ନୂଆଦିଲ୍ଲୀ: କୁହୁଡ଼ି ରେଳ ଯାତ୍ରୀଙ୍କ ଅସୁବିଧାକୁ ବଢାଉଛି। ଆଜି ୨୧୨ ଟ୍ରେନ୍ ସଂପୂର୍ଣ୍ଣ ବାତିଲ ହୋଇଥିବାବେଳେ ୨୫ ଟି ଟ୍ରେନ୍ ଆଂଶିକ ବାତିଲ ହୋଇଛି। ଏହା ବ୍ୟତୀତ ରେଳବାଇ ମଧ୍ୟ ୨୭ ଟି ଟ୍ରେନ୍ ପୁନଃସ୍ଥିର କରି ୧୮ ଟି ଡାଇଭର୍ କରିଛି। ଅଧିକାଂଶ ବର୍ଗର ସ୍ୱତନ୍ତ୍ର ବର୍ଗରେ ବାତିଲ କରାଯାଇଛି। ସେହି ସମୟରେ କୁହୁଡି ଯୋଗୁଁ ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଛି। ରେଳ ୱେବସାଇଟରେ ଅପଡେଟ୍ ହୋଇଥିବା ସୂଚନା ଅନୁଯାୟୀ, କୁହୁଡି ବ୍ୟତୀତ ଅଧିକାଂଶ ଟ୍ରେନ୍ କାର୍ଯ୍ୟକ୍ଷମ ଏବଂ ରକ୍ଷଣାବେକ୍ଷଣ କାରଣରୁ ବାତିଲ ହୋଇଯାଇଛି। ଯଦି ଆପଣ ମଧ୍ୟ ଭ୍ରମଣ କରିବାକୁ ଯାଉଛନ୍ତି, ତେବେ ଆପଣ IRCTC ୱେବସାଇଟ୍ ପରିଦର୍ଶନ କରି ଆପଣଙ୍କ ଟ୍ରେନର ସ୍ଥିତି ଯାଞ୍ଚ କରିପାରିବେ। ବାତିଲ ହୋଇଥିବା ଟ୍ରେନର ତାଲିକା ମଧ୍ୟ ଆପଣ ଦେଖିପାରିବେ। ବାତିଲ ହୋଇଥିବା ଟ୍ରେନ୍: Train [Name] [SRC-DSTN] Type Start Time 01561 LNL-PUNE EMU LONAVALA (LNL) -…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବଜାରରେ ଏକ ଏଟିଏମ ରୁ ବଡ଼ ଧରଣର ଲୁଟ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ନାଚୁଣୀ ବଜାର ଏଚଡ଼ିଏଫସି ବ୍ୟାଙ୍କ ଏଟିଏମରୁ ଦୁର୍ବୃତ୍ତମାନେ ମେସିନ ଭାଙ୍ଗି ତନ୍ମଧ୍ୟରୁ ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଏଚଡ଼ିଏଫସି ବ୍ୟାଙ୍କ ନୂଆଦିଲ୍ଲୀରୁ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କୁ ସୂଚନା ଦିଆଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ତେବେ ଅତ୍ୟାଧୁନିକ କୌଶଳସତ୍ତ୍ୱେ ଲୁଟେରାମାନେ କିପରି ଏଟିଏମ ଲୁଟିଲେ ଏବଂ ବ୍ୟାଙ୍କ ସିଗନାଲ ପାଇପାରିଲା ନାହିଁ, ତାହା ଆଶ୍ଚର୍ଯ୍ୟଜନକ ବିଷୟ। ଅଞ୍ଚଳବାସୀଙ୍କ କହିବା ମୁତାବକ ଲୁଟେରାମାନେ ଲୁଟ କରି ଫେରିବା ସମୟରେ ସ୍ଥାନୀୟ ଅଞ୍ଚଳର ରାତ୍ରି ଜଗୁଆଳିଙ୍କୁ ମଧ୍ୟ ମାରଧାର କରି ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ବାଣପୁର ପୋଲିସ ଉକ୍ତ ଏଟିଏମକୁ ନିଜ ହେପାଜତକୁ ନେଇଥିବା ବେଳେ କିଛି ସମୟରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ…
ଚାଣକ୍ୟ ନୀତି: ଚାଣକ୍ୟ ନୀତି ହେଉଛି ଜ୍ଞାନର ଭଣ୍ଡାର। ଆଚାର୍ଯ୍ୟ ଜୀବନର ପ୍ରତ୍ୟେକ ଲକ୍ଷ୍ୟକୁ ଏକ ସଠିକ୍ ଯୋଜନା ସହିତ ପୂରଣ କରୁଥିଲେ। ତାଙ୍କର ନୀତି ଅନେକ ଲୋକଙ୍କ ଜୀବନକୁ ବଦଳାଇ ଦେଇଥିଲା। ଚାଣକ୍ୟ କହିଛନ୍ତି ଯେ, ଜଣେ ବ୍ୟକ୍ତିର କାର୍ଯ୍ୟ ହେଉଛି ତାଙ୍କର ସଫଳତା ଏବଂ ବିଫଳତାର ଆଧାର। ସମ୍ମାନ ପାଇବା ପାଇଁ ବର୍ଷ ବର୍ଷ ଲାଗିଥାଏ, କିନ୍ତୁ ଜଣେ ବ୍ୟକ୍ତିର ଗୋଟିଏ ଭୁଲ ତାଙ୍କୁ ନିମ୍ନଗାମୀ କରିଦିଏ। ଚାଣକ୍ୟ କହିଛନ୍ତି ଯେ, ସେହି ଜିନିଷ କ’ଣ ଯାହା କେବେବି ଆପୋଷ ବୁଝାମଣା ହେବା ଉଚିତ ନୁହେଁ?ପରିସ୍ଥିତି ଯେତେ ଖରାପ ହେଉନା କାହିଁକି, ଯଦି ଏହି ଗୋଟିଏ ଜିନିଷକୁ ବିପଦରେ ପକାଯାଏ, ତେବେ ସମ୍ପର୍କ, ସମ୍ମାନ ସବୁକିଛି ନଷ୍ଟ ହୋଇଯାଏ। ବହୁ ବର୍ଷର ପରିଶ୍ରମରେ ଅର୍ଜିତ ସମ୍ମାନ ନଷ୍ଟ ହୋଇଯିବ। ଆତ୍ମ ସମ୍ମାନ ହେଉଛି ଜଣେ ବ୍ୟକ୍ତିର ପୁଞ୍ଜି, ଯାହାକୁ ସେ ମୃତ୍ୟୁ ପର୍ଯ୍ୟନ୍ତ ରଖନ୍ତି। ଚାଣକ୍ୟ କହିଛନ୍ତି ଯେ,…
ଭୁବନେଶ୍ବର: ପୂର୍ବ ତଟ ରେଳ ଜୋନ୍ ଅନ୍ତର୍ଗତ ୫୫ ଟି (୬୫ ରେକ୍) ଟ୍ରେନରେ HOG ପ୍ରଣାଳୀରେ ରୂପାନ୍ତରିତ ହୋଇସାରିଛି। ଏହାଦ୍ୱାରା ଏପ୍ରିଲ୍ ୨୨ ରୁ ନଭେମ୍ବର ୨୨ ମଧ୍ୟରେ ପ୍ରାୟ ୧୧୮.୨୯ କୋଟି ଟଙ୍କାର ସଞ୍ଚୟ କରିବାରେ ପୂର୍ବ ତଟ ରେଳ ସଫଳ ହେଇଛି। ମିଳିତ ଜାତିସଂଘର ଫ୍ରେମୱାର୍କ କନଭେନସନ୍ ଅଫ୍ ଜଳବାୟୁ ପରିବର୍ତ୍ତନ (ୟୁଏନ୍ଏଫ୍ସିସିସି) କୁ ଦିଆଯାଇଥିବା ସର୍ତ୍ତ ଏବଂ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ ଭାରତ ବର୍ତ୍ତମାନ ଜିଡିପିର ନିର୍ଗମନ ତୀବ୍ରତାକୁ ହ୍ରାସ କରିବାକୁ ପ୍ରତିଶୃତିବଦ୍ଧ ଅଟେ। ୨୦୩୦ ସୁଦ୍ଧା ୪୫ ପ୍ରତିଶତ ଏବଂ ୨୦୩୦ ସୁଦ୍ଧା ଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତି ଉତ୍ସରୁ ପ୍ରାୟ ୫୦ ପ୍ରତିଶତ ବୈଦ୍ୟୁତିକ ଶକ୍ତି କ୍ଷମତା ହାସଲ କରିବା ଅନ୍ତର୍ଗତ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଏବଂ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କ ମାର୍ଗଦର୍ଶନରେ ଭାରତୀୟ ରେଳବାଇ ଧୀରେ ଧୀରେ ଏହାର କାର୍ବନ ନିର୍ଗମନକୁ ହ୍ରାସ କରିବାକୁ ଏବଂ ୨୦୩୦ ସୁଦ୍ଧା…
ଭୁବନେଶ୍ବର, ରଙ୍ଗର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ବାସ୍ତୁରେ ବହୁତ ଗୁରୁତ୍ୱ ଦେଇଥାଏ। ଏହା ବ୍ୟତୀତ, ଯଦି ଘରେ ବ୍ୟବହୃତ ରଙ୍ଗଗୁଡିକ ବାସ୍ତୁ ଅନୁଯାୟୀ ଚୟନ କରାଯାଏ, ତେବେ ଆପଣଙ୍କର କୌଣସି ସମସ୍ୟା ରହିବ ନାହିଁ। ଯଦି ବାସ୍ତୁ ଅନୁସାରେ ନ କରନ୍ତି ତେବେ ଏହାର ବିପରୀତ ପରିଣାମର ସାମ୍ନା କରିବାକୁ ପଡିପାରେ। ରଙ୍ଗର ପ୍ରଭାବ ହେତୁ, ଘର ଏବଂ ଜୀବନରେ ନକାରାତ୍ମକ ଶକ୍ତି ଦୂରରେ ରହିଥାଏ ଏବଂ ସୁଖ ଏବଂ ଭାଗ୍ୟ ବୃଦ୍ଧି ପାଇଥାଏ। ପ୍ରତ୍ୟେକ ରଙ୍ଗର ନିଜସ୍ୱ ଜୀବନରେ ଭଲ ଏବଂ ଖରାପ ପ୍ରଭାବ ଥାଏ। ରଂଗ ବ୍ୟକ୍ତିର ଜୀବନରେ ସର୍ବଦା ସୁଖ, ଶାନ୍ତି ଏବଂ ସମୃଦ୍ଧିର ଯୋଗାଯୋଗ ରହିବ। ରଙ୍ଗ ଏବଂ ରଂଗୀନ ଚିତ୍ର ଏବଂ ରଂଗୀନ ବସ୍ତୁଗୁଡ଼ିକ ହେଉଛି ଶକ୍ତିଶାଳୀ ସକ୍ରିୟକାରୀ ଯାହାକି ବାସ୍ତୁଶାସ୍ତ୍ରର ପରିସରର। ଏହା ଶକ୍ତି ବଢାଇବା ସହିତ ବାସ୍ତୁ ତ୍ରୁଟି ସଂଶୋଧନ ପାଇଁ ମଧ୍ୟ ବ୍ୟବହୃତ ହୁଏ। ଯେତେବେଳେ ବିଭିନ୍ନ ରଙ୍ଗ…
ମେଷ: – ଆଜିର ଦିନଟି ଉତ୍କୃଷ୍ଟ ଅଟେ। ବୃତ୍ତିଗତ ସମ୍ପର୍କ ଲାଭଦାୟକ ହେବ। ଜ୍ଞାନ ସହିତ କାର୍ଯ୍ୟରେ ସଫଳତା ପାଇଁ ଯୋଗ ରହିଛି। ପରବର୍ତ୍ତୀ ସମ୍ମାନ ବୃଦ୍ଧିରେ ସନ୍ତୁଷ୍ଟ ହେବ। ସମ୍ପର୍କୀୟଙ୍କ ସହ ଭଲ ସମ୍ପର୍କର ଆବଶ୍ୟକତା ଅଛି। ତୁମେ ପ୍ରେମ ସଂପର୍କରେ ସଫଳ ହେବ। ବୃଷ: – ଯେକୈଣସି ମୂଲ୍ୟରେ ଆପଣଙ୍କର କାର୍ଯ୍ୟ ସମ୍ପନ୍ନ ହେବ। ପତି-ପତ୍ନୀଙ୍କ ସାହାଯ୍ୟରେ କାମ ଶେଷ ହେବ। ତୁମର ଦାୟିତ୍ବକୁ ସଠିକ୍ ଭାବରେ ପୂରଣ କରିବାକୁ ଚେଷ୍ଟା କର। ବିନିଯୋଗ ଲାଭଦାୟକ ହେବ। ସରକାରଙ୍କ ପାଖରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ। ବିରୋଧୀମାନଙ୍କ ଠାରୁ ସାବଧାନ ରୁହନ୍ତୁ। ମିଥୁନ: – ଆପଣଙ୍କର କାର୍ଯ୍ୟ ଶୈଳୀ ଏବଂ ବକ୍ତବ୍ୟ କୈଶଳ କାର୍ଯ୍ୟ ସମାପ୍ତ କରିବ। ବୃତ୍ତିଗତ ସୁସଙ୍ଗତତା ରହିବ। ବିନିଯୋଗ କରିବାକୁ ତତ୍ପର ହୁଅନ୍ତୁ ନାହିଁ । ଅର୍ଥନୈତିକ ପ୍ରସଙ୍ଗରେ ଉନ୍ନତିର ସମ୍ଭାବନା ଅଛି। ପ୍ରଗତିଶୀଳ ଖବର ଉପଲବ୍ଧ ହେବ। କାର୍ଯ୍ୟ ଯୋଜନାକୁ ଗୁପ୍ତ ରଖନ୍ତୁ। କର୍କଟ: – ଦିନ ଆରମ୍ଭରେ…
ରଣପୁର: ରାଜସୁନାଖଳାସ୍ଥିତ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରର ବୁଧବାର ଦିନ ସପ୍ତବିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରସାନନ୍ଦ ପ୍ରଧାନ ସହ -ଗୋଷ୍ଠୀ ଶିକ୍ଷାଅଧିକାରୀ, ରଣପୁର ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ କିଶୋର ଚନ୍ଦ୍ର ଭଞ୍ଜ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାଜସୁନାଖଳା ଉଚ୍ଚ ବିଦ୍ୟାଳୟ ତଥା ଅଧ୍ୟାତ୍ମିକ ପ୍ରବଚକ। ଶିଶୁଟିଏ କିପରି ଜଣେ ଭଲ ଦେଶ ସେବକ ହେବ ଏବଂ ତାର ଭାବନା ଆଧ୍ୟାତ୍ମିକ ଭାବନାରେ ପରିପୃଷ୍ଟ ହେବ ସେ ସମ୍ଭଧରେ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ସଭାପତି ଶ୍ରୀକାନ୍ତ ନାୟକ ମଞ୍ଚ ପରିଚାଳନା କରିଥିଲେ। ସମ୍ପାଦକ ସନ୍ତୋଷ କୁମାର ସାଥୁଆ ଅତିଥିମାନଙ୍କ ର ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ତରାସ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ବିଦ୍ୟାଳୟରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ସେବା…
ରଣପୁର: ରଣପୁର ବିଜ୍ଞାପିତ ପରିଷଦ ଅଞ୍ଚଳରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁବାର ଦିନ ଚତୁରବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ବରେଣ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତିର ନୟାଗଡ ଜିଲ୍ଲା ପ୍ରମୁଖ ହରେକୃଷ୍ଣ ମୁଦୁଲି, ସମ୍ମାନିତ ଅତିଥି ଭାବେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ମଣ୍ଡଳ ଶିକ୍ଷା ଅଧିକାରିଣୀ ବନଲତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ପ୍ରିୟ ରଞ୍ଜନ ଦେଓ ସଭାଧକ୍ଷ ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅତିଥିମାନେ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ। ସମ୍ପାଦକ ଅମ୍ବିକା ପ୍ରସାଦ ଦାଶ ଅତିଥିମାନଙ୍କର ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁବାଷ…
କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ଥାନା ଅନ୍ତର୍ଗତ ଗୋଧିଢିପ ଛକରେ ଦେଶୀ ମଦ ପାଉଚ ନେଇ ଯାଉଥିବା ଜଣେ ବ୍ୟକ୍ତିକୁ ଗ୍ରାମବାସୀ ମାନେ ଅଟକ ରଖି ପୋଲିସ ପାଖରେ ଜିମା ଦେଇଥିବା ଜଣା ପଡିଛି। ସୂଚନାରୁ ପ୍ରକାଶ ଯେ, ମାରୱାଡି ମୁଣ୍ଡା ଗ୍ରାମର ଶଙ୍କର ନାଏକ ନିଜ ଟିଭିଏସ ମୋପେଡ ଗାଡ଼ିରେ ଗୋଟିଏ ବସ୍ତାରେ ମଦ ପାଉଚ ନେଇ ଯାଉଥିବା ବେଳେ ଗୋଧିଢିପ ଛକରେ ଗ୍ରାମବାସୀ ମାନେ ଅଟକାଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ପହଂଚି ଭର୍ତ୍ତୀ ଥିବା ବସ୍ତାରେ ମଦ ପାଉଚ ସହ ଶଙ୍କରକୁ ଗିରଫ କରି ଥାନାକୁ ନେଇଯାଇଥିଲେ। ତେବେ ପୋଲିସ ଶଙ୍କର ନାମରେ ଆଗରୁ ଥାନାରେ ଥିବା ୱାରେଣ୍ଟ ସହ ବେଆଇନ ଭାବେ ନେଇଯାଉଥିବା ୨୦୦ପାଉଚ ଲିଟର ମଦ ଜବତ କରି ଆଜି ତାକୁ କୋର୍ଟ ଚାଲାଣ କରିଥିବା ପୋଲିସ ପ୍ରକାଶ କରିଛି। ଅପରପକ୍ଷେ ସରାପାଲି ପଂଚାୟତକୁ ମଦମୁକ୍ତ ଅଞ୍ଚଳ କରିବାପାଇଁ ପ୍ରୟାସ ଜାରିରହିବ…
ଭୁବନେଶ୍ୱର: ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ “କାଭିସ୍” ଏକ ରଂଗାରଂଗ ପରିବେଷ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ରୀତିରେ ବେଦମନ୍ତ୍ର ପାଠ ପରେ ଡିଏଭି ଗାନ କରାଯାଇଥିଲା। ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମୂହ ସଂଗୀତ ଗାନ କରାଯାଇ ବାର୍ଷିକ ଉତ୍ସବର ଶୁଭ ଉଦ୍ଘାଟନ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ଅତିଥିମାନଙ୍କର ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଶାଲ କୁମାର ଦେବ ଯୋଗ ଦାନ କରି ‘କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି’ ବୋଲି ମତବ୍ୟକ୍ତ କରିଥିଲେ। ଡିଏଭି ବିଦ୍ୟାଳୟ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ. ସି. ଶତପଥୀ ମାତାପିତା, ଶିକ୍ଷକ ତଥା ଗୁରୁଜନମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କଲେ ବିଦ୍ୟାର୍ଥୀମାନେ ସଫଳତା ଲାଭ କରିପାରିବେ ବୋଲି କହିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ତଥା ସହ ଆଞ୍ଚଳିକ…
ଭୁବନେଶ୍ବର: ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନରେ ଯାଇ ବିଭିନ୍ନ କାର୍ଯ୍ୟ ନିରୀକ୍ଷଣ କରିବା ସହିତ ଷ୍ଟେସନ ପୁନଃ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ନିରୀକ୍ଷଣ ସମୟରେ ଯାତ୍ରୀମାନଙ୍କୁ ଦିଆଯାଉଥିବା ସୁବିଧାଗୁଡ଼ିକର ଆବଶ୍ୟକତା ଏବଂ ମହତ୍ତ୍ୱ ଉପରେ ଶ୍ରୀ ସୁନକର ଗୁରୁତ୍ୱାରୋପ କରିଥିଲେ। ବିକାଶମୂଳକ କାର୍ଯ୍ୟକୁ ଧ୍ୟାନରେ ରଖି ଶ୍ରୀ ସୁନକର ସୂଚନା ଦେଇଛନ୍ତି ଯେ ଏହି ଷ୍ଟେସନ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ସମଗ୍ର ଭାରତରେ ରେଳ ଯାତ୍ରୀଙ୍କ ପାଇଁ ଆଧୁନିକ ଭିତ୍ତିଭୂମି ସୁବିଧା ସହିତ ଉନ୍ନତମାନର ଯାତ୍ରୀ ପରିସେବା ଏବଂ ବିଭିନ୍ନ ସୁବିଧା ପ୍ରଦାନ କରିବା ପରିକଳ୍ପନାର ଏକ ଅଂଶ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରକଳ୍ପ କାର୍ଯ୍ୟକାରୀତା ସମ୍ବନ୍ଧରେ ନଜର ରଖିଥିବାରୁ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ମାନ୍ୟତା ପାଉଅଛି। ଏହି ଷ୍ଟେସନ ନିର୍ମାଣର ଶୀଘ୍ର କାର୍ଯ୍ୟ ସମ୍ପାଦନ ଓ…
ଭୁବନେଶ୍ୱର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳର ଯୁବତୀ ବର୍ଷା ଦାସ(୨୫) ପୁଣି ଥରେ ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ନିଜର ବାମ ହାତ ଫେରିପାଇଛନ୍ତି। ଏମ୍ସ ଭୁବନେଶ୍ୱର ଡାକ୍ତରଙ୍କ ଦ୍ୱାରା ଦୀର୍ଘ ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ସଫଳତାର ସହିତ ଯୋଡ଼ା ହେଲା ସଂପୂର୍ଣ୍ଣ ଅଲଗା ହୋଇଯାଇଥିବା ବର୍ଷାଙ୍କ ବାମ ହାତ। ଚଳିତ ମାସ ୯ ତାରିଖ ରାତି ପ୍ରାୟ ୯ ଟା ସମୟରେ ଏମ୍ସ ଭୁବନେଶ୍ୱର ଜରୁରୀକାଳୀନ ବିଭାଗକୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆସିଥିଲେ ଉକ୍ତ ଯୁବତୀ। ହସ୍ପିଟାଲ ଆସିବା ସମୟରେ ତାଙ୍କ ବାମ ହାତ ସମ୍ପୂର୍ଣ୍ଣ ଭାବରେ ଛିଡ଼ି ଯାଇଥିଲା। ଯୁବତୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଧାନ କୁଟା ମେସିନରେ କାମ କରୁଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ସମୟରେ ଅସାବଧାନତାବଶତ ହାତ ପଶିଯିବା ସହିତ ଏହି ଅଘଟଣ ଘଟିଥିଲା। ପରେ ତାଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଛିଡିଯାଇଥିବା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଦେଶର କୋଭିଡ -୧୯ ପରିସ୍ଥିତି, ସ୍ୱାସ୍ଥ୍ୟ ଭିତ୍ତିଭୂମି ତଥା ପ୍ରସ୍ତୁତି, ଦେଶରେ ଟିକାକରଣ ଅଭିଯାନର ସ୍ଥିତି ଏବଂ ନୂତନ କୋଭିଡ -୧୯ ପ୍ରକାରର ଉତ୍ପତ୍ତି ଏବଂ ଜନସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କେତେକ ଦେଶରେ କୋଭିଡ-୧୯ ମାମଲାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ଅନୁଷ୍ଠିତ ହୋଇଛି। ସ୍ୱାସ୍ଥ୍ୟ ସଚିବ ଏବଂ ନୀତି ଆୟୋଗର ସଦସ୍ୟଙ୍କ ଦ୍ୱାରା ଦେଶରେ ବୃଦ୍ଧି ପାଉଥିବା ମାମଲା ସମେତ ବିଶ୍ୱରେ କୋଭିଡ -୧୯ ପରିସ୍ଥିତିକୁ ନେଇ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ ଭାରତରେ ୨୨ ଡିସେମ୍ବର, ୨୦୨୨ ରେ ଶେଷ ହୋଇଥିବା ସପ୍ତାହରେ ଦୈନିକ ହାରାହାରି ମାମଲା ସଂଖ୍ୟା ୧୫୩ କୁ ଏବଂ ସାପ୍ତାହିକ ପଜିଟିଭ ହାର ୦.୧୪% ନିୟମିତ ହ୍ରାସ ପାଇବାରେ ଲାଗିଛି। ତେବେ…
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ଭୁବନେଶ୍ୱର ଦ୍ୱାରା ଆୟୋଜିତ ଦୁଇ ଦିବସୀୟ ରାଜ୍ୟସ୍ତରୀୟ ଶାଳା ସିଦ୍ଧି ଆବାସୀୟ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଭୁବନେଶ୍ୱର ସିରିପୁରସ୍ଥିତ ‘ଇମେଜ୍’ ଠାରେ ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ନିର୍ଦ୍ଦେଶକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୯୦ ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଶୈକ୍ଷିକ ସଂଯୋଜକ ତଥା ଜିଲ୍ଲା ପ୍ରୋଗ୍ରାମରମାନେ ଯୋଗଦାନ କରିଛନ୍ତି । ଏଥିରେ ନୂଆଦିଲ୍ଲୀସ୍ଥିତ ନିପା(କ୍ତଔଊPଅ)ରୁ ପ୍ରଫେସର ପ୍ରଣତି ପଣ୍ଡା ଓ ସହଯୋଗୀ ଏ.ନ. ରେଡି ଜାତୀୟ ସମ୍ବଳ ଶିକ୍ଷକ ଭାବରେ ଯୋଗଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଶେଷ କରି ଶାଳା ସିଦ୍ଧି -‘ବିକାଶ ହେତୁ ବିଦ୍ୟାଳୟ ସ୍ୱ-ମୂଲ୍ୟାୟନ’ ପ୍ରସଙ୍ଗରେ ବିଶଦ ଆଲୋଚନା କରାଯାଉଛି । ଅଂଶଗ୍ରହଣକାରୀ ପ୍ରଶିକ୍ଷାର୍ଥୀମାନେ ଏଥିରେ ସକ୍ରିୟ ଭାବରେ ଯୋଗଦାନ କରି ସେମାନଙ୍କ ସଂଶୟ ମୋଚନ କରିବାକୁ ଯଥେଷ୍ଟ ସୁଯୋଗ…
ଭୁବନେଶ୍ୱର : ରାଜ୍ୟ ବିଜେପି ମୁଖପାତ୍ର ଆଇଓସିଏଲ୍ ନିର୍ଦ୍ଦେଶକ ଶ୍ରୀ ସୁଦୀପ୍ତ ରାୟଙ୍କ ବାପା ଶ୍ରୀ କାଳୀଚରଣ ପାଇକରାୟଙ୍କ ଆଜି ଜଟଣୀସ୍ଥିତ ବାସଭବନରେ ୯୫ ବର୍ଷ ବୟସରେ ନିଧନ ଘଟିଛି । ସ୍ୱର୍ଗତଃ ପାଇକରାୟଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର, ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କ ସମେତ ବହୁ ପ୍ରମୁଖ ନେତୃବୃନ୍ଦ ଗଭୀର ଶୋକ ବ୍ୟକ୍ତ କରି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ସ୍ୱର୍ଗତଃ ପାଇକରାୟ ଜଟଣୀ ପିପିଲି ଅଂଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ ଏବଂ ଅନେକ ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ସହିତ ଜଡିତ ଥିଲେ । କଂଟି ଗ୍ରାମପଂଚାୟତର ୩ଥର ନାଏବ ସରପଂଚ, ସମବାୟ ସମିତି ସଭାପତି, ମିଷ୍ଟଭାଷୀ ଓ ପରୋପକାରୀ ସ୍ୱର୍ଗତଃ ରାୟ ଅଂଚଳରେ ଶିକ୍ଷାର ଉନ୍ନତି…
ଭୁବନେଶ୍ବର: ପୁରୁଷ ବିଶ୍ବକପ୍ ହକି ୨୦୨୩ ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍ଭେନସେଣ୍ଟରଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କ୍ରୀଡା ମହୋତ୍ସବର ସଫଳତା ପାଇଁ ସବୁ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ । ବିଶ୍ବକପ୍ ହକି ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ବିଶ୍ବକପ୍ ହକି ପ୍ରସ୍ତୁତିରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଭାରତ ସରକାରଙ୍କୁ ବିଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଶ୍ଵ କପ ହକି ର ଆୟୋଜନ ରେ କେବଳ ଓଡ଼ିଶା ନୂହେଁ ସାରା ଦେଶର ସମ୍ମାନ ଜଡିତ .ସେଥିପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ…
ନୂଆଦିଲ୍ଲୀ: ନୂଆ ବର୍ଷରେ ସାଧାରଣ ଜନତାଙ୍କ ପାଇଁ ଖୁସି ଖବର ଘୋଷଣା କରାଯାଇପାରେ। ନୂଆ ବର୍ଷରେ ରୋଷେଇ କରିବା ଆପଣଙ୍କ ପାଇଁ ଶସ୍ତା ହୋଇପାରେ। ସରକାରୀ ତୈଳ କମ୍ପାନୀଗୁଡିକ ନୂତନ ବର୍ଷରେ ରନ୍ଧନ ଗ୍ୟାସ (ଏଲପିଜି) ମୂଲ୍ୟରେ ହ୍ରାସ ଘୋଷଣା କରିପାରନ୍ତି ବୋଲି ବିଶ୍ୱାସ ରହିଛି। ବାସ୍ତବରେ ଆଜିକାଲି ଅଶୋଧିତ ତୈଳ ମୂଲ୍ୟରେ ବହୁତ ହ୍ରାସ ଘଟିଛି। ସରକାରୀ ତୈଳକମ୍ପାନୀଗୁଡିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିପାରନ୍ତି। ୨୦୨୨ ମସିହାରେ ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ସିଲିଣ୍ଡର ପିଛା ପ୍ରାୟ ୧୫୦ ଟଙ୍କା ବୃଦ୍ଧି କରିଛନ୍ତି। ଗତ ବର୍ଷ ଅକ୍ଟୋବର ୨୦୨୧ରେ, ଯେତେବେଳେ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୮୫ ଡଲାର ଥିଲା, ଯେତେବେଳେ ଘରୋଇ ରନ୍ଧନ ଗ୍ୟାସ ୮୯୯ ଟଙ୍କାରେ ଉପଲବ୍ଧ ଥିଲା। ବର୍ତ୍ତମାନ ଅଶୋଧିତ ତୈଳ ବ୍ୟାରେଲ ପିଛା ପ୍ରାୟ ୮୩ ଡଲାର ଥିବାବେଳେ ଭାରତୀୟ ବାସ୍କେଟ ପ୍ରାଇସ ବ୍ୟାରେଲ…
ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଏକ କୋର୍ଟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ତାଙ୍କ ଅସୁସ୍ଥ ମାଙ୍କୁ ଭେଟିବା ପାଇଁ ବହାରିନ ଯିବା ଲାଗି ଅନୁମତି ମାଗିଥିଲେ। କିନ୍ତୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ପରେ ଜ୍ୟାକଲିନ ତାଙ୍କ ଆବେଦନକୁ କୋର୍ଟରୁ ପ୍ରତ୍ୟାହାର କରି ନେଇଛନ୍ତି। ଡିସେମ୍ବର ୨୩ ତାରିଖରୁ ଜାନୁୟାରୀ ୫ ତାରିଖ ପର୍ଯ୍ୟନ୍ତ ଫର୍ଣ୍ଣାଣ୍ଡିଜ୍ ବହାରିନ ଯିବାକୁ ଚାହୁଁଛନ୍ତି।
ନୂଆଦିଲ୍ଲୀ: ଚାଇନାରେ କରୋନାର ନୂଆ ତରଙ୍ଗ ଭାରତ ପାଇଁ ଚିନ୍ତା ବଢାଇଛି। ଓମିକ୍ରନର ସବ୍-ଭାରିଏଣ୍ଟ ବିଷୟରେ କେନ୍ଦ୍ର ସରକାର ଅନେକ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ, ଚୀନ୍ରେ ବଢୁଥିବା COVID-19 ମାମଲା ଏବଂ ଏହାର ପ୍ରଭାବ ବିଷୟରେ ଆଲୋଚନା ପାଇଁ ଆଜି ରାଜ୍ୟସଭାରେ ପ୍ରକ୍ରିୟା ଏବଂ ଆଚରଣ ବିଧି ନିୟମ ୨୬୭ ଅନୁଯାୟୀ ଆମ୍ ଆଦମୀ ପାର୍ଟି (ଏଏପି) ସାଂସଦ ରାଘବ ଚଡ୍ଡା ନିଲମ୍ବନ ନୋଟିସ ଦେଇଛନ୍ତି। ରାଘବ ଚଡ୍ଡା ଏକ ଲିଖିତ ବିଜ୍ଞପ୍ତିରେ କହିଛନ୍ତି ଯେ, “ପ୍ରଶ୍ନ କାଳ ସ୍ଥଗିତ ରଖିବା ପାଇଁ ତାଲିକାଭୁକ୍ତ ନିମ୍ନଲିଖିତ ପ୍ରସ୍ତାବକୁ ସ୍ଥାନାନ୍ତର କରିବାକୁ ମୁଁ ରାଜ୍ୟସଭାର ପ୍ରକ୍ରିୟା ଏବଂ ଆଚରଣ ବିଧି ନିୟମ ୨୬୭ ଅନୁଯାୟୀ ବିଜ୍ଞପ୍ତି ପ୍ରଦାନ କରୁଛି। ପ୍ରଶ୍ନକାଳରେ ଚାଇନାରେ ବଢୁଥିବା ସବ୍-ଭାରିଏଣ୍ଟ ବିଷୟରେ ଆଲୋଚନା ହେବା ଉଚିତ୍। ” ଭାରତରେ କୋଭିଡର ଦ୍ୱିତୀୟ ତରଙ୍ଗ ସମୟରେ ରାଘବ ଚଡ୍ଡା କେନ୍ଦ୍ର ସରକାରଙ୍କୁ ଏହାର ଖରାପ ପରିଚାଳନା ପାଇଁ ସମାଲୋଚନା…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଗସ୍ତ କରି ସେ ସେଠାରେ ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୭୪ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ, ୧୪୩୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ବାଲେଶ୍ବରର ସୋମନାଥପୁର ଠାରେ ଏକ ନବନିର୍ମିତ ରେଳ ଓଭରବ୍ରିଜକୁ ମଧ୍ୟ ଉଦ୍ଘାଟିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୫୬୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରି ମିଶନ ଶକ୍ତି ମା ମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ଆହ୍ବାନ ଦେଇଥିଲେ ଏବଂ ଏହି ଆନ୍ଦୋଳନକୁ ଏକ ନୂଆ ସୋପାନକୁ ନେବା ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାର ୬୦ ହଜାର ମା ମାନଙ୍କୁ ଏହି ସହାୟତା ମିଳିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ୱାନ ପଞ୍ଚାୟତ, ୱାନ ପ୍ରଡକ୍ଟ ଉପରେ ଗୁରୁତ୍ବ ଆରୋପ…
ସୀତାରାମ ଅଗ୍ରୱାଲ ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ମଦ କାରବାର ବଢ଼ିବାରେ ଲାଗିଛି। ବାରମ୍ବାର ପୋଲିସ ଓ ଅବକାରୀ ଚଢ଼ାଉ କରିବା ସତ୍ତ୍ୱେ ମଦ ବେପାରି ନଛୋଡବନ୍ଧା। ଗତକାଲି ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରୁ ଅବକାରୀ ବିଭାଗ ଏକ ଦେଶୀ ମଦ ବୋଝେଇ ଅଟୋ ଜବତ କରିଥିବା ବେଳେ ଆଜି ପୁଣି ଉକ୍ତ ଅଞ୍ଚଳରୁ ଦେଶୀ ମଦ ଜବତ କରିଛି। ଖବର ମୁତାବକ ଆଜି ସକାଳେ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା ପାଟ୍ରୋଲିଂ କରୁଥିବା ବେଳେ ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରୁ ଏକ ସ୍କୁଟି ଜବତ କରିବା ସହ ତନ୍ମଧ୍ୟରୁ ୯୦ ଲିଟର ଦେଶୀ ମଦ ଜବତ କରିଛନ୍ତି। ସ୍କୁଟି ଚାଳକ ସୁମନ୍ତ ବରାଳ (୩୪) ଗିରଫ ହୋଇଥିବା ବେଳେ ତାଙ୍କ ବିରୁଦ୍ଧରେ ଅବକାରୀ ବିଭାଗ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

