ରଣପୁରରେ ପୂଜ୍ୟପୂଜା ସେବା ନିବୃତ ସମ୍ବର୍ଦ୍ଧନା ସଭା

Published: Jan 21, 2023, 5:42 pm IST

ରଣପୁର: ଆଜି ରଣପୁର ମଣିନାଗ ମନ୍ଦିର ନିକଟସ୍ଥ ହନୁମାନ ମନ୍ଦିର ଠାରେ ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ଦ୍ୱାରା ଏକ ସେବା ନିବୃତ ସେବା ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ଜିଲ୍ଲା ପ୍ରାଥମିକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ ଦାଶ, ସମ୍ପାଦକ ଭକ୍ତ ରଞ୍ଜନ ମିଶ୍ର, ସଂଗଠନ ସମ୍ପାଦକ ସୁରେଶ ଚନ୍ଦ୍ର ମହାପାତ୍ର, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ସମ୍ପାଦକ ଜଗନ୍ନାଥ ଦାଶ ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ଥିଲେ।

ଏହି ସେବା ନିବୃତ ସେବାରେ ଅବସର ପ୍ରାପ୍ତ ଶିକ୍ଷକ ପ୍ରଫୁଲ କୁମାର ମିଶ୍ର, ବିରଞ୍ଚି ନାରାୟଣ ରଣା ଓ ପଞ୍ଚୁ ନାୟକଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା।

ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ବିଦାୟୀ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟ ରଖିବା ସହ ସେମାନଙ୍କ ଅବସର ଜୀବନ ସୁଖମୟ ହେବା ପାଇଁ ଠାକୁରଙ୍କ ନିକଟରେ ପାର୍ଥନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ମିଶ୍ର, ମଦନ ମୋହନ ପଣ୍ଡା, ସନ୍ତୋଷ କୁମାର ମିଶ୍ର, ପ୍ରମୋଦ କୁମାର ସେଠି, ରିତାଞ୍ଜଳୀ ମହାରଣା, ମନୋରଞ୍ଜନ ମହାରଣା, ସୁରେଶ ଚନ୍ଦ୍ର ଶତପଥୀ, ଶରତ ଚନ୍ଦ୍ର ମିଶ୍ର, ସନ୍ଧ୍ୟାରାଣୀ ଶତପଥୀ, କୁଳମଣି ପ୍ରଧାନଙ୍କ ସହ ସଙ୍ଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Related posts