ଭୁବନେଶ୍ବର: କେବଳ ଶାରୀରିକ ସୁସ୍ଥତା ଜଣଙ୍କୁ ରୋଜଗାରକ୍ଷମ କରିପାରିବ, ତାହା ଭୁଲ ବୋଲି ପ୍ରମାଣିତ କରିଛନ୍ତି ବି ଏମ୍ ସି ରେ କାର୍ଯ୍ୟରତ ଥିବା ଜଣେ ଦିବ୍ୟାଙ୍ଗ। ଗୋଟିଏ ହାତରେ ପାର୍କିଂ ଫି ଆଦାୟ କରି ନିଜ ପରିବାର ପୋଷଣ କରୁଥିବା ଖବର ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ସହାୟତାର ହାତ ବଢାଇଛି ଓଡ଼ିଶା ମୋ ପରିବାର। ସୁରତଙ୍କୁ ଯୋଗାଇ ଦେଇଛି କୃତ୍ରିମ ହାତ। ନାଁ, ତାଙ୍କର ସୁରତ ବେହେରା, ବୟସ ୨୬, ଘର, ଭୁବନେଶ୍ଵର ଅନ୍ତର୍ଗତ ଭରତପୁର ଅଞ୍ଚଳରେ। ସୁରତ ଜନ୍ମରୁ ଦିବ୍ୟାଙ୍ଗ ନଥିଲେ । ମାତ୍ର, ୮ ବର୍ଷ ବୟସରେ ଦୋଳି ଖେଳିବା ସମୟରେ ସେ ପଡ଼ିଯାଇଥିଲେ,ଫଳରେ ତାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା। ୨୦୦୬ ମସିହାରେ ହାତଟି ସଂକ୍ରମଣ ହୋଇଯିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହାତ କଟା ହୋଇଯାଇଥିଲା, କିନ୍ତୁ ଏହି ଘଟଣା ତାଙ୍କୁ ଆଗକୁ ବଢିବାରେ ଅଟକାଇ ପାରିନି। ଦୃଢ ମନୋବଳ ଫଳରେ…
Author: Samikhsya Bureau
ଭୁବନେଶ୍ବର: ଆଜି ବହୁ ଚର୍ଚ୍ଚିତ ଲେଡି ଅର୍ଚ୍ଚନା ନାଗ ମୁହଁ ଖୋଲିଛନ୍ତି। ତାଙ୍କୁ ଆଜି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାନ ହସପିଟାଲ ଅଣାଯାଇଥିଲା। ଏହ ସମୟରେ ସେ ମିଡିଆକୁ ଖୋଲମଖୁଲା ମନ୍ତବ୍ୟ ଦେଇଛନ୍ତି। ସେହି କହିଛନ୍ତି ଯେ, ପ୍ରକୃତରେ ସତ କଣ ସମସ୍ତେ ଜାଣିବେ। ମୋତେ ମାତ୍ର ତିରିଶି ମିନିଟ ସମୟ ଦେବେ ସବୁ କିଛି ପ୍ରମାଣ ମୋ ପାଖରେ ରହିଛି। ଯଦି ତାହା ଉପରେ ମୁହଁ ଖୋଲିବି ତେବେ ଓଡିଶା ଦୋହଲି ( ତାଙ୍କ ଭାଷାରେ ପରିବର୍ତ୍ତନ) ଯିବ। ମୁଁ ଚାହୁଥିଲି ଇଡି ତଦନ୍ତ କରୁ, ନଚେତ ଆଉ ଯେତେ ସବୁ ତଦନ୍ତକାରୀ ସଂସ୍ଥା ଅଛି ସମସ୍ତେ ଆସନ୍ତୁ। ମୁଁ ସବୁ ଖୋଲି କରି କହିବି। ସେ ମିଡିଆକୁ ଆକ୍ଷେପ କରି କହିଥିଲେ ଯେ, ଆପଣମାନେ ମୋତେ କଳଙ୍କିତ କରିଛନ୍ତି। ଆପଣମାନେ ମୋତେ ବଦନାମ କରିଛନ୍ତି। ହେଲେ ପ୍ରକୃତ ସତ କଣ ତାହା ଜାଣି ନାହାଁନ୍ତି। ସମୟ ଆସିବ ପ୍ରକୃତରେ…
ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଓଟିଟି ‘କଞ୍ଚା ଲଙ୍କା’ ରେ ‘ଅନେଶ୍ବତ ରାଣୀ ରାଜା’ ପମ୍ ପମ୍ ପମ୍ ସିରିଜ୍ ଡିସେମ୍ବର ୨ ରୁ ଆରମ୍ଭ ହୋଇଯାଇଛି। ଏହି କାହାଣୀଟି ଏକ ଯୁବକର। ଯେ ସୋସିଆଲ ମିଡିଆ ଜରିଆରେ ଝିଅମାନଙ୍କ ସହ ବନ୍ଧୁତା ସ୍ଥାପନ କରି, ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କ ସହିତ ଶାରିରିକ ସମ୍ପର୍କ ଓ ତାଙ୍କ ପାଖରୁ ଟଙ୍କା ନେବାକୁ ଚେଷ୍ଟା କରେ। ଦୁଇଜଣ ଝିଅ ଏବଂ ଜଣେ ବିବାହିତା ମହିଳାଙ୍କୁ ନେଇ ସେ ଯାହା ସବୁ ଅସୁବିଧାର ସମ୍ମୁଖୀନ ହୁଏ ତାହା କାହାଣୀର ବିଷୟବସ୍ତୁ। କଞ୍ଚା ଲଙ୍କାର ଏହି ୱେବ୍ ସିରିଜରେ ପପୁ ପମ୍ ପମ୍, ଅଙ୍କିତା, ପାୟଲ ଓ ଶୁଶ୍ରୀ ସହିତ ଅନେକ କଳାକାର ଅଭିନୟ କରିଛନ୍ତି। ପ୍ରଯୋଜକ ସଙ୍ଗୀତା ଶତପଥୀ ଓ ସହ ପ୍ରଯୋଜକ ଭାବରେ ପ୍ରଦୀପ କୁମାର ସ୍ୱାଇଁ ଏହି ୱେବ୍ ସିରିଜରେ ରମେଶ ରାଉତ ନିର୍ଦ୍ଦେଶନା ଦେଇଛନ୍ତି। ପପୁ ପମପମଙ୍କ କାହାଣୀ ଓ…
ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷର ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ପଡିଥାଏ। ବାସ୍ତୁରେ ସବୁକିଛି ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ଦିଗ ଏବଂ ନିୟମ ଅଛି। ବାସ୍ତୁ ଶାସ୍ତ୍ରରେ ଆସବାବପତ୍ର ରଖିବା ପାଇଁ ବିଶେଷ ନିୟମ ଅଛି। ଘରର ଡ୍ରେସିଂ ଟେବୁଲର ଦିଗ ମଧ୍ୟ ଏଥିରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି। ଘରର ଡ୍ରେସିଂ ଟେବୁଲ୍ ଆପଣଙ୍କ ଭାଗ୍ୟକୁ ବଦଳାଇପାରେ ଏବଂ ଏହାକୁ ଭୁଲ ଦିଗରେ ରଖିବା ଆପଣଙ୍କ ଘରର ବାସ୍ତୁକୁ ନଷ୍ଟ କରିପାରେ। ଆସନ୍ତୁ ଜାଣିବା ଡ୍ରେସିଂ ଟେବୁଲ୍ ରଖିବା ପାଇଁ ସଠିକ୍ ଦିଗ କ’ଣ ଏବଂ କେଉଁ ଦିଗରେ ଏହାକୁ ଆଦୌ ରଖିବା ଉଚିତ୍ ନୁହେଁ। ଡ୍ରେସିଂ ଟେବୁଲ୍ ସହିତ ଜଡିତ ବାସ୍ତୁ ଟିପ୍ସ: ଯଦି ଆପଣଙ୍କ ଶଯ୍ୟାର କୌଣସି ଅଂଶରେ ଏକ ଦର୍ପଣ ଅଛି, ତୁରନ୍ତ ଏହାକୁ ହଟାନ୍ତୁ, ଏପରି ଦର୍ପଣର ଆୟୁଷ ହ୍ରାସ କରିଥାଏ ବୋଲି କୁହାଯାଏ। ବିଛଣା…
ଜୀବନ ଶୈଳୀ: ସେ ମହିଳା କିମ୍ବା ପୁରୁଷ ହୁଅନ୍ତୁ, ସମସ୍ତେ ନିଜ କେଶକୁ ବହୁତ ଭଲ ପାଆନ୍ତି, କାରଣ ଏହି କେଶ ଆମ ବ୍ୟକ୍ତିତ୍ୱର ଏପରି ଏକ ଅଂଶ ଯାହା ଆମକୁ ସୁନ୍ଦର କିମ୍ବା ସ୍ମାର୍ଟ ଦେଖାଯିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କେଶ ସହିତ ଜଡିତ ଅନେକ ସମସ୍ୟା ଅଛି ଯାହାକୁ ଆମେ ସମସ୍ତେ କୌଣସି ସ୍ଥାନରେ ସାମ୍ନା କରିଥାଉ, ଯେପରି କେଶ ଝଡିବା, ରୂପୀ ଏବଂ ଅନ୍ୟାନ୍ୟ ସମସ୍ୟା କିନ୍ତୁ ଏଥି ମଧ୍ୟରୁ ଗୋଟିଏ ହେଉଛି କେଶ ଧଳା ହେବ। ଯେତେବେଳେ ଲୋକଙ୍କ ବୟସ ୩୦ କିମ୍ବା ୪୦ ଅତିକ୍ରମ କରେ, ସେତେବେଳେ କେଶ କୌଣସି ସ୍ଥାନରେ ଧଳା ହେବାକୁ ଲାଗେ। କିନ୍ତୁ ବର୍ତ୍ତମାନ ଆପଣ ଯୁବକ ଏବଂ କିଶୋର ଅବସ୍ଥାରେ ଧଳା କେଶର ସମସ୍ୟା ମଧ୍ୟ ଦେଖିପାରିବେ, ସାମୟିକ ଭାବରେ ଏହାକୁ କଳା କରିବା ପାଇଁ ବଜାରରେ ଅନେକ ଉତ୍ପାଦ ଅଛି। ରଙ୍ଗ, ମେହେନ୍ଦି ପରି…
ଖୋର୍ଦ୍ଧା: ସରକାରୀ ବାବୁଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆଜି ସକାଳେ ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ଦାସଙ୍କ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ଦାସଙ୍କ କାର୍ଯ୍ୟାଳୟ ସମେତ ୭ ଗୋଟି ସ୍ଥାନରେ ଏକାକାଳୀନ ଭାବେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଇନ୍ସପେକ୍ଟର ମମିତା ପ୍ରଧାନଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଟିମ୍ ଉକ୍ତ ରେଡ କରିଥିବା ସୂଚନା ମିଳିଛି।
ନୂଆଦିଲ୍ଲୀ: ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଭୀମା କୋରେଗାଓଁ ହିଂସା ମାମଲାରେ ଦିଲ୍ଲୀ ହାଇକୋର୍ଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଭୀମ କୋରେଗାଓଁ ହିଂସା ମାମଲାରେ ଅଭିଯୁକ୍ତ କାର୍ଯ୍ୟକର୍ତ୍ତା ଗୌତମ ନବଲାଖାଙ୍କୁ ଜାମିନ ପ୍ରଦାନ କରିଥିବା ତତ୍କାଳୀନ ଜଷ୍ଟିସ ଏସ ମୁରଲୀଧରଙ୍କୁ ପକ୍ଷପାତିତା ଅଭିଯୋଗରେ ଅଗ୍ନିହୋତ୍ରୀ ଏହି ମନ୍ତବ୍ୟ ଦେଇଥିଲେ। କ୍ଷମା ମାଗିବା ପରେ ମଧ୍ୟ ବିବେକ ଅଗ୍ନିହୋତ୍ରୀଙ୍କୁ ମାର୍ଚ୍ଚ ୧୬ ତାରିଖ ୨୦୨୩ରେ କୋର୍ଟରେ ହାଜର ହେବାକୁ କହିଛନ୍ତି। ସେହି ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିବେକ ସମେତ ଅନ୍ୟମାନେ କୌଣସି ଉତ୍ତର ଦାଖଲ କରିନଥିବାବେଳେ ବିବେକ ଅଗ୍ନିହୋତ୍ରୀ କ୍ଷମା ପ୍ରାର୍ଥନା କରିଥିଲେ। ଅଗ୍ନିହୋତ୍ରୀ, ଆନନ୍ଦ ରଙ୍ଗନାଥନ ଏବଂ ସ୍ୱରାଜ ନ୍ୟୁଜ୍ ପୋର୍ଟାଲ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରା ଏକ ପକ୍ଷୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିଷ୍ପତ୍ତି ନେଇଥିଲେ। ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସିଦ୍ଧାର୍ଥ ମୃଦୁଲ ଏବଂ ଜଷ୍ଟିସ ତଲୱନ୍ତ ସିଂଙ୍କ ଏକ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବହୁ ଚର୍ଚ୍ଚିତ ପଙ୍କାଳ ଗ୍ରାମ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଆଜି ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ବଂଶୀଧର ରାଉତରାୟ। ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଗିରଫ କରାଯାଇଥିବାର ଜଣାପଡିଛି। ଏନେଇ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି। ତେବେ ଖୁବ ଶୀଘ୍ର ଉକ୍ତ ହତ୍ୟାକାଣ୍ଡରେ ଫେରାର ଥିବା ତୃତୀୟ ଅଭିଯୁକ୍ତ ମଧ୍ୟ ଗିରଫ ହେବେ ବୋଲି ଶ୍ରୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନା ଥାଉକି ଅକ୍ଟୋବର ୧୦ ତାରିଖ ଦିନ ପଙ୍କାଳ ଗ୍ରାମର ସୁବାସ ରାଉତରାୟଙ୍କ ତିନି ଭାଇ ସୁବାସ ଏବଂ ତାଙ୍କ ଧର୍ମପତ୍ନୀ ମିନାକ୍ଷୀ ରାଉତରାୟଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ବେଳେ ମିନାକ୍ଷୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେବେଠାରୁ ସମସ୍ତ ଅଭିଯୁକ୍ତ ଫେରାର ଥିବା ବେଳେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓଙ୍କ ତତ୍ୱାବଧାନରେ ବାଣପୁର ଆଇଆଇସି…
ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତକୁ ଆଉ ଏକ ଝଟକା ଲାଗିଛି। ପ୍ରଥମ ମ୍ୟାଚ୍ରେ ଆୟୋଜକ ଦଳ ଠାରୁ ପରାଜୟ ପରେ ଟିମ୍ ଇଣ୍ଡିଆ ସାମ୍ନାରେ ଏକ ନୂଆ ସମସ୍ୟା ଉପୁଜିଛି। ଭାରତର ତାରକା ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର ଆହତ ହୋଇଛନ୍ତି ଏବଂ ସେ ଦ୍ୱିତୀୟ ଦିନିକିଆରେ ଖେଳିବା ନିଶ୍ଚିତ ନୁହେଁ। ଯଦି ଶାର୍ଦ୍ଦୁଲ ଠାକୁର ଫିଟ୍ ନୁହଁନ୍ତି, ତେବେ ଉମ୍ରାନ୍ ମଲିକ୍ ତାଙ୍କ ସ୍ଥାନରେ ଖେଳାଳି ଏକାଦଶରେ ସ୍ଥାନ ପାଇପାରନ୍ତି। ପ୍ରଥମ ଦିନିକିଆରେ ବୋଲିଂ କରୁଥିବାବେଳେ ଶାର୍ଦ୍ଦୁଲ ଠାକୁର ଆହତ ହୋଇଥିଲେ। ଶାର୍ଦ୍ଦୁଲ ଠାକୁରଙ୍କ ଆଘାତ ଉପରେ ଡାକ୍ତରୀ ଦଳ ନଜର ରଖିଛନ୍ତି। ଯଦି ଶାର୍ଦ୍ଦୁଲ ଶତପ୍ରତିଶତ ଫିଟ୍ ନୁହଁନ୍ତି, ତେବେ ତାଙ୍କୁ ଦ୍ୱିତୀୟ ଦିନିକିଆରୁ ଦୂରେଇ ରଖାଯିବ।
ନୂଆଦିଲ୍ଲୀ: ଭାରତର ଜି-୨୦ର ଅଧ୍ୟକ୍ଷତା ସମଗ୍ର ଦେଶ ପାଇଁ, ବିଶ୍ୱକୁ ନିଜର ଶକ୍ତି ଦେଖାଇବା ପାଇଁ ଏହା ଏକ ଅନନ୍ୟ ସୁଯୋଗ। ସୋମବାର ଏଠାରେ ଏକ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପର୍ଯ୍ୟଟନ ତଥା ସ୍ଥାନୀୟ ଅର୍ଥନୀତି ପାଇଁ ଭାରତର ଜି-୨୦ ଅଧ୍ୟକ୍ଷତା ବଡ଼ ସୁଯୋଗ ଆଣିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦଳଗତ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଜି-୨୦ର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜି-୨୦ ର ଅଧ୍ୟକ୍ଷତା ଦେଶର ବିଭିନ୍ନ ଅଞ୍ଚଳର ସ୍ୱତନ୍ତ୍ରତା ଆଣିବା ସହ ପାରମ୍ପାରିକ ବଡ ମହାନଗର ବ୍ୟତୀତ ଭାରତର କିଛି ଅଂଶକୁ ପ୍ରଦର୍ଶିତ କରିବାରେ ସୁଯୋଗ ମିଳିବ। ଜି-୨୦ ର ଅଧ୍ୟକ୍ଷତା ଗ୍ରହଣ କରିବା ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ଭାରତ ପ୍ରତି ବୈଶିକ ଜିଜ୍ଞାସା ଏବଂ ଆକର୍ଷଣ ରହିଛି,…
ନୂଆଦିଲ୍ଲୀ: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ଯାଦବ ସୋମବାର ସିଙ୍ଗାପୁରରେ କିଡନୀ ପ୍ରତିରୋପଣ କରିଛନ୍ତି। ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଲାଲୁଙ୍କୁ କିଡନୀ ଦାନ କରିଛନ୍ତି। ସୂଚନା ଦେଇ ଯାଦବ ପରିବାର କହିଛନ୍ତି ଯେ, ଅସ୍ତ୍ରୋପଚାର ପରେ ଉଭୟ ଲାଲୁ ଯାଦବ ଏବଂ ରୋହିଣୀ ଆଚାର୍ଯ୍ୟ ଚେତା ଅଛନ୍ତି। ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କୁ କିଡନୀ ଦାନ କରିବା ପରେ ରୋହିଣୀ ଆଚାର୍ଯ୍ୟଙ୍କୁ ବହୁତ ପ୍ରଶଂସା ମିଳୁଛି। ବରିଷ୍ଠ ବିଜେପି ନେତା ଗିରିରାଜ ସିଂ ଟ୍ୱିଟରରେ ରୋହିଣୀଙ୍କୁ ପ୍ରଶଂସା କରିବା ସହ ଭବିଷ୍ୟତ ପିଢୀ ପାଇଁ ସେ ଏକ ଉଦାହରଣ ବୋଲି କହିଛନ୍ତି। ବିଜେପି ନେତା ଗିରିରାଜ ସିଂ ସୋସିଆଲ ମିଡିଆରେ ଟୁଇଟ୍ କରି ଲେଖିଛନ୍ତି ଯେ, “ରୋହିଣୀ ଆଚାର୍ଯ୍ୟ ଜଣେ ଆଦର୍ଶ ଝିଅ, ମୁଁ ଆପଣଙ୍କ ପାଇଁ ଗର୍ବିତ। ଆପଣ ଭବିଷ୍ୟତ ପିଢୀ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।” ଗତ ସନ୍ଧ୍ୟାରେ ଅସ୍ତ୍ରୋପଚାର ପରେ…
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ତଥା ମମତା ବାନାର୍ଜୀଙ୍କ ଘନିଷ୍ଠ ସାକେତ ଗୋଖଲେଙ୍କୁ ଗୁଜୁରାଟ ପୋଲିସ ଗିରଫ କରିଛି। ଟିଏମସି ନେତା ତଥା ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଇନ୍ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ସାକେତ ଗୋଖଲେ ସୋମବାର ରାତି ୯ ଟାରେ ନୂଆଦିଲ୍ଲୀରୁ ଜୟପୁର ଅଭିମୁଖେ ଯାତ୍ରା କରିଥିଲେ, ଯେତେବେଳେ ସେ ଜୟପୁରରେ ଅବତରଣ କରିଥିଲେ, ଗୁଜୁରାଟ ପୋଲିସ ତାଙ୍କୁ ଜୟପୁର ବିମାନବନ୍ଦରରେ ଅପେକ୍ଷା କରିଥିଲା ଏବଂ ସେଠାରୁ ଉଠାଇ ନେଇଥିଲା। ସଂସଦର ସଦସ୍ୟ ଡେରେକ ଓ’ବ୍ରାଇନ୍ କହିଛନ୍ତି ଯେ, ମଙ୍ଗଳବାର ଅପରାହ୍ନ ୨ ଟାରେ ସାକେତ ଗୋଖଲେ ତାଙ୍କ ମା’ଙ୍କୁ ପୋଲିସ ଅହମ୍ମଦାବାଦ ନେଉଥିବାର କହିଥିଲେ। ପୋଲିସ ତାଙ୍କୁ ଦୁଇ ମିନିଟର ଫୋନ୍ କଲ କରିବାକୁ ଦେଇଥିଲା। ତା’ପରେ ଫୋନ୍ ଏବଂ ସମସ୍ତ ସାମଗ୍ରୀ ଜବତ କରାଯାଇଛି। ମୋର୍ବି ବ୍ରିଜ ଭୁଶୁଡ଼ିବା ଉପରେ ସାକେତଙ୍କ ଟ୍ୱିଟକୁ ନେଇ ଅହମ୍ମଦାବାଦ ସାଇବର ସେଲ…
ଭୁବନେଶ୍ବର: ଏଥର ପଦ୍ମପୁର ଉପନିର୍ବାଚନରେ ଭୋଟ ହାର ଆଶାତିତ ଭାବେ ବୃଦ୍ଧି ପାଇଛି। ଗତକାଲି ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିଲା। ପ୍ରଥମରୁ ଭୋଟରମାନଙ୍କ ମଧ୍ୟରେ ଭୋଟ ଦେବାର ଉତ୍ସାହ ପରିଲକ୍ଷିତ ହୋଇଥିଲା। ତେବେ ସଦ୍ୟତମ ସୂଚନା ଅନୁସାରେ ପଦମପୁର ଉପନିର୍ବାଚନରେ ମୋଟ ୮୧.୨୯ ପ୍ରତିଶତ ଭୋଟିଂ ହୋଇଥିବା ଜଣାଯାଇଛି। ଗତକାଲି ଶେଷ ସୁଦ୍ଧା ୮୦.୫ ପ୍ରତିଶତ ମତଦାନ ହୋଇଥିବା କୁହାଯାଇଥିଲା। ହେଲେ ସମସ୍ତ ଭୋଟ ସଂଖ୍ୟାକୁ ମିଶାଇବା ପରେ ଏହା ୮୧.୨୯ ବୋଲି ଜଣାପଡିଛି।
ଭୀଷ୍ମ ନୀତି: ଶାସ୍ତ୍ରରେ ଖାଇବାର ଅନେକ ନିୟମ ଅଛି, କିନ୍ତୁ ବିଶ୍ୱାସ କରାଯାଏ ଯେ ଯଦି ଖାଇବା ସମୟରେ ଭୀଷ୍ମଙ୍କ ସୂତ୍ର ଗ୍ରହଣ କରାଯାଏ, ତେବେ ଦାରିଦ୍ର୍ୟ କେବେ ଆସିବ ନାହିଁ। ମହାଭାରତ ଯୁଦ୍ଧ ସମୟରେ ଯେତେବେଳେ ଭୀଷ୍ମ ପିତାମହ ଶରଶଯ୍ୟାରେ ପଡ଼ିଥିଲେ, ଯୁଧିଷ୍ଠିରଙ୍କ ସମେତ ପାଣ୍ଡବ, ଅର୍ଜୁନ ତାଙ୍କଠାରୁ ଜ୍ଞାନ ଆଣୁଥିଲେ। ଏହି ଜ୍ଞାନକୁ ଭୀଷ୍ମ ନୀତି ମଧ୍ୟ କୁହାଯାଏ। ଏହି ସମୟରେ, ଭୀଷ୍ମ ପିତାମହ ଖାଦ୍ୟ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ, ଯାହା ଆଜିର ପିଢୀ ଜାଣିବା ଆବଶ୍ୟକ। ଭୀଷ୍ମ ପିତାମହ କହିଛନ୍ତି ଯେ, ଯେଉଁଠାରେ ପରିବାର ସଦସ୍ୟ ସମାନ ଥାଳିରେ ଏକାଠି ଖାଦ୍ୟ ଖାନ୍ତି, ସେଠାରେ ଧନ ଏବଂ ଖାଦ୍ୟର ଅଭାବ ରହିବ ନାହିଁ। ମା’ ଲକ୍ଷ୍ମୀ ସେଠାରେ ବାସ କରନ୍ତି। ଏହିପରି ଭୋଜନକୁ ଅମୃତ ପରି ବିବେଚନା କରାଯାଏ। ଭୀଷ୍ମ ପିତାମହଙ୍କ ଅନୁଯାୟୀ, ଯେଉଁ ଖାଦ୍ୟରେ କେଶ ପଡ଼େ, ସେପରି ଖାଦ୍ୟ ଖାଇବାକୁ ଯୋଗ୍ୟ…
ଭୁବନେଶ୍ୱର: ଆଜି ଗୀତଗୋବିନ୍ଦ ସଦନଠାରେ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଓ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଜାତୀୟ ସେବା ଯୋଜନାର ସେ୍ୱଚ୍ଛାସେବୀମାନଙ୍କ ପାଇଁ ବହୁମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମନୋନୀତ ପ୍ରାୟ ୫ ହଜାର ଛାତ୍ରଛାତ୍ରୀ ସେ୍ୱଚ୍ଛାସେବୀମାନଙ୍କ ପାଇଁ ଯୁବ ନେତୃତ୍ୱ ପ୍ରଶିକ୍ଷଣ, ଜନଜାତି ସେ୍ୱଚ୍ଛାସେବୀ ଦକ୍ଷତା ବିକାଶ, ନିଶାମୁକ୍ତ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ ସଚେତନତା, ସଡ଼କ ନିରାପତ୍ତା ସଚେତନତା, ରକ୍ତଦାନ ଆଦି କାର୍ଯ୍ୟକ୍ରମଗୁଡ଼ିକର ସଫଳତାର ସହ ଆୟୋଜନ କରାଯିବା ନିମନ୍ତେ ଆଲୋଚନା କରାଯାଇଥିଲା। ଗ୍ରାମାଞ୍ଚଳ ସେ୍ୱଚ୍ଛାସେବୀମାନେ ଚାରୋଟି ଦଳରେ ଭାରତ ଦର୍ଶନ କାର୍ଯ୍ୟରେ ସାମିଲ ହେବେ। ଏଥି ସହିତ ରାଜ୍ୟ ସଂହତି ଶିବିର ଓ ପ୍ରତିଭା ଅନେ୍ୱଷଣ ଶିବିର ଆୟୋଜନ କରାଯାଇ ଜାତୀୟ ସେବା ଯୋଜନାକୁ ସୁଦୃଢ଼ କରାଯିବ ବୋଲି ରାଜ୍ୟ…
ଭୁବନେଶ୍ୱର : ଆଜି ରାଜ୍ୟ ସରକାର ଆର୍ଥିକ ଅନିୟମିତତା ନେଇ ଜଣେ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାସ ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନରେ ତାଙ୍କୁ ନିଲମ୍ବିତ କରିଛନ୍ତି। ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ବଣିଆ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଶ୍ରୀ ଲକ୍ଷ୍ମୀଧର ମଲ୍ଲିକ। ଶ୍ରୀ ମଲ୍ଲିକ ପୂର୍ବରୁ ଆର୍ଶା ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ବିଭିନ୍ନ ପ୍ରକାର ଆର୍ଥିକ ଅନିୟମିତତାରେ ସଂପୃକ୍ତ ଥିବା ନେଇ ଭଦ୍ରକ ଜିଲ୍ଲାପାଳ ଓ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ ରିପୋର୍ଟ ଆଧାରରେ ଶ୍ରୀ ମଲ୍ଲିକଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ସଂପର୍କରେ ଅଧିକ ଅନୁସନ୍ଧାନ ଜାରି ରହିଛି।
ମେଷ: – ଆଜି ଆପଣ ଖାଦ୍ୟର ବିଶେଷ ଯତ୍ନ ନେବାକୁ ପଡିବ, ନଚେତ୍ ସ୍ୱାସ୍ଥ୍ୟ ଖରାପ ହୋଇପାରେ । କ୍ରୋଧର ପରିମାଣ ଅଧିକ ହେବ, ତେଣୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଏହା ସହିତ, ଆପଣ ମଧ୍ୟ ବକ୍ତବ୍ୟରେ ସଂଯମ ରଖନ୍ତୁ । ଅନୈତିକ କାର୍ଯ୍ୟରୁ ଦୂରରେ ରୁହନ୍ତୁ । ସରକାର ବିରୋଧୀ ପ୍ରବୃତ୍ତି ହେତୁ ସମସ୍ୟା ସୃଷ୍ଟି ନ କରିବାକୁ ଧ୍ୟାନ ଦିଅନ୍ତୁ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ବୃଷ: – ଆଜି ଆପଣ କ୍ରୋଧ ଉପରେ ସଂଯମତା କରିବା ଆବଶ୍ୟକ, ନଚେତ୍ ଏକ ବୃଥା ବିବାଦରେ ଫସିଯିବେ । ପେଟ ସମ୍ବନ୍ଧୀୟ ରୋଗର ସମସ୍ୟା ହେବ । କାର୍ଯ୍ୟରେ ସଫଳତାର ଅଭାବ ହେତୁ ନିରାଶ ହେବାର ସମ୍ଭାବନା ମଧ୍ୟ ଅଛି । ସାହିତ୍ୟ କିମ୍ବା ଅନ୍ୟ କୌଣସି ସୃଜନଶୀଳ କଳା ପ୍ରତି ଆଗ୍ରହୀ ହେବେ । ପିଲାମାନଙ୍କ ପାଇଁ ଚିନ୍ତା ଯୋଗୁଁ, ମନରେ ଚିନ୍ତା ହେବ…
ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବରର ଏକ ଏସବିଆଇ ଏଟିଏମରେ ନିଆଁ ଲାଗିଯାଇଥିଲା। ସେ ଭିତରେ ହୁତୁହୁତୁ ହୋଇ ନିଆଁ ଜଳୁଥିବାର ଦେଖି ଅଗ୍ନିଶମ କର୍ମଚାରୀ ଖବର ପାଇଁ ନିଆଁକୁ ଆୟତ କରିଥିଲେ। ହେଲେ ଏଟିଏମ ଭିତରେ ପୁରା ଅର୍ଦ୍ଧାଧିକ ପୋଡି ଯାଇଛି। ଏହି ଘଟଣାଟି ଭୁବନେଶ୍ବରର ଲକ୍ଷ୍ମୀ ସାଗରର ଓସ୍କାର ସିଟରେ ଥିବା ଏସବିଆଇ ଏଟିଏମରେ ଘଟିଛି। ତେବେ ଏଟିଏମ ଭିତରେ ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଛି ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି।
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୨ ସରକାରୀ ଉଚ୍ଚ ବିଦ୍ୟାଳୟ ବଡଗଡଠାରେ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଓ ବଡଗଡ ଉଚ୍ଚ ବିଦ୍ୟାଳୟ ଆଲୁମିନି ସଭାପତି ଶ୍ରୀ ପ୍ରତାପ କୁମାର ଜେନା ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ ପୂର୍ବକ ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ସହାୟତା ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଆୟୋଜିତ କାର୍ଯ୍ୟକ୍ରମ“ମହକମେଳା”କୁ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ ଉଦ୍ଘାଟନ କରିଥିଲେ। ଶିକ୍ଷାର୍ଥୀମାନଙ୍କର ସୃଜନଶୀଳ ସ୍ୱପ୍ନ,ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କର ଅନୁଭବକୁ ସାଉଁଟିଥିବା ପତ୍ରିକା “ମନର କଥା” ଅତିଥିମାନଙ୍କ ଦ୍ୱାରା ଶୁଭ ଉନ୍ମୋଚିତ ହୋଇଥିଲା। ପରିଶେଷରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଉପସଭାପତି ଶ୍ରୀମତୀ ସଙ୍ଗୀତା ଦାଶପୁରସ୍କାର ବିତରଣ କରିଥିଲେ। ସରକାରୀ ଉଚ୍ଚ ବିଦ୍ୟାଳୟ, ବଡଗଡର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ…
ଭୁବନେଶ୍ୱର: ମାଟି ପ୍ରକୃତିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଏବଂ ମଣିଷ ତଥା ସଂପୂର୍ଣ୍ଣ ଜୀବଜଗତ ଓ ଉଦ୍ଭିଦଜଗତ ନିମନ୍ତେ ମୃତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷାର ଏକାନ୍ତ ପ୍ରୟୋଜନ ରହିଛି । ଏହି ପରିପ୍ରେକ୍ଷୀରେ ମୃତ୍ତିକାର ସ୍ୱାସ୍ଥ୍ୟଗତ ପରିଚାଳନା ଆଜିର ଆହ୍ୱାନ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି । ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସରେ ଅଧ୍ୟକ୍ଷତା କରି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଲେ ଯେ ଚଳିତ ବର୍ଷ ବିଶ୍ୱ ମୃତ୍ତିକା ଦିବସ ପାଳନର ବିଷୟ‘ମାଟି ଖାଦ୍ୟର ଜନନୀ’ ରଖାଯାଇଛି। ମାଟିର ଗୁଣାତ୍ମକ ମାନର ଅବକ୍ଷୟ, ଏହାର ମଣିଷ ସମାଜ ଓ ଜୀବଜଗତ ଉପରେ ପ୍ରଭାବ ଓ ଏହାର ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ କୃଷକ ତଥା ଜନସାଧାରଣଙ୍କୁ ସଚେତନ କରାଇବା ଆଜି ଦିବସ ପାଳନର…
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଆଜି ଟାଉନ ଥାନା ଅନ୍ତର୍ଗତ ବଡ଼ ସହରସାହିର ଏକ ପରିତ୍ୟକ୍ତ ଗୃହରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପୋଲିସ ପାଇଥିଲା। ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଓ ଟାଉନ ଥାନା ଆଇଆଇସି ତାରିକ ଅହମଦଙ୍କ ତତ୍ୱାବଧାନରେ ଏସଆଇ ସୁକାନ୍ତ ଦଳାଇଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୫୩ ଗ୍ରାମ ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୩୦ ହଜାର ଟଙ୍କା ହେବ ଏବଂ ଏକ ମୋବାଇଲ ଜବତ କରାଯାଇଥିଲା। ଏଥିସହିତ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳର ଅମିତ କୁମାର…

