Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇସିଏମଆର-ଆରଏମଆରସିର ଆନେକ୍ସ ବିଲଡିଂର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଆଇସିଏମଆର-ଆରଏମଆରସିର ଆନେକ୍ସ ବିଲଡିଂର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

January 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ଶିଶୁଙ୍କର ଥିବା କୁପୋଷଣ, ଗର୍ଭବତୀ ମହିଳାଙ୍କ ରକ୍ତହୀନତା ଓ ଅନ୍ୟାନ୍ୟ ସମସ୍ୟା ସମାଧାନର ରାସ୍ତା ବାହାର କରିବା ପାଇଁ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମ୍‌ଆରସି), ଭୁବନେଶ୍ୱରକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହ ଶ୍ରୀ ପ୍ରଧାନ ଶନିବାର ଆଇସିଏମଆର-ଆରଏମଆରସିର ଆନେକ୍ସ ବିଲଡିଂର ଲୋକାର୍ପଣ ଓ ଆଇସିଏମଆର ସ୍କୁଲ ଅଫ୍ ପବ୍ଲିକ ହେଲଥ୍ ଓ ବିଏସଏଲ -୩ ଲ୍ୟାବର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଓଡ଼ିଶାରେ ଶିଶୁ ମୃତ୍ୟୁ, କୁପୋଷଣ, ଓଜନ ଅନୁସାରେ ଉଚ୍ଚତା କମ୍ ଏବଂ ଉଚ୍ଚତା ଅନୁସାରେ ଓଜନ କମ ଭଳି ଅନେକ ଗଭୀର ସମସ୍ୟା ରହିଛି। ମହିଳା ବିଶେଷଭାବେ ଗର୍ଭବତୀ ମହିଳାମାନେ ରକ୍ତହୀନତା କାରଣରୁ ମୃତ୍ୟୁମୁଖରେ ପଡୁଛନ୍ତି, ଯାହା ଚିନ୍ତା ଜନକ। ତେଣୁ ଏ ଦିଗରେ ରାସ୍ତା ବାହାର କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ମେଡ଼ିକାଲ କଲେଜ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରାଧାନ୍ୟ ଦିଆଯାଉଛି। ମୋଦି ସରକାର ପୂର୍ବରୁ ଓଡ଼ିଶାରେ ୩ଟି ମେଡିକାଲ ଥିବା ବେଳେ ଏବେ ତାହା ବଢି ୧୦ରେ ପହଞ୍ଚିଛି। ମୋଦି ସରକାରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଢାଞ୍ଚାଗତ ପରିବର୍ତ୍ତନ ହୋଇଛି। ଲାଇଫଷ୍ଟାଇଲ ମ୍ୟାନେଜମେଣ୍ଟ, ଫିଟନେସ ଓ୍ୱେଲ ସେଣ୍ଟରକୁ ଗୁରୁତ୍ୱ ଦିଆଯାଉଛି। ପୂର୍ବରୁ ଲୋକମାନେ କୌଣସି ରୋଗରେ ପଡିବା ପରେ ଡାକ୍ତରଙ୍କ ପରାମର୍ଶ ନେଉଥିଲେ ମାତ୍ର ଏବେ ରୋଗରୁ ମୁକ୍ତ ହେବା ପାଇଁ ଶରୀର ପ୍ରତି ଧ୍ୟାନ ରଖାଯାଉଛି। ସମଗ୍ର ଭାରତବର୍ଷର ନାଗରିକ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁସ୍ଥ ଭାରତର କଳ୍ପନାକୁ ସାକାର କରିବାରେ ଆଇସିଏମଆର-ଆରଏମଆରସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଶେଷ ଭାବରେ କୋଭିଡ୍ ସମୟରେ ପୂର୍ବ ଭାରତର ଲୋକଙ୍କ ଜୀବନକୁ ସୁରକ୍ଷିତ ଓ ସଚେତନ କରିବାରେ ଏହି ଅନୁଷ୍ଠାନର ଅବଦାନ ଅତୁଳନୀୟ।

ଏହାବ୍ୟତିତ ଆଇସିଏମଆର-ଆରଏମ୍‌ଆରସି ଦ୍ୱାରା ପ୍ରକାଶିତ ଓଡ଼ିଶାର ମହିଳା ବୈଜ୍ଞାନିକଙ୍କ ସମ୍ପର୍କୀତ ଇଂରାଜୀରେ ଲିଖିତ ସ୍ମରଣିକାକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହାସହ ସେହି ସ୍ମରଣିକାକୁ ଓଡ଼ିଆ ଓ ହିନ୍ଦି ଭାଷାରେ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଯେଉଁ ମାଆ ପିଠା ତିଆରି କରେ, ସେହି ମାଆ ବିଶ୍ୱ ସମସ୍ୟାର ସମାଧାନ ବି ବାହାର କରିପାରେ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ।

ଓଡିଶା ଭୁବନେଶ୍ୱର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼ଙ୍କ ଆତ୍ମହତ୍ୟା!: ପୋଲିସ ମୁଖ୍ୟାଳୟରୁ ମୃତଦେହ ଉଦ୍ଧାର

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026

CJP ର ସଂସଦ ପଦଯାତ୍ରା ମଧ୍ୟରେ ବଡ଼ ନିଷ୍ପତ୍ତି: ଅନଶନ ସମାପ୍ତ କଲେ ତିନି AISA ଛାତ୍ରଛାତ୍ରୀ

July 20, 2026

ଦେଶରେ ଚାଲିବ B-28 ବୁଲେଟ୍ ଟ୍ରେନ୍: ଜାଣନ୍ତୁ ଏହାର ଗତି ଏବଂ ରୁଟ୍

July 20, 2026
Latest News

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026

ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼ଙ୍କ ଆତ୍ମହତ୍ୟା!: ପୋଲିସ ମୁଖ୍ୟାଳୟରୁ ମୃତଦେହ ଉଦ୍ଧାର

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026

CJP ର ସଂସଦ ପଦଯାତ୍ରା ମଧ୍ୟରେ ବଡ଼ ନିଷ୍ପତ୍ତି: ଅନଶନ ସମାପ୍ତ କଲେ ତିନି AISA ଛାତ୍ରଛାତ୍ରୀ

July 20, 2026

ଦେଶରେ ଚାଲିବ B-28 ବୁଲେଟ୍ ଟ୍ରେନ୍: ଜାଣନ୍ତୁ ଏହାର ଗତି ଏବଂ ରୁଟ୍

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.