Author: Samikhsya Bureau

ଭୁବନେଶ୍ବର: ରାଜ୍ୟ ସରକାରରେ ଦୀର୍ଘ ମାସ ଧରି ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିବା ମୋନଜ ମିଶ୍ର ରେଳ ମନ୍ତ୍ରଣାଳୟରୁ ଇସ୍ତଫା ଦେଇଛନ୍ତି। ସେଠାରେ ତାଙ୍କର ଇସ୍ତଫା ଗୃହିତ ହେବା ପରେ ରାଜ୍ୟ ସରକାର ତାଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟାରେ ନିଯୁକ୍ତି ଦେଇଛନ୍ତି। ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମନୋଜ ହେଉଛନ୍ତି କେନ୍ଦ୍ର ସରକାରଙ୍କ ୧୯୯୯ ବ୍ୟାଚ୍ ଇଣ୍ଡିଆନ ରେଲୱେ ଟ୍ରାଫିକ ସର୍ଭିସ ଅଧିକାରୀ। ସେ ବହୁ ମାସ ଧରି ଓଡିଶାକୁ ଡେପୁଟେସନରେ ଆସି କାର୍ଯ୍ୟ କରୁଛନ୍ତି। ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାମ କରିଛନ୍ତି। ବର୍ତ୍ତମାନ ମନୋଜ ଆଇଟି ଏବଂ ବାଣିଜ୍ୟ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଅଛନ୍ତି। ସେ ମଧ୍ୟ ଓକାକର ଅଧ୍ୟକ୍ଷ ଅଛନ୍ତି। ପୂର୍ବ ପରି ସେ ଏହିସବୁ ଦାୟିତ୍ବରେ ରହିବେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଭୁବନେଶ୍ବରରେ ଆଦର୍ଶ “ସହରାଂଚଳ ମୋ ସେବା କେନ୍ଦ୍ର” ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଭୁବନେଶ୍ୱର ବାପୁଜୀ ନଗରରେ ସ୍ମାର୍ଟ ସିଟି ସହଯୋଗରେ ଏହି ମୋ ସେବା କେନ୍ଦ୍ର ଆରମ୍ଭ କରାଯାଇଛି। ଏହି କେନ୍ଦ୍ରରେ ସହରାଞ୍ଚଳବାସୀଙ୍କୁ କୃଷକ ପଞ୍ଜୀକରଣ, ଶ୍ରମ ପଞ୍ଜିକରଣ, ମୃତ୍ୟୁ ଏବଂ ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ, ପ୍ୟାନ କାର୍ଡ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଜୀବନ ପ୍ରମାଣ ଇତ୍ୟାଦି ଡିଜିଟାଲ୍ ସେବା ଯୋଗାଇ ଦିଆଯିବ। ବର୍ତ୍ତମାନସୁଦ୍ଧା ୬୨୦୦ ପଞ୍ଚାୟତରେ “ମୋ ସେବା କେନ୍ଦ୍ର” ପ୍ରତିଷ୍ଠା କରାଯାଇଅଛି। ମୋ ସେବା କେନ୍ଦ୍ର ମାଧ୍ୟମରେ ୪୦୦ରୁ ଉର୍ଦ୍ଧ ସେବା ସୁଲଭ ମୂଲ୍ୟରେ ନାଗରିକଙ୍କ ପାଇଁ ଉପଲବ୍ଧ କରାଯାଇଛି। ଏହି ମଡେଲ୍ “ସହରାଂଚଳ ମୋ ସେବା କେନ୍ଦ୍ର” ସହରାଞ୍ଚଳ ନାଗରିକଙ୍କ ବସବାସ କରୁଥିବା ଲୋକଙ୍କ ଦୈନଦିନ ଡିଜିଟାଲ୍ ସେବାର ଅବଶ୍ୟକତାକୁ ପୂରଣକରିବ। ଏହି ସେବାକେନ୍ଦ୍ରରେ ୪ଟି ସାଧାରଣ କାଉଣ୍ଟର ଏବଂ ୨ଟି ଆଧାର କାଉଣ୍ଟର ଉପଲବ୍ଧ…

Read More

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ବ୍ୟାଟ୍ସମ୍ୟାନମାନେ ମ୍ୟାଚ୍ ଉପରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ ଏବଂ ମ୍ୟାଚ୍ ଡ୍ର ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ପଏଣ୍ଟ ଟେବୁଲରେ ଅଧିକ ପରିବର୍ତ୍ତନ ଦେଖିବାକୁ ମିଳି ନଥିଲା। ଏହି ଉଭୟ ଦଳ ବର୍ତ୍ତମାନ ଫାଇନାଲ ପାଇଁ ଦୌଡରୁ ବାଦପଡିରିଛନ୍ତି, ତେଣୁ ସେମାନଙ୍କ ମଧ୍ୟରେ ସିରିଜ୍ ଫାଇନାଲରେ କୌଣସି ପ୍ରଭାବ ପକାଇବ ନାହିଁ। ପଏଣ୍ଟ ଟେବୁଲର ତାଜା ସ୍ଥିତି କ’ଣ ଆସନ୍ତୁ ଜାଣିବା…. ପଏଣ୍ଟ ଟେବୁଲରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡର ସ୍ଥିତି: ଏହି ଟେଷ୍ଟ ଚାମ୍ପିୟନଶିପ୍‌ର ଷଷ୍ଠ ତଥା ଶେଷ ସିରିଜ୍ ପାକିସ୍ତାନ ଖେଳୁଛି। ଏପର୍ଯ୍ୟନ୍ତ ସେମାନେ ଚାରିଟି ମ୍ୟାଚ୍ ଜିତି ୬ ଟି ମ୍ୟାଚରେ ହାରିଛନ୍ତି। ତିନୋଟି ମ୍ୟାଚ୍ ଡ୍ର ହୋଇଛି। ପାକିସ୍ତାନ ମୋଟ ୬୦ ପଏଣ୍ଟ ହାସଲ କରିଛି, କିନ୍ତୁ ସେମାନଙ୍କର ସ୍କୋର ପ୍ରତିଶତ ମାତ୍ର ୩୮.୪୬ ରହିଛି ଏବଂ…

Read More

ନୂଆଦିଲ୍ଲୀ: ଅଗ୍ନିବୀର ବାୟୁଙ୍କର ପ୍ରଥମ ବ୍ୟାଚ୍ ଆଜି ଭାରତୀୟ ବାୟୁସେନାରେ ଅଗ୍ନିପଥ ଯୋଜନା ଅଧୀନରେ ଉତ୍ସାହ ଏବଂ ଉଦ୍ଧିପନା ସହିତ ତାଲିମ ଆରମ୍ଭ କରିଛି। ଭାରତୀୟ ବାୟୁସେନା ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦେଇଛି। ପ୍ରକାଶ ଯୋଗ୍ୟ ଯେ, ଚଳିତ ବର୍ଷ ଜୁନ୍ ୨୪ ତାରିଖରେ ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନା ଦ୍ଵାରା ଅଗ୍ନିବୀରର ନିଯୁକ୍ତି ପାଇଁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ପ୍ରତିରକ୍ଷା ଟୁଇଟର ହ୍ୟାଣ୍ଡେଲରୁ ସୂଚନା ଦିଆଯାଇଛି ଯେ ଆଜିଠାରୁ ଏୟାରମେନ ଟ୍ରେନିଂ ସ୍କୁଲ (ଏଟିଏସ) ବେଲଗାଭିରେ ପ୍ରଥମ ବ୍ୟାଚ୍ ‘ଅଗ୍ନିବୀରବାୟୁ’ର ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା। ଏୟାର ମାର୍ଶଲ ମନଭେନ୍ଦ୍ର ସିଂ ଟ୍ରେନିଂ କମାଣ୍ଡ ଏଟିଏସ ବେଲଗାଭି ପରିଦର୍ଶନ କରି ଅଗ୍ନିବୀରବାୟୁର ନୂତନ ନିଯୁକ୍ତ ବ୍ୟାଚକୁ ସମ୍ବୋଧିତ କରିଥିଲେ। ଉଲ୍ଲେଖନୀୟ ବିଷୟ ହେଉଛି, ଅଗ୍ନିବୀରକୁ ଅଗ୍ନିବୀରବାୟୁର ନାମରେ ବାୟୁସେନାରେ ନିଯୁକ୍ତି ଦିଆଯାଉଛି। ବାୟୁସେନା ପୂର୍ବରୁ ଟୁଇଟ୍ କରି ସୂଚନା ଦେଇଥିଲା ଯେ, ଏହି…

Read More

ରଣପୁର: ଗୋପାଳପୁର ପ୍ରଫୁଲ୍ଲ ବ୍ୟୋମକେଶ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତାର ଆଜି ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଖେଳ ଅନୁଷ୍ଠିତ ହୋଇଥିଲା। ଏହି ସେମି ଫାଇନାଲ ମ୍ୟାଚ ଗୋପାଳପୁର ଓ ଖଣ୍ଡପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖୋର୍ଦ୍ଧା ୩ଟି ଗୋଲ ଦେଇ ଫାଇନାଲକୁ ପ୍ରବେଶ କରିଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଁ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ବନମାଳୀ ମହାପାତ୍ର, ବରିଷ୍ଠ ସମାଜସେବୀ, କିଶୋର ପଟ୍ଟନାୟକ, ସମାଜସେବୀ ଲିଙ୍ଗରାଜ ନାୟକ, ପ୍ରାଧ୍ୟାପକ ବିଜୟ କୁମାର ଜେନା, ସୁନାଖଳା ମେଡିକାଲର ସୁପରିଟେଣ୍ଡ ଡାକ୍ତର ଜଗଦୀଶ ଜେନା , ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜ୍ୟୋତି ରଞ୍ଜନ ଦାଶ ପ୍ରମୁଖ ମଞ୍ଚାଷିନ ଥିଲେ। ରେଫରି ଭାବରେ ରାଜକିଶୋର ମହାନ୍ତି, ଜଗରନ୍ନାଥ ପରିଡା, ପ୍ରତାପ ମୁଦୁଲି, ସିଂ ପ୍ରସାଦ ସାମନ୍ତ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ସମାଜସେବୀ କ୍ରୀଷ୍ଣା ଦାସ,ଚନ୍ଦନ କୁମାର ସାହୁ,…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଦେଖାଇ ଆଜି (୩୦.୧୨.୨୦୨୨) ହାଓଡାରୁ ନ୍ୟୁ-ଜଳପାଇଗୁଡି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରାଇଛନ୍ତି। ଏହା ଆଭାସୀ ମାଧ୍ୟମରେ ସମ୍ପାଦିତ ହୋଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ଜୋକା-ଏସପ୍ଲାନେଡ ମେଟ୍ରୋ ରେଳ ପ୍ରକଳ୍ପର ପର୍ପଲ ଲାଇନର ଜୋକା-ତାରତଲା ଖଣ୍ଡରେ ମେଟ୍ରୋ ଚଳାଚଳ ଶୁଭାରମ୍ଭ କରିଛନ୍ତି। ସେ ମଧ୍ୟ ଚାରିଟି ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସେଗୁଡିକ ହେଲା ବୋଞ୍ଚି-ଶକ୍ତିଗଡ ତୃତୀୟ ଲାଇନ, ଡାଙ୍କୁଣୀ-ଚନ୍ଦନପୁର ଚତୁର୍ଥ ଲାଇନ ପ୍ରକଳ୍ପ, ନିମଟିଟା-ନ୍ୟୁ ଫାରାକ୍କା ଦୋହରା ଲାଇନ ଏବଂ ଆମ୍ବାରୀ ଫାଲକାଟା-ନ୍ୟୁ ମାୟାଁନାଗୁଡି-ଗୁମନିହାଟ ଦୋହରୀକରଣ ପ୍ରକଳ୍ପ। ପ୍ରଧାନମନ୍ତ୍ରୀ ମଧ୍ୟ ନ୍ୟୁ-ଜଳପାଇଗୁଡି ରେଳଷ୍ଟେସନ ନବୀକରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି। ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜି ସ୍ୱୟଂ ଉପସ୍ଥିତ ହୋଇପାରି ନ ଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ। ଆଜିର ଦିନରେ ବଙ୍ଗଭୂମିକୁ ନତମସ୍ତକ ହେବାର ସମୟ ଓ ସ୍ୱାଧୀନତା ସଂଗ୍ରାମରେ ବଙ୍ଗଳାର ପ୍ରତିଟି ଧୂଳିକଣା ମିଶି ରହିଛି…

Read More

ଭୁବନେଶ୍ୱର: ରାଜ୍ୟରେ ମାଣ୍ଡିଆ ସଂଗ୍ରହ ନିମନ୍ତେ ଚାଷୀ ପଂଜୀକରଣର ସମୟ ସୀମାକୁ ୨୦୨୩ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଅବଧି ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ଅଧିକ ସଂଖ୍ୟକ ମାଣ୍ଡିଆ ଚାଷୀ ନୂତନ ଭାବେ ନିଜ ନାମ ପଂଜୀକରଣ ପାଇଁ ଆସୁଥିବା ଲକ୍ଷ୍ୟ କରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏମ୍‌-ପାସ୍‌ ଜରିଆରେ ଅନ୍‌ଲାଇନ୍‌ ଚାଷୀ ପଂଜୀକରଣ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ଅଧିକ ସଂଖ୍ୟକ ନୂତନ ମାଣ୍ଡିଆ ଚାଷୀଙ୍କୁ ପଂଜୀକରଣର ସୁବିଧା ମିଳିବ। ପଂଜୀକୃତ ଚାଷୀମାନେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟରେ ମଣ୍ଡିରେ ମାଣ୍ଡିଆ ବିକି୍ର କରିପାରିବେ । ଆଜି ଏହି ମର୍ମରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ରାଜ୍ୟର ୧୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସେମାନଙ୍କ ମଧ୍ୟରେ ତିନି ଜଣ ଡିଆଇଜି ପାହ୍ୟାକୁ ପଦନ୍ନୋତି ହୋଇଥିବାରୁ ତାଙ୍କର ବଦଳ ହୋଇଛି। ସେହିପରି ମୋଟ ୧୫ ଜଣ ଏସପିଙ୍କୁ ବିଭିନ୍ନ ଜିଲ୍ଲାକୁ ବଦଳି ହୋଇଛି। ଯେଉଁ ତିନିଜଣଙ୍କୁ ପଦନ୍ନୋତି ଦିଆଯାଇଛି, ସେମାନେ ହେଲେ ଜଗତସିଂହପୁର ଏସପି ଅଖିଳେଶ୍ବର ସିଂ, ଗଂଜାମ ଏସପି ବ୍ରଜେଶ ରାଏ, ଭଦ୍ରକ ଏସପି ଚରଣ ସିଂ ମିନା। ଅଖିଳେଶ୍ବର ସିଂ ଡିଆଇଜି ପାହ୍ୟାକୁ ପଦନ୍ନୋତି ପରେ ତାଙ୍କୁ ଏସଏପି ର ଡିଆଇଜି କରାଯାଇଛି। ଗଂଜାମ ଏସପି ବ୍ରଜେଶ ରାଏଙ୍କୁ ଡିଆଇଜି ଅନୁଗୁଳକୁ ବଦଳି କରାଯାଇଛି। ଭଦ୍ରକ ଏସପି ଚରଣସିଂ ମିନାଙ୍କୁ ଅଗ୍ନିଶମ ଏବଂ ହୋମଗାର୍ଡର ଡିଆଇଜି ଭାବେ ବଦଳି କରାଯାଇଛି। ବାଲେଶ୍ୱର ଏସପି ଥିବା ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ଏସପି ଯାଜପୁରର ଏସପି ଥିବା ରାହୁଲ ପିଆରଙ୍କୁ ଜଗତସିଂହପୁରର ଏସପି ଅନୁଗୋଳର ଏସପି ଥିବା ଜଗମୋହନ ମିନାଙ୍କୁ ଗଞ୍ଜାମ…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସେମାନଙ୍କ ମଧ୍ୟରେ ତିନି ଜଣ ଡିଆଇଜି ପାହ୍ୟାକୁ ପଦନ୍ନୋତି ହୋଇଥିବାରୁ ତାଙ୍କର ବଦଳ ହୋଇଛି। ସେହିପରି ମୋଟ ୧୫ ଜଣ ଏସପିଙ୍କୁ ବିଭିନ୍ନ ଜିଲ୍ଲାକୁ ବଦଳି ହୋଇଛି। ଯେଉଁ ତିନିଜଣଙ୍କୁ ପଦନ୍ନୋତି ଦିଆଯାଇଛି, ସେମାନେ ହେଲେ ଜଗତସିଂହପୁର ଏସପି ଅଖିଳେଶ୍ବର ସିଂ, ଗଂଜାମ ଏସପି ବ୍ରଜେଶ ରାଏ, ଭଦ୍ରକ ଏସପି ଚରଣ ସିଂ ମିନା। ଅଖିଳେଶ୍ବର ସିଂ ଡିଆଇଜି ପାହ୍ୟାକୁ ପଦନ୍ନୋତି ପରେ ତାଙ୍କୁ ଏସଏପି ର ଡିଆଇଜି କରାଯାଇଛି। ସେହିପରି ଗଂଜାମ ଏସପି ବ୍ରଜେଶ ରାଏଙ୍କୁ ଡିଆଇଜି ଅନୁଗୁଳକୁ ବଦଳି କରାଯାଇଛି। ଅନ୍ୟପକ୍ଷରେ ପଦନ୍ନୋତି ପାଇଥିବା ଭଦ୍ରକ ଏସପି ଚରଣସିଂ ମିନାଙ୍କୁ ଅଗ୍ନିଶମ ଏବଂ ହୋମଗାର୍ଡର ଡିଆଇଜି ଭାବେ ବଦଳି କରାଯାଇଛି।

Read More

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅନେକ ସ୍ଥାନରେ ଘନ କୁହୁଡି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ରେଳ ସେକ୍ସନରେ ରାତ୍ରି ସମୟ ଠାରୁ ପ୍ରାତଃ କାଳ ସମୟରେ ଘନ କୁହୁଡ଼ିକୁ ସାମ୍ନା କରି ରେଳ ଚଳାଚଳ କରାଇବାକୁ ଏହାର କାର୍ଯ୍ୟଶକ୍ତିକୁ ପ୍ରସ୍ତୁତ ରଖିବା ସହ କୁହୁଡି ପ୍ରଭାବିତ କ୍ଷେତ୍ରରେ ସାବଧାନ ଅବଲମ୍ବନ କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛି। ଘନ କୁହୁଡି ପରିସ୍ଥିତିରେ ପୂର୍ବତଟ ରେଳପଥ ଟ୍ରେନ ପରିଚାଳନା ସମ୍ବନ୍ଧରେ ଏହାର ନିର୍ଧାରିତ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାରେ ସକ୍ଷମ ଅଛି। ଟ୍ରେନ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯାଇ ଅଧିକ କୁହୁଡି ସମୟରେ ଟ୍ରେନର ଗତିକୁ ନିୟନ୍ତ୍ରଣ କରିବାକୁ ଟ୍ରେନ ଚାଳକ ମାନଙ୍କୁ କୁହାଯାଇଛି; ଯେପରିକି ସେମାନେ ଅନୁଭବ କରିବେ ଯେ କୌଣସି ବିପଦ ନାହିଁ। ଏହା ବ୍ୟତୀତ ବହୁ ସାବଧାନତା ଅବଲମ୍ବନ କରିବା ସହ ଅଧିକାରୀ ଓ ନିରାପତ୍ତା ପରିଷଦ ମାନଙ୍କ ଦ୍ୱାରା ରନିଙ୍ଗ ଷ୍ଟାଫ ମାନଙ୍କୁ ପ୍ରଶିକ୍ଷଣ…

Read More

ଦିଲ୍ଲୀ: ଭାରତ ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ମାଇଲ୍‌ଖୁଂଟକୁ ଅତିକ୍ରମ କରିଛି – ୩୧ ଡିସେମ୍ବର ପୂର୍ବରୁ ୧,୫୦,୦୦୦ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି – ଏଚ୍‌ଡବ୍ଲ୍ୟୁସି) କାର୍ଯ୍ୟକ୍ଷମ ହୋଇଛି। ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହି ସଫଳତା ହାସଲ କରିବା ନିମନ୍ତେ ଦେଶର ପ୍ରୟାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବା ସୁବିଧା ତଥା ସୁଯୋଗ ପାଇବା କ୍ଷେତ୍ରରେ ଏହି କେନ୍ଦ୍ର ଗୁଡିକ ସମଗ୍ର ଦେଶରେ ନାଗରିକ ମାନଙ୍କୁ ସହାୟତା  କରିବେ ବୋଲି ସେ ପ୍ରଶଂସା କରି କହିଛନ୍ତି। ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଦେଶକୁ ଶୁଭେଚ୍ଛା ଜଣାଇବା ସହ ଭାରତ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ତାହା ସଫଳତାର ସହ ହାସଲ କରିଛି ବୋଲି ସେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ଦର୍ଶନକୁ ବାସ୍ତବିକତାରେ ପରିବର୍ତ୍ତିତ କରି, ରାଜ୍ୟ/କେନ୍ଦ୍ରଶାସିତ…

Read More

ନୂଆଦିଲ୍ଲୀ: ଭାରତ ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ମାଇଲ୍ଖୁଂଟକୁ ଅତିକ୍ରମ କରିଛି – ୩୧ ଡିସେମ୍ବର ପୂର୍ବରୁ ୧,୫୦,୦୦୦ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି – ଏଚଡବ୍ଲ୍ୟୁସି) କାର୍ଯ୍ୟକ୍ଷମ ହୋଇଛି। ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହି ସଫଳତା ହାସଲ କରିବା ନିମନ୍ତେ ଦେଶର ପ୍ରୟାସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବା ସୁବିଧା ତଥା ସୁଯୋଗ ପାଇବା କ୍ଷେତ୍ରରେ ଏହି କେନ୍ଦ୍ର ଗୁଡିକ ସମଗ୍ର ଦେଶରେ ନାଗରିକ ମାନଙ୍କୁ ସହାୟତା କରିବେ ବୋଲି ସେ ପ୍ରଶଂସା କରି କହିଛନ୍ତି । ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଦେଶକୁ ଶୁଭେଚ୍ଛା ଜଣାଇବା ସହ ଭାରତ ଯେଉଁ ଲକ୍ଷ୍ୟ ଧାର‌୍ୟ୍ୟ କରିଛି ତାହା ସଫଳତାର ସହ ହାସଲ କରିଛି ବୋଲି ସେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର…

Read More

ନୂଆଦିଲ୍ଲୀ: କ୍ରିକେଟର ଋଷଭ ପନ୍ତଙ୍କ କାର ଉତ୍ତରାଖଣ୍ଡର ରୁଡକି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ପନ୍ତ ଆହତ ହୋଇଥିଲେ। ଏହି ଖବର ଆସିବା ପରଠାରୁ ଘଟଣା ସହ ଜଡିତ ଚିତ୍ର ସୋସିଆଲ ମିଡିଆରେ ସେୟାର କରାଯାଉଥିବାବେଳେ ବରିଷ୍ଠ ନେତା, କ୍ରିକେଟର ତଥା ପ୍ରଶଂସକମାନେ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଏବଂ ସେ ଟୁଇଟ୍ କରି ଶୀଘ୍ର ସୁସ୍ଥ ହେବା ଲାଗି କାମନା କରିଛନ୍ତି। ବର୍ତ୍ତମାନ ରିଷଭ ପନ୍ତ ସୁସ୍ଥ ଥିବା ଜଣାପଡ଼ିଛି। ଉଲ୍ଲେଖ ଯୋଗ୍ୟ ଯେ, ଋଷଭ ପନ୍ତଙ୍କ ମର୍ସିଡିଜ୍ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହାକୁ ସେ ନିଜେ ଡ୍ରାଇଭ କରୁଥିଲେ। ଦୁର୍ଘଟଣା ସମୟରେ ପନ୍ତ କାରରେ ଏକୁଟିଆ ଥିଲେ। ଏହି ଦୁର୍ଘଟଣା ପରେ ମର୍ସିଡିଜ୍ ରେ ନିଆଁ ଲାଗିଯାଇଥିଲା ​​ଏବଂ ସେ ସାହାସର ସହ କାର କାଚ ଭାଙ୍ଗି ବାହାରକୁ ଆସିଥିଲେ। ପ୍ରଥମେ ତାଙ୍କୁ ରୁଡକିକୁ…

Read More

ଭୁବନେଶ୍ୱର: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ୧୨୦ଟି ଶିକ୍ଷକ ପ୍ରଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁମୋଦନ କରିଛନ୍ତି। ଏଥିପାଇଁ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିଶନ ଡିସେମ୍ବର ୧୨ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହି ବିଜ୍ଞପ୍ତି ଅନୁସାରେ ଡିସେମ୍ବର ୨୦ ତାରିଖରେ ଅନ୍‌ଲାଇନ୍‌ ପଞ୍ଜୀକରଣ ଆରମ୍ଭ ହୋଇଛି ଓ ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ହିଁ ପଞ୍ଜୀକରଣ କରାଯିବ। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏ ସଂପର୍କରେ ଅଧିକ ତଥ୍ୟ www.ossc.gov.in କୁ କ୍ଲିକ କଲେ ଜାଣିପାରିବେ। ଏଥିରେ ତିନୋଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ପ୍ରାଥମିକ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଓ ସାର୍ଟିଫିକେଟ୍‌ ଯାଞ୍ଚ, ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପରୀକ୍ଷା କରାଯିବ। କେବଳ ଇଂରାଜୀ ବିଷୟ ବ୍ୟତୀତ ପରୀକ୍ଷା ସମ୍ବନ୍ଧୀୟ ସଂପୂର୍ଣ୍ଣ ତଥ୍ୟ ପରେ ପ୍ରକାଶ…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ ମୋଦୀଙ୍କ ପରଲୋକ ହୋଇଯାଇଛି। ତାଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ରାଜନୈତିକ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହେରାବେନଙ୍କ ଦେହାନ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମବେଦନା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ ହେରବାଙ୍କ ଶହେ ବର୍ଷର ସଂଘର୍ଷ ପୂର୍ଣ୍ଣ ଜୀବନକୁ ଭାରତୀୟ ଆଦର୍ଶର ପ୍ରତୀକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଶ୍ରୀ ମୋଦୀ ତାଙ୍କ ଜୀବନରେ ମାତୃ ଦେବ ଭବ ଆତ୍ମା ଏବଂ ହିରବାଙ୍କ ମୂଲ୍ୟବୋଧକୁ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖର: ହେରେବେନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପରାଷ୍ଟ୍ରପତି ଜଗଦୀପ ଧନଖର କହିଛନ୍ତି ଯେ ସେ ମାତୃତ୍ୱର ଗୁଣକୁ ପ୍ରତିଫଳିତ କରୁଥିବା ସରଳତା ଏବଂ ଉଚ୍ଚତାର ଉଦାହରଣ ଦେଇଛନ୍ତି। ସେ ବିଦାୟ ନେଇଥିବା ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା…

Read More

ପୁରୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ଅହମ୍ମଦାବାଦରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ଶହେ ବର୍ଷ ହୋଇଥିଲା। ସେ ଅସୁସ୍ଥ ହୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଭୋର ୩ ଟା ୩୦ ମିନିଟରେ ସେ ଶେଷ ନିଃସ୍ବାସ ତ୍ୟାଗ କଲେ। ସେଥିପାଇଁ ଆଜି ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି। ସେହିପରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କ ବାଲୁକା କଳାରେ ଶୋକ ବ୍ୟକ୍ତି କରିଛନ୍ତି। ସେ ପୁରୀ ବେଳାଭୂମିରେ ହୀରାବେନଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି ଯାହା ବେଶ ଆକର୍ଷଣୀୟ ହୋଇଛି। ଏଥିରେ ସେ ପଛପଟେ ‘ମା’ ବୋଲି ହିନ୍ଦିରେ ଉଲ୍ଲେଖ କରିଛନ୍ତି। ସେ ନୀଳ ରଂଗର ଏକ ସ୍ତୁପ ନିର୍ମାଣ କରି ତା ଉପରେ ଧଳା ରଂଗର ବାଲିରେ ହୀରାବେନଙ୍କ ବାଲୁକା କଳା ସ୍ଥାପନ କରିଛନ୍ତି। ତାଙ୍କ ଚାରିପଟେ ମେଘ ଖଣ୍ଡକୁ ସେ ମଧ୍ୟ ସ୍ଥାପନ କରିଛନ୍ତି।…

Read More

ଭୁବନେଶ୍ବର: ପ୍ରତିବର୍ଷ ପୌଷ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ ଶାମ୍ବ ଦଶମୀ। ଏଥର ଏହି ଦଶମୀ ନୂଆ ବର୍ଷରେ ପଡୁଛି। ଅର୍ଥାତ ଜାନୁୟାରୀ ଏକ ତାରିଖ ରବିବାରରେ ପଡୁଛି। ମୁଖ୍ୟତଃ ଏହି ପୂଜା ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଥାଏ। କୁମାର ପୂର୍ଣ୍ଣିମା ଯେପରି ଚନ୍ଦ୍ର ଦେବତାଙ୍କ ପାଇଁ ଠିକ୍ ଶାମ୍ବ ଦଶମୀ ସୂର୍ଯ୍ୟଙ୍କ ଉପାସନା କରାଯାଏ। ସାଧାରଣତଃ ଶାମ୍ବ ଦଶମୀକୁ ଚାନ୍ଦମାନ ବର୍ଷର ଶେଷ ବୋଲି ଧରା ଯାଇଥାଏ। କାରଣ ଶାମ୍ବ ଦଶମୀରୁ ଚିତାଲାଗି ଅମବାସ୍ୟା ପର୍ଯ୍ୟନ୍ତ ଓଡିଆ ଘରେ ଆଉ କୌଣସି ପିଠାପଣା ପୂଜା ହୋଇ ନ ଥାଏ। ମୁଖ୍ୟତଃ ମହିଳାମାନେ ସେମାନଙ୍କର ସନ୍ତାନଙ୍କ ଆରୋଗ୍ୟ କାମନା କରି ଏହି ପୂଜା ବା ଉପସାନା କରିଥାନ୍ତି। ପୁରାଣରେ ରହିଛି ଯେ, ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପ ଗସ୍ତ ହୋଇ କୁଷ୍ଠ ରୋଗରେ ପଡିତି ହୋଇଥିଲେ। ସେ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟ ପୂଜା କରି ଏହି କୁଷ୍ଠ ରୋଗରୁ ମୁକ୍ତି…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରଜରାଜନଗର ଠାରେ ବିଧାନ ସଭାର ପୂର୍ବତନ ବାଚସ୍ପତି ସ୍ବର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କିଶୋର ବାବୁଙ୍କ ସରଳତା ତାଙ୍କର ବଡ ପରିଚୟ ଥିଲା। ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ। ତୃଣମୂଳ ସ୍ତରରୁ ରାଜନୀତି ଆରମ୍ଭ କରି ସେ ସରକାରୀ ମୁଖ୍ୟ ସଚେତକ, ସାଂସଦ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ରାଜ୍ୟ ବିଧାନ ସଭାର ବାଚସ୍ପତି ମଧ୍ୟ ହୋଇଥିଲେ। ବିଜୁ ଜନତା ଦଳର ସେ ଜଣେ ଦକ୍ଷ ସଂଗଠକ ଓ ନେତା ଥିଲେ। ଦଳକୁ ମଜବୁତ କରିବାରେ ତାଙ୍କର ବହୁତ ଅବଦାନ ଥିଲା। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଯୋଗ ଦେଇ କହିଲେ ଯେ ସ୍ବର୍ଗତ କିଶୋର ବାବୁଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ଥିଲା। ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ପଶ୍ଚିମ…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଥିଲା ଏକ କଠିନ ଦିନ। କାରଣ ଗୋଟିଏ ପଟେ ନିଜ ମାଆ ହୀରାବେନଙ୍କ ଦେହାନ୍ତ ଅନ୍ୟପଟେ ଭାରତ ମାଆଙ୍କର ଉନ୍ନୟନ କାମ। ଏହି ଦୁଇଟି ଘଟଣାକୁ ଆଜି କରି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସକାଳୁ ସେ ମାଆ ହୀରାବେନଙ୍କ ଶେଷକୃତ୍ୟରେ ଯୋଗ ଦେଇଥିଲେ। ସେଠାରେ ସେ ମାଆଙ୍କୁ ମୁଖାଗ୍ନି ଦେଇ ଶବ ଶତ୍କାର କଲେ। ଏହାପରେ ପ୍ରଧାନମନ୍ତ୍ରୀ କିଛି ସମୟ ପରେ ଗୁଜୁରାଟ ରାଜଭବନକୁ ଆସି ପୂର୍ବ ନିର୍ଦ୍ଧାରିତ ହୋଇଥିବା ଭାରତ ମାତାର କାମ ଆରମ୍ଭ କରିଥିଲେ। ଆଜି ପ୍ରଧାନମନ୍ତ୍ରୀ କୋଲକତା ଯାଇ ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଥିଲା। ସେ ନୂଆଦିଲ୍ଲୀରୁ କୋଲକତା ଯିବା ପାଇଁ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ହେଲେ ଗତକାଲି ବିଳମ୍ବିତ ରାତିରେ ମାଆଙ୍କ ମୃତ୍ୟୁ ଖବର ମିଳିବା ପରେ ମୋଦୀ ନୂଆଦିଲ୍ଲୀରୁ ସିଧା ଅହମ୍ମଦାବାଦ ଯାଇଥିଲେ।…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୂଆ ବର୍ଷ ଭେଟି ଦେଇଛନ୍ତି। ସେ ଆଜି ରାଜ୍ୟ ସରକାରଙ୍କ ସମସ୍ୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ପ୍ରତିଶତ ମହଙ୍ଗା ଭତ୍ତା ଘୋଷଣା କରିଛନ୍ତି। ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚାରି ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ଓ TI ମଞ୍ଜୁର କରିଛନ୍ତି। ଜୁଲାଇ ପହିଲା ୨୦୨୨ ରୁ ଏହା ପିଛିଲା ଭାବେ ଲାଗୁ ହେବ।

Read More

Rishabh Pant’s Car Crashed: ଆଜି ଏକ ବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି କ୍ରିକେଟର ଋଷଭ ପନ୍ଥ। ଏହି ଦୁଃର୍ଘଟଣାଟି ଏତେ ତୀବ୍ର ହୋଇଛି ଯେ ପନ୍ଥ ତାଙ୍କ ଜୀବନ କିପରି ବଞ୍ଚାଇଲେ ତାହା ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। କାରଣ ତାଙ୍କର ମରସଡିସ କାରଟି ଡିଭାଡରରେ ପିଟି ହୋଇ ପୁରା ଚୁରୁମାର ହୋଇଯାଇଛି। ଆଜି ସକାଳେ ଋଷଭ ତାଙ୍କର କାରରେ ଆସୁଥିବା ବେଳେ ଦିଲ୍ଲୀ ଡେରାଡୁନ ହାଇୱେରେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତୀବ୍ର ଗତିରେ ଆସୁଥିବା ତାଙ୍କ କାରଟି ନିୟନ୍ତ୍ରଣ ହରାଇ ଏକ ଡିଭାଡରରେ ପିଟି ହୋଇଥିଲା। ପରେ ପରେ କାରରେ ନିଆଁ ଲାଗିଯାଇଥିଲା। ହେଲେ ଋଷଭ ଜଳନ୍ତା କାରର କାଚ ଭାଙ୍ଗି ବାହାରକୁ ଡେଇଁ ପଡିଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ବର୍ତ୍ତମାନ ଡାକ୍ତରମାନେ ଚିକିତ୍ସା କରୁଛନ୍ତି। ସେ ବିପଦ ମୁକ୍ତ ଅଛନ୍ତି ବୋଲି ଡାକ୍ତରଖାନା ସୁତ୍ରରୁ ଜଣାପଡିଛି।

Read More