ଯୁବକ ମୃତ୍ୟୁ ଘଟଣାକୁ ନେଇ କିସିଣ୍ଡା ଥାନା ଘେରାଉ

Published: Dec 15, 2022, 9:04 pm IST

କନ୍ଦର୍ପ ବେହେରା

ରେଢାଖୋଲ: ଗତ ୧୩/୧୨ରେ କିସିଣ୍ଡା ଥାନା ହୀରାଲୋଇ ଗ୍ରାମରେ ବାଇକ୍ ଦୁର୍ଘଟଣାରେ ଜନୈକ ଯୁବକଙ୍କ ମୃତ୍ୟୁକୁ ନେଇ ଆଜି କିସିଣ୍ଡା ଥାନା ଘେରାଉ କରିଥିଲେ  ଅଂଚଳର କୋତୋଟି ଗ୍ରାମ ପଂଚାୟତର ସରପଂଚ ଓ ମହିଳା , ପୁରୁଷ ମାନେ।

ସୂଚନା ଯୋଗ୍ୟ ଯେ, ଗତ ତା ୧୩/୧୨ ରେ ମେଘପାଳ ପଂଚାୟତ ଟାମ୍ପରସିଂହା ଗ୍ରାମର ଲାଲମୋହନ୍ ପୋଢ କୌଣସି କାମରେ କିସିଣ୍ଡା ଆସୁଥିବା ବେଳେ ହୀରାଲୋଇ ଗ୍ରାମରେ ହମ୍ପସ୍ ରେ ପଡି ମୃତ୍ୟୁ ବରଣ କରିଥିଲେ। ହୀରାଲୋଇ ଗ୍ରାମର ଅରୁଣ ଜାଲ ନାମକ ବ୍ୟକ୍ତି କୁକୁଡା ଚିଆଁ ରାସ୍ତା ପାର ହୋଇ କୌଣସି ଆଡେ ନ ଯିବାକୁ ତାର  ପ୍ରତିବନ୍ଧକ ପାଇଁ ହମ୍ପସ୍ ନିର୍ମାଣ କରିଥିଲେ। ଯା ଫଳରେ ସେଇ ହମ୍ପସ୍ ରେ ଲାଲମୋହନ୍ ପୋଢଙ୍କର ଅକାଳ ବିୟୋଗ ଘଟିଥିଲା।

ଏନେଇ ଅଂଚଳବାସୀ ହମ୍ପସ୍ ନିର୍ମାଣ କରିଥିବା ଅରୁଣ ଜାଲ୍ ଙ୍କୁ ଗିରଫ୍ କରିବାକୁ , ନିଶାକାରବାର ବନ୍ଦ ରଖିବାକୁ ଦାବି କରିଥିଲେ। ପ୍ରଶାସନ ପ୍ରତିଶୃତି ଦେଇଥିବା ବେଳେ ହମ୍ପସ୍ ତିଆରି କରିଥିବା ଅରୁଣ ଜାଲ୍ ଙ୍କୁ ଗିରଫ କରିବାକୁ ଦାବୀ କରିଥିଲେ। ଗତ ୧୩/୧୨ ରେ ଅରୁଣ ଜାଲ ଙ୍କ ର କୁକୁଡା ଫାର୍ମ ଜାଳିଦେଇଥିଲା କେହି ଦୁର୍ବୃତ। ଅରୁଣ ଜାଲଙ୍କୁ ୨୭୧,୩୦୪(ଏ) ଧାରାରେ ଏକ ମାମଲା ରୁଜୁ କରି ଗିରଫ କରିଛି। ନିଶାକାରବାର ବନ୍ଦ କରିବାକୁ ଗ୍ରାମବାସୀ ଦାବୀ କରିଥିବା ବେଳେ ପ୍ରଶାସନ ତାହା କରି ନ ଥିବାରୁ ଅଂଚଳବାସୀ କିସିଣ୍ଡା ଥାନା ଘେରାଉ କରିଥିଲ।

ଘଟଣା ସ୍ଥଳରେ ରେଢାଖୋଲ ଏସ୍ ଡିପିଓ ପ୍ରଶାନ୍ତ କୁମାର ମେହେର୍ ତଥା ଅନ୍ୟ ପୋଲିସ୍ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ରାସ୍ତା ପାଶ୍ୱର୍ରେ ବେଆଇନ୍ ଘର ନିର୍ମାଣ କରିଥିବା ବ୍ୟକ୍ତିର ଘରକୁ ଖୁବ୍ ଶିଘ୍ର ଭଙ୍ଗାଯିବ ବୋଲି ନାକଟିଦେଉଳ ତହସିଲ୍‌ଦାର ଇଂ ସୁକାନ୍ତ ନାଏକ ଦୃଢ ପ୍ରତିଶୃତି ଦେଇଥିଲେ। ଏହି ରାଲି ତଥା ଥାନା ଘେରାଉ ରେ କିସିଣ୍ଡା, ବଳମ୍, ଗିରିଶ୍ଚନ୍ଦ୍ରପୁର, ପାଣିମୋରା ଆଦି ଗ୍ରାମ ପଂଚାୟତର ସରପଂଚ ତଥା ମହିଳା, ପୁରୁଷ ସାମିଲ୍ ହୋଇଥିଲେ।

Related posts