ଜୀବନଶୈଳୀ: ସନାତନ ଧର୍ମରେ ଘରର ସୁଖ, ଶାନ୍ତି ଏବଂ ସମୃଦ୍ଧତା ପାଇଁ ଦୀପ ଜାଳିବାର ଏକ ବିଶେଷ ଗୁରୁତ୍ୱ ରହିଛି। କୌଣସି ଧାର୍ମିକ ରୀତିନୀତି କିମ୍ବା ପୂଜାପାଠ ସମୟରେ ଅଗ୍ନି ଦେବଙ୍କୁ ପୂଜା କରାଯାଏ ଏବଂ ପ୍ରଭୁଙ୍କ ସମ୍ମୁଖରେ ଏକ ଦୀପ ଜଳାଯାଏ। ଏହା ହିନ୍ଦୁ ଧର୍ମର ବିଶ୍ୱାସ ଏବଂ ଆସ୍ଥାର ପ୍ରତୀକ। ଦୀପ ଜାଳିବା ଦ୍ୱାରା ଅନ୍ଧକାର ଦୂର ହୁଏ। ଏଥି ସହିତ, ଏହାର ବୈଜ୍ଞାନିକ ଗୁରୁତ୍ୱ ମଧ୍ୟ ଅଛି। ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଦୀପ ଜଳାଯାଏ ଯାହା ପରିବେଶକୁ ଶୁଦ୍ଧ କରିଥାଏ ଏବଂ ଆମର ଅନ୍ତଃ କରଣକୁ ମଧ୍ୟ ପ୍ରଫୁଲ୍ଲିତ କରିଥାଏ। ସକାଳ ଓ ସନ୍ଧ୍ୟାରେ ଦୀପ ଜାଳିବା ପାଇଁ ଏକ ବିଧାନ ରହିଛି। ଦୀପ ଜାଳିବା ପାଇଁ ନିୟମ : ଦୀପ ଜାଳିବାବେଳେ ଏହା ସହିତ ଜଡିତ କିଛି ନିୟମକୁ ଧ୍ୟାନରେ ରଖିବା ଉଚିତ। – ଯଦି ଆପଣ ଏକ ମାଟି ଦୀପ ଜାଳୁଛନ୍ତି, ତେବେ ସେହି…
Author: Samikhsya Bureau
ବ୍ରହ୍ମପୁର/ଭୁବନେଶ୍ବର: ଦେଶର ସର୍ବବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ରିଲାଏନ୍ସ ରିଟେଲ୍ର ପୋଷାକ ଏବଂ ଆସେସୋରିଜ୍ ସ୍ପେସାଲିଟି ଚେନ୍ ‘ଟ୍ରେଣ୍ଡ୍ସ’ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁର ସହରର ବଡ଼ବଜାରଠାରେ ଏକ ନୂଆ ଅତ୍ୟାଧୁନିକ ଷ୍ଟୋର ଶୁଭାରମ୍ଭ କରାଯାଇଛି। ବ୍ରହ୍ମପୁରରେ ଟ୍ରେଣ୍ଡ୍ସର ଏହା ତୃତୀୟ ଷ୍ଟୋର। ଟ୍ରେଣ୍ଡ୍ସ ହିଁ ବାସ୍ତବରେ ଭାରତରେ ଫେସନକୁ ସବୁବର୍ଗର ଲୋକଙ୍କ ପାଖରେ ପହଂଚାଇବାରେ ସମର୍ଥ ହୋଇଛି। ମେଟ୍ରୋଠାରୁ ଆରମ୍ଭ କରି ମିନି ମେଟ୍ରୋ, ଟାଏର-୧, ଟାଏର-୨ ସହର ଏବଂ ଅନ୍ୟାନ୍ୟ ସ୍ଥାନର ଗ୍ରାହକଙ୍କ ନିକଟରେ ପହଂଚି ଗ୍ରାହକଙ୍କ ସହିତ ସଂପର୍କ ମଜଭୁତ କରିଛି। ଏଥିସହିତ ଭାରତର ଲୋକପ୍ରିୟ ଫେସନ ସପିଂ କେନ୍ଦ୍ରରେ ପରିଣତ ହୋଇଛି। ବ୍ରହ୍ମପୁରର ବଡ଼ବଜାର ସ୍ଥିତ ଟ୍ରେଣ୍ଡ୍ସ ଷ୍ଟୋରରେ ଅତ୍ୟାଧୁନିକ ରୂପ ସହିତ କିଣାକିଣି ବେଳେ ଗ୍ରାହକମାନେ ଯେଭଳି ଉତ୍ତମ ପରିବେଶର ଅନୁଭୂତି ପାଇବେ ତାହା ଉପରେ ଧ୍ୟାନ ଦିଆଯାଇଛି। ଏଠାରେ ଉକ୍ତ ଅଞ୍ଚଳର ଗ୍ରାହକଙ୍କ ମଧ୍ୟରେ ପ୍ରାସଙ୍ଗିକ ଥିବା ଆକର୍ଷଣୀୟ ରେଞ୍ଜ୍ର ଉତ୍ତମ ଗୁଣମାନ…
ନୂଆଦିଲ୍ଲୀ, ରୁଟି ଦ୍ବାରା ଯେ ଭାଗ୍ୟ ପରିବର୍ତ୍ତନ ହୋଇପାରିବ ତାହା କେହି ବି ବିଶ୍ବାସ କରିପାରିବେ ନାହିଁ। ହେଲେ ବିଭିନ୍ନ ଶାସ୍ତ୍ରରେ ରହିଛି କାହାକୁ କିପରି ରୁଟି ଖାଇବାକୁ ଦେଲେ ଭାଗ୍ୟରେ ପରିବର୍ତ୍ତନ ହୋଇପାରେ। ଆଜି ସେହିପରି ରୁଟି ଦ୍ବାରା କିପରି ଭାଗ୍ୟ ଚମକିବ ସେ ସଂପର୍କରେ ଅବଗତ କରାଉଛୁ। ଆପଣ ସକାଳେ, ଯେତେବେଳେ ଘରେ ରୁଟି ପ୍ରସ୍ତୁତ କରିବେ ସେତେବେଳେ ପ୍ରଥମ ରୋଟିକୁ ଅଲଗା ଭାବରେ ତିଆରି କରନ୍ତୁ। ମନେରଖନ୍ତୁ ଯେ ଏହି ରୁଟି ଅନ୍ୟ ରୁଟିଠାରୁ ଟିକିଏ ବଡ଼ ହେବା ଦରକାର। ବର୍ତ୍ତମାନ ଏହି ରୁଟିକୁ ଚାରିଟି ସମାନ ଖଣ୍ଡରେ କାଟି ଏହି ଚାରିଟିରେ ମିଠା ଅର୍ଥାତ ଚିନି କିମ୍ବା ଗୁଡ ରଖନ୍ତୁ। ଧ୍ୟାନ ରଖନ୍ତୁ ଯେ ଏହା କଲା ବେଳେ ଯେପରି କେହେ ନ ଦେଖେ। ଚାରି ଖଣ୍ଡ ରୁଟିର ପ୍ରଥମ ଭାଗଟି ପାଖେର ଥିବା ଗାଈକୁ ଖାଇବାକୁ ଦିଅନ୍ତୁ। ଭଗବାନଙ୍କୁ ପ୍ରାର୍ଥନା କର ଯେ ତୁମର ସମସ୍ୟା…
ଭୁବନେଶ୍ୱର: ୧୦୦ ଦିନରେ ଦେଶରେ ୧୦୧ଟି ସହରରେ ଟ୍ରୁ ୫ଜି ପ୍ରଚଳନ କରି ଜିଓ ନୂଆ ରେକର୍ଡ ସୃଷ୍ଟିକରିଛି। ବୁଧବାର ତାମିଲନାଡୁର ସୂଚନା ପ୍ରାଦ୍ୟୋଗିକି ମନ୍ତ୍ରୀ ଟି.ମନୋଥଙ୍ଗରାଜ୍ ରାଜ୍ୟର କୋଏମ୍ବାଟୁର, ମଦୁରାଇ, ତିରୁଚିରାପଲ୍ଲୀ, ସାଲେମ, ହୋସୁର ଏବଂ ଭେଲୋର ସହରରେ ଜିଓ ଟ୍ରୁ ୫ଜି ନେଟୱର୍କ ଶୁଭାରମ୍ଭ କରିଛନ୍ତି। ଏହି ୬ ସହର ସହିତ ଜିଓର ୫ଜି ନେଟୱର୍କରେ ଯୋଡିହୋଇଥିବା ସହର ସଂଖ୍ୟା ୧୦୧ରେ ପହଞ୍ଚିଛି। ଜିଓର ୫ଜି ରୋଲ୍ଆଉଟ ସ୍ପିଡ ଏହାର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀଗୁଡିକ ତୁଳନାରେ ଯଥେଷ୍ଟ କ୍ଷିପ୍ର ରହିଛି। ଜିଓର ୧୦୧ ସହରରେ ଟ୍ରୁ ୫ଜି ସେବା ଯୋଗାଣ ସ୍ଥାନରେ ଏୟାରଟେଲ୍ ମାତ୍ର ୩୦ ସହରରେ ନିଜର ୫ଜି ସେବା ପ୍ରଚଳନ କରିପାରିଛି। ସେହି ସମୟରେ ଭିଆଇ ଅଥବା ଭୋଡା ଆଇଡିଆର ଗ୍ରାହକ ଏପର୍ଯ୍ୟନ୍ତ ୫ଜି ସେବା ଆରମ୍ଭକୁ ପ୍ରତୀକ୍ଷା କରିଛନ୍ତି। ୨୦୨୨ ଅକ୍ଟୋବର ୪ ତାରିଖରେ ଦେଶର ୪ଟି ସହରରେ ଟ୍ରୁ ୫ଜି ସେବା ପ୍ରଚଳନ କରି…
କଟକ: ବଲିଉଡର ପ୍ରଖ୍ୟାତ ଅଭିନେତା ରଣବୀର ସିଂହ ନବୀନ ପଟ୍ଟନାୟକଙ୍କୁ ପୁରା ଶାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି। ଏହି ଫଟୋ ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛି। ବାରବାଟୀରେ ହେଉଥିବା ହକି ବିଶ୍ବକପ ଉଦଘାଟନୀ ସମାରୋହ ବେଳେ ନବୀନ ସେଠାରେ ଉପସ୍ଥିତ ଥିଲେ। ନବୀନଙ୍କୁ ଦେଖି ମେକଅପରେ ଥିବା ରଣବୀର ପୁରା ନଇଁପଡି ନତମସ୍ତକ ହୋଇପଡିଥିଲେ। ଏହାକୁ ଦେଖି ସେଠାରେ ଥିବା ଅନ୍ୟ ଅତିଥୀଗଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେଠାରେ ଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ରଣବୀରଙ୍କ ନବୀନଙ୍କ ପ୍ରତି ଥିବା ସ୍ନେହକୁ ସେମାନେ ବେଶ୍ ଅନୁଭବ କରିଥିଲେ। ସେତିକି ନୁହେଁ ନବୀନଙ୍କ ପଦକ୍ଷେପକୁ ରଣବୀର ମଧ୍ୟ ବେଶ ପ୍ରଶଂସା କରିଥିଲେ। ହକିର ପ୍ରସାର ପାଇଁ ନବୀନଙ୍କ ଭୂମିକାକୁ ସେ ସମସ୍ତଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ।
ନୂଆଦିଲ୍ଲୀ: ଯଦି ଆପଣଙ୍କର କୈଣସି ଗ୍ରହ ଖରାପ କିମ୍ବା କୁପ୍ରଭାବ ରହିଛି ତେବେ ନିମ୍ନଲିଖିତ ପ୍ରତିକାରଗୁଡିକ ଚେଷ୍ଟା କରନ୍ତୁ। ସୂର୍ଯ୍ୟ– ଚାଲୁଥିବା ପାଣିରେ ତମ୍ବା କିମ୍ବା ତମ୍ବାମୁଦ୍ରା ପକାନ୍ତୁ। ଚନ୍ଦ୍ର– ଏକ ପାତ୍ରରେ କ୍ଷୀର କିମ୍ବା ପାଣି ମୁଣ୍ଡ ପାଖରେ ରଖି ଶୋଇ ପଡନ୍ତୁ। ପରଦିନ ସମସ୍ତ ଜଳକୁ ବାଗୁଲ ଗଛ ମୂଳରେ ରଖ। ବୁଧ– ଝିଅମାନଙ୍କୁ ସବୁଜ ପୋଷାକ ଏବଂ ସବୁଜ ଚୁଡି ଦାନ କରନ୍ତୁ, ଦାନ୍ତକୁ ସଫା ରଖନ୍ତୁ। ଗୁରୁ- କପାଳରେ ଚନ୍ଦନ ତିଳକ ଲଗାନ୍ତୁ, ତୁଳସୀ ଗଛ ମୂଳରେ ପାଣି ଦିଅନ୍ତୁ, ଡାଲି ଦାନ କରନ୍ତୁ। ଶୁକ୍ର- ଘିଅ, କର୍ପୁର, ଦହି ଦାନ କରନ୍ତୁ ଏବଂ ସୁଗନ୍ଧିତ ପଦାର୍ଥ ବ୍ୟବହାର କରନ୍ତୁ। ଶନି- ବାଗୁଲ ଗଛ ଦାନ୍ତକାଠି ଘଷନ୍ତୁ, ଓସ୍ତ ଗଛ ମୂଳରେ ତେଲ ଢାଳନ୍ତୁ। ରାହୁ- ଗହମକୁ କ୍ଷୀରରେ ଧୋଇ ଏହାକୁ ପ୍ରବାହିତ ପାଣିରେ ଢାଳନ୍ତୁ, ମୂଳା ଦାନ କରନ୍ତୁ, ପକେଟରେ ରୂପା ମୁଦ୍ରା ରଖନ୍ତୁ। କେତୁ- ପ୍ରବାହିତ ପାଣିରେ ତେଲ ଢାଳନ୍ତୁ।
ମେଷ- ଶତ୍ରୁମାନଙ୍କ ଉପରେ ବିଜୟୀ ହେବେ। ଅଟକି ରହିଥିବା କାମ ଆରମ୍ଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମ ବ୍ୟାପାର ଭଲ ରହିବ। ପିଲାମାନଙ୍କର ଅବସ୍ଥା ମଧ୍ୟ ଠିକ୍ ରହିବ। ବ୍ୟବସାୟ ଦୃଷ୍ଟିକୋଣରୁ ଏହା ମଧ୍ୟ ଏକ ଭଲ ସମୟ। ସବୁଜ ଜିନିଷ ଦାନ କରନ୍ତୁ। ବୃଷ – ଭାବପ୍ରବଣତା ମନରେ କୌଣସି ନିଷ୍ପତ୍ତି ନିଅ ନାହିଁ। ଛାତ୍ରମାନେ ଭଲ ସମୟ ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମ ଏବଂ ପିଲାମାନଙ୍କର ଅବସ୍ଥା ଭଲ। ବ୍ୟବସାୟ ଦୃଷ୍ଟିକୋଣରୁ ଭଲ ସମୟ। ସବୁଜ ରଂଗର ଜିନିଷ ପାଖରେ ରଖନ୍ତୁ। ମିଥୁନ – ସାମଗ୍ରୀକ ସମ୍ପତ୍ତିରେ ବୃଦ୍ଧି ଘଟିବ। ଘରୋଇ ବିବାଦ ହୋଇପାରେ। ସ୍ୱାସ୍ଥ୍ୟ ଅବସ୍ଥା ଭଲ ପିଲାମାନଙ୍କର ପାଠପଢା ମଧ୍ୟ ଭଲ ରହିବ। ବ୍ୟବସାୟ ମଧ୍ୟ ଭଲରେ ଚାଲିବ। ଗୋଲାପୀ ଜିନିଷ ପାଖରେ ରଖନ୍ତୁ। କର୍କଟ- ଆଜି ଆପଣଙ୍କ ଶକ୍ତି ଏକ ନୂଆ ରଙ୍ଗ ଆଣିବ। ରୋଜଗାରରେ ଅଗ୍ରଗତି ହେବ। ସ୍ୱାସ୍ଥ୍ୟ ପ୍ରତି ଆଜି ଯତ୍ନବାନ ହୁଅନ୍ତୁ। ପିଲାମାନଙ୍କର…
କଟକ: ଏକ ରଂଗାରଂଗ ପରିବେଷ ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟିତ ହୋଇଛି ବିଶ୍ବକପ ହକି ଉଦଘାଟନୀ ସମାରୋହ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥୀ ଭାବେ ଯୋଗଦେଇଥିଲେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର। ଅପରାହ୍ନରୁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ। ପ୍ରଥମେ ଓଡିଆ କଳାକାରଙ୍କୁ ନେଇ ଏହି ଉଦଘାଟନୀ ସମାରୋହର ଉଦଘାଟନ ହୋଇଥିଲା। ଏଥିରେ ଶାନ୍ତି ମିଶ୍ର, ପ୍ରନିସ୍ ଡ୍ୟାନସ ଗ୍ରୁପ ଏବଂ ସବ୍ୟ ଅର୍ଚ୍ଚିତାଙ୍କ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା। ପୁରା ଷ୍ଟାଡିୟମ ଦର୍ଶକରେ ପରିପୂର୍ଣ୍ଣ ରହିଥିଲା। ଏହାପରେ ସଂଧ୍ୟା ଅଧିବେସରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍ଘାଟନ କରିଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ, ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକିଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ଏବଂ ଆନ୍ତର୍ଜାତୀୟ ହକି ଫେଡେରସନର ସଭାପତି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଭୂୟସି ପ୍ରଶଂସା କରିଥିଲେ। ହକିକୁ…
ସୀତାରାମ ଅଗ୍ରୱାଲ ବାଣପୁର: ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଚିଲିକା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଦଳର ସେତେ ଚିନ୍ତା ବଢ଼ି ବଢ଼ି ଯାଉଛି। ବିରୋଧୀ ବିଜେପି ଗତଥର ପରାଜୟ ବରଣ କରିଥିବା ବେଳେ ଆଗାମୀ ନିର୍ବାଚନରେ କିପରି ବିଜୟର ସ୍ୱାଦ ଚାଖିବ, ସେଥିଲାଗି ସଂଗଠନ ଜାରି ରଖିଛି। ଗୋଟାଏ ପଟେ ଚିଲିକା ବିଜେଡିରେ ‘ଢୋଲ ଭିତରେ ମୂଷା’ ର ଅଭିଯୋଗ ହେଉଥିବା ବେଳେ ଏପଟେ ବିଜେପି ଏହାର ଫାଇଦା ନେବ ବୋଲି କୁହାଯାଉଛି। ପଞ୍ଚାୟତ ନିର୍ବାଚନରେ ଦଳ ଉଭୟ ବାଣପୁର ଓ ଚିଲିକା ବ୍ଲକ ଦଖଲ କରିଥିବା ବେଳେ ସାଧାରଣ ନିର୍ବାଚନରେ ବିଜେପି ନେତା ପୃଥ୍ଵୀରାଜ ହରିଚନ୍ଦନ ଚିଲିକା ବିଧାୟକ ହେବା ନେଇ ଆଶା ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକ ମୋରାମୋରି ପଞ୍ଚାୟତ ବିଜେପିର ବିଶାଳ କର୍ମୀ ସମ୍ମିଳନୀ ସରପଞ୍ଚ ବସନ୍ତ ମାଳିଙ୍କ ସଭାପତିତ୍ୱରେ ଆମ୍ବଝର ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଚିଲିକା ପୂର୍ବତନ ବିଧାୟକ…
ଭୁବନେଶ୍ବର: ଦେଶରେ କ୍ରୀଡ଼ା ଓ ଖେଳର ପ୍ରୋତ୍ସାହନ ଲାଗି ଭାରତ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର। ସେ କହିଥିଲେ ଯେ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଭାବନା ନେଇ ରାଜ୍ୟମାନେ ମଧ୍ୟ ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଏଫଆଇଏଚ୍ ପୁରୁଷ ହକି ବିଶ୍ବକପର ଉଦଘାଟନୀ ସମାରୋହକୁ ଉଦଘାଟନ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ କ୍ରୀଡ଼ାପ୍ରେମୀ ହୋଇଥିବା ବେଳେ ତାଙ୍କ ନେତୃତ୍ବରେ ଭାରତ ସରକାର ଜାତୀୟ ହକି ଦଳକୁ ସବୁ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି। କୋଭିଡ-୧୯ ମହାମାରୀ ଭଳି କଷ୍ଟକର ସମୟରେ ହକି ଦଳକୁ ପ୍ରୋତ୍ସାହନ ଦିଆଯିବା ଫଳରେ ଭାରତୀୟ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ସମ୍ମାନଜନକ ବ୍ରୋଞ୍ଜ ପଦକ ଜିତିଥିଲା। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ…
ସୀତାରାମ ଅଗ୍ରୱାଲ ଚିଲିକା: ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡି ରାଜନୀତି ବେଶ ସରଗରମ ହୋଇଯାଇଛି। କାରଣ ଗତକାଲି ଦଳର ପ୍ରତିଷ୍ଠା ଦିବସରେ ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟଙ୍କ ଭାଷଣ ପରେ କର୍ମିମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି। କର୍ମିମାନେ ଯାହା ଚାହୁଁଥିଲେ ବିଭୂତି ସେହି ସଭାରେ ତାହା ହିଁ କହିଲେ। ଫଳରେ ଚିଲିକାରେ ବିଜେଡି କର୍ମିଙ୍କର ମନୋବଳ ବେଶ ବଢିଯାଇଛି। ଏହି ବୈଠକରେ ବିଭୂତି କହିଥିଲେ ଯେ, ଚିଲିକାରେ ଜଣେ ଦୁର୍ଯୋଧନ ଅଛନ୍ତି। ସେହି ଦୁର୍ଯୋଧନ ଖୁବ ଶିଘ୍ର ମରିବ। ସେତିକି ନୁହେଁ ସେ କର୍ମିମାନଙ୍କୁ ଏହା ମଧ୍ୟ ସୂଚାଇ ଦେଇଥିଲେ ଯେ, ଚିଲିକାରେ ଢୋଲ ଭିତରେ ମୂଷା ପଶି କାମ କରିବା ପରି ଜଣେ ଅଛି। ବ୍ୟସ୍ତ ହୁଅନ୍ତୁ ନାହିଁ, ଯନ୍ତା ବସି ସାରିଛି, ସେହି ମୂଷା ଖୁବ ଶିଘ୍ର ଯନ୍ତାରେ ପଡିବ। ବିଭୂତିଙ୍କ ଏହି ବକ୍ତବ୍ୟକୁ କର୍ମିମାନେ ବେଶ ତାଳିମାରି ସ୍ବାଗତ କରିଥିଲେ। ତେବେ ବିଭୂତି ଏହି କଥା…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ବରୁଣେଇ ରୋଡରେ ଚଢ଼ାଉ କରି ୫ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ କରିଛି। ଖବର ମୁତାବକ ଟାଉନ ଥାନା ଅନ୍ତର୍ଗତ ବରୁଣେଇ ରୋଡରେ ବ୍ରାଉନ ସୁଗାର କାରବାର ହେଉଥିବାର ଖବର ପାଇ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଏସ ଆଇ ବି ମନୋଜ କୁମାର ଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଟାଉନ ଥାନା ଅଞ୍ଚଳର ଅଭିଯୁକ୍ତ ଲୋକନାଥ ପ୍ରଧାନ (୨୭) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୫୬ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ। ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ୫ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୧୨୬/୨୨-୨୩ ରେ ଏକ ମାମଲା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏକ ଜାତୀୟ ସ୍ତରର ବହୁ ରାଜ୍ୟ ସମବାୟ ବିହନ ସୋସାଇଟି ଗଠନ କରିବା ସଂକ୍ରାନ୍ତ ଏକ ଐତିହାସିକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ସୋସାଇଟି ବହୁ ରାଜ୍ୟ ସମବାୟ ସମିତି ଆଇନ (ଏମ୍ଏସ୍ସିଏସ୍) -୨୦୦୨ ଅନୁସାରେ ଗଠିତ ହେବ ଏବଂ କେନ୍ଦ୍ର ସରକାର ଏହାକୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇଦେବେ। ଏହି ସୋସାଇଟି ଉନ୍ନତମାନର ବିହନ ଉତ୍ପାଦନ, ସଂଗ୍ରହ, ପ୍ରକ୍ରିୟାକରଣ,ବ୍ରାଣ୍ଡିଂ, ଲେବଲିଂ, ପ୍ୟାକେଜିଂ, ଭଣ୍ଡାରଣ, ଉତ୍ପାଦନ ପାଇଁ ଗବେଷଣା ଓ ଉନ୍ନୟନ କାମ କରିବା ସହିତ ଦେଶୀ ପ୍ରାକୃତିକ ବିହନର ସଂରକ୍ଷଣ ତଥା ପ୍ରୋତ୍ସାହନ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବ। ଏହି କାମରେ ଦେଶର ବିଭିନ୍ନ ସ୍ତରର ସମବାୟ ସମିତିଗୁଡିକୁ ଏହି ଶୀଷ ର୍ସଂଗଠନରେ ନିୟୋଜିତ କରିବ ଏବଂ କୃଷି ମନ୍ତ୍ରଣାଳୟ ସହିତ ଭାରତୀୟ କୃଷି ଗବେଷଣା ପରିଷଦ, ଜାତୀୟ ବିହନ ନିଗମ ଓ ଅନ୍ୟାନ୍ୟ ସମ୍ପୃକ୍ତ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଖୋର୍ଦ୍ଧା ଜିଆରପିକୁ ହସ୍ତାନ୍ତର କରିଛି। ସୂଚନା ମୁତାବକ ଗତକାଲି ଅପରାହ୍ନରେ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଚଢ଼ାଉ ଚାଲିଥିବା ବେଳେ ୧ ନମ୍ବର ପ୍ଲାଟଫର୍ମର ଶେଷ ଭାଗରେ ୩ ଜଣ ଯୁବକ ସଂନ୍ଦିଗ୍ଧ ଅବସ୍ଥାରେ ବସିଥିବାର ଦେଖିବାକୁ ପାଇଥିଲେ। ଯୁବକ ମାନଙ୍କ ବ୍ୟାଗ ତାଲାସି ନିଆଯିବାରୁ ତନ୍ମଧ୍ୟରୁ ୧୫ କେଜି ୧୪୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇ ର ମୂଲ୍ୟ ୧ ଲକ୍ଷ ୫୧ ହଜାର ୪୦୦ ଟଙ୍କା ହେବ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଆରପିଏଫ ୩ ଜଣ ଯୁବକଙ୍କୁ ଗିରଫ କରି ଆଜି ଖୋର୍ଦ୍ଧା ରୋଡ ଜିଆରପିକୁ ହସ୍ତାନ୍ତର କରିଛି। ଗିରଫ ଯୁବକମାନେ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଜଗନ୍ନାଥ ସ୍ୱାଇଁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଦେଶରେ ବହୁମୁଖୀ ସମବାୟ ସମିତି (ଏମଏସସିଏସ) ଆଇନ, ୨୦୦୨ ଅଧୀନରେ ଏକ ଜାତୀୟ ସ୍ତରର ବହୁମୁଖି ସମବାୟ ଜୈବିକ ସମିତି ପ୍ରତିଷ୍ଠା କରାଯିବ। ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ମନ୍ତ୍ରଣାଳୟର ନୀତି, ଯୋଜନା ଏବଂ ଏଜେନ୍ସି ମାଧ୍ୟମରେ ଏହି ଯୋଜନାକୁ ସମର୍ଥନ ଯୋଗାଇ ଦିଆଯିବ। ଯାହାଫଳରେ ‘ସମ୍ପୂର୍ଣ୍ଣ ସରକାର ଦୃଷ୍ଟିକୋଣ’ ସାକାର ହୋଇପାରିବ। ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ, ସମବାୟ ସମିତିଗୁଡ଼ିକର କ୍ଷମତାର ଲାଭ ଉଠାଇବା ନିମନ୍ତେ ସବୁପ୍ରକାର ପ୍ରୟାସ କରାଯିବା ଉଚିତ ଏବଂ ସେମାନଙ୍କୁ ‘‘ସହକାର ସେ ସମୃଦ୍ଧି’’ (ସମବାୟ ଜରିଆରେ ସମୃଦ୍ଧି) ଦୃଷ୍ଟିକୋଣକୁ ସାକାର କରିବା ନିମନ୍ତେ ସଫଳ ଓ ପ୍ରେରଣାଦାୟୀ ବ୍ୟବସାୟିକ ଉଦ୍ୟୋଗରେ ବଦଳାଇବା ଆବଶ୍ୟକ।…
ଭୁବନେଶ୍ବର: ଜାନୁୟାରୀ 2023 ରେ ଭୁବନେଶ୍ୱର ଏବଂ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା FIH (ଏଫଆଇଏଚ) ହକି ପୁରୁଷ ବିଶ୍ୱକପ 2023 ସମୟରେ ଯାତ୍ରୀଙ୍କ ଚାହିଦା ଏବଂ ଅତିରିକ୍ତ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ରେଳ ଯାତ୍ରୀ ମାନଙ୍କୁ ଉତ୍ତମ ଯାତ୍ରା ସୁବିଧା ବିଶେଷ ଭାବେ ହକି ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ସେବା ଯୋଗାଇଦେବାପାଇଁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି। 02834 ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଭୁବନେଶ୍ୱରରୁ 14 ରୁ 30 ଜାନୁୟାରୀ 2023 ମଧ୍ୟରେ ପ୍ରତ୍ୟେକ ସୋମବାର, ବୁଧବାର, ଗୁରୁବାର ଏବଂ ଶନିବାର ଦିନ ମାନଙ୍କରେ ସନ୍ଧ୍ୟା 8.25 ମି.ରେ ଛାଡି ରାଉରକେଲା ଯାତ୍ରା କରିବ। ଫେରିବା ମାର୍ଗରେ 02833 ରାଉରକେଲା-ଭୁବନେଶ୍ୱର ସ୍ପେଶାଲ ରାଉରକେଲା ଠାରୁ 15 ରୁ 31 ଜାନୁୟାରୀ 2023 ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର ଦିନ ମାନଙ୍କରେ ରାତ୍ରୀ 11.25 ମି.ରେ ଭୁବନେଶ୍ୱର ଯାତ୍ରା କରିବ। ଏହି ଟ୍ରେନରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଏପ୍ରିଲ ୨୦୨୨ ଠାରୁ ଗୋଟିଏ ବର୍ଷର ଅବଧି ନିମନ୍ତେ ରୁପେ ଡେବିଟ୍ କାର୍ଡ ଏବଂ କମ ମୂଲ୍ୟ ବିଶିଷ୍ଟ ଭୀମ-ୟୁପିଆଇ ନେଣଦେଣ (ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀ)କୁ ବଢ଼ାଇବା ଲାଗି ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁର କରିଛନ୍ତି। ୧- ରୂପେ ଡେବିଟ୍ କାର୍ଡ ଏବଂ କମ୍ ମୂଲ୍ୟ ବିଶିଷ୍ଟ ଭୀମ-ୟୁପିଆଇ ନେଣଦେଣ (ପିଟୁଏମ)କୁ ପ୍ରୋତ୍ସାହନ ଦେବା ନିମନ୍ତେ ମଞ୍ଜୁର ପ୍ରୋତ୍ସାହନ ଯୋଜନାର ଆର୍ଥିକ ବ୍ୟୟବରାଦ ୨,୬୦୦ କୋଟି ଟଙ୍କା ରହିଛି । ଏହି ଯୋଜନା ଅଧୀନରେ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ରୂପେ ଡେବିଟ୍ କାର୍ଡ ଏବଂ କମ ମୂଲ୍ୟର ଭୀମ ୟୁପିଆଇ ନେଣଦେଣ (ପିଟୁଏମ)ର ଉପଯୋଗ କରି ପଏଣ୍ଟ ଅଫ୍ ସେଲ (ପିଓଏସ) ଏବଂ ଇ-କମର୍ସ ନେଣଦେଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ଅଧିଗୃହିତ କରୁଥିବା ବ୍ୟାଙ୍କମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ। ୨- ଅର୍ଥ ମନ୍ତ୍ରୀ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍…
ସୀତାରାମ ଅଗ୍ରୱାଲ ଚିଲିକା: ପୁରୁଷ ହକି ବିଶ୍ୱକପକୁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାଟୀ ଷ୍ଟାଡିଅମ ରେ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ୧୩ ତାରିଖଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଉକ୍ତ ବିଶ୍ୱକପ ରାଉରକେଲା ବିର୍ସା ମୁଣ୍ଡା ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ପରିସରରେ ଜାରି ରହିବ। ତେଣୁ ସାରା ଓଡ଼ିଶା ହକି ବିଶ୍ୱକପକୁ ସ୍ୱାଗତ କରିବା ନିମନ୍ତେ ଆଜି ଉତ୍ସବମୁଖର। ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ବିପୁଳ ଭାବରେ ହକି ବିଶ୍ୱକପକୁ ସ୍ୱାଗତ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଣପୁର ଏନଏସି ଏବଂ ବାଣପୁର ବ୍ଲକ ତରଫରୁ ହକି ବିଶ୍ୱକପକୁ ଆଜି ଜୋରଦାର ସ୍ୱାଗତ କରାଯାଇଛି। ସକାଳୁ ଏକ ବିଶାଳ ପଦଯାତ୍ରା ଆଇ ଲଭ ବାଣପୁର ସେଲ୍ଫି ପଏଣ୍ଟରୁ ବାହାରି ମା’ ଭଗବତୀ ମନ୍ଦିର ଦେଇ ପଲଟନ ପଡିଆରେ ଶେଷ ହୋଇଥିଲା। ଉକ୍ତ ପଦଯାତ୍ରାରେ ତହସିଲଦାର କୁଞ୍ଜବିହାରି ବଡ଼ଜେନା, ବିଡ଼ିଓ ବୁଲବୁଲ ବେହେରା,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି,…
ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟନ୍ବୟନ ନାମରେ କୈାଣସି ପ୍ରକାର ଜାଲିଆତି ବା ଠକାମିର ସମ୍ଭାବନା ଉପରେ କଡ଼ା ନଜର ରଖିବାପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟରତ ବି.ଏସ୍.କେ.ୱାଇ. ଟିମଙ୍କୁ ନିର୍ଦେଶ ଦେଇଛନ୍ତି। ଠକାମି ବିରୁଦ୍ଧରେ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ୍ ଆଇନ ଏବଂ ବି.ଏସ୍.କେ.ୱାଇ. ପ୍ରବର୍ତ୍ତନ ବ୍ୟବସ୍ଥା ଅନୁସାରେ ଏପରି ଠକ ମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଶାସନ ସଚିବ ଶ୍ରୀମତୀ ପଣ୍ଡିତ ନିର୍ଦ୍ଧେଶ ଦେଇଛନ୍ତି। ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ “ରାଜ୍ୟବାସୀଙ୍କୁ ସାର୍ବଜନୀନ ଗୁଣାତ୍ମକ ଚିକିତ୍ସା ଯୋଗାଇବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର। ଏଥିପାଇଁ ଉପଯୁକ୍ତ ଆର୍ଥିକ ଓ ପ୍ରଶାସନ ବ୍ୟବସ୍ଥା ସହ ବି.ଏସ୍.କେ.ୱାଇ. ଯୋଜନା ଚାଲୁରହିଛି। ଲୋକଙ୍କ ସ୍ବାସ୍ଥ୍ୟ ସେବା ପାଇଁ କରାଯାଇଥିବା ସୁବିଧାର ଅପବ୍ୟବହାର ବା ବି.ଏସ୍.କେ.ୱାଇ. ନାମରେ ଠକେଇକୁ କୈାଣସି ସ୍ଥିତିରେ ବରଦାସ୍ତ କରାଯିବ…
ଭୁବନେଶ୍ବର: ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଗୋଡ଼ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି। କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ୪୯ବର୍ଷିୟ ବାସିନ୍ଦା ବିଜୟ ଭୋଇ,୨୦୦୦ମସିହାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଯେଉଁଠାରେ ତାଙ୍କ ବାମ ପାର୍ଶ୍ଵ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। କ୍ରମଶଃ, ସେହି ଆଘାତ ସଂକ୍ରମଣ ଆଡ଼କୁ ଗତି କରିବାରୁ ୨୦୦୨ମସିହାରେ ଡାକ୍ତର ତାଙ୍କ ଗୋଡ଼ର ଆଣ୍ଠୁ ତଳକୁ କାଟିବା ପାଇଁ ପରାମର୍ଶ ଦେଇଥିଲେ। ୨୦୦୫ମସିହାରେ ସେ ଏକ ହସ୍ପିଟାଲରୁ କୃତ୍ରିମ ଗୋଡ଼ ଲଗାଇଥିଲେ। କିନ୍ତୁ, ତାହା ତାଙ୍କୁ ଆରାମଦାୟକ ଲାଗିନଥିଲା। ଭୁବନେଶ୍ଵର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଓଡ଼ିଶା-ମୋ ପରିବାର ପକ୍ଷରୁ ଲାଗିଥିବା ସଚେତନତା ଷ୍ଟଲ୍ ରେ, ତାଙ୍କୁ ଏକ କୃତ୍ରିମ ଗୋଡ଼ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଠିକ୍ ସେହିପରି ଅନ୍ୟ ଏକ ଦୁର୍ଘଟଣା ଘଟିଥିଲା, ଯାଜପୁର ଜିଲ୍ଲାର ୭୧ବର୍ଷିୟ ବାସିନ୍ଦା ଚତୁର୍ଭୁଜ ପଣ୍ଡାଙ୍କ ସହିତ, ସେ ୨୦୦୩ମସିହାରେ ଏକ…
ଭୁବନେଶ୍ୱର: ପ୍ରତିବର୍ଷ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା’ ଭୁବନେଶ୍ୱରଠାରେ ଆୟୋଜିତ ହେଉଥିବାବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଚାଷୀମାନେ ସହଜରେ ଯେପରି କୃଷି ମେଳାରେ ଭାଗନେଇ ଉପକୃତ ହୋଇପାରିବେ, ସେଥି ନିମନ୍ତେ ଚଳିତ ବର୍ଷ ଆଞ୍ଚଳିକ ସ୍ତରରେ ଆଉ ଚାରିଟି କୃଷି ମେଳାର ଆୟୋଜନ କରାଯିବ। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରାମର୍ଶ କ୍ରମେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସମ୍ବଲପୁର, କୋରାପୁଟ, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରେ ଆଞ୍ଚଳିକ କୃଷି ମେଳାର ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି। ସମ୍ବଲପୁରଠାରେ ଚଳିତ ଜାନୁଆରୀୁ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ କୃଷି ମେଳା ଆୟୋଜନ କରାଯିବ। ସେହିପରି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ କୃଷି ମେଳା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଜାନୁଆରୀ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଏବଂ କୋରାପୁଟ…

