ନୂଆଦିଲ୍ଲୀ: ହରିୟାଣାର କ୍ରୀଡ଼ା ମନ୍ତ୍ରୀ ତଥା ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ସନ୍ଦୀପ ସିଂ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସନ୍ଦୀପ ସିଂ ବିରୋଧରେ ଜଣେ ଜୁନିୟର ମହିଳା ପ୍ରଶିକ୍ଷକ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେ ତାଙ୍କ ଇସ୍ତଫା ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଦେଇଛନ୍ତି। ଅନ୍ୟପକ୍ଷରେ ଡିଜିପିଙ୍କ ଦ୍ୱାରା ତିନି ଜଣିଆ କମିଟି ଗଠନ କରାଯାଇଛି, ଯାହାକି ଏହି ମାମଲାର ଯାଞ୍ଚ କରୁଛି। ତେବେ ସନ୍ଦୀପ ସିଂ ମହିଳା ପ୍ରଶିକ୍ଷକଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଜାଣିଶୁଣି ତାଙ୍କ ଭାବମୂର୍ତ୍ତିକୁ ଖରାପ କରାଯାଉଛି। ସନ୍ଦୀପ ସିଂ କହିଛନ୍ତି ଯେ, ତାଙ୍କ ଭାବମୂର୍ତ୍ତି ଜାଣିଶୁଣି କ୍ଷୁର୍ଣ୍ଣ କରାଯାଉଛି। ମୋର ଆଶା ଯେ, ମୋ ବିରୋଧରେ ଆସିଥିବା ମିଥ୍ୟା ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। ଯାଞ୍ଚ ରିପୋର୍ଟ ଆସିବା ପର୍ଯ୍ୟନ୍ତ ମୁଁ କ୍ରୀଡ଼ା ବିଭାଗର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରୁଛି। ଅନ୍ୟପକ୍ଷରେ ହରିୟାଣା ଗୃହମନ୍ତ୍ରୀ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ବଜାର ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ କୁମାର ବେହେରା (୩୦)। ଗଞ୍ଜାମ ଜିଲ୍ଲା ବ୍ରହପୁର ଶଗଡିଆ ସାହିରେ ତାଙ୍କ ଘର। ପୋଲିସ ସୂଚନା ମୁତାବକ ଯୁବକ ଜଣକ ବାଇକ୍ ରେ ତାପଙ୍ଗରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ନାଚୁଣୀ ଛକସ୍ଥିତ ଦିଭାଇଡରକୁ ଅସାବଧାନତା ବଶତଃ ପିଟି ଦେଇଥିଲେ। ଫଳରେ ସେଠାରେ ସେ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ତାଙ୍କୁ ଚିଲିକା ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶବ ଜବତ କରି ଟାଙ୍ଗୀ ପୋଲିସ୍ ନାଚୁଣୀ ଫାଣ୍ଡି ପୋଲିସ୍ କୁ ହସ୍ତାନ୍ତର କରିଥିଲା। ତେବେ ଏ ନେଇ ବାଣପୁର ଥାନାରେ କେସ ନମ୍ବର ୧/୨୩ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ସାହୁ…
ଭୁବନେଶ୍ବର: ଚଳିତ ନୂଆ ବର୍ଷ ଏକ ବିରଳ ସଂଯୋଗ ନେଇ ଆସିଛି। ଯାହା କେବେ ଘଟି ନ ଥିଲା। ଏଥର ନୂଆ ବର୍ଷ ଜାନୁୟାରୀ ମାସଟି ଶାମ୍ବ ଦଶମୀରୁ ଆରମ୍ଭ ହୋଇଛି। ଆଉ ଏହି ମାସଟି ମାଘ ସପ୍ତମୀରେ ଶେଷ ହେଉଛି। ଅର୍ଥାତ ଜାନୁୟାରୀ ଏକ ତାରିଖରେ ସୂର୍ଯ୍ୟ ପୂଜାରୁ ଆରମ୍ଭ ସେହି ସୂର୍ଯ୍ୟ ପୂଜାରେ ଶେଷ ହେଉଛି। ଅର୍ଥାତ ଜାନୁୟାରୀ ୨୮ ତାରିଖରେ ପଡୁଛି ମାଘ ସପ୍ତମୀ। ଏହା ପରେ ଜାନୁୟାରୀ ମାସ ଶେଷ ହେବାକୁ ଆଉ ତିନିଦିନ ରହୁଥିଲେ ମଧ୍ୟ ଏହି ଦିନରେ କୌଣସି ପର୍ବପର୍ବାଣୀ ନାହିଁ। ତେଣୁ ଜାନୁୟାରୀ ମାସର ଶେଷ ପର୍ବ ହେଉଛି ମାଘ ସପ୍ତମୀ। ତେବେ ଜ୍ୟୋତିଷ ଶାସ୍ତ୍ର କିମ୍ବା ଧାର୍ମିକ କ୍ଷେତ୍ରରେ ଏହା କେତେ ଗୁରୁତ୍ବ ବହନ କରେ ତାହା ଭିନ୍ନ କଥା। ହେଲେ ମାସ ଆରମ୍ଭରୁ ସୂର୍ଯ୍ୟ ପୂଜା ଏବଂ ମାସ ଶେଷ ହେବାକୁ 3 ଦିନ ଥିବା ବେଳେ ହେଉଛି…
ନୂଆଦିଲ୍ଲୀ: ଦେଶର ଅଧିକାଂଶ ଲୋକ ଭାରତୀୟ ରେଳପଥ ଦ୍ୱାରା ଯାତ୍ରା କରନ୍ତି। ରେଳବାଇ ଦ୍ୱାରା ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି। ଏହା ସହିତ ଯାତ୍ରୀମାନଙ୍କ ଯାତ୍ରା ସୁରକ୍ଷିତ ହେବା ଉଚିତ୍, ତେଣୁ କିଛି ନିୟମ (ଭାରତୀୟ ରେଳ ନିୟମ) ମଧ୍ୟ ପ୍ରସ୍ତୁତ କରାଯାଇଛି। ଯଦି ଆପଣ ଏହି ନିୟମକୁ ଅଣଦେଖା କରନ୍ତି କିମ୍ବା ଅଜାଣତରେ ଭୁଲ୍ କରନ୍ତି, ତେବେ ଆପଣଙ୍କୁ ଭାରି ଜରିମାନା (ଦଣ୍ଡ) ଦେବାକୁ ପଡିବ ଏବଂ ନିୟମକୁ ଅଣଦେଖା କଲେ ଆପଣ ଜେଲ୍ ମଧ୍ୟ ଯାଇପାରନ୍ତି। ଏପରି ପରିସ୍ଥିତିରେ, ଏହି ନିୟମଗୁଡିକ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାମାନ ବିକ୍ରି କରିବା: ରେଳବାଇର ନିୟମ ଅନୁଯାୟୀ ଯଦି କେହି ବିନା ଅନୁମତିରେ ଟ୍ରେନ୍ କିମ୍ବା ରେଳ ପରିସରରେ ସାମଗ୍ରୀ ବିକ୍ରୟ କରନ୍ତି, ତେବେ ଏହା ଅପରାଧ ବୋଲି ଧରାଯିବ। ଏହା କରିବା ପରେ ତାଙ୍କ ବିରୋଧରେ ଭାରତୀୟ ରେଳ ନିୟମର ଧାରା ୧୪୪ ଅନୁଯାୟୀ ଏକ…
ଭୁବନେଶ୍ବର: ଜାନୁଆରୀ ୨୦୨୩ ରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟି କୁ ମିଶାଇ ମୋଟ ଆଠଟି ଛୁଟିରେ ଅପରାହ୍ନ ଚାରି ଟାରୁ ଛ ଟା ପର୍ଯ୍ୟନ୍ତ ଜନସାଧାରଣ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ବୁଲି ଦେଖି ପାରିବେ। ଆଜି ନୂଆ ବର୍ଷରେ ଜନସାଧାରଣ ଲୋକସେବା ଭବନ ଉଦ୍ୟାନ ବୁଲି ଦେଖି ପାରିବେ। ଏହି ଉଦ୍ୟାନ ବର୍ତ୍ତମାନ ବିଭିନ୍ନ କିସମର ଫୁଲରେ ସଜେଇ ହୋଇ ଅତ୍ୟନ୍ତ ମନୋରମ ପରିବେଶ ସ୍ରୁଷ୍ଟି କରିଛି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଉଗ୍ରତାରା ପୀଠରେ ପହଞ୍ଚି ମା’ଙ୍କୁ ଦର୍ଶନ କରିଛନ୍ତି। ମା’ ଉଗ୍ରତାରା ମନ୍ଦିର ମଧ୍ୟରେ ପହଞ୍ଚି ମାଙ୍କ ନିକଟରେ ଦିପ ଜାଳି ରାଜ୍ୟ ବାସୀଙ୍କ ଶୁଭ ମନାସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାକୁ ଓଡିଶାବାସୀ ସମର୍ଥନ କରିବେ। ଭାରତ ବର୍ଷ ବିଶ୍ୱରେ ଶ୍ରେଷ୍ଠ ହେବ ଏବଂ ଜି୨୦ ଓଡ଼ିଶାରେ କାର୍ଯ୍ୟକାରୀ ହେବ ସେଥିପାଇଁ ମା’ ଉଗ୍ରତାରାଙ୍କ ନିକଟରେ ସେ ଆଶିଷ ଭିକ୍ଷା କରିଛନ୍ତି। ରାଜନୈତିକ ଦୃଷ୍ଟି କୋଣରୁ ୨୦୧୯ ନିର୍ବାଚନରେ ରାଜ୍ୟବାସୀ ବିପୁଳ ସମର୍ଥନ କରି ବିରୋଧୀ ଦଳରେ ବସାଇଛନ୍ତି। ଆଗାମୀ ଦିନରେ ଓଡ଼ିଶାର ଜନସାଧାରଣ ବିଜେପିକୁ ସମର୍ଥନ କରିବେ ଏବଂ ରାଜ୍ୟରେ କିଭଳି ବିଜେପି ସରକାର କରିବ, ସେଥିପାଇଁ ମା’ ଉଗ୍ରତାରାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ସମୀର ମହାନ୍ତିଙ୍କ ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଖଣ୍ଡାୟତରାୟ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ରଂଜନ ମଗଂରାଜଙ୍କ ଅନ୍ୟାନ୍ୟ…
ରଣପୁର: ଗୋପାଳପୁର ପ୍ରଫୁଲ୍ଲ ବ୍ୟୋମକେଶ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତାର ଶନିବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚ ଖୋର୍ଦ୍ଧା ଓ ପୁରୀ ମଧ୍ୟରେ ଖେଳା ଯାଇଥିଲା। ପୁରୀ ସ୍ପୋର୍ଟସ ଟିମ ୧-୦ ଗୋଲରେ ଖୋର୍ଦ୍ଧା ସ୍ପୋର୍ଟସ ଟିମକୁ ହରାଇ ଫାଇନାଲ ମ୍ୟାଚରେ ବିଜୟୀ ଲାଭ କରିଛି। ବେଷ୍ଟ ଗୋଲ କିପର ପୁରୀ ଟିମର ଖେଳାଳିଙ୍କୁ ମିଳିଥିବା ବେଳେ, ଖୋର୍ଦ୍ଧା ଟିମର ୧୫ ନମ୍ବର ଖେଳାଳିଙ୍କୁ ପ୍ଲେୟାର ଅଫ ଟୁର୍ଣ୍ଣାମେଣ୍ଟ ଏବଂ ପୁରୀ ଟିମର ୭ ନମ୍ବର ଖେଳାଳିଙ୍କୁ ଟୁର୍ନାମେଣ୍ଟ ଷ୍ଟାର ପ୍ଲେୟାର ଭାବେ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ, ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ପହି, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସମାଜସେବୀ ବିଭୁ ପ୍ରସାଦ ମିଶ୍ର, ଆତ୍ମାର ନିର୍ଦ୍ଦେଶକ ନର୍ମଦା ରାୟ, ରାଜସୁନାଖଳା ପୂର୍ବତନ ସରପଞ୍ଚ ସଚିକାନ୍ତ ଷଡ଼ଙ୍ଗୀ, ପ୍ରଫୁଲ୍ଲ…
ନୂଆଦିଲ୍ଲୀ: ନୂତନ ବର୍ଷ ୨୦୨୩ ଆରମ୍ଭ ହୋଇଛି। ଆଜି ବର୍ଷର ପ୍ରଥମ ଦିନରେ ସାଧାରଣ ଲୋକ ମହଙ୍ଗା ମାଡର ଶିକାର ହୋଇଛନ୍ତି। ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି, ଏହା ପରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି। ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ଅନ୍ୟପକ୍ଷରେ ଲୋକଙ୍କୁ ବର୍ତ୍ତମାନ ବାଣିଜ୍ୟିକ ସିଲିଣ୍ଡର ପାଇଁ ୨୫ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡିବ। ବର୍ଷର ପ୍ରଥମ ଦିନରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ନେଇ କଂଗ୍ରେସ ସମାଲୋଚନା କରିଛି। କଂଗ୍ରେସ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି ଲେଖିଛି ଯେ, ନୂତନ ବର୍ଷର ପ୍ରଥମ ଉପହାର … ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୨୫ ଟଙ୍କା ହୋଇପାରିଛି। ଏହା କେବଳ ଆରମ୍ଭ। ନବବର୍ଷର ଶୁଭେଚ୍ଛା। ବାସ୍ତବରେ, ପ୍ରତ୍ୟେକ ମାସର ପ୍ରଥମ ଦିନରେ, ଗ୍ୟାସ୍ କମ୍ପାନୀଗୁଡିକ LPG ର ମୂଲ୍ୟ ପରିବର୍ତ୍ତନ…
ପାଟନା: ଅମୃତା ଫଡନାଭିସଙ୍କ ‘ନୂଆ ଭାରତର ନୂଆ ପିତା’ ମନ୍ତବ୍ୟକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କହିଛନ୍ତି ଯେ ‘ନୂଆ ଭାରତ’ର ‘ନୂଆ ପିତା ‘ଦେଶ ପାଇଁ କ’ଣ କରିଛନ୍ତି? ଡିସେମ୍ବର ୨୧ ତାରିଖରେ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ନୂତନ ଭାରତର ପିତା’ ବୋଲି କହିଥିଲେ। ସେହି ସମାନ ମନ୍ତବ୍ୟରେ ନିତୀଶ କୁମାର କହିଛନ୍ତି ଯେ, ତାଙ୍କର ସ୍ୱାଧୀନତା ସଂଗ୍ରାମ ସହିତ କୌଣସି ସମ୍ପର୍କ ନାହିଁ। ସ୍ୱାଧୀନତା ସଂଗ୍ରାମରେ ଆରଏସଏସ ଯୋଗଦାନ ଦେଇନଥିଲା। ନୀତୀଶ କୁମାର କହିଛନ୍ତି ଯେ, ଭାରତରେ ଜଣେ ନୂଆ ପିତାଙ୍କ ବିଷୟରେ ଆଲୋଚନା ହେଉଛି, କିନ୍ତୁ ସେ କଣ କରିଛନ୍ତି। ଏଥି ସହିତ ସେ ଅଭିଯୋଗ କରିଛନ୍ତି ଯେ, ଆଜିକାଲି ଦେଶରେ ଟେକ୍ନୋଲୋଜିର ଅପବ୍ୟବହାର କରାଯାଉଛି। ଆଧୁନିକ ଭାରତରେ ସବୁଆଡେ ଚର୍ଚ୍ଚା ହେଉଛି, କିନ୍ତୁ ବର୍ତ୍ତମାନ ମୁଁ ପଚାରିବାକୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକଙ୍କୁ ନୂଆ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, “୨୦୨୩ ଗୌରବମୟ ହେଉ! ଏହା ଆଶା, ଖୁସି ଏବଂ ଅନେକ ସଫଳତାରେ ପରିପୂର୍ଣ୍ଣ ହେଉ। ସମସ୍ତଙ୍କୁ ସୁନ୍ଦର ସ୍ୱାସ୍ଥ୍ୟର ଆଶୀର୍ବାଦ ପ୍ରାପ୍ତ ହେଉ।” ସକାଳ ୭.୫୧ ରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ ପରେ ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ ୩ ହଜାର ଲୋକ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟକୁ ରିଟ୍ୱିଟ କରିଛନ୍ତି। ୨୩ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ୫୦ ହଜାରରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି।
Happy New Year 2023: ଆଜି ନୂଆବର୍ଷ ଉପଲକ୍ଷେ ଚାରିଆଡେ ଉତ୍ସବ ମୁଖର ହୋଇ ଉଠିଛି। ବିଭିନ୍ନ ଧର୍ମସ୍ଥାନ, ମନ୍ଦିରରେ ଭିଡ ଲାଗି ରହିଛି। ନୂଆବର୍ଷ କିପରି ଭଲ ହେଉ ସେଥିପାଇଁ ଲୋକମାନେ ଭଗବାନଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ‘ସମସ୍ତଙ୍କୁ ଇଂରାଜୀ ନବବର୍ଷ ୨୦୨୩ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧି ଓ ସୁଯୋଗ, ସମ୍ଭାବନାର ବର୍ଷ ହେଉ।’
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ନିଜ ଚିନ୍ତାଧାରାକୁ ତାଙ୍କ ଜୀବନର ଅନୁଭୂତିରୁ ସମସ୍ତଙ୍କ ସହ ବାଣ୍ଟିଛନ୍ତି ଯାହା ଆଜି ଲୋକଙ୍କ ପାଇଁ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେଉଛି। ଚାଣକ୍ୟଙ୍କ ପ୍ରତ୍ୟେକ ବିଷୟ ଉପରେ ଗଭୀର ଭାବରେ ଚିନ୍ତା କରିବା ପରେ ଏହାର ଭଲ ଏବଂ ଖରାପ ଫଳାଫଳ ନୀତି ଶାସ୍ତ୍ରରେ କୁହାଯାଇଛି। ସେ ଅଦ୍ଭୁତ ପରିସ୍ଥିତିର ସାମ୍ନା କରିଥିଲେ କିନ୍ତୁ କେବେ ହାର ମାନିନଥିଲେ ଏବଂ ନିଜ ଲକ୍ଷ୍ୟ ହାସଲ କରିଥିଲେ। ଯଦି ଆପଣ ଜୀବନକୁ ସଫଳ କରିବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ଚାଣକ୍ୟଙ୍କ ଏହି ଚିନ୍ତାଧାରା ପ୍ରତି ଧ୍ୟାନ ଦିଅନ୍ତୁ। ୪ ଟି ଜିନିଷରୁ ସାବଧାନ ରୁହନ୍ତୁ: ଅଗ୍ନି-ଜଳ: ଅଗ୍ନି ଏବଂ ପାଣି ସହିତ କେବେବି ଖେଳନ୍ତୁ ନାହିଁ। ଯେତେବେଳେ ଏହା ଏକ ଭୟଙ୍କର ରୂପ ନେଇଥାଏ, ସେତେବେଳେ ଆପଣଙ୍କ ଜୀବନ ପ୍ରତି ବିପଦ ଦେଖାଯାଏ। ହିଂସ୍ର ପ୍ରାଣୀ: ସିଂହ, ଭାଲୁ, ବାଘ ଇତ୍ୟାଦି ହିଂସାତ୍ମକ ପଶୁମାନଙ୍କୁ…
ଭୁବନେଶ୍ବର: ନୂତନ ବର୍ଷ ସମସ୍ତଙ୍କ ପାଇଁ ସଫଳତାର ବର୍ଷ ହେଉ ବୋଲି ସମେସ୍ତ ଚାହାନ୍ତି। ନୂତନ ବର୍ଷରେ ଧନ ଓ ଉନ୍ନତି ପାଇଁ ବାସ୍ତୁର ଉପାୟ ମଧ୍ୟ କରନ୍ତି। ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ନୂତନ ବର୍ଷ ପ୍ରାରମ୍ଭରେ ଘରୁ କିଛି ଜିନିଷ ବାହାର କରିଦେବା ଉଚିତ୍। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ନୂଆବର୍ଷରେ କେଉଁ କେଉଁ ଜିନିଷ ଘରୁ ବାହାର କରିବା ଶୁଭ ହୋଇଥାଏ ଜାଣନ୍ତୁ। ପୂଜାସ୍ଥଳରୁ ପୁରୁଣା ସାମଗ୍ରୀ ହଟାନ୍ତୁ: ଆମେ ପୂଜା କରିବା ସମୟରେ ଭଗବାନଙ୍କ ପ୍ରତିମା କିମ୍ବା ମୂର୍ତ୍ତିରେ ଫୁଲ ମାଳା ଚଢାଇଥଶଉ। ବାସ୍ତୁ ଶାସ୍ତ୍ର ଅନୁସାରେ ମନ୍ଦିରକୁ ସଫା ସୁତୁରା କରିବା ଓ ପୁରୁଣା ଫୁଲକୁ ହଟାଇବା ଶୁଭ ହୋଇଥାଏ। କୁହାଯାଏ ନୂତନ ବର୍ଷରେ ଘରେ ହେଉ ଅବା ଅଫିସ୍ରେ ଥିବା ଠାକୁରଙ୍କ ସ୍ଥାନକୁ ସଫା ସୁତୁରା ରଖନ୍ତୁ। କୁହାଯାଏ ଠାକୁରଙ୍କ ପାଖରେ ପୁରୁଣା ତଥା ଅବ୍ୟବହୃତ ଜିନିଷ ରଖିଲେ ବାସ୍ତୁ ଦୋଷ ହୋଇଥାଏ।…
ନୂଆଦିଲ୍ଲୀ: ନୂଆ ବର୍ଷଟି ସାରା ପୃଥିବୀ ପାଇଁ ଆଶା ଓ ସମ୍ଭାବନାର ବର୍ଷ ହେଉ। ସମସ୍ତଙ୍କ ଜୀବନର ସୁଖର ଆନନ୍ଦ ଭରି ଦେଉ। ତେବେ ନୂଆବର୍ଷଟି ଆପଣଙ୍କ ପାଇଁ ବେଶ୍ ଶୁଭମୟ ହୋଇପାରିବ। ଆପଣ ଯଦି କିଛି ଉପାୟ ଅବଲମ୍ବନ କରିବେ। ତେବେ ଆସନ୍ତୁ ଜାଣିବା ନୂଆବର୍ଷର କେଉଁ କେଉଁ ଜିନିଷ ଘରକୁ ଆଣିବା ଦ୍ବାରା ବର୍ଷ ସାରା ଘରେ ସୁଖ ଓ ସମୃଦ୍ଧି ଭରି ରହିବ। ନୂତନ ବର୍ଷ ପ୍ରାରମ୍ଭରେ ନିଜ ଘରର ଉତ୍ତର ଦିଗରେ ଯଦି ଆମେ ଶୁଆର ଫଟୋ ବା ମୂର୍ତ୍ତି ଲଗାଇବା ତା‘ହେଲେ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଏହି ଫଟୋ ଲଗାଇବା ଦ୍ବାରା ଘରେ ରହୁଥିବା ସନ୍ତାନ ସନ୍ତତିମାନେ ପାଠପଢାରେ ମନୋନିବେଶ କରିବେ। ଏହାସହିତ ପରିବାର ଲୋକଙ୍କ ଆୟୁ ବଢବ। ଘରେ କୌଣସି ରୋଗ ରହିବ ନାହିଁ ସେହିପରି ଅଭାବ ମଧ୍ୟ ଦୂର ହେବ। ନୂଆ ବର୍ଷ ଅବସରରେ ଯଦି ଆପଣ ଧାତୁରେ…
Happy New Year 2023: ଆଜି ନୂଆ ବର୍ଷ। ସାରା ପୃଥିବୀ ବେଶ ରଂଗୀନ ହୋଇ ଉଠିଛି। ସମସ୍ତେ ବର୍ତ୍ତମାନ ଏହି ନୂଆ ବର୍ଷକୁ ସ୍ବାଗତ କରିବା ମୁଡରେ ଅଛନ୍ତି। ଏପରି କ୍ଷେତ୍ରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କିପରି ଚୁପ ରୁହନ୍ତେ। ସେ ମଧ୍ୟ ନିଜ ବାଲୁକା କଳାରେ ନୂତନ ବର୍ଷକୁ ସ୍ବାଗତ କରିଛନ୍ତି। ତେବେ ଏଥରର ସୁଦର୍ଶନଙ୍କ ବାଲୁକା କଳା ତାଙ୍କର ପୂର୍ବ କଳାଠାରୁ ସଂପୂର୍ଣ୍ଣ ଭିନ୍ନ ରହିଛି। କାରଣ ସେ ସବୁବେଳେ ଏହି ନୂଆ ବର୍ଷ ହେଉ କିମ୍ବା ଅନ୍ୟ କୌଣସି ଗୁରୁତ୍ବପୂର୍ଣ୍ଣ ଦିନରେ ବାଲୁକା କଳା କରିଥାନ୍ତି। ତେବେ ସେହି ବାଲୁକା କଳାକୁ ସେ କେବଳ ବାଲିରେ ନିର୍ମାଣ କରିଥାନ୍ତି। ହେଲେ ଚଳିତ ନୂଆ ବର୍ଷରେ ସୁଦର୍ଶନ ଏକ ନୂଆ ଢାଞ୍ଚାରେ ତାଙ୍କର ବାଲୁକା କଳାକୁ ନିର୍ମାଣ କରିଛନ୍ତି। ସେ ଏଥର ବାଲୁକା କଳାରେ ବ୍ୟବହାର କରିଛନ୍ତି ବିଭିନ୍ନ ରଂଗବେରଂଗର ସତେଜ ଫୁଲ। ଯାହା…
ଜୀବନ ଶୈଳୀ: ୨୦୨୩ ବର୍ଷ ଆରମ୍ଭ ହେବା ମାତ୍ରେ କେବଳ ଘର କ୍ୟାଲେଣ୍ଡର ପରିବର୍ତ୍ତନ କରନ୍ତୁ ନାହିଁ। ବରଂ କିଛି ଅଭ୍ୟାସ ବଦଳାଇ ଭଲ ଅଭ୍ୟାସ ଗ୍ରହଣ କରିବାର ଆବଶ୍ୟକତା ଅଛି। ନୂତନ ବର୍ଷରେ ଆପଣଙ୍କର ଲକ୍ଷ୍ୟ ପୂରଣ କରିବା ଏବଂ ସଫଳତା ହାସଲ କରିବା ପାଇଁ ଆପଣଙ୍କୁ କିଛି ସଂକଳ୍ପ ନେବାକୁ ପଡିବ। ଏହି ସଂକଳ୍ପଗୁଡିକ ଆପଣଙ୍କୁ ଏକ ଉତ୍ତମ ଭବିଷ୍ୟତ ଏବଂ ସଫଳତା ଆଡକୁ ନେଇଯିବ। କିନ୍ତୁ ଯଦି ଆପଣ ଭାବୁଛନ୍ତି ଯେ, ଆପଣ କେଉଁ ସଂକଲ୍ପ ନେବା ଉଚିତ୍। ତେଣୁ ସେଥିପାଇଁ ଚିନ୍ତା କରନ୍ତୁ ନାହିଁ। ଆପଣ ନୂତନ ବର୍ଷରେ ଏହି ୧୦ ଟି ସଂକଳ୍ପ ଗ୍ରହଣ କରି ଜୀବନର ଯେକୌଣସି ଲକ୍ଷ୍ୟ ହାସଲ କରିପାରିବେ। ନୂତନ ବର୍ଷରେ ଏହି ୧୦ ଟି ସଂକଲ୍ପ ନିଅନ୍ତୁ: ୧- ନକାରାତ୍ମକତା ଠାରୁ ଦୂରଇ ରୁହନ୍ତୁ: ନୂତନ ବର୍ଷକୁ ସକରାତ୍ମକ ଚିନ୍ତାଧାରା ସହିତ ଆରମ୍ଭ କରନ୍ତୁ, କାରଣ ଯଦି ଆପଣ…
ମେଷ- ଆର୍ଥିକ ଦୃଷ୍ଟିରୁ, ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି। ଏହା ହେଉଛି ଲାଭର ସମଷ୍ଟି। ଆପଣଙ୍କ ଅସମାପ୍ତ କାର୍ଯ୍ୟ ସମାପ୍ତ ହେବ, କିନ୍ତୁ କିଛି ବିଳମ୍ବ ହୋଇପାରେ। ଆପଣ ଆଜି ପରିବାର ବିଷୟରେ ଖୁସି ହୋଇପାରିବେ। ନୂତନ ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଭଲ ପଦବୀ ପାଇବାକୁ ସକ୍ଷମ ହେବେ। ପଦୋନ୍ନତି ପାଇଁ ଯୋଗ ସୃଷ୍ଟି ରହିଛି। ଶାରୀରିକ ଦୁଃଖର ସମ୍ମୁଖୀନ ହୋଇପାରନ୍ତି। ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆର୍ଥିକ ପ୍ରସଙ୍ଗରେ ମଧ୍ୟ ସଚେତନ ରୁହନ୍ତୁ । ଖାଦ୍ୟପେୟରେ ଯତ୍ନବାନ ହୁଅନ୍ତୁ। ଆଜି ଆର୍ଥିକ ଦୃଷ୍ଟିକୋଣରୁ ଭଲ ଦିନ ନୁହେଁ। ବୃଷ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆଜି ଖୁସି ଅନୁଭବ କରିବ। ଯଦିଓ ସବୁକିଛି ଠିକ ଅଛି, ହେଲେ ଆପଣ କଥାବାର୍ତ୍ତାକୁ ନିୟନ୍ତ୍ରଣ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ହେବ। ପରୀକ୍ଷା ଦୃଷ୍ଟିକୋଣରୁ ବାଧା ଆସିପାରେ।…
ଭୁବନେଶ୍ବର: ଉତ୍ତମ ଜନସ୍ବାସ୍ଥ୍ୟ ଦିଗରେ ଅନ୍ୟଏକ ପଦକ୍ଷେପ ସ୍ବରୁପ ସରକାର ରକ୍ତ-ଶିକୁଳୀ (ସିକିଲ୍ ସେଲ୍) ରୋଗର ନିରାକରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି। ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ଏକ କାର୍ଯ୍ୟାଳୟ ଆଦେଶନାମାରୁ ଏହା ଜଣାପଡିଛି। ଏ ବିଷୟରେ ସୁଚନା ଦେଇ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ କହିଥିଲେ ଯେ ରକ୍ତ-ଶିକୁଳୀ (ସିକିଲ୍ ସେଲ୍) ରୋଗ ନିରାକରଣ ନିମନ୍ତେ ରାଜ୍ୟରୁ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ଆନୁଷ୍ଠାନିକ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି କରିଛନ୍ତି। ତଦନୁଯାୟୀ ଆଜି ରାଜ୍ୟସ୍ତରୀୟ ସବ-କମିଟି, ଜିଲ୍ଲା କମିଟି ଏବଂ ବ୍ଲକ୍ କମିଟି ଗଠନ ନିମନ୍ତେ ନିର୍ଦେଶ ଦିଆଯାଇଛି। ଏହି ସବୁ କମିଟି ସିକିଲ୍ ସେଲ୍ ବିଷୟରେ ସଚେତନତା, ଚିହ୍ନଟ ଏବଂ ଚିକିତ୍ସା ଆଦି କାର୍ଯ୍ୟକ୍ରମର ପରିଚାଳନା କରିବେ। ରାଜ୍ୟ ସ୍ତରୀୟ ସବ-କମିଟି, ଜାତୀୟ ସ୍ବାସ୍ଥ୍ୟ ମିଶନ ଓଡ଼ିଶା ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି । ଏଥିରେ…
ଭୁବନେଶ୍ବର: ନୂଆ ବର୍ଷରେ ବିଜୁ ଜନତା ଦଳ ତାହାର ନେତାଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରିଛି। ପୂର୍ବରୁ ଉପଦେଷ୍ଠା ଘୋଷଣା କରାଯାଇଥିବା ବେଳେ ଏବେ ପୁଣି ନେତାଙ୍କୁ ମିଳିଛି ନୂଆ ଉପଦେଷ୍ଠା। ଏ ନେଇ ବିଜୁ ଜନତା ଦଳ ତରଫରୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନଙ୍କୁ ବିଭିନ୍ନ ବିଭାଗ ତଥା ସଂସ୍ଥାର ଉପଦେଷ୍ଠା ଘୋଷଣା କରାଯାଇଛି ସେମାନେ ହେଲେ ଏହି ଉପଦେଷ୍ଠା ମଧ୍ୟରେ ପୁରୁଖା ନେତା ସଂଜୟ ବାବୁ ସହିତ ଏଲିନା ଦାସ ପ୍ରମୁଖ ରହିଛନ୍ତି। ସେହିପରି ଦଳ ୪ ଜଣଙ୍କୁ ତିନୋଟି ସଂସ୍ଥାର ଅଧ୍ୟକ୍ଷ ଭାବେ ମନୋନିତ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ପଦ୍ମପୁର ଉପନିର୍ବାଚନ ବେଳେ ଦଳରେ ସାମିଲ ହୋଇଥିବା ପ୍ରଶାସକ ମହେନ୍ଦ୍ର ବଢେଇ। ସେହିପରି କଲ୍ୟାଣ ନାୟକଙ୍କୁ ରାଜ୍ୟ ସୋସିଆଲ ୱେଲଫାୟାର ବୋର୍ଡର ଅଧ୍ୟକ୍ଷ କରାଯାଇଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି…
ନୂଆଦିଲ୍ଲୀ: ନୂଆ ବର୍ଷ ଉତ୍ସବରେ ଭାରତର ଭୁଲ ମାନଚିତ୍ର ବ୍ୟବହାର କରି ହ୍ଵାଟସ୍ ଆପ୍ ଏକ ନୂଆ ବିବାଦ ସୃଷ୍ଟି କରିଛି। ଏଥିପାଇଁ କେନ୍ଦ୍ର ସରକାର ହ୍ଵାଟସ୍ ଆପ୍ କୁ ଚେତାବନୀ ଦେଇଛନ୍ତି। ଏହି ବିଷୟରେ ଅବଗତ ହୋଇ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ହ୍ଵାଟସ୍ ଆପ୍ କୁ ଚେତାବନୀ ଦେଇଛନ୍ତି। କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଆଜି ହ୍ଵାଟସ୍ ଆପ୍ କୁ ନୂଆ ବର୍ଷ ଉତ୍ସବ ଲାଇଭ୍ ଷ୍ଟ୍ରିମିଂ ଲିଙ୍କରେ ଭାରତର ଭୁଲ ମାନଚିତ୍ର ଠିକ୍ କରିବାକୁ କହିଛନ୍ତି। ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଭାରତରେ ବ୍ୟବସାୟ କରୁଥିବା ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ସଠିକ୍ ମାନଚିତ୍ର ବ୍ୟବହାର କରିବା ଉଚିତ୍। ଯାହା ପରେ ହ୍ଵାଟସ୍ ଆପ୍ ର ଉତ୍ତର ମଧ୍ୟ କିଛି ସମୟ ପରେ ଆସିଥିଲା ଏବଂ ସେ କ୍ଷମା ମାଗି ପ୍ଲାଟଫର୍ମରୁ ଏହାକୁ ହଟାଇବା ବିଷୟରେ ସୂଚନା ଦେଇଥିଲା। ହ୍ଵାଟସ୍ ଆପ୍ ଉତ୍ତର…
ଚଣ୍ଡିଗଡ଼/ଜିନ୍ଦ: ହରିୟାଣା କ୍ରୀଡା ମନ୍ତ୍ରୀ ସନ୍ଦୀପ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ହୋଇଛି। ଏନେଇ ଯାଞ୍ଚ କରାଯିବ ଏବଂ ସମସ୍ତ ଦିଗ ଉପରେ ଦୃଷ୍ଟି ଦିଆଯିବ ବୋଲି ଚଣ୍ଡିଗଡ ପୋଲିସ କହିଛି। ଏଥି ସହ ଆମ୍ ଆଦମୀ ପାର୍ଟି (ଏଏପି) କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ଯଦି ଏହା ନହୁଏ, ତେବେ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଆମ୍ ଆଦମୀ ପାର୍ଟି କହିଛି। ରାଜ୍ୟର ଜଣେ ଜୁନିଅର ଆଥଲେଟିକ୍ସ କୋଚ ଗୁରୁବାର ଦିନ ମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣିଥିଲେ ଏବଂ ଗୋଟିଏ ଦିନ ପରେ ସେ ଅଭିଯୋଗ ଆଣି ପୋଲିସ ନିକଟରେ ପହଞ୍ଚିଥିଲେ। ତେବେ ମନ୍ତ୍ରୀ ଏହି ଅଭିଯୋଗକୁ ଭିତ୍ତିହୀନ କହି ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ପୋଲିସ ଷ୍ଟେସନର ଜଣେ ଅଧିକାରୀ ହରିୟାଣା କ୍ରୀଡା ବିଭାଗର ମହିଳା ପ୍ରଶିକ୍ଷକଙ୍କ ଅଭିଯୋଗକୁ ଦେଖି କହିଛନ୍ତି ଯେ, ଅଭିଯୋଗ ପଞ୍ଜିକୃତ ହୋଇଛି ଏବଂ ସବୁ ଦିଗରୁ ତଦନ୍ତ କରାଯିବ।…

