ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିଲେ। ରୋହିତଙ୍କ ବାମ ହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା ଏବଂ ତାଙ୍କୁ ସ୍କାନ ପାଇଁ ନିଆଯାଇଥିଲା। ରୋହିତ ଆଉ ସିରିଜର ଶେଷ ମ୍ୟାଚରେ ଭାଗ ନେବାକୁ ସକ୍ଷମ ହେବେ ନାହିଁ ଏବଂ ଟେଷ୍ଟ ସିରିଜରେ ଖେଳିବାର ସୁଯୋଗ ପାଇବାର ସମ୍ଭାବନା କମ ରହିଛି। ଦ୍ୱିତୀୟ ମ୍ୟାଚ୍ ଶେଷ ହେବା ପରେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏ ବିଷୟରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଦ୍ୱିତୀୟ ମ୍ୟାଚ୍ ଶେଷ ହେବା ପରେ ଦ୍ରାବିଡ କହିଛନ୍ତି ଯେ ରୋହିତ ମୁମ୍ବାଇ ଯାଇ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିବେ ଏବଂ ଦିନିକିଆ ସିରିଜର ଶେଷ ମ୍ୟାଚରେ ଭାଗ ନେବେ ନାହିଁ। ଏହା ବ୍ୟତୀତ ରୋହିତ ଟେଷ୍ଟ ସିରିଜକୁ ଫେରି ପାରିବେ କି ନାହିଁ ତାହା ମଧ୍ୟ ଦ୍ରାବିଡ ନିଶ୍ଚିତ ନୁହଁନ୍ତି। ଯଦିଓ ରୋହିତଙ୍କ ଆଙ୍ଗୁଠିରେ କୌଣସି ଫ୍ରାକ୍ଚର ନାହିଁ,…
Author: Samikhsya Bureau
ପଦମପୁର : କିଛି ସମୟ ପରେ ଆରମ୍ଭ ହେବ ପଦମପୁର ଉପନିର୍ବାଚନ ଭୋଟ ଗଣତି। ପ୍ରଥମେ ସକାଳ ୮ରୁ ଆରମ୍ଭ ହେବ ପୋଷ୍ଟାଲ ବାଲାଟ ଗଣତି। ୭ଟା ୫୯ସୁଦ୍ଧା ଆସିଥିବା ସମସ୍ତ ପୋଷ୍ଟାଲ ବାଲଟ ଗଣାଣିବ। ୨୯୬ ପୋଷ୍ଟାଲ ବାଲଟ ଏବେ ସୁଦ୍ଧା ଆସିଥିବାରୁ ତାକୁ ଆଗ ଗଣତି ହେବ। ଏହାପରେ ସାଢେ ୮ରୁ ଲଗାତର ଭାବେ ଇଭିଏମ କାଉଣ୍ଟିଂ କରାଯିବ। ମୋଟ୍ ୩୧୯ ବୁଥ ପାଇଁ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ। ଏହାସହ ରିଟର୍ଣ୍ଣିଂ ଅଫିସରଙ୍କ ଗୋଟିଏ ଟେବୁଲ ରହିବ। ୫ଟି ବୁଥର ହେବ ଭିଭିପାଟ୍ ଗଣତି। ଗଣତି କେନ୍ଦ୍ରରେ ନିର୍ବାଚନ କମିଶନଙ୍କ ତରଫରୁ ଜେନେରାଲ ଅବଜରଭର ନିଯୁକ୍ତ ଅଛନ୍ତି। ସମସ୍ତ ଗଣତି ପ୍ରକ୍ରିୟାକୁ ସେ ତଦାରଖ କରିବେ। ସେହିପରି ଦୁଇଜଣ ଟେକନିକାଲ ଅବଜରଭର ଅଛନ୍ତି। ଇଭିଏମରେ କୌଣସି ତ୍ରୁଟି ହେଲେ ସଙ୍ଗେସଙ୍ଗେ ବ୍ୟବସ୍ଥା କରିବେ। ସେହିପରି ପ୍ରତି ପ୍ରାର୍ଥୀଙ୍କର କାଉଣ୍ଟିଂ ଏଜେଣ୍ଟ ମଧ୍ୟ ଇସିଆଇ ପ୍ରଦତ୍ତ…
ଭୁବନେଶ୍ୱର : ଚଳିତ ବର୍ଷ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍-୨୦୨୩ ଆସନ୍ତା ଜାନୁୟାରୀ ୧୩ ତାରିଖଠାରୁ ୨୯ତାରିଖ ପର୍ଯ୍ୟନ୍ତ ଉଭୟ ଭୁବନେଶ୍ୱର ଓ ରାଉରକେଲା ଠାରେ ଆୟୋଜିତ ହେଉଛି। ସେଥିପାଇଁ ବିଭିନ୍ନ ମହଲରେ ହକି ତଥା ଅନ୍ୟାନ୍ୟ ଖେଳକୁଦ ସମ୍ପର୍କରେ ସଚେତନତା ତଥା ଉତ୍ସାହ ସୃଷ୍ଟି କରିବା ନିମନ୍ତେ ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି । ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ବିଦ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଚଳିତ ଡିସେମ୍ବର ୮ ତାରିଖଠାରୁ ଆରମ୍ଭ ହୋଇ ଜିଲ୍ଲା ସ୍ତରରେ ୨୦୨୩ ମସିହା ଜାନୁୟାରୀ ୧୦ ତାରିଖରେ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଉପକ୍ରମରେ ବିଭିନ୍ନ ସ୍ତରରେ ପ୍ରତିଯୋଗିତା ନିମନ୍ତେ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳାୟ, ଭୁବନେଶ୍ୱର ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଅନୁଦାନ ରାଶି ପ୍ରଦାନ କରିଛନ୍ତି । ବ୍ଲକ ସ୍ତରରେ ପ୍ରତିଯୋଗୀତା ନିମନ୍ତେ ପ୍ରତି…
ଭୁବନେଶ୍ବର: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନ ରାଜଭାଷା ବିଭାଗ ପକ୍ଷରୁ ଆଜି ଆଞ୍ଚଳିକ ରାଜଭାଷା ସମ୍ମିଳନୀ ଆୟୋଜନ କରାଯିବ। ଭୁବନେଶ୍ବର ଆଚାର୍ଯ୍ୟ ବିହାର ସ୍ଥିତ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇ ଆଇ ଏମ ଟି) ପରିସରରେ ଏହି ସମ୍ମିଳନୀ ଓ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୯ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ପୂର୍ବ ଏବଂ ଉତ୍ତର-ପୂର୍ବ କ୍ଷେତ୍ରର କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ସମ୍ମିଳନୀରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର ଅଧ୍ୟକ୍ଷତା କରିବେ। ବିଶେଷ ଅତିଥି ଭାବେ ରାଜଭାଷା ଉପରେ ଗଠିତ ସଂସଦୀୟ ସମିତିର ଉପାଧ୍ୟକ୍ଷ ଭର୍ତ୍ତୃହରି ମହତାବ ଯୋଗ ଦେବେ। ଏହା ବ୍ୟତୀତ ରାଜଭାଷା ବିଭାଗର ଯୁଗ୍ମ ସଚିବ ଡକ୍ଟର ମୀନାକ୍ଷୀ ଜୋଲି, କେନ୍ଦ୍ର ସରକାର ଓ କେନ୍ଦ୍ର ସରକାରୀ ପ୍ରତିଷ୍ଠାନର ଅଧିକାରୀ ଓ…
ମେଷ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେକୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସୁଖ ଏବଂ ମନୋରଞ୍ଜନର ମାଧ୍ୟମ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ। ଭାଇମାନଙ୍କଠାରୁ ସମର୍ଥନ ପାଇବେ । ଅସଂଗଠିତତା କ୍ଷତି ଘଟିବ । ଚାକିରିରେ ପ୍ରଶଂସା ପାଇବେ । ତତ୍ପରତା ନାହିଁ । ଆଜି ବିପଦ ଏବଂ ବନ୍ଧକ କାର୍ଯ୍ୟ କରନ୍ତୁ ନାହିଁ । ବୃଷ: – ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ସଂପତ୍ତି ମୂଲ୍ୟ ବୃଦ୍ଧି ହେବ । ଏହା ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ବିବେଚନା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ । ବ୍ୟବସାୟ ଲାଭଦାୟକ ହେବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ତତ୍ପରତା ନାହିଁ । ମିଥୁନ: – ଜମି ବିକ୍ରୟ ଏବଂ…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ଯେଉଁମାନଙ୍କର ବଦଳି ହୋଇଛି ସେମାନେ ହେଲେ.. ପୂର୍ବରୁ ରାଜ୍ୟ ସରକାର ଏହି ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଥିଲେ। ଏହାପରେ ଆଉ ଏକ ବଦଳି ହେବ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି।
ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ)ର କାର୍ଯ୍ୟକାରିତାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ରାଜ୍ୟ ମାନ୍ୟତା ସୂଚକାଙ୍କ ୫ ଜୁଲାଇ, ୨୦୨୨ରେ ଜାରି କରାଯାଇଛି। ଏହି ମାନ୍ୟତାରେ ଓଡ଼ିଶା ୦.୮୩୬ ସ୍କୋର ସହିତ ପ୍ରଥମ ସ୍ଥାନ ହାସଲ କରିଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ), ୨୦୧୩ ଏବଂ ଲକ୍ଷ୍ୟ ଆଧାରିତ ସାଧାରଣ ବଣ୍ଟନ ପ୍ରଣାଳୀ (ଟିପିଡିଏସ) କାର୍ଯ୍ୟକାରୀ କରାଯାଉଛି। କେନ୍ଦ୍ର ସରକାର ଏହି ଦୁଇଟି ଯୋଜନାରେ ଖାଦ୍ୟଶସ୍ୟ ବିତରଣର ମୂଲ୍ୟାଙ୍କନ କରୁଛନ୍ତି। ଏହି କ୍ରମରେ ରାଜ୍ୟମାନଙ୍କର ପ୍ରଦର୍ଶନକୁ ନେଇ ଏନଏଫଏସଏ ମୂଲ୍ୟାଙ୍କନ ସୂଚକାଙ୍କ ପ୍ରକାଶିତ ହୋଇଛି। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, ଏହି ସୂଚକାଙ୍କ ତିନୋଟି ସ୍ତମ୍ଭ ଉପରେ ଆଧାରିତ ଯାହାକି ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧାନର ବିଭିନ୍ନ…
ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆରମ୍ଭରେ ଆଜି (୦୭-୧୨-୨୦୨୨) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ଉଦ୍ବୋଧନ ଦେବା ସହ ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି। ଦେଶରେ ସମସ୍ତ ନାଗରିକ ଓ ସଂସଦ ସଦସ୍ୟଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ପ୍ରଥମେ ଅଭିନନ୍ଦନ ଜଣାଇ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ଉପରାଷ୍ଟ୍ରପତିଙ୍କ ସମ୍ମାନଜନକ ପଦବୀ ଉପରେ ଆଲୋକପାତ କରି ସେ କହିଲେ, ଏହି ପଦବୀ ଲକ୍ଷ ଲକ୍ଷ ଜନସାଧାରଣଙ୍କ ନିମନ୍ତେ ଏକ ପ୍ରେରଣା। ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଆଜିର ଦିବସରେ ସଶସ୍ତ୍ର ସେନା ପତାକା ଦିବସ ପଡୁଥିବାରୁ ସଦନର ସମସ୍ତ ସଦସ୍ୟଙ୍କ ପକ୍ଷରୁ ସଶସ୍ତ୍ର ସେନାକୁ ଅଭିବାଦନ ଜଣାଇଥିଲେ। ଉପରାଷ୍ଟ୍ରପତିଙ୍କ ଜନ୍ମସ୍ଥାନ ଝୁନଝୁନର ସ୍ମରଣ କରି ପ୍ରଧାନମନ୍ତ୍ରୀ ଝୁନଝୁନର ଅନେକ ପରିବାର ଦେଶ ସେବାରେ ଅଗ୍ରଣୀ ଭୂମିକା ନେଇଥିବା ପ୍ରକାଶ କରିଥିଲେ। ସେ ଉପରାଷ୍ଟ୍ରପତିଙ୍କ ଅନ୍ତରଙ୍ଗ ସମ୍ପର୍କ ଯବାନ ଓ କିଷାନମାନଙ୍କ ସହ ଥିବା…
କେନ୍ଦୁଝର: ଆଜି ଭୋରରୁ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡିଆଘାଟିରେ ଏସଟିଏଫ ଚଢ଼ାଉ କରି ଦୁଇ ଗୋଟି ଗୋରୁ ବୋଝେଇ ଟ୍ରକ ଜବତ କରିଛି। ସୂଚନା ମୁତାବକ ଉକ୍ତ ସ୍ଥାନ ଦେଇ ବେଆଇନ ଭାବେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଉଥିବାର ଖବର ପାଇ ଏସଟିଏଫ କେନ୍ଦୁଝର ପୋଲିସର ସହାୟତାରେ ଚଢ଼ାଉ କରି ଦୁଇ ଗୋଟି ଗୋରୁ ବୋଝେଇ ଟ୍ରକ ଜବତ କରିଛି ଯେଉଁଥିରୁ ୭୪ ଗୋଟି ଗୋରୁ ଉଦ୍ଧାର ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗର ଦୁଇ ଅଭିଯୁକ୍ତ ଶେଖ ରାସିଦ ଏବଂ ଶେଖ ରେଜାବୁଲଙ୍କୁ ଗିରଫ କରି କେନ୍ଦୁଝର ଟାଉନ ଥାନାକୁ ହସ୍ତାନ୍ତର କରିଛି ଏସଟିଏଫ। ଅନ୍ୟ ପକ୍ଷେ ଉଦ୍ଧାର ଗୋରୁଙ୍କୁ ବଡ଼ବିଲ ସ୍ଥିତ ଗୋଶାଳାକୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ କେନ୍ଦୁଝର ଟାଉନ ଥାନା ପୋଲିସ କେସ ନମ୍ବର ୪୯୮/୨୨ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ୨୯ ତମ ଶିବ ଜ୍ୟୋତି ଧାମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଉତ୍ସବର ପ୍ରାତଃ କାଳରେ ସାମୁହିକ ଯୋଗ ସାଧନ ପରେ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ଶିକ୍ଷା ପ୍ରଦାନ କରାଯାଇଥିଲା। ଅପରାହ୍ନରେ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ସଂଚାଳିକା ବି.କେ କେତକୀଙ୍କ ସଭାପତିତ୍ୱରେ ଭାରତ ସ୍ୱାଧୀନତାର ୭୫ ତମବର୍ଷ ତଥା ଆଜାଦ କି ଅମୃତ ମହୋତ୍ସବ ପାଳନ ଅବସରରେ ଏକ ଆଧ୍ୟାତ୍ମିକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ମହାମହିମ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ କଟକ ଜୋନର ସହ ନିର୍ଦ୍ଦେଶିକା ବି.କେ ସୁଲୋଚନା, ବି.କେ କମଲେସ ଦିଦି, ମାଉଣ୍ଟ ଆବୁର ସହ ନିର୍ଦ୍ଦେଶିକା ଶିକ୍ଷା ପ୍ରଭାଗ ବି.କେ ଲିନା,ରାଜ୍ୟ ସଂଯୋଜକ ବି. କେ ନଥମଲ, ବରିଷ୍ଠ ସାମ୍ବାଦିକ ତଥା…
ଭୁବନେଶ୍ବର: ଆସନ୍ତାକାଲି ହେଉଛି ଶେଷ ଗୁରୁବାର। ଆସନ୍ତାକାଲି ମଧ୍ୟ ହେଉଛି ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି। ସଂଧ୍ୟା ସୁଦ୍ଧା ଫଳାଫଳ ଜଣାପଡିଯିବ। ତେବେ ଏହିପରି ଏକ ପବିତ୍ର ଦିନରେ ମା ଲକ୍ଷ୍ମୀ କାହାକୁ ଆର୍ଶିବାଦ କରିବେ ସେ ନେଇ ସମସ୍ତଙ୍କର ରହିଛି ନଜର। ବର୍ଷା, ପ୍ରଦୀପ ନା ସତ୍ୟଭୂଷଣ କାହା ପ୍ରତି ମା’ଙ୍କ ଶୁଭ ଦୃଷ୍ଟି ରହିବ ! କାରଣ ଏଥର ପଦ୍ମପୁର ଉପନିର୍ବାଚନ ଯେଉଁ ଭଳି ହେଲା, ତାହା ବିଗତ ଉପନିର୍ବାଚନରେ କେବେ ବି ଦେଖିବାକୁ ମିଳି ନ ଥିଲା। ବିଜେଡି ଓ ବିଜେପି ମଧ୍ୟରେ ଭୋଟ ପାଇଁ ସତସତିକା ଯୁଦ୍ଧ ହୋଇଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ମାଡପିଟଠାରୁ ଆରମ୍ଭ କରି ଗାଳିଗୁଲଜ ପର୍ଯ୍ୟନ୍ତ କଥା ଯାଇଥିଲା। ଫଳରେ ଏହି ନିର୍ବାଚନର ଫଳାଫଳକୁ ନେଇ ସାରା ଓଡିଶାବାସୀ ଅନେଇ ରହିଛନ୍ତି। ତେବେ ଗଣନା ପୂର୍ବରୁ ବିଭିନ୍ନ ଦଳର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି। କଂଗ୍ରେସ ଦଳର…
ଭୁବନେଶ୍ବର: ଜରୁରୀ ଟ୍ରାକ ରକ୍ଷଣାବେକ୍ଷଣ କାର୍ଯ୍ୟଜନୀତ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ମେମୁ ଟ୍ରେନର ଚଳାଚଳରେ ବାଧାପ୍ରାପ୍ତ ହେବ। 08169/08170 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ଟ୍ରେନର ଯାତାୟାତରେ ବାଧାପ୍ରାପ୍ତ ହେବ। ଏଥିପାଇଁ ଏହି ଟ୍ରେନ ଉଭୟ ପାର୍ଶ୍ବରୁ ଝାରସୁଗୁଡା ଓ ରେଙ୍ଗାଲି ମଧ୍ୟରେ ଚଳାଚଳ କରିବ ଏବଂ ରେଙ୍ଗାଲି ଓ ସମ୍ବଲପୁର ମଧ୍ୟରେ ବାତିଲ ରହିବ। ଆସନ୍ତା 14, 16, 18, 20, 23 ଏବଂ 25 ତାରିଖ ଦିନ ଏହି ଟ୍ରେନ ଉଭୟ ପାର୍ଶ୍ବରୁ ଝାରସୁଗୁଡା ଓ ରେଙ୍ଗାଲି ମଧ୍ୟରେ ଚଳାଚଳ କରିବ ଏବଂ ରେଙ୍ଗାଲି ଓ ସମ୍ବଲପୁର ମଧ୍ୟରେ ବାତିଲ ରହିବ।
ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଛି। ୧୫ ବର୍ଷ କ୍ଷମତାରେ ରହିବା ପରେ ବିଜେପିକୁ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନରୁ ବାହାର କରିଦିଆଯାଇଛି। କିନ୍ତୁ ପରାଜୟ ସତ୍ତ୍ୱେ ବିଜେପି ୧୦୦ ରୁ ଅଧିକ ସିଟ୍ ଜିତିଛି। ଗତ ନିର୍ବାଚନ ତୁଳନାରେ ଦଳକୁ ୩ ପ୍ରତିଶତ ଅଧିକ ଭୋଟ୍ ମିଳିଥିବା ବିଜେପି ପାଇଁ ଏହା ଏକ ଆଶ୍ବସ୍ତିକର ବିଷୟ ହୋଇଛି। ପ୍ରକାଶ ଯେ, କର୍ପୋରେସନ ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ପୁନର୍ବାର ବିଜୟ ମିଳିଛି। ବରିଷ୍ଠ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ ବୁଧବାର ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ନିର୍ବାଚନରେ ତାଙ୍କ ଦଳ ସପକ୍ଷରେ ଭୋଟ୍ ଦେଇଥିବାରୁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଶ୍ଵର ସବୁଠାରୁ ବଡ ତଥା ନକାରାତ୍ମକ ଦଳକୁ ପରାସ୍ତ କରିବାରେ ଏହି ଜନାଦେଶ।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସ ୧୫ ତାରିଖରେ ଗଣମାଧ୍ୟମରେ ଓଡିଶା ମାଟିରୁ ସଂପୂର୍ଣ୍ଣ ଭାବେରେ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କରି ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ନିୟମିତ କରିବା ପାଇଁ ଘୋଷଣା କଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସାଧାରଣ ଓ ପ୍ରଶାସନିକ ବିଭାଗ ଗତ ମାସ ୧୬ ତାରିଖରେ ଏକ ନୋଟିଫିକେସନ ପ୍ରକାଶ କରି ସମସ୍ତ ବିଭାଗକୁ ଅବଗତ କରାଇଲେ। ଉକ୍ତ ନିୟମରେ ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି ୬ ଗୋଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା ପାଇଁ ଚିଠିରେ ପରିପ୍ରକାଶ କଲେ, ଏହି ଖବରଟି ପ୍ରଥମେ ସମସ୍ତଙ୍କ ଚୁକ୍ତିଭିତ୍ତିକ ଶିକ୍ଷକ ମନରେ ଖୁସିର ବାର୍ତ୍ତା ଆଣିଥିଲା। କିନ୍ତୁ ଏହି ଆଦେଶକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାନୁ ନାହିଁ, ଫଳସୁରୁପ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତରୁ ବଞ୍ଚିତ ହେଉଛନ୍ତି। ଏଥି ମଧ୍ୟରେ ଅନ୍ୟବିଭାଗର କର୍ମଚାରୀ ମାନେ ନିୟମିତ ହେଉଥିବା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଣଦେଖା…
ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅତ୍ୟାଧୁନିକ ସମାଧାନ ଜରିଆରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଯୁକ୍ତି ବିକାଶ କରିବା ନିମନ୍ତେ ଜିଓ ଟ୍ରୁ-୫ଜି ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନ୍ସେସ୍ (ଆଇବିଏଲ୍ଏସ୍) ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ କରାଯାଇଛି। ଜିଓ ଟ୍ରୁ-୫ଜିର ଅନ୍ୟତମ ଲକ୍ଷ୍ୟ ହେଉଛି ପ୍ରତି ଭାରତୀୟଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଂଚାଇବା। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅତ୍ୟାଧୁନିକ ସଫଳତା ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଯୁକ୍ତି ପ୍ରସ୍ତୁତ କରିବାରେ ଜିଓ ଟ୍ରୁ-୫ଜି ଓ ଆଇଏଲ୍ବିଏସ୍ର ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସହାୟକ ହେବ। ଲୋ ଲାଟେନ୍ସି ସହ ଟ୍ରୁ-୫ଜି ପ୍ରଯୁକ୍ତି କେବଳ ପୁରୁଣା ପ୍ରଯୁକ୍ତିରେ ଉନ୍ନତି ଆଣିବ ନାହିଁ ବରଂ ରୋବୋଟିକ୍ସ ଭିତିକ ଚିକିତ୍ସା/ ଅସ୍ତ୍ରୋପଚାର, ରିମୋଟ-ଆଇସିୟୁ, ଆଇସିୟୁ-ଆମ୍ବୁଲାନ୍ସ, ଗୋଷ୍ଠୀ କ୍ଲିନିକ୍ ଭଳି ସ୍ୱାସ୍ଥ୍ୟ ସେବାର ବହୁ କ୍ଷେତ୍ରରେ ନୂତନ ଧାରା ସୃଷ୍ଟି କରିବ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର ଦିଗରେ ଏହି ଗୁରୁତ୍ୱପୂର୍ଣ୍ଣ…
ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି ନିର୍ବାଚନ) ରେ ଆମ୍ ଆଦମୀ ପାର୍ଟି (AAP) ସଂଖ୍ୟାଗରିଷ୍ଠତା ହାସଲ କରିଛି। ଗତ ୧୫ ବର୍ଷ ଧରି ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନରେ କ୍ଷମତାରେ ଥିବା ବିଜେପିକୁ ଆମ୍ ଆଦମୀ ପାର୍ଟି ଗାଦିଚ୍ୟୁତ କରିଛି। ଆମ୍ ଆଦମୀ ପାର୍ଟି (AAP) ୧୩୪ ଟି ଆସନ ଜିତି କ୍ଷମତା ହାସଲ କରିଛି। ୧୦୪ ଟି ଆସନ ଜିତିଥିବା ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଯଦି ଆମେ କଂଗ୍ରେସ ବିଷୟରେ ଆଲୋଚନା କରିବା ତେବେ ଏହା କେବଳ ୯ ଟି ଆସନ ଜିତିବାରେ ସକ୍ଷମ ହୋଇଛି। ସ୍ୱାଧୀନ ପ୍ରାର୍ଥୀମାନେ ତିନିଟି ଆସନ ଜିତିଛନ୍ତି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି ଯେ, ଦିଲ୍ଲୀର ଏମସିଡିରେ ଆମ୍ ଆଦମୀ ପାର୍ଟି ଉପରେ ବିଶ୍ୱାସ କରିଥିବାରୁ ଦିଲ୍ଲୀବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଦୁନିଆର ସବୁଠୁ ବଡ ତଥା ନକାରାତ୍ମକ ଦଳକୁ ପରାସ୍ତ କରି ଦିଲ୍ଲୀର ଲୋକମାନେ ସଚ୍ଚୋଟତା…
ସ୍ୱାସ୍ଥ୍ୟ ଟିପ୍ସ: ଅଧିକାଂଶ ଲୋକ ହୃଦଘାତ ବିଷୟରେ ଜାଣିଛନ୍ତି ଯେ ଯଦି ରକ୍ତ ପ୍ରବାହରେ କୌଣସି ପ୍ରକାରର ପ୍ରତିବନ୍ଧକ ହେତୁ ହୃଦୟରେ ରକ୍ତ ଯୋଗାଣ ହୋଇନଥାଏ, ତେବେ ହୃଦଘାତ ହୁଏ। ହୃଦଘାତକୁ ବ୍ୟାଖ୍ୟା କରିବାର ଏହା ହେଉଛି ସହଜ ଉପାୟ, ଯାହା ସାଧାରଣ ଲୋକ ମଧ୍ୟ ବୁଝିପାରନ୍ତି। କିନ୍ତୁ ଡାକ୍ତରଙ୍କ ପାଇଁ ଏହା ସହଜ ନୁହେଁ। ହୃଦ୍ ରୋଗୀଙ୍କୁ ଚିକିତ୍ସା ଦେବାବେଳେ ଡାକ୍ତରମାନଙ୍କୁ ଅନେକ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ପଡିବ। ଏଥି ମଧ୍ୟରେ ହୃଦଘାତର ପ୍ରକାର ପ୍ରତି ଧ୍ୟାନ ଦେବା ଅନ୍ତର୍ଭୁକ୍ତ। ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଏଠାରେ ଗୋଟିଏ ନୁହେଁ ବରଂ ତିନି ପ୍ରକାରର ହୃଦଘାତ କାରଣ ରହିଛି, ଆସନ୍ତୁ ଜାଣିବା… ୧. STEMI: ଏହା ହେଉଛି ପ୍ରଥମ ପ୍ରକାରର ହୃଦଘାତ। ଏଥିରେ ଜଣେ ବ୍ୟକ୍ତି ଆକ୍ରମଣ ସମୟରେ ଛାତି ମଧ୍ୟରେ ଯନ୍ତ୍ରଣା ଅନୁଭବ କରନ୍ତି, କିନ୍ତୁ ଏହି ଯନ୍ତ୍ରଣା ଅତ୍ୟନ୍ତ ତୀକ୍ଷ୍ଣ ନୁହେଁ। ବରଂ, ବ୍ୟକ୍ତି…
ନୂଆଦିଲ୍ଲୀ: ଯଦି କଡା ପରିଶ୍ରମ କରିବା ପରେ ବି ଆପଣଙ୍କ ଜୀବନରେ ସର୍ବଦା ଧନର ଅଭାବ ରହୁଛି। ତେବେ ଆପଣ ଏକ ଉପାୟ ଦ୍ଵାରା ଏଥିରେ ମୁକ୍ତି ପାଇପାରିବେ। ଆପଙ୍କ ପର୍ସରେ ଆପଣ ଏମିତି କିଛି ଜିନିଷ ରଖନ୍ତୁ ଯଦ୍ୱାରା ଆପଣଙ୍କୁ କେବେ ବି ଧନର କମି ରହିବନି। ତେବେ ଆସନ୍ତୁ ଜାଣିବା ପର୍ସରେ ଏମିତି କଣ ରଖିଲେ ଧନ ପ୍ରାପ୍ତି ହେବ – ୧- ଧନର ଅଭାବ ଦୂର କରିବା ପାଇଁ ଶୁକ୍ରବାର ଦିନ ପାଞ୍ଚ ଗୋମତୀ ଚକ୍ର ଓ ଏକ ହଳଦୀକୁ ନେଇ ଏକ ଲାଲ କପଡାରେ ବାନ୍ଧି ଦିଅନ୍ତୁ। ଏଇ ପୁଟୁଳିକୁ ମାତା ଲକ୍ଷ୍ମୀଙ୍କ ମୃତ୍ତି ପାଖରେ ରଖିପୂଜା କରନ୍ତୁ। ଏହାପରେ ଏହାକୁ ପର୍ସରେ ରଖି ଦିଅନ୍ତୁ। ଏହାକୁ ରଖିବା ଦ୍ଵାରା ଆପଣଙ୍କୁ କେବେ ବି ଧନର ଅଭାବ ହେବ ନାହିଁ। ୨- ହଳଦିଆ ରଙ୍ଗର ଏକ କପଡାରେ ପାଞ୍ଚଟି ହଳଦିଆ କଉଡି ରଖି ଏହାକୁ ଗଣ୍ଠି ବାନ୍ଧି ଦିଅନ୍ତୁ। ଏହାପରେ…
ନୂଆଦିଲ୍ଲୀ: ଅଜିଠୁ ସଂସଦରେ ଶୀତ କାଳୀନ ଅଧିବେଶନ ଆରମ୍ଭ ହୋଇଛି। ତେବେ ଏହା ପୂର୍ବରୁ ସମସ୍ତ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ବାର୍ତ୍ତା ଦେଇଛନ୍ତି। ସେ ତାଙ୍କ ଉଦବୋଧନରେ କହିଛନ୍ତି ଯେ, “ସଂସଦର ଶୀତକାଳୀନ ଅଧିବେଶନର ଆଜି ପ୍ରଥମ ଦିବସ। ଏହି ଅଧିବେଶନ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ କାରଣ ୧୫ ଅଗଷ୍ଟ ପୂର୍ବରୁ ଆମେ ଏକାଠି ହୋଇଥିଲେ। ୧୫ ଅଗଷ୍ଟରେ ସ୍ୱାଧୀନତାର ୭୫ ବର୍ଷ ପୂରଣ ହୋଇଥିଲା ଏବଂ ଏବେ ଆମେ ଅମୃତକାଳ ଯାତ୍ରାରେ ଆଗକୁ ଅଗ୍ରସର ହେଉଛେ। ଆଜି ଏଭଳି ଏକ ସମୟରେ ଆମେ ଏକତ୍ରିତ ହୋଇଛେ, ଯେତେବେଳେ ଭାରତକୁ ଜି-୨୦ ର ପରିଚାଳନା ସୁଯୋଗ ମିଳିଛି। ବିଶ୍ୱ ସମୁଦାୟରେ ଯେଉଁଭଳି ଭାବେ ଭାରତକୁ ସ୍ଥାନ ମିଳୁଛି, ଯେଉଁଭଳି ଭାରତକୁ ନେଇ ଆଶା ବଢ଼ୁଛି ଏବଂ ଯେଉଁଭଳି ଭାବେ ଭାରତ ବୈଶ୍ୱିକ ମଞ୍ଚରେ ନିଜ ଭାଗୀଦାରି ବଢ଼ାଇବାରେ ଲାଗିଛି, ଏଭଳି ସମୟରେ ଏହି ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ମିଳିବା ଏକ ବହୁତ ବଡ଼…
ନୂଆଦିଲ୍ଲୀ: ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଦିଲ୍ଲୀ (ଏମସିଡି) ନିର୍ବାଚନ ପାଇଁ ଭୋଟ୍ ଗଣନା ଚାଲିଛି ଏବଂ ଏପର୍ଯ୍ୟନ୍ତ ଘୋଷଣା ହେଇଥିବା ୨୨୯ ଟି ଆସନରୁ ଆମ୍ ଆଦମୀ ପାର୍ଟି ୧୨୨ ଟି, ଭାରତୀୟ ଜନତା ପାର୍ଟି ୯୭ ଏବଂ କଂଗ୍ରେସ ୭ ଟି ସିଟ୍ ଜିତିଛି। ଉତ୍ତର-ପୂର୍ବ ଦିଲ୍ଲୀର ସୀଲମପୁର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଶକିଲା ବେଗମ୍ ବିଜୟୀ ହୋଇଛନ୍ତି। ଏଥି ସହିତ ଆପ୍ ର ସବୁଠାରୁ ଚର୍ଚ୍ଚିତ ପ୍ରାର୍ଥୀ ବବି କିନ୍ନର ମଧ୍ୟ ଏମସିଡି ନିର୍ବାଚନରେ ଜିତିଛନ୍ତି। ସୁଲତାନପୁରୀ ୱାର୍ଡରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା AAP ପ୍ରାର୍ଥୀ ବବି କିନ୍ନର ଗତ କିଛି ବର୍ଷ ଧରି ସାମାଜିକ ସେବାରେ ସକ୍ରିୟ ଥିଲେ। ଆନ୍ନା ଆନ୍ଦୋଳନ ସମୟରେ ବବି କିନ୍ନର ରାଜନୀତିରେ ଯୋଗ ଦେଇଥିଲେ। ଆନ୍ନା ହାଜାରେଙ୍କୁ ଦେଖି ସେ ଅନୁଭବ କଲେ ଯେ ଜଣେ ବରିଷ୍ଠ ନାଗରିକ ଆମ ସମସ୍ତଙ୍କ ପାଇଁ ଆନ୍ଦୋଳନ କରୁଛନ୍ତି, ତେଣୁ ସେ ଏହାକୁ ସହ୍ୟ କରି…
ଢାକା: ଭାରତୀୟ ଦଳ ଆଜି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳୁଛି। ଏହି ‘କର ବା ମର’ ମ୍ୟାଚରେ ଦଳ ପାଇଁ ଖରାପ ଖବର ଆସିଛି। ଆହତ ହେବା ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପଡ଼ିଆରୁ ବାହାରିଛନ୍ତି। ଫିଲ୍ଡିଂ ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି। ଆଘାତ ପାଇବା ପରେ ରୋହିତ ଶର୍ମା ପଡ଼ିଆରୁ ବାହାରିଛନ୍ତି। ବିସିସିଆଇ ଡାକ୍ତରୀ ଦଳ ତାଙ୍କୁ ପରୀକ୍ଷା କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କୁ ସ୍କାନ କରିବାକୁ ପଡିବ। ଯେତେବେଳେ ରୋହିତ ଶର୍ମା ଏହି ଆଘାତ ପାଇଲେ, ସେ ତୃତୀୟ ସ୍ଲିପରେ ଛିଡା ହୋଇଥିଲେ। ମହମ୍ମଦ ସିରାଜଙ୍କ ଦ୍ୱାରା ଏକ ବଲରେ ରୋହିତ ଶର୍ମା କ୍ୟାଚ ଧରିଥିଲେ, ଏହି ସମୟରେ ବଲ ତାଙ୍କ ଆଙ୍ଗୁଠିରେ ବାଜିଥିଲା। ଏବେ ଏହା ଦେଖିବାକୁ ପଡ଼ିବ ଯେ, ସେ ବ୍ୟାଟିଂ ପାଇଁ ପଡ଼ିଆକୁ ଫେରିବେ କି ନାହିଁ।

