ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଲୋକ ମହୋତ୍ସବ ମାଧ୍ୟମରେ କଳାହାଣ୍ଡିର କୋଣ ଅନୁକୋଣରେ ଥିବା ପ୍ରତିଭାଧର ମାନଙ୍କୁ ଲୋକ ଲୋଚନକୁ ଆଣିବା ସହିତ କଳାହାଣ୍ଡିର ତୃଣମୂଳ ସ୍ତରରେ ଥିବା କଳାର ବିକାଶ ପାଇଁ ସମସ୍ତ ପ୍ରକାର ସୁଯୋଗ ସୃଷ୍ଟି କରିବା ପାଇଁ କଳାହାଣ୍ଡିର ଲୋକ ମହୋତ୍ସବର ପରିକଳ୍ପନା କରାଯାଇଥିବା ବେଳେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ନାମରେ ନାମିତ କରାଯାଇଥିବା କୁହାଯାଉଥିଲା। କଳାହାଣ୍ଡି ଉତ୍ସବ କଳାହାଣ୍ଡିର ଲୋକ ଉତ୍ସବ ହେବାର ପରିକଳ୍ପନା କରାଯାଇଥିବା ବେଳେ ଆଜି ଆଉ ଲୋକ ଉତ୍ସବ ହୋଇ ରହି ନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେବାରେ ଲାଗିଛି। ଆଜି ଆଉ ଜିଲ୍ଲାର ଆଭ୍ୟନ୍ତରିଣ ଅଞ୍ଚଳର କଳାର ପୁନରୁତଥାନ ତ ହୋଇ ପାରୁନାହିଁ ନୂଆ ପୀଢି କୁ ସେଭଳି ସୁଯୋଗ ମଧ୍ୟ ମିଳି ପାରୁ ନ ଥିବାର କୁହା ଯାଉଛି। କଳାହାଣ୍ଡି ଲୋକଉତ୍ସବ ପାଳନ ଆରମ୍ଭ ହେବାର ପଚିଶ ବର୍ଷ ହୋଇଯାଇ ଥିଲେ ହେଁ କ୍ରମଶଃ…
Author: Samikhsya Bureau
ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମରେ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ ଅର୍ଜୁନର ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ମୁଖ୍ୟ ବକ୍ତା ଭାବେ ଐତିହାସିକ ସତ୍ୟବାଦୀ ବଳିୟାରସିଂହ, ବିଶିଷ୍ଟ ଅତିଥି ପୁରୀର କମାଣ୍ଡିଂ ଅଫିସର କର୍ନେଲ ପ୍ରଶୁନ ପଣ୍ଡା , ସମ୍ମାନିତ ଅତିଥି ଭାବେ ରାଜ୍ୟ ଖାଉଟି ଫୋରମର ଅବସର ପ୍ରାପ୍ତ ସଭାପତି ନାରାୟଣ ମହାପାତ୍ର, ନୟାଗଡ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଓଡିଶା ବିହନ ନିଗମର ଅଧ୍ୟକ୍ଷ ବିଜୟ ନାୟକ, ରଣପୁର ବିଜ୍ଞାପିତ ପରିଷଦର ଉପାଧ୍ୟକ୍ଷ ବିଶ୍ୱରଞ୍ଜନ ପଟ୍ଟନାୟକ, ରଣପୁର ଆତ୍ମାର ଅଧ୍ୟକ୍ଷା ନର୍ମଦା ରାୟ, ମହୋତ୍ସବ କମିଟିର ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର, ଆବାହକ ପୂର୍ଣଚନ୍ଦ୍ର ରାୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ ନୟାଗଡ…
ନୂଆଦିଲ୍ଲୀ: ଚଳିତ ମାସ ୧୩ତାରିଖ (୧୩ ଜାନୁୟାରୀ-୨୦୨୩)ରେ ଉତ୍ତର ପ୍ରଦେଶର ବାରାଣସୀଠାରେ ଗଙ୍ଗାନଦୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ୍ ରିଭରକ୍ରୁଜ ଅଭିଯାନର ଶୁଭାରମ୍ଭ କରିବେ। ଏମ୍ଭି ଗଙ୍ଗା ବିଳାସ ଏହି ଅବସରରେ ବିଶ୍ୱର ସର୍ବବୃହତ ରିଭର କ୍ରୁଜ ଅଭିଯାନରେ ସେଦିନ ତାହାର ଯାତ୍ରା ଆରମ୍ଭ କରିବ। ଏଥି ସହିତ ଭାରତରେ ରିଭର କ୍ରୁଜ ପର୍ଯ୍ୟଟନର ନୂଆ ଯୁଗ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ। ଏହି ବିଳାସପୂର୍ଣ୍ଣ କ୍ରୁଜ ଭାରତର ପାଞ୍ଚଟି ରାଜ୍ୟ ଓ ବାଂଲାଦେଶର ବିଭିନ୍ନ ୨୭ଟି ନଦୀ ବ୍ୟବସ୍ଥାରେ ୩୨୦୦ କି.ମି.ରୁ ଅଧିକ ପଥ ଅତିକ୍ରମ କରି ଆସାମର ଦିବ୍ରୁଗଡରେ ପହଞ୍ଚିବେ। ଭାରତର ନଦୀ କ୍ରୁଜ ପର୍ଯ୍ୟଟନର ଯେଉଁ ଅପାର ସମ୍ଭାବନା ରହିଛି ତାହାକୁ ରୂପାୟିତ କରିବା ପାଇଁ ଏହି କ୍ରୁଜ ଅଭିଯାନ ବାଟ ଦେଖାଇବ। ଏହି କ୍ରୁଜ ସେବା ବାସ୍ତବରେ ଭାରତର ରିଭର…
ଉପେନ୍ଦ୍ର ବଳିୟାରସିଂହ ଧ୍ୟାନାବସ୍ଥିତ ସନ୍ଥ ଆଗନ୍ତୁକଙ୍କ ଆଗମନରେ ନେତ୍ର ଖୋଲିଲେ। ନେତ୍ର ଖୋଲି ଦେଖିଲେ ଏକ ସମ୍ଭ୍ରାନ୍ତ ଭଦ୍ର ପୁରୁଷ ହାତ ଯୋଡି ତାଙ୍କୁ ପ୍ରଣାମ କରୁଛନ୍ତି। ପ୍ରଣାମ କରି ସାରିବା ପରେ ସେ ପ୍ରଚୁର ଧନ ରାଶି ସନ୍ଥଙ୍କ ଚରଣରେ ଅଜାଡି ଦେଲେ ଏବଂ କହିଲେ, “ମହାରାଜ! ମୋର ଏହି ସାମାନ୍ୟ ଭେଟି ସ୍ଵୀକାର କରନ୍ତୁ। ସନ୍ଥ ପ୍ରଶ୍ନ କଲେ, ଆପଣ ଏହି ଭେଟି କେଉଁ ଉଦ୍ଦେଶ୍ୟରେ ଦେଇଛନ୍ତି? ଆଗନ୍ତୁକ ହସି ହସି କହିଲେ, “ମହାରାଜ! କ୍ଷେତରେ ବିହନ ବୁଣା ଯାଏ, କାରଣ ଅମଳ ପରେ ସେଥିରୁ ହଜାର ଗୁଣ ଫସଲ ମିଳେ। ମୁଁ ଆପଣଙ୍କୁ ଏ ଧନ ସମର୍ପଣ କରିବା ଦ୍ଵାରା ମୋତେ ପରଲୋକରେ ହଜାର ଗୁଣ ଧନ ମିଳିଯିବ। ସନ୍ଥ କହିଲେ, “ତାହେଲେ ମୁଁ ଏକ ନିର୍ଦ୍ଧନ ବ୍ୟକ୍ତିର ଧନ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ଏହାକୁ ଶୀଘ୍ର ଏଠାରୁ ଉଠାଇ ନେଇଯାଅ। ସନ୍ଥ ସେଠାରୁ ଚାଲିଗଲେ। ସେଠଜୀ…
ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ…
ଭୁବନେଶ୍ବର: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଆଜି ଭୁବନେଶ୍ଵର ଏମ୍ସ ଠାରେ ସବୁ ନୂଆ ଏମ୍ସର କେନ୍ଦ୍ରୀୟ ସଂସ୍ଥାନ ପରିଷଦ (ସିଆଇବି)ର ଷଷ୍ଠ ବୈଠକକୁ ସମ୍ବୋଧିତ କରିଛନ୍ତି। ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର, ସାଂସଦ ଡକ୍ଟର ଅନୀଲ ଜୈନ, ସାଂସଦ ରମେଶ ଭିଦୁରୀ, ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭିକେ ପଲ ଯୋଗ ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଡକ୍ଟର ରାଜୀବ ବେହଲ ଏବଂ ସ୍ୱାସ୍ଥ୍ୟ ବିଜ୍ଞାନ ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋଏଲ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ସବୁ ଏମ୍ସକୁ ପାଣ୍ଠି ଯୋଗାଣ, ଭିତ୍ତିଭୂମି, ପଦବୀ ସୃଷ୍ଟି, ନିଯୁକ୍ତି, ନୀତି କାର୍ଯ୍ୟକାରିତା, ସମସ୍ୟା ସମାଧାନ ଏବଂ ବିଭିନ୍ନ କ୍ରୟ ପାଇଁ ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଭାବେ ସିଆଇବି…
ନିଶ୍ଚିନ୍ତକୋଇଲି: ୨୦୨୩ରେ ଓଡ଼ିଶାର ଗରିବ ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ବିଜେପି ଜନଜାଗରଣ ସୃଷ୍ଟି କରିବ ବୋଲି ରବିବାର କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ନିଶ୍ଚିନ୍ତକୋଇଲି ଠାରେ ଦଳ ପକ୍ଷରୁ ଆୟୋଜିତ ମଣ୍ଡଳ ବୈଠକ, ପଦଯାତ୍ରା ଓ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ମଣ୍ଡଳ ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଠାରେ ଅସୁରେଶ୍ୱର ମଣ୍ଡଳ ଏବଂ ନିଶ୍ଚିନ୍ତକୋଇଲିର ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ନିଶ୍ଚିନ୍ତକୋଇଲିରେ ଆରମ୍ଭ ହୋଇଥିବା ପଦଯାତ୍ରାରେ ସାମିଲ ହୋଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ, ଆବାସ ଯୋଜନାରେ ଘର ଆବଣ୍ଟନରେ ଦୁର୍ନୀତି କଥା ଉଠାଇବାରୁ ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଜେପି କାର୍ଯ୍ୟକର୍ତ୍ତା କୁଳମଣି ବରାଳଙ୍କର ହତ୍ୟା ଯୋଜନା ବଧିବଦ୍ଧ ଭାବେ ଶାସକ ଦଳର ବିଧାୟକ ପ୍ରତ୍ୟକ୍ଷ ଭାବରେ କରାଇଲେ। ଯିଏ ମୁଖ୍ୟ ଅଭିଯୁକ୍ତ ଥିଲେ ତାଙ୍କର ବି ସନ୍ଦେହଜନକ ଭାବେ ହତ୍ୟା…
ଭୁବନେଶ୍ବର: ଆଜି ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ମିଳିଛି ନୂଆ କୁଳପତି। ଆଜି ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଷୀଲାଲ ଏହି ନିଯୁକ୍ତି ଦେଇଛନ୍ତି। ସେ ହେଉଛନ୍ତି ପ୍ରଫେସର ବିଧୂଭୂଷଣ ମିଶ୍ର। ତାଙ୍କୁ ଚାରିବର୍ଷ କିମ୍ବା ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇଛି। ପ୍ରଫେସର ମିଶ୍ର ନିକଟରେ ଉତ୍କଳ ବିଶ୍ବବିଦ୍ୟାଳୟର ବିଜନେସ ଆଡମିନଷ୍ଟ୍ରେସନ ବିଭାଗର ପ୍ରଫେସରରୁ ଅବସର ଗ୍ରହଣ କରିଛନ୍ତି। ସେ ବିଭିନ୍ନ ବିଷୟରେ ନଅ ଟି ପୁସ୍ତକ ରଚନା କରିଥିବା ବେଳେ ପ୍ରାୟ 122ଟି ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ତାଙ୍କର 34 ବର୍ଷର ଶିକ୍ଷାଦାନ ଅଭିଜ୍ଞତା ରହିଛି। ଏଥିସହିତ ତାଙ୍କ ଅଧିନରେ 39 ଜଣ ପିଏଚଡି ଏବଂ 3 ଜଣ ଏମଫିଲ ଡିଗ୍ରୀ ହାସଲ କରିଛନ୍ତି।
ଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ ଡଃ. ପି କେ ମିଶ୍ର ଆଜି ୮ ଜାନୁୟାରୀ ୨୦୨୩ ରେ ଯୋଶୀମଠରେ ଘର ଗୁଡିକର ଯେଉଁ କ୍ଷୟକ୍ଷତି ହୋଇଛି ଏବଂ ଏବଂ ଜମିରେ ଯେଉଁ ଫାଟ ସୃଷ୍ଟି ହୋଇଛି, ତାହା ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା କରିଥିଲେ। କ୍ୟାବିନେଟ ସଚିବ, ଗୃହ ସଚିବ, ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ, ଉତ୍ତରାଖଣ୍ଡ ରାଜ୍ୟର ମୁଖ୍ୟ ସଚିବ ତଥା ଡିଜିପି, ଯୋଶୀ ମଠର ଡିଏମ୍ ଏବଂ ଅଧିକାରୀ, ଉତ୍ତରାଖଣ୍ଡର ବରିଷ୍ଠ ଅଧିକାରୀ, ଆଇଆଇଟି ରୁରକି, ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା, ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ, ୱାଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଳୟାନ୍ ଜିଓଲୋଜିର ବିଶେଷଜ୍ଞମାନେ ମଧ୍ୟ ଭିସି ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଶୀ ମଠକୁ ନେଇ ଚିନ୍ତିତ ଅଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରିଛନ୍ତି।…
ସୀତାରାମ ଅଗ୍ରୱାଲ ବାଣପୁର: ମହାପ୍ରଭୁ ଜଗନ୍ନାଥ ଖାଲି ଓଡ଼ିଶାର ଠାକୁର ନୁହନ୍ତି। ସେ ସାରା ପୃଥିବୀର ଠାକୁର। ତାଙ୍କର ଅପାର କରୁଣା ଲାଭ କରି ଭକ୍ତ ସମୁଦ୍ର ବି ଲଙ୍ଘିପାରେ। ଜଗନ୍ନାଥଙ୍କ ଭକ୍ତ ସଂସାରର ମଙ୍ଗଳ ପାଇଁ ସବୁକିଛି କରିପାରେ ତାହା ପ୍ରମାଣ କରି ଦେଖାଇଛନ୍ତି ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ବୟସ୍କ ମହିଳା ଓ ପୁରୁଷ। ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳ ଓ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ଏକ ୫୦ ଜଣିଆ ଭକ୍ତ ରବିବାର ଅପରାହ୍ନରୁ ଶ୍ରୀକ୍ଷେତ୍ର ଧାମ ପୁରୀ ଅଭିମୁଖେ ଚାଲି ଚାଲି ବାହାରିଛନ୍ତି। ଭକ୍ତ ମାନଙ୍କ ମଧ୍ୟରେ ବହୁ ବୟସ୍କ ମହିଳା ଓ ପୁରୁଷ ସାମିଲ ହୋଇଥିବାର ଦେଖାଯାଇଥିଲା। ଏବଂ ସମସ୍ତ ଭକ୍ତ ଖାଲିପାଦରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବାହାରିଛନ୍ତି। ଦୀର୍ଘ ୧୪୦କିଲୋମିଟର ରାସ୍ତା ଚାଲିଚାଲି ଯାଇ ଠାକୁରଙ୍କୁ ଦର୍ଶନ କରିବାର ଅଭିପ୍ରାୟ ପଚାରିବାରେ ଭକ୍ତମାନେ ନିଜର ଦୁଃଖ ଦୂର ହେବା ସହ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ସ୍ଥିତ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ ନିମନ୍ତେ ଆୟୋଜିତ ମାରାଥନ ଦୌଡ଼ ପାଇଁ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ସକାଳ ୬ ଟାରେ ନାମ ପଞ୍ଜିକରଣ ପରେ ଟି ସାର୍ଟ ଓ ଟୋପି ସମସ୍ତ ପାର୍ଟିସିପାଣ୍ଟ ମାନଙ୍କୁ ଯୋଗାଇ ଦିଆଯାଇଥିଲା। ଠିକ ୭ ଘଟିକାରେ ଗଣଦୌଡ଼ ଉଦଘାଟିତ ହୋଇଥିବା ବେଳେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂ,ଖୋର୍ଦ୍ଧା ମୁନିସିପାଲିଟି ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ , ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଜିଲ୍ଲାର ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି ପାର୍ଟିସିପାଣ୍ଟ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଦୌଡ…
ଭୁବନେଶ୍ୱର: ଓଡିଶା ରାଜ୍ୟ ସଚିବାଳୟ ବ୍ୟାଡମିଣ୍ଟନ ସଂଘ (ଓସସବା) ଆନୁକୂଲ୍ୟରେ ସଚିବାଳୟ ପରିସରରେ ଗତ ତିନିଦିନ ଧରି ଚାଲିଥିବା ଏସ୍ବିଆଇ କପ୍ ତ୍ରୟୋଦଶ ସେକ୍ରେଟେରିଏଟ୍ ଓପନ୍ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ଶତାଧିକ ଖେଳାଳି ଅଂଶଗ୍ରହଣ କରିଥିଲେ । ମହିଳା ସିଙ୍ଗିଲ୍ସ ଫାଇନାଲରେ ଅଶ୍ୱସ୍ତି ପ୍ରଧାନ ବିଜେତା ଏବଂ ମୋନାଲି ପ୍ରଧାନ ଉପବିଜେତା ହୋଇଛନ୍ତି । ସିନିଅର୍ ପୁରୁଷ ସିଙ୍ଗିଲ୍ସ ଫାଇନାଲରେ ମନ୍ଜିତ୍ ସାବତ ଚାମ୍ପିୟନ ଓ ଦୀପ୍ ରଞ୍ଜନ ବିଷୋୟୀ ଉପବିଜେତା ହୋଇଛନ୍ତି । ସେହିଭଳି ସିନିଅର୍ ପୁରୁଷ ଡବଲ୍ସ ଫାଇନାଲରେ ଦୀପ୍ ରଞ୍ଜନ ବିଷୋୟୀ ଏବଂ ରାଜେଶ ଦାଶଙ୍କ ଯୋଡ଼ି ମୋତିଲାଲ କାଲୋ ଓ ରୁଣ୍ଟୁ କୁମାର ସାହୁଙ୍କ ଯୋଡିକୁ ପରାସ୍ତ କର ଚାମ୍ପିୟନ ହୋଇଛନ୍ତି । ମିଶ୍ରିତ ଯୁଗଳ ବର୍ଗରେ ଅଶ୍ୱସ୍ତି ପ୍ରଧାନ ଓ ରାଜେଶ ଦାଶଙ୍କ ଯୋଡି ମୋତିଲାଲ କାଲୋ ଓ ମୋନାଲି ପ୍ରଧାନଙ୍କ ଯୋଡିକୁ…
ଭୁବନେଶ୍ୱର/ମାଲକାନଗିରି: ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ବ୍ଲକର ଜନ୍ତାପାଇ ଗ୍ରାମରେ ‘ଘର ଦୁଆରେ ପୁଷ୍ଟି’ କାର୍ଯ୍ୟକ୍ରମକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଦ୍ୱାରା ବିନା ଖର୍ଚ୍ଚରେ ଘର ଦୁଆର ମୁଁହରେ ପୁଷ୍ଟିକର ପନିପରିବା ଉପଲବ୍ଧ ହେବ। ଏହାଦ୍ୱାରା ମା’ ଓ ଶିଶୁମାନଙ୍କ ମଧ୍ୟରେ ଅପପୁଷ୍ଟି ତଥା ରକ୍ତହୀନତା ନିଶ୍ଚିତ ଭାବେ ଅନେକ ପରିମାଣରେ ହ୍ରାସ ପାଇବ । ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲାରେ ଅତି ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଉପସ୍ଥାପନ କରି କହିଥିଲେ ଯେ ‘ଘର ଦୁଆର…
ଭୁବନେଶ୍ୱର: ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ବରିଷ୍ଟ ବୈଜ୍ଞାନିକମାନେ ଭୁବନେଶ୍ୱରର ଓୟୁଏଟିସ୍ଥିତ ଅଖିଳ ଭାରତୀୟ ଫଳ ଗବେଷଣା ପ୍ରକଳ୍ପର ଅନୁଧ୍ୟାନ ପାଇଁ ପରିଦର୍ଶନରେ ଆସିଥିଲେ। ଜାତୀୟ ଜୈବ ବିଜ୍ଞାନ ସଂସ୍ଥାର ଅଧ୍ୟକ୍ଷ ଡଃ ଭି. ଏ. ପାର୍ଥସାରଥୀ, ଭାରତୀୟ ପନିପରିବା ଗବେଷଣା କେନ୍ଦ୍ର, ବାରଣାସୀର ପୂର୍ବତନ ପ୍ରମୁଖ ବୈଜ୍ଞାନିକ ଡଃ. କେ. ପି. ସିଂ, କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ ସଂସ୍ଥାନ ତ୍ରିଭାନ୍ଦ୍ରମର ପୂର୍ବତନ ନିର୍ଦ୍ଦେଶକ ଡଃ. ଭି. ରବି ଓ ଅଖିଳ ଭାରତୀୟ ଫଳ ଗବେଷଣା ପ୍ରକଳ୍ପର ସଂଯୋଜକ ଡଃ ପ୍ରକାଶ ପାଟିଲ ପ୍ରମୁଖ ଫଳ ଗବେଷଣା ପ୍ରକଳ୍ପର କଦଳୀ ଫସଲ ଅନୁସନ୍ଧାନ କ୍ଷେତ୍ର ପରିଭ୍ରମଣ କରିଥିଲେ। ଏହି ଅବସରରେ ଭାରପ୍ରାପ୍ତ ବୈଜ୍ଞାନିକା ଡଃ. ସୌଦାମିନୀ ସ୍ୱାଇଁ ଓ ଉଦ୍ଭିଦ ରୋଗ ବିଶେଷଜ୍ଞ ବିପିନ କୁମାର ପ୍ରଧାନ ଉପସ୍ଥିତ ରହି କଦଳୀ ଫସଲ ଅନୁସନ୍ଧାନ କ୍ଷେତ୍ରରେ ଓୟୁଏଟି ରେ ହେଇଥିବା କାର୍ଯ୍ୟ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। କ୍ଷେତ୍ର ପରିଦର୍ଶନ…
କଟକ: ରାଜ୍ୟରେ ପଡ଼ାଗ୍ରାମଗୁଡ଼ିକୁ ରାଜସ୍ୱ ଗ୍ରାମରେ ପରବର୍ତ୍ତନ କରାଯିବା ପରିପ୍ରେକ୍ଷୀରେ ଜିଲ୍ଲାପାଳମାନଙ୍କ ଦ୍ୱାରା ୫୦୧୫ ଗୋଟି ଚିହ୍ନିତ ପଡ଼ାଗ୍ରାମର ତଥ୍ୟ ପ୍ରଦାନ କରାଯାଇଛି । ରାଜସ୍ୱ ପର୍ଷଦ ଦ୍ୱାରା ୧୬୬୬ ଗୋଟି ପଡ଼ାଗ୍ରାମ ସମ୍ବନ୍ଧୀୟ ମାମଲାଗୁଡ଼ିକୁ ଫଇସଲା କରାଯାଇଛି । ଅବଶିଷ୍ଟ ୩୩୪୯ ଗୋଟି ପଡ଼ାଗ୍ରାମ ସମ୍ବନ୍ଧୀୟ ପୂର୍ଣ୍ଣାଙ୍ଗ ତଥ୍ୟାବଳୀ ସମସ୍ତ ଜିଲ୍ଲାପାଳମାନେ ପ୍ରଦାନ କରିବାକୁ ମାନ୍ୟବର ସଦସ୍ୟ, ରାଜସ୍ୱ ପର୍ଷଦ ଶ୍ରୀ ରାଜ କୁମାର ଶର୍ମା ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ଏ ସମ୍ବନ୍ଧୀୟ ତଥ୍ୟରୁ ଜଣାଯାଏ ୬୭୧ ଗୋଟି ପଡ଼ାଗ୍ରାମକୁ ରାଜସ୍ୱ ଗ୍ରାମରେ ପରିବର୍ତ୍ତିତ କରାଯିବା ପାଇଁ ଆଦେଶ ପ୍ରଦାନ କରାଯାଇଥିବାବେଳେ ୧୦୩ ଗୋଟି ପଡ଼ାଗ୍ରାମ ମାମଲାର ତଥ୍ୟ ଭୂଲେଖରେ ଗତ ଡିସେମ୍ବର ୨୯ ତାରିଖ ସୁଦ୍ଧା ପଞ୍ଜୀକୃତ ହୋଇଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ଜିଲ୍ଲାପାଳମାନେ ପଡ଼ାଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରାଯିବା ନିମନ୍ତେ ଗୁରୁତ୍ୱାରୋପ କରି ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଆଗାମୀ ଦୁଇ…
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ ଶିଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅଦଳବଦଳ କରୁଛନ୍ତି। ଏ ନେଇ ଜାତୀୟ ରାଜନୀତିରେ ଚାଲିଛି ଜୋରଦାର ଚର୍ଚ୍ଚା। ଏପରି କ୍ଷେତ୍ରରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମଧ୍ୟ ଅଦଳବଦଳ ହେବ ବୋଲି ଆଉ ଏକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏ ନେଇ ସଚିବାଳୟଠାରୁ ରାଜଧାନୀ ଖଟି ପର୍ଯ୍ୟନ୍ତ ବେଶ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ନିକଟରେ ପଦମପୁରରେ ବିଜେଡିର ବିପୁଳ ବିଜୟ ପରେ ସେଠାକାର ପ୍ରଚାର ମଙ୍ଗ ସମ୍ଭାଳିଥିବା ନେତାଙ୍କୁ ପୁରସ୍କାର ଦେବେ ବୋଲି ନବୀନ ଚିନ୍ତା କରିଛନ୍ତି। ସେଥିପାଇଁ ଏହି ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରାଯିବ। ମୁଖ୍ୟତଃ ସୁଶାନ୍ତ ସିଂଙ୍କୁ ପୁଣି ଥରେ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି ଜଣାପଡିଛି। ସେହିପରି ଅନ୍ୟତମ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନବୀନ ଏକ ଭଲ ଦାୟିତ୍ବ ଦେବାର ସମ୍ଭାବନା ମଧ୍ୟ ରହିଛି। ତେବେ ପଦମପୁର ବିଜୟ ପଛରେ ଯେଉଁ ପ୍ରମୁଖ ବିନ୍ଧାଣୀ ଅଛନ୍ତି ସେ ହେଉଛନ୍ତି ପ୍ରଣବ ପ୍ରକାଶ ଦାସ। ସେ…
ଭୁବନେଶ୍ବର: ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ନିମନ୍ତେ ଅଭିପ୍ରେତ ଓଡିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ) ବିଶେଷ ଅପ୍ରଗତି ହାସଲ କିରିଛି। ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଡ଼ିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୬.୩୧ ଲକ୍ଷ ଲୋକ ବିଭିନ୍ନ ଘରୋଇ ହସ୍ପିଟାଲରେ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ପାଇଛନ୍ତି। ସେମାନଙ୍କର ଚିକିତ୍ସା ବାବଦରେ ରାଜ୍ୟ ସରକାର ଘରୋଇ ହସ୍ପିଟାଲମାନଙ୍କୁ ପ୍ରାୟ ୧୩୮୯ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି। ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାର ଲୋକ ବି.ଏସ୍.କେ.ୱାଇ ରେ ଚିକିତ୍ସା ସୁବିଧା ପାଇଛନ୍ତି। ଚିକିତ୍ସା ପାଇଁ ଆସିଥିବା ଶତ ପ୍ରତିଶତ ରୋଗୀଙ୍କୁ ୧୦୪ କଲସେଣ୍ଟର୍ ମାଧ୍ୟମରେ କାଉସେଲିଂ କରାଯାଇଛି। ନିଜ ନିଜର ପସନ୍ଦର ହସ୍ପିଟାଲରେ ଚିକିତ୍ସା ପାଇଁ ସେମାନଙ୍କୁ ଆବଶ୍ୟକୀୟ ସୂଚନା ଓ ସହାୟତା ଯୋଗାଇ ଦିଆଯାଇଛି। ହସ୍ପିଟାଲରେ ନିୟୋଜିତ ଥିବା ସ୍ବାସ୍ଥ୍ୟମିତ୍ରମାନେ ମଧ୍ୟ ସେମାନଙ୍କର ଆଡମିଶନ୍ ଓ ଚିକିତ୍ସାପାଇଁ ନିଜେ ଉପସ୍ଥିତ ରହି ଡ଼ାକ୍ତରମାନଙ୍କ ସହ…
ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦି ମୁର୍ମୁ ଅବକାରୀ ବିଭାଗକୁ ଇ-ଅବକାରୀ ପାଇଁ ସମ୍ମାନଜନକ “ଡିଜିଟାଲ୍ ଇଣ୍ଡିଆ ସ୍ବର୍ଣ୍ଣ ପୁରଷ୍କାର” ପ୍ରଦାନ କରିଛନ୍ତି। ଏହି ପୁରସ୍କାରକୁ ଓଡିଶା ସରକାରଙ୍କ ତରଫରୁ ଅବକାରୀ ବିଭାଗର ପୁର୍ବତନ ପ୍ରମୂଖ ଶାସନ ସଚିବ ଶ୍ରୀଯୁକ୍ତ ସୁଶିଲ କୁମାର ଲୋହାନି, ଭା.ପ୍ର.ସେ., ଅବକାରୀ ଆୟୁକ୍ତ ଶ୍ରୀଯୁକ୍ତ ଆଶୀଷ କୁମାର ସିଂହ, ଭା.ପୁ.ସେ., ଅତିରିକ୍ତ ଅବକାରୀ ଆୟୁକ୍ତ ଶ୍ରୀଯୁକ୍ତ ରାମ ଚନ୍ଦ୍ର ପାଲଟା, ଅବକାରୀ ବିଭାଗର ଅତିରିକ୍ତ ସଚିବ ଶ୍ରୀଯୁକ୍ତ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଓ ରାଷ୍ଟ୍ରୀୟ ସୂଚନା ଓ ବିଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନୀହାର ରଞ୍ଜନ ବିଶ୍ବାଳ ଗ୍ରହଣ କରିଛନ୍ତି। ପ୍ରକାଶ ଥାଉକି ଯେ, ଓଡିଶା ସରକାରଙ୍କର ୫ଟି ସୁତ୍ର ଅନୁସାରେ ଅବକାରୀ ବିଭାଗ ୨୦୧୯-୨୦ ରୁ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ର ର ସହାୟତାରେ ୩୦ ରୁ…
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଡିଜେଲ ଦର ବୃଦ୍ଧି ପାଇଛି। ଡିଜେଲ ମୂଲ୍ୟରେ ସୁଖୁ ସରକାର ଭ୍ୟାଟ୍ ବୃଦ୍ଧି କରିଛନ୍ତି। ହିମାଚଳ ପ୍ରଦେଶରେ ସୁଖୁ ସରକାର ଡିଜେଲ ଉପରେ ଭ୍ୟାଟ୍ 3 ଟଙ୍କା ବୃଦ୍ଧି କରିଛନ୍ତି, ଯାହା ପରେ ବର୍ତ୍ତମାନ ମୂଲ୍ୟ ଲିଟର ପିଛା 83.02 ରୁ 86.05 ଟଙ୍କାକୁ ବୃଦ୍ଧି ପାଇଛି। ଯେଉଁଠାରେ 0.55 ଟଙ୍କାରେ ଶସ୍ତା ହୋଇ 95.07 ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି। ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ଏଭଳି ରାଜ୍ୟ ଯେଉଁଠାରେ ଇନ୍ଧନ ଶସ୍ତା ହୋଇଛି। ଏହା ସହିତ ପଶ୍ଚିମବଙ୍ଗରେ ପେଟ୍ରୋଲ 0.44 ରୁ 107.51 ଟଙ୍କା ଏବଂ ଡିଜେଲ 0.41 ରୁ 94.14 ଟଙ୍କା ବୃଦ୍ଧି ପାଇଛି। ଉତ୍ତରପ୍ରଦେଶ, ଝାଡଖଣ୍ଡ, ଜମ୍ମୁ-କାଶ୍ମୀର ଏବଂ ଗୋଆରେ ପେଟ୍ରୋଲ-ଡିଜେଲ ମହଙ୍ଗା ହୋଇଛି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ସକାଳ 6 ଟାରେ ବଦଳିଥାଏ ଏବଂ ନୂତନ ଦର ପ୍ରଦାନ କରାଯାଏ। ଏହିପରି ଆପଣଙ୍କ…
ନୂଆଦିଲ୍ଲୀ, ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ଭବିଷ୍ୟତ ଜାଣିବା ପାଇଁ ଚେଷ୍ଠା କରିଥାନ୍ତି। ସାଧାରଣତଃ ଲୋକମାନେ ସେମାନଙ୍କର ଭବିଷ୍ୟତ ବିଷୟରେ ଜାଣିବାକୁ ବହୁତ ଆଗ୍ରହୀ ଅଟନ୍ତି। ଏପରିକି ସେମାନେ ବିଭିନ୍ନ ପ୍ରକାରର ପ୍ରତିକାର ମଧ୍ୟ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ପାଦ ମଧ୍ୟ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ। ହଁ, ଆପଣଙ୍କର ପାଦଚିହ୍ନ ମଧ୍ୟ ଆପଣଙ୍କ ଜୀବନ ସହିତ ଜଡିତ ଅନେକ ରହସ୍ୟ ପ୍ରକାଶ କରିଥାଏ, ତେବେ ଆସନ୍ତୁ ଆପଣଙ୍କୁ ଏହିପରି ପାଦଚିହ୍ନ ବିଷୟରେ କହିବା। ପ୍ରଥମ ପାଦ ଅନୁଯାୟୀ- ଯଦି ଆପଣଙ୍କର ପାଦର ଆକୃତି କିମ୍ବା ପାଦର ଚିହ୍ନ ପ୍ରଥମ ଚିତ୍ର ଅନୁଯାୟୀ, ତେବେ ଆପଣଙ୍କର ପାଦର ଗଠନ ବହୁତ ସମତଳ। ଯଦି ଆପଣ ଜଣେ ମହିଳା, ଏହାର ଅର୍ଥ ହେଉଛି ଆପଣ ଅତି ସରଳ ଏବଂ ପ୍ରକୃତିରେ ଅତି ନିର୍ଦ୍ଦୋଷ । ଏହା ସହିତ ଆପଣ ବହୁତ ସଚ୍ଚୋଟ ଏବଂ ଅତି ଦ୍ରୁତ। କିନ୍ତୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୨୦୧୫ ମସିହାରେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ଏବଂ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାତୀୟ କଳା ଉତ୍ସବ ଆରମ୍ଭ କରା ଯାଇଥିଲା। କଳା ଉତ୍ସବରେ ଦେଶର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମେ ଜିଲ୍ଲା ସ୍ତରରେ, ପରେ ରାଜ୍ୟ ସ୍ତରରେ ଏବଂ ଶେଷରେ ଜାତୀୟ ସ୍ତରରେ ବିଭିନ୍ନ କଳା ବିଭାଗର ସଦସ୍ୟ ମାନଙ୍କୁ ନେଇ ଗଠିତ ଏକ ସମ୍ମାନିତ ଜୁରି ଯେଉଁ ମାନେ ପ୍ରତ୍ୟେକ ନିଜ ନିଜ କ୍ଷେତ୍ରରେ ଜଣେ ବିଶେଷଜ୍ଞଙ୍କ ସମ୍ମୁଖରେ ସେମାନଙ୍କର ବିଭିନ୍ନ ବର୍ଗରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ଆମନ୍ତ୍ରିତ କରାଯାଇଥିଲା। କଳା ଉତ୍ସବ ୨୦୨୨ ଜାନୁୟାରୀ ୩ , ୨୦୨୩ ରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ…

