Author: Samikhsya Bureau

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆଙ୍କ ମୃତ୍ୟୁ ଖବର ଶୁଣି ମୁଁ ଦୁଃଖିତ। ଏହିପରି ଏକ ସମୟରେ ତାଙ୍କ ପରିବାରଙ୍କୁ ସାହାସ ମିଳୁ ମୋର ପ୍ରାର୍ଥନା। ଆଜି ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ ମୋଦୀ ସକାଳ ୩.୩୦ ମିନିଟ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଅସୁସ୍ଥତା ଯୋଗୁଁ ବୁଧବାର ସକାଳେ ତାଙ୍କୁ ‘ୟୁଏନ ମେହେତ୍ତା ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର’ରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସେ ଶେଷ ନିଃସ୍ବାସ ତ୍ୟାଗ କରିଛନ୍ତି।

Read More

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା” ରେ ୨୦୧୯-୨୦ ମସିହାରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ ଓ ଢେଙ୍କାନାଳ ଜିଲ୍ଲାରୁ ଚୟନ ହୋଇଥିବା ୯୭୦ ଜଣ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଆଗାମୀ ୨୦୨୩ ନୂଆବର୍ଷ ଜାନୁଆରୀ ୨୭ରେ ଶୁଭାରମ୍ଭ ହେବ। ପୂର୍ବ ନିର୍ଦ୍ଧାରିତ ଅନୁସାରେ ସାଥିରେ ୩୦ ଜଣ ଏସ୍କର୍ଟ ଅଫିସର( ସୁରକ୍ଷା ଅଧିକାରୀ)ଙ୍କ ସହିତ ମୋଟ ୧୦୦୦ ଯାତ୍ରୀଙ୍କୁ ନେଇ ବାରାଣାସୀ ଓ ଆଲ୍ଲାବାଦଦର୍ଶନ ପାଇଁ  ଯାତ୍ରା କରିବ ଏହି  ସ୍ୱତନ୍ତ୍ର ଟ୍ରେନ୍। ପୂର୍ବରୁ ମନୋନୀତ ହୋଇଥିବା ଏହି ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ସ୍ଥିର କରାଯାଇଥିବା ବେଳେ କୋଭିଡ୍ କଟକଣା ଯୋଗୁଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିନଲା। ଏବେ ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏହି ତୀର୍ଥଯାତ୍ରାକୁ ସୁଚାରୁରୂପେ ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜିଅପରାହ୍ନରେ…

Read More

ଗରୁଡ ପୁରାଣ: ଗରୁଡ ପୁରାଣ ହେଉଛି ପୌରାଣିକ ଗ୍ରନ୍ଥ ମଧ୍ୟରୁ ଗୋଟିଏ, ଯାହା ହିନ୍ଦୁ ଧର୍ମରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ ଏବଂ ୧୮ ମହାପୁରୁଣ ମଧ୍ୟରୁ ଅନ୍ଯତମ। ଏହାକୁ ବୈଷ୍ଣବ ସମ୍ପ୍ରଦାୟ ଗ୍ରନ୍ଥ ମଧ୍ୟ କୁହାଯାଏ। ଜୀବନ ଏବଂ ମୃତ୍ୟୁ ସହ ଜଡିତ ଘଟଣା ଗରୁଡ ପୁରାଣରେ ବିଶେଷ ଭାବରେ ଉଲ୍ଲେଖ କରାଯାଇଛି। କିନ୍ତୁ ଏହା ସହିତ ନୀତି, ନିୟମ ଏବଂ କାର୍ଯ୍ୟ ବିଷୟରେ ମଧ୍ୟ କୁହାଯାଇଛି। ଗରୁଡ ପକ୍ଷୀ ଯାହା ଭଗବାନ ବିଷ୍ଣୁଙ୍କ ବାହକ। ଭଗବାନ ବିଷ୍ଣୁ ଧର୍ମ, କର୍ମ, ପାପ-ପୂଣ୍ୟ ଏବଂ ନୀତି-ନିୟମ ସମ୍ବନ୍ଧୀୟ ଜ୍ଞାନ ତାଙ୍କ ବାହକ ପକ୍ଷୀରାଜ ଗରୁଡଙ୍କ ସହ ଆଲୋଚନା କରିଛନ୍ତି, ଯାହା ଗରୁଡ ପୁରାଣ ଗ୍ରନ୍ଥରୁ ଜଣାଶୁଣା। ଗରୁଡ ପୁରାଣରେ ଭଗବାନ ବିଷ୍ଣୁ ଏପରି କିଛି କାର୍ଯ୍ୟ ବିଷୟରେ ମଧ୍ୟ କହିଛନ୍ତି, ଯାହା କଲେ ଦେବୀ ଲକ୍ଷ୍ମୀ ଖୁସି ହେବେ ଏବଂ ଆପଣଙ୍କ ଘରେ ରହିବେ ଏବଂ ଘରେ ସୁଖ, ସମୃଦ୍ଧି ଏବଂ…

Read More

ନୂଆଦିଲ୍ଲୀ: ଆଜି ସକାଳେ ମା’ଙ୍କ କୋକେଇ କାନ୍ଧେଇ ଅନ୍ତିମ ସଂସ୍କାରକୁ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତକାଲି ବିଳମ୍ବିତ ରାତିରେ ମୋଦୀଙ୍କ ମା ହୀରାବେନଙ୍କ ପରଲୋକ ଘଟିଛି। ସେ ଅସୁସ୍ଥ ହୋଇ ଅହମଦାବାଦର ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। ରାତି ୩ଟା ୩୦ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଆଜି ଗାନ୍ଧୀନଗର ସେକ୍ଟର -୩୦ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ମୃତ୍ୟୁ ବେଳଙ୍କୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା।

Read More

ଦୁଷ୍ମନ୍ତ କୁମାର ପଣ୍ଡା  କଳାହାଣ୍ଡି: କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର ନୂତନ ଭାବେ ନିର୍ମିତ କଳାହାଣ୍ଡି ଗ୍ରନ୍ଥାଗାର ଓ ନୂଆ ଶୈକ୍ଷିକ ଭବନକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମହାରାଜା ପ୍ରତାପ କେଶରୀ ଦେଓ ଙ୍କ ର ଆବକ୍ଷ ପ୍ରତିକୃତିକୁ ଗ୍ରନ୍ଥାଗାର ପରିସରରେ ଅନାବରଣ କରିଥିଲେ। ବିଶ୍ଵ ବିଦ୍ୟାଳୟର ସମସ୍ତଙ୍କ ପାଇଁ ପ୍ରାଥମିକ ଚିକିତ୍ସା ଜ୍ଞାନ କାର୍ଯକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ। ସଭାରେ ମୁଖ୍ୟ ଅତିଥି ରୂପେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସମ୍ମାନିତ ଅତିଥି ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ତଥା ବିଶ୍ଵବିଦ୍ୟାଳୟ ରେଜିଷ୍ଟର ଡ ପିତାମ୍ବର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଜାତୀୟ ସଙ୍ଗୀତ ଗାନ କରାଗଲା ଓ ସମସ୍ତେ ଛିଡ଼ା ହୋଇ ସଙ୍ଗୀତକୁ ସମ୍ମାନ କରିଥିଲେ।…

Read More

ଭୁବନେଶ୍ବର: ଜ଼ୀ -ସାର୍ଥକ ପ୍ରସ୍ତୁତ “ସାରେଗାମାପା” ରିୟାଲିଟି ଶୋ’ ର କିଏ ହେବ ବିଜେତା ଜାଣିବା ସହିତ ବଛା ବଛା ଟପ୍ ଫାଇନାଲିଷ୍ଟ ସିଙ୍ଗରଙ୍କ ସହିତ ୨୪ ଜଣ ସୁପରଷ୍ଟାରଙ୍କୁ ନେଇ ଜାନୁଆରୀ ୧ ତାରିଖ ସନ୍ଧ୍ୟା ୬ ଟା ରୁ ରାତି ୧୦ ଟା ଯାଏଁ ଚାରି ଘଣ୍ଟା ଧରି ହେବ ନନଷ୍ଟପ ମନୋରଞ୍ଜନ। ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନୂଆ ବର୍ଷ ଅବସରରେ ପ୍ରସାରିତ ହେବାକୁ ଥିବା ୨୪ ଘଣ୍ଟାର ନନଷ୍ଟପ୍ ମନୋରଞ୍ଜନ ମଧ୍ୟରେ ରିୟଲିଟି ସୋ ସାରେଗାମାପାର ଗ୍ରାଣ୍ଡ ଫିନାଲେ ଶୋ ମଧ୍ୟ ରହିଛି। ଏହି ଫିନାଲେ ଏପିସୋଡରେ ବିଜେତା କିଏ ହେବ ଜଣାପଡିବା ସହ ୨୪ ଜଣ ସୁପରଷ୍ଟାରଙ୍କୁ ନେଇ ସନ୍ଧ୍ୟା ୬ ରୁ ରାତି ୧୦ ଟା ଯାଏଁ ମନୋରଞ୍ଜନର ଧମାକା ଜାରି ରହିବ। ଉପସ୍ଥାପକ ପୁପିନ୍ଦର ଓ ସୁଜିତଙ୍କ ଦମଦାର ଉପସ୍ଥାପନାରେ ସଙ୍ଗୀତମୟ ମାହୋଲର ଏହି କାର୍ଯ୍ୟକ୍ରମରେ ହ୍ୟୁମାନ ସାଗରଙ୍କ ପୁରା ଟିମ୍…

Read More

ନୂଆଦିଲ୍ଲୀ: କିମ୍ବଦନ୍ତୀ ଫୁଟବଲର୍ ପେଲେଙ୍କର ଦେହାନ୍ତ ହୋଇଛି। ପେଲେ ୮୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏଡସନ୍ ଆରାନ୍ତେସ୍ ଡୋ ନାସିମେଣ୍ଟୋ (ପେଲେ) ଏକମାତ୍ର ଖେଳାଳି ଥିଲେ, ଯିଏ ୧୯୫୮, ୧୯୬୨ ଏବଂ ୧୯୭୦ ରେ କ୍ରୀଡାର ସମ୍ମାନଜନକ ଟ୍ରଫି, ଫିଫା ବିଶ୍ୱକପ ଜିତିଥିଲେ। ପିତାଙ୍କ ମୃତ୍ୟୁ ପରେ ପେଲେଙ୍କ ଝିଅ କେଲି କ୍ରିଷ୍ଟିନା ନାସିମେଣ୍ଟୋ ଇନଷ୍ଟାଗ୍ରାମରେ ଏକ ଚିତ୍ର ସେୟାର କରିଛନ୍ତି। ଏହି ଚିତ୍ରରେ, ପେଲେଙ୍କ ପରିବାରର ଲୋକମାନେ ସେମାନଙ୍କର ଶେଷ ବିଦାୟ ଦେଉଥିବାର ନଜର ଆସିଛଛି। ଶ୍ୱାସକ୍ରିୟା ସଂକ୍ରମଣ ଏବଂ କେମୋଥେରାପି ଚିକିତ୍ସା ପାଇଁ ପେଲେଙ୍କୁ ଗତ ମାସରେ ନଭେମ୍ବର ୨୯ ତାରିଖରେ ସାଓ ପାଉଲୋର ଆଲବର୍ଟ ଆଇନଷ୍ଟାଇନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିକଟ ଅତୀତରେ, ସେ ମେରୁଦଣ୍ଡ, ଆଣ୍ଠୁ ଏବଂ କିଡନୀ ସହିତ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ପେଲେଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏକ…

Read More

ନୂଆଦିଲ୍ଲୀ: ଚଳିତ ବର୍ଷ ଟି-୨୦ ବିଶ୍ୱ କପ ହରାଇବା ପରଠାରୁ ଭାରତୀୟ ଦଳକୁ ନେଇ ଅନେକ ଦାବି ଉଠିଛି। ଭାରତୀୟ କ୍ରିକେଟ୍ ବୋର୍ଡରୁ ମଧ୍ୟ ଦଳ ବିଷୟରେ ଭିନ୍ନ ଭିନ୍ନ ମତ ନିଆଯାଉଛି। ଏହି ସମୟରେ ବିସିସିଆଇ ଏକ ବଡ ପଦକ୍ଷେପ ନେଇଛି। ବୋର୍ଡ ଦ୍ୱାରା ଏହା ସ୍ପଷ୍ଟ ହୋଇଛି ଯେ, ପରବର୍ତ୍ତୀ ଟି-୨୦ ବିଶ୍ୱକପ (୨୦୨୪) ପାଇଁ ଏହି ଖେଳାଳିମାନଙ୍କୁ ଦଳଠାରୁ ସମ୍ପୂର୍ଣ୍ଣ ଦୂରରେ ରଖାଯିବ। ଏହି ଟି-୨୦ ବିଶ୍ୱକପରେ ଭାରତୀୟ ଦଳକୁ ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ୧୦ ୱିକେଟ୍ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ୨୦୨୪ ରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ଉପରେ ନଜର ରଖି ବିସିସିଆଇ ଏକ ବଡ ନିଷ୍ପତ୍ତି ନେଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଆର ଟି ଅଶ୍ୱିନ, ମହମ୍ମଦ ଶାମି, ଦୀନେଶ କାର୍ତ୍ତିକ ଏବଂ ଭୁବନେଶ୍ୱର କୁମାର ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଯୋଜନା ବାହାରେ ଅଛନ୍ତି। ଏହି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ ୧୦୦ ବର୍ଷ ବୟସରେ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦ ଯାଉଛନ୍ତି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟା ହେତୁ ବୁଧବାର ସକାଳେ ହୀରେବେନଙ୍କୁ ‘ୟୁଏନ ମେହେତ୍ତା ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର’ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ଦ୍ଵାରା ଜାରି ବିବୃତ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ ମୋଦୀ ଆଜି ସକାଳ ୩.୩୦ ମିନିଟ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମା’ ଙ୍କ ସହିତ ଥିବା ସମ୍ପର୍କ ବିଷୟରେ ଅନେକ ସମୟରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଅପରାହ୍ନରେ ଦିଲ୍ଲୀରୁ ଅହମ୍ମଦାବାଦରେ ପହଞ୍ଚି ଡାକ୍ତରଖାନାରେ ଡାକ୍ତରଙ୍କୁ ଭେଟିଥିଲେ। ସେ ଏକ ଘଣ୍ଟାରୁ ଅଧିକ ସମୟ ହସ୍ପିଟାଲରେ ରହିଥିଲେ। ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ଭୋଟ୍ ଦେବା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ମା ହୀରେବେନଙ୍କୁ ଭେଟିବାକୁ ଯାଇଥିଲେ। କର୍ଣ୍ଣାଟକର ମଇଶୁରରେ…

Read More

ଲେଖା- ଜ୍ୟୋତିର୍ବିଦ୍ ଅମୃତା ଅମିତା ଶୁକ୍ରବାର(୩୦.୧୨.୨୨) ମେଷ-ପରାଧୀନ ବୃଷ-ସୁଖସମ୍ମାନ ମିଥୁନ-କାର୍ଯ୍ୟରେ ବାଧା କର୍କଟ-ଦ୍ରବ୍ୟଲାଭ ସିଂହ-କାର୍ଯ୍ୟସିଦ୍ଧି କନ୍ୟା-ସତସଙ୍ଗ ତୁଳା-ସୁଖହାନି ବିଛା-ଘାତଚନ୍ଦ୍ର ଧନୁ-ଧର୍ଯ୍ୟଚ୍ୟୁତି ମକର-ପରାମର୍ଶ କୁମ୍ଭ-କଳହଯୋଗ ମୀନ-ସେବପୂଜା ଆଜିଦିନରେ ମୂଳା ଖାଇବା ନିଷେଧ ମା”ଲକ୍ଷ୍ମୀଙ୍କୁ ଧଳାଫୁଲ ଓ ମିଶ୍ରିଭୋଗ ଅର୍ପଣ କରନ୍ତୁ।

Read More

ମେଷ: ପ୍ରେମୀ ଏବଂ ଗାର୍ଲଫ୍ରେଣ୍ଡମାନେ ଏକତ୍ର ଯାତ୍ରା କରିବେ। ସମ୍ପତ୍ତି କିଣିବାର ମଧ୍ୟ ସମ୍ଭାବନା ଅଛି। ଚାକିରି ଏବଂ ବ୍ୟବସାୟରେ ଲାଭ ହେବ। କାର୍ଯ୍ୟ ବିସ୍ତାରର ସମ୍ଭାବନା ଅଛି। ସାଙ୍ଗମାନଙ୍କ ସହିତ ସମୟ ବିତାଇବେ। ବ୍ୟବସାୟର ସମୃଦ୍ଧି ହେବ। ବୃଷ: ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ହେବ, ଆର୍ଥିକ ସ୍ଥିତିରେ ଉନ୍ନତି ହେବ। କର୍ମଚାରୀ ଏବଂ ବ୍ୟବସାୟୀମାନେ ମଧ୍ୟ ଉପକୃତ ହେବେ। କୈଣସି ପୁରୁଣା ବିବାଦର ସମାଧାନ ହେବ। ଭାଇଭଉଣୀଙ୍କ ସହ ସମ୍ପର୍କ ସୁଦୃଢ ହେବ। ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ହେବ। ମିଥୁନ: ସରକାରୀ ସେବା କ୍ଷେତ୍ର ସହିତ ଜଡିତ ଲୋକମାନେ ସାଙ୍ଗମାନଙ୍କ ସହିତ ଏକ ଚିତ୍ତାକର୍ଷକ ଯାତ୍ରା କରିପାରିବେ। ବ୍ୟବସାୟ ବିସ୍ତାର ହେବ ଏବଂ ଲାଭ ହେବ। ଯଦି ନୂତନ ବ୍ୟବସାୟ କିମ୍ବା କିଛି କରିବାକୁ ଚିନ୍ତା କିରଛନ୍ତି ଆରମ୍ଭ କରନ୍ତୁ। ସ୍ୱାସ୍ଥ୍ୟ ଭଲ ହେବ। କର୍କଟ: ପ୍ରେମ ସମ୍ପର୍କ ମଜବୁତ ହେବ, ସମ୍ମାନ ପାଇବେ। ପରିବାର ଏବଂ ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ଭଲ…

Read More

ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଭାବେ ଭୁବନେଶ୍ୱରରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (national center for disease control/ NCDC ) ପ୍ରତିଷ୍ଠା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଏଥି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଅଧ୍ୟକ୍ଷତାରେ ଆଜି ଏକ ପଞ୍ଜିକୃତ-ଜମି ହସ୍ତାନ୍ତର ସଭା ଅନୁଷ୍ଠିତ ହୋଇଥିଲା। ଲୋକସେବା ଭବନ ସଭାଗୃହରେ ଆୟୋଜିତ ଏହି ବୈଠକରେ ଶ୍ରୀମତୀ ପଣ୍ଡିତ୍ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ ଧରଣର ରୂପାନ୍ତରଣ ପ୍ରକ୍ରିୟା ଚାଲୁରହିଛି। NCDC ର ପ୍ରତିଷ୍ଠା ଏ ଦିଗରେ ଆଉ ଏକ ମାଇଲ ଖୁଣ୍ଟ ହେବ । ଶ୍ରୀମତୀ ପଣ୍ଡିତ୍ ଆହୁରି ମଧ୍ୟ କହିଥିଲେ ଯେ ଆର୍.ଏମ୍.ଆର୍.ସି, ଆଇ.ଏଲ୍.ଏସ୍, ଏମ୍ସ୍ ଆଦି କେନ୍ଦ୍ରୀୟ ଅନୁଷ୍ଠାନ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପୂର୍ଣ୍ଣ ସହଭାଗିତାରେ କାର୍ଯ୍ୟକରି ଆସୁଛି ଯାହାକି ବିପର୍ଯ୍ୟୟ…

Read More

ନୂଆଦିଲ୍ଲୀ: ଆଜି CBSE ର ୧୦ମ ଏବଂ ୧୨ଶ ପରୀକ୍ଷା ସୂଚୀ ଘୋଷଣା ହୋଇଛି। ସିବିଏସସି ବୋର୍ଡ ତରଫରୁ ଏହି ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ସିବିଏସଇ ୧୦ମ ବୋର୍ଡ ପରୀକ୍ଷା ଫେବୃୟାରୀ ୧୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ରେ ଶେଷ ହେବ । ସେହିପରି ୧୨ଶ ବୋର୍ଡ ପରୀକ୍ଷା ଫେବୃୟାରୀ ୧୫ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖରେ ଶେଷ ହେବ। ପରୀକ୍ଷା ସବିଶେଷ ତଥ୍ୟ ତଥା କେଉଁ ଦିନ କଣ ରହିଛି ଜାଣିବା ପାଇଁ ଏହା ଉପରେ CLICK କରନ୍ତୁ ଏହି ବୋର୍ଡର ପରୀକ୍ଷା ୧୦ଟା ୩୦ରୁ ଆରମ୍ଭ ହୋଇ ୧ଟା ୩୦ରେ ଶେଷ ହେବ ବୋଲି କୁହାଯାଇଛି। ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ସମୟକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାସୂଚୀ ପ୍ରସ୍ତୁତ କରାଯାଇଛି ବୋଲି ସିବିଏସସି ପକ୍ଷରୁ କୁହାଯାଇଛି।

Read More

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଉତ୍ସବ ଆଜି ଅପରାହ୍ନରେ ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଯାଇଛି l ଉତ୍ସବରେ ଉଦ୍ଘାଟକ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ ଉଦଘାଟନ କରିଥିଲେ। ଓଡ଼ିଶା ରାଜ୍ୟ ସଂଗ୍ରହାଳୟକୁ କିପରି ଭାବରେ ବିଶ୍ଵସ୍ତରୀୟ ସଂଗ୍ରହାଳୟରେ ପରିଣତ କରାଯାଇପାରିବ, ସେ ସମ୍ବନ୍ଧରେ ଅତିରିକ୍ତ ମୁଖ୍ୟଶାସନ ସଚିବ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାତୀୟ ସ୍ମାରକୀ ପ୍ରାଧିକରଣର ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବାସା ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ଯୋଗଦେଇ ରାଜ୍ୟ ସଂଗ୍ରହାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଭାଗ୍ୟଲିପି ମଲ୍ଲ ଉପସ୍ଥିତ ଥିଲେ। ଏହି ଉପଲକ୍ଷେ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଦେଶର କୋଭିଡ ପରିଚାଳନା ପାଇଁ ଔଷଧପତ୍ର ଉପଲବ୍ଧତା ସହ ଉତ୍ପାଦନ ସାମର୍ଥ୍ୟ ନେଇ ଔଷଧ କମ୍ପାନୀ ପ୍ରତିନିଧିଗଣଙ୍କ ସହ ଆଭାସୀ ମାଧ୍ୟମରେ ଆଜି (୨୯-୧୨.୨୦୨୨)  ସମୀକ୍ଷା କରିଛନ୍ତି। ଯେକୌଣସି ପରିସ୍ଥିତିର ସଫଳ ମୁକାବିଲା ନେଇ ପ୍ରସ୍ତୁତ ରହିବା ହେଉଛି ଏହି ସମୀକ୍ଷାର ଉଦ୍ଦେଶ୍ୟ। ବିଶ୍ୱବ୍ୟାପୀ କେତେକ ଦେଶରେ କୋଭିଡ-୧୯ ମାମଲା ବୃଦ୍ଧି ପରିପ୍ରେକ୍ଷୀରେ ଏହି ସମୀକ୍ଷା କରାଯାଇଛି। ଏକ ପରୀକ୍ଷାମୂଳକ ପ୍ରଦର୍ଶନ ମାଧ୍ୟମରେ ବୈଶ୍ୱିକ କୋଭିଡ ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଦେଶରେ କୋଭିଡ ବୈଶ୍ୱିକ ମହାମାରୀ କାଳରେ ଅମୂଲ୍ୟ ଅବଦାନ ପାଇଁ ଡକ୍ଟର ମନସୁଖ ମାଣ୍ଡଭିୟ ଔଷଧ କମ୍ପାନୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଥିଲେ। “ଭାରତୀୟ ଔଷଧ ପ୍ରସ୍ତୁତକାରୀ ଶିଳ୍ପ ସମୂହ ଦୃଢ, ନମନୀୟ ଓ ଦକ୍ଷ। ସେମାନଙ୍କ ମଜବୁତ ସ୍ଥିତି ଯୋଗୁଁ ବୈଶ୍ୱିକ ମହାମାରୀ କାଳରେ ଆମେ…

Read More

ନିରାକାରପୁର: ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ପାନ୍ଥିକାରେ ଗତକାଲି ରାମେଶ୍ୱର ହାଇସ୍କୁଲର ପୂରାତନ ଛାତ୍ରଛାତ୍ରୀମାନେ ମିଳିତ ଭାବରେ ଏକ ଭୋଜି କରୁଥିଲେ। ଭୋଜି ସମୟରେ ବାଲିଗାଡିଆ ଗ୍ରାମର କେତେକ ଯୁବକ ସେଠାରେ ପହଞ୍ଚି ବିଶୃଙ୍ଖଳା କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା। ବିବାଦ ଉଗ୍ରରୂପ ନେଇଥିଲା। ଯାହାଫଳରେ ଜଣେ ଯୁବକଙ୍କ ମୁଣ୍ଡ ଫାଟି ଆହତ ହୋଇଥିଲେ। ଆହତ ଯୁବକ ଜଣଙ୍କ ଖଜୁରିପଡା ଗ୍ରାମର ଜୟନ୍ତ କୁମାର ପାହାଡାସିଂହ। ଜୟନ୍ତ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଏନେଇ ଜୟନ୍ତ ନିରାକାରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ଆଇଆଇସିଙ୍କ ନେତୃତ୍ୱରେ ପୋଲିସ ଏସଆଇ ବିନାୟକ ମନ୍ତ୍ରୀ ଓ କନେଷ୍ଟବଳ ଅରୁଣ କୁମାର ପୁରୀ ମିଶି ବାଲିଗାଡିଆ ଗ୍ରାମର ଅରୁପ ବଳବନ୍ତରାୟ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବାବେଳେ ସେମାନଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ସରକାର ପିଲାମାନଙ୍କର ଭବିଷ୍ୟତ ପାଇଁ ବହୁଯୋଜନା କାର୍ଯ୍ୟକାରୀ କରିଛନ୍ତି। ବିଭିନ୍ନ ରୋଗର ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଗ୍ରାମାଞ୍ଚଳରେ ଏହି ସେବା ଠିକ୍ ସମୟରେ ପହଞ୍ଚି ପାରୁ ନ ଥିବାରୁ ବହୁ ପିଲା ମୃତ୍ୟୁମୁଖରେ ପଡ଼ୁଛନ୍ତି। ନାକଟିଦେଉଳ ବ୍ଲକ୍ ର ବିନ୍ଧପୁର ଗ୍ରାମରେ ଜଣେ ୧୨ ବର୍ଷର ବାଳକ ଦିନେ କି ଦୁଇଦିନ ନୁହଁ, ଆଜିକୁ ପାଞ୍ଚବର୍ଷ ହେବ ଡ଼ିଏମଡି ରୋଗରେ ଆକ୍ରାନ୍ତ ହୋଇ ଘରେ ବସିରହିଛନ୍ତି, ହେଲେ ସରକାରୀ ସ୍ତରରେ ତାଙ୍କୁ ଏ ଯାଏଁ ସାହାଯ୍ୟ ମିଳି ପାରିନି। ସେଇ ବାଳକ ଜଣଙ୍କ ହେଲେ ବାର ବର୍ଷର ନୀତିଶ। ପରିବାର ଲୋକେ ଅନେକ ଡାକ୍ତରଙ୍କ ପରାମର୍ଶ କରିଥିଲେ ମଧ୍ୟ ଏହି ରୋଗ ଭଲ ହେଉନି।  ଯାହାକୁ ନେଇ ଚିନ୍ତାରେ ପରିବାର ଲୋକେ। ଯେଉଁ ବୟସରେ ସାଙ୍ଗସାଥିଙ୍କ ସହ ଖେଳକୁଦ କରିବା ସହ ବିଦ୍ୟାଳୟ ଯାଇ ପାଠ ପଢିଥାନ୍ତେ, ସେହି ବୟସରେ…

Read More

ଚାନ୍ଦପୁର: ହଠାତ ଯାତ୍ରୀ ଯାତ୍ରୀ ବାହୀ ବସ୍ ରେ ନିଆଁ ଲାଗିଯାଇଥିବା ଭଳି ଘଟଣା ସାମ୍ନାକୁ ଆସିଛି। ପୁରୁଣା ୧୬ ନଂ ଜାତୀୟ ରାଜପଥ ଚାନ୍ଦପୁର ବଜାର ନିକଟରେ ଏଭଳି ଘଟଣା ଘଟିଛି। ବାଙ୍କେଶ୍ୱରୀ ନାମକ ଯାତ୍ରୀ ବାହୀ ଘରୋଇ ବସ୍ ବ୍ରହ୍ମପୁର ରୁ ରଣପୁର ଆସୁଥିବା ବେଳେ ସର୍ଟ ସର୍କିଟ୍ ରୁ ଇଂଜିନ୍ ରେ ନିଆଁ ଲାଗିଯାଇଥିବା ସୂଚନା ରହିଛି। ପ୍ରବଳ ଧୁଆଁ ହେବା ସହ ଇଂଜିନ୍ ଜଳିବାରୁ ଚାଳକ ବସ୍ କୁ ଅଟକାଇଲେ। ଉପସ୍ଥିତ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଏଥିରେ ଯାତ୍ରୀଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡିଛି। ବର୍ତ୍ତମାନ ରାସ୍ତାରେ ଗାଡି ଚଳା ଚଳ ବନ୍ଦ ରହିଛି।

Read More

ପାଟନା: ଚାଇନାର ଗୁପ୍ତଚର ମିସ୍ ସୋଙ୍ଗ ଜିଆଓଲାନଙ୍କୁ ଆଜି ସନ୍ଧ୍ୟାରେ ବୋଧ ଗୟାସ୍ଥିତ କାଲଚକ୍ର ମଇଦାନ ନିକଟରେ ପୋଲିସ ଗିରଫ କରିଛି। ସେ ଜଣେ ମହିଳା ବୌଦ୍ଧ ଭିକ୍ଷୁ ବେଶରେ ଆସିଥିଲେ। ୨୦୧୯ ଠାରୁ ବୋଧ ଗୟା ରେ ଅଛନ୍ତି। ମଝିରେ ସେ ନେପାଳ ମଧ୍ୟ ଯାଇଥିଲେ। ଚାଇନାରେ ସ୍ୱେଚ୍ଛାସେବୀ ଭାବରେ କାମ କରୁଥିଲେ। ତାଙ୍କୁ ବୋଧ ଗୟା ପୋଲିସ ଷ୍ଟେସନରେ ପଚରାଉଚରା କରାଯାଉଛି। ତାଙ୍କୁ ପଚରାଉଚରା କରିବା ପରେ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ଅଧିକ ସୂଚନା ଦେଇପାରେ। ବାସ୍ତବରେ, କାଲଚକ୍ର ମଇଦାନରେ ଦଲାଇ ଲାମାଙ୍କ ତିନି ଦିନିଆ ଭାଷଣ ଆଜିଠାରୁ ଆରମ୍ଭ ହୋଇଛି। ଆଜି ସକାଳେ ପୋଲିସ ଉକ୍ତ ମହିଳାଙ୍କ ବିଷୟରେ ସୂଚନା ପାଇବା ମାତ୍ରେ ସ୍କେଚ୍‌ ଜାରି କରାଯାଇଥିଲା। ସଙ୍ଗେ ସଙ୍ଗେ ଏକ ପୋଲିସ ଟିମ୍ ଗଠନ ହୋଇ ମହିଳାଙ୍କ ସନ୍ଧାନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ବିଳମ୍ବିତ ରାତିରେ ମହିଳା ଜଣକ କାଲଚକ୍ର…

Read More

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଏବଂ ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବହୁ ପ୍ରତୀକ୍ଷିତ ଜନସାଧାରଣ କେନ୍ଦ୍ରିକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ “ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶ” ସହିତ ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ଭିତ୍ତିପ୍ରସ୍ତର ଦେବା ସହିତ ପୁରୀ-ଜଳେଶ୍ୱର-ପୁରୀ ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏହି ସମାବେଶରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରହ୍ଲାଦ ଯୋଶୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳବାଇରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଦେଶର ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରି ନୂତନ ଷ୍ଟେସନ ସ୍ଥାପନ କରି ଷ୍ଟେସନଗୁଡିକର ପୁନଃବିକାଶ କରାଇବା ସହିତ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଆଧୁନିକ ସୁବିଧା ଯୋଗାଇବା କ୍ଷେତ୍ରରେ…

Read More

ଖୋର୍ଦ୍ଧା: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ, ଅଶ୍ଵଥି ଏସ୍. ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ପ୍ରଥମେ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସହ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହାପରେ ଜିଲ୍ଲା ସ୍ତରୀୟ ଶିକ୍ଷା ବିଭାଗର ସ୍ଵତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାପାଳ, କେ. ସୁଦର୍ଶନ ଚକ୍ରବର୍ତ୍ତୀ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଦିଗନ୍ତ ରାଉତ, ମୋ ସ୍କୁଲ, ଚିଫ ଅପରେଟିଙ୍ଗ ଅଧିକାରୀ, ଅମରଜିତ ଜେନା ଏବଂ ତାଙ୍କର ସମସ୍ତ ଷ୍ଟାଫ,ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (Establishment), ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (Scheme/ Academic), ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷା ଓ…

Read More