Author: Samikhsya Bureau

ନୂଆଦିଲ୍ଲୀ: ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି ନିର୍ବାଚନ) ପାଇଁ ଭୋଟ୍ ଗଣନା ଚାଲିଛି। ଅଦ୍ୟାବଧି ୨୦୬ ଟି ଆସନର ଫଳାଫଳ ଆସିଛି। ସେଥିମଧ୍ୟରୁ ୧୧୦ ଟି ଆମ୍ ଆଦମୀ ପାର୍ଟି (AAP) ଏବଂ ୮୯ ଟି ସିଟ୍ ବିଜେପି ଜିତିଛି। କଂଗ୍ରେସ ମାତ୍ର ୯ ଟି ଆସନ ଜିତିବାରେ ସଫଳ ହୋଇଛି। ଜଣେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଜିତିଛନ୍ତି। ତେବେ ଆଉ ୪୮ ଟି ଆସନର ଫଳାଫଳ ଘୋଷଣା ବାକି ଥିବା ବେଳେ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ୯୦ ପ୍ରତିଶତ ଭୋଟ୍ ଗଣନା ଶେଷ ହୋଇଛି।

Read More

ଭୁବନେଶ୍ବର: ଆସନ୍ତାକାଲି ଅଛି ପଦମପୁର ଉପନିର୍ବାଚନର ଗଣତି। ତେବେ ତା ପୂର୍ବରୁ ଆଜି ହଠାତ ବିଜେଡିର ତୁଙ୍ଗ ନେତାଙ୍କୁ ନବୀନ ନିବାସ ଡକରା ଆସିଛି। ଫଳରେ ଛୋଟବଡ ହୋଇ ପ୍ରାୟ ୫୦ରୁ ଉର୍ଦ୍ଧ ନେତାଙ୍କର ସମାଗମ ହୋଇଛି। ହଠାତ କଣ ପାଇଁ ନବୀନ ଏପରି ନେତାଙ୍କୁ ଡାକି ବୈଠକ କଲେ ସେ ନେଇ ସମସ୍ତଙ୍କର ନଜର ରହିଛି। ତେବେ ଯାହା ଜଣାପଡିଛି ଯେ, ନବୀନ ପଦମପୁର ଫଳାଫଳ ପୂର୍ବରୁ ସେ ଏକ ସମୀକ୍ଷା କରିବାକୁ ଚାହିଁଛନ୍ତି। ଫଳରେ ପଦମପୁର ନିର୍ବାଚନରେ ଯେଉଁ ନେତାମାନେ ଦାୟିତ୍ବ ନେଇଥିଲେ ସେମାନଙ୍କୁ ସମସ୍ତଙ୍କୁ ଡକରା ଆସିଛି। ଏହି ବୈଠକରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ, ରୋହିତ ପୂଜାରୀ, ପ୍ରଦୀପ ମାଝି, ସୁଧୀର ସାମଲ, ବ୍ରଜ ପ୍ରଧାନ ପ୍ରମୁଖ ବହୁ ନେତା ସାମିଲ ହୋଇଥିବାର ଜଣାପଡିଛି।

Read More

ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ନେଇ ଆସିଲା ଏକ ବଡ ଖବର। ତାହା ହେଲା ଯେ ଆଜି ସଂଧ୍ୟା ସୁଦ୍ଧା ଗଭୀର ଅବପାତ ବାତ୍ୟା ରୂପ ନେବ। ଏହି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଫଳରେ ପୂର୍ବରୁ ବାତ୍ୟା ହେବା ନେଇ ଯେଉଁ ଆଶଙ୍କା ଥିଲା ତାହା ସତ ବୋଲି ପ୍ରମାଣିତ ହେବାରେ ଲାଗିଛି। ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଅବପାତ ଧୀରେ ଧୀରେ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେଇଛି। ଫଳରେ ଆଜି ସଂଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବ ସିଧା ଓଡିଶା ଉପରେ ନାହିଁ ବୋଲି କୁହାଯାଇଛି। ତେବେ ବାହ୍ୟବଳୟ ସହ ଜଡିତ ମେଘ ସମୂହ ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

Read More

ଭୁବନେଶ୍ଵର: ପୁରୀ ରେଳ ଷ୍ଟେସନର ପ୍ରସ୍ତାବିତ ପୁନଃ ବିକାଶ କାର୍ଯ୍ୟର ତଦାରଖ ପାଇଁ ପୁରୀ ରେଳ ଷ୍ଟେସନ ଠାରେ ଅସ୍ଥାୟୀ କ୍ୟାମ୍ପ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। ଯାତ୍ରୀମାନଙ୍କ ଅନୁକୂଳ ସୁବିଧା ସହ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ନିର୍ମାଣ ପାଇଁ ପୁରୀ ରେଳ ଷ୍ଟେସନକୁ ପୁନଃ ନିର୍ମାଣ କରାଯାଉଛି। ଷ୍ଟେସନର ମୁଖଦ୍ଵାର ଏବଂ ଯାତ୍ରୀ ନିବାସ ଓଡିଶାର ମନ୍ଦିର ସ୍ଥାପତ୍ୟ ଓ କାରୁକାର୍ଯ୍ୟ ଦ୍ଵାରା ଅନୁପ୍ରାଣିତ ହେବ। ପୁନଃ ବିକାଶ ଯୋଜନାରେ ବିଭିନ୍ନ ଆଧୁନିକ ସୁବିଧା ଅନ୍ତର୍ଭୁକ୍ତ: ନୂତନ ବିଲଡିଂ, ଏୟାର କନକୋର୍ସ, ପ୍ଲାଟଫର୍ମ ଓ ପ୍ଲାଟଫର୍ମ ଆଶ୍ରୟସ୍ଥଳର ଏବଂ ପ୍ରସସ୍ତ ଚଳପ୍ରଚଳ କ୍ଷେତ୍ରର ନବୀକରଣ। ବର୍ଜ୍ୟବସ୍ତୁ ପରିଚାଳନା ସହିତ ଫୁଡ୍ କୋର୍ଟ ଜୋନ୍, ସପିଙ୍ଗ ଜୋନ୍। ସୁ-ପରିକଳ୍ପିତ ଡ୍ରେନ୍, ସାଇନେଜ୍ ଏବଂ ଡିଭାଇଡର୍ସର ବ୍ୟବସ୍ଥା ରହିବ। ଏଥିରେ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସୁବିଧା ମଧ୍ୟ ରହିବ।  ନୂତନ ବିଲ୍ଡିଂରେ ସୁସଜ୍ଜିତ ଚଳପ୍ରଚଳ କ୍ଷେତ୍ର ବ୍ୟତୀତ ଉଚ୍ଚ…

Read More

ସୁନ୍ଦରଗଡ଼: ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଉତ୍ସବମୁଖର ହୋଇଉଠିଛି। ରାଉରକେଲା ସହର ସମେତ ସମଗ୍ର ଜିଲ୍ଲାରେ ଏକ ଉତ୍ସବର ବାତାବରଣ ସୃଷ୍ଟି କରିବାକୁ ପ୍ରଶାସନ ଆଗେଇ ଆସିଛି। ଭାରତୀୟ ହକିକୁ ବିଶେଷ ଅବଦାନ ଦେଇଥିବା ବାଲିଶଙ୍କରା ବ୍ଲକର ସଉନାମରା ଗାଁରୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ୨୭୯ଟି ଗ୍ରାମପଞ୍ଚାୟତ ସ୍ତରରେ ଏକାସାଙ୍ଗେ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ବ୍ଲକ ସ୍ତର ହୋଇ ଜିଲ୍ଲା ସ୍ତରରେ ପହଞ୍ଚିବ। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ୨୭୯ଟି ଗ୍ରାମପଞ୍ଚାୟତକୁ ଯୋଡ଼ି ଏହି ବ୍ୟାପକ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏଥିରେ ହକି ଲାଗି ୮୦୦ରୁ ଅଧିକ ଏବଂ ଫୁଟବଲ ଲାଗି ୧୧୦୦ରୁ ଅଧିକ ଟିମ ପଞ୍ଜୀକରଣ କରିଛନ୍ତି। ପ୍ରାୟ ୧ ମାସ ଧରି ଏହି ପ୍ରତିଯୋଗିତା ଚାଲିବ। ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ…

Read More

ନୂଆଦିଲ୍ଲୀ: ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି ନିର୍ବାଚନ) ପାଇଁ ଭୋଟ୍ ଗଣନା ଚାଲିଛି। ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଆମ୍ ଆଦମୀ ପାର୍ଟି (ଏଏପି) ମଧ୍ୟରେ ଘନିଷ୍ଠ ଲଢେଇ ଚାଲିଛି। ଏପର୍ଯ୍ୟନ୍ତ 35 ଟି ଆସନର ଫଳାଫଳ ଆସିଛି, ସେଥିମଧ୍ୟରୁ 17 ଟି ଆସନ ବିଜେପି ଜିତିଥିବାବେଳେ 15 ଟି ଆମ୍ ଆଦମୀ ପାର୍ଟିକୁ ଯାଇଛି। କଂଗ୍ରେସ ମଧ୍ୟ ଦୁଇଟି ଆସନ ଜିତିବାରେ ସଫଳ ହୋଇଛି। କଂଗ୍ରେସ ପ୍ରାର୍ଥୀ ଆରିବା ଖାନ ଅବୁଲ ଫଜଲଙ୍କଠାରୁ ଜିତିଛନ୍ତି। ବର୍ତ୍ତମାନ ଗଣନାରେ ଆମ୍ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ଛୁଇଁଛି। 130 ଟି ଆସନରେ AAP ଅଗ୍ରଣୀ ରହିଛି। ଏଥିସହ 104 ଟି ଆସନରେ ଆଗୁଆ ଥିବା ବିଜେପି ଦ୍ୱିତୀୟ ନମ୍ବରରେ ରହିଛି। ପ୍ରାରମ୍ଭିକ ଧାରାରେ ବିଜେପି ସଂଖ୍ୟାଗରିଷ୍ଠତାକୁ ଦୁଇଥର ଛୁଇଁଥିଲା, ଏହା ପରେ ଏହା ଉଭୟ ଥର ସଂଖ୍ୟାଗରିଷ୍ଠତା ତଳେ ରହିଥିଲା। ଏଥିସହିତ ଆମ୍ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତାକୁ ଥରେ ଛୁଇଁଥିଲା। ଡିସେମ୍ବର…

Read More

ନୂଆଦିଲ୍ଲୀ: ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ମିରାବାଇ ଚାନୁ ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନସିପରେ ଇତିହାସ ସୃଷ୍ଟି କରିଛନ୍ତି। ସେ ୨୦୦ କିଲୋଗ୍ରାମ ଓଜନ ଉଠାଇ ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଛନ୍ତି। ଏହି ସମୟରେ ଚାଇନାର ଭାରୋତ୍ତୋଳକ ଜିଆଙ୍ଗ ହୁଇହୁଆ ୨୦୬ କିଲୋଗ୍ରାମ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ, ଅନ୍ୟ ଜଣେ ଚାଇନାର ଭାରୋତ୍ତୋଳକ ହୁ ଜିହୁଇ ୧୯୮ କିଲୋଗ୍ରାମ ଉଠାଇ ପୋଡିୟମରେ ପ୍ରବେଶ କରିଛନ୍ତି। ଜିହୁଇ ୪୯ କିଲୋଗ୍ରାମ ବର୍ଗରେ ଅଲିମ୍ପିକ୍ ଚାମ୍ପିଅନ୍ ହୋଇଥିଲେ। ସେ ଟୋକିଓ ଅଲିମ୍ପିକ୍ସରେ ୪୯ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। କଲମ୍ବିଆର ବୋଗୋଟାଠାରେ ଆୟୋଜିତ ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନସିପରେ ମୀରାଙ୍କ ଯାତ୍ରା ସହଜ ନଥିଲା। ସେ ଆଘାତ ସହ ସଂଘର୍ଷ କରୁଥିଲେ। କିନ୍ତୁ ତାଙ୍କ ଉତ୍ସାହରେ କମ ନଥିଲା। ସେ କ୍ଳିନ ଆଣ୍ଡ ଜର୍କରେ ୧୧୩ କିଲୋଗ୍ରାମ ଉଠାଇ ରୌପ୍ୟ ପଦକ ଜିତିଥିଲେ। ଅବଶ୍ୟ, ସ୍ନାଚ୍ ଉଦ୍ୟମ ସମୟରେ ସେ…

Read More

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳିନ ଅଧିବେସନ। ଏହି ଅଧିବେସନ ସୁରୁଖୁରୁରେ ଚାଲିବା ପାଇଁ ଗତକାଲି ସରକାରଙ୍କ ତରଫରୁ ସର୍ବଦଳୀୟ ବୈଠକ ବସିଥିଲା। ଚଳିତ ଅଧିବେଶନରେ ୧୬ଟି ନୂଆ ବିଲ୍ ଆଣିବା ପାଇଁ ସ୍ଥିରୀକୃତ ହୋଇଛି । ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଶୀତ ଅଧିବେଶନରେ ୨୩ଟି କର୍ଯ୍ୟଦିବସ ରହିଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଏହି ଅଧିବେସନ ଚାଲିଥିବା ବେଳେ ଗୁଜୁରାଟ ଓ ହିମାଟଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଆସିବ।

Read More

ନୂଆଦିଲ୍ଲୀ: ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଶେର-ଇ-ବଙ୍ଗଳା ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଟିମ୍‌ ଇଣ୍ଡିଆକୁ ୧ ୱିକେଟ୍‌ରେ ପରାସ୍ତ କରିଛି। ଏଭଳି ପରିସ୍ଥିତିରେ ଦ୍ୱିତୀୟ ଦିନିକିଆ ଟିମ୍ ଇଣ୍ଡିଆ ପାଇଁ କର କିମ୍ବା ମର ମ୍ୟାଚ୍ ହେବ। ବାସ୍ତବରେ ଯଦି ଭାରତ ଏହି ମ୍ୟାଚ୍ ହାରିଯାଏ, ତେବେ ବାଂଲାଦେଶ ଦିନିକିଆ ସିରିଜ୍ ଜିତି ଇତିହାସ ରଚିବ। ଏହି ମ୍ୟାଚ୍ ପୂର୍ବରୁ ମଧ୍ୟ ପ୍ରଶ୍ନ ଉଠିଛି ଯେ, ବର୍ଷା ଏହି ମ୍ୟାଚରେ ଭିଲେନ୍ ହୋଇ ଛିଡା ନହେଉ। ତେବେ ଆସନ୍ତୁ ଜାଣିବା ଆଜିର ମ୍ୟାଚ୍ ସମୟରେ ଢାକାରେ ପାଗ କିପରି ରହିବ? ପାଣିପାଗ କିପରି ରହିବ?: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୭ ତାରିଖରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଢାକାସ୍ଥିତ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କିପରି ଅର୍ଥହୀନ କାର୍ଯ୍ୟ କଲେ ସଫଳ ମିଳିବ ନାହିଁ ତାହାର ଉଦାହରଣ ଦେଇଛନ୍ତି। ଚାଣକ୍ୟଙ୍କ ମତରେ ଯଦି ସମୁଦ୍ରରେ ବର୍ଷା ହେବ ତାହା କୌଣସି କାର୍ଯ୍ୟରେ ଆସିବ ନାହିଁ। ଯହି ପେଟପୁରା ଖାଦ୍ୟ ଖାଇଥିବା ମଣିଷକୁ ଭୋଜନ ଦେବେ ତାହା କୌଣସି ଲାଭ ହେବ ନାହିଁ। ସେହିପରି ଚାଣକ୍ୟ କହିଛନ୍ତି ଯେ, ଧନୀ ଲୋକଙ୍କୁ ଧନ ଦାନ କରିବା ବୃଥା। ଦିନବେଳା ଦୀପ ଲଗାଇବା ମଧ୍ୟ ଅର୍ଥହୀନ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣ ଏପରି କାର୍ଯ୍ୟ କରନ୍ତୁ ଯାହା ବୃଥା ହେବ ନାହିଁ।

Read More

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ। ଯେଉଁ ଘରେ ମା ଲକ୍ଷ୍ମୀ ବାସ କରନ୍ତି, ସେଠାରେ ଧନ ଏବଂ ସମୃଦ୍ଧିର କୌଣସି ଅଭାବ ହୁଏ ନାହିଁ ଏବଂ ଘରଟି ସୁଖ ଏବଂ ସମୃଦ୍ଧତାରେ ପରିପୂର୍ଣ୍ଣ ହୁଏ। କୁହାଯାଏ ଯେ, ମା ଲକ୍ଷ୍ମୀଙ୍କ ପ୍ରକୃତି ଚତୁର, ତେଣୁ ସେ କେବେବି ଗୋଟିଏ ସ୍ଥାନରେ ରହନ୍ତି ନାହିଁ। କିନ୍ତୁ ଯେଉଁ ଘରେ ତାଙ୍କୁ ନିୟମିତ ପୂଜା କରାଯାଏ ଏବଂ ମା ଲକ୍ଷ୍ମୀଙ୍କ ପ୍ରିୟ ଜିନିଷ ସେଠାରେ ରଖାଯାଏ, ସେ ସେଠାରେ ରୁହନ୍ତି। ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଯେ, ଦେବୀ ଲକ୍ଷ୍ମୀ ଆପଣଙ୍କ ଘରେ ରୁହନ୍ତୁ, ତେବେ ନିଶ୍ଚିତ ଭାବରେ ଘରେ ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ନିଶ୍ଚିତ ରଖନ୍ତୁ। ଶାସ୍ତ୍ର ଏବଂ ବେଦ-ପୁରାଣରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଛି। କିମ୍ବଦନ୍ତୀ ଅନୁଯାୟୀ, ଏହି ଶଙ୍ଖ ସମୁଦ୍ରର ମନ୍ଥନରୁ ଉତ୍ପନ୍ନ ହୋଇଥିଲା। ଏହା ଦେବୀ ଲକ୍ଷ୍ମୀଙ୍କ ଭାଇ ଭାବରେ ମଧ୍ୟ ବିବେଚନା…

Read More

ପୁରାଣ ଗପ: ଥରେ ଇଦ୍ର ଦେବ ଏକ ସଭା କରିବା ପାଇଁ ସମସ୍ତ ଦେବତାଙ୍କୁ ନିମନ୍ତ୍ରଣ ପଠାଇଲେ। ସେହି ନମନ୍ତ୍ରଣ ପତ୍ର ପାଇବା ପରେ ନିର୍ଦ୍ଧାରିତ ସମୟରେ ସବୁ ଦେବତାମାନେ ଧିରେ ଧିରେ ଇନ୍ଦ୍ର ସଭାକୁ ଆଗମନ କଲେ। ଇନ୍ଦ୍ରସଭାକୁ କେଉଁମାନେ ଆସୁଛନ୍ତି ତାହା ଦେଖିବା ପାଇଁ କାହିଁକି କେଜାଣି ଜଟାୟୁ ପକ୍ଷୀଙ୍କର ଇଚ୍ଛା ପ୍ରକଟ ହେଲା। ସେଥିପାଇଁ ସେ ଇନ୍ଦ୍ରସଭାର ଅଳ୍ପ ଦୂରରେ ଥିବା ଏକ ଗଛରେ ବସି ରହିଲେ। ଜଣଙ୍କ ପରେ ଜଣେ ଇନ୍ଦ୍ର ସଭାକୁ ଗମନ କରୁଥାନ୍ତି, ତାହା ସବୁ ନିରୀକ୍ଷଣ କରୁଥିଲେ ଜଟାୟୁ ପକ୍ଷୀ। ଶେଷରେ ଆସିଲେ ଯମ ରାଜା ବା ଯମ ଦେବ। ସେ ମଧ୍ୟ ସେହି ସଭାକୁ ନିମନ୍ତ୍ରିତ ହୋଇଥାନ୍ତି। ଯମ ଦେବ ତାଙ୍କ ମଇଁଷି ପିଠିରୁ ଓହ୍ଲାଇ ସଭା ଆଡକୁ ଗତି କଲେ। ହେଲ ହଠାତ ସେ ଏକ ଛୋଟିଆ ପକ୍ଷୀକୁ ଦେଖି ଅଟକିଗଲେ। କାହିଁକି ଅଟକିଲେ ବୋଲି ଜଟାୟୁ ଆଶ୍ଚର୍ଯ୍ୟ ହୋଇଗଲେ।…

Read More

ଦିଲ୍ଲୀ: ଭାରତ ଡ୍ରୋନ୍ ଟେକ୍ନୋଲୋଜିର ଏକ କେନ୍ଦ୍ରରେ ପରିଣତ ହେବ ଏବଂ ଆସନ୍ତା ବର୍ଷ ସୁଦ୍ଧା ଭାରତକୁ ଅତି କମରେ ଏକ ଲକ୍ଷ ଡ୍ରୋନ୍ ପାଇଲଟ୍ ମାନଙ୍କର ଆବଶ୍ୟକତା ପଡିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି। ସେ ଆଜି ଚେନ୍ନାଇ ଠାରେ ‘ଡ୍ରୋନ୍ ଯାତ୍ରା ୨.୦’ କୁ ଉଦ୍ଘାଟନ କରିବା ପରେ ଏହି ସମାବେଶକୁ ସମ୍ବୋଧିତ କରିଥିଲେ। ଟେକ୍ନୋଲୋଜି ପ୍ରକୃତରେ ଦ୍ରୁତ ଗତିରେ ବିଶ୍ୱକୁ ପରିବର୍ତ୍ତନ କରିବାରେ ଲାଗିଛି ଏବଂ ଏହା ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ପ୍ରାସଙ୍ଗିକ ହୋଇ ପଡିଛି, କାରଣ ଏହାର ପ୍ରୟୋଗ ପୃଥିବୀର ଅନେକ ଜଟିଳ ସମସ୍ୟାର ସମାଧାନ କରୁଛି ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ “ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଥରେ ଭାରତ ନିକଟରେ ଏକ ମିଲିୟନ ସମସ୍ୟାର ଏକ ବିଲିୟନ ସମାଧାନ ରହିଛି ବୋଲି କହିଥିଲେ। ’ଏକ ବିଲିୟନ୍ରୁ…

Read More

ମେଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ । ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ । ବୃଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ। ମିଥୁନ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା ଧରିବାକୁ ଚେଷ୍ଟା କରନ୍ତୁ।…

Read More

ଭୁବନେଶ୍ବର: ବିଶିଷ୍ଠ ସାହିତ୍ୟିକ ବିଜୟ ନାୟକଙ୍କ ଗଳ୍ପ ସଙ୍କଳନ ‘ମାୟାବର୍ତ୍ତ’ ଉନମୋଚିତ ହୋଇଯାଇଛି। ରାଜଭବନରେ ଆୟୋଜିତ ଏକ ଉତ୍ସବରେ ଏହାକୁ ଉନମୋଚନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହି ଉତ୍ସବରେ ପ୍ରତିଷ୍ଠିତ ସାହିତ୍ୟିକା ଡ ପ୍ରତିଭା ରାୟ ଏବଂ କାଦମ୍ବିନୀର ସଂପାଦିକା ଇତି ସାମନ୍ତ ଯୋଗ ଦେଇଥିଲେ। ‘ମାୟାବର୍ତ୍ତ’ ରେ ବିଜୟ ନାୟକଙ୍କ ବଛା ବଛା 22 ଟି ଗଳ୍ପ ସ୍ଥାନିତ ହୋଇଛି। ଏଥିରେ ମୁଖ୍ୟତଃ ସମାଜର ତଳ ପାହଚରେ ଥିବା ମଣିଷର ସଂଘର୍ଷର କାହାଣୀ ଲିପିବଦ୍ଧ ହୋଇଛି। ଭାବର ସାନ୍ଧ୍ରତା ତଥା ଶଦ୍ଦର ଲାଳିତ୍ୟ ଯୋଗୁଁ ଏହା ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା କରାଯାଇଛି। ଏହି ପୁସ୍ତକର ପ୍ରଚ୍ଛଦ ପ୍ରଖ୍ୟାତ ଚିତ୍ରଶିଳ୍ପୀ ବଳଦେବ ମହାରଥା କରିଥିବା ବେଳେ ବିଦ୍ୟାପୁରୀ ପ୍ରକାଶନରେ ମୁଦ୍ରଣ ହୋଇଛି। ଏହି ଉତ୍ସବରେ ଲେଖକ ତଥା ରାଷ୍ଟ୍ରପତିଙ୍କ ମିଡିଆ ସଚିବ ବିଜୟ ନାୟକ, ପ୍ରକାଶିକା ତପସ୍ବନୀ ନାୟକ, ପ୍ରକାଶକ ଜୀବାନନ୍ଦ ମିଶ୍ର, କବି…

Read More

ଭୁବନେଶ୍ୱର : ଉତ୍କଳ ସାମ୍ବାଦିକ ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଚରଣ ଜେନାଙ୍କ ସ୍ମୃତିସଭା ସଂଘର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ଓ ବିଭିନ୍ନ ସାମ୍ବାଦିକ ସଂଗଠନର ନେତୃବୃନ୍ଦ ସ୍ମୃତିଚାରଣ ଅବସରରେ କହିଥିଲେ କି, ସ୍ୱର୍ଗତ ଜେନାଙ୍କ ଅପ୍ରତ୍ୟାଶିତ ମୃତ୍ୟୁ ଯେଭଳି ଅବିଶ୍ୱାସନୀୟ, ତାଙ୍କର ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନର ଗୁଣାବଳୀ ସେହିଭଳି ଅବିସ୍ମରଣୀୟ ହୋଇ ରହିବ । ପ୍ରଭାତ ଜ୍ୟୋତି, ସମ୍ବାଦ, ମାତୃଭାଷା, ନକ୍ଷତ୍ର ଜ୍ୟୋତି, ଦୂରଦର୍ଶନ, ଅଲ ଇଣ୍ଡିଆ ରେଡ଼ିଓ ସହ ତତ୍କାଳୀନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କର ପିଆରଓ ଭାବେ କାର୍ଯ୍ୟ କରି ସାମ୍ବାଦିକତା ବୃତ୍ତିକୁ ପରିପୃଷ୍ଟ କରିଥିଲେ । ସ୍ୱର୍ଗତ ଜେନା ଜଣେ ନିଷ୍ଠାପର ତଥା ଉତ୍ସର୍ଗୀକୃତ ସାମ୍ବାଦିକ ତଥା ସ୍ତମ୍ଭକାର ଭାବେ ବେଶ୍ ପରିଚିତ ଥିଲେ । ଏହି ଅବସରରେ ସ୍ୱର୍ଗତ ଜେନାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସ୍ମରଣିକା ପ୍ରକାଶନ ସହ ସଂଘର ବାର୍ଷିକ ଉତ୍ସବ ଅବସରରେ ତାଙ୍କ…

Read More

ଭୁବନେଶ୍ଵର: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଅଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକରଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସମାରୋହରେ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀମାନେ, ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ରେଳପଥର ମୁଖ୍ୟ କାର୍ମିକ ଅଧିକାରୀ (ପ୍ରଶାସନ) ଏଲଭିଏସଏସ ପାତୃଡୁ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ମହାପରିନିର୍ବାଣ ଦିବସ ମଧ୍ୟ ପୂର୍ବତଟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ୱାଲଟିୟର, ସମ୍ବଲପୁର ଓ ଖୋର୍ଦ୍ଧା ରୋଡ ରେଳମଣ୍ଡଳ ମାନଙ୍କ ସହିତ ଅନ୍ୟାନ ରେଳବାଇ କାର୍ଯ୍ୟIଳୟ ଓ ଷ୍ଟେସନ ମାନଙ୍କ ଠାରେ ପାଳିତ ହୋଇଯାଇଅଛି।

Read More

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ପରୀକ୍ଷା ପେ ଚର୍ଚ୍ଚା ୨୦୨୩” ର ଷଷ୍ଠ ସଂସ୍କରଣରେ ଯୋଗଦେବା ପାଇଁ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅନନ୍ୟ ମତ ବିନିମୟ କାର୍ଯ୍ୟକ୍ରମ ପରୀକ୍ଷା ପେ ଚର୍ଚ୍ଚାର ପରିକଳ୍ପନା କରିଥିଲେ। ପରୀକ୍ଷା ଯୋଗୁଁ ହେଉଥିବା ଚାପରୁ ମୁକ୍ତ ଲାଭ କରି ଜୀବନକୁ ଏକ ଉତ୍ସବ ଭାବେ ପାଳନ କରିବା ପାଇଁ ଶିକ୍ଷକ, ଅଭିଭାବକ ଓ ବିଦ୍ୟାର୍ଥୀ ଦେଶ ଓ ଦେଶ ବାହାରୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଗତ ପାଞ୍ଚ ବର୍ଷ ଧରି ସଫଳତାର ସହ ଆୟୋଜିତ ହୋଇ ଆସୁଛି। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ, ଶିକ୍ଷକ  ଶିକ୍ଷୟିତ୍ରୀ, ପିତାମାତା ଏକ ଅନଲାଇନ ସୃଜନଶୀଳ ଲିଖିତ ପ୍ରତିଯୋଗିତା…

Read More

ଭୁବନେଶ୍ୱର: ବର୍ତ୍ତମାନ ଚଳଚ୍ଚିତ୍ର ଜଗତରେ ଚହଳ ପକାଇଥିବା ଓଡ଼ିଆ ଚଳଚ୍ଚିତ୍ର “ଦମନ୍‌”ର ସହଅଭିନେତା ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୂର୍ବତନ ଛାତ୍ର ଦୀପନ୍ୱିତ ଦାଶମହାପାତ୍ରଙ୍କୁ ସାମାଜିକ ବାର୍ତା ପ୍ରଦାନ କରୁଥିବା ଏହି ଚଳଚ୍ଚିତ୍ରରେ ତାଙ୍କର ନିଖୁଣ ଅଭିନୟ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧିତ କରିଯାଇଛି। ଓଡ଼ିଶାର ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ ସହିତ ଅନ୍ଧବିଶ୍ୱାସକୁ ଦୂର କରିବା ଦିଗରେ ଜଣେ ଡାକ୍ତର ଏବଂ ତାଙ୍କର ସହଯୋଗୀ ଫାର୍ମାସିଷ୍ଟଙ୍କ ଆପ୍ରାଣ ଉଦ୍ୟମ ଓ ନିରବଚ୍ଛିନ୍ନ୍ ସଂଘର୍ଷର କାହାଣୀକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି। ଅଭିନେତା ବାବୁସାନ୍ ମହାନ୍ତି ଡାକ୍ତର ଭୂମିକାରେ ଅଭିନୟ କରିଥିବା ଏହି ଚଳଚ୍ଚିତ୍ରକୁ ରାଜ୍ୟ ସରକାର ଟିକସମୁକ୍ତ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଫାର୍ମାସିଷ୍ଟ ଭୂମିକାରେ ଅଭିନୟ କରିଥିବା ଦୀପନ୍ୱିତ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପୂର୍ବତନ ଛାତ୍ର ଓ୨୦୧୭ ମସିହାରେ ସେ ପାସ କରିଛନ୍ତି…

Read More

ଖୋର୍ଦ୍ଧା: ବର୍ତ୍ତମାନ ଖୋର୍ଦ୍ଧା ସହର ବ୍ରାଉନ ସୁଗାର କବଜାରେ ଥିବା ବେଳେ ଦିନକୁ ଦିନ ସହର ମଧ୍ୟରେ ଧଳା ଜହର ବେପାର ବଢ଼ିବାରେ ଲାଗିଛି l ପୋଲିସ, ଅବକାରୀ ଓ ଏସଟିଏଫ ପୃଥକ ଭାବେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରୁଥିବା ବେଳେ ଆଜି ପୁଣି ଅବକାରୀ ବିଭାଗ ୮ ଲକ୍ଷ ଟଙ୍କାର ଧଳା ଜହର ଖୋର୍ଦ୍ଧାରୁ ଜବତ କରିଛି। ଖୋର୍ଦ୍ଧା ସରକାରୀ ଡାକ୍ତରଖାନା ନିକଟରେ ଖବର ପାଇ ଆଜି ମଧ୍ୟାହ୍ନରେ ଚଢ଼ାଉ କରିଥିଲା ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ। ଏସଆଇ ବି. ମନୋଜ କୁମାର ନେତୃତ୍ୱରେ ଏକ ଟିମ ସମ୍ପୃକ୍ତ ସ୍ଥାନରୁ 80 ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଟାଉନ ଥାନା ନାରାୟଣୀ ନଗର ଅଞ୍ଚଳର ଅଭିଯୁକ୍ତ ପ୍ରଫୁଲ୍ଲ କୁମାର ନାୟକଙ୍କୁ ଗିରଫ କରିଛି। ଏହି ପରିପ୍ରେକ୍ଷୀରେ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅପରାହ୍ନରେ ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ବାଣପୁର ଅରାଙ୍ଗ ସରଂକ୍ଷିତ ଜଙ୍ଗଲରୁ ଦୁଇ ଜଣ ବାରାହା ଶିକାରୀକୁ ଗିରଫ କରିଛି ବନବିଭାଗ। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବାଣପୁର ଥାନା ପାତ୍ରପୁର ଗ୍ରାମର ସୁଜିତ ପ୍ରଧାନ (୩୦) ଏବଂ ଆୟତ୍ତପୁର ଗ୍ରାମର ଦୀପକ ପ୍ରଧାନ(୨୪) । ତାଙ୍କ ନିକଟରୁ ୫ କେଜି ଜଙ୍ଗଲୀ ବାରାହା ମାଂସ ସମେତ ଦୁଇ ଗୋଟି ସାଇକେଲ ଜବତ କରିଛି ବନବିଭାଗ। ସୂଚନା ମୁତାବକ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ଟିମ ସହ ଆଜି ପାଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲୀ ବାରାହା ଶିକାର ଖବର ପାଇ ସଙ୍ଗେସଙ୍ଗେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ ଏବଂ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲେ। ଏହି ପରିପ୍ରେକ୍ଷୀରେ ବନବିଭାଗ କେସ ନମ୍ବର ୭ବି/୨୨-୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବାର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Read More