Author: Samikhsya Bureau

ଭୁବନେଶ୍ୱର: ଓଡ଼ିଶାର ଶିଶୁଙ୍କର ଥିବା କୁପୋଷଣ, ଗର୍ଭବତୀ ମହିଳାଙ୍କ ରକ୍ତହୀନତା ଓ ଅନ୍ୟାନ୍ୟ ସମସ୍ୟା ସମାଧାନର ରାସ୍ତା ବାହାର କରିବା ପାଇଁ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମ୍‌ଆରସି), ଭୁବନେଶ୍ୱରକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହ ଶ୍ରୀ ପ୍ରଧାନ ଶନିବାର ଆଇସିଏମଆର-ଆରଏମଆରସିର ଆନେକ୍ସ ବିଲଡିଂର ଲୋକାର୍ପଣ ଓ ଆଇସିଏମଆର ସ୍କୁଲ ଅଫ୍ ପବ୍ଲିକ ହେଲଥ୍ ଓ ବିଏସଏଲ -୩ ଲ୍ୟାବର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଓଡ଼ିଶାରେ ଶିଶୁ ମୃତ୍ୟୁ, କୁପୋଷଣ, ଓଜନ ଅନୁସାରେ ଉଚ୍ଚତା କମ୍ ଏବଂ ଉଚ୍ଚତା ଅନୁସାରେ ଓଜନ କମ ଭଳି ଅନେକ ଗଭୀର ସମସ୍ୟା ରହିଛି। ମହିଳା ବିଶେଷଭାବେ ଗର୍ଭବତୀ ମହିଳାମାନେ ରକ୍ତହୀନତା କାରଣରୁ…

Read More

ଭୁବନେଶ୍ଵର: ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ (ଏମୱାଇଏଏସ) ଜାନୁୟାରୀ 20, 2023 ରେ ଭୁବନେଶ୍ୱର, ଓଡିଶା ଠାରେ ମିଶନ ଅଲମ୍ପିକ ସେଲ (ଏମଓସି) ବୈଠକ ଆୟୋଜନ କରିବେ। ପ୍ରତି ମାସରେ ‘ଟପ୍ସ’ କ୍ରୀଡାବିତ ଚୟନ, ସେମାନଙ୍କ ପ୍ରଦର୍ଶନ ନୀରିକ୍ଷଣ ଓ ମୂଲ୍ୟାୟନ ଏବଂ ମନ୍ତ୍ରଣାଳୟ ଠାରୁ ଆର୍ଥିକ ସହାୟତା ପାଇଁ ଏଲିଟ କ୍ରୀଡାବିତମାନଙ୍କ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ ପାଇଁ ଏମଓସି ବୈଠକ ହୋଇଥାଏ। ବିଶିଷ୍ଟ ପୂର୍ବତନ କ୍ରୀଡାବିତ ଅଞ୍ଜୁ ବବି ଜର୍ଜ, ଅଞ୍ଜଳି ଭଗୱତ, ବୀରେନ ରସକିହ୍ନା, ଯୋଗେଶ୍ୱର ଦତ୍ତ, ତୃପ୍ତି ମୁରଗୁଣ୍ଡେ, ମୋନାଲିସା ବରୁଆଙ୍କ ସହିତ ଅନ୍ୟ ସଦସ୍ୟମାନେ ଏହି ବୈଠକରେ ଯୋଗ ଦେବା ଅବସରରେ ହକି ବିଶ୍ୱକପ ମ୍ୟାଚରେ ସାମିଲ ହେବେ। ଏହି ସଦସ୍ୟମାନେ ଜାନୁୟାରୀ 19 ରେ ଅନ୍ତିମ ଗ୍ରୁପ ଷ୍ଟେଜ ମ୍ୟାଚରେ ଭାରତ ସହ ୱେଲ୍ସର ମୁକାବିଲା ଦେଖିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ଏହି ବୈଠକ ସମ୍ପର୍କରେ ଅଞ୍ଜୁ…

Read More

ଭୁବନେଶ୍ୱର; ଏମ୍ସ ଭୁବନେଶ୍ୱର ଓ ଆଇଆଇଟି ଭୁବନେଶ୍ୱର ମିଳିତ ଭାବରେ ଡୁଆଲ ଡିଗ୍ରୀ ବ୍ୟବସ୍ଥା କରିବା ପାଇଁ ଏମ୍‌ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇଆଇଟି ଜାମ୍ମୁ ଓ ଏମ୍ସ ଜାମ୍ମୁ ମଧ୍ୟରେ ସାଢେ ୪ ବର୍ଷିଆ ଡୁଆଲ ଡିଗ୍ରୀ ଦେବାର ଏକ ବ୍ୟବସ୍ଥା ହୋଇଛି। ଇଞ୍ଜିନିୟରି ଓ ମେଡିକାଲ ସାଇନ୍ସରେ ଡିଗ୍ରୀ ବ୍ୟବସ୍ଥା ଦ୍ୱାରା ଉଭୟ ଆଇଆଇଟି ଓ ମେଡିକାଲ ଛାତ୍ରଛାତ୍ରୀମାନେ ଲାଭବାନ ହେବେ। ଇଞ୍ଜିନିୟର ପାଠ୍ୟକ୍ରମ ସଂସ୍ପର୍ଶରେ ଆସିବା ଦ୍ୱାରା ବିଶେଷତଃ ଶେଷ ବର୍ଷର ମେଡିସିନ ଏବଂ ସର୍ଜରି ବିଭାଗର ମେଡିକାଲ ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି ହେବ। ସେହିପରି ଆଇଆଇଟି ଇଞ୍ଜିନିୟରମାନେ ମେଡିକାଲ ବିଜ୍ଞାନ ସମ୍ପର୍କରେ ପାଠ ପଢିଲେ…

Read More

ତାଳଚେର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହ ଅନୁଗୋଳ ଜିଲ୍ଲା ଗସ୍ତ କରି ତାଳଚେର ସାର କାରଖାନା ପରିଦର୍ଶନ କରିବା ସହ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟ ନେଇ ସମୀକ୍ଷା କରିଛନ୍ତି। ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ ତାଳଚେର ସାର କାରଖାନା ୟୁରିଆ ଓ ସାର ଉତ୍ପାଦନରେ ଭାରତକୁ ଆତ୍ମନିର୍ଭର କରିବ ବୋଲି ଶ୍ରୀ ପ୍ରଧାନ ସମୀକ୍ଷା କରିବା ପରେ କହିଛନ୍ତି। ସେହିପରି ୨୦୨୪ ଅକ୍ଟୋବର ମାସ ପୂର୍ବରୁ ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଶେଷ ହେବ ଓ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯିବ  ବୋଲି ଶ୍ରୀ ମାଣ୍ଡଭିୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି  ପ୍ରକଳ୍ପର ନିରନ୍ତର…

Read More

ଚାଣକ୍ୟ ନୀତି, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସାଧାରଣ ମଣିଷ ତା ଜୀବନ କାଳ ମଧ୍ୟରେ କଣ କର୍ତ୍ତବ୍ୟ କରିବା ଉଚିତ ତାହା ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ମଣିଷ ସତ୍ ବାଟରେ ଯିବା ପାଇଁ ସତ୍ କର୍ମ କରିବା ଉଚିତ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କେତୋଟି ଉପଦେଶ ଦେଇଛନ୍ତି। ପ୍ରଥମ କଥା ହେଲା ସତ୍ ପାତ୍ରରେ କନ୍ୟାଦାନ କରିବା ମଣିଷର ବଡ କର୍ତ୍ତବ୍ୟ। ସେହିପରି କନ୍ୟା ଓ ପୁତ୍ରକୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ଉଚିତ। ଝିଅକୁ ଶିକ୍ଷିତା କରି ସତ ପାତ୍ରରେ କନ୍ୟାଦାନ କରିବା ମଣିଷର ବା ପିତାମାତାଙ୍କର ଏକ ବଡ କର୍ତ୍ତବ୍ୟ। ସେହିପରି ଶତ୍ରୁଙ୍କୁ ବିପଦରେ ପକାଇବା ଏବଂ ମିତ୍ରଙ୍କୁ ସଠିକ ରାସ୍ତା ଦେଖାଇବା ହେଉଛି ମଣିଷର ଭଲ କର୍ତ୍ତବ୍ୟ। ଚାଣକ୍ୟ କହିଛନ୍ତି ଯେ, ଶତ୍ରୁକୁ ଏପରି ବିପଦ ଭିତରେ ପକାଇ ଦିଅନ୍ତୁ ଯେପରି ସେ ସେହି କାମରେ ଲାଗି ରହିବ। ଆପଣଙ୍କ ପଛରେ ଲାଗିବା ପାଇଁ…

Read More

ମେଷ- କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସାମ୍ପ୍ରତିକ ପରିସ୍ଥିତି ଉପରେ ନଜର ରଖିବା ଆବଶ୍ୟକ ହେବ। ଏକ ବୃତ୍ତିଗତ ସ୍ତରର ସମସ୍ୟାର ସମାଧାନ ପାଇଁ ଆପଣ ପୁରସ୍କାର ପାଇପାରିବେ । ବୁଝାମଣା ମାଧ୍ୟମରେ ଏହି ରାଶିର ଲୋକମାନେ କମ୍ ମୂଲ୍ୟରେ କିଛି କିଣିବାକୁ ଯାଉଛନ୍ତି । ନବ ବିବାହିତାମାନେ ସେମାନଙ୍କର ଦାମ୍ପତ୍ୟ ଜୀବନକୁ ପୂର୍ଣ୍ଣ ଉପଭୋଗ କରିବାକୁ ସକ୍ଷମ ହେବେ। ପ୍ରେମ ଜୀବନ ସନ୍ତୋଷଜନକ ହେବ । ଖାଦ୍ୟ ପ୍ରତି ଭଲପାଇବା ଆପଣଙ୍କୁ ଅସୁବିଧାରେ ପକାଇପାରେ । ବୃଷ- କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅବଗଣନା ଆରମ୍ଭ ହୋଇଛି, ଭଲ ପ୍ରସ୍ତୁତ ରୁହ। ଅଧ୍ୟୟନ ସ୍ତରରେ ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ସ୍ଥିତିର ଉନ୍ନତି ପାଇଁ କଠିନ ପରିଶ୍ରମ ଆରମ୍ଭ କରିବେ । ସମ୍ପତ୍ତି ଭଲ ଫଳ ଆଣିବ ବୋଲି ଆଶା କରାଯାଉଛି । ଏହି ସପ୍ତାହରେ ଅଳଙ୍କାର କିମ୍ବା ସୁନା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଆୟ ବୃଦ୍ଧି ପାଇବ ବୋଲି…

Read More

ନୂଆଦିଲ୍ଲୀ: ଆଜି ଏଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସପ୍ତମ ‘ଡିଜିଟାଲ ଇଣ୍ଡିଆ’ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ‘ଡିଜିଟାଲ ଇଣ୍ଡିଆ’ ପୁରସ୍କାର-୨୦୨୨ କେବଳ ସରକାରୀ ସଂସ୍ଥା ଓ ଅନୁଷ୍ଠାନକୁ ଅନୁପ୍ରାଣିତ, ଉତ୍ସାହିତ ଓ ସ୍ୱୀକୃତି ପ୍ରଦାନ କରି ନ ଥାଏ, ଏହା ମଧ୍ୟ ଷ୍ଟାର୍ଟ ଅପ୍‌ଗୁଡିକୁ ଡିଜିଟାଲ ଇଣ୍ଡିଆର ଲକ୍ଷ୍ୟ ପୂରଣରେ ସହାୟକ ହୋଇଥାଏ। ଏହି ପୁରସ୍କାର ଭାରତକୁ ଏକ ଡିଜିଟାଲ ସଶକ୍ତ ସମାଜରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଜନସାଧାରଣଙ୍କୁ ଡିଜିଟାଲ ଶାସନର ସଫଳ ପ୍ରୟୋଗ ଦିଗରେ ସମର୍ଥ କରିଥାଏ। ରାଷ୍ଟ୍ରପତି ପୁରସ୍କାର ବିଜୟୀମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ନବସୃଜନ ଆଣି ଲୋକଙ୍କ ସେବା ପାଇଁ ଯେଉଁ ଉଦ୍ୟମ ଚାଲିଛି ତାହା ବେଶ୍ ଆନନ୍ଦଦାୟକ। ଏହା ଦ୍ୱାରା ନାଗରିକମାନେ ସଶକ୍ତ ହେବା ସହିତ, ଡାଟା ସେୟାରିଂ ଓ ବ୍ୟାବସାୟିକ…

Read More

ରଣପୁର: ଆଜି ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ରଣପୁର ତହସିଲରେ ପହଞ୍ଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି। ରଣପୁର ତହସିଲ ଅଞ୍ଚଳରେ ବେଆଇନ ଭାବେ ଅନେକ ମାଙ୍କଡା ପଥର ଖଣି ଚାଲୁଥିବା ଅଭିଯୋଗ ହେଉଥିଲା। ଏପରିକି ଅନେକ ମାଙ୍କଡା ପଥର ଖଣି ଚାଲୁଥିବା ଅଭିଯୋଗ ହେଉଥିଲା। ଏପରିକି ଅନେକ ମାଙ୍କଡା ଖଣି ୧୪୪ ଧାରା ଜାରି ହୋଇଥିଲେ ମଧ୍ୟ ଏବେ ଖନନ କରି ମାଙ୍କଡା ପଥର ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିବା ଜଣାପଡିଛି। ଏ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ହୋଇଥିଲା। ଜିଲ୍ଲାପାଳ ଖୋଳ ତାଡ଼ କରିବା ସହ କାଗଜପତ୍ର ଯାଞ୍ଚ କରିଥିଲେ।

Read More

ଖୋର୍ଦ୍ଧା: ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଆଜି ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଦିଗନ୍ତ ରାଉତରାୟଙ୍କ ଅଧ୍ୟକ୍ଷତାରେ ପଲ୍ଲଶ୍ରୀ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଉପ ମୁଖ୍ୟ ନିର୍ବାହୀ ଅଧିକାରୀ ଓରମାସ ଗୁଣ୍ଡିଚା ବେହେରା, ଏଲ. ଡ଼ି. ଏମ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧକାରୀ, ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଅନାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏ ବର୍ଷ ପଲ୍ଲିଶ୍ରୀ ମେଳା ଖୋରଧା ଜିଲ୍ଲାର ଷ୍ଟାଡିଅମ ଠାରେ ଆସନ୍ତା ଫେବୃଆରୀ ମାସ ୧୫ ତାରିଖରୁ ୧୯ ତାରିଖ ( ପାଞ୍ଚ. ଦିନ) ଧରି ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି। ଏହି ମେଳା ରେ ଜିଲ୍ଲା ମହୋତ୍ସବ, ପୁସ୍ତକ ମେଳା ଓ ପଲ୍ଲିଶ୍ରୀ ମେଳା ଇତ୍ୟାଦିର…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଆଜି “ଚଳିତ ଦଶକର ସର୍ଜନ ସାହିତ୍ୟ ” ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହେବା ସହ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ଗଳ୍ପ ପୁସ୍ତକ “ଛାଇ ସହ ମୁହାଁମୁହିଁ”ର ପାଠକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥିତଯଶା ଗାଳ୍ପିକ ଡକ୍ଟର ଅଜୟ ସ୍ୱାଇଁ କହିଲେ ଯେ, ମାତୃଭାଷାକୁ ଭଲ ପାଇଲେ ଜାତିର ଗାରିମା ବିକଶିତ ହୁଏ ଓ ଆମ ଜାତୀୟ ଚେତନା ପ୍ରତିଫଳିତ ହୋଇଥାଏ। ଛାତ୍ରଛାତ୍ରୀ ମାନେ ପାଠ୍ୟ ପୁସ୍ତକ ବ୍ୟତୀତ ଓଡ଼ିଆ ଭାଷାର ଲେଖକ ମାନଙ୍କ ଗଳ୍ପ, କବିତା, ଉପନ୍ୟାସ ଆଦି ଅଧ୍ୟୟନ ପଢିଲେ ବିଭିନ୍ନ ସମୟର ସାମାଜିକ ଚିତ୍ରଣ ଓ ସାଂସ୍କୃତିକ ଐତିହ୍ୟ ତଥା ବୌଦ୍ଧିକ ପ୍ରତିଫଳନ ସମ୍ପର୍କରେ ସମ୍ୟକ ଜ୍ଞାନ ଲାଭ କରି ପାରନ୍ତେ। ସମ୍ପ୍ରତି ଛାତ୍ରଛାତ୍ରୀଙ୍କର ପଠନଶୀଳତା ହ୍ରାସ ହେବା ସହ ନିଜ ଚାରିପଟର ବ୍ୟକ୍ତି ଓ ପ୍ରକୃତି ସମ୍ପର୍କରେ…

Read More

ନୂଆଦିଲ୍ଲୀ: ରାଜକୋଟରେ ଖେଳାଯାଇଥିବା ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ୯୧ ରନ୍ ରେ ପରାସ୍ତ କରିଛି। ଏହା ସହ ଭାରତୀୟ ଦଳ ମଧ୍ୟ ୨-୧ରେ ସିରିଜ୍ ଜିତିଛି। ଏହି କର ବା ମର ମ୍ୟାଚରେ ପ୍ରଥମେ ବ୍ୟାଟିଂ ପରେ ଟିମ୍ ଇଣ୍ଡିଆ ୨୦ ଓଭରରେ ୫ ୱିକେଟ୍ ହରାଇ ୨୨୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ ୧୬.୪ ଓଭରରେ ମାତ୍ର ୧୩୭ ରନ୍ ସଂଗ୍ରହ କରିଥିଲା। ଭାରତ ପାଇଁ ସୂର୍ଯ୍ୟକୁମାର ଯାଦବ ମାତ୍ର ୫୧ ବଲରେ ୧୧୨ ରନ୍ ସଂଗ୍ରହ କରି ଝଡ ସୃଷ୍ଟି କରିଥିଲେ। ଏହି ସମୟରେ ସୂର୍ଯ୍ୟ ୭ ଚୌକା ଓ ୯ ଛକା ମାରିଥିଲେ। ବୋଲିଂରେ ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ଏବଂ ଉମ୍ରାନ ମଲିକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଅର୍ଶଦୀପ ସିଂଙ୍କୁ ତିନୋଟି ସଫଳତା ମିଳିଥିଲା।

Read More

ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମରେ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ ଅର୍ଜୁନର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି।  ଭରପୁର ଦର୍ଶକଙ୍କ ଗହଣରେ ଲୋକମାନେ ତୃତୀୟ ସନ୍ଧ୍ୟାର ମଜା ଉଠାଇଥିଲେ। କଟକର ସିଙ୍ଗମ ଡ୍ୟାନ୍ସ, କୋରାପୁଟର ତୁରୁମା ଡ୍ୟାନ୍ସ, ମଣିପୁରୀ, କଥକ, ଗୁଜୁରାଟ ଦାଣ୍ଡିଆ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ପିନାକୀ ମିଶ୍ର, ମୁଖ୍ୟ ବକ୍ତା ଭାବେ ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁ , ସମ୍ମାନିତ ଅତିଥି ଭାବେ ବାଲମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ନୟାଗଡ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ରଣପୁର ତହସିଲଦାର ପ୍ରଭାକର ପଣ୍ଡା, ମହୋତ୍ସବ କମିଟିର ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର, ଆବାହକ ପୂର୍ଣଚନ୍ଦ୍ର ରାୟ ପ୍ରମୁଖ…

Read More

ଜୀବନ ଶୈଳୀ: ସୁସ୍ଥ ପନିପରିବାରେ ମଧ୍ୟରେ କଲରା ଅନ୍ତର୍ଭୁକ୍ତ। ଏହାର ପିତା ଗୁଣ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଯଦି ଆପଣ ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ କଲରା ଅନ୍ତର୍ଭୁକ୍ତ କରନ୍ତୁ। କିନ୍ତୁ କିଛି ଲୋକ କଲରା ପିତା ହେତୁ ଏହାକୁ ଖାଆନ୍ତି ନାହିଁ। ବିଶେଷକରି ପିଲାମାନେ କଲରା ଖାଇବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ତେଣୁ ବର୍ତ୍ତମାନ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ। ଆଜି ଆମେ ଆପଣଙ୍କୁ କଲରାର ପିତାକୁ ଦୂର କରିବା ପାଇଁ କିଛି ଟିପ୍ସ କହୁଛୁ।  ସେଗୁଡିକୁ ଅନୁସରଣ କରିବା ପରେ, କଲରା ଆଦୌ ପିତା ଅନୁଭବ କରିବେ ନାହିଁ। ୧- ଏହାର ଚୋପାକୁ ଭଲଭାବେ ଚାଞ୍ଛି ଦିଅନ୍ତୁ: ସର୍ବପ୍ରଥମେ କଲରାକୁ ଭଲଭାବେ ଚାଞ୍ଚି ଦିଅନ୍ତୁ। କଲରାରୁ ପିତା ଦୂର କରିବା ପାଇଁ ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାୟ। କଲରାର ପୁରା ଚୋପାକୁ ବାହାର କରନ୍ତୁ। ଏହା…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବର ବିମାନ ବନ୍ଦରରେ ଭୁବନେଶ୍ବର ରାଉରକେଲାକୁ ବିମାନ ସେବାର ଶୁଭାରମ୍ଭ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାର ଦୁଇମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଟୁକୁନି ସାହୁ ଏବଂ ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଯୋଗ ଦେଇଥିଲା। ତେବେ ତା ପୂର୍ବରୁ ବିମାନ ବନ୍ଦର ହଲରେ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେଥିରେ ଓଡିଶାର ଏହି ଦୁଇ ମନ୍ତ୍ରୀ ଯୋଗ ଦେଇଥିଲେ। ଏଥିରେ ଧର୍ମେନ୍ଦ୍ର ଭାଷଣ ଆରମ୍ଭ କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ। ହେଲେ ଶେଷ ଆଡକୁ ସେ କ୍ଷୋଭ ପ୍ରକାଶ କରିଥିଲେ। ଧର୍ମେନ୍ଦ୍ର ଏହି ବୈଠକରେ କହିଥିଲେ ଯେ, ଆଜି ସେ ବିଭିନ୍ନ ଖବରକାଗଜରେ ଏକ ବିଜ୍ଞାପନ ଦେଖିଲେ। ସେଥିରେ ଭୁବନେଶ୍ବର ରାଉରକେଲାକୁ ବିମାନ ଚଳାଚଳ କରିବ…

Read More

ସ୍ୱାସ୍ଥ୍ୟ ଟିପ୍ସ: ପିଜୁଳି ବା ଜାମୁ ପାଟିକୁ ବେଶ ସୁଆଦିଆ। ସେ କଞ୍ଚା ହେଉ କି ପାଚିଲା। ପିଜୁଳି ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ସେହିପରି କିଛି ପିଜୁଳିର ଉପକାରିତା ସଂପର୍କରେ ଜାଣିବା ନିହାତି ଆବଶ୍ୟକ। ୧- ପିଜୁଳିକୁ କାଟି ସେଥିରେ ଗୋଲମରିଚ ଗୁଣ୍ଡ ଏବଂ ଲୁଣ ଗୋଳାଇ ଖାଇଲେ ପେଟରୁ ବାୟୁ ରୋଗ ଭଲ ହେବା ସହିତ ପାଚନ ପକ୍ରିୟା ବୃଦ୍ଧି ପାଇଥାଏ। ୨- ସଂଧ୍ୟା ପୂର୍ବରୁ ଗଛରୁ ବହୁ ପିଜୁଳି ତୋଳି ଆଣନ୍ତୁ। ତାହାକୁ ଧୋଇ ରାତିର ଚନ୍ଦ୍ର କିରଣରେ ରଖନ୍ତୁ। ସକାଳୁ ସକାଳୁ ଏହାକୁ ଚୋବାଇ ଚୋବାଇ ଖାଆନ୍ତୁ। ଏହିପରି ପ୍ରତ୍ୟେକ ଦିନ କଲେ ମୁଣ୍ଡ ରୋଗ ଭଲ ହୋଇଥାଏ। ୩- ପିଜୁଳି ଗଛର କଅଁଳିଆ ପତ୍ରକୁ ଭଲ ଭାବେ ଧୋଇ ତାହାକୁ ଚୋବାଇ ଚୋବାଇ ଖାଇଲେ ଜିଭରେ ଥିବା ଘା ଭଲ ହୋଇଥାଏ। ୪- ପିଜୁଳି ପତ୍ରକୁ ଭଲଭାବରେ ସିଝାଇ ସେହି ପାଣିକୁ ଉଷୁମ ଥିବା ସମୟରେ…

Read More

ଭୁବନେଶ୍ୱର: ଏକ ଅତ୍ୟାଧୁନିକ ଡାଟା, ପଲିସି ଏବଂ ଇନୋଭେସନ୍ ସେଣ୍ଟର (ଡିପିସିଆଇ) ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାର ଭାରତର ଚିକାଗୋ ଟ୍ରଷ୍ଟ ବିଶ୍ୱବିଦ୍ୟାଳୟ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି; ଯାହା ଇକୋନୋମେଟ୍ରିକ୍ସ, ଡାଟା ସାଇନ୍ସ ଏବଂ ମେସିନ୍ ଲର୍ଣ୍ଣିଂ ପରି ନୂତନ ଜ୍ଞାନକୌଶଳ ଉପଯୋଗରେ ଏହା କଠୋର, ପ୍ରମାଣ ଭିତ୍ତିକ ଶାସନକୁ ସକ୍ଷମ କରିବ। ଏହି ସହଭାଗୀତାରେ ଚିକାଗୋ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନୀମାନେ ନିୟୋଜିତ ହୋଇ ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରୁ ଓଡ଼ିଶା ସରକାରଙ୍କ ଯୋଜନା ଏବଂ ନୀତି ସମ୍ବନ୍ଧରେ ବିଶ୍ଳେଷଣାତ୍ମକ ଏବଂ ମୂଲ୍ୟାଙ୍କନ ଭିତ୍ତିକ ତଥ୍ୟ ପ୍ରଦାନ କରିବ। ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, କ୍ରିଡ଼ା ଓ ଯୁବସେବା ଓ ସ୍ୱରାଷ୍ଟ୍ର ବିଭାଗ, ଏବଂ ଏମ୍‍.ଡି.ଓକାକ୍‍ ଶ୍ରୀ ମାନସ ରଞ୍ଜନ ପଣ୍ଡାଙ୍କ ଉପସ୍ଥିତିରେ ଶ୍ରୀ ମନୋଜ ପଟ୍ଟନାୟକ ସି.ଇ.ଓ. ଓକାକ୍‍ ଓ ଚିକାଗୋ ବିଶ୍ୱବିଦ୍ୟାଳୟ ସେଣ୍ଟର ଇନ୍…

Read More

ଜୀବନଶୈଳୀ: ଯେକୌଣସି ବ୍ୟକ୍ତିଙ୍କ ଜୀବନରେ ବିବାହ ଏକ ବହୁତ ବଡ ନିଷ୍ପତ୍ତି। ଏକ ଭଲ ନିଷ୍ପତ୍ତି ଜୀବନକୁ ଖୁସି କରିପାରେ ଏବଂ ଏକ ଭୁଲ ନିଷ୍ପତ୍ତି ଜୀବନକୁ ନଷ୍ଟ କରିପାରେ। ଏପରି ପରିସ୍ଥିତିରେ, ବିବାହର ନିଷ୍ପତ୍ତି ନେବାବେଳେ ଭଲ ଭାବରେ ଚିନ୍ତା କରିବା ଆବଶ୍ୟକ। ବିଶେଷକରି ଯଦି ଆପଣ ପ୍ରସ୍ତାବିତ ବିବାହ କରୁଛନ୍ତି, ତେବେ ଆପଣଙ୍କର ଭବିଷ୍ୟତ ଜୀବନ ସାଥୀକୁ ବୁଝିବାର ବହୁତ ଆବଶ୍ୟକତା ଅଛି। ଯଦିଓ ଗୋଟିଏ କିମ୍ବା ଦୁଇଟି ସାକ୍ଷାତରେ ଜଣେ ବ୍ୟକ୍ତିଙ୍କୁ ବୁଝିବା କିମ୍ବା ତାଙ୍କ ଦୃଷ୍ଟିକୋଣ ଜାଣିବା କଷ୍ଟକର। ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଏପରି କିଛି ପ୍ରଶ୍ନ କହିବୁ ଯାହା ପ୍ରତ୍ୟେକ ବ୍ୟକ୍ତି ବିବାହ ପୂର୍ବରୁ ନିଜ ଜୀବନ ସାଥୀଙ୍କୁ ପଚାରିବା ଆବଶ୍ୟକ। ଯଦି ଏହି ପ୍ରଶ୍ନଗୁଡିକର ଉତ୍ତର ଆପଣଙ୍କର ଆଶା ଅନୁଯାୟୀ, ତେବେ ଜୀବନରେ ଆଗକୁ ବଢିବା ଏକ ସଠିକ୍ ନିଷ୍ପତ୍ତି ହେବ। ଅସୁରକ୍ଷା: ବିବାହ ପୂର୍ବରୁ, ଆପଣଙ୍କର ଭବିଷ୍ୟତ ଜୀବନ…

Read More

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ଏକ ଦେବତାଙ୍କୁ ଉତ୍ସର୍ଗ କରାଯାଇଥାଏ। ବିଶ୍ୱାସ କରାଯାଏ ଯେ, ଯଦି ବିଧି ବିଧାନ ଅନୁଯାୟୀ ପୂଜା କରାଯାଏ, ତେବେ ଦେବତାଙ୍କ ଆଶୀର୍ବାଦ ମିଳିଥାଏ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଶନିବାର ଭଗବାନ ଶନିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି। ଏହି ଦିନ ଶନି ଦେବଙ୍କୁ ପୂଜା କଲେ ଶନି ଦେବ ଖୁସି ହୁଅନ୍ତି ଏବଂ ସେ ଭକ୍ତମାନଙ୍କ ଉପରେ ତାଙ୍କର ଅଶେଷ ଆଶୀର୍ବାଦ ପ୍ରଦର୍ଶନ କରନ୍ତି। ତାଙ୍କ ଅନୁଗ୍ରହରେ ଭକ୍ତମାନଙ୍କର ସମସ୍ତ ଦୁଃଖ ଦୂର ହୁଏ। କିନ୍ତୁ ଶନି ଯାହା ଉପରେ କ୍ରୋଧିତ ହୁଅନ୍ତି, ସେମାନଙ୍କୁ ବହୁତ କଷ୍ଟ ସହିବାକୁ ପଡେ। ଆଜି ହେଉଛି ୨୦୨୩ ବର୍ଷର ପ୍ରଥମ ଶନିବାର, ଯାହା ଅତ୍ୟନ୍ତ ସ୍ୱତନ୍ତ୍ର। ଆଜି ସନ୍ଧ୍ୟାରେ ଏହି ଉପାୟଗୁଡିକ କରନ୍ତୁ। ବିଶ୍ୱାସ କରାଯାଏ ଯେ, ଶନିବାର ସନ୍ଧ୍ୟାରେ ଏହି ଉପାୟ ଗ୍ରହଣ କଲେ ଶନି ଦେବ ଖୁବ ଶୀଘ୍ର ଖୁସି ହୁଅନ୍ତି ଏବଂ ଭକ୍ତମାନଙ୍କ…

Read More

ନୂଆଦିଲ୍ଲୀ: ଦେଶରେ ଡ୍ରଗ୍ସ ଚୋରା ଚାଲାଣ ପାଇଁ ପାକିସ୍ତାନର ଏକ ପ୍ରୟାସ ବିଫଳ ହୋଇଛି। ପଞ୍ଜାବର ଫାଜିଲ୍କା ନିକଟ ଭାରତ-ପାକିସ୍ତାନ ସୀମାରେ ବିପୁଳ ପରିମାଣର ହିରୋଇନ୍ ଜବତ କରାଯାଇଛି। ଡ୍ରଗ୍ସ ଚୋରା ଚାଲାଣ ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଫାଜିଲ୍କା ପୋଲିସ ୩୧ କିଲୋଗ୍ରାମ ହିରୋଇନ୍ ଜବତ କରିଛି। ହିରୋଇନ୍ ସାମଗ୍ରୀ ସହିତ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଶୁକ୍ରବାର ଦିନ ଫାଜିଲ୍କା ସୀମାରେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା, ପରେ ସୀମାରେ ଗୁଳି ବିନିମୟ ହୋଇଥିଲା। କେତେକ ସନ୍ଦିଗ୍ଧଙ୍କୁ ସୀମାନ୍ତ ଅଞ୍ଚଳର ଚକ ଆମିର ଆଡକୁ ଦେଖିବାକୁ ମିଳିଥିଲା ​​ଯେଉଁଥିରେ ବିଏସଏଫ ଗୁଳି ଚଳାଇବା ଆରମ୍ଭ କରିଥିଲା। ଭାରତ-ପାକିସ୍ତାନ ସୀମାରେ ହଲଚଲ ଦେଖିବା ପରେ ବିଏସ୍ଏଫ୍ ଗୁଳି ଚଳାଇବା ପରେ ଫାଜିଲ୍କା ପୋଲିସ ଏହି ଅଞ୍ଚଳକୁ ସିଲ୍ କରିଥିଲା। ଗାଡିରେ ଦୁଇଟି ପ୍ଲାଷ୍ଟିକ ବ୍ୟାଗ ଯାଞ୍ଚ କରିବା ପରେ ଗାଗନକେ ଗ୍ରାମରୁ ଆସୁଥିବା ଏକ କାର…

Read More

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଜଗଦାନନ୍ଦ ସିଂ ରାମ ମନ୍ଦିର ସମ୍ପର୍କରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଆରଜେଡି ନେତା କହିଛନ୍ତି ଯେ, ଘୃଣାର ଜମିରେ ରାମ ମନ୍ଦିର ନିର୍ମାଣ କରାଯାଉଛି। ଜଗଦାନନ୍ଦ ଏହି ବିବୃତ୍ତି ଦେଇଛନ୍ତି ଯେଉଁ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ଆସନ୍ତା ବର୍ଷ ଜାନୁଆରୀ ୧ ତାରିଖରେ ରାମ ମନ୍ଦିରର ମୂଳଦୁଆ ପକାଯିବ। ଜଗଦାନନ୍ଦ ସିଂ କହିଛନ୍ତି ଯେ, “ପ୍ରତ୍ୟେକ କଣିକାରେ ବାସ କରୁଥିବା ରାମ ବର୍ତ୍ତମାନ ପଥରର କାନ୍ଥକୁ ଯାଇଛନ୍ତି, ଯେଉଁଠାରେ ଘୃଣାର ଜମିରେ ରାମ ମନ୍ଦିର ନିର୍ମାଣ କରାଯାଉଛି। ବର୍ତ୍ତମାନ ଗରିବ, ବସ୍ତି ବାସିନ୍ଦା, ତୁଳସୀଙ୍କ ରାମ, ଅଯୋଧ୍ୟାର ରାମ, ଶବରୀର ଅଇଁଠା କୋଳି ଖାଉଥିବା ରାମ ଆଉ ଭାରତରେ ରହିବେ ନାହିଁ, ବରଂ ପଥର ଭିତରେ ରହିବେ। ଅମିତ ଶାହାଙ୍କ ବିବୃତ୍ତିକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ବର୍ତ୍ତମାନ ରାମ ୧ ତାରିଖରୁ ସେଠାରେ…

Read More

ନୂଆଦିଲ୍ଲୀ: ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ଏବଂ ଶ୍ରୀଲଙ୍କା ସମାନ ସ୍ଥିତିରେ ରହିଛନ୍ତି। ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ଆଜି ରାଜକୋଟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇପାରେ। ସିରିଜ୍ ବଞ୍ଚାଇବାକୁ ସେମାନଙ୍କ ଉପରେ ବହୁତ ଚାପ ରହିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳ ଇତିହାସ ସୃଷ୍ଟି କରିବାକୁ ନିକଟତର ହୋଇଛି। ଯଦି ସେମାନେ ରାଜକୋଟରେ ଜିତନ୍ତି, ତେବେ ସେ ଭାରତରେ ପ୍ରଥମ ଥର ପାଇଁ ଟି-୨୦ ସିରିଜ୍ ଜିତିବେ। ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ୭ ଟି ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି ଏବଂ ଏହି ସମୟରେ ତାଙ୍କୁ କେବଳ ଗୋଟିଏ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି। ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ପୁଣେରେ ଭାରତକୁ ଶ୍ରୀଲଙ୍କା ପରାସ୍ତ କରିଛି। ଏବେ ସିରିଜକୁ ବଞ୍ଚାଇବା ପାଇଁ ହାର୍ଦ୍ଦିକଙ୍କ ସମ୍ମୁଖରେ ଏକ ଚ୍ୟାଲେଞ୍ଜ ଅଛି। ସେମାନଙ୍କ ପାଇଁ ରାଜକୋଟ ଟି-୨୦ ମ୍ୟାଚ୍ ଏକ ଅଗ୍ନିପରୀକ୍ଷାରୁ…

Read More