ଭୁବନେଶ୍ବର: ଭୁବନେଶ୍ବରରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସକୁ ଆସନ୍ତାକାଲି ପାଇଁ ବାତିଲ କରାଯାଇଛି। ଏ ନେଇ ଆଜି ପୂର୍ବତଟ ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ବିପରିତ ଦିଗରୁ ଆସୁଥିବା ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ବରରେ ପହଚିବା ବହୁ ବିଳମ୍ବ ହୋଇଛି। ସେଥିପାଇଁ ଭୁବନେଶ୍ବରରୁ ଛାଡୁଥିବା ଟ୍ରେନଟି ବାତିଲ କରାଯାଇଛି। କିଛିଦିନ ଧରି ଦିଲ୍ଲୀ ଏବଂ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ କୁହୁଡି ପରିଲକ୍ଷିତ ହେଉଥିବାରୁ ବିଭିନ୍ନ ଟ୍ରେନଗୁଡିକ ବିଳମ୍ବରେ ଚଳାଚଳ କରୁଛି। ସେହି ଅନୁସାରେ ଦିଲ୍ଲୀରୁ ଆସୁଥିବା ଟ୍ରନଟି ବିଳମ୍ବ ଏବଂ କୁହୁଡି ପାଇଁ ଭୁବନେଶ୍ବରରୁ ଛାଡିବାକୁ ଥିବା ରାଜଧାନୀ ଏକ୍ସପ୍ରେସକୁ ଦିନକ ପାଇଁ ବାତିଲ କରାଯାଇଛି। ସେହିପରି ପୁରୁଷୋତ୍ତମ ଏକ୍ସପ୍ରେସ ଆଜି ତିନିଘଣ୍ଟା ବିଳମ୍ବରେ ଭୁବନେଶ୍ବରରୁ ଛାଡିବ।
Author: Samikhsya Bureau
ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସେବା-୨୦୨୨-୨୩ ପରୀକ୍ଷା ଦେବା ପାଇଁ ଅନ୍ଲାଇନ୍ ଆବେଦନ କରିବାବେଳେ ପରୀକ୍ଷାର୍ଥୀମାନେ ଇଂରାଜୀ କିମ୍ବା ଓଡ଼ିଆ ଭାଷାକୁ ବିକଳ୍ପ ମାଧ୍ୟମ ଭାବେ ଚୟନ କରିପାରିବେ। କିନ୍ତୁ ଆବେଦନ ପତ୍ରରେ ଓଡ଼ିଆ କିମ୍ବା ଇଂରାଜୀ ଭାଷାକୁ ବିକଳ୍ପ ମାଧ୍ୟମ ଭାବରେ ଥରେ ଉଲ୍ଲେଖ କରିସାରିବା ପରେ ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅଧିସୂଚନା ସଂଖ୍ୟା ୨୯୨୪୬ ତା, ୧୮/୧୦/୨୦୨୨ରିଖ ଅନୁଯାୟୀ ଓଡ଼ିଶା ସିଭିଲ୍ ସେବା-୨୦୨୨ ପରୀକ୍ଷାରେ ପରୀକ୍ଷାର୍ଥୀମାନେ ପ୍ରାରମ୍ଭିକ ମୁଖ୍ୟ ଲିଖିତ ପରୀକ୍ଷା ଓ ବ୍ୟକ୍ତିଗତ ସାକ୍ଷାତକାର ପରୀକ୍ଷା ପାଇଁ ଇଂରାଜୀ କିମ୍ବା ଓଡ଼ିଆ ଭାଷାକୁ ବିକଳ୍ପ ମାଧ୍ୟମ ଭାବରେ ଚୟନ କରିପାରିବେ। ଏହି ବ୍ୟବସ୍ଥା ପ୍ରବନ୍ଧ ଲେଖିବା ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ମାତ୍ର ଭାଷା ବିଷୟରେ ଏହି ବିକଳ୍ପ ରହିବ ନାହିଁ।
ଭୁବନେଶ୍ବର: ଆଜି ରଂଗାରଂଗ ପରିବେଷ ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ବିଶ୍ବକପ ହକି ଉଦଘାଟନ ସମାରୋହ। ଏହି ସମାରୋହ ଆଜି ଦିନ 3ଟା ବେଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏହାପରେ ଆରମ୍ଭ ହେବ ସଂସ୍କୃତିକ ସମାରୋହ। ଏଥିରେ ଯେଉଁମାନେ ଭାଗ ନେଉଛନ୍ତି ସେମାନେ ହେଲେ ଏହି ଉତ୍ସବରେ ଯୋଗଦେବା ପାଇଁ ଗତକାଲିଠାରୁ ମୁମ୍ବାଇ କଳାକାରମାନେ ଭୁବନେଶ୍ବରରେ ପହଁଚିସାରିଛନ୍ତି। ଆଜି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଭୁବନେଶ୍ବରରେ ପହଁଚିଛନ୍ତି। ଏବେ ସମସ୍ତଙ୍କର ସଂଧ୍ୟାକୁ ଅପେକ୍ଷା।
ନୂଆଦିଲ୍ଲୀ: ଆଜି କଟକରେ ଆୟୋଜିତ ହେଉଥିବା ହକି ବିଶ୍ବକପ ଉଦଘାଟନ ସମାରୋହରେ ଯୋଗଦେବା ପାଇଁ ଭୁବନେଶ୍ବର ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଆଜି ଅନୁରାଗ ଅପରାହ୍ନ 1. 30 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଏଥିସହିତ ଓଡିଶା ବିଜେପି ନେତାମାନେ ମଧ୍ୟ ତାଙ୍କୁ ସ୍ବାଗତ କରିଥିଲେ। ଆଜି କଟକ ବାରବାଟୀ ଷ୍ଟାଡିମରେ ହକି ବିଶ୍ବକପର ଉଦଘାଟନ ସମାରୋହର ଆୟୋଜନ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଉଛନ୍ତି।
ନୂଆଦିଲ୍ଲୀ: ଆଜି କଟକରେ ଆୟୋଜିତ ହେଉଥିବା ହକି ବିଶ୍ବକପ ଉଦଘାଟନ ସମାରୋହରେ ଯୋଗଦେବା ପାଇଁ ଭୁବନେଶ୍ବର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଏ ନେଇ ତାଙ୍କର ଦିଲ୍ଲୀ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ଆଜି ଅନୁରାଗ ଅପରାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ କଟକ ଯିବେ। ଆଜି କଟକ ବାରବାଟୀ ଷ୍ଟାଡିମରେ ହକି ବିଶ୍ବକପର ଉଦଘାଟନ ସମାରୋହର ଆୟୋଜନ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସ୍ବତନ୍ତ୍ର ଅତିଥୀ ଭାବେ ଯୋଗ ଦେବେ।
କଟକ: ବର୍ତ୍ତମାନ ସାରା ଓଡିଶାରେ ଅନୁଭୂତ ହୋଇଛି ହକି ଜ୍ବର। ଚାରିଆଡେ ବର୍ତ୍ତମାନ ହକିକୁ ନେଇ ଚର୍ଚ୍ଚା। କାରଣ ଆଜି ହେଉଛି ଏହି ହକି ମହାକୁମ୍ଭର ଉଦଘାଟନ ସଂଧ୍ୟା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ। ସେଥିପାଇଁ ପ୍ରାୟ ବର୍ଷାଧିକାଳ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି। ସେଥିପାଇଁ କଟକ, ଭୁବନେଶ୍ବର ଏବଂ ରାଉରକେଲା ସହରକୁ ପୁରା ନୂଆ ରାଣୀ ପରି ସଜାଇ ଦିଆଯାଇଛି। ଚାରିଆଡେ ପେଣ୍ଟିଂ, ସ୍ଥାପତ୍ୟ ଏବଂ ସୁନ୍ଦର ତୋରଣ ସାରା ସହର ଝଲସି ଉଠିଛି। କଳିଙ୍ଗ ଷ୍ଟାଡିୟମକୁ ମଧ୍ୟ ନୂଆ ରୂପ ଦିଆଯାଇଛି। ଉଦଘାଟିତ ହୋଇଛି ରାଉରକେଲାରେ ନୂଆ ହକି ଷ୍ଟାଡିୟମ। ବର୍ତ୍ତମାନ ଚାରିଆଡେ କେବଳ ହକି ହକି ଆଉ ହକି। ଏପରି ପରିବେଶରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କେମିିତି ବାଦ ପଡିଥାଆନ୍ତେ। ସେ ମଧ୍ୟ ନିଜର ଜଲୱା ପ୍ରଦର୍ଶିତ କରିଛନ୍ତି। ସେ କଟକ ବାଲିଯାତ୍ରା ପଡିଆରେ ନିର୍ମାଣ…
ଭୁବନେଶ୍ବର: ଆଉ କିଛି ସମୟ ପରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ପୁରୁଷ ହକି ବିଶ୍ବକପ ଉଦଘାଟନୀ ସମାରୋହ। କଟକ ବାରବାଟୀ ଷ୍ଟାଡିୟମରେ ଏଥିପାଇଁ ବଡ ଆଡମ୍ବର ପୂର୍ଣ୍ଣ ଆୟୋଜନ କରାଯାଇଛି। ତିନିଦିନ ଧରି ସେଠାରେ ତାରକାମାନଙ୍କର ଚାଲିଛି ଅଭ୍ୟାସ। ସେଥିପାଇଁ ପୁରା କଟକ ସହରକୁ କରାଯାଇଛି ଚକାଚକ୍। ରାସ୍ତାଘାଟକୁ ବିଭିନ୍ନ ତୋରଣରେ ସଜାଇବା ସହିତ ଷ୍ଟାଡିୟମକୁ ମଧ୍ୟ ବିଭିନ୍ନ ସ୍ଥାପତ୍ୟ ଓ କଳାରେ ସୌନ୍ଦର୍ଯ୍ୟ କରଣ କରାଯାଇଛି। ଆଜି ଅପରାହ୍ନ ତିନିଟାରେ ଆରମ୍ଭ ହେବ ରଂଗାରଂଗ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡିଶାରେ ପହଞ୍ଚି ସାରିଛନ୍ତି ବଲିଉଡ ତାରକା ରଣଭୀର ସିଂହ ଏବଂ ଦିଶା ପଟାନୀ। ସେହିପରି ଏହି ସଂଧ୍ୟାକୁ ମ୍ୟୁଜିକରେ ସାବଲିଳ କରିବା ପାଇଁ ଆସିଛନ୍ତି ପ୍ରୀତମ ବ୍ୟାଣ୍ଡ। ଏମାନେ ଓଡିଆ ଦର୍ଶକଙ୍କୁ ତାଙ୍କର କଳାକୌଶଳରେ ବାନ୍ଧି ରଖିବା ପାଇଁ ଚେଷ୍ଠା କରିବେ। ସେହିପରି ଏହି ଉତ୍ସବରେ ଓଲିଉଡ କଳାକାର ମଧ୍ୟ ସେମାନଙ୍କର ଜଲୱା ଦେଖାଇବେ। ଏଥିରେ ସବ୍ୟସାଚୀ…
ରାଉରକେଲା: ହକି ବିଶ୍ୱକପ୍ ଅବସରରେ ରାଉରକେଲା ଭଞ୍ଜ ଭବନସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ “ସରସ ମେଳା” ଆୟୋଜନ କରାଯିବ। ଜାନୁଆରି ୧୫ରୁ ୨୭ ତାରିଖ ଯାଏଁ ଏହି ଜାତୀୟସ୍ତରୀୟ ମେଳା ଚାଲିବ। ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ଉତ୍ପାଦକ ଗୋଷ୍ଠୀ ଯୋଗଦେଇ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବା ସହ ବିକ୍ରି କରିବାର ସୁଯୋଗ ପାଇପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସରସ ମେଳା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ ଯୋଗଦେଇ ସରସ ମେଳାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। “୧୩ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୨୫୦ଟି ଷ୍ଟଲ ପଡ଼ିବ। ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି…
ଭୁବନେଶ୍ୱର: ବର୍ତ୍ତମାନ ସବୁକିଛି ଅନଲାଇନରେ ଉପଲବ୍ଧ। କୌଣସି ବି ଜିନିଷ ଅନଲାଇନରେ ମଗେଇଲା ପରେ କମ୍ପାନିରୁ ଗ୍ରାହକଙ୍କ ପାଖକୁ ପହଞ୍ଚାଇବା ପାଇଁ ଡେଲିଭରି ବୟ ହିଁ ଏକମାତ୍ର ଯୋଗସୂତ୍ର। ହେଲେ ଠିକ ସମୟରେ, ଠିକ ବ୍ୟକ୍ତି ପାଖରେ ତଥା ସଠିକ ଠିକଣାରେ ଜିନିଷ ପହଞ୍ଚାଇବାକୁ ହେଲେ ଡେଲିଭରି ବୟକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ହୁଏ। ଜଣେ ଡେଲିଭରି ବୟ ସାମ୍ନା କରୁଥିବା ସେହି ସବୁ ଅସୁବିଧାକୁ ନେଇ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ ନିର୍ମାଣ ହୋଇଛି। ଭୁବନେଶ୍ବରସ୍ଥିତ ଉତ୍କଳ ଗ୍ୟାଲେରିଆ ଠାରେ ଚଳଚ୍ଚିତ୍ରର ସଙ୍ଗୀତ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମୋ କଲେଜର ଅଧ୍ୟକ୍ଷ ଅଭିନେତା ଆକାଶ ଦାସ ନାୟକ, ଅଭିନେତା ବୁଦ୍ଧାଦିତ୍ୟ, ଶକ୍ତି ବରାଳ, ଶୈଳେନ୍ଦ୍ର, ଅଭିନେତ୍ରୀ ସୂର୍ୟମୟୀ, ପ୍ରିୟମ୍ବଦା, ନିର୍ଦ୍ଦେଶକ ଅଶ୍ବିନୀ ତ୍ରୀପାଠୀ, ଗୀତିକାର ସୂର୍ଯ୍ୟ ମହାପାତ୍ର, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।…
ଚାଣକ୍ୟ ନୀତି: ପ୍ରଗତିର ରାସ୍ତା ସହଜ ନୁହେଁ, ଅନେକ ଅସୁବିଧାକୁ ଅତିକ୍ରମ କରିବା ପରେ, ଜଣେ ବ୍ୟକ୍ତି ଦୀର୍ଘ ବର୍ଷର ସଂଘର୍ଷ ପରେ ସଫଳ ହୁଏ। ଚାଣକ୍ୟ କହିଛନ୍ତି ଯେ, ସେହି ବ୍ୟକ୍ତିଙ୍କୁ ସଫଳତା ମିଳେ, ଯିଏ ବିଫଳତାକୁ ଭୟ କରେ ନା। ଯେଉଁମାନେ ପରାଜୟକୁ ଭୟ କରନ୍ତି, ସେମାନେ ଜୀବନରେ କଦାପି ଅଗ୍ରଗତି କରିପାରିବେ ନାହିଁ। କୁହାଯାଏ ନିର୍ଭୟ ଆଗରେ ବିଜୟ ଅଛି। ଚାଣକ୍ୟଙ୍କ ଅନୁଯାୟୀ, ଯଦି ଆପଣ ଲକ୍ଷ୍ୟ ହାସଲ କରିବା ପାଇଁ କୌଣସି କାର୍ଯ୍ୟ ଆରମ୍ଭ କରୁଛନ୍ତି, ତେବେ କିଛି ଜିନିଷକୁ କେବେବି ବିଶ୍ୱାସ କରାଯିବା ଉଚିତ୍ ନୁହେଁ। ଏହା ଦ୍ଵାରା ହାତକୁ ଆସୁଥିବା ସଫଳତା ଖସିଯାଏ ଏବଂ ଅନ୍ୟମାନେ ଆପଣଙ୍କୁ ଅତିକ୍ରମ କରି ଆଗକୁ ବଢିଯାନ୍ତି। ସଫଳତା ପାଇବାକୁ ହେଲେ ଭୁଲରେ ମଧ୍ୟ କେଉଁ ଜିନିଷ ଉପରେ ବିଶ୍ୱାସ କରାଯିବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା। ୧- ଭାଗ୍ୟ ଉପରେ ନିର୍ଭର କରିବା: ଚାଣକ୍ୟ କହିଛନ୍ତି ଯେ,…
ଗରୁଡ ପୁରାଣ: ହିନ୍ଦୁ ଧର୍ମରେ ଗ୍ରନ୍ଥର ବିଶେଷ ଗୁରୁତ୍ୱ ରହିଛି। ୧୮ ପୁରାଣ ମଧ୍ୟରୁ ଗରୁଡ ପୁରାଣ ଅନ୍ୟତମ। ଏଥିରେ, ବ୍ୟକ୍ତିର କାର୍ଯ୍ୟ ଅନୁଯାୟୀ ଫଳଗୁଡ଼ିକ ବିଷୟରେ ଉଲ୍ଲେଖ କରାଯାଇଛି। ଜୀବନକୁ ସଫଳ କରିବା ଏବଂ ଅଗ୍ରଗତି କରିବା ପାଇଁ ଗରୁଡ ପୁରାଣରେ ଅନେକ ମନ୍ତ୍ର ଉଲ୍ଲେଖ କରାଯାଇଛି। ସେମାନଙ୍କର ଅର୍ଥ ଜାଣିବା ଦ୍ୱାରା ଜୀବନ ସଫଳ ହୋଇପାରିବ। ଗରୁଡ ପୁରାଣରେ ୬ ଟି ଏପରି କଥା କୁହାଯାଇଛି, ଯାହାଙ୍କ ଉପାସନା ଏବଂ ପୂଜା ଦ୍ୱାରା ସବୁକିଛି ମିଳିପାରିବ। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା… ଏହି ୬ ଟି ଜିନିଷର ଉପାସନା ସଫଳତା ଦେଇଥାଏ: ଗରୁଡ ପୁରାଣରେ କୁହାଯାଇଛି ଯେ, ଜୀବନର ଏହି ୬ ଟି ଜିନିଷକୁ ପୂଜା କରି ଜଣେ ବ୍ୟକ୍ତି ଜୀବନର ସମସ୍ତ ଅସୁବିଧାରୁ ମୁକ୍ତି ପାଇଥାଏ ଏବଂ ସେମାନେ ସଫଳତାର ସିଡ଼ି ଚଢି ପାରିଥାନ୍ତି। ଭଗବାନ ବିଷ୍ଣୁ: ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଭଗବାନ ବିଷ୍ଣୁ ଭକ୍ତଙ୍କ ସମସ୍ତ ଦୁଃଖ…
ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ। ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ । ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ। ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ। ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ।…
ନୂଆଦିଲ୍ଲୀ: କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି (ଏନସିଏମସି)ର ଏକ ଜରୁରି ବୈଠକରେ ଉତ୍ତରାଖଣ୍ଡର ଚାମୋଲି ଯୋଶୀମଠ ଭୂସ୍ଖଳନ ଘଟଣାର ସମୀକ୍ଷା କରାଯାଇଛି। ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ଏନସିଏମସିକୁ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଅଧିକ ଫାଟି ଯାଇଥିବା ଘରର ବାସିନ୍ଦାମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇସାରିଛି। ପ୍ରଭାବିତ ପରିବାରକୁ ଆଶ୍ରୟ ଦେବା ପାଇଁ ଯୋଶୀମଠ ଏବଂ ପିପଲକୋଟି ଠାରେ ସହାୟତା ଶିବିର କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ଉପଯୁକ୍ତ କ୍ଷତିପୂରଣ ଏବଂ ସହାୟତା ଯୋଗାଇ ଦିଆଯାଉଛି। ସେ ଆହୁରି କହିଥିଲେ ଯେ, ଯୋଶୀମଠ-ଔଲି ରୋପୱେ ପରିଚାଳନାକୁ ବନ୍ଦ କରି ଦିଆଯାଇଛି। ଯୋଶୀମଠ ନଗରପାଳିକା ଏବଂ ଆଖପାଖ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ସହାୟତା ଓ ଥଇଥାନ କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହାୟତା କରିବା ଲାଗି ଏନଡିଆରଏଫ ଏବଂ ଏସଡିଆରଏଫକୁ ମୁତୟନ…
ସୀତାରାମ ଅଗ୍ରୱାଲ ଚିଲିକା: ଗତ ଡିସେମ୍ବର ୨୬ ତାରିଖ ଦିନ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପୁରୀଠାରେ ଖୁବ ଧୁମଧାମରେ ଦଳ ପାଳନ କରିଥିଲା। ପ୍ରତିଷ୍ଠା ଦିବସ ଉପଲକ୍ଷେ ସବୁ ନିର୍ବାଚନ ମଣ୍ଡଳୀରେ ଦଳର ରଜତ ଜୟନ୍ତୀ ଉତ୍ସାହର ସହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବାଇପାସ ଠାରେ ଥିବା ଦଳୀୟ କାର୍ଯ୍ୟାଳୟ ଠାରେ ଦଳ ପ୍ରତିଷ୍ଠା ଦିବସ ପାଳନ କରିଛି। ବିଧାୟକଙ୍କ ଅନୁପସ୍ଥିତିରେ ତାଙ୍କ ଧର୍ମପତ୍ନୀ ସ୍ୱାଗତିକା ଜଗଦ୍ଦେଵଙ୍କ ଆହ୍ୱାନ କ୍ରମେ ନିର୍ବାଚନ ମଣ୍ଡଳୀର ସହସ୍ରାଧିକ ମହିଳା ଓ ପୁରୁଷ କର୍ମୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉକ୍ତ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଲବନ୍ତରାୟ, ଜିଲ୍ଲା ସଭାନେତ୍ରୀ ଗୀତାଞ୍ଜଳି ପଟ୍ଟଶାଣୀ, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ଜିଲ୍ଲା…
Art For Hockey: ଓଡିଶାରେ ପୁରୁଷ ହକି ବିଶ୍ୱକପ-୨୦୨୩ ଜାନୁଆରୀ ୧୩ ରୁ୨୯ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା କାଲି ୧୧ ତାରିଖରେ କଟକରେ ରହିଛି ଉଦଘାଟନୀ ଉତ୍ସବ। ଏହି ପରିପ୍ରେକ୍ଷୀରେ ହକି କ୍ରୀଡାକୁ ନେଇ ସମସ୍ତଙ୍କମନରେ ଉତ୍ସାହ ଉଦ୍ଦୀପନା ଭରି ରହିଛି। ଅନ୍ୟ ବିଭିନ୍ନ ମାଧ୍ୟମ ଭଳି ଓଡିଶାରେ ହକି ଖେଳର ପ୍ରଚାର ପ୍ରସାର ପାଇଁ ଉଲ୍ଲେଖନୀୟ ଯୋଗଦାନ ରଖୁଥିବା ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କର ସୃଜନଶୀଳତାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ ଆଜି ଏକ ନିଆରା ପ୍ରୟାସ କରାଯାଇଥିଲା। ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଟିଡିସି ସହାୟତାରେ କଟକ ଆର୍ଟିଷ୍ଟ ଆସୋସିଏସନ,ତରଫରୁ ଓଡିଶାରେ ହକି କ୍ରୀଡାର ଐତିହ୍ୟ, ପରମ୍ପରା ଏବଂ ହକି ଖେଳକୁ ପର୍ଯ୍ୟବସିତ କରି ଭୁବନେଶ୍ୱର ସ୍ଥିତ ପାନ୍ଥନିବାସ ଠାରେ ଆଜି ଅପରାହ୍ଣରେ ଆୟୋଜିତ ଏହି ଦିନିକିଆ ଚିତ୍ରକଳା ପ୍ରଦର୍ଶନୀ। ଏଥିରେ କଟକ, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରରୁ ୩୦ଜଣ ଚିତ୍ରଶିଳ୍ପୀ…
ଭୁବନେଶ୍ୱର : କେନ୍ଦ୍ରର ମୋଦୀ ସରକାର ଚଳିତ ଜାନୁୟାରୀ ୨୦୨୩ ଠାରୁ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ଉଚ୍ଛେଦ କରିବାର ନିଷ୍ପତି ଘୋଷଣା କରିଛନ୍ତି । ଏହି ଯୋଜନାରେ ଏପ୍ରିଲ-୨୦୨୦ ଠାରୁ ପ୍ରତ୍ୟେକ ‘ଜାତୀୟ ଖାଦ୍ୟ ନିରାପତା ଆଇନ’ର ହିତାଧିକାରୀ ମାନେ ପ୍ରତିମାସରେ ମୁଣ୍ଡ ପିଛା ୫ କେଜି ହିସାବରେ ଅତିରିକ୍ତି ଚାଉଳ ମାଗଣା ପାଉଥିଲେ। ଚଳିତ ଜାନୁୟାରୀ ୨୦୨୩ ଠାରୁ ଭାରତବର୍ଷର ୮୧ କୋଟି ୩୫ ଲକ୍ଷ ଲୋକ ମାସିକ ୧୦ କେଜି ପରିବର୍ତେ ୫ କେଜି ପାଇବେ। ଅର୍ଥାତ ପ୍ରତ୍ୟେକ ଗରୀବ ପରିବାରର ରେସନ୍ ଅଧା ହୋଇଗଲା। କେନ୍ଦ୍ର ସରକାରଙ୍କର ଏହି ନିଷ୍ପତି ଦୁର୍ଭାଗ୍ୟଜନକ ତଥା ଗରୀବ ପରିବାର ପ୍ରତି ନିଷ୍ଠୁର ଉପହାସ ବୋଲି ଆଜି ପ୍ରଦେଶ କଂଗ୍ରେସ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡ଼ିଆ ବିଭାଗ ଅଧ୍ୟକ୍ଷ ଶ୍ରୀଗଣେଶ୍ୱର ବେହେରା କହିଛନ୍ତି। ଯେତେବେଳେ ଆନ୍ତର୍ଜାତିକ ସମ୍ପନ୍ନ ‘ହଙ୍ଗର ୱାଚ’ ସଦ୍ୟତମ ଆକଳନ କହୁଛି ଯେଭାରତ…
ଗୁଆହାଟୀ: ଗୁଆହାଟୀ ଦିନିକିଆରେ ଶ୍ରୀଲଙ୍କାକୁ ଭାରତ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ୬୭ ରନ ବ୍ୟବଧାନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ ରେ ଅଗ୍ରଣୀ ହାସଲ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରିବା ପରେ ୫୦ ଓଭରରେ ୭ ୱିକେଟ୍ ହରାଇ ୩୭୩ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ କେବଳ ୩୦୬ ରନ୍ କରିପାରିଥିଲା। ପୃଥମ୍ ନିଶଙ୍କାଙ୍କ ବ୍ୟତୀତ ଧନଞ୍ଜୟ ଡି ସିଲଭା ୪୦ ବଲରୁ ୪୭ ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୯ ଚୌକା ମାରିଥିଲେ। ପୃଥମ୍ ନିଶଙ୍କା ଏବଂ ଧନଞ୍ଜୟ ଡି ସିଲଭାଙ୍କ ବ୍ୟତୀତ ଶ୍ରୀଲଙ୍କାର ବାକି ବ୍ୟାଟ୍ସମ୍ୟାନମାନେ ନିରାଶ ହୋଇଥିଲେ। ଏଥି ସହିତ ଦ୍ରୁତ ବୋଲର ଉମ୍ରାନ ମଲିକ ଭାରତ ପାଇଁ ସବୁଠାରୁ ସଫଳ ବୋଲର ଥିଲେ। ୬ ଓଭରରେ…
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓ-ହବ୍ଠାରେ ଆୟୋଜିତ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କ ସମ୍ମିଳନୀରେ ଯୋଗଦେଇ ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ରାଜ୍ୟରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପ୍ରତି ବିଭାଗୀୟ ଅଧିକାରୀମାନେ ସକରାତ୍ମକ ମନୋଭାବ ପୋଷଣ ବର୍ତ୍ତମାନ ସମୟର ଆହ୍ୱାନ ବୋଲି କହିଛନ୍ତି। ନିକଟରେ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଜରିଆରେ ଅନେକଗୁଡ଼ିଏ ସଂକଳ୍ପ ପାରିତ କରିଛନ୍ତି। ସେଗୁଡ଼ିକର ଯଥାଯଥ ଅନୁପାଳନ ସକାଶେ ଆମକୁ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରିବାକୁ ହେବ। ଅଯଥା ନୀତିନିୟମର ଦ୍ୱାହି ଦେଇ କାର୍ଯ୍ୟରେ ବାଧା ଉପୁଜାଇବା ପରିବର୍ତ୍ତେ କାର୍ଯ୍ୟଟି ଅନାୟାସରେ କିପରି ହୋଇପାରିବ ସେଥି ନିମନ୍ତେ ଶିଳ୍ପ ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ସହଯୋଗ ପ୍ରଦାନ କରିବା ଆବଶ୍ୟକ ବୋଲି କହିଥିଲେ। କେତେକ କ୍ଷେତ୍ରରେ ଏକ ପ୍ରକାର ଦସ୍ତାବିଜ ବାରମ୍ବାର ମଗା ଯାଉଥିବା, ମଞ୍ଜୁରୀପ୍ରାପ୍ତ ଅର୍ଥ ପଇଠକୁ ବିଳମ୍ବ କରିବା, ନିର୍ଦ୍ଧାରିତ ଦିବସ ପରେ ପ୍ରାପ୍ତି…
ଭୁବନେଶ୍ବର: ସମ୍ବଲପୁର – ରାୟଗଡା ଇଣ୍ଟର ସିଟି ଏକ୍ସପ୍ରେସରେ ବରପାଲିରୁ କେସିଙ୍ଗା ଯାତ୍ରା କରୁଥୁବା ବିମଲ କୁମାର ବିଦ୍ୟାଧର ନାମକ ଏକ ଯାତ୍ରୀ ଆଜି ରେଳ ମଦଦ ପୋର୍ଟାଲ ଦ୍ୱାରା ତାଙ୍କର ବ୍ୟାଗ ଛାଡିଯାଇଥିବା ଅଭିଯୋଗ କରିଥିଲେ। ରେଳବାଇ ଏହି ଅଭିଯୋଗ ଆଧାରରେ ତତକ୍ଷଣ କାର୍ଯ୍ୟକାରୀ କରି ଶ୍ରୀ ବିଦ୍ୟାଧରଙ୍କୁ ତାଙ୍କର ବ୍ୟାଗ ଖୋଜିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରିବ। ଏହା ପରେ ମୁନିଗୁଡା ଓ ସମ୍ବଲପୁର ରେଳବାଇ ସୁରକ୍ଷା ବଳ ଅଧୁକାରୀମାନଙ୍କୁ ଏହି ସମ୍ବନ୍ଧରେ ଅବଗତ କରାଯାଇଥିଲା। ପରେ ମୁନିଗୁଡା ସ୍ଥିତ ଆରପିଏଫ ଦଳ ଟ୍ରେନରେ ଖୋଜିବା ଆରମ୍ଭ କରି ଛାଡିଯାଇଥିବା ବ୍ୟାଗକୁ ନିଜ ଅକ୍ତିଆରକୁ ନେଇ ସଠିକ ଯାଞ୍ଚ ପରେ ଯାତ୍ରୀଙ୍କୁ ତାଙ୍କ ଛାଡିଯାଇଥିବା ବ୍ୟାଗକୁ ହସ୍ତାନ୍ତର କରିଥିଲେ। ଯାତ୍ରୀ ତାଙ୍କ ବ୍ୟାଗ ଫେରିପାଇ ରେଳ ମନ୍ତ୍ରଣାଳୟ ଓ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଅଭିଯୋଗର ତ୍ୱରିତ କାରବାଇ ପାଇଁ ଧନ୍ୟବାଦ ଦେବା ସହିତ ଯାତ୍ରୀମାନଙ୍କ ପାଇଁ…
ଭୁବନେଶ୍ବର: ଆସନ୍ତାକାଲି ବହୁ ପ୍ରତୀକ୍ଷିତ ପୁରୁଷ ହକି ବିଶ୍ବକପର ଉଦଘାଟନ ଉତ୍ସବ। ଏହି ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏକ ରଂଗାରଂଗ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ। ସେଥିପାଇଁ ଆସନ୍ତାକାଲି କଟକ ମ୍ୟୁନିସପାଲ କରପୋରେସନର ସମସ୍ତ କାର୍ଯ୍ୟାଳୟ ଓ ସ୍କୁଲ ଦିନ ଗୋଟାଏରୁ ବନ୍ଦ ରହିବ। ଏ ନେଇ ଆଜି ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ହକି ବିଶ୍ବକପ ପାଇଁ ଆସନ୍ତାକାଲି କଟକର ସମସ୍ତ ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କ ସହିତ ଜଡିତ ସଂସ୍ଥା ବନ୍ଦ ରହିବ। ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ ସ୍କୁଲ ଦିନ ଗୋଟିଏ ପରେ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।
ନୂଆଦିଲ୍ଲୀ: ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଚଳିତ ଜାନୁୟାରୀ ମାସ ୧୨ ତାରିଖରେ କର୍ଣ୍ଣାଟକର ହୁବୁଲିଠାରେ ଆୟୋଜିତ ଜାତୀୟ ଯୁବ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ। ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଷଡବିଂଶ (୨୬ତମ) ଜାତୀୟ ଯୁବ ଉତ୍ସବ ଏଥର କର୍ଣ୍ଣାଟକର ଧାରୱାଡ ଜିଲ୍ଲା ଅନ୍ତର୍ଗତ ହୁବୁଲିଠାରେ ଆୟୋଜିତ ହେଉଛି। ସ୍ୱାମିଜୀଙ୍କ ଜୟନ୍ତୀ ଜାନୁୟାରୀ ୧୨ରୁ ଏହା ଆରମ୍ଭ ହୋଇ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉତ୍ସବ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହେଉଛି। କର୍ଣ୍ଣାଟକ ସରକାର ଏହି କାର୍ଯ୍ୟକ୍ରମ ଆୟୋଜନରେ ସହାୟତା ଯୋଗାଉଛନ୍ତି। ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ ଆମେ ଏବେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଛୁ। ଏହି ଅମୃତ କାଳରେ ଯୁବ ସମାଜର ଭୂମିକାକୁ ବଢାଇ ସେମାନଙ୍କୁ ରାଷ୍ଟ୍ର…

