Author: Samikhsya Bureau

ନୂଆଦିଲ୍ଲୀ: ଭାରତର ତାରକା ଟେନିସ୍ ଖେଳାଳି ସାନିଆ ମିର୍ଜା ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ସହ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ। ସେମାନଙ୍କ ଛାଡପତ୍ର ଖବର ମଧ୍ୟ ଦୀର୍ଘ ସମୟ ଧରି ଚାଲିଛି। ଏହି ସମୟରେ ସାନିଆ ଆଉ ଏକ ବଡ ଘୋଷଣା କରି ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି। ସାନିଆ ଖୁବ ଶୀଘ୍ର ବୃତ୍ତିଗତ ଟେନିସରୁ ଅବସର ନେବେ। ଦୁବାଇ ଟେନିସ୍ ଚାମ୍ପିଅନସିପରେ ସାନିଆ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିପାରନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୯ ତାରିଖରୁ ଆୟୋଜିତ ହେବ। ସାନିଆ କହିଛନ୍ତି ଯେ, ମୁଁ ଗତ ବର୍ଷ ନିଜେ ଏକ ଅବସର ଯୋଜନା ପ୍ରସ୍ତୁତ କରିଥିଲି। କିନ୍ତୁ ଡାହାଣ କାନ୍ଧରେ ଆଘାତ ହେତୁ, ୟୁଏସ୍ ଓପନ୍ ଏବଂ ଅନ୍ୟାନ୍ୟ ଟୁର୍ଣ୍ଣାମେଣ୍ଟରୁ ନାମ ପ୍ରତ୍ୟାହାର କରିବାକୁ ପଡିଲା। ମୁଁ ଜଣେ ବ୍ୟକ୍ତି ଯିଏ ମୋ ନିଜ ସର୍ତ୍ତରେ…

Read More

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବର ରାଉରକେଲା ଏବଂ ରାଉରକେଲା ଭୁବନେଶ୍ବରକୁ ବିମାନ ଉଡାଣ ଆରମ୍ଭ ହୋଇଛି। ଭୁବନେଶ୍ବର ବିମାନ ବନ୍ଦରରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏଥିସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଏବଂ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ। ଉଡାନ ଯୋଜନାରେ ଏହି ବିମାନ ସେବା ଆଲାୟନସ ଏୟାର ଲାଇନସ ଯୋଗାଇ ଦେଇଛି। ଆଜି ପ୍ରଥମ ଥର ପାଇଁ ଭୁବନେଶ୍ୱରରୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଏହି ଏଟିଆର୍‌-୭୨ ବିମାନ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବ। ରାଉରକେଲା ବିମାନ ବନ୍ଦରର ମଧ୍ୟ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହେବ। ତେବେ ଏହି ବିମାନରେ ମୋଟ ୭୨ ଜଣ ଯାତ୍ରୀ ଯାଇ ପାରିବେ। ଆଜି ପାଇଁ ଏହି ବିମାନ ଭୁବନେଶ୍ୱରରୁ ଦିନ ୧୦ଟା ୪୫ରେ ଛାଡିଛି। ଏହା ରାଉରକେଲାରେ ଦିନ ୧୧ଟା ୪୦ରେ ପହଞ୍ଚିବ। ଏହାପରେ ମଧ୍ୟାହ୍ନ…

Read More

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ମଦ୍ୟପାନ କରୁଥିବା ସମୟରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରଙ୍କୁ ବେଙ୍ଗାଲୁରୁରୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଗତକାଲି ରାତିରେ ମିଶ୍ରଙ୍କୁ ଗିରଫ କରାଯାଇ ବେଙ୍ଗାଲୁରୁରୁ ଦିଲ୍ଲୀ ଅଣାଯାଇଛି। ଏଥି ସହିତ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ବାସ୍ତବରେ ଗତ ବର୍ଷ ନଭେମ୍ବର 26 ତାରିଖରେ ଏୟାର ଇଣ୍ଡିଆର ବିମାନ ନ୍ୟୁୟର୍କରୁ ଦିଲ୍ଲୀରେ ପହଞ୍ଚିଥିଲା। ଏହି ସମୟରେ ବ୍ୟବସାୟ ଶ୍ରେଣୀରେ ଯାତ୍ରା କରୁଥିବା ଶଙ୍କର ମିଶ୍ର ଜଣେ ୭୦ ବର୍ଷ ବୟସ୍କା ମହିଳାଙ୍କ ଉପରେ ମଦ୍ୟପାନ କରି ପରିସ୍ରା କରିଥିଲେ। ଏଥି ସହିତ ମହିଳାଙ୍କ ଅଭିଯୋଗ ପରେ ଆଇପିସିର ଧାରା ୩୫୪, ୨୯୪, ୫୦୯, ୫୧୦ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଶଙ୍କର ମିଶ୍ରଙ୍କୁ ଖୋଜିବା ପାଇଁ ଦିଲ୍ଲୀ ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲା। ମିଶ୍ରଙ୍କ ଶେଷ ସ୍ଥାନ ବେଙ୍ଗାଲୁରୁରେ ମିଳିଥିଲା, ଯାହା ଆଧାରରେ ତାଙ୍କୁ ଖୋଜା ଯାଇଥିଲା।…

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତା ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନା ଉଦଘାଟିତ ହେବ। ଏହାକୁ ଭରଚୁଆଲ ମୋଡ଼ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି। ତେବେ ଉଦଘାଟନ ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ମାସ ତଳେ ଅନୁମୋଦନ କରିଥିଲେ, ଯେଉଁଥିରେ ନାଚୁଣୀ ଫାଣ୍ଡି ଅନ୍ୟତମ। ବର୍ତ୍ତମାନ ନାଚୁଣୀ ଫାଣ୍ଡି ବାଣପୁର ଥାନା ଅଧୀନରେ ଥିବା ବେଳେ ସୋମବାର ଠାରୁ ଏହା ସ୍ୱତନ୍ତ୍ର ଥାନା ହେବ। ନାଚୁଣୀ ଥାନା ଅଧୀନରେ ଗମ୍ଭାରୀମୁଣ୍ଡା ବିଟ ହାଉସ ରହିବା ସହ ବାଣପୁର ବ୍ଲକର ଛଅ ଗୋଟି ପଞ୍ଚାୟତ ଯଥା ନାଚୁଣୀ, ମୋରାମୋରି, ଗମ୍ଭାରୀମୁଣ୍ଡା, ଦେଓଗାଁ,…

Read More

ଭୁବନେଶ୍ବର, ଭାରତୀୟ ସଂସ୍କୃତି ସାରା ପୃଥିବୀରେ ମହାନ। ଏହାର ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ବିରଳ। କାରଣ ଭାରତରେ ବିଭିନ୍ନ ସହରରେ ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ଭିନ୍ନ ଧରଣର ହୋଇଥାଏ। ଏହିପରି ଏକ ମନ୍ଦିର ହେଉଛି ରାମନାରାୟଣମ ମନ୍ଦିର। ଏହି ମନ୍ଦିରଟି ଉପରୁ ଦେଖିଲେ ଲାଗିବ ସତେ ଯେପରି ଏକ ଧନୁରେ ତୀର ଖଞ୍ଜାଯାଇଛି। ଏହି ଭିନ୍ନ ନିର୍ମାଣ ଶୈଳୀରେ ନିର୍ମିତ ମନ୍ଦିରଟି ବିଜୟାନଗରମ ନିକଟସ୍ଥ କୋରୁକୋଣ୍ଡା ରୋଡ ସ୍ଥାନରେ ଅବସ୍ଥିତ। ଏହା ବିଶାଖାପାଟନାମରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ। ପ୍ରାୟ ୧୫ ଏକର ପରିମିତ ସ୍ଥାନରେ ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି ଏନସିଏସ ଚ୍ୟାରିଟେବୁଲ ଟ୍ରଷ୍ଟ।

Read More

ଭୁବନେଶ୍ବର, ସାଧାରଣତଃ ହିନ୍ଦୁ ଧର୍ମରେ ମନ୍ଦିର ଯାଇ ପୂଜାପଠା କରିବାର ପରଂପରା ରହିଛି। ବିଶେଷ ଦିନମାନଙ୍କରେ ମନ୍ଦିରରେ ଭକ୍ତଙ୍କ ଭିଡ ବେଶୀ ପରିଲକ୍ଷିତ ହୋଇଥାଏ। ତେବେ ଜଣେ ଯେତେବେଳେ ମନ୍ଦିରକୁ ପ୍ରବେଶ କରେ ସେ ପ୍ରଥମେ ଘଣ୍ଟି ବଜେଇ ଥାଏ। ସବୁ ଦେବାଳୟରେ ଠାକୁରଙ୍କ ପୂର୍ବରୁ ଘଣ୍ଟି ବନ୍ଧାଯିବା ବାଧ୍ୟତା ମୂଳକ। ବିନା ଘଣ୍ଟିରେ କୌଣସି ମନ୍ଦିର ପ୍ରତିଷ୍ଠା କରାଯାଏ ନାହିଁ। ସେହିପରି ଘରେ ପୂଜାପାଠ ବେଳେ ବା ଆରତୀ ବେଳେ ଆମେ ନିଶ୍ଚିତ ଘଣ୍ଟି ବଜାଇଥାଉ। ତେବେ ପୂଜାପାଠ ପୂର୍ବରୁ ଏହି ଘଣ୍ଟି କଣ ପାଇଁ ବଜାଯାଇଥାଏ, ଏଥିରେ କଣ ରହିଛି ଧାର୍ମିକ ତଥା ବୈଜ୍ଞାନିକ କାରଣ ଆସନ୍ତୁ ଜାଣିବା। ଧାର୍ମିକ କାରଣ ୧- ବିଶ୍ବାସ କରାଯାଏ ଯେ ଯେତେବେଳେ ଆମେ କୈଣସି ମନ୍ଦିରରେ ପ୍ରବେଶ କରୁ, ସେତେବେଳ ମନ୍ଦିରରେ ଉପସ୍ଥିତ ଦେବତାଙ୍କ ଅନୁମତି ନେବାକୁ କିମ୍ବା ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏକ ଘଣ୍ଟି ବଜାଯାଇଥାଏ। ୨- ଏହା ମଧ୍ୟ…

Read More

ଭୁବନେଶ୍ବର: ପୃଥିବୀ ବାହାରେ ଅନ୍ୟ କେଉଁ ଗ୍ରହରେ ଜୀବନ ଅଛି? ଅନ୍ୟ ଗ୍ରହରୁ ଏଲିଏନ କ’ଣ ପୃଥିବୀକୁ ଆସନ୍ତି? ଉଡ଼ନ୍ତା ଥାଳିଆ ପରି କିଛି ଯାନ ଅଛି କି? ଏପରି ଅନେକ ପ୍ରଶ୍ନ ଆମ ମନରେ ଉଙ୍କି ମାରୁଥିବା ବେଳେ ଏପରି ଏକ ବିଜ୍ଞାନ ଭିତ୍ତିକ କହାଣୀ ଉପରେ ଆଧାରିତ ଏକ ନୂଆ ଚଳଚ୍ଚିତ୍ର ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ ଆସନ୍ତା ଜାନୁୟାରୀ ୮ ସନ୍ଧ୍ୟା ୬: ୩୦ ମିନିଟରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ପ୍ରିମିୟର ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ଗୋଟିଏ ଆକାଶ ଯାନ ପୃଥିବୀ ମୁହାଁ ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ଏବଂ ସେହି ଦୁର୍ଘଟଣାରେ ଗୋଟିଏ ଏଲିଏନ ବଞ୍ଚି ଯାଇଛି। ଘଟଣା କ୍ରମେ ସେ ପୃଥିବୀର ଜଣେ ଝିଅର ରୂପ ନେଇ ରହେ। ସେ ପୃଥିବୀରେ ରହିବା ସମୟରେ ଅନେକ କିଛି ଘଟଣା ତାର ଜୀବନରେ ଘଟୁଛି ଯାହାକୁ ନେଇ ଚଳଚିତ୍ର କାହାଣୀ ଅଗ୍ରସର…

Read More

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ କରାଚି ଟେଷ୍ଟ ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ତେବେ ଏହି ଟେଷ୍ଟ ସିରିଜ୍ ପରେ ଯଦି ଆମେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲକୁ ଦେଖିବା ତେବେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ଯଥାକ୍ରମେ ସାତ ଓ ଆଠ ନମ୍ବରରେ ଅଛନ୍ତି। ଏଥି ସହିତ ଅଷ୍ଟ୍ରେଲିଆ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଅଷ୍ଟ୍ରେଲିଆ ୭୮.୫୭ ପଏଣ୍ଟ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ଭାରତୀୟ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ଭାରତୀୟ ଦଳର ୫୮.୯୩ ପ୍ରତିଶତ ଅଙ୍କ ରହିଛି। ସମୀକରଣକୁ କ’ଣ?: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଅଷ୍ଟ୍ରେଲିଆ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି। ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍…

Read More

ନୂଆଦିଲ୍ଲୀ: ବାସ୍ତୁଶାସ୍ତ୍ରରେ ଦିଗଗୁଡିକୁ ବିଶେଷ ମହତ୍ତ୍ବ ଦିଆଯାଇଥାଏ। ଶୋଇବା ସମୟରେ ମୁଣ୍ଡ ଓ ଗୋଡ ସଠିକ୍‌ ଦିଗରେ ରହିବା ଉଚିତ୍‌। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯେମିତି ପୌଷ୍ଟିକ ଆହାର ଆବଶ୍ୟକ, ସେହିପରି ନିୟମିତ ଦିନଚର୍ଯ୍ୟା ପାଇଁ ଉତ୍ତମ ନିଦ୍ରା ମଧ୍ୟ ଆବଶ୍ୟକ। କିଛି ଲୋକେ ଶୋଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦେଇନଥାନ୍ତି, ଯାହାଫଲରେ ତାଙ୍କୁ ବହୁତ କ୍ଷତି ସହିବାକୁ ପଡିଥାଏ। ବାସ୍ତୁ ଶାସ୍ତ୍ରରେ ସଠିକ୍‌ଦିଗରେ ଶୋଇବାକୁ ନିର୍ଦ୍ଦେଶ ରହିଛି। ତେବେ ଆସନ୍ତୁଜାଣିବା  ସେ ସମ୍ପର୍କରେ। -ବାସ୍ତୁ ଅନୁସାରେ ଉତ୍ତର ତଥା ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଦ୍ବାରା ନାକାରାତ୍ମକ ଶକ୍ତି ଓ ଚିନ୍ତା ବଢିଥାଏ। ଏଥିପାଇଁ ଆମକୁ ସର୍ବଦା ଦକ୍ଷିଣ ତଥା ପୂର୍ବ ଆଡକୁ ମୁଣ୍ଡ କରି ଶୋଇବା ଆବଶ୍ୟକ। -ଅବିବାହିତା ଝିଅମାନେ ଉତ୍ତର-ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଦରକାର। ସେମାନେ କଦାପି ବି ଦକ୍ଷିଣ ପଶ୍ଚିମ ଦିଗକୁ ମୁହଁ କରି ଶୋଇବା ଅନୁଚିତ୍‌। ସେହିପରି…

Read More

ମେଷ- ଏହି ସପ୍ତାହ ଛାତ୍ର ତଥା ବୃତ୍ତିଗତ କ୍ଷେତ୍ରରେ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। କର୍ମକ୍ଷେତ୍ରରେ ଆପଣଙ୍କର ଭଲ ପ୍ରଦର୍ଶନ ଏବଂ ଦକ୍ଷତା ଆପଣଙ୍କ ବୟସ୍କମାନଙ୍କୁ ଆକର୍ଷିତ କରିବ। ଟଙ୍କା ପ୍ରସଙ୍ଗରେ ତୁମର ଚିନ୍ତିତ ବିନିଯୋଗ ତୁମର ଆର୍ଥିକ ସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବ। ଖାଦ୍ୟ ନିୟନ୍ତ୍ରଣ ଏବଂ ବକ୍ତବ୍ୟରେ ନିୟନ୍ତ୍ରଣ ରଖିବାର ଆବଶ୍ୟକ ରହିଛି। ବୃଷ- ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିବାର ସମ୍ଭାବନା ଅଛି, ଯିଏ ଆପଣଙ୍କ କ୍ୟାରିୟର ପାଇଁ ଲାଭଦାୟକ ପ୍ରମାଣିତ ହେବେ। ବୃତ୍ତିଗତ ଜୀବନରେ ଭଲ ନେଟୱାର୍କିଙ୍ଗ୍ ସାହାଯ୍ୟରେ, ତୁମେ ତୁମର ଲକ୍ଷ୍ୟ ଆଡକୁ ଯିବାରେ ସଫଳ ହେବ। ଅସୁବିଧା ସମୟରେ ତୁମର ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ସାହାଯ୍ୟ କରି ତୁମେ ପ୍ରଶଂସିତ ହେବ। ଏହି ସପ୍ତାହରେ ଦୀର୍ଘ ଯାତ୍ରା ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ଅଟେ। ମିଥୁନ- ପରିବାରର ଗୁରୁଜନମାନେ ତୁମେ କରୁଥିବା ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିବ। ତୁମେ ତୁମର ସାମାଜିକ ଭିତରେ ଆକର୍ଷଣର…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତା ୧୧ତାରିଖରେ କଟକ ବାରବାଟୀ ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ ହକି ବିଶ୍ୱକପ ୨୦୨୩ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାକୁ ଥିବାବେଳେ ୧୩ ତାରିଖରୁ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିଅମରେ ଉକ୍ତ ବିଶ୍ୱକପ ଆରମ୍ଭ ହେବ। ଓଡ଼ିଶା ଉକ୍ତ ବିଶ୍ୱକପକୁ ଆୟୋଜିତ କରୁଥିବାରୁ ଏହାର ପ୍ରଚାର ପ୍ରସାରକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ କ୍ରୀଡା ବିଭାଗ ନିର୍ଦ୍ଦେଶକ୍ରମେ ପ୍ରତି ପଂଚାୟତରେ ଓ ପୌରାଞ୍ଚଳରେ ସରପଞ୍ଚ ଏବଂ କାଉନସିଲର ଓ ପୌରାଧ୍ୟକ୍ଷମାନଙ୍କ ମାଧ୍ୟମରେ ଜନସାଧାରଣ ଉକ୍ତ ଉଦ୍ଘାଟନୀ ଉତ୍ସବ କିପରି ଉପଭୋଗ କରିପାରିବେ ତାହାର ବ୍ୟବସ୍ଥା କରାଯିବ। ଏଲଇଡି ମାଧ୍ୟମରେ ସାଧାରଣ ଲୋକ ଯେପରି ଷ୍ଟାଡିଅମର ହକିଖେଳ ଦେଖିପାରିବେ ଏବଂ ହକି ଖେଳ ପ୍ରତି ଆଗ୍ରହ ପ୍ରକାଶ କରିବେ, ସେଥିନିମନ୍ତେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବା ପାଇଁ ସରକାର ଯୋଜନା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଖୋଦ ଜିଲ୍ଲାପାଳ ଆସନ୍ତା…

Read More

ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମରେ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ ଅର୍ଜୁନର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି।  ଭରପୁର ଦର୍ଶକଙ୍କ ଗହଣରେ ଲୋକମାନେ ଦ୍ଵିତୀୟ ସନ୍ଧ୍ୟାର ମଜା ଉଠାଇ ଥିଲେ। ଆସାମ ବିହୁ, ୱେଷ୍ଟ ବେଙ୍ଗଲୀ ମୟୂରୀ ନୃତ୍ୟ ଓ ପାଇକ ଆଖଡ଼ା ହଜାର ହଜାର ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ମୁଖ୍ୟ ବକ୍ତା ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ନୟାଗଡ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ବରିଷ୍ଠ ଆଇନିଜୀବି ଗିରିଜାକାନ୍ତ ମହାପାତ୍ର, ରଣପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ମହୋତ୍ସବ କମିଟିର ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର, ଆବାହକ ପୂର୍ଣଚନ୍ଦ୍ର ରାୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ…

Read More

ରଣପୁର: ରଣପୁରରେ ସର୍ବ ପ୍ରଥମେ ଖୋଲିଥିବା ୟୁକୋ ବ୍ୟାଙ୍କର ୮୦ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇ ଯାଇଛି। ୧୯୪୩ ମସିହାରେ କୋଲକାତା ଠାରେ ପ୍ରଥମେ କମରସିଆଲ ବ୍ୟାଙ୍କ ନାମରେ ପ୍ରତିଷ୍ଠା ହୋଇଥିଲା। ୧୯୭୦ ମସିହାରେ ରଣପୁରରେ ପ୍ରଥମେ ୟୁକୋ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା। ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇ ଏହି ବ୍ୟାଙ୍କ ୫୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରଣପୁରରେ ଲୋକପ୍ରିୟତା ହାସଲ କରି ପାରିଛି ବୋଲି ମ୍ୟାନେଜର ଅକ୍ଷୟ କୁମାର ପାଢ଼ୀ ମତ ଦେଇଛନ୍ତି। ବର୍ତ୍ତମାନ ରଣପୁରରେ ଅନେକ ବ୍ୟାଙ୍କ ଖୋଲିଛି, କିନ୍ତୁ ୫୨ ବର୍ଷ ଧରି ରଣପୁର ଅଞ୍ଚଳ ଅନେକ ବ୍ୟକ୍ତି ୟୁକୋ ବ୍ୟାଙ୍କ ସହ ବାନ୍ଧି ହୋଇ ରହିଛନ୍ତି ବୋଲି ମ୍ୟାନେଜର କହିଛନ୍ତି। ପ୍ରତିଷ୍ଠା ଦିବସ ଉପଲକ୍ଷେ ଶାଖାକୁ ଆକର୍ଷଣୟ ଭାବେ ସଜାଇବା ସହିତ କେକ କଟା ଯାଇ ବ୍ୟାଙ୍କକୁ ଆସିଥିବା ଗ୍ରାହକଙ୍କୁ ମିଷ୍ଟାନ୍ନ ବଣ୍ଟା ଯାଇଥିଲା। ଏହି ଅବସରରେ ଭରତ ପାତ୍ର, ଶର୍ମିଷ୍ଠା ହଦା,…

Read More

ନୂଆଦିଲ୍ଲୀ: ରେଳ ସୁରକ୍ଷା ବଳ ବା ଆର୍‌ପିଏଫ ପକ୍ଷରୁ ରେଳଯାତ୍ରୀଙ୍କ ସୁଖସୁବିଧା ତଦାରଖ କରିବା ପାଇଁ ଏକମାସ ବ୍ୟାପୀ ଏକ ସର୍ବ ଭାରତୀୟ ଅଭିଯାନ କରାଯାଇଥିଲା। ଏହି ଅଭିଯାନ କାଳରେ ମହିଳାଙ୍କ ପାଇଁ ସଂରକ୍ଷିତ କୋଚରେ ବେଆଇନଭାବେ ପ୍ରବେଶ କରି ଯାତ୍ରା କରୁଥିବା ୫୧୦୦ରୁ ଅଧିକ ପୁରୁଷ ଯାତ୍ରୀଙ୍କୁ ଗିରଫ କରାଯାଇଛି। ସେହିଭଳି ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ କୋଚରେ ପ୍ରବେଶ କରି ଯାତ୍ରା କରିବା ଓ ସେମାନଙ୍କ ଆସନକୁ ଅକ୍ତିଆର କରିବା ଅଭିଯୋଗରେ ଅନ୍ୟ ୬୩୦୦ ଯାତ୍ରୀଙ୍କୁ ଆରପିଏଫ ଗିରଫ କରିଛି। ରେଳବାଇ ନିୟମ ଉଲ୍ଲଂଘନ କରି ବେଆଇନ ଭାବେ ଯାତ୍ରା କରୁଥିବା ଏହି ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜୋରିମାନା ଆକାରରେ ଉଭୟ ଗୋଷ୍ଠୀର ଦୋଷୀଙ୍କଠାରୁ ଯଥାକ୍ରମେ ୬.୭୧ ଲକ୍ଷ ଏବଂ ୮.୬୮ଲକ୍ଷ ଟଙ୍କା ଆଦାୟ କରାଯାଇଛି। କିଛି ଲୋକ ବିନା ଟିକେଟରେ  ଟ୍ରେନରେ ଚଢି ଯାତ୍ରୀଙ୍କ ସିଟ୍‌ରେ ଜବରଦସ୍ତ ବସିବା, ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ…

Read More

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜରେ ଭାରତୀୟ ଓପନର୍ ବ୍ୟାଟ୍ସମ୍ୟାନ୍ ଏପର୍ଯ୍ୟନ୍ତ ବିଫଳ ହୋଇଛନ୍ତି। ଏଥିରେ ଓପନର୍ ଇଶାନ୍ କିଶାନ୍ ପ୍ରଥମ ମ୍ୟାଚ୍ ରେ ୩୭ ରନ୍ ସଂଗ୍ରହ କରିଥିଲେ। ଏହା ପରେ ଦ୍ୱିତୀୟ ମ୍ୟାଚରେ ସେ ମାତ୍ର ୨ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ଏହି ସିରିଜ୍ ପୂର୍ବରୁ ମଧ୍ୟ ଟି-୨୦ ଇଣ୍ଟରନ୍ୟାସନାଲରେ ଇଶାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଗତ ୧୦ ଇନିଂସରେ ତାଙ୍କର ହାରାହାରି ଏବଂ ଷ୍ଟ୍ରାଇକ୍ ହାର ବହୁତ ଖରାପ ହୋଇଛି। ଏହି ପ୍ରଦର୍ଶନ ଦେଖି ଶ୍ରୀଲଙ୍କା ବିପକ୍ଷ ପରବର୍ତ୍ତୀ ମ୍ୟାଚରୁ ଇଶାନଙ୍କୁ ଡ୍ରପ କରାଯାଇପାରେ। ଇଶାନ ତାଙ୍କର ଶେଷ ୧୦ ଟି-୨୦ ଅନ୍ତର୍ଜାତୀୟ ଇନିଂସରେ ହାରାହାରି ୧୭.୫୦ ଏବଂ ଷ୍ଟ୍ରାଇକ୍ ହାର ୧୧୮.୨୪ ରେ ମାତ୍ର ୧୭୫ ରନ୍ କରିଛନ୍ତି। ଏଥିରେ ସେ କୌଣସି ଅର୍ଦ୍ଧଶତକ ହାସଲ କରିନାହାଁନ୍ତି କିମ୍ବା କୌଣସି ଇନିଂସରେ ୪୦ ରନ୍ ଅତିକ୍ରମ କରିନାହାଁନ୍ତି।…

Read More

କନ୍ଦର୍ପ ବେହରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ରେ ଗଞ୍ଜେଇ ଚାଷ ହେଉନ ଥିବା ବନବିଭାଗ, ଅବକାରୀ, ପୋଲିସ୍‌ ବିଭାଗ କହୁଥିବା ବେଳେ  ପୁଣି ଗଞ୍ଜେଇ ଚାଷ ହୋଇଥିବା ଏବଂ ବହୁ ବିଳମ୍ବରେ ତାକୁ ଚଢାଉ କରିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏପରିକି ଅବକାରୀ ବିଭାଗ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ନ ଦେବାକୁ ନେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ନାକଟିଦେଉଳ ବ୍ଲକ୍ ଜାମୁଜୋରୀ ପଂଚାୟତର ରାଇଲ ସଂରକ୍ଷିତ ଜଙ୍ଗଲର ତଳନାଳି ଗ୍ରାମରେ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ, ଅବକାରୀ ବିଭାଗ, ରାଜସ୍ୱ ବିଭାଗ ଓ ପୋଲିସ୍ ବିଭାଗ ମିଳିତ ଚଢଉ କରି ୭୪୦ ଗଛ ଉପାଡିବା ସହ ତାକୁ ପୋଡିଦେଇଥିବା ଜଣାପଡିଛି। ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁ ମାଜିଷ୍ଟେଟ୍ ଦାୟିତ୍ୱରେ ଥାଇ ଗଛ ସବୁକୁ ପୋଡି ଦେଇଥିଲା ପ୍ରଶାସନ। ଅମଳ ହେବା ପରେ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ…

Read More

ଭୁବନେଶ୍ଵର: ଓଡିଶାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ଏଥିରେ ସହଯୋଗର ହାତ ବଢାଇଛି ଓଡିଶା ଗ୍ରାମ୍ୟ ବ୍ୟାଙ୍କ। ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ମିଶନ ଶକ୍ତିର ମା ମାନଙ୍କ ପାଇଁ ଆଜି ଆରମ୍ଭ ହୋଇଛି ମେଗା ଋଣ ପ୍ରଦାନ କାର୍ଯ୍ୟକ୍ରମ। ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ରାଜ୍ୟର ୨୬,୭୨୨ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୦୦୧ କୋଟି ଟଙ୍କାର ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ବାରା ରାଜ୍ୟର ୨.୬୮ ଲକ୍ଷ ମା’ ଉପକୃତ ହେବେ। ଏକାଦିନରେ କେବଳ ମା ମାନଙ୍କ ପାଇଁ ଏତେ ବଡ ଋଣ ପ୍ରଦାନ କାର୍ଯ୍ୟକ୍ରମ ପୂର୍ବରୁ କେବେ ହୋଇନାହିଁ। ଉପସ୍ଥିତ ଥିବା ୫ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ 10 ଲକ୍ଷ୍ ଲେଖା ଋଣ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରତ୍ୟେକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୦ ଲକ୍ଷ ଟଙ୍କାର ଋଣ ମିଳିଥିଲା। ଏହି…

Read More

ଭୁବନେଶ୍ୱର: ଆଜି ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ବିଗତ ବର୍ଷ ପରି ସମାଜର ବିଭିନ୍ନ ବର୍ଗ ଯଥା ବିଶେଷଜ୍ଞ, ବ୍ୟବସାୟୀ ତଥା ଶିଳ୍ପଦ୍ୟୋଗୀଙ୍କ ପ୍ରତିନିଧି ଏବଂ କୃଷକମାନଙ୍କ ସହିତ ପ୍ରାକ୍‌ ବଜେଟ୍‌ ପରାମର୍ଶ କରିଛନ୍ତି। ସକାଳ ୧୧ଟାରୁ ୧ ଘଟିକା ପର୍ଯ୍ୟନ୍ତ ତଥା ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହା ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ ପୂର୍ବତନ ଅର୍ଥ ମନ୍ତ୍ରୀଙ୍କ ସମେତ ପୂର୍ବତନ ଅର୍ଥ ସଚିବ ଓ ସଚିବ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ନାବାର୍ଡର ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗଦାନ କରି ସେମାନଙ୍କର ସୁଚିନ୍ତିତ ମତାମତ ରଖିଥିଲେ। ସେହିପରି ଦ୍ୱିତୀୟ ଅଧିବେଶନରେ କ୍ଷେତ୍ର ବିଶେଷଜ୍ଞ, ବ୍ୟବସାୟୀ ତଥା ଶିଳ୍ପଦ୍ୟୋଗୀଙ୍କ ପ୍ରତିନିଧି, କୃଷି ବିଶେଷଜ୍ଞ, ଶ୍ରମ ସଂଘ ପ୍ରତିନିଧି, ପରିବେଶବିତ, ହସ୍ତ ଓ ବୟନ ଶିଳ୍ପୀ, ସ୍ତମ୍ଭକାର ତଥା ସେ୍ୱଚ୍ଛାସେବା ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦାନ କରି ସେମାନଙ୍କର ସୁଚିନ୍ତିତ ମତାମତ ରଖିଥିଲେ। ଏହି ପ୍ରାକ୍‌-ବଜେଟ ଆଲୋଚନାରେ ଉପସ୍ଥିତ…

Read More

ଭୁବନେଶ୍ୱର: ଓଡିଶା ସରକାରଙ୍କ ଅଭିନବ ଗୁଣାତ୍ମକ ସାର୍ବଜନିନ ସ୍ବାସ୍ଥ୍ୟ ସେବା ଯୋଜନା ବି. ଏସ.କେ. ୱାଈ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତରୀଣ ସମୀକ୍ଷାରୁ ବୈଠକରୁ ଏହା ଜଣାପଡ଼ିଛି। ରାଜ୍ୟ ସ୍ବାସ୍ଥ୍ୟ ପ୍ରତିଶ୍ରୁତି ସମିତି ସଭା ଗୃହ ଠାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ବିଭିନ୍ନ ଯୋଜନାର କାର୍ଯ୍ୟାୟନ ସମ୍ବନ୍ଧିତ ସଦ୍ୟତମ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ବିଲ ଗୁଡ଼ିକୁ ଅନୁମୋଦନ ଦେବା ପୁର୍ବରୁ ସମସ୍ତ ଦରକାରୀ ତଥ୍ୟ, କଗଜାତ୍ ଓ ନିର୍ଦ୍ଧାରିତ ଦର ତାଲିକା କୁ ସଠିକ୍ ଭାବେ ତନଖି କରି ବିଲ ପୈଠ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଡାକ୍ତର ବୃନ୍ଦା ନିର୍ଦେଶ ଦେଇଥିଲେ। ରାଜ୍ୟ ବାହାରେ ପଞ୍ଜିକୃତ ହୋଇଥିବା ହସ୍ପିଟାଲ୍ ମାନଙ୍କ ସହ ଭିଡିଓ କନ୍ଫରେନ୍ଚିଂ ଏବଂ ମୋବାଇଲ ଫୋନ ମାଧ୍ୟମରେ ବରାବର ଯୋଗାଯୋଗରେ ରହିବାକୁ ଅତିରିତ୍କ…

Read More

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାର ହୃଦୟ ବିଦାରକ ଖବର ରାଜସ୍ଥାନର ଯୋଧପୁରରୁ ଆସୁଛି। ଯୋଧପୁର ଠାରୁ ୪୦ କିଲୋମିଟର ଦୂରରେ ମଥାନିଆ ଅଞ୍ଚଳରେ ଏକ ଟ୍ରକ୍ ଏବଂ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହିତ ୨୪ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ଖବର ରହିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ଟ୍ରକ ଫଲୋଦିରୁ ଆସୁଥିଲା ଏବଂ ଘରୋଇ ଯାତ୍ରୀବାହୀ ବସ୍ ଯୋଧପୁରରୁ ଲୋହାୱାଟ ଅଭିମୁଖେ ଯାଉଥିଲା। ମଥାନିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ରାଜପଥରେ ଉଭୟ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲେ, ଯେଉଁଥିପାଇଁ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। ବର୍ତ୍ତମାନ ଦୁର୍ଘଟଣାରେ ପୀଡିତଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଗାଡିରେ ଭର୍ତ୍ତି କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ଗୁରୁତର ଆହତ ଲୋକଙ୍କୁ ଯୋଧପୁରକୁ ପଠାଇଛନ୍ତି।

Read More

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ ଗିଲଗିତ-ବଲୁଚିସ୍ତାନରେ ସ୍ୱାଧୀନତା ପାଇଁ ବିରୋଧ ପ୍ରଦର୍ଶନ ବେଳେ ପାକିସ୍ତାନର ସେନା ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇଛନ୍ତି। ପାକ୍ ସେନା ଦ୍ୱାରା କରାଯାଇଥିବା ଏହି ଗୁଳିରେ ଅନେକ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି। ଗତ କିଛି ବର୍ଷ ଧରି ବଲୁଚିସ୍ତାନର ଲୋକମାନେ ସ୍ୱାଧୀନତା ପାଇଁ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି।

Read More