ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଶ୍ରେଷ୍ଠତା କଣ ଏବଂ ଏହା କିପରି କରାଯାଏ ସେ ସଂପର୍କରେ ଅବଗତ କରାଇଛନ୍ତି। ସେଥିପାଇଁ ସେ ପାଞ୍ଚୋଟି ପ୍ରସଂଗକୁ ଉତଥାପନ କରିଛନ୍ତି। ସେଗୁଡିକ ହେଲା… ଅଭ୍ୟାସରୁ ବିଦ୍ୟାର ଶ୍ରେଷ୍ଠତା– ସାଧାରଣତଃ ବିଦ୍ୟା ଅଧ୍ୟୟନ କରିଦେଲେ ଯେ ସବୁକିଛି ହୋଇଗଲା ତାହା ନୁହେଁ। ଯେ ପର୍ଯ୍ୟନ୍ତ ପଢିଥିବା ପାଠକୁ ଅଭ୍ୟାସ ନ କରିଛନ୍ତି ସେ ପର୍ଯ୍ୟନ୍ତ ବିଦ୍ୟାର ଶ୍ରେଷ୍ଠତା ପ୍ରତିପାଦନ କରାଯାଇପାରିବ ନାହିଁ। ଆଉ ଶ୍ରେଷ୍ଠତା ଜାଣିବା ପରେ ତାହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ। ଆଚରଣରୁ ବଂଶର ଶ୍ରେଷ୍ଠତା– ମଣିଷ ଆଚରଣରୁ ତାହାର ବଂଶର ଶ୍ରେଷ୍ଠତା ବିଷୟରେ ଜାଣିହେବ ବୋଲି ଚାଣକ୍ୟ କହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଆଚରଣରେ ଖରାପ ପରିଲକ୍ଷିତ ହୁଏ, ତେବେ ଭାବି ନେବ ଯେ ଏହାଙ୍କ ବଂଶ ପରଂପରା ଭଲ ନୁହେଁ। ଗୁଣାବଳୀରୁ ମାନବିକତା– ମଣିଷ ସହିତ ଚାଳିଚଳନ କରିବା ପରେ ତାହାର ଗୁଣ କଣ ଅନ୍ୟମାନେ…
Author: Samikhsya Bureau
ଭୁବନେଶ୍ବର: ଗତ କିଛି ଦନ ଧରି ଓଡିଶା ରାଜନୀତିରେ ଚାଲିଛି ଏକ ବଡ ବିତର୍କ। ତାହା ହେଲା ବରିଷ୍ଠ ପ୍ରଶାସକ ମନୋଜ ମିଶ୍ରଙ୍କ ନିଯୁକ୍ତି ପ୍ରସଂଗ। ଏ ନେଇ ବିଜେପି ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ନିଯୁକ୍ତିକୁ ନେଇ ତୁମ୍ବିତୋଫାନ କରିଛି। ରାଜ୍ୟ ସରକାରରେ ତାଙ୍କର ନିଯୁକ୍ତି ବେଆଇନ ବୋଲି ଦର୍ଶାଇଛି। ହେଲେ ତା ଭିତରେ ଲୁଚି ରହିଛି ଏକ ବଡ ରହସ୍ୟ। ଯାହା ବିଜେପି ଜାଣିବା ପରେ ଏହାକୁ ବିରୋଧ କରିବା ଆରମ୍ଭ କରିଛି। ମନୋଜ ମିଶ୍ର ହେଉଛନ୍ତି କେନ୍ଦ୍ର ସରକାରଙ୍କ ୧୯୯୯ ବ୍ୟାଚ୍ ଇଣ୍ଡିଆନ ରେଲୱେ ଟ୍ରାଫିକ ସର୍ଭିସ ଅଫିସର। ସେ ବହୁ ବର୍ଷ ଧରି ଓଡିଶାକୁ ଡେପୁଟେସନରେ ଆସି କାର୍ଯ୍ୟ କରୁଛନ୍ତି। ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାମ କରିଛନ୍ତି। ବର୍ତ୍ତମାନ ମନୋଜ ଆଇଟି ଏବଂ ବାଣିଜ୍ୟ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଅଛନ୍ତି। ସେ ମଧ୍ୟ ଓକାକର ଅଧ୍ୟକ୍ଷ ଅଛନ୍ତି। ଏପରିକି ସେ…
ମେଷ- ବୃତ୍ତିଗତ କ୍ଷେତ୍ରରେ କାହାକୁ ପ୍ରଭାବିତ କରିବା ପାଇଁ ତୁମେ ତୁମର କୈଶଳକୁ ବ୍ୟବହାର କରିବାକୁ ସମର୍ଥ ହେବ । ଅଧ୍ୟୟନ କ୍ଷେତ୍ରରେ ଗତି ବଜାୟ ରଖିବାରେ କୌଣସି ଅସୁବିଧା ହେବ ନାହିଁ। ଯେଉଁମାନେ ନିଜ ଜୀବନରେ ପ୍ରେମ ଖୋଜୁଛନ୍ତି ସେମାନେ କିଛି ଭଲ ଖବର ପାଇପାରିବେ । ସମ୍ପତ୍ତିର ମାଲିକାନା ଶୀଘ୍ର ଆଶା କରାଯାଏ । ଆପଣ ପୂର୍ବ ଅପେକ୍ଷା ସ୍ୱାସ୍ଥ୍ୟ ବିଷୟରେ ଅଧିକ ସଚେତନ ହେବେ । ରୋଗୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ସେବାରୁ ଶୀଘ୍ର ଆରାମ ଅନୁଭବ କରିବେ । ପରିବାରର ଜଣେ ଅଧ୍ୟୟନ କ୍ଷେତ୍ରରେ ନିଜର ଲକ୍ଷ୍ୟ ହାସଲ କରିବାକୁ ଯାଉଛନ୍ତି । ବୃଷ- ବୃତ୍ତିଗତ କ୍ଷେତ୍ରରେ ଆପଣଙ୍କର ଭଲ ଅବଦାନ ରହିବ। କ୍ୟାରିୟରର ଆଶା ବଢାଇବ। ଆପଣଙ୍କ ଆୟର ବୃଦ୍ଧି ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଫିଟ୍ ରହିବା ପାଇଁ ପାରମ୍ପାରିକ ପଦ୍ଧତି ଗ୍ରହଣ କରିପାରିବେ । ନେଟୱାର୍କିଂ ଆପଣଙ୍କୁ…
ଭୁବନେଶ୍ୱର: ୨୦୨୨ ବିଦାୟୀ ବର୍ଷରେ ଉଠା ଜଳସେଚନ ମାଧ୍ୟମରେ ଜଳସେଚନ ବ୍ୟବସ୍ଥା, ରାଜ୍ୟ ଜଳସମ୍ପଦ ବିଭାଗର ଉଲ୍ଲେଖନୀୟ କାର୍ୟ୍ୟ ରହିଥିଲା । ଏହି ବର୍ଷରେ ରାଜ୍ୟରେ ୧୮୭୦ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପସହ ୧୧,୯୯୧ଟି ଗଭୀର ନଳକୂପ ଓ ୨୧୩ ଟି ଅଗଭୀର ନଳକୂପ, ଏହିପରି ମୋଟ ୧୪,୦୭୪ଟି ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇଥିବା ବେଳେ ଏହା ଦ୍ୱାରା ୧ ଲକ୍ଷ ୪ହଜାର ୪୦୭ ହେକ୍ଟର ଜମିକୁ ଜଳସେଚନ କ୍ଷମତା ସୃଷ୍ଟିହୋଇଛି । ସେହିପରି ୯୩୫ ଟି ଅଚଳ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରା ଯାଇଛି। ୨୮୪୪ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ନୂଆ ମଂଜୁର କରାଯାଇଛି, ଯାହା ଫଳରେ ୬୦,୩୮୬ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା କରାଯାଇ ପାରିବ। ଉଠା ଜଳସେଚନ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ ସହ ଜଳର ସୁଷମ ବଣ୍ଟନ ଆଦି ପରିପ୍ରେକ୍ଷୀରେ ୭୮ଟି ଗ୍ରୁପରେ ୧୫୬୦ ଜଣ ପାଣି ପଂଚାୟତ ସଦସ୍ୟ ସଦସ୍ୟାଙ୍କୁ ଦକ୍ଷତା…
ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଯାହା ପରେ ଦିଲ୍ଲୀ ଆଇଜି ବିମାନ ବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଡିଜିସିଏ କହିଛି ଯେ, ହାଇଡ୍ରୋଲିକ୍ ବିଫଳତା କାରଣରୁ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଏୟାର ବିସ୍ତାରା ୟୁକେ -781 ବିମାନ ପାଇଁ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ହାଇଡ୍ରୋଲିକ୍ ସିଷ୍ଟମ୍ ବିଫଳତା ହେତୁ ବିମାନଟି ଉଡ଼ାଣ ପରେ ଫେରିଆସିଥିଲା। ଏହି ଘଟଣା ସନ୍ଧ୍ୟା 7.53 ରେ ଘଟିଥିଲା। 8.19 ମିନିଟରେ ଫ୍ଲାଇଟ୍ UK-781 ସୁରକ୍ଷିତ ଅବତରଣ କରିଥିଲା। ସୂଚନାନୁସାରେ, ବିମାନରେ 140 ଜଣ ଯାତ୍ରୀ ଥିଲେ।
ନୂଆଦିଲ୍ଲୀ: ଦୁର୍ଘଟଣା, ମୃତ୍ୟୁ ଓ ମହିଳା, ଶିଶୁ ବୟସ୍କଙ୍କ ପ୍ରତି ହିଂସା ଭଳି ଆଚରଣ ଅରୁଚିକର ଓ ଶିଷ୍ଟତା ସହ ସାଲିସ ଭଳି ହୋଇଥିବାରୁ ଏଭଳି ଖବର ପ୍ରସାର ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି (୦୯.୦୧.୨୦୨୩) ଟିଭି ଚ୍ୟାନେଲଗୁଡିକୁ ମାର୍ଗଦର୍ଶିକା ଜାରି କରିଛନ୍ତି। ମନ୍ତ୍ରଣାଳୟ ଦ୍ୱାରା ଟେଲିଭିଜନ ଚ୍ୟାନେଲଗୁଡିକ ପକ୍ଷରୁ ସାବଧାନତା ଅବଲମ୍ବନ ନ କରିବାର ଅନେକ ଘଟଣା ପରିପ୍ରେକ୍ଷୀରେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ଟେଲିଭିଜନ ଚ୍ୟାନେଲଗୁଡିକ ଲୋକମାନଙ୍କ ମୃତ ଶରୀର, ଆହତ ବ୍ୟକ୍ତିମାନଙ୍କର ରକ୍ତ ଜୁଡୁବୁଡୁ ଶରୀରର ଫଟୋ ଏବଂ ଭିଡିଓ, ମହିଳା, ଶିଶୁ ଓ ବୟସ୍କ ବ୍ୟକ୍ତିମାନଙ୍କୁ ନିର୍ଦ୍ଦୟଭାବେ ମାଡ ମରାଯାଉଥିବାର ଖୁବ୍ ନିକଟରୁ ନିଆଯାଉଥିବା ଚିତ୍ର, ଶିକ୍ଷକଙ୍କ ଦ୍ୱାରା ମାଡ ଖାଇଥିବା ଶିଶୁର କ୍ରନ୍ଦନ ଓ ଚିତ୍କାର ଇତ୍ୟାଦି ବାରମ୍ବାର ଅନେକ ସମୟ ପର୍ଯ୍ୟନ୍ତ ଦେଖାଉଛନ୍ତି। ଏଗୁଡିକୁ ଝାପ୍ସା କରି ବା ଦୂରରୁ ନ ଦେଖାଇବା…
ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ସଲମାନ ବଟ ଏକ ବଡ ବୟାନ ଦେଇଛନ୍ତି। ରାଜକୋଟରେ ଶ୍ରୀଲଙ୍କା ବିପକ୍ଷରେ ସୁର୍ଯ୍ୟକୁମାର ଯାଦବଙ୍କ ଇନିଂସରେ ସଲମାନ ବଟ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ଅନ୍ତର୍ଜାତୀୟରେ ରାଜକୋଟର ଏସସିଏ ଷ୍ଟାଡିୟମରେ ସୂର୍ଯ୍ୟକୁମାର ଯାଦବ ୫୧ ବଲରୁ ଅପରାଜିତ ୧୧୨ ରନ୍ କରିଥିଲେ। ଭାରତ ପାଇଁ ଏହା ତାଙ୍କର ୪୫ ତମ ମ୍ୟାଚ୍ ଥିଲା। ସର୍ବାଧିକ ଟି-୨୦ ଶତକ ହାସଲ କରିବାରେ ସୁର୍ଯ୍ୟକୁମାର ଯାଦବ ବର୍ତ୍ତମାନ ରୋହିତ ଶର୍ମାଙ୍କଠାରୁ ମାତ୍ର ଗୋଟିଏ ଶତକ ଦୂରରେ ଅଛନ୍ତି। ସୁର୍ଯ୍ୟକୁମାର ଯାଦବଙ୍କ ଏହି ଇନିଂସକୁ ପ୍ରଶଂସା କରି ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ ତାଙ୍କ ଦେଶର କ୍ରିକେଟ୍ ବୋର୍ଡ (ପିସିବି) କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ଯଦି ସୂର୍ଯ୍ୟ ଜଣେ ପାକିସ୍ତାନୀ କ୍ରିକେଟର ହୋଇଥାନ୍ତେ, ତେବେ ତାଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିବା…
ନୂଆଦିଲ୍ଲୀ: ଯୋଗାଇ ଦିଆଯାଇଥିବା ବିଭିନ୍ନ ପ୍ରକାର ସେବାର ସଂଖ୍ୟା ପରିବର୍ତ୍ତେ ସ୍ୱାସ୍ଥ୍ୟସେବାର ମାନକୁ ବିଚାରକୁ ନେଇ ହସ୍ପିଟାଲଗୁଡିକର ପ୍ରଦର୍ଶନ ମାପିବା ଲକ୍ଷ୍ୟରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବା ଏନ୍ଏଚ୍ଏ ଏକ ବ୍ୟବସ୍ଥା ପ୍ରବର୍ତ୍ତନ କରୁଛି। ଏଥିରେ ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ଓ ଯତ୍ନକୁ ବିଚାରକୁ ନେଇ ହସ୍ପିଟାଲଗୁଡିକର ପ୍ରଦର୍ଶନ ଓ ଗ୍ରେଡ୍ ନିର୍ଦ୍ଧାରିତ ହେବ। ଯେଉଁସବୁ ହସ୍ପିଟାଲ ଆୟୁଷ୍ମାନ ଭାରତ-ପିଏମ୍-ଜେଏୱାଇ ଯୋଜନାରେ ତାଲିକାଭୁକ୍ତ ହୋଇଛନ୍ତି ଏଣିକି ସେମାନଙ୍କର ପ୍ରଦର୍ଶନ ଓ ଗ୍ରେଡ ନୂଆ ବ୍ୟବସ୍ଥାରେ ନିର୍ଦ୍ଧାରିତ ହେବ। ପାରମ୍ପାରିକ ଭାବେ, ଅର୍ଥ ପ୍ରଦାନକାରୀଙ୍କ ଦୃଷ୍ଟିରୁ ଦେଖିଲେ ସ୍ୱାସ୍ଥ୍ୟ ସେବାର ଢାଞ୍ଚା ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର ସେବାର ସଂଖ୍ୟା ଉପରେ ଗୁରୁତ୍ୱ ଦିଏ। ଏଥିରେ ରୋଗୀର ଚିକିତ୍ସା ପାଇଁ ହସ୍ପିଟାଲକୁ ଯେଉଁ ଅର୍ଥ ପ୍ରଦାନ କରାଯାଏ ସେଥିରେ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର ଚିକିତ୍ସା ସେବାକୁ ହିସାବକୁ ନିଆଯାଏ ଏବଂ ଏହା ବଣ୍ଡଲ ପେମେଣ୍ଟ ନାମରେ…
ନୂଆଦିଲ୍ଲୀ: ଭାରତୀୟ କିଷାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାୟେତ ଆଜି ହରିୟାଣାର ଶାହବାଦରେ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ଟିକାୟେତଙ୍କ ସହ କୃଷକ ନେତାଙ୍କ ପ୍ରତିନିଧୀ ମଧ୍ୟ କଂଗ୍ରେସ ସାଂସଦଙ୍କୁ ଭେଟି କୃଷକଙ୍କ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହାପୂର୍ବରୁ ଯେତେବେଳେ ଭାରତ ଯୋଡୋ ଯାତ୍ରା ଉତ୍ତରପ୍ରଦେଶ ଦେଇ ଯାଉଥିଲା, ସେତେବେଳେ ରାକେଶ ଟିକାୟେତଙ୍କୁ ଏହି ଯାତ୍ରାରେ ଯୋଗଦେବାକୁ କଂଗ୍ରେସ ନିମନ୍ତ୍ରଣ କରିଥିଲା। ତେବେ ରାକେଶ ଟିକାୟେତ ଏହି ଯାତ୍ରାରେ ଯୋଗଦେବାକୁ ମନା କରିଦେଇଥିଲେ। ଯେତେବେଳେ ଏହି ଯାତ୍ରା ବିଷୟରେ ପଚରାଗଲା, ଟିକାଇଟ କହିଥିଲେ ଯେ ମୁଁ ଭାରତ ଯୋତ୍ରାରେ ଭାଗ ନେବାକୁ ଯାଉ ନାହିଁ, କିନ୍ତୁ ଆମେ ଏଥିରେ ଭାଗ ନେବାକୁ କାହାକୁ ବି ଅଟକାଉ ନାହୁଁ। ଏହି ଯାତ୍ରାରେ ଭାଗ ନେବାକୁ ଚାହୁଁଥିବା ବି.କେ.ୟୁ କର୍ମୀମାନେ ଏଥିପାଇଁ ସ୍ଵାଧୀନ। ତେବେ ଜିଲ୍ଲାଧ୍ୟକ୍ଷ ସ୍ତରରୁ ଉପର ପଦାଧିକାରୀମାନେ ଏହି ଯାତ୍ରାରେ ଅଂଶଗ୍ରହଣ କରିବେ ନାହିଁ। ଆମର ଏକ ରାଜନୈତିକ ସଂଗଠନ ଅଛି।…
ଦିଲ୍ଲୀ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ଡକ୍ଟର ସୁଭାଷ ସରକାରଙ୍କ ସହିତ ଆଜି ପରୀକ୍ଷା ପେ ଚର୍ଚ୍ଚା (ପିପିସି) ୨୦୨୩ ର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସଞ୍ଜୟ କୁମାର, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସଚିବ; ଡିଓଏସ୍ଇଏଲ୍, ଅପୂର୍ବ ଚନ୍ଦ୍ରା, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଏବଂ ଶିକ୍ଷା ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ପ୍ରେସ ଇନ୍ଫରମେସନ ବ୍ୟୁରୋ, ଏନ୍ସିଇଆରଟି, ସିବିଏସ୍ଇ, ଏନଭିଏସ୍, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଏବଂ ମାଇଁ ଗଭ୍ର ବରିଷ୍ଠ ଅଧିକାରୀ ମାନେ ବୈଠକରେ ଯୋଗ ଦେଇଥିଲେ। ମନ୍ତ୍ରୀ ଏହି ବୈଠକ ସମୟରେ ପିପିସି ୨୦୨୩ ମାଧ୍ୟମରେ ଛାତ୍ର, ଅଭିଭାବକ ଏବଂ ଶିକ୍ଷକ ମାନଙ୍କ ସହ ଯୋଗାଯୋଗକୁ ଆହୁରି ଗଭୀର ତଥା ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ…
ସୀତାରାମ ଅଗ୍ରୱାଲ ନାଚୁଣୀ: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି ଖୋର୍ଦ୍ଧା ଜିଲ୍ଲାର ନୂତନ ଥାନା ‘ନାଚୁଣୀ ଥାନା’। ଏହାକୁ ଶ୍ରୀ ପଟ୍ଟନାୟକ ଭରଚୁଆଲ ମୋଡ଼ରେ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ନାଚୁଣୀ ଥାନା ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା, ଯେଉଁଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ସିଦ୍ଧାର୍ଥ କଟାରିଆ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସନା ବେହେରା ଓ ବାଣପୁର ନଗରପାଳ ମିଟୁ ନାୟକ ଆଦି ଉପସ୍ଥିତ ଥିଲେ। ଉକ୍ତ ମଞ୍ଚକୁ ପରିଚାଳନା କରିଥିଲେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ। ଅନୁରୂପ ଭାବେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଉପଜିଲ୍ଲାପାଳ, ଖୋର୍ଦ୍ଧା ଅତିରିକ୍ତ ଏସପି, ବାଣପୁର ଓ ଚିଲିକା ତହସିଲଦାର, ବାଣପୁର…
ନୂଆଦିଲ୍ଲୀ: ପଞ୍ଜାବର ଫିରୋଜପୁର କ୍ୟାଣ୍ଟନମେଣ୍ଟରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଫିରେଜେପୁରରେ ଜଣେ ସେନା ଅଧିକାରୀ ଆତ୍ମହତ୍ୟା କରିଛନ୍ତି। ପୋଲିସ କହିଛି ଯେ, ଭାରତୀୟ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ଅବସ୍ଥାପିତ ଅଧିକାରୀ ନିଜକୁ ଗୁଳି କରିବା ପୂର୍ବରୁ ତାଙ୍କ ପତ୍ନୀଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ଅଧିକାରୀ ଜଣକ ତାଙ୍କ ପତ୍ନୀଙ୍କୁ ଗୁଳି ଚଳାଇଥିବା ପୋଲିସ କହିଛି। ଏହା ପରେ ସେ ପ୍ରାର୍ଥନା କରିବାକୁ ମନ୍ଦିରକୁ ଯାଇଛନ୍ତି। ଏଠାରେ ସେ ମଧ୍ୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ପୋଷ୍ଟମର୍ଟମ ପାଇଁ ପୋଲିସ ଉଭୟ ମୃତଦେହକୁ ଫିରୋଜପୁରର ସିଭିଲ ହସ୍ପିଟାଲକୁ ପଠାଇଛି। ଉଭୟଙ୍କ ପରିବାର ଫିରୋଜପୁରରେ ପହଞ୍ଚିଛନ୍ତି। ପୋଲିସ ମୁତାବକ ରବିବାର ରାତିରେ ଆତ୍ମହତ୍ୟା କରିବା ପୂର୍ବରୁ ଭାରତୀୟ ସେନା ଅଧିକାରୀ ତାଙ୍କ ପତ୍ନୀଙ୍କ ମୁଣ୍ଡରେ ଗୁଳି ଚଳାଇଥିଲେ। ଏହା ପରେ ସେ ନିଜ ୟୁନିଟର କ୍ୱାର୍ଟର ଗାର୍ଡଙ୍କ ନିକଟକୁ ଗଲେ। ସେଠାରେ ସେ ମନ୍ଦିରରେ ପ୍ରାର୍ଥନା କରିଥିଲେ…
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୧-୨୩ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଚାମ୍ପିଅନସିପ୍ ଅଧୀନରେ ତିନୋଟି ଟେଷ୍ଟ ସିରିଜର କେବଳ ୮ ଟି ମ୍ୟାଚ୍ ଖେଳାଯିବ। ଏହି ଆଠଟି ମ୍ୟାଚ୍ ର ଫଳାଫଳରୁ ଦୁଇଟି ଦଳ ସ୍ଥିର କରିବ, ଯେଉଁମାନେ WTC ଫାଇନାଲରେ ପହଞ୍ଚିବେ। ବର୍ତ୍ତମାନ ଅଷ୍ଟ୍ରେଲିଆ, ଭାରତ, ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ଏହି ଦୌଡରେ ଅନ୍ତର୍ଭୁକ୍ତ। ଗତଥର ପରି ୯ ଟି ଦଳ WTC ୨୦୨୧-୨୩ ରେ ଅଂଶଗ୍ରହଣ କରିଥିଲେ। ଇଂଲଣ୍ଡ, ପାକିସ୍ଥାନ ଏବଂ ବାଂଲାଦେଶ ଏଠାରେ ସେମାନଙ୍କର ସମସ୍ତ ମ୍ୟାଚ୍ ଖେଳିଛନ୍ତି। ଅବଶିଷ୍ଟ ୬ ଟି ଦଳ ଏପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ସିରିଜ୍ ଖେଳିବା ବାକି ଅଛି। ଯେଉଁଠାରେ ବାଂଲାଦେଶ ଏବଂ ପାକିସ୍ତାନ WTC ଫାଇନାଲ ଦୌଡରୁ ବାଦ ପଡିଛନ୍ତି। ଏଥି ସହିତ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଏହି ଦୌଡରୁ ପ୍ରାୟ ବାହାରେ ଅଛି। ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ଫାଇନାଲରେ ପ୍ରବେଶ କରିବାର ବହୁତ କମ୍ ଆଶା…
ଭୁବନେଶ୍ବର: ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଶନ ଶକ୍ତି ଗ୍ରୁପର ମା ମାନଙ୍କ ହୁଳହୁଳି ଓ କରତାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ କନ୍ଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଏହି ସୁଧ ରିହାତି ପ୍ରଦାନ କରାଯାଇଛି। ୨୦୨୨ ଅପ୍ରେଲରୁ ଓ ସେପ୍ଟେମ୍ବର ମଧ୍ୟରେ ମହିଳା ମାନେ ଯେଉଁ ଋଣ ନେଇଥିଲେ, ସେହି ଋଣର ସୁଧ ପରିମାଣ ପ୍ରଦାନ କରାଯାଇଛି। ମାତ୍ର ୬ ମାସରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି। ଉପସ୍ଥିତ ୫ଟି ମିଶନ ଶକ୍ତି ଗ୍ରୁପକୁ ଚେକ୍ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କନ୍ଭେନସନ ସେଣ୍ଟରରେ ଉପସ୍ଥିତ ମା ଓ ରାଜ୍ୟର ସବୁ ଜିଲ୍ଲା ଓ ବ୍ଲକ୍ରେ…
ଭୁବନେଶ୍ବର: ଆସନ୍ତା କାଲି ପୂର୍ବାହ୍ନ ୯ ଘଟିକାରେ ଭୁବନେଶ୍ୱର ଠାରୁ ଛାଡିବାକୁ ଥିବା ୨୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଅପରାହ୍ନ ୪ ଘ.୪୫ମି. ରେ ଛାଡିବ। ଉତ୍ତର ଭାରତରେ ଘନ କୁହୁଡି ଯୋଗୁଁ ସଂଯୋଗକାରୀ ଟ୍ରେନ ବିଳମ୍ବରେ ଚଳାଚଳ କାରଣ ହେତୁ ଏହି ନିଷ୍ପତ୍ତି ନିଆଯାଇଅଛି।
ଭୁବନେଶ୍ବର: ବଡ଼ବିଲ କଲେଜର ପ୍ରାଧ୍ୟାପକ ଦୀପକ ସିଂହଙ୍କ ଅକାଳ ବିୟୋଗ ହୋଇଯାଇଛି। ମାତ୍ର ୫୫ ବର୍ଷ ବୟସରେ ଭୁବନେଶ୍ବରସ୍ଥିତ ଆପୋଲ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ଚିକିତ୍ସା ପାଇଁ ସେ ଗତ ୨ ତାରିଖରେ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସମୟରେ ବ୍ରେନରେ ଏକ ଛୋଟ ଅସ୍ତ୍ରୋପଚାର କଲେ ଦୀପକ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଡାକ୍ତର କହିଥିଲେ। ହେଲେ ନିଜ ଦାୟିତ୍ଵରେ କେବେ ଅବହେଳା କରୁନଥିବା ଛାତ୍ରବତ୍ସଳ ପ୍ରାଧ୍ୟାପକ ଶ୍ରୀ ସିଂହ ମାତ୍ର ୧୫ ଦିନ କଲେଜରୁ ଛୁଟି ନେଇପାରିବେ ବୋଲି ଡାକ୍ତରଙ୍କ ଆଗରେ ପ୍ରକାଶ କରିଥିଲେ। କିନ୍ତୁ ସେ ମାତ୍ର ୮ ଦିନରେ ସଂପୂର୍ଣ୍ଣ ସୁସ୍ଥ ହୋଇ ନିଜର କର୍ତ୍ତବ୍ୟ କରିପାରିବେ ବୋଲି ଡାକ୍ତର କହିଥିଲେ। ତା’ପରେ ତାଙ୍କର ବ୍ରେନରେ ଅସ୍ତ୍ରୋପଚାର (ଇଣ୍ଡୋସ୍କୋପି) କରାଯାଇଥିଲା। ହେଲେ ପ୍ରଥମ ଅସ୍ତ୍ରୋପଚାର ବିଫଳ ହୋଇଥିବା କୁହାଯାଉଥିବା ବେଳେ ଜାନୁୟାରୀ ୫ ତାରିଖରେ ତାଙ୍କର ଦ୍ଵିତୀୟ ଥର ପାଇଁ ଅସ୍ତ୍ରୋପଚାର କରାଯାଇଥିଲା।…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ଏବଂ ବିଜେପି ନେତାଙ୍କ ମଧ୍ୟରେ ଟ୍ୱିଟର ଯୁଦ୍ଧ ଏବେ ବିବାଦକୁ ଆସିଛି। ପ୍ରଥମେ ରବିବାର ଦିନ ଲକ୍ଷ୍ନୌ ପୋଲିସ ସମାଜବାଦୀ ପାର୍ଟି ମିଡିଆ ସେଲର ମୁଖ୍ୟ ମନୀଷ ଜଗନ ଅଗ୍ରୱାଲଙ୍କୁ ଗିରଫ କରିଥିଲା। ଏହା ପରେ ଅଖିଳେଶ ଯାଦବ ନିଜେ ପୋଲିସ ମୁଖ୍ୟାଳୟରେ ପହଞ୍ଚିଥିଲେ। ଏବେ ବିଜେପି ନେତା ରିଚା ରାଜପୁତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୟୁପିର ବିଜେପି ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ରିଚା ରାଜପୁତଙ୍କ ଉପରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇଟି ଆକ୍ଟ ଅନୁଯାୟୀ ଯାହା ପଦକ୍ଷେପ ନିଆଯିବା ଉଚିତ୍ ତାହା କରାଯିବ। କିନ୍ତୁ ଅଖିଳେଶ ଯାଦବ ଅରାଜକତା ଠାରୁ ଦୂରେଇ ରହିବା ଉଚିତ୍। ଏଠାରେ ସମସ୍ତେ ଆଇନଗତ କାର୍ଯ୍ୟ ଉପରେ ବିଶ୍ୱାସ କରନ୍ତି। ଏହି ସମୟରେ ସେ ଏସପି ମୁଖ୍ୟଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଅଖିଳେଶ ଯାଦବ ପରିବାରିବାଦ…
ନୟାଗଡ: ଭୁବନେଶ୍ୱର ଏସଟିଏଫ ନୟାଗଡ଼ ଜିଲ୍ଲା କଣ୍ଟିଲୋ ଅଞ୍ଚଳରେ ଚଢ଼ାଉ କରି କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗତକାଲି ସଂନ୍ଧ୍ୟାରେ ଫତେଗଡ଼ ଥାନା ଅନ୍ତର୍ଗତ କଣ୍ଟିଲୋ ସ୍ଥିତ ନାରାୟଣୀ ପିଠରେ ବ୍ରାଉନ ସୁଗାରର ଏକ ବଡ଼ ଡ଼ିଲ ହେଉଥିବାର ଖବର ପାଇ ଏସଟିଏଫ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଖଣ୍ଡପଡା ଥାନା ଛାମୁସାହିର ଅଭିଯୁକ୍ତ ହର ପ୍ରସାଦ ପୃଷ୍ଟି ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୧ କେଜି ୧୯୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୧୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୨/୨୩ ରେ ଏକ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରିବ ବୋଲି ସୂଚନା ମିଳିଛି।
ନୂଆଦିଲ୍ଲୀ: ଯଦି ଆପଣ ସେନାରେ ଯିବାକୁ ଚାହାଁନ୍ତି ଏବଂ ସେନା, ନୌସେନା କିମ୍ବା ବାୟୁସେନା ଅଧିକାରୀ ପଦବୀରେ ଚାକିରି ପାଇବାକୁ ଚାହାଁନ୍ତି, ତେବେ ଆସନ୍ତାକାଲି ଆବେଦନ କରିବାର ଶେଷ ସୁଯୋଗ। ସୂଚନାଯୋଗ୍ୟ ଯେ, ୟୁପିଏସ୍ସି ଅର୍ଥାତ୍ ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ ଦ୍ୱାରା ଏନଡିଏ ଏବଂ ସିଡିଏସ୍ ପରୀକ୍ଷା ମାଧ୍ୟମରେ ଏହି ତିନୋଟି ସେବାରେ ଅଧିକାରୀ ପଦବୀ ପାଇଁ ଭର୍ତ୍ତି କରାଯାଉଛି। ଡିସେମ୍ବର ୨୧ ତାରିଖରେ ଉଭୟ ପରୀକ୍ଷା ପାଇଁ UPSC ବିଜ୍ଞପ୍ତି ଜାରି କରିଛି। ଯାହା ଅନୁଯାୟୀ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ପାଇଁ ଆବେଦନ କରାଯାଇପାରିବ। ଏପରି ପରିସ୍ଥିତିରେ ଆପଣଙ୍କୁ ତୁରନ୍ତ UPSC upsc.gov.in ର ଅଫିସିଆଲ୍ ୱେବସାଇଟ୍ କୁ ଯାଇ ଫର୍ମ ପୂରଣ କରିବାକୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ସର୍ବପ୍ରଥମେ, ଆପଣଙ୍କୁ ପୋର୍ଟାଲ ପରିଦର୍ଶନ କରି ଗୋଟିଏ ଥର ପଞ୍ଜୀକରଣ କରିବାକୁ ପଡିବ, ଏହା ପରେ ଲଗଇନ୍ ବିବରଣୀ ମାଧ୍ୟମରେ ଆବେଦନ ଫର୍ମ ଦାଖଲ କରନ୍ତୁ,…
ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୦ ତାରିଖରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଗୁଆହାଟିର ବାରସାପରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହି ଦିନିକିଆ ସିରିଜ୍ ମାଧ୍ୟମରେ ଭାରତ ୨୦୨୩ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବ। ଟିମ ଇଣ୍ଡିଆ ଗୁଆହାଟୀରେ ଦ୍ୱିତୀୟ ଥର ପାଇଁ ଦିନିକିଆ ଖେଳିବ। ଏଥି ସହିତ ଶ୍ରୀଲଙ୍କା ଦଳ ପ୍ରଥମ ଥର ପାଇଁ ଏହି ଗ୍ରାଉଣ୍ଡରେ ଦିନିକିଆ ମ୍ୟାଚ୍ ଖେଳିବ। ଭ୍ରମଣକାରୀ ଦଳ ବିପକ୍ଷରେ ଭାରତର ସ୍ଥିତି ଅଧିକ ମଜବୁତ ଦେଖାଯାଉଛି। ଦୁଇ ଦେଶ ମଧ୍ୟରେ ଶେଷ ହୋଇଥିବା ଟି-୨୦ ସିରିଜରେ ଭାରତ ଶ୍ରୀଲଙ୍କାକୁ ୨-୧ରେ ପରାସ୍ତ କରିଛି। ଏହା ବ୍ୟତୀତ ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ ଏବଂ ଜସପ୍ରୀତ ବୁମ୍ରା ଟିମ୍ ଇଣ୍ଡିଆକୁ ଫେରିଛନ୍ତି। ଏଭଳି ପରିସ୍ଥିତିରେ ଭାରତ ସାମ୍ନାରେ ଶ୍ରୀଲଙ୍କାର ରାସ୍ତା ସହଜ ହେବ ନାହିଁ।…
ଭୁବନେଶ୍ବର: ରାଜ୍ୟ ରାଜନୀତିର ବରିଷ୍ଠ ନେତା ବିଜୟ ମହାପାତ୍ର ବର୍ତ୍ତମାନ ଦୀର୍ଘ ମାସ ଧରି ନିରବ ରହିଛନ୍ତି। ସେ ବର୍ତ୍ତମାନ ବିଜେପିରେ ଥାଇ ମଧ୍ୟ ନ ଥିଲା ପରି ମନେ ହେଉଛି। କାରଣ ସେ ଦଳର କୌଣସି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଉ ନାହିଁନ୍ତି। କୌଣସି ରାଜନୈତିକ ଟିପଣୀ ମଧ୍ୟ ଆଉ ଦେଉ ନାହାଁନ୍ତି। ସେ ଚର୍ଚ୍ଚାରୁ ଦୂରେଇ ରହିଥିଲେ ମଧ୍ୟ ବର୍ତ୍ତମାନ ତାଙ୍କ ପୁଅଙ୍କୁ ନେଇ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା। ତାହା ହେଲା ତାଙ୍କ ପୁଅ ଅରବିନ୍ଦ ମହାପାତ୍ର କୁଆଡେ ରାଜନୀତି ପଡିଆରେ ପାଦ ଥାପିବେ। ପୂର୍ବରୁ ଏ ନେଇ ଚର୍ଚ୍ଚା ଜାରୀ ରହିଥିଲା। ହେଲେ ନୂଆବର୍ଷ ଉପଲକ୍ଷେ ଆୟୋଜିତ ଏକ ବନ୍ଧୁ ମିଳନ ପର୍ବରେ ଏହି ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି। ଗତକାଲି କେନ୍ଦ୍ରାପଡା ଜିଲ୍ଲାର ଗଦରପୁର ବ୍ଲକର ତିକନପୁର ପଞ୍ଚାୟତ ଖେଳ ପଡିଆରେ ଏକ ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା। ଏଥିରେ ବରିଷ୍ଠ ନେତା ବିଜୟ…

