ଭୁବନେଶ୍ୱର: ଦୀର୍ଘ ୭ ଦିନ ଧରି ଜଣେ ବ୍ୟକ୍ତିଙ୍କର ଖାଦ୍ୟ ନଳୀରେ ଅଟକିଥିବା କୁକୁଡା ହାଡକୁ ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ। ଏହି ସର୍ଜିକାଲ ଟିମ୍ର ନେତୃତ୍ୱ ନେଇଥିବା ସମ୍ମମ୍ର ସର୍ଜିକାଲ୍ ଗ୍ୟାଷ୍ଟ୍ରୋ ଏନ୍ଟେରୋଲୋଜି ବିଭାଗର କନ୍ସଲ୍ଟାଂଟ ଡାକ୍ତର ସତ୍ୟପ୍ରକାଶ ରାୟଚୌଧୁରୀ କହିଛନ୍ତି ଯେ ଏହା ତାଙ୍କ ପାଇଁ ଖୁବ୍ ବିରଳ ଏବଂ ବିପଦପୂର୍ଣ୍ଣ ପ୍ରକ୍ରିୟା ଥିଲା। କାରଣ ଏହି ହାଡଟି ରୋଗୀର ଖାଦ୍ୟ ନଳୀ ଏବଂ ଛାତିର ପାଶ୍ୱର୍ରେ ଅଟକି ଥିଲା ଓ ଏଣ୍ଡୋସ୍କୋପି ଦ୍ୱାରା ଏହାକୁ କାଢ଼ିବା ସମ୍ଭବ ନଥିଲା। ସେମାନେ ଏଣ୍ଡୋସ୍କୋପି ଦ୍ୱାରା ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ ତେଣୁ ଅସ୍ତ୍ରୋପଚାର ନିମନ୍ତେ ନିଷ୍ପତି ନିଆଯାଇଥିଲା। ଏହି ଅସ୍ତ୍ରୋପଚାର ଖୁବ୍ ଅଭିନବ ଓ ବିପଦପୂର୍ଣ୍ଣ ଥିଲା। କାରଣ ଏହା ଛାତିର ମଝି ପାଶ୍ୱର୍ ଏବଂ ଶ୍ୱାସ ନଳୀର ଠିକ୍ ତଳେ ଅଟକି ଥିଲା ବୋଲି ସେ କହିଛନ୍ତି। ଡାକ୍ତର…
Author: Samikhsya Bureau
ନୂଆଦିଲ୍ଲୀ: ବୁଧବାର ଦିନ ଖେଳାଯାଇଥିବା ଲଙ୍କା ପ୍ରିମିୟର ଲିଗ୍ ମ୍ୟାଚରେ ଶ୍ରୀଲଙ୍କା ଅଲରାଉଣ୍ଡର ଚମିକା କରୁଣାରତ୍ନେ ଗୁରୁତର ଆହତ ହୋଇଛନ୍ତି। କ୍ୟାଚ ଧରିବା ବେଳେ କରୁଣାରତ୍ନେଙ୍କ ମୁହଁରେ ଆଘାତ ଲାଗିଥିଲା ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ତେବେ କରୁଣାରତ୍ନେଙ୍କ ଅବସ୍ଥା ଭଲ ଏବଂ ସେ କୌଣସି ବିପଦରେ ନାହାଁନ୍ତି। କରୁଣାରତ୍ନେ କାଣ୍ଡି ଫାଲକନ୍ସ ପାଇଁ ଖେଳୁଛନ୍ତି ଏବଂ ଲିଗ୍ ର ଚତୁର୍ଥ ମ୍ୟାଚ୍ ସମୟରେ ସେ ଆହତ ହୋଇଥିଲେ। କାର୍ଲୋସ ବ୍ରାଥୱାଇଟ୍ ଙ୍କ କ୍ୟାଚ ଧରିବାକୁ ଚେଷ୍ଟା କରୁଥିବାବେଳେ କରୁଣାରତ୍ନେ ଆହତ ହୋଇଥିଲେ। ବଲକୁ ସଠିକ୍ ଅନୁମାନ କରିପାରୁ ନ ଥିବାରୁ ବଲଟି କରୁଣାରତ୍ନେଙ୍କ ମୁହଁରେ ପଡିଯାଇଥିଲା ଏବଂ ତାଙ୍କର ଚାରିଟି ଦାନ୍ତ ଭାଙ୍ଗି ଯାଇଥିଲା। ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦଳର ନିର୍ଦ୍ଦେଶକ ତାଙ୍କ ବିବୃତ୍ତି ଜାରି କରି କହିଛନ୍ତି ଯେ, କରୁଣାତ୍ନେଙ୍କ ଅବସ୍ଥା ଭଲ ଏବଂ ସେ ବିପଦରୁ ବାହାରିଛନ୍ତି। ଉଲ୍ଲେଖ…
ଭୁବନେଶ୍ବର: ପଦମପୁର ଉପନିର୍ବାଚନର ଚୁଡାନ୍ତ ଫଳାଫଳ ପ୍ରକାଶ ପାଇଛି। ଏ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ସେହି ଅନୁସାରେ ବିଜେଡି ପ୍ରାର୍ଥୀ ଏକ ଲକ୍ଷ କୋଡିଏ ହଜାର ଆଠଶହ ସାତ ଖଣ୍ଡ ଭୋଟ ମିଳିଛି। ତେବେ ନୋଟାରେ ମଧ୍ୟ ବେଶ ଭଲ ଭୋଟ ମିଳିଛି। ଗଣତି ଅନୁସାରେ ପଦମପୁରରେ ନୋଟା ସପକ୍ଷରେ ଯାଇଛି ଦୁଇ ହଜାର ସତାଅଶି ଖଣ୍ଡ ଭୋଟ।
ଭୁବନେଶ୍ବର: ପଦମପୁରରେ ବିପୁଳ ଭୋଟରେ ବିଜୟ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ଏହି ଖବର ଆସିବା ପରେ ତାଙ୍କୁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ସେ ଟେଲିଫୋନ ଯୋଗେ ବର୍ଷାଙ୍କ ସହିତ କଥା ହେବା ସହିତ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ପଦମପୁରରେ ବିଜେଡିକୁ ୧ ଲକ୍ଷ ୧୯ ହଜାର ୫୧୨ ଭୋଟ୍ ମିଳିଛି। ସେହିପରି ବିଜେପିକୁ ୭୭ ହଜାର ୪୪୭ ଭୋଟ୍ ମିଳିଛି। ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୪୮ ଖଣ୍ଡ ଭୋଟ୍ ମିଳିଛି। ତେଣୁ ବିଜେପି ପ୍ରାର୍ଥୀଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇ ପଦ୍ମପୁର ଦଖଲ କରିଛି ଶାସକ ବିଜୁ ଜନତା ଦଳ।
ନୂଆଦିଲ୍ଲୀ: ଗୁଜରାଟରେ ଲଜ୍ଜାଜନକ ପରାଜୟ ପରେ କଂଗ୍ରେସ ଦାୟିତ୍ୱରେ ଥିବା ରଘୁ ଶର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଲେଖିଥିବା ଚିଠିରେ ସେ ରାଜ୍ୟରେ ପରାଜୟ ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ଗୁଜୁରାଟର ଦାୟିତ୍ୱରେ ଥିବା ରଘୁ ଶର୍ମା ଦଳର ସଭାପତିଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ଗୁଜୁରାଟ ବିଧାନସଭା ନିର୍ବାଚନରେ ମୋର ପରାଜୟ ପାଇଁ ମୁଁ ଦାୟୀ ଅଟେ ଏବଂ ଏହି କାରଣରୁ ମୁଁ ମୋର ପଦବୀରୁ ଇସ୍ତଫା ଦେଉଛି। ଆପଣ ମୋର ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ। ଗୁଜୁରାଟ ନିର୍ବାଚନ ଫଳାଫଳରେ ଗତ ୨୭ବର୍ଷ ଧରି ରାଜ୍ୟ ଶାସନ କରୁଥିବା ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି।
ଭୁବନେଶ୍ବର: ଶେଷରେ ଧାମନଗରର ବଦଲା ପଦମପୁରରେ ନେଇଛି ବିଜୁ ଜନତା ଦଳ। ଦଳ ଯାହା ଆକଳନ କରିଥିଲା ତାହା ହିଁ ହେଲା। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୪୨ ହଜାର ୦୬୫ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସେହି ନିର୍ବାଚନ ମଣ୍ଡଳୀରୁ ତାଙ୍କର ବାପା ମାତ୍ର ପାଞ୍ଚ ହଜାର ବ୍ୟବଧାନରେ ବିଜୟ ଲାଭ କରିଥିଲେ। ହେଲେ ଝିଅ ପୁରା ସୀମା ପାର ହୋଇ ବିଜୟ ହାସଲ କଲେ। ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ଶେଷ ରାଉଣ୍ଡ ଗଣତିରେ ବିଜେଡିକୁ ୧ ଲକ୍ଷ ୧୯ ହଜାର ୫୧୨ ଭୋଟ୍ ମିଳିଛି। ସେହିପରି ବିଜେପିକୁ ୭୭ ହଜାର ୪୪୭ ଭୋଟ୍ ମିଳିଥିବାର ଜଣାପଡିଛି। ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୪୮ ଭୋଟ୍ ରହିଛି। ତେଣୁ ବିଜେପି ପ୍ରାର୍ଥୀଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇ ପଦ୍ମପୁର ଦଖଲ କରିଛି ଶାସକ ବିଜୁ ଜନତା ଦଳ। ତେବେ ବର୍ଷାଙ୍କୁ ୧୩୫ ଖଣ୍ଡ ପୋଷ୍ଟାଲ ବାଲାଟ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନଈରୀ ଗ୍ରାମରେ ଏକ ହତ୍ୟାକାଣ୍ଡ ହୋଇଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ନଈରୀ ଗ୍ରାମର ସାରଥୀ ନାୟକ ଏବଂ ତାଙ୍କ ପୁତ୍ର ସନତ ନାୟକ ସେହି ଗ୍ରାମର ଏକ କୁକୁଡ଼ା ଫାର୍ମରେ କାମ କରନ୍ତି। ତେବେ ପ୍ରତିଦିନ ପରି ଆଜି ମଧ୍ୟ କୁକୁଡ଼ା ଫାର୍ମକୁ ଉଭୟ ବାପା ପୁଅ କାମ ପାଇଁ ଯାଇଥିବା ବେଳେ ହଠାତ ଉକ୍ତ ଗ୍ରାମର କେଦାର ନାୟକ, ସ୍ତ୍ରୀ ସୁଷମା ନାୟକ ଏବଂ ତାଙ୍କ ପୁଅ ସୁକାନ୍ତ ନାୟକ ଉଭୟ ବାପା ପୁଅଙ୍କୁ ଗାଳିଗୁଲଜ କରିବା ସହ ୨ ଲକ୍ଷ ଟଙ୍କା ମାଗିଥିଲେ। ସେମାନେ ବାରଣ କରିବାରୁ ୩ ଜଣ ଉଭୟ ବାପ ପୁଅଙ୍କୁ ଛୁରାରେ ଆକ୍ରମଣ କରିଥିଲେ। ପୁଅ ସନତ ଗୁରୁତର ହୋଇଥିବା ବେଳେ ସାରଥୀଙ୍କ ଛାତିରେ ଛୁରା ମାଡ଼ ହୋଇଥିବାରୁ ସେ ଘଟଣାସ୍ଥଳରେ ତଳେ ପଡିଯାଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ବାଲୁଗାଁ ମେଡିକାଲ…
ନୂଆଦିଲ୍ଲୀ: ଦେଶର ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ଏକତ୍ର ଯୋଡିବା ପାଇଁ ଇ-ଶ୍ରମ ପୋର୍ଟାଲ ଆରମ୍ଭ ହୋଇଛି। ଏହି ଯୋଜନା ଅଧୀନରେ ସରକାର ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଆର୍ଥିକ ସହାୟତା ସିଧାସଳଖ ଶ୍ରମିକଙ୍କ ଆକାଉଣ୍ଟକୁ ସରକାର ପଠାନ୍ତି। ଏହା ସହିତ ବୀମା ମଧ୍ୟ ଦିଆଯାଏ। ଇ-ଶ୍ରମ ଯୋଜନାର ଲାଭ ଉଠାଇବାକୁ ହେଲେ ଆପଣଙ୍କୁ ପ୍ରଥମେ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ। ଶ୍ରମିକଙ୍କ ବ୍ୟତୀତ ସାଧାରଣ ନାଗରିକ, ଛାତ୍ର ଏବଂ ଗରିବ ପରିବାର ମଧ୍ୟ ଇ-ଶ୍ରମ ଯୋଜନା ଅଧୀନରେ ପଞ୍ଜୀକୃତ ହୋଇପାରିବେ। ଏହି ଯୋଜନାର ଲାଭ ଧନୀ ଶ୍ରେଣୀକୁ ଦିଆଯାଉ ନାହିଁ। ଏହି ସ୍କିମ୍ ଅଧୀନରେ କିପରି ପଞ୍ଜୀକୃତ ହେବ ଏବଂ ଆପଣଙ୍କର କେଉଁ ଡକ୍ୟୁମେଣ୍ଟ୍ ରହିବା ଉଚିତ୍ ଆସନ୍ତୁ ଜାଣିବା…. ଇ-ଶ୍ରମ କାର୍ଡରେ କିପରି ପଞ୍ଜୀକୃତ ହେବେ: ଏପର୍ଯ୍ୟନ୍ତ ପ୍ରାୟ ୨୮.୫୦ କୋଟି ଲୋକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି। ଏଥିରେ ୟୁପିରୁ ସର୍ବାଧିକ ୮.୨ କୋଟିର ପଞ୍ଜୀକରଣ କରାଯାଇଛି।…
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀ ମାସରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳ ଭାରତ ଗସ୍ତ କରିବ। ଏହି ଭ୍ରମଣରେ ନ୍ୟୁଜିଲ୍ୟାଣ୍ଡ ଦଳ ଭାରତୀୟ ଦଳ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ସମାନ ସଂଖ୍ୟକ ମ୍ୟାଚ୍ ର ଟି -୨୦ ସିରିଜ୍ ଖେଳିବ। ନ୍ୟୁଜିଲ୍ୟାଣ୍ଡର ଏହି ଯାତ୍ରା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ନ୍ୟୁଜିଲ୍ୟାଣ୍ଡ ଦଳର ଏହି ଯାତ୍ରା ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହେବ। ଏଥି ସହିତ, ଏହି ଭ୍ରମଣର ଶେଷ ମ୍ୟାଚ୍ ଫେବୃଆରୀ ୧ ତାରିଖରେ ଖେଳାଯିବ। ନ୍ୟୁଜିଲ୍ୟାଣ୍ଡ ବନାମ ଇଣ୍ଡିଆ ସିରିଜ୍ କାର୍ଯ୍ୟସୂଚୀ: ପ୍ରଥମ ଦିନିକିଆ- ଜାନୁଆରୀ ୧୮ ତାରିଖ, ହାଇଦ୍ରାବାଦ ଦ୍ୱିତୀୟ ଦିନିକିଆ- ଜାନୁଆରୀ ୨୧ ତାରିଖ, ରାୟପୁର। ତୃତୀୟ ଦିନିକିଆ- ଜାନୁଆରୀ ୨୪ ତାରିଖ, ଇନ୍ଦୋର। ପ୍ରଥମ ଟି-୨୦- ଜାନୁଆରୀ ୨୭ ତାରିଖ, ରାଞ୍ଚି। ଦ୍ୱିତୀୟ ଟି-୨୦- ଜାନୁଆରୀ ୨୯ ତାରିଖ, ଲକ୍ଷ୍ନୌ। ତୃତୀୟ ଟି-୨୦- ଫେବୃଆରୀ ୧ ତାରିଖ, ଅହମ୍ମଦାବାଦ।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ମାଣ ବସା ଦିନ ଅଘଟଣ ଘଟିଛି। ସଳିତାରୁ ନିଆଁ ଲାଗି ୩ ବଖରା ଚାଳ ଘର ଜଳିଯାଇଛି। ଟାଙ୍ଗୀ ଥାନା ଚଣ୍ଡେଶ୍ୱର ପଂଚାୟତ ବଡ ପୋଖରିଆ ପାଟଣା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ବଡ ପୋଖରିଆ ପାଟଣା ଗ୍ରାମରେ ମାଣ ବସା ପାଇଁ ଘରେ ଘରେ ପୂଜାର୍ଚ୍ଚନା ଚାଲିଥିଲା। ମା’ ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ମହିଳା ମାନେ ଘରେ ଘରେ ପୀଠା ପଣା ସହ ଦୀପ ଆଳତି କରୁଥିଲେ। କିନ୍ତୁ ଏହି ସମୟରେ ଗାଁର କୌଣସି ଘର ଦୁଆରେ ଲାଗିଥିବା ଜଳନ୍ତା ଦୀପ ସଳିତାକୁ କାଉ ଆଣି ଚାଳରେ ପକାଇ ଦେବାରୁ ଅଗ୍ନିକାଣ୍ଡ ଘଟିଥିଲା। ଯାହାଫଳରେ ରବିନ୍ଦ୍ର କୁମାର ସାହୁଙ୍କର ୧ ବଖରା ଓ ଦିଲିପ କୁମାର ସାହୁଙ୍କର ୨ ବଖରା ଚାଳ ଘରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ ମାତ୍ର କିଛି ସମୟ ମଧ୍ୟରେ…
ଭୁବନେଶ୍ୱର: ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କରଙ୍କୁ ଜଣେ ମହାନ କଳାକାର ଭାବରେ ବର୍ଣ୍ଣନା କରିଛନ୍ତି। ତାଙ୍କ ବିୟୋଗ ରାଜ୍ୟର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି । ରାଷ୍ଟ୍ରୀୟ ସମ୍ମାନ ସହ ସ୍ବର୍ଗତ କରଙ୍କ ଶେଷକୃତ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।
ଭୁବନେଶ୍ବର: ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ପ୍ରଖ୍ୟାତ ତବଲା ବାଦକ ପଣ୍ଡିତ ଉମେଶ କରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। ସେ ଓଡିଶାର ତବଲା କ୍ଷେତ୍ରରେ ଜଣେ ପ୍ରଖ୍ୟାତ ଗୁରୁ ଭାବେ ପରିଚିତ। ସେ ସ୍ବାସ୍ଥ୍ୟଗତ କାରଣ ପାଇଁ ଏକ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପରଲୋକ ହୋଇଯାଇଛି। ପଣ୍ଡିତ ଉମେଶ କର ଉତ୍କଳ ସଂଗୀତ ମହାବିଦ୍ୟାଳୟର ତବଲା ବିଭାଗର ମୁଖ୍ୟ ପରବର୍ତ୍ତି ସମୟରେ ସେଠାରେ ଅଧ୍ୟକ୍ଷ ହୋଇପାରିଥିଲେ। ସେ ସେହି ପଦରୁ ୨୦୧୦ ମସିହାରେ ଅବସର ଗ୍ରହଣ ଥିଲେ। ଓଡିଶାକୁ ଯେଉଁ ପ୍ରଖ୍ୟାତ ଶିଳ୍ପୀମାନେ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଆସନ୍ତି ସେମାନେ ପ୍ରଥମେ ଉମେଶ କରଙ୍କୁ ତବଲା ପାଇଁ ମନୋନିତ କରନ୍ତି। ସେ ଦେଶ ତଥା ବିଦେଶରେ ବହୁ ସ୍ଥାନରେ ତବଲା ବାଦନ କରି ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ସେ ନିଜେ ତବଲା ବାଦନ ସହିତ ଓଡିଶାରେ ଶହଶହ ତବଲା ବାଦ୍ୟକାରଙ୍କୁ ସୃଷ୍ଟି କରିବାରେ…
ନୂଆଦିଲ୍ଲୀ: ଏକ ରୋମାଞ୍ଚକର କ୍ରିକେଟ୍ ମ୍ୟାଚ୍ ପରି, ହିମାଚଳ ନିର୍ବାଚନ ଗଣନା ଚାଲିଛି। ବର୍ତ୍ତମାନ ବିଜେପି ଠାରୁ କଂଗ୍ରେସ ବହୁତ ଆଗରେ ଅଛି। ବିଜେପି 27 ଟି ଆସନରେ ଅଗ୍ରଣୀ ଥିବା ବେଳେ କଂଗ୍ରେସ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। କିନ୍ତୁ ଏହା ମଧ୍ୟରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ଚାଲିଛି। କାରଣ କଂଗ୍ରେସ 38 ଟି ଆସନରେ ଆଗୁଆ ଚାଲିଥିବାବେଳେ 21 ଟି ଆସନରେ 1000 ରୁ କମ୍ ବ୍ୟବଧାନରେ ଉଭୟ ଦଳ ମଧ୍ୟରେ ଟକ୍କର ଜାରି ରହିଛି। ତେଣୁ ବର୍ତ୍ତମାନ ସ୍ଥିତିକୁ ଦେଖିଲେ କେଉଁ ଦଳ କ୍ଷମତାକୁ ଆସିବ, ସ୍ପଷ୍ଟ ଭାବେ କହି ହେବନାହିଁ। ହିମାଚଳ ପ୍ରଦେଶ ବିଧାନସଭାର ସମୁଦାୟ 68 ଆସନ ଅଛି। ପ୍ରଥମ ଏବଂ ଦ୍ୱିତୀୟ ପ୍ରାର୍ଥୀଙ୍କ ମଧ୍ୟରେ ମାର୍ଜିନ୍ 1000 ରୁ କମ୍ ଅଟେ। ଆସନ୍ତୁ ଏହି 21 ଟି ଆସନର ପୁରା ତାଲିକା ଦେଖିବା… 1- ବଞ୍ଜର- କଂଗ୍ରେସ ପ୍ରାର୍ଥୀ ଠାରୁ ସ୍ୱାଧୀନ…
ଭୁବନେଶ୍ବର: ବହୁତ ବଡ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜେପି ପ୍ରାର୍ଥୀଙ୍କଠାରୁ ଆଗୁଆ ଅଛନ୍ତି। ବର୍ତ୍ତମାନ ୧୧ ରାଉଣ୍ଡ ସୁଦ୍ଧା ବର୍ଷା ୨୧ ହଜାର ୧୫୧ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଭୋଟ /୧୧ ରାଉଣ୍ଡ ବିଜେଡି- ବର୍ଷା ସିଂ ବରିହା -୫୯୪୧୬ ବିଜେପି- ପ୍ରଦୀପ ପୁରୋହିତ -୩୮୦୬୫ କଂଗ୍ରେସ -ସତ୍ୟଭୂଷଣ ସାହୁ -୨୦୮୫
ପୁରୀ: ଆଜି ହେଉଛି ମାର୍ଗଶିର ମାସର ପୂର୍ଣ୍ଣିମା। ଆଜି ଅନେକ ସ୍ଥାନରେ ଶେଷ ମାଣବସା ପାଳିତ ହେଉଛି। ହେଲେ ଆଜି ଏହି ପବିତ୍ର ଦିବସରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ପାଳିତ ହେଉଛି। ଏହି ପବିତ୍ର ମାର୍ଗଶିର ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ଶ୍ରୀ ପଣ୍ଡୁ ନୃସିଂହ ଦେବଙ୍କ ଆଶ୍ରମ ବିଜେ ନୀତି ପାଳିତ ହୋଇଛି । ଏହି ଦିନ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଶ୍ରୀ ନୃସିଂହ ଦେବ ବିମାନରେ ବିଜେ ହୋଇ ସେବକମାନଙ୍କ ଗହଣରେ ଚାରି ଆଶ୍ରମ ଭ୍ରମଣ କରି ବଡ଼ ଦେଉଳକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।
ଭୁବନେଶ୍ବର: ପଦମପୁର ଉପନିର୍ବାଚନ ଫଳାଫଳରେ ବିଜେଡି ଧିରେ ଧିରେ ବହୁ ଆଗରେ ରହିଛି। ବର୍ତ୍ତମାନ ଚତୁର୍ଥ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୫୯୨୧ ଖଣ୍ଡ ଭୋଟ ହାସଲ କରିଛନ୍ତି। ଫଳରେ ବର୍ଷା ମୋଟ ଭୋଟ ସଂଖ୍ୟା ହେଲା ୨୧୮୩୭ ବିଜେଡି- ବର୍ଷା ସିଂ ବରିହା -୨୧୮୩୭ ବିଜେପି- ପ୍ରଦୀପ ପୁରୋହିତ -୧୩୬୫୯ କଂଗ୍ରେସ -ସତ୍ୟଭୂଷଣ ସାହୁ -୬୧୬
ଭୁବନେଶ୍ବର: ପଦ୍ମପୁରରେ ପରବର୍ତ୍ତି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଆଗରେ ଅଛନ୍ତି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ହିସାବରେ ବର୍ତ୍ତମାନ ଯେଉଁ ପ୍ରାର୍ଥୀଙ୍କୁ ଭୋଟ ମିଳିଛି ତାହା ହେଲା ବିଜେଡି- ବର୍ଷା ସିଂ ବରିହା -୧୦୫୯୮ ବିଜେପି- ପ୍ରଦୀପ ପୁରୋହିତ -୬୯୭୯ କଂଗ୍ରେସ -ସତ୍ୟଭୂଷଣ ସାହୁ -୩୬୬
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ଫାଣ୍ଡି 16 ନମ୍ବର ଜାତୀୟ ରାଜପଥ ହରିକୁଣ୍ଡବରଡ଼ି ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ସୂଚନା ମୁତାବକ ଆଜି ସକାଳୁ ବ୍ରହ୍ମପୁର ରୁ ଅନୁଗୁଳ ଅଭିମୁଖେ ଆଗ ପଛ ହୋଇ ଯାଉଥିବା ଏକ କ୍ରେନ ବୋଝେଇ ଟ୍ରଲର ଏବଂ କୋଇଲା ବୋଝେଇ ଟ୍ରକ ମଧ୍ୟରେ ହରିକୁଣ୍ଡବରଡ଼ି ଛକରେ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା କ୍ରେନ ବୋଝଇ ଟ୍ରଲର କୁ ପଛପଟୁ କୋଇଲା ବୋଝେଇ ଟ୍ରକ ଶକ୍ତ ଧକ୍କା ଦେଇଥିଲା। ଫଳରେ ଟ୍ରଲରରୁ କ୍ରେନ ବାହାରି କୋଇଲା ବୋଝେଇ ଟ୍ରକର ଆଗ ପାର୍ଶ୍ୱରେ ପସି ଯାଇଥିଲା। ସୌଭାଗ୍ୟବଶତଃ ଉକ୍ତ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ପହଞ୍ଚି ଉଭୟ ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଦେଇଛନ୍ତି।
ଭୁବନେଶ୍ବର: ଚାଲିଛି ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି। ବର୍ତ୍ତମାନ ଦୁଇଟି ରାଉଣ୍ଡ ଗଣତି ଶେଷ ହୋଇଛି। ଏହି ଗଣତିରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଆଗୁଆ ଥିବାର ସୂଚନା ରହିଛି। ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଦ୍ବିତୀୟରେ ଅଛନ୍ତି। ବର୍ଷା ବରିହା ୧,୭୧୨ ଭୋଟରେ ଆଗରେ ରହିଛନ୍ତି । ବିଜେଡି- ୫୫୦୧ ଭୋଟ ବିଜେପି- ୩୭୮୯ ଭୋଟ କଂଗ୍ରେସ- ୨୦୬ ଭୋଟ ପ୍ରଥମ ରାଉଣ୍ଡରେ ବର୍ଷାଙ୍କୁ ୫ ହଜାର ୫୦୧ ଭୋଟ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୩ ହଜାର ୭୮୯ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୨୦୬ ଭୋଟ ମିଳିଛି ।ମୋଟ ୨୩ ରାଉଣ୍ଡ ଗଣତି ହେବ। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଥିବାବେଳେ ଦ୍ୱିତୀୟ ରାଉଣ୍ଡରେ ବି ଆଗୁଆ ରହିଛି ।
ନୂଆଦିଲ୍ଲୀ: ୨୦୨୨ ମସିହାରେ ଏପର୍ଯ୍ୟନ୍ତ ଆଲିଆ ଭଟ୍ଟ, ଦୀପିକା ପାଦୁକୋନ ଏବଂ ସୋସିଆଲ ମିଡିଆ ତାରକା ଉର୍ଫି ଜାଭେଦ ଅନେକ ହେଡଲାଇନ ଦେଇଛନ୍ତି। ଏମାନେ ହେଉଛନ୍ତି ଅଭିନେତ୍ରୀ ଯେଉଁମାନେ ଚଳିତ ବର୍ଷ ସମ୍ବାଦରେ ଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲାଇମଲାଇଟ୍ ସତ୍ତ୍ୱେ ଏହି ସେଲିବ୍ରେଟ୍ ମାନଙ୍କ ନାମ ଅଧିକାଂଶ ସର୍ଚ୍ଚ କରାଯାଇଥିବା ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୂକ୍ତ ନୁହେଁ। ବରଂ ଗୁଗୁଲରେ ଚଳିତ ବର୍ଷ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଅଭିନେତ୍ରୀ ଆଲିଆ ଭଟ୍ଟ କିମ୍ବା ଦୀପିକା ପାଦୁକୋନ ନୁହଁନ୍ତି ବରଂ ସୁଷମିତା ସେନ୍। ଦୀପିକା ପାଦୁକୋନ ଏବଂ ଆଲିଆ ଭଟ୍ଟ ଏହି ବର୍ଷ ଆଲୋଚନାରେ ରହିଲେ, ଲାଗୁଥିଲା ଯେ ଏହି ଦୁଇ ଅଭିନେତ୍ରୀଙ୍କ ନାମ ନିଶ୍ଚିତ ଭାବରେ ଏହି ତାଲିକାରେ ଅନ୍ତର୍ଭୂକ୍ତ ହେବ। କିନ୍ତୁ ଏହି ଉଭୟ ଅଭିନେତ୍ରୀଙ୍କୁ ଛାଡି ବଲିଉଡର ସୁସ୍ମିତା ସେନ୍ ଏହି ତାଲିକାରେ ନିଜର ଉପସ୍ଥିତି ପଞ୍ଜିକରଣ କରିଛନ୍ତି। ଏହି ଘଟଣା ଆଶ୍ଚର୍ଯ୍ୟଜନକ, କିନ୍ତୁ ସର୍ଚ୍ଚ…
ଚାଣକ୍ୟ ନୀତି: ମଣିଷର ସଫଳତାରେ ବାଧା ସୃଷ୍ଟି କରୁଥିବା ଜିନିଷଗୁଡ଼ିକ ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ଉଲ୍ଲେଖ କରିଛନ୍ତି। ଚାଣକ୍ୟ କହିଛନ୍ତି ଯେ, ଜଣେ ବ୍ୟକ୍ତିର ଗୋଟିଏ ଖରାପ ଗୁଣ କିଛି ପରିମାଣରେ ବିଫଳ ହେବାର କାରଣ ଅଟେ। ଯେତେବେଳେ ସେ ଏହି ଅବସାଦର ଶିକାର ହୁଅନ୍ତି, ସେତେବେଳେ ତାଙ୍କର ସଫଳତା ମଧ୍ୟ ବିଫଳତାର ରୂପ ନେଇଥାଏ। ଏହା ଏପରି ଏକ ଗୁଣ ଯେ ଯଦି ସଠିକ୍ ଭାବରେ ବ୍ୟବହୃତ ନହୁଏ, ତେବେ ଏହା ବିଘ୍ନ ହୋଇଯାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ବିବୃତ୍ତିର ଅର୍ଥ ହେଉଛି ଯେ, ଜଣେ ବ୍ୟକ୍ତିର ବିନାଶ ଏବଂ ସଫଳତାର ରହସ୍ୟ ତାଙ୍କ ଭାଷଣରେ ଲୁଚି ରହିଛି। ଚାଣକ୍ୟଙ୍କ ଅନୁଯାୟୀ, ମାନବ ଜିଭରୁ ତିକ୍ତ ଏବଂ ମଧୁର ଶବ୍ଦ ବାହାରିଥାଏ। ଜିଭରେ ଏତେ ଶକ୍ତି ଅଛି ଯେ ଖରାପ କାମ ସୃଷ୍ଟି କରିବା ଏବଂ ସମ୍ପର୍କ କାଟିବାର କ୍ଷମତା ଅଛି। ଯଦି ଜଣେ ଧନୀ ବ୍ୟକ୍ତିଙ୍କ ଭାଷଣରେ ତିକ୍ତତା…

