ଭୁବନେଶ୍ୱର: ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶା’’ର ସଫଳ ରୂପାୟନ ଦିଗରେ ଅନ୍ୟଏକ ବଡ଼ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ୧୦୩ ଟି ସୁପର ସ୍ପେସାଲିଟି ହସ୍ପିଟାଲ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବି.ଏସ୍.କେ.ୱାଇ) ଅନ୍ତର୍ଭୁକ୍ତ କରିଛନ୍ତି । ଓଡ଼ିଶା ହେଲ୍ଥ୍ ଆସୁରାନ୍ସ୍ ସୋସାଇଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡ଼ି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବି.ଏସ୍.କେ.ୱାଇ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି । ସୋସାଇଟି ସଭାକକ୍ଷରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଯୁଗ୍ମ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭାନନ୍ଦ ମହାପାତ୍ର ବି.ଏସ୍.କେ.ୱାଇ କାର୍ଯ୍ୟନ୍ୱୟନ ସମ୍ବନ୍ଧିତ ବିଭିନ୍ନ ଦିଗ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷାକରି ଡାକ୍ତର ବୃନ୍ଦା ଡି. ତାଲିକା ଅନ୍ତର୍ଭୁକ୍ତ ହସ୍-ପିଟାଲ୍ମାନେ ଚିକିତ୍ସା ବାବଦରେ ଦେଇଥିବା ବିଲ୍ ଗୁଡ଼ିକର ପୈଠ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଶ୍ଚିତ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନ ଲାଇନରେ…
Author: Samikhsya Bureau
ଭୁବନେଶ୍ୱର : ଧାନମଣ୍ଡି ଖୋଲିବା ଦାବିରେ ଆଜି ରାଜ୍ୟର ସବ୍ଡିଭିଜନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରତିବାଦ ଏବଂ ଉପଜିଲ୍ଲାପାଳଙ୍କୁ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଧାନମଣ୍ଡି ଖୋଲିଛନ୍ତି ବୋଲି ମିଥ୍ୟା ଚିତ୍କାର କରୁଛନ୍ତି କିନ୍ତୁ ବାସ୍ତବରେ ଓଡ଼ିଶାର ଉପକୂଳ ଓ ଦକ୍ଷିଣାଂଚଳରେ ଧାନ ଅମଳ ପାଖାପାଖି ୮୦% ଶେଷ ହୋଇଯାଇଥିଲେ ବି ଧାନମଣ୍ଡି ଖୋଲା ଯାଇନାହିଁ । ଚାଷୀମାନଙ୍କ ଲାଗି ପଶ୍ଚିମଓଡ଼ିଶା ଅଂଚଳରେ ଖୋଲାଯାଇଥିବା ଧାନମଣ୍ଡି ଗୁଡିକର କୁପରିଚାଳନା ଓ ବିଶୃଙ୍ଖଳା କାରଣରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ଅନ୍ନଦାତାଙ୍କ ପ୍ରତି ରାଜ୍ୟ ସରକାରଙ୍କର ଏଭଳି ହତାଦାର ଓ ଅନ୍ୟାୟ ବିରୋଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଉପଜିଲ୍ଲାପାଳମାନଙ୍କୁ ଦାବିପତ୍ର ଦିଆଯିବା ସହ ୨୨ରୁ ୨୮ ତାରିଖ ଆଗାମୀ ୭ଦିନ ଧରି ମଣ୍ଡିଚାଲ ଅଭିଯାନ କାର୍ଯ୍ୟକ୍ରମରେ ଧାନମଣ୍ଡିକୁ ଯାଇ ଚାଷୀଙ୍କ ସହ ଆଲୋଚନା କରାଯିବ । ମଣ୍ଡି ଖୋଲି ନଥିବା ସ୍ଥାନରେ ତୁରନ୍ତ…
ନୂଆଦିଲ୍ଲୀ: ଜାତୀୟ ସ୍ବାସ୍ଥ୍ୟ ପ୍ରାଧୀକରଣ (ଏଚଏନଏ) ନିଜର ପ୍ରମୁଖ ଯୋଜନା ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍) ସ୍କାନ୍ ଏବଂ ସେୟାର ମାଧ୍ୟମରେ ରୋଗୀମାନଙ୍କ ପାଇଁ ତ୍ବରିତ ଓପିଡି ପଞ୍ଜୀକରଣ ସେବା ପ୍ରଦାନ କରୁଛି। ଅକ୍ଟୋବର 2022 ରେ ନୂଆଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ଏହି ସେବାକୁ ପାଇଲଟ୍ ଭିତ୍ତିରେ ଆରମ୍ଭ କରାଯାଇଥିଲା। ଏବେ ଏହାକୁ ଭାରତର 18 ଟି ରାଜ୍ୟରେ 200 ରୁ ଅଧିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଗ୍ରହଣ କରାଯାଇଛି। ଏହାର ଶୁଭାରମ୍ଭ ପରେ 75 ଦିନର ଅବଧି ମଧ୍ୟରେ ସ୍କାନ୍ ଓ ସେୟାର ସେବା ପ୍ରାୟ 1 ଲକ୍ଷରୁ ଅଧିକ ରୋଗୀମାନଙ୍କୁ ଓପିଡି ପରାମର୍ଶ ପାଇଁ ତତ୍କାଳ ପଞ୍ଜୀକରଣ ସୁବିଧା ପ୍ରଦାନ କରିଛି। ଏହାଦ୍ବାରା ତାଙ୍କର ସମୟ ସଞ୍ଚୟ ହେବା ସହିତ ଓପିଡି ପଞ୍ଜୀକରଣର ସହଜ ହୋଇ ପାରିଛି। କର୍ଣ୍ଣାଟକ, ଦିଲ୍ଲୀ, ଉତ୍ତର ପ୍ରଦେଶ ସେହି ପ୍ରମୁଖ ରାଜ୍ୟ ମଧ୍ୟରେ ରହିଛି ଯେଉଁମାନେ ରୋଗୀମାନଙ୍କୁ ଉନ୍ନତ ସେବା ପ୍ରଦାନ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବିଂଝଳା ଗ୍ରାମରେ ଗତକଲି ରାତିରେ ଏକ ଚୋରି ହୋଇଥିବାର ଖବର ହସ୍ତଗତ ହୋଇଛି। ପୋଲିସ ସୂଚନା ମୁତାବକ ଉକ୍ତ ଗ୍ରାମର ସୁଶାନ୍ତ ସ୍ୱାଇଁ ଏବଂ ତାଙ୍କ ପତ୍ନୀ ସୌନ୍ଦର୍ଯ୍ୟା ଲକ୍ଷ୍ମୀ ସ୍ୱାଇଁ ଗତକାଲି କୌଣସି ବ୍ୟକ୍ତିଗତ କାର୍ଯ୍ୟରେ ଘର ତାଲା ପକାଇ କଟକ ଯାଇଥିବା ବେଳେ ଆଜି ସକାଳେ ଗ୍ରାମକୁ ଫେରିଥିଲେ। ତେବେ ଘର ଖୋଲିବା ପାଇଁ ଉଦ୍ୟତ ହେଲା ବେଳକୁ ଘର ତାଲା ଭାଙ୍ଗିଥିବାର ଦେଖିବାକୁ ପାଇଥିଲେ ଦମ୍ପତି। ଭିତରକୁ ଯାଇ ଦେଖିଲା ବେଳକୁ ଦୁର୍ବୁତ୍ତ ମାନେ ଘରୁ ବହୁ ମୂଲ୍ୟବାନ ଜିନିଷ ଚୋରି କରିଦେଇଥିବାର ଦେଖିବାକୁ ପାଇଥିଲେ। ଅଭିଯୋଗ ମୁତାବକ ସୁଶାନ୍ତଙ୍କ ଘରୁ କିଛି ସ୍ଵର୍ଣ୍ଣ ଅଳଙ୍କାର ଏବଂ ୫୦ ହଜାର ନକଦ ଟଙ୍କା ଲୁଟ ହୋଇଛି। ଏ ନେଇ ବାଣପୁର ଥାନାରେ ସୌନ୍ଦର୍ଯ୍ୟା ଅଭିଯୋଗ କଲାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବିଂଝଳା ଗ୍ରାମରେ ଜଣେ ବୃଦ୍ଧା ବିଷ ପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ପୋଲିସର ସୂଚନା ମୁତାବକ ଉକ୍ତ ଗ୍ରାମର ଗୋଲି ଭାରିମଲ୍ଲ (୭୦) ନାମ୍ନୀ ଜଣେ ବୃଦ୍ଧା ଆଜି ମଧ୍ୟାହ୍ନରେ କୌଣସି କାରଣ ବଶତଃ ଘରେ ବିଷ ପିଇ ଦେଇଥିଲେ। ପରିବାରବର୍ଗ ଏହ ଜାଣିଲା ପରେ ସଙ୍ଗେସଙ୍ଗେ ଗୋଲିଙ୍କୁ ଟାଙ୍ଗୀ ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବାଣପୁର ଥାନାରେ କେସ ନମ୍ବର ୩୬/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛନ୍ତି।
ନୂଆଦିଲ୍ଲୀ/ଭୁବନେଶ୍ୱର: ଆମ ସାମାଜିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିବା ଜନଜାତି ସମାଜକୁ ସଶକ୍ତିକରଣ କରିବାରେ ମୋଦି ସରକାର ପ୍ରାଥମିକତା ଦେଉଛନ୍ତି । ଦେଶ ସ୍ୱାଧୀନତା ପରେ ଦୀର୍ଘ ୭୫ ବର୍ଷରେ ସେମାନଙ୍କ ପାଇଁ ଥିବା ଦାୟିତ୍ୱକୁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରଣ କରୁଛନ୍ତି ବୋଲି ନୂଆଦିଲ୍ଲୀରେ ଏକ ପ୍ରେସମିଟ ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଜନଜାତିଙ୍କ ପାଇଁ ଆର୍ଥିକ ସହାୟତା ଅନୁଦାନ ବୃଦ୍ଧି କରିବା ସହ ଶିକ୍ଷା, ରୋଜଗାର, ସ୍ୱରୋଜଗାର ଓ ସାଂସ୍କୃତିକ ଉତଥାନକୁ ଗୁରୁତ୍ୱ ଦେଉଛନ୍ତି। ସେମାନଙ୍କୁ ଜାତୀୟ ସ୍ତରରେ ପରିଚୟ ଦେଇଛନ୍ତି। ଦେଶରେ ଜନଜାତି ସଶକ୍ତିକରଣ ଦିଗରେ ପ୍ରଧାନମନ୍ତ୍ରୀ ନୂଆ ମାପଦଣ୍ଡ ତିଆରି କରିଛନ୍ତି। ମୋଦି ସରକାରରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ଏକ ସ୍ଲୋଗାନ…
ଭୁବନେଶ୍ୱର: ରୋଗୀଙ୍କ ସେବା କରୁଥିବା ନର୍ସମାନେ ସେମାନଙ୍କର ଯତ୍ନ ନେବା ସହ ତାଙ୍କ ଚିକିତ୍ସା ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ଉଚିତ୍। ଚିକିତ୍ସା କରିବା ସମୟରେ ସମସ୍ତ ପ୍ରକାର ତ୍ରୁଟିକୁ ଏଡାଇବା ନିମନ୍ତେ ଯତ୍ନବାନ ହେବା ଉଚିତ୍। ଔଷଧ, ଏହାର ପାଶ୍ୱର୍ ପ୍ରତିକ୍ରିୟା ଏବଂ ଔଷଧ ଦେବା ବିଧି ସମ୍ପର୍କରେ ସେବିକାମାନେ ଅଧିକ ସଚେତନ ହେବା ଉଚିତ୍ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି। ଦ ଟ୍ରେଣ୍ଡ ନର୍ସେସ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ଓଡ଼ିଶା ଶାଖା ଏବଂ ସୋଆ ପରିଚାଳିତ ସମ୍ ନର୍ସିଂ କଲେଜର ମିଳିତ ଉଦ୍ୟମରେ ବୁଧବାର ଆୟୋଜିତ ହୋଇଥିବା “ମେଡିକେସନ୍ ମ୍ୟାନେଜମେଂଟ ଆଣ୍ଡ ପ୍ରିଭେନ୍ସନ୍ ଅନ୍ ମେଡିକେସନ୍ ଏରରର୍ସ” ଶୀର୍ଷକ ଦୁଇ ଦିନିଆ କର୍ମଶାଳାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ନନ୍ଦ ଏହା କହିଥିଲେ। ଯେକୌଣସି ବୃତିରେ ଶିକ୍ଷା ଓ ଗବେଷଣା ବହୁ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଲୁଗାଁ ଅବକାରୀ ବିଭାଗ ବାଣପୁର ଥାନା ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରୁ ଏକ ଦେଶୀ ମଦ ବୋଝେଇ ଯାତ୍ରୀବାହି ଅଟୋ ଜବତ କରିବା ସହ ଅଟୋ ଚାଳକଙ୍କୁ ଗିରଫ କରିଛି। ଏ ନେଇ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେଣ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଆଜି ପୂର୍ବାହ୍ନରେ ବାଲୁଗାଁ ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରେ ଏକ ଯାତ୍ରୀବାହି ଅଟୋଟି ଆସୁଥିବା ବେଳେ ସନ୍ଦେହ ହେବାରୁ ଅବକାରୀ ବିଭାଗ ଏହାର ତାଲାସି ନେଇଥିଲା। ତାଲାସି ବେଳେ ଅଟୋରୁ ୨୩୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଅଟୋ ଚାଳକ ରଞ୍ଜନ ସାହୁଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ବିରୋଧରେ ପିଆର ନମ୍ବର ୧୩୫/୨୨-୨୩ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ଅବକାରୀ ଅଧିକାରୀ ଶ୍ରୀ…
ଭୁବନେଶ୍ବର: ସମସ୍ତଙ୍କ ମୁହଁରେ ହସ, ପାଣି ପାଇଁ ଅପେକ୍ଷାରୁ ମୁକ୍ତି। ୫ଟି ଉପକ୍ରମ ରେ ରାଜ୍ୟର ୧୯ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଉପଭୋକ୍ତାମାନେ ସେମାନଙ୍କ ଖୁସି ବ୍ୟକ୍ତ କରି କହିଲେ ଯେ ପାଣି ପାଇଁ ଘଣ୍ଟା ଘଣ୍ଟା ଧରି ଧାଡି ବାନ୍ଧି ଅପେକ୍ଷା କରିବା, ପାଣିକୁ ସାଇତି ରଖିବା ଆଦି ସବୁ ଜଞ୍ଜାଳରୁ ମୁକ୍ତି ମିଳିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୋଟି କୋଟି ଧନ୍ୟବାଦ। ଆଜି ଲୋକସେବା ଭବନର କନ୍ଭେନସନ ହଲରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ଟି ଉପକ୍ରମ ରେ ରାଜ୍ୟର ୧୯ଟି ସହରରେ ୨୪X୭ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ସହର ଗୁଡିକ ହେଲା – ଭୁବନେଶ୍ବର, କଟକ, ନିମାପଡା, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା, ସୁନ୍ଦରଗଡ, ବୀରମିତ୍ରପୁର, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡା, ବଡବିଲ୍, ଚମ୍ପୁଆ, ଆନନ୍ଦପୁର, ବାରିପଦା, ରାଇରଙ୍ଗପୁର, ଉଦଳା,…
ନୂଆଦିଲ୍ଲୀ, ହିନ୍ଦୁ ଧର୍ମରେ ତୁଳସୀ ହେଉଛି ଏକ ପବିତ୍ର ଉଦ୍ଭିଦ। ଏହାକୁ ସମସ୍ତଙ୍କ ଘରେ ପୂଜା କରାଯାଇଥାଏ। ତୁଳସୀ ଉଦ୍ଭିଦକୁ ଅତି ଯତ୍ନ ନେବାକୁ ପଡିବ, ନଚେତ୍ ଏହି ଉଦ୍ଭିଦ ଶୀଘ୍ର ଶୁଖିଯିବ ଏବଂ ମରିଯିବ। ଏହାର ରକ୍ଷଣାବେକ୍ଷଣ କିମ୍ବା ସେବା ପାଇଁ କିଛି ନିୟମ ଅଛି, ସେଥିମଧ୍ୟରୁ ଗୋଟିଏ ହେଉଛି ଜଳ ପ୍ରଦାନ କରିବାର ନିୟମ। ଏହି ନିୟମ ମାନିବା ଦ୍ୱାରା ବିଷ୍ଣୁ ଏବଂ ଲକ୍ଷ୍ମୀ ପ୍ରସନ୍ନ ହେବେ, ଦେବୀ ତୁଲସୀ ମଧ୍ୟ ଆପଣଙ୍କୁ ଆଶୀର୍ବାଦ କରନ୍ତି। ୧- ରବିବାର ଏବଂ ଏକାଦଶୀରେ ତୁଳସୀ ମୂଳରେ ଜଳ ଦିଆଯାଏ ନାହିଁ। ୨- ରବିବାର ଏବଂ ଏକାଦଶୀରେ ତୁଳସୀ ଠାକୁରଙ୍କ ପାଇଁ ଉପବାସ ପାଳନ କରନ୍ତି। ସେ କେବଳ ଏହି ଦୁଇ ଦିନ ପାଇଁ ଶୋଇଥାନ୍ତି। ୩- ତୁଲସୀ ମାତାଙ୍କୁ ପ୍ରତିଦିନ ଉପଯୁକ୍ତ ପରିମାଣରେ ପାଣି ଦିଆଯିବା ଉଚିତ୍। କମ୍ କିମ୍ବା ଅଧିକ ନୁହେଁ। ୪- ଯଦି ଅଧିକ ପରିମାଣରେ ଜଳ…
ଭୁବନେଶ୍ବର: ଡିସେମ୍ବର ୨୩ ତାରିଖ ୨୦୨୨ ହେଉଛି ବର୍ଷର ଶେଷ ଅମାବାସ୍ୟା। ଏହାକୁ ପୌଷ୍ୟ ଅମାବାସ୍ୟା କୁହାଯାଏ। ଗୋଟିଏ ବର୍ଷରେ ସମୁଦାୟ ୧୨ ଟି ଅମାବାସ୍ୟା ଆସେ। ପ୍ରତ୍ୟେକ ମାସର କୃଷ୍ଣ ପକ୍ଷର ଅନ୍ତିମ ତିଥିକୁ ଅମାବାସ୍ୟା କୁହାଯାଏ। ଦେବୀ ଲକ୍ଷ୍ମୀଙ୍କ ପୂଜା ଏବଂ ପିତୃପୁରୁଷଙ୍କ ଶାନ୍ତି ପାଇଁ ଅମାବାସ୍ୟା ଦିନ ଅତ୍ୟନ୍ତ ଫଳପ୍ରଦ ଅଟେ। ଗାଧୋଇବା ପାଇଁ ପୌଷ ଅମାବାସ୍ୟା ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ, ଏହି ଦିନ କିଛି ବିଶେଷ ଜିନିଷ ପାଣିରେ ରଖି ଗାଧୋଇବା ଦ୍ୱାରା ଭାଗ୍ୟ ଚମକି ଉଠେ। ଜୀବନରେ ଧନ ଏବଂ ସୁଖ ଆସେ। ମହାଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳେ। ପୌଷ ଅମାବାସ୍ୟାରେ କେଉଁ ଜିନିଷରେ ସ୍ନାନ କରିବା ଉଚିତ, ଆସନ୍ତୁ ଜାଣିବା… ପୌଷ ଅମାବାସ୍ୟା ମୁହୂର୍ତ୍ତ: ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ପୌଷ ଅମାବାସ୍ୟା ତିଥି ଡିସେମ୍ବର ୨୨ ତାରିଖ ୨୦୨୨ରେ ସନ୍ଧ୍ଯା ୦୭.୧୩ ମିନିଟରେ ଆରମ୍ଭ ହେବ। ଡିସେମ୍ବର…
ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରାର ସମାପ୍ତି ବିଷୟରେ ଚିଠିକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କରୋନା ମହାମାରୀ ସମ୍ପର୍କରେ ଏକ ଟୁଇଟ୍ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ, ଆଜି ସେ ଏହି ବିଷୟରେ ଅଧିକାରୀ ଏବଂ ବିଶେଷଜ୍ଞମାନଙ୍କ ସହିତ ସାକ୍ଷାତ କରିଥିଲେ। ଯେଉଁଥିରେ ଅନେକ ନିଷ୍ପତ୍ତି ନିଆଯାଇଛି। ପ୍ରକାଶ ଯେ ପୂର୍ବରୁ ମଣ୍ଡଭିଆ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ ଯେ ଭାରତ ଯୋଡୋ ଯାତ୍ରାର ସମାପ୍ତିକୁ ବିଚାର କରାଯିବା ଉଚିତ, ଏଥିରେ କରୋନା ପ୍ରୋଟୋକଲ ପାଳନ କରାଯାଉ ନାହିଁ। ବର୍ତ୍ତମାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ଟ୍ୱିଟରେ ଉଚ୍ଚ ସ୍ତରୀୟ ବୈଠକ ସମ୍ପର୍କରେ ଲେଖିଛନ୍ତି ଯେ ବିଶ୍ଵର ଅନେକ ଦେଶରେ ଦ୍ରୁତ ଗତିରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଅଧିକାରୀ ଏବଂ ବିଶେଷଜ୍ଞଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା ଶେଷ ହୋଇନାହିଁ। ତଥାପି ସମସ୍ତଙ୍କୁ ସତର୍କ ରହିବାକୁ…
ନୂଆଦିଲ୍ଲୀ: ଚୀନ୍ କ୍ରମାଗତ ଭାବରେ ପଡୋଶୀ ଦେଶ ସୀମାରେ ଅନୁପ୍ରବେଶ ପାଇଁ ଜଣାଶୁଣା। ଭାରତ ସହ ଚୀନ୍ର ସୀମା ବିବାଦ ଦୀର୍ଘ ବର୍ଷ ଧରି ଚାଲିଆସୁଛି। ଏହି ସମୟରେ ତିବ୍ଦତୀୟ ଧାର୍ମିକ ନେତା ଦଲାଇ ଲାମା ବର୍ତ୍ତମାନ ଚୀନ୍କୁ ଦର୍ପଣ ଦେଖାଇଛନ୍ତି। ଚୀନ୍ ଏବଂ ଭାରତକୁ ତୁଳନା କରି ଦଲାଇ ଲାମା କହିଛନ୍ତି ଯେ, ଉଭୟ ଦେଶରେ ଅନେକ ଉନ୍ନତି ଘଟିଛି। କିନ୍ତୁ ଭାରତରେ ଗଣତନ୍ତ୍ର ଏବଂ ଧାର୍ମିକ ସ୍ୱାଧୀନତା ରହିଛି। ଯାହା ଏହା ଚୀନ୍ ଠାରୁ ଭିନ୍ନ। ଏହି ସମୟରେ ସେ ବିଶ୍ଵର ପ୍ରତ୍ୟେକ ମଣିଷ ପାଇଁ ଆଣବିକ ଅସ୍ତ୍ରର ବିପଦ ବିଷୟରେ ମଧ୍ୟ କହିଥିଲେ। ଭାରତ ଏବଂ ଚୀନ୍ ମଧ୍ୟରେ ପାର୍ଥକ୍ୟ?: ହରିୟାଣାର ଗୁରୁଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଲାଇ ଲାମା କହିଛନ୍ତି ଯେ, ଚୀନ୍ ଏବଂ ଭାରତ ହେଉଛି ୨ ଟି ବଡ ଜନସଂଖ୍ୟା ବିଶିଷ୍ଟ ଦେଶ। ବିଗତ ଦଶନ୍ଧି ମଧ୍ୟରେ ଚାଇନାରେ ଅନେକ ଉତ୍ଥାନ-ପତନ ଘଟିଛି।…
ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତାକ୍ରମେ, ସର୍ବାଧିକ ସଂଖ୍ୟକ ମୋବାଇଲ୍ ଉପଭୋକ୍ତାଙ୍କୁ ନେଇ ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ୍ ସେବା ପ୍ରଦାନକାରୀ ରହିଆସିଥିବା ରିଲାଏନ୍ସ ଜିଓ ଅକ୍ଟୋବର ମାସରେ ରାଜ୍ୟରେ ବିଏସ୍ଏନ୍ଏଲ୍କୁ ଅତିକ୍ରମ କରି ଓୟାରଲାଇନ୍ କ୍ଷେତ୍ରରେ ମଧ୍ୟ ଏକ ନମ୍ବର ସେବା ପ୍ରଦାନକାରୀ ଭାବେ ଉଭା ହୋଇଥିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟରୁ ଜଣାପଡ଼ିଛି। ଗୃହ ଓ ବାଣିଜ୍ୟିକ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ ଓଡ଼ିଶାରେ ନିଜର ଅଗ୍ରଣୀ ସ୍ଥିତିକୁ ଅଧିକ ସୁଦୃଢ଼ କରି ଜିଓ ଏହାର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବାକୁ ରାଜ୍ୟର ୩୭ରୁ ଅଧିକ ସହର ଓ ନଗରକୁ ସମ୍ପ୍ରସାରିତ କରିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ୨୦୨୨ ଅକ୍ଟୋବର ପାଇଁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ୨୦୨୨ ଅକ୍ଟୋବର ୩୧ ସୁଦ୍ଧା ରାଜ୍ୟରେ ସର୍ବାଧିକ ୧.୭୭ ଲକ୍ଷ ଓୟାରଲାଇନ ଗ୍ରାହକ ହାସଲ ସହିତ ଜିଓ ଏହି କ୍ଷେତ୍ରରେ ଅଗ୍ରଣୀ…
ମୁମ୍ବାଇ: ଦୁଇ ବର୍ଷ ପରେ ରଣଜୀ ଟ୍ରଫିରେ ଖେଳୁଥିବା ସୂର୍ଯ୍ୟକୁମାର ଯାଦବ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମଧ୍ୟ ଫର୍ମ ଜାରି ରଖିଛନ୍ତି। ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇରେ ଖେଳାଯାଇଥିବା ମ୍ୟାଚରେ ସୂର୍ଯ୍ୟ ଏକ ଚମତ୍କାର ୯୦ ରନର ପାଳି ଖେଳିଛନ୍ତି। ୯୦ ରନ୍ ର ବିସ୍ପୋରକ ଇନିଂସ ଖେଳି ଟେଷ୍ଟ କ୍ରିକେଟରେ ସୂର୍ଯ୍ୟ ନିଜର ଦାବି ଉପସ୍ଥାପନ କରିଛନ୍ତି। ପ୍ରକାଶ ଯେ, ଟି-୨୦ ଏବଂ ଦିନିକିଆରେ ସୂର୍ଯ୍ୟଙ୍କ ଆକ୍ରମଣାତ୍ମକ ଖେଳ ବିଶ୍ୱ କ୍ରିକେଟକୁ ଆଶ୍ଚର୍ଯ୍ୟ କରିଛି, କିନ୍ତୁ ବର୍ତ୍ତମାନ ରଣଜୀ ଟ୍ରଫିରେ ୯୦ ରନ୍ ସଂଗ୍ରହ କରି ସେ ଟେଷ୍ଟରେ ସଫଳ ହେବା ସହିତ ଛୋଟ ଫର୍ମାଟରେ ମଧ୍ୟ ସଫଳ ହୋଇପାରିବେ ବୋଲି ଦର୍ଶାଇଛନ୍ତି। ପ୍ରଥମ ଇନିଂସରେ ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇ ପାଇଁ ଖେଳୁଥିବା ସୂର୍ଯ୍ୟ ୮୦ ବଲରୁ ୯୦ ରନ୍ ସଂଗ୍ରହ କରି ୧୫ ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଅର୍ଥାତ୍ ୯୦ ରନର ଇନିଂସରେ ସୂର୍ଯ୍ୟ ସୀମାରୁ…
ଭୁବନେଶ୍ୱର: ପୁଣିଥରେ ଓଡିଶାକୁ ଉପେକ୍ଷା କରାଯାଇଛି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଓଡିଶାର ପ୍ରଜ୍ଞାପନ ମେଢ ମଧ୍ୟ ଦେଖିବାକୁ ମିଳିବନି। ଲଗାତର ୩ ବର୍ଷ ହେଲା ଦିଲ୍ଲୀ ଦରବାରରେ ଓଡ଼ିଶାକୁ ଉପେକ୍ଷା କରାଯାଉଛି। ଚଳିତ ବର୍ଷ ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲେ ମଧ୍ୟ ଓଡ଼ିଶାର ପ୍ରଜ୍ଞାପନ ମେଢ ବାଦ ପଡିଛି। ଏଥର ଓଡ଼ିଶାର କଳା, ସଂସ୍କୃତି ଓ ସ୍ଥାପତ୍ୟକୁ ନେଇ ମେଢ ତିଆରି କରାଯାଇଥିଲା। ଆଗରେ କୋଣାର୍କ ଓଡ଼ିଶାର ଚିହ୍ନ ଥିବା ଅଶ୍ୱ ଓ ତଳେ ଦୁଇଟି କୋଣାର୍କ ଚକ୍ର ରହିଥିଲା। କଳିଙ୍ଗର ଐତିହ୍ୟ ସମ୍ପନ୍ନ କଳାକାରିଗରୀକୁ ମୁକ୍ତେଶ୍ୱର ମନ୍ଦିର ସହ ପ୍ରଦର୍ଶିତ କରାଯାଇଥିଲା। ଏହା ସହିତ ବିଶ୍ୱ ପ୍ରସିଦ୍ଧ ଓଡ଼ିଶାର ନୃତ୍ୟ କଳା ମାହାରୀ ଓ ଘୁମୁରାର ଶିଳ୍ପୀ ମାନଙ୍କୁ ସାମିଲ କରାଯାଇଥିଲା। ହେଲେ ୪ଟି ବୈଠକ ଆଲୋଚନା ପରେ ମଡେଲ ଫାଇନାଲ ସହ ମାହାରୀ ଓ ଘୁମୁରାକୁ ନେଇ ଗୀତ ପାଇଁ କୁହାଯାଇଥିଲା। ଗୀତର ରେକର୍ଡିଂ ମଧ୍ୟ ସରିଥିଲା।…
ନୂଆଦିଲ୍ଲୀ: ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନରେ ନିରନ୍ତର ସକ୍ରିୟ ଅଛନ୍ତି ଏବଂ ଏଥର ସେମାନେ କାଉଣ୍ଟର ଟେରରିଜମ ସେଣ୍ଟରକୁ ଟାର୍ଗେଟ କରିଛନ୍ତି। ତେହେରିକ-ଇ-ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନର ବନ୍ନୁ ଜିଲ୍ଲାରେ ଅବସ୍ଥିତ ଏହି କାଉଣ୍ଟର ଟେରରିଜମ ସେଣ୍ଟକୁ କାବୁ କରିଥିଲେ। ଏହା ପରେ ପ୍ରାୟ ୪୦ ଘଣ୍ଟା ଧରି ଚାଲିଥିବା ଅପରେସନରେ ପାକିସ୍ତାନୀ ସେନା ସମସ୍ତ ୩୩ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଏହି ପୁରା ଆକ୍ରମଣ କିପରି ଆରମ୍ଭ ହେଲା ଏବଂ ପାକ୍ ସେନା କିପରି ଅପରେସନ୍ କଲା, ଏହି ପାଞ୍ଚଟି ବଡ ଜିନିଷ ଜାଣନ୍ତୁ… ୧- ଯେତେବେଳେ ପାକିସ୍ତାନୀ ସେନା ଅଧିକାରୀମାନେ ଜଣେ ଆତଙ୍କବାଦୀଙ୍କୁ ପଚରାଉଚରା କରୁଥିଲେ ସେତେବେଳେ ଏହି ଘଟଣା ଆରମ୍ଭ ହୋଇଥିଲା। ଏହି ସୁଯୋଗ ଦେଖି ଆତଙ୍କବାଦୀ ସେନାବାହିନୀରୁ ବନ୍ଧୁକ ଛଡ଼ାଇ ସେଠାରେ ଉପସ୍ଥିତ ଥିବା ସମସ୍ତ ଆତଙ୍କବାଦୀଙ୍କୁ ମୁକ୍ତ କରିଥିଲେ। ଏହା ପରେ ୩୦ ରୁ ଅଧିକ ଆତଙ୍କବାଦୀ କାଉଣ୍ଟର ଟେରରିଜମ ସେଣ୍ଟକୁ ସମ୍ପୂର୍ଣ୍ଣ ଭାବେ କାବୁ କରିଥିଲେ।…
ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ୭ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗତକାଲି ସକାଳେ ଟାଉନ ଥାନା ବଡ଼ ଶବର ସାହିରେ ନିଶା କାରବାର ଚାଲିଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଜଣେ ୩୫ ବର୍ଷିୟା ମହିଳା ଅଭିଯୁକ୍ତ ଗିରଫ ହେବା ସହ ତାଙ୍କ ନିକଟରୁ ୭୮ ଗ୍ରାମ ଓଜନର ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୭ ଲକ୍ଷ ୮୦ ହଜାର) ଜବତ କରିଛି ଅବକାରି ବିଭାଗ। ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୬୫/୨୨-୨୩ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଜଣାପଡିଛି। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଏସଆଇ ବି ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଜୈସ…
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକାରେ ଆଜି ସକାଳ ୬ ଟା ରୁ ଆରମ୍ଭ ହୋଇଛି ଡଲଫିନ୍ ଗଣନା। ଏହା ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଚିଲିକାର ବାଲୁଗାଁ ବଡକୂଳରୁ ୧୦ ଟିମ ଏବଂ ସାତପଡାରେ ୮ ଟିମ ଡଲଫିନ୍ ଗଣନା ପାଇଁ ନିୟୋଜିତ ହୋଇ ଗଣନା କରୁଛନ୍ତି। ପ୍ରତ୍ୟେକ ଟିମରେ ୫ ଜଣ ସଦସ୍ୟ ରହିଛନ୍ତି। ଚିଲିକାରେ ମୋଟ ୧୮ ଟି ଦଳ ମୋଟର ବୋଟ୍ ରେ ଯାଇ ଜିପିଏସ ସିଷ୍ଟମ ଓ ବାଇନା କୁଲାର ମାଧ୍ୟ୍ୟମରେ ଡଲଫିନ୍ ଗଣନା କରୁଛନ୍ତି। ଚିଲିକାରେ ବିଶେଷତଃ ଇରାୱାଡି ବା ଶିଶୁମାର ଡଲଫିନ୍ ଦେଖାଯାଉଥିଵା ବେଳେ ବଟଲ୍ ନୋଜ୍ ଡଲଫିନ୍ ଗୁଡିକ ଚିଲିକାର ସମୁଦ୍ର ମୁହାଁଣ ଅଂଚଳରେ ଦେଖା ଯାଇଥାନ୍ତି। ଗତ ବର୍ଷ ଚିଲିକାରେ ମୋଟ ୧୬୭ ଗୋଟି ଡଲଫିନ୍ ଥିବା ଗଣନାରୁ ଜଣା ପଡିଥିଲା। ସମଗ୍ର ଚିଲିକାରେ କେତେ ଡ଼ଲଫିନ ଆସିଛନ୍ତି ତାହା ଗଣନା ପରେ ହିଁ ଜଣାପଡିବ। ବନ୍ୟ ପ୍ରାଣୀ…
ବସ୍ତୁ ଶାସ୍ତ୍ର, ପୂଜାରେ ଆରତୀ କରିବା ପାଇଁ କର୍ପୁର ବ୍ୟବହୃତ ହୁଏ। ଜ୍ୟୋତିଷ ଶାସ୍ତ୍ରରେ କର୍ପୁର ଅନେକ ଉପାଚାର ପାଇଁ ମଧ୍ୟ ବ୍ୟବହାର କରାଯାଏ। କର୍ପୁର ଦ୍ୱାରା ଅର୍ଥ ସମ୍ବନ୍ଧୀୟ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଯଦି ସକାଳ ଏବଂ ସନ୍ଧ୍ୟାର ଘରେ କର୍ପୁର ଆଳତି କରାଯାଏ, ତେବେ ଘରର ସମସ୍ତ ସ୍ଥାପତ୍ୟ ତ୍ରୁଟି ଦୂର ହୋଇଥାଏ। ଆସନ୍ତୁ ଜାଣିବା କର୍ପୁର ସହିତ ଜଡିତ କିଛି ସମାଧାନ….. ୧- ଧନ ପାଇବା ପାଇଁ, ଗୋଲାପ ଫୁଲ ଉପରେ ଛୋଟ କର୍ପୁର ଜାଳି ମା ଦୁର୍ଗାଙ୍କୁ ଏହା ଅର୍ପଣ କରିବା ଦ୍ୱାରା ଆପଣଙ୍କୁ ଧନ ମିଳିଥାଏ। ଏହି ପ୍ରତିକାର ନବରାତ୍ରୀରେ ଅଧିକ ପ୍ରଭାବଶାଳୀ ହୋଇଥାଏ। ୨- ଦୁର୍ଘଟଣାକୁ ଏଡାଇବା ପାଇଁ, ହନୁମାନ ଚାଲିସା କରିବା ପରେ କର୍ପୁରରୁ ହନୁମାନଙ୍କ ଆରତୀ କରିବା ଉଚିତ। ଏପରି କରିବା ଦ୍ୱାରା ଦୁର୍ଘଟଣାର ସମ୍ଭାବନା କମିଯାଏ। ୩- ରାତିରେ ଶୋଇବା ପୂର୍ବରୁ ଆପଣଙ୍କ ରୁମରେ କର୍ପୁର…
ନୂଆଦିଲ୍ଲୀ: ବାବା ଭେଙ୍ଗା ବୁଲଗେରିଆର ଜଣେ ମହିଳା ଫକୀର ଥିଲେ। ସେ ୩ ଅକ୍ଟୋବର ୧୯୧୧ ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜୀବନ ବୁଲଗେରିଆର କୋଝୁହ ପର୍ବତର ରୁପାଇଟ୍ ଅଞ୍ଚଳରେ ଅତିବାହିତ ହୋଇଥିଲା। ଜନ୍ମ ସମୟରେ ତାଙ୍କର ଉଭୟ ଆଖିର ଦ୍ରୁଷ୍ଟିଶକ୍ତି ଥିଲା, କିନ୍ତୁ ୧୨ ବର୍ଷ ବୟସରେ ସେ ଉଭୟ ଆଖିରୁ ଦ୍ରୁଷ୍ଟିଶକ୍ତି ହରାଇଲେ। ସଂପୂର୍ଣ୍ଣ ଅନ୍ଧ ହୋଇଥିଲେ ମଧ୍ୟ ଭିତରେ ଅନୁଭବ କରିବାର ଅପାର କ୍ଷମତା ଥିଲା। ୧୧ ଅଗଷ୍ଟ ୧୯୯୬ ରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ପର୍ଯ୍ୟନ୍ତ ସେ ୫୦୭୯ ବର୍ଷ ପର୍ଯ୍ୟନ୍ତ ପୂର୍ବାନୁମାନ କରିଛନ୍ତି। ତାଙ୍କର ଅଧିକାଂଶ ଭବିଷ୍ୟବାଣୀ ସତ୍ୟ ବୋଲି ପ୍ରମାଣିତ ହୋଇଛି। ତାଙ୍କର ପ୍ରକୃତ ନାମ ଭାଙ୍ଗେଲିଆ ପାଣ୍ଡେୱା ଗୁସ୍ତରୋଭା, ଯିଏ ବାବା ଭେଙ୍ଗା ଭାବରେ ପ୍ରସିଦ୍ଧ ହୋଇଥିଲେ। ଆସନ୍ତୁ ଜାଣିବା ସେ ୨୦୨୩ ବର୍ଷ ପାଇଁ କ’ଣ ପୂର୍ବାନୁମାନ କରିଛନ୍ତି? ୨୦୨୩ ବର୍ଷ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ପରମାଣୁ…

