ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଯାଉଛନ୍ତି। ସେ ଜାନୁୟାରୀ 3 ତାରିଖରେ ଜୟପୁରର ରାଜଭବନରେ ସମ୍ବିଧାନ ଉଦ୍ୟାନ ଉଦଘାଟନ କରିବେ। ଏହି ଅବସରରେ ସେ ରାଜସ୍ଥାନରେ ସୌର ଶକ୍ତି ଜୋନ୍ ପାଇଁ ଟ୍ରାନ୍ସମିସନ ସିଷ୍ଟମକୁ ମଧ୍ୟ ଉଦଘାଟନ କରିବେ। ସେଠାରେ 1000 ମେଗାୱାଟ ବିକାନେର ସୌର ଶକ୍ତି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାପରେ ସେ ଜୟପୁରର ରାଜ ଭବନରେ ରାଜସ୍ଥାନର ଆଦିବାସୀ ସମ୍ପ୍ରଦାୟଙ୍କୁ ଭେଟିବେ। ସେହି ଦିନ ସନ୍ଧ୍ୟାରେ ସେ ମାଉଣ୍ଟ ଆବୁରେ ରାଷ୍ଟ୍ରପତି ବ୍ରହ୍ମା କୁମାରୀଙ୍କ ଦ୍ବାରା ଆୟୋଜିତ ‘ଆଧ୍ୟାତ୍ମିକ ସଶକ୍ତିକରଣ ମାଧ୍ୟମରେ ରାଇଜିଂ ଇଣ୍ଡିଆ’ ଉପରେ ଏକ ଜାତୀୟ ଅଭିଯାନର ଶୁଭାରମ୍ଭ କରିବେ। ସେହିଠାରୁ ରାଷ୍ଟ୍ରପତି ଭିଡିଓ କନଫ୍ରେସିଂ ମାଧ୍ୟମରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମେ ସେ ତେଲେଙ୍ଗାନାର ବ୍ରହ୍ମା କୁମାରିସ୍ ସାଇଲେନ୍ସ ରିଟ୍ରେଟ କେନ୍ଦ୍ରର ଉଦଘାଟନ କରିବେ। ଏହାପରେ ସେ ମଧ୍ୟପ୍ରଦେଶର ଇନ୍ଦୋରରେ ବ୍ରହ୍ମା କୁମାରୀଙ୍କ ଅଡିଟୋରିୟମ୍ ଏବଂ ଆଧ୍ୟାତ୍ମିକ…
Author: Samikhsya Bureau
ଭୁବନେଶ୍ବର: କଳା ଉତ୍ସବ 2022 ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ଓ ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଆଜିଠୁ 7 ଜାନୁୟାରୀ 2023 ପର୍ଯ୍ୟନ୍ତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ), ଭୁବନେଶ୍ବର ଠାରେ ଆୟୋଜିତ ହେବ। କଳା ଉତ୍ସବର ଉଦଘାଟନୀ ସମାରୋହ ଆଜି ଦିନ ସକାଳ 10 ଟା ସମୟରେ ଅନୁଷ୍ଠିତ ହେବ। ଏହି ସମାରୋହକୁ ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବେ। ଏହି ଉତ୍ସବରେ ସଚିବ, ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର, ସଞ୍ଜୟ କୁମାର ଏବଂ ନିର୍ଦ୍ଦେଶକ, ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ, ପ୍ରଫେସର ଦୀନେଶ ପ୍ରସାଦ ସାକଲାନି ମଧ୍ୟ ଯୋଗଦେବେ। କଳା ଉତ୍ସବ 2022 ଯାହା 3-7 ଜାନୁୟାରୀ 2023 ମଧ୍ୟରେ ଅନୁଷ୍ଠିତ ହେବ, ଏଥିରେ 10…
ନୂଆଦିଲ୍ଲୀ, ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ଜଣେ ମହିଳାଙ୍କୁ ଦେଖେ ତେବେ ଏହାର ଅର୍ଥ କ’ଣ? ଏହା ସହିତ, ମହିଳାଙ୍କୁ କେଉଁ ଅବସ୍ଥାରେ ଦେଖିବେ ତାହା ଉପରେ ମଧ୍ୟ ସେହି ବ୍ୟକ୍ତିଙ୍କ ଭାଗ୍ୟ ପ୍ରଭାବିତ କରିଥାଏ। ଆସନ୍ତୁ ଏହି ସ୍ୱପ୍ନଗୁଡ଼ିକ ବିଷୟରେ ଆଜି ପାଞ୍ଚୋଟି କଥା ଜାଣିବା। ୧- ଯଦି ସ୍ବପ୍ନରେ ଆପଣ ଜଣେ ପୁରୁଷ ଏକ ସୁନ୍ଦର ଧଳା ନାରୀକୁ ଆଲିଙ୍ଗନ କରିବା ଦେଖିବେ ତେବେ ସେ ଶୀଘ୍ର ଧନୀ ହେବାର ସମ୍ଭାବନା ଅଛି। ୨- ଯଦି କୈଣସି ବ୍ୟକ୍ତି ସ୍ୱପ୍ନରେ ଜଣେ ମହିଳାଙ୍କୁ ଶାଢୀ ପିନ୍ଧିଥିବାର ଦେଖନ୍ତି, ତା’ହେଲେ ତାଙ୍କ ବିବାହିତ ଜୀବନ ଭଲ ହେବ। ୩- ଜଣେ ବ୍ୟକ୍ତି ସ୍ୱପ୍ନରେ ନିଜ ପ୍ରିୟର ତ୍ୟାଗ ଭାବ ଦେଖନ୍ତି ତେବେ ସେ ବ୍ୟବସାୟରେ ଭଲ କରିବାର ସମ୍ଭାବନା ଥାଏ ୪- ଯେତେବେଳେ ଜଣେ ଫୁଲହାର ପିନ୍ଧା ଯୁବତୀଙ୍କୁ ସ୍ୱପ୍ନରେ ଦେଖନ୍ତି, ସେତେବେଳେ ତାଙ୍କ ଭାଗ୍ୟରେ ଫୁଲ ବର୍ଷାର ସମ୍ଭାବନା…
ମେଷ ରାଶିଫଳ: ଆଜି ଆପଣଙ୍କୁ ଟଙ୍କା ଲାଭ ପାଇଁ ସଂଘର୍ଷ କରିବାକୁ ପଡିପାରେ। ଏହା ସହିତ, ବାଧା ମଧ୍ୟ ସାମ୍ନା କରିବାକୁ ପଡିପାରେ। ଆର୍ଥିକ ମାମଲାରେ ଧୈର୍ଯ୍ୟ ରଖିବା ଭଲ ହେବ। ବୃଷ ରାଶିଫଳ: ଚନ୍ଦ୍ର ଆଜି ଆପଣଙ୍କ ରାଶିରେ ଅଛନ୍ତି। ରାହୁ ସହିତ ଏକ ଚନ୍ଦ୍ରଗ୍ରହଣ ଯୋଗ ଅଛି। ତେଣୁ ସାବଧାନ ରୁହନ୍ତୁ। ଭାବିଚିନ୍ତି ବଡ ବିନିଯୋଗ କରନ୍ତୁ। ଟେନସନ ଏବଂ ବିବାଦ ପରିସ୍ଥିତିରୁ ଦୂରରେ ରୁହନ୍ତୁ। ମିଥୁନ ରାଶିଫଳ: ଆଜି ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିପାରେ। ଆଜି ତୁମର ସଫଳତାର ରହସ୍ୟ କଠିନ ପରିଶ୍ରମରେ ଲୁଚି ରହିଛି। ଏହି ଦିନ, ଭଲ ଭାବରେ ଚିନ୍ତା କରନ୍ତୁ ଏବଂ ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟ କରନ୍ତୁ। ହଠାତ୍ କ୍ଷତି ମଧ୍ୟ ହୋଇପାରେ। କର୍କଟ ରାଶିଫଳ: ବ୍ୟବସାୟରେ ଲାଭର ପରିସ୍ଥିତି ଅଛି। ଆଜି ଆପଣ ଯାହା ବି କାମ କରନ୍ତି, ପ୍ରଥମେ ଯୋଜନା କରିବା ଆବଶ୍ୟକ। ଯୋଜନା ଏବଂ ରଣନୀତି ବିନା ଲାଭ ପ୍ରତିଶତ ପ୍ରଭାବିତ ହୋଇପାରେ।…
Gandhi Godse Ek Yudh: ଦେଶର ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀ ତାଙ୍କର ନୂଆ ଚଳଚିତ୍ର ‘ଗାନ୍ଧୀ ଗୋଡସେ ଏକ ଯୁଦ୍ଧ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବହୁ ପ୍ରତୀକ୍ଷିତ ଏହି ଚଳଚ୍ଚିତ୍ରର ଟିଜର ନୂଆ ବର୍ଷ ଉପଲକ୍ଷେ ସାମାଜିକ ଗଣମାଧ୍ୟରେ ମୁକ୍ତିଲାଭ କରିଛି। ଏହି ଟିଜରରେ ୧୯୪୭-୧୯୪୮ ମଧ୍ୟରେ ନାଥୁରାମ ଗୋଡସେ ଏବଂ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ଆଦର୍ଶଗତ ଯୁଦ୍ଧର କାହାଣୀ ଉପରେ ଚିତ୍ରିତ ହୋଇଛି। ଏଥିରେ ଯେଉଁମାନ ଅଭିନୟ କରିଛନ୍ତି ସେମାନେ ହେଲେ ଦୀପକ ଆଣ୍ଟାନି, ଚିନ୍ମୟ ମାଣ୍ଡଲେକର, ଆରିଫ ଜାକରିଆ ଏବଂ ପୱନ ଚୋପ୍ରାଙ୍କ ଭଳି ଦକ୍ଷ କଳାକାରମାନେ ଅଛନ୍ତି। ଏହି ସିନେମାରେ ମୁଖ୍ୟ ଭୂମିକାରେ ପ୍ରଥମ ଥର ପାଇଁ ଆସିଛନ୍ତି ତନିଶା ସନ୍ତୋଷୀ ଏବଂ ଅନୁଜ ସାଇନି । ଏହି ଚଳଚିତ୍ରଟି ସନ୍ତୋଷୀ ପ୍ରଡକ୍ସନ୍ସ ଦ୍ବାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ସନ୍ତୋଷୀ। ଏ ଆର୍ ରହମାନ୍ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ମାନିଲା…
ଖୋର୍ଦ୍ଧା: ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଆଜି ଅପରାହ୍ନ ୫ ଟାରେ ପୁରୁଷ ହକି ବିଶ୍ଵକପ-୨୦୨୩ ରେ ହେବାକୁ ଯାଉଥିବା ମିନି ମାରାଥନ ପ୍ରତିଯୋଗୀତାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏସପି ସିଦ୍ଧାର୍ଥ କାଟାରିଆ, ଏଡିଏମ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ, ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ଖୋର୍ଦ୍ଧା ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଈପ୍ସିତ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବିଏସଏଫ କମାଣ୍ଡଣ୍ଟ, ଆଇଟିବିପି, ଜିଲ୍ଲା କ୍ରିଡା ସଂସଦର ସଭ୍ୟମାନେ, ଜିଲ୍ଲାର ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେଏହି ବୈଠକରେ ଯୋଗଦେଇଥିଲେ। ବୈଠକରେ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ତତ୍ତ୍ବାବଧାନରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। କ୍ରୀଡା ଅଧିକାରୀଙ୍କ ଅନୁରୋଧକ୍ରମେ ଜିଲ୍ଲାପାଳ ବୈଠକରେ ସମସ୍ତଙ୍କ ମତାମତ ନେଇ କାର୍ଯ୍ୟକ୍ରମକୁ…
ଭୁବନେଶ୍ୱର: ଆଜି କେନ୍ଦ୍ରାପଡ଼ା ନଗର ଓ ବ୍ଲକ କଂଗ୍ରେସ ତରଫରୁ ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ରେଳଚଳାଚଳ ଦାବିରେ ପୂର୍ବତଟ ରେଳପଥର ମୁଖ୍ୟ କାର୍ୟ୍ୟାଳୟ ଚନ୍ଦ୍ରଶେଖରପୁର ଠାରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟର କେନ୍ଦ୍ରାପଡ଼ା ପ୍ରତି ଏହା ଏକ ଅବିଚାର ବୋଲି ଆରୋପ କରିଥିଲେ ଓ ଜିଲ୍ଲା ସ୍ୱାର୍ଥଦୃଷ୍ଟିରୁ ଯାତ୍ରୀବାହୀ ରେଳ ଚଳାଚଳର ତୁରନ୍ତ ନିଷ୍ପତି ନେବାକୁ ରେଳ କତୃପକ୍ଷଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଓ ବରିଷ୍ଠ କଂଗ୍ରେସ ବିଧାୟକ ତଥା କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଦାବିରେ ଯଥାର୍ଥତା ପ୍ରତିପାଦନ କରିବା ସହ ଅଯଥା ରେଳଚଳାଚଳରେ ବିଳମ୍ବ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଉଲ୍ଲେଖ କରିଥିଲେ । ଗଣେଶ୍ୱର ବେହେରା ତାଙ୍କ ବକ୍ତବ୍ୟରେ ଦର୍ଶାଇଥିଲେ ଯେ କଂଗ୍ରେସ…
ଭୁବନେଶ୍ୱର: ଚକରା ବିଷୋୟୀଙ୍କ ଦେଶ ମାତୃକା ପାଇଁ ସଂଗ୍ରାମ ଓ ତ୍ୟାଗ ଆଜି ଦିନରେ ବିରଳ ବୋଲି ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଭଞ୍ଜନଗରର ତରୁଣ କଳାକାର ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବାଚସ୍ପତି ଶ୍ରୀ ଆରୁଖ ଏହା କହିଛନ୍ତି । ଓଡିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି ତଥା ବିଶିଷ୍ଟ ଗବେଷକ ଓ ନାଟ୍ୟକାର ଶ୍ରୀ ମନ୍ମଥ କୁମାର ଶତପଥୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଚକରା ବିଷୋୟୀଙ୍କ ସଂଗ୍ରାମୀ ବ୍ୟକ୍ତିତ୍ୱ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଭାଷଣ କ୍ରମରେ ଚକରା ବିଷୋୟୀଙ୍କ ଜୀବନୀ…
ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ପଂଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶିବିରରେ ସମୁଦାୟ ୫୪ ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ସେଥିମଧ୍ୟରୁ ୬ ଗୋଟି ଅଭିଯୋଗର ତ୍ୱରିତ ସମାଧାନ କରାଯାଇଥିଲା ଏବଂ ଜଣେ ହିତାଧିକାରୀଙ୍କୁ ରେଡ଼କ୍ରସ ପାଣ୍ଠିରୁ ୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଉକ୍ତ ଶୁଣାଣିରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବା ବେଳେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ମୁଖ୍ୟ ଉନ୍ନୟନ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ କୁମାର ରାଉତରାୟ, ତହସିଲଦାର ଇପ୍ସିତ ସାହୁ, ବିଡ଼ିଓ ଖିରାବ୍ଧି ତନୟା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ଜ୍ୟୋତ୍ସନାମୟୀ ଆଚାର୍ଯ୍ୟ ଏବଂ ଜିଲ୍ଲାର ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଏହି ଶିବିରରେ ଯୋଗ ଦେଇଥିଲେ।
ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଯାହା ଓସିଏସ୍ ଆଶାୟୀଙ୍କ ପାଇଁ ଖୁସିର ଖବର ରହିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଓଡ଼ିଶା ସିଭିଲ ସର୍ଭିସ ଆଶାୟୀଙ୍କୁ ପରୀକ୍ଷା ପାଇଁ ଆଉଥରେ ସୁଯୋଗ ମିଳିବ। ୨୦୧୯, ୨୦୨୦ ଏବଂ ୨୦୨୧ରେ ପରୀକ୍ଷା ଦେଇଥିବା ଓଡ଼ିଶା ସିଭିଲ ସର୍ଭିସ ଆଶାୟୀମାନେ ଏବେ ପୁଣିଥରେ ପରୀକ୍ଷା ଦେଇପାରିବେ। ସେଥିପାଇଁ ବୟସ ସୀମାକୁ କୋହଳ କରାଯାଇଛି। ବୟସ ଅତିକ୍ରମ କରିଥିଲେ ମଧ୍ୟ ପୂର୍ବ ତିନି ବର୍ଷରେ ପରୀକ୍ଷା ଦେଇଥିବା ଆଶାୟୀମାନେ ଆଉଥରେ ସୁଯୋଗ ପାଇବେ। ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଭୁବନେଶ୍ବର: ଆଜି ବିଜେଡି ସାଂସଦ ଭର୍ତ୍ତୁହରି ମହତାବଙ୍କ ଏକ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ଚର୍ଚ୍ଚା। ସବୁବେଳେ ମିଡିଆରୁ ଦୂରେଇ ରହୁଥିବା ଭର୍ତ୍ତୁହରି ମହତାବ ହଠାତ ମିଡିଆ ଆଗରେ ବିଷ ଓଗାଳିବା ପରି ବିଭିନ୍ନ କଥା କହି ଚାଲିଲେ। ହେଲେ ସେହି କଥାର ଗୁରୁତ୍ବ କେତେ ରହିବ ତାହା ଭିନ୍ନ କଥା। ଆଜି ତାଙ୍କୁ ପଚରାଯାଇଥିଲା ଯେ, ସେ କାହିଁକି ପୁରୀରେ ବିଜେଡିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ନାହିଁ। ତାହାର ଉତ୍ତରରେ ସେ କହିଥିଲେ ଯେ, ମୁଁ ଏବେ କହିବି ନାହିଁ ପରେ କହିବି। ମୁଁ ଚାରୋଟି ପ୍ରସଂଗରେ କହିବି। ହେଲେ ଏବେ କହିବି ନାହିଁ। ସେ ସାମ୍ବାଦିକମାନଙ୍କୁ ମନୋଜ ଦାସଙ୍କ ଏକ ଗପକୁ ଦୃଷ୍ଟାନ୍ତ ଦେଇଥିଲେ। କହିଥିଲେ ମନ୍ମଥ ଦାସଙ୍କ ଗପରେ ଅଛି ‘ଦେଖା ହେଲେ କହିବି ସେ କଥା।’ ତାଙ୍କୁ ଏହି ଚାରୋଟି ପ୍ରସଂଗରେ ଯେତେ ପଚରାଯାଇଥିଲା ତାହାର କୌଣସି ଉତ୍ତର ଦେଇ ନ ଥିଲେ।…
ଭୁବନେଶ୍ବର: ରାଜ୍ୟରେ ଘନ କୁହୁଡି ଜାରି ରହିଛି। ଆଜି ରାତିରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଘନ କୁହୁଡି ହେବା ସମ୍ଭାବନା ରହିଛି। ଏନେଇ ୬ ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅନୁଗୁଳ, ବଲାଙ୍ଗୀରି, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଓ ସୋନପୁର ଜିଲ୍ଲାରେ ଘନ କୁହୁଡି ହେବାର ପାଣିପାଗ ବିଭାଗ ଅନୁମାନ କରିଛି। ତେଣୁ ଏନେଇ ଏସଆରସିଙ୍କ ପକ୍ଷରୁ ସତର୍କ ରହିବାକୁ କୁହାଯାଇଛି।
ଭୁବନେଶ୍ବର: ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ନେଇ ଏକ ବଡ ଖବର ଆସିଛି। ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ ହୋଇଥିବା ଖବର ହସ୍ତଗତ ହୋଇଛି। ତାଙ୍କୁ ଆଇୟୁସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଏଫଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେ ୩ ଦିନ ହେଲା ଥଣ୍ଡା ଆଉ ଜ୍ଵରରେ ପୀଡିତ ଥିଲେ। ଯାହା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା ଆରମ୍ଭ କରିବା ପରେ ସେ ନିମୋନିଆ ରୋଗରେ ପୀଡିତ ବୋଲି ଜଣାପଡିଛି। ବର୍ତ୍ତମାନ ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଛି।
ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କର ହେଲିପ୍ୟାଡ ନିକଟରେ ଏକ ବୋମା ସେଲ ମିଳିଛି। ଏହି ବୋମା ସେଲ ଆମ୍ବ ବଗିଚାରେ ପଡ଼ିଥିବାର ଦେଖିବାକୁ ମିଳିଛି। ଚଣ୍ଡିଗଡ଼ ଏବଂ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କ ଘରଠାରୁ କିଛି ଦୂରରେ ଏହା ଦେଖିବାକୁ ମିଳିଛି। ପୋଲିସ ଏହାକୁ ବାଲି ବସ୍ତାରେ ଆଚ୍ଛାଦନ କରିଛି। ଏହା ସହିତ ଏହି ଅଞ୍ଚଳକୁ ରଶିରେ ମଧ୍ୟ ଆଚ୍ଛାଦିତ କରାଯାଇଛି। ରଜୀନ୍ଦ୍ରା ପାର୍କ ନିକଟରେ ନିର୍ମିତ ହେଲିପ୍ୟାଡକୁ ପଞ୍ଜାବ ଏବଂ ହରିୟାଣାର ମୁଖ୍ୟମନ୍ତ୍ରୀ ବ୍ୟବହାର କରୁଛନ୍ତି। ବୋମା ନିରୋଧକ ଟିମକୁ ଡକାଯାଇଛି ଏବଂ ଚଣ୍ଡିଗଡ଼ ପୋଲିସ ତଦନ୍ତ କରୁଛି। ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରେ ବୋମା ସେଲର ସନ୍ଧାନ ମଧ୍ୟ ଏକ ବଡ ଷଡଯନ୍ତ୍ର ବୋଲି କୁହାଯାଉଛି। ଭାରତୀୟ ସେନାର ୱେଷ୍ଟର୍ଣ୍ଣ କମାଣ୍ଡର ମଧ୍ୟ ତଦନ୍ତ କରୁଛି। ଅପରାହ୍ନ ପ୍ରାୟ ୪ ରୁ ୪:୩୦ ସମୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଏବଂ ହେଲିପ୍ୟାଡ ନିକଟରେ ଥିବା ଆମ୍ବ ବଗିଚାରେ ଜଣେ ଟ୍ୟୁବୱେଲ ଅପରେଟର…
ସୀତାରାମ ଅଗ୍ରୱାଲ ବାଣପୁର: ଶୀତକାଳୀନ ଛୁଟି ଚାଲିଥିବା ବେଳେ ୫-ଟି ବିଦ୍ୟାଳୟରୁ ଦୁର୍ବୁତ୍ତମାନେ କଳାକନା ବୁଲାଇଛନ୍ତି। ଦୁର୍ବୃତ୍ତମାନେ ହଜାର ହଜାର ଟଙ୍କାର ଖେଳ ସାମଗ୍ରୀ ଲୁଟି ନେଇଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ନିକଟରେ ଉକ୍ତ ବିଦ୍ୟାଳୟ ୫-ଟି ରେ ସାମିଲ ହୋଇଥିବା ବେଳେ ଏହାର ଉନ୍ନତି ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ତେବେ ଗତ ସପ୍ତାହରେ ଏକ୍ସ ମାସ ଛୁଟି ଚାଲିଥିବା ବେଳେ ଆଜି ବିଦ୍ୟାଳୟ ଖୋଲିଥିଲା। ବିଦ୍ୟାଳୟ ଖୋଲିବା ମାତ୍ରେ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ ଯେ, କେହି ଦୁର୍ବୁତ୍ତ ବିଦ୍ୟାଳୟର କ୍ରୀଡା ସାମଗ୍ରୀ ରଖାଯାଇଥିବା ଘରର ଝରକା ଭାଙ୍ଗି ବହୁ କ୍ରୀଡା ସାମଗ୍ରୀ ଚୋରି କରି ନେଇଯାଇଛି। ତେବେ ୫-ଟି ବିଦ୍ୟାଳୟରୁ ଚୋରି ହେବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ଏ ନେଇ ଆଜି ଅପରାହ୍ନରେ ବିଦ୍ୟାଳୟ…
ନୂଆଦିଲ୍ଲୀ: ନୂଆ ବର୍ଷ ଆସିବା ପରେ ଜାତୀୟ ରାଜନୀତିରେ ସେହିପରି ନୂଆ ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ସବୁଠାରୁ ଯେଉଁ ଗୁରୁତ୍ବ ପୂର୍ଣ୍ଣ ଚର୍ଚ୍ଚା ଚାଲିଛି ତାହା ହେଲା କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ। ଏଇ ଜାନୁୟାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ ଶିଘ୍ର ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରିବେ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ବର୍ତ୍ତମାନ ଏହି ନୂଆ ବର୍ଷରେ ନଅଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏକ ସେମି ଫାଇନାଲ ବୋଲି କୁହାଯାଉଛି। ସେଥିପାଇଁ ଏହି ବିଧାନସଭା ନିର୍ବାଚନରେ କିପରି ଦଳ ସଫଳତା ହାସଲ କରିବ ତାହାକୁ ଦୃଷ୍ଟିରେ ରଖି ମୋଦୀ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଗୁଜୁରାଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବହୁ ସାଂସଦଙ୍କ ଭୂମିକା ବେଶ ଗୁରୁତ୍ବ ପୂର୍ଣ୍ଣ ରହିଥିଲା। ସେମାନଙ୍କୁ ମଧ୍ୟ ମୋଦୀ ମନ୍ତ୍ରୀପଦ ଦେଇ ପୁରସ୍କୃତ କରିବେ ବୋଲି…
ଚାନ୍ଦପୁର: ଚାନ୍ଦପୁର ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୫ ଜଣ ଗୁରୁତର ଆହତ ହୋଇଥିବାର ଖବର ହସ୍ତଗତ ହୋଇଛି। ୧୬ ନମ୍ବର ଜାତୀୟ ରାଜପଥ କନ୍ଧ ନୟାଗଡ ଓଭର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ ଆଜି ଅପରାହ୍ନରେ ଓଡି ୧୩ ଜି ୨୨୮୯ ନମ୍ବର ବିଶିଷ୍ଟ ଏକ ଯାତ୍ରୀବାହୀ ଅଟୋଟି ପୁରୀରୁ ନାଚୁଣୀ ନିକଟସ୍ଥ କହ୍ନେଇପୁୁର ଗ୍ରାମକୁ ଫେରୁଥିବାବେଳେ ଉକ୍ତ ଦୁର୍ଘଟଣା ଘଟିଥିଲା। କୌଣସି କାରଣବଶତଃ ଡ୍ରାଇଭର ଅଟୋ ରିକ୍ସା ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ରାସ୍ତାର ଡିଭାଇଡର ସହ ପିଟି ହୋଇ ଯାଇଥିଲା। ଫଳରେ ଅଟୋଟି ଓଭରବ୍ରିଜ୍ ଉପରୁ ତଳକୁ ଖସି ପଡିବାରୁ ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ ଯୁବକମାନେ ଘଟଣା ସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଗୁରୁତର ଆହତମାନେ ହେଲେ କହ୍ନେଇପୁର ଗ୍ରାମର…
ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ୍ ଦଳ ତାର ଖେଳାଳିଙ୍କୁ ତାଲିକାଭୁକ୍ତ କରିଛି। ରବିବାର ଦିନ ଏକ ବିସିସିଆଇ ସମୀକ୍ଷା ବୈଠକ ହୋଇଥିଲା ଯେଉଁଥିରେ ୨୦ ଜଣ ସମ୍ଭାବ୍ୟ ଖେଳାଳି ବିଶ୍ୱକପ ପାଇଁ ତାଲିକାଭୁକ୍ତ ହୋଇଛନ୍ତି। ଏହି ୨୦ କ୍ରିକେଟରଙ୍କ ମଧ୍ୟରୁ ସମସ୍ତଙ୍କୁ ରୋଟେସନ ପଲିସି ଅନୁଯାୟୀ ସୁଯୋଗ ଦିଆଯିବ। ୧୨ ବର୍ଷ ପରେ ଭାରତରେ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଖେଳାଯିବ। ଟିମ୍ ଇଣ୍ଡିଆ ୨୦୧୩ ଠାରୁ କୌଣସି ଆଇସିସି ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଜିତି ନାହିଁ। ୨୦୧୩ ମସିହାରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଥିଲା। ଏହାପୂର୍ବରୁ ଟିମ୍ ଇଣ୍ଡିଆ ନିଜ ଜମିରେ ଧୋନିଙ୍କ ଅଧିନାୟକତ୍ୱରେ ୨୦୧୧ ମସିହାରେ ଦିନିକିଆ ବିଶ୍ୱକପ ଜିତିବାରେ ସଫଳ ହୋଇଥିଲା। ଆସନ୍ତୁ ସମ୍ଭାବ୍ୟ ୨୦ ସର୍ଟଲିଷ୍ଟ କ୍ରିକେଟରଙ୍କ ବିଷୟରେ ଜାଣିବା…. ରୋଟେସନ ପଲିସି ଅନୁଯାୟୀ ସୁଯୋଗ: ବିଶ୍ୱକପ ପାଇଁ ଏହି…
ଜ୍ୟୋତିଷ ଶାସ୍ତ୍ର: ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ। ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ। ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ। ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ। ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି। ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି। ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି। ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ:- ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ ? – ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା ଘଟିଥାଏ। – ସାଢ ସାତୀ ବା ଦେଢା…
ସ୍ୱାସ୍ଥ୍ୟ ଟିପ୍ସ: ଆଜିର ସମୟରେ ପ୍ରାୟ ୧୦ଜଣଙ୍କ ଭିତରେ ତିନିଜଣ ମୋଟାପଣର ଶିକାର ହେଉଛନ୍ତି। ଏହି ମୋଟାପଣରୁ ମୁକ୍ତ ପାଇବା ଜିମ୍ର ସାହାରା ନେଉଛନ୍ତି। ଏହା ସହିତ କଠିନ୍ ଡାଏଟ୍, ମେଡିସିନ୍ ଇତ୍ୟାଦିର ମଧ୍ୟ ସାହାଯ୍ୟ ନେବାକୁ ପଡିଛି। ତେବେ ଏହି ମୋଟାପାରୁ ମୁକ୍ତି ପାଇଁ ଓ୍ବାର୍କ ଆଉଟ୍ କରିବା ସହିତ ହେଲ୍ଦୀ ଡାଏଟ୍ ବହୁତ ଜରୁରୀ। ଏପରି କିଛି ଫଳ ରହିଛି, ଯାହା ବହୁତ ଶୀଘ୍ର ଓଜନ କମ କରିବାରେ ସାହାଯ୍ୟ କରିଥାଏ। ସେହି ଫଳଗୁଡ଼ିକ ମଧ୍ୟରେ ରହିଛି – ତରଭୁଜ ତରଭୁଜ କମ୍ କ୍ୟାଲୋରୀ ହେବା ସହିତ ଏଥିରେ ଅଧିକମାତ୍ରାରେ ଫାଇବର, ପୋଟାସିୟମ୍, ଆଇରନ୍ ଓ ଭିଟାମିନ୍ – ଏ, ସି ଓ ବି ପ୍ରଚୁର ପରିମାଣରେ ରହିଥାଏ। ଏହି ଶରୀରରୁ ବିଷାକ୍ତ ତତ୍ତ୍ବକୁ ବାହାରକୁ କାଢିବାରେ ବହୁତ ସାହାଯ୍ୟ କରିଥାଏ। ଏହା ସହିତ ତରଭୁଜ୍ରେ ପ୍ରଚୁର ପରିମାଣରେ ପାଣି ଥାଏ। ଯାହା ଶରୀରରେ ପାଣିର ଅଭାବକୁ ପୂରଣ…
ସ୍ୱାସ୍ଥ୍ୟ ଟିପ୍ସ:, ଭଗବାନଙ୍କ ସୃଷ୍ଟି ଅନେକ ଜିନିଷ ଅଛି ଯାହାକୁ ମଣିଷ ଖାଇଭା କିମ୍ବା ପିଇବା ନିହାତି ଆବଶ୍ୟକ। କାରଣ ଶରୀର ପାଇଁ ଯେଉଁ ଭିଟାମିନର ଆବଶ୍ୟକତା ଅଛି ତାହା ଏହିସବୁ ଜିନିଷରୁ ମିଳିଥାଏ। ତେବେ ଏମିତି କଥା ରହିଛି ଯାହା ଉଭୟ ଖାଦ୍ୟ ପଦାର୍ଥ ହୋଇଥିଲେ ମଧ୍ୟ ତାହାକୁ ଏକତ୍ର ଖାଇବା ପାଇଁ ଆୟୁର୍ବେଦ ଶାସ୍ତ୍ରରେ ମନା କରାଯାଇଛି। ଆଜି ଆସନ୍ତୁ ଜାଣନ୍ତୁ କ୍ଷୀର ସହିତ କଣ ଖାଇବା ଅନୁଚିତ। 1- କ୍ଷୀର ପିଇବା ପରେ ମାଂସ ଏବଂ ମାଛକୁ 2-3 ଘଣ୍ଟା ପରେ ଖାଇବା ଉଚିତ। କ୍ଷୀର ପିଇବା ସମୟରେ ଯଦି ଆପଣ ମାଛ, ଚିକେନ୍ କିମ୍ବା କୌଣସି ପ୍ରକାରର ମାଂସ ଖାଇଛନ୍ତି, ତେବେ ଆପଣ ପେଟ ଯନ୍ତ୍ରଣା ଭୋଗିବେ। ଏହା ଆପଣଙ୍କ ପେଟ ପାଇଁ ଏହା ସ୍ଲୋ ପଏଜନ ଭଳି କାମ କରେ। 2- କ୍ଷୀର ପିଇବାର 1-2 ଘଣ୍ଟା ପରେ ଆପଣ ମୂଳା ଖାଇବା ଉଚିତ୍…

