ଭୁବନେଶ୍ୱର : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆଜିଠାରୁ ତିନିଦିନ ଧରି ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟ ପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁଭ ଉଦ୍ଘାଦଟିତ ହୋଇଥିଲା। ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ଶୈଳୀ ଯଥା ଏକକ, ଦ୍ୱୈତ୍ୟ ଓ ଦଳଗତ ନୃତ୍ୟ ଗୋଟିଏ ମଞ୍ଚରେ ଦେଶ ତଥା ଦେଶ ବାହାରୁ ଆସୁଥିବା ନୃତ୍ୟଶିଳ୍ପୀଙ୍କୁ ଉପସ୍ଥାପନ କରାଇବା ସହିତ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ଦେଶ ତଥା ଦେଶ ବାହାରେ କରାଇବା। ଉଦଘାଟନୀ ସନ୍ଧ୍ୟାର ଅତିଥିମାନେ ଥିଲେ ମାନ୍ୟବର ଭିନ୍ନକ୍ଷମ, ସାମାଜିକ ସୁରକ୍ଷା, ସଶକ୍ତିକରଣ, ସରକାରୀ ଉଦ୍ୟୋଗ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ,…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ଶକ୍ତି କ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭାଗବତୀଙ୍କ ପୀଠରେ ଶ୍ରୀକ୍ଷେତ୍ରପରି ବାରମାସରେ ତେର ପର୍ବ ଲାଗି ରହିଥାଏ। ଧନୁ ମାସ ଶେଷ ପରେ ମକର ପର୍ବ। ମା’ଙ୍କ ପୀଠ ଚଳଚଞ୍ଚଳ। ଭଉଣୀ ପୂର୍ବଦିଗ ରକ୍ଷାକାରିଣୀ ମା’କାଳିଜାୟୀ ଓ ଦକ୍ଷିଣ ଦିଗରକ୍ଷାକାରିଣି ମା’ନାରାୟଣୀଙ୍କ ସହିତ ମା’ ଭଗବତୀଙ୍କ ପୀଠକୁ ନେଇ ରହିଛି ତ୍ରିଶକ୍ତିପୀଠ। ମକର ପର୍ବରେ ଏହି ତିନିପୀଠର ତ୍ରିଶକ୍ତି ତିନି ମା’ଙ୍କ ଦର୍ଶନ ପାଇଁ ଓଡିଶାର କୋଣ ଅନୁକୋଣରୁ ଛୁଟି ଆସନ୍ତି ଅଗଣିତ ଶ୍ରଦ୍ଧାଳୁ। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା ମହାପ୍ରସାଦ ଅର୍ପଣ, ବେଶ ପରେ ବଲ୍ଲଭ ଆଳତି ହୋଇ ସର୍ବ ସାଧାରଣ ଦର୍ଶନ ବଢିଥିଲା। ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପ ବଢି ପହୁଡ଼ ହୋଇଥିଲା। ସଂଧ୍ୟାରେ ମକର ଉତ୍ସବ। ମନ୍ଦିର କାର୍ଯ୍ୟାଳୟ ତରଫରୁ ନୂଆ ଆଟିକାରେ ନୂଆ ଚାଉଳ ଚୁନା, ଗୁଡ଼ ଘିଅ ନଡ଼ିଆ, କ୍ଷୀର, ମହୁ, କର୍ପୁର, ଗୋଲମରିଚ, ଅଦା, ଗୁଜରାତି, କଦଳୀ, ସେଓ,…
ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତିରେ ଓଡ଼ିଶାର ଆଉ ଦୁଇଟି ସହର ଇସ୍ପାତ ସହର ରାଉରକେଲା ଓ ରେଶମ ସହର ବ୍ରହ୍ମପୁରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏହା ପୂର୍ବରୁ ଜାନୁଆରି ୫ ତାରିଖରେ ମନ୍ଦିରମାଳିନୀ ସହର ଭୁବନେଶ୍ୱର ଓ ରୁପାର ସହର କଟକରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିଲା। ଜାତୀୟ ସ୍ତରରେ ଜିଓ ପକ୍ଷରୁ ଆଜି ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ରାଜ୍ୟରେ ଜିଓ ଟ୍ରୁ-୫ଜି ସେବା ଶୁଭାରମ୍ଭ କରାଯିବା ସହ ଦେଶର ୮ଟି ରାଜ୍ୟର ୧୬ଟି ନୂଆ ସହରରେ ଜିଓ ଟ୍ରୁ-୫ଜି ସେବା ଆଜିଠାରୁ ଉପଲବ୍ଧ ହୋଇଛି। ଓଡ଼ିଶାର ରାଉରକେଲା ଓ ବ୍ରହ୍ମପୁର ସହର ସମେତ ଛତିଶଗଡ଼ର ରାୟପୁର, ଦୁର୍ଗ ଓ ଭିଲାଇ, ବିହାରର ପାଟ୍ନା ଓ ମୁଜାଫରପୁର, ଝାଡ଼ଖଣ୍ଡର ରାଂଚି ଓ ଜାମସେଦପୁର, କର୍ଣ୍ଣାଟକର ବିଜାପୁର, ଉଡୁପି, କଲବୁର୍ଗି ଓ ବେଲାରି, କେରଳର କୋଲାମ, ଆନ୍ଧ୍ରପ୍ରଦେଶର ଇଲୁରୁ ଏବଂ ମହାରାଷ୍ଟ୍ରର ଅମରାବତୀ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଭାରତୀୟ ସ୍ଵାଧିନତା ସଂଗ୍ରାମର ମହାନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଦେଶପାଇଁ ଅବଦାନ ଅତୁଳନୀୟ। ବିଶ୍ଵଯୁଦ୍ଧ ସମୟରେ ବିଦେଶ ଭୂମିରେ ଆଜାଦ ହିନ୍ଦ୍ ଫୌଜ୍ ଓ ଆଜାଦ୍ ହିନ୍ଦ୍ ସରକାର ଗଠନ କରି ୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ ଭାରତର ସ୍ଵତନ୍ତ୍ରତା ଘୋଷଣା କରିଥିଲେ। ଏହା ଭାରତର ବ୍ରିଟିଶ ସରକାରଙ୍କୁ ଦୋହଲାଇ ଦେବାରେ ସମର୍ଥ ହୋଇଥିଲା। ନେତାଜୀଙ୍କର ଏହି ପଦକ୍ଷେପକୁ ତତକାଳୀନ ବିଶ୍ଵର କିଛି ଦେଶ ସମର୍ଥନ କରିଥିଲେ। ଫଳରେ ଭାରତର ସ୍ଵାଧିନତା ପ୍ରାପ୍ତି ପ୍ରକ୍ରିୟା ଅଧିକ ତ୍ଵରାନ୍ଵିତ ହୋଇଥିଲା। ନେତାଜୀଙ୍କର ଏହି ମହାନ୍ ଆଦର୍ଶକୁ ପାଥେୟ କରି ଜନସାଧାରଣଙ୍କ ମଧ୍ୟରେ କ୍ରାନ୍ତିକାରୀ ଚେତନା ଜାଗ୍ରତ ନିମନ୍ତେ ଏକ କ୍ଷୁଦ୍ର ପ୍ରୟାସ କରୁଛି କଳାହାଣ୍ଡି ବିକାଶ ପରିଷଦ। ଚଳିତ ଡିସେମ୍ବର ୩୦ ତାରିଖରଠାରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଦିବସ ପାଳନ କରିବା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।…
ଭୁବନେଶ୍ବର: ଆଜି ମକର ସଂକ୍ରାନ୍ତି ଅବସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅଟ୍ରି ହଟକେଶ୍ୱରଙ୍କ ଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ସେ ଗଣମାଧ୍ୟମକୁ ବିଜୁ ଜନତା ଦଳରୁ ନିଲମ୍ବନ ପ୍ରଶ୍ନର ଉତ୍ତର ରଖିଥିଲେ। ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ସେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଉପରେ ଖୁବ୍ ବର୍ଷିଥିଲେ। ରଘୁନାଥ ବିଜେପିର ବ୍ୟାନରରେ ରହି ମୋ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଥିଲେ। ମୋ ଦେହରୁ ଦୁଇ ଲିଟର ରକ୍ତ ଯିବା, କେବେ ବ୍ୟର୍ଥ ଯିବନି ଏବଂ ସେଥିପାଇଁ ଷଡଯନ୍ତ୍ରକାରୀ ତଥା ଆକ୍ରମଣରେ ସାମିଲ ଥିବା ବ୍ୟକ୍ତିଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ଶ୍ରୀ ଜଗଦ୍ଦେବ କହିଥିଲେ। ସେହିପରି ବାଣପୁରରେ ଅନୁଷ୍ଠିତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମରେ ବିଜେପି କାହିଁକି ନୀରବ ରହିଲା ପ୍ରଶ୍ନରେ ପ୍ରଶାନ୍ତ ଉତ୍ତର ରଖିଥିଲେ। ସେ କହିଥିଲେ ଯେ, “ବିଜେପି ସେଠାରେ ଘଟିଥିବା ଘଟଣାକୁ ଭଲ…
କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ ଜଗନ୍ନାଥପ୍ରସାଦ ଗ୍ରାମରେ ବିଜେପି ନେତା ଗୋବିନ୍ଦ କୁମାର ଅଗ୍ରୱାଲା ଗରୀବ ଲୋକମାନଙ୍କୁ କମ୍ବଳ ବଣ୍ଟନ କରିଛନ୍ତି। ବିଜେପି ନେତା ଗୋବିନ୍ଦ କୁମାର ଅଗ୍ରୱାଲା ବଜଗନ୍ନାପ୍ରସାଦ ଗ୍ରାମକୁ ଯାଇ ଅସହାୟ ବୃଦ୍ଧ ଓ ବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ। କମ୍ବଳ ବଣ୍ଟନ ସମୟରେ ଦେବାର୍ଚ୍ଚନ ସାହୁ, ହରିହର ସାହୁ ବନମାଳୀ ମାଝୀ, ରାଧାନାଥ ପ୍ରଧାନ, କୁମାରେଶ୍ ସ୍ବାଇଁ, କୁମର ଦେହୁରୀ, ଶ୍ରୀକର ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଗୋବିନ୍ଦ କୁମାର ନାକଟିଦେଉଳ ବ୍ଲକ୍ ର ବିଭିନ୍ନ ଗ୍ରାମକୁ ଯାଇ ବହୁ ସମୟରେ ଗରୀବ ଲୋକମାନଙ୍କ ପାଖରେ ପହଂଚି ସାହାଯ୍ୟ କରିଥାନ୍ତି।
ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟାଡିଅମ, ମଞ୍ଚେଶ୍ୱର ଠାରେ ଡିସିବି ପ୍ରିମିଅର ଲିଗ ସିଜନ ୧ କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇତି ମଧ୍ୟରେ ଚତୁର୍ଥ ଦିନରେ ପହଁଚିଛି। ଆଜି ଅଷ୍ଟମ ମ୍ୟାଚ ଡିସିବି ଏବଂ ଇନଫୋସିସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଡିସିବି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଡିସିବି ନିର୍ଦ୍ଧାରିତ ୨୦ ଓଭର ଖେଳି ୨ ଟି ୱିକେଟ ହରାଇ ୧୫୭ ରନ୍ ସଂଗ୍ରହ କରିଥିଲେ। ବିପକ୍ଷ ଇନଫୋସିସ ଦଳ ୨୦ ଓଭର ରେ ୯ ୱିକେଟ ହରାଇ ସମୁଦାୟ ୧୨୭ ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲେ। ଆୟୋଜକ ଡିସିବି ଦଳର ଅଧିନାୟକ ଅବିନାଶ ରଥ ଗୋଟିଏ ୱିକେଟ ନେବା ସହିତ ୪୭ ବଲ ରେ ୬୦ ରନ୍ (ନଟ ଆଉଟ) ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ଆଜିର ମ୍ୟାଚ ଭାରି ଚିତାକର୍ଷକ ହୋଇଥିବା ବେଳେ ଉପସ୍ଥିତ କ୍ରିକେଟ ପ୍ରେମୀ ଦର୍ଶକଙ୍କ ତାଳିରେ…
କନ୍ଦର୍ପ ବେହେରା ରେଢାଖୋଲ: ପତିତବାନ ୟୁଥ୍ କ୍ଲବ୍, ଡଇଁଚା ଆନୁକୁଲ୍ୟରେ ମକର ସଂକ୍ରାନ୍ତି ଉପଲକ୍ଷେ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରୀ ମନ୍ଦିର ଠାରେ ଥିବା ପଡିଆରେ ଅନୁଷ୍ଠିତ ହୋଇଥଲା। ଏହି ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ଡଇଁଚା, ସାହେବୀ, ବାଟଗାଁ ଓ ଛତ୍ରପୁର ଭଲିବଲ୍ ଟିମ୍ ଭାଗ ନେଇଥିଲେ। ଡଇଁଚା ଓ ସାହେବୀ ମଧ୍ୟରେ ଫାଇନାଲ୍ ଖେଳ ଅନୁଷ୍ଠିତ ହୋଇଥିଲା। ସାହେବୀ ଭଲିବଲ୍ ଟିମ୍ ୨-୦ ରେ ବିଜୟୀ ହୋଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ର ଖେଳ ଶିକ୍ଷକ ନରେନ୍ଦ୍ର କୁମାର ଦେହୁରୀ, ସମ୍ମାନୀତ ଅତିଥି ଭାବରେ ଲୋକନାଥ ସାହୁ, ଗଣନାଥ ପ୍ରଧାନ ଓ ବିଶୁ ମହାରଣା ଯୋଗଦେଇ ଚମ୍ପିଆନ୍ ସାହେବୀ ଦଳକୁ ଟ୍ରଫି ସହ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରିଥିଲେ। ରର୍ନସ୍ଅପ୍ ଡଇଁଚା ଭଲିବଲ୍ ଟିମ୍ କୁ ମଧ୍ୟ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଖେଳକୁ ରେଫରି ଭାବରେ କରେନ୍ କୁମାର ପ୍ରଧାନ ଓ ଅରୁଣ କୁମାର ପ୍ରଧାନ…
ଭୁବନେଶ୍ବର: ଆଜି ମକର ମେଳାରେ କଟକ ଜିଲ୍ଲା ବଡ଼ମ୍ବା ନୃସିଂହନାଥ ପୀଠରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଘଟଣାରେ ଆହତ ମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହା ସହିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। କିନ୍ତୁ ଏହି ଭାରତୀୟ ଦଳରେ କେବଳ ୪ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ତିନୋଟି ଫର୍ମାଟରେ ମନୋନୀତ ହୋଇଛନ୍ତି ଏବଂ ସେମାନେ ହେଉଛନ୍ତି ଶୁବମାନ ଗିଲ, ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ ଏବଂ ଇଶାନ କିଶନ। ୧. ପୃଥ୍ବୀ ଶ’ ଶେଷରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଏକ ସୁଯୋଗ ପାଇଛନ୍ତି। ଯଦି ଦେଖାଯାଏ, ରଣଜୀ ଟ୍ରଫିରେ ସେ ଆସାମ ବିପକ୍ଷରେ ଖେଳିଥିବା ୩୭୯ ରନର ଇନିଂସ ଯୋଗୁଁ ତାଙ୍କୁ ଏହି ସୁଯୋଗ ମିଳିଛି। ପ୍ରକାଶ ଯେ, କୌଣସି ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ଙ୍କ ଦ୍ୱାରା ରଣଜୀ ଇତିହାସରେ ଏହା ହେଉଛି ଦ୍ୱିତୀୟ ବୃହତ୍ତମ ଇନିଂସ। ଏହା ସହିତ ପୃଥ୍ବୀ କିଛି ସମୟ ପାଇଁ ଘରୋଇ କ୍ରିକେଟ୍ ରେ…
ଭୁବନେଶ୍ୱର: ରାଜ୍ୟସ୍ତରୀୟ ଜୟନ୍ତୀ ପରିପ୍ରେକ୍ଷୀରେ ଆଜି ସ୍ଥାନୀୟଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ବ୍ୟାସକବି ଫକୀରମୋହନ ସେନାପତିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ଫକୀରମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ସାଂସଦ ଶ୍ରୀମତୀ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ସମେତ ଅନ୍ୟମାନ୍ୟଗଣ୍ୟ ଅତିଥି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ସାମଲ ଯୋଗଦେଇ ବ୍ୟାସକବିଙ୍କ ସଂପର୍କରେ ବକ୍ତବ୍ୟ ପ୍ରଦାନ କରି ଓଡିଆା ଭାଷା ଓ ସାହିତ୍ୟର ଉନ୍ନତି ତଥା ଓଡିଆ ଜାତୀୟତା ଆନ୍ଦୋଳନରେ ଫକୀରମୋହନଙ୍କ ଅବଦାନ ଅବିସ୍ମରଣୀୟ ଥିଲା ବୋଲି କହିଥିଲେ। କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର)…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଏବଂ ୫ଟି ସଚିବ ଭି କେ ପାଣ୍ଡିଆନ୍ ଆଜି ରାଉରକେଲା ନିକଟସ୍ଥ ବେଦବ୍ୟାସ ପୀଠ ପରିଦର୍ଶନ କରିଥିଲେ। ୫ଟି ଉପକ୍ରମରେ ପୀଠର ବିକାଶ ସମ୍ପର୍କରେ ଟ୍ରଷ୍ଟ ବୋର୍ଡ ର ସଭ୍ୟ, ସେବାୟତ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ଶ୍ରୀ ପାଣ୍ଡିଆନ୍ ଆଲୋଚନା କରିଥିଲେ। ପନ୍ଦର ଦିନ ମଧ୍ୟରେ ଏ ସମ୍ପର୍କରେ ଏକ ବିସ୍ତ୍ରୁତ ଯୋଜନା ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ପାଣ୍ଡିଆନ୍ କହିଥିଲେ। ଏହି ଆଲୋଚନାରେ ମୁଖ୍ୟତଃ ସ୍ଵର୍ଗଦ୍ଵାରର ବିକାଶ, ନଦୀ ସମୁଖ ଭାଗର ଉନ୍ନତିକରଣ, ଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ଭିତ୍ତିଭୂମି ସୁବିଧା ର ବିକାଶ, ଯାତ୍ରୀ ନିବାସ ନିର୍ମାଣ ଏବଂ ଆଲୋକ ଓ ଶଦ୍ଦ ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଥିଲା। ବେଦବ୍ୟାସ ଓଡ଼ିଶାର ଏକ ପ୍ରମୁଖ ତୀର୍ଥ ସ୍ଥାନ। ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଯାତ୍ରୀ ଏ…
ଭୁବନେଶ୍ୱର/କଟକ: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସ ଓଡ଼ିଶାର କଟକ ଜିଲ୍ଲାର ନିଆଳି ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଟ୍ରେଣ୍ଡ୍ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି। ନିଆଳି ସହରରେ ଏହି ଟ୍ରେଣ୍ଡ୍ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ନିଆଳି ସହର ତଥା ନିକଟବର୍ତ୍ତୀ…
ଖୋର୍ଦ୍ଧା: ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ୩୦ ଟି ସଡକ ରଥ ଓଡିଶା ଦେଇ ସଡକ ସୁରକ୍ଷା ସଚେତନତା ବିସ୍ତାର କରିବ। ଜାତୀୟ ସଡକ ସୁରକ୍ଷା ଚଳଚ୍ଚିତ୍ର ସମ୍ପୃକ୍ତ ଜିଲ୍ଲା ଅନ୍ତର୍ଗତ ଛୋଟ ସହର ଓ ଗ୍ରାମରେ ପ୍ରଦର୍ଶିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ସକାଳ ୯.୩୦ ମିନିଟ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଡକ ସୁରକ୍ଷା ସଚେତନତା ପାଇଁ ୨ ଗୋଟି ରଥର ଶୁଭାରମ୍ଭ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଣି ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଏବଂ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତି ରେ ହୋଇଥିଲା। ଉକ୍ତ ରଥକୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଭୁବନେଶ୍ୱର ୧ ଓ ୨ ର ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀ ଏବଂ ସନତ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତର ମାନଙ୍କ ଦ୍ୱାରା ଜନ୍ମରୁ ହୃଦ ସମସ୍ୟା ଥିବା ଏକ ନବଜାତ ଶିଶୁର ସଫଳ ବେଲୁନ୍ ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା କରିପାରିଛନ୍ତି। ସମ୍ ହସ୍ପିଟାଲରେ ନୂତନ ଜ୍ଞାନ କୌଶଳ ମାଧ୍ୟମରେ ଚିକିତ୍ସା ଯୋଗୁଁ ୩୦ ଦିନର ଶିଶୁ ପୁତ୍ରକୁ ନୂଆ ଜୀବନ ମିଳିଛି। ହୃଦରୋଗ ଓ ନବଜାତ ଶିଶୁ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ମିଳିତ ଭାବେ ଏହି ଚିକିତ୍ସା କରାଯାଇପାରିଛି । ନିମାପଡ଼ାର ତୁଳସୀପୁର ଗ୍ରାମର ରମାକାନ୍ତ ଭୋଇ ଓ ଦୀପ୍ତିରାଣୀ ଭୋଇଙ୍କ ନବଜାତ ଶିଶୁପୁତ୍ରର ଶ୍ୱାସପ୍ରକ୍ରିୟାରେ ଅସୁବିଧା ଦେଖାଯିବାରୁ ସେମାନେ ଜାନୁୟାରୀ ୨ତାରିଖ ଦିନ ସମ୍ ହସ୍ପିଟାଲରେ ଶିଶୁଟିକୁ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଶିଶୁପୁତ୍ରର ଶରୀରରେ କୋ-ଆର୍କଟେସନ୍ ଅଫ୍ ଆଓର୍ଟା ବା ମହାଧମନୀର ସଙ୍କୋଚନ ସମସ୍ୟା ଥିବା ଜଣା ପଡ଼ିଥିଲା। ଏହି ରୋଗରେ ଶରୀରର ନିମ୍ନ…
ନୂଆଦିଲ୍ଲୀ: ଦିଲ୍ଲୀ ସଚିବାଳୟରେ ଅବସ୍ଥିତ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ସିବିଆଇ ଚଢାଉ କରିଛି। ଏହି ସମୟରେ ସେ ଦାବି କରିଛନ୍ତି ଯେ, ସିବିଆଇ ପୂର୍ବରୁ କିଛି ପାଇନାହିଁ ଏବଂ ବର୍ତ୍ତମାନ ମଧ୍ୟ କିଛି ପାଇବ ନାହିଁ। ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ୍ କରି ଦାବି କରିଛନ୍ତି ଯେ, ଆଜି ପୁଣି ସିବିଆଇ ମୋ ଅଫିସରେ ପହଞ୍ଚିଛି। ସେମାନଙ୍କୁ ସ୍ୱାଗତ। ସେମାନେ ମୋ ଘର ଉପରେ ଚଢାଉ କରିଥିଲେ, ମୋ ଅଫିସରେ ଚଢାଉ କରିଥିଲେ, ମୋ ଲକରକୁ ଖୋଜିଥିଲେ, ମୋ ଗାଁରେ ମଧ୍ୟ ଯାଞ୍ଚ କରିଥିଲେ। ମୋ ବିରୁଦ୍ଧରେ ତାଙ୍କୁ ନା କିଛି ମିଳିଛି ନା ଏବେ କିଛି ମିଳିବ, କାରଣ ମୁଁ କିଛି ଭୁଲ କରି ନାହିଁ। ଦିଲ୍ଲୀର ପିଲାମାନଙ୍କ ଶିକ୍ଷା ପାଇଁ ସଚ୍ଚୋଟତାର ସହିତ କାର୍ଯ୍ୟ କରିଛି। ଏଥି ସହ ସିବିଆଇ ସୂତ୍ରରୁ ପ୍ରକାଶ ଯେ, ଆମେ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ଚଢାଉ କରିନାହୁଁ। ବର୍ତ୍ତମାନ…
ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିସରରେ ଲୋକଙ୍କ ଉପରକୁ ଗାଡି ଚଢାଇବା ମାମଲାରେ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏକ ବିସ୍ପୋରକ ବୟାନ ଦେଇଛନ୍ତି। ବହୁତ ଦିନ ପରେ ସେ ଆଜି ମୁହଁ ଖୋଲିଛନ୍ତି। ମକର ସଂକ୍ରାନ୍ତି ଅବସରରେ ଅଟ୍ରି ହଟକେଶ୍ୱରଙ୍କ ପୀଠକୁ ବାବାଙ୍କ ଦର୍ଶନ କରିବାକୁ ଆସିବା ବେଳେ ସେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି ଯେ, ମୁଁ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଷଡଯନ୍ତ୍ର ଶିକାର ହୋଇଛି। ଯାହା ଯୋଗୁଁ ମୁଁ ଦଳରୁ ନିଲମ୍ବିତ ହୋଇଛି। ହେଲେ ମୋ ଉପରୁ ନିଲମ୍ବନ ଉଠିବ। ମତେ ବିଜେଡି ରୁ ପୁଣି ଟିକେଟ ମିଳିବ ଓ ମୁଁ ନିର୍ବାଚନ ଜିତିବି।” ସେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିଧାୟକ ହେବାପାଇ ଜାଣିଶୁଣି ମୋ ବିରୁଦ୍ଧରେ ରଘୁନାଥ ସାହୁ ଷଡଯନ୍ତ୍ର କରିଥିଲେ। ରଘୁ…
ଭୁବନେଶ୍ବର: ମୁନ୍ ଟିଭି ନିବେଦିତ ଓ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ ପ୍ରଯୋଜିତ ବହୁ ପ୍ରତିକ୍ଷିତ ଓଡ଼ିଆ ମ୍ୟୁଜିକ ଭିଡିଓ “ଚିତ୍ରଲେଖା”ର ମ୍ୟୁଜିକ୍ ରିଲିଜ ମୁନ୍ ଟିଭି ଅଫିସ ଏକ ବର୍ଣାଢୀୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ରିଲିଜ ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ ବୃନ୍ଦାବନ ମିଶ୍ର, ଆମ ଟିଭି ର ମୁଖ୍ୟ ପ୍ରଣୟ ଜେଠୀ, ସମାଜ ସେବୀ ମନୋଜ ସ୍ବାଇଁଙ୍କ ସହ ମ୍ୟୁଜୀକ ଭିଡ଼ିଓର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ ଉପସ୍ଥିତ ଥିଲେ। ଏହାର ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ ଥିବା ବେଳେ ଅଭିନୟରେ ଅଭିନେତା ରାଜେଶ, ଅଭିନେତ୍ରୀ ଡାଇନା ରହିଛନ୍ତି। ମୁଜିକ ଭିଡିଓର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଯୁବ ନିର୍ଦ୍ଦେଶକ ବାବୁ ବାବୁ। ଗୀତ ଟିରେ ଧାରାବାହିକ ରେ ଅଭିନୟ କରୁଥିବା ରାଜେଶ ଓ ଡାଇନା ଙ୍କ ସୁନ୍ଦର ଅଭିନୟ ଦର୍ଶକଙ୍କୁ ଭଲ ଲାଗିବା ସହ ବହୁ ମ୍ୟୁଜିକ୍ ଭିଡିଓରେ ନିର୍ଦ୍ଦେଶନା ଦେଇ…
ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ ତଥା ଓଡ଼ିଆ ଜାତିର ଅଭ୍ୟୁତ୍ଥାନର କର୍ଣ୍ଣଧାର ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଡିଏଭି ଆଞ୍ଚଳିକ ନିର୍ଦ୍ଦେଶାଳୟ,ଓଡ଼ିଶାର ସହଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷା ଡ.ସୁଜାତାଙ୍କ ପ୍ରରୋଚନାରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଦ୍ୱାରା ବ୍ୟାସକବିଙ୍କ ଜୟନ୍ତୀକୁ ଅତ୍ୟନ୍ତ ସଦ୍ଭାବନାର ସହିତ ପାଳନ କରାଯାଇଛି। ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଶୁଭ୍ରାଂଶୁ ମୋହନ ଦାଶ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ବ୍ୟାସକବିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ନରୋତ୍ତମ ଷଡ଼ଙ୍ଗୀ ଫକୀର ମୋହନଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ବରିଷ୍ଠ କିରାଣୀ କ୍ଷେତ୍ରମୋହନ ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ ମନ୍ତ୍ରପାଠ କରିବା ସହିତ ବୈଦିକ ଶ୍ଳୋକରେ ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲେ। ଫକୀରମୋହନଙ୍କ ରଚିତ ଛ’ମାଣ ଆଠ ଗୁଣ୍ଠ , ମାମୁ , ଲଛମା ଓ ପ୍ରାୟଶ୍ଚିତ ଉପନ୍ୟାସଗୁଡ଼ିକର ଭାବବସ୍ତୁ ଉପରେ ଆଲୋକପାତ କରା ଯାଇଥିଲା।…
ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନୋଟି ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଜାନୁଆରୀ ୧୫ ତାରିଖରେ ଖେଳାଯିବ। ଦୁଇ ଦେଶ ମଧ୍ୟରେ ଏହି ମ୍ୟାଚ୍ ଥିରୁବନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଗୁଆହାଟୀ ଏବଂ କୋଲକାତାରେ ଖେଳାଯାଇଥିବା ଏକଦିବସୀୟ ମ୍ୟାଚ ଜିତି ଭାରତ ଏହି ସିରିଜରେ ଅଗ୍ରଣୀ ହାସଲ କରିଛି। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ଏକ କ୍ଳିନ ସ୍ୱିପ୍ ଉପରେ ନଜର ରଖିବ। ଏଥି ସହିତ, ଭ୍ରମଣକାରୀ ଦଳ ଶେଷ ମ୍ୟାଚ୍ ଜିତି ସିରିଜର ହାପି ଏଣ୍ଡିଂ କରିବାକୁ ଚାହିଁବ। ଯଦି ଭାରତୀୟ ଦଳ ତୃତୀୟ ଦିନିକିଆ ଜିତିବାରେ ସଫଳ ହୁଏ, ତା’ହେଲେ ତାଙ୍କ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ଲିପିବଦ୍ଧ ହେବ। ତୃତୀୟ ମ୍ୟାଚ୍ ଜିତିବା ମାତ୍ରେ ଭାରତୀୟ ଦଳ ନାମରେ କୌଣସି ଦେଶ ବିପକ୍ଷରେ ସର୍ବାଧିକ ମ୍ୟାଚ୍ ଜିତିବାର ରେକର୍ଡ ପଞ୍ଜିକୃତ ହେବ। ଏହି ପରିପ୍ରେକ୍ଷୀରେ ରୋହିତଙ୍କ ଦଳ ଅଷ୍ଟ୍ରେଲିଆକୁ ପଛରେ ପକାଇବା।…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ରାମପୁର ରୋଡ ରେଳ ଲାଇନରେ ଜଣେ ବୟସ୍କ ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଦେଖିବାକୁ ମିଳିଛି। ଆଜି ସକାଳେ ରେଳ ଲାଇନରେ ଏକ ଅଜଣା ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପଡିଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ବାଲୁଗାଁ ଆରପିଏଫ କୁ ଖବର ଦେଇଥିଲେ। ବର୍ତ୍ତମାନ ବାଲୁଗାଁ ଆରପିଏଫ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧା ରୋଡ ଜିଆରପି କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡିଛି।

