପ୍ର ଉଦ୍ଘାଟନୀ ଟାଇଟଲ୍ ଜିତିବା ସହିତ ପାକିସ୍ତାନ ମୋଟ ୪ ଥର ଏହି ଟୁର୍ଣ୍ଣାମେଣ୍ଟ ଜିତିଛି। ତେବେ ଏହି ବିଶ୍ୱକପରେ ପାକିସ୍ତାନ ଦଳ ଦେଖିବାକୁ ମିଳିବ ନାହିଁ। ପାକିସ୍ତାନ ମଧ୍ୟ ହକିରେ ନିଜର ସ୍ଥିତିକୁ ବ୍ୟବହାର କରି ଭାରତକୁ ବିଶ୍ୱକପ୍ରେ ଖେଳିବାକୁ ରୋକିବାରେ ବିଫଳ ହୋଇଛି। ଏହା ହକି ଖେଳାଳିଙ୍କ ଦ୍ୱାରା ନୁହେଁ ବରଂ ଜଣେ କ୍ରିକେଟରଙ୍କ ଦ୍ୱାରା କରାଯାଇଥିଲା। ଏହି କ୍ରିକେଟର ଯିଏ ଥରେ ଭାରତ ପାଇଁ ପଡ଼ିଆରେ ପ୍ରବେଶ କରିଥିଲେ। ପ୍ରକାଶ…
ନୂଆଦିଲ୍ଲୀ: ରାମ ଚରିତ ମାନସ ହେଉଛି ବିଦ୍ବେଶ ସୃଷ୍ଟି କରୁଥିବା ଏକ ଗ୍ରନ୍ଥ। ଏହି ଗ୍ରନ୍ଥରେ ରହିଛି ନିଚ ଜାତିର ଲୋକେ ଶିକ୍ଷା ଗ୍ରହଣ କରିବା ଅନୁଚିତ। ସେମାନେ ଶିକ୍ଷା ଗ୍ରହଣ କଲେ ବିଷଧର ସାପ ପରି ହୋଇଯାଆନ୍ତି। ଏହିପରି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର। ସେ କହିଛନ୍ତି ଯେ, ରାମଚରିତ ମାନସର ଏକ ଅଂଶରେ ରହିଛି ଯେ, ଅଧମ ଜାତି ଶିକ୍ଷା ଗ୍ରହଣ କରିବା ଅନୁଚିତ। ତେଣୁ ଏହା ହେଉଛି ଜାତି ଜାତି ଭିତରେ ଏକ ବିଦ୍ବେଶ ସୃଷ୍ଟି କରୁଥିବା ଗ୍ରନ୍ଥ। ସେହିପରି ସେ କହିଛନ୍ତି ଯେ, ମନୁ ସ୍ତୁତି ମଧ୍ୟ ଘୃଣା ସୃଷ୍ଟିକାରୀ ଗ୍ରନ୍ଥ। ସେଥିପାଇଁ ଏହି ଗ୍ରନ୍ଥକୁ ବିରୋଧ କରାଯାଉଛି। ଏଥିରେ ପ୍ରାୟ ପଚାଶ ପ୍ରତିଶତ ଲୋକଙ୍କୁ ଗାଳି ଦିଆଯାଇଛି। ଶିକ୍ଷାମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ଗୋଟିଏ ଯୁଗରେ ମନୁ ସ୍ତୁତି, ଆଉ ଏକ ଯୁଗରେ ରାମଚରିତ ମାନସ…
ନୂଆଦିଲ୍ଲୀ: ପାକିସ୍ତାନରେ ଆର୍ଥିକ ସଙ୍କଟ ଜାରି ରହିଛି। ପଡୋଶୀ ଦେଶ ସମଗ୍ର ବିଶ୍ୱ ସାମ୍ନାରେ ଟଙ୍କା ମାଗିବାକୁ ବାଧ୍ୟ ହେଉଛି। ପାକିସ୍ତାନର ଅବସ୍ଥା ସୁଧୁରିନାହିଁ। ବରଂ ସମସ୍ୟା ବଢିବାରେ ଲାଗିଛି। ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ୮ ବର୍ଷର ସର୍ବନିମ୍ନ ସ୍ତରରେ ରହିଛି ଏବଂ ଏହି ସଂଖ୍ୟା ୫.୬ ବିଲିୟନ ଡ଼ଲାରକୁ ଖସି ଆସିଛି। ଏହା ବ୍ୟତୀତ ପାକିସ୍ତାନର ମୁଦ୍ରା ମଧ୍ୟ ପ୍ରବଳ ହ୍ରାସ ସମୟ ଦେଇ ଗତି କରୁଛି। ଡଲାର ତୁଳନାରେ ପାକିସ୍ତାନୀ ରୂପି ୨୨୭.୮ ସ୍ତରରେ ପହଞ୍ଚିଛି। ଉଲ୍ଲେଖ ଯୋଗ୍ୟ ଯେ, ପାକିସ୍ତାନୀ ରୂପିରେ କ୍ରମାଗତ ହ୍ରାସ ଘଟିଛି। ଏହା କ୍ରମାଗତ ଭାବରେ ଡଲାର ତୁଳନାରେ ହ୍ରାସ ପାଉଛି। କେବଳ ଗତ ତିନିମାସ ବିଷୟରେ କହିବାକୁ ଗଲେ ଡଲାର ତୁଳନାରେ ପାକିସ୍ତାନୀ ରୂପିର ମୂଲ୍ୟ ୧୦ ରୂପିକୁ ହ୍ରାସ ପାଇଛି। ବର୍ତ୍ତମାନ ପାକିସ୍ତାନରେ ଚିକେନ୍ ଠାରୁ କ୍ଷୀର, ମଇଦା ଏବଂ ପିଆଜ ପର୍ଯ୍ୟନ୍ତ ସବୁକିଛିର ମୂଲ୍ୟ ଆକାଶଛୁଆଁ ହେଉଛି।…
ନୂଆଦିଲ୍ଲୀ: ହରିୟାଣାର ପାନିପତ ଜିଲ୍ଲାର ତହସିଲ କ୍ୟାମ୍ପ ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ହେତୁ ୬ ଜଣଙ୍କ ଦୁଃଖଦ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଏହି ଘଟଣା ପରେ ତହସିଲ କ୍ୟାମ୍ପ ପରିସରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ବିସ୍ଫୋରଣ ଘଟଣା ପରେ ଅଞ୍ଚଳର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବର୍ତ୍ତମାନ, ସିଲିଣ୍ଡରରେ ବିସ୍ଫୋରଣ କିପରି ଘଟିଛି ଜାଣିବାକୁ ପୋଲିସ ଚେଷ୍ଟା କରୁଛି? ସୂଚନା ଅନୁଯାୟୀ ପାନିପତର ତହସିଲ କ୍ୟାମ୍ପ ଅଞ୍ଚଳରେ ସକାଳେ ରାନ୍ଧିବା ସମୟରେ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା। ଏହା ପରେ ସିଲିଣ୍ଡର ବିସ୍ଫୋରଣ ଘଟିବାରୁ କୋଠରୀ ଭିତରେ ଥିବା ଲୋକମାନେ କବାଟ ଖୋଲିବାର ସୁଯୋଗ ମଧ୍ୟ ପାଇଲେ ନାହିଁ। କୋଠରୀ କବାଟ ଖୋଲା ନ ଥିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ସୂଚନାନୁସାରେ, ଦୁର୍ଘଟଣାର ସମସ୍ତ ପୀଡିତ ପାନିପତ ତହସିଲ କ୍ୟାମ୍ପ ଅଞ୍ଚଳରେ ଭଡା ଘରେ…
ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନୋଟି ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। ଏହି ମ୍ୟାଚ୍ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ରେ ରୋହିତ ଶର୍ମା ଏବଂ କମ୍ପାନୀ ସିରିଜକୁ କବଜା କରିବା ଲକ୍ଷ୍ୟରେ ଓହ୍ଲାଇବ। ଏଥି ସହିତ, ଦିନିକିଆ ସିରିଜକୁ ଫେରିବା ପାଇଁ ଶ୍ରୀଲଙ୍କାକୁ ଯେକୌଣସି ମୂଲ୍ୟରେ ଏହି ମ୍ୟାଚ୍ ଜିତିବାକୁ ପଡିବ। ଯଦି ଭ୍ରମଣକାରୀ ଦଳ ମ୍ୟାଚ୍ରେ ଏକ ବିଜୟ ପଞ୍ଜିକରଣ କରିବାରେ ଅସମର୍ଥ, ତେବେ ସିରିଜ୍ ସେମାନଙ୍କ ହାତରୁ ଖସିଯିବ। ଏଭଳି ପରିସ୍ଥିତିରେ ଦାସୁନ୍ ଶାନାକାଙ୍କ ଦଳ ଏକ ମଜବୁତ ପ୍ରତ୍ୟାବର୍ତ୍ତନ ଉପରେ ନଜର ରଖିବେ। ଗୁଆହାଟୀରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଜିତିବା ପରେ ସିରିଜରେ ଭାରତ ୧-୦ ରେ ଆଗୁଆ ରହିଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଦିନିକିଆର ଲାଇଭ୍ ଟେଲିକାଷ୍ଟ କେବେ ଏବଂ କେଉଁଠାରେ ଆପଣ ଦେଖିପାରିବେ, ଆସନ୍ତୁ ଜାଣିବା…. କୋଲକାତାରେ ଭାରତ-ଶ୍ରୀଲଙ୍କା…

