ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍-୨୦୨୨ ସମାପ୍ତ ହୋଇଛି। ଅନ୍ତିମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ ଜିତିଛି’। ବର୍ତ୍ତମାନ ୨୦୨୪ ମସିହାରେ, ଏହି ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ସଂସ୍କରଣ ଖେଳାଯିବ। ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ଏହି ବିଶ୍ୱକପ୍ ଆୟୋଜନ କରିବେ। ଏଥି ସହିତ ଆଇସିସି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିୟମ ପରିବର୍ତ୍ତନ କରିଛି। ଟି-୨୦ ବିଶ୍ୱକପ୍-୨୦୨୨ ର ଶ୍ରେଷ୍ଠ-୮ ଦଳ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ବାକି ଦଳମାନଙ୍କୁ ଯୋଗ୍ୟତା ପର୍ଯ୍ୟାୟ ଖେଳିବାକୁ ପଡ଼ିବ। ଟି-୨୦ ବିଶ୍ୱକପ୍-୨୦୨୨ ର ଶ୍ରେଷ୍ଠ -୮ ଦଳ ବ୍ୟତୀତ ଆଫଗାନିସ୍ତାନ ଏବଂ ବାଂଲାଦେଶ ସିଧାସଳଖ ପ୍ରବେଶ କରିବେ। ଏଥି ସହିତ ୱେଷ୍ଟଇଣ୍ଡିଜ ବ୍ୟତୀତ ଆମେରିକା ଏହି ବିଶ୍ୱକପ ଆୟୋଜନ କରୁଛି। ଏହି ଉପାୟରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟ ସିଧାସଳଖ ପ୍ରବେଶ ପାଇବେ। ତେବେ, ୨୦୨୪ ଟି -୨୦ ବିଶ୍ୱକପ ପାଇଁ ମୋଟ ୧୨ ଟି…
Author: Samikhsya Bureau
ନୂଆଦିଲ୍ଲୀ: ପିଏମ୍ କିଷାନ ଯୋଜନା ହେଉଛି ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଯାହାକି ଜମି ଥିବା ଚାଷୀମାନଙ୍କର ଆର୍ଥିକ ଆବଶ୍ୟକତାକୁ ପୂରଣ କରିଥାଏ। ଚାଷୀ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ବର୍ଷକୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପଠାଯାଇଥାଏ। ଆର୍ଥିକ ସ୍ବଚ୍ଛଳ ବର୍ଗର କିଛି ନିର୍ଦ୍ଦିଷ୍ଟ ଚାଷୀଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୨୪ ଫେବୃଆରୀ ୨୦୧୯ ରେ ଆରମ୍ଭ ହୋଇଥିବା ଏହି ମହତ୍ବାକାଂକ୍ଷୀ ଯୋଜନା ହେଉଛି ବିଶ୍ୱର ସବୁଠାରୁ ବଡ ଡିବିଟି ଯୋଜନା ମଧ୍ୟରୁ ଅନ୍ୟତମ। ଏହି ଯୋଜନା କୋଟି କୋଟି ଚାଷୀଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଛି, ଏଥିରେ କୌଣସି ମଧ୍ୟସ୍ଥ ସାମିଲ୍ ନାହାନ୍ତି। ପଞ୍ଜୀକରଣ ଏବଂ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖି ଭାରତ ସରକାର ଏକକାଳୀନ ଆର୍ଥିକ ସହାୟତା ଜାରି କାର୍ଯ୍ୟକ୍ରମ ମାଧ୍ୟମରେ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ପ୍ରଧାନମନ୍ତ୍ରୀ ଗୋଟିଏ ବଟନ୍ ଦବାଇବାର…
ଭୁବନେଶ୍ୱର: ବରଗଡ଼ ଜିଲ୍ଲା ପଦମ୍ପୁର ବିଧାନସଭା ଉପନିର୍ବାଚନରେ ମୋଟରେ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ ବୋଲି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୋମବାର ଅର୍ଥାତ ୨୧ ନଭେମ୍ବର ୨୦୨୨ ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ । ପଦମ୍ପୁର ବିଧାନସଭା ଉପନର୍ବାଚନ ପାଇଁ ସର୍ବମୋଟ ୧୩ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ ଓ ନାମାଙ୍କନ ପତ୍ର ଯାଞ୍ଚବେଳେ ୨ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା । ଅବଶିଷ୍ଟ ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନରେ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରୁ ଅବଶିଷ୍ଟ ୧୦ ଜଣ ପ୍ରାର୍ଥୀ ଉପନିର୍ବାଚନ ଲଢ଼ିବେ । ଏଥର ପଦମ୍ପୁର ଉପନିର୍ବାଚନରେ ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲିବ ବୋଲି ମୁଖ୍ୟ…
ନୂଆଦିଲ୍ଲୀ: ରୋଜଗାର ମେଳା ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୦.୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରାୟ ୭୧ ହଜାର ନବ ନିଯୁକ୍ତମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତଙ୍କୁ ସମ୍ବୋଧିତ ମଧ୍ୟ କରିବେ। ରୋଜଗାର ସୃଷ୍ଟି ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପ। ରୋଜଗାର ମେଳା ପରବର୍ତ୍ତି ନିଯୁକ୍ତି ସୃଷ୍ଟିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ସିଧାସଳଖ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ଅକ୍ଟୋବରରେ, ରୋଜଗାର ମେଳା ଅଧୀନରେ ୭୫ ହଜାର ନୂତନ ନିଯୁକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ନୂତନ ନିଯୁକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ରର ଭୌତିକ କପି ଦେଶର ୪୫ ଟି ସ୍ଥାନରେ (ଗୁଜରାଟ ଏବଂ…
ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ଅଷ୍ଟମ ଦିବସ । ଗତ ଦୁଇଦିନ ଧରି ସରକାରୀ ଛୁଟି ପରେ ଆଜିଠାରୁ ସରକାରୀ କାର୍ଯ୍ୟଦିବସ ଥିବା ସତ୍ତେ୍ୱ ବାଣିଜ୍ୟ ମେଳାରେ ପୂର୍ବାପେକ୍ଷା ଜନଗହଳି କମି ନାହିଁ । ଓଡ଼ିଶା ମଣ୍ଡପରେ ପୂର୍ବ ପରି ଜନଗହଳି ଲାଗି ରହିଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଖୋଲାଯାଇଥିବା ଓଡ଼ିଶା ମିଲେଟ ମିଶନ ଷ୍ଟଲ ଏବଂ କନ୍ଧମାଳ ଜିଲ୍ଲାରେ ଜୈବିକ ପ୍ରଣାଳୀରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ନେଇ ମିଶନ ଶକ୍ତି ବିଭାଗ ତରଫରୁ ଖୋଲାଯାଇଥିବା ଷ୍ଟଲରେ ଦର୍ଶକଙ୍କ ଗହଳି ଯଥାରୀତି ଲାଗିରହିଛି । ସୁନ୍ଦରଗଡ଼ ଜିଲ୍ଲାର ଦିବ୍ୟଜ୍ୟୋତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ମିଲେଟ ଜାତୀୟ ଶସ୍ୟ ମାଣ୍ଡିଆ, ସୁଆଁ, କାଙ୍ଗୁ, ବାଜରା ଆଦିରୁ ପ୍ରସ୍ତୁତ ବିସ୍କୁଟ, ପାସ୍ତା, ମିକ୍ସଚର, ଭୁଜିଆ, ଗାଣ୍ଠିଆ ପାଇଁ ଗ୍ରାହକମାନଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଉଛି । ଷ୍ଟଲରେ…
ମେଷ: – ଆଜି ଆପଣ ଗୁପ୍ତ ଶତ୍ରୁମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କିଛି ଛୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କର୍ତ୍ତୃପକ୍ଷଙ୍କ ସହିତ କାରବାର କରିବା ସମୟରେ ଆପଣ ସାବଧାନ ହେବା ଉଚିତ୍ ଏବଂ ସେମାନଙ୍କୁ ବିରୋଧ ନ କରିବା ଉଚିତ୍ । ବ୍ୟବସାୟ ପ୍ରସଙ୍ଗରେ କିଛି ନୂତନ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ କିଛି ପରିମାଣରେ ପ୍ରଭାବିତ କରିପାରେ । ଖର୍ଚ୍ଚରେ ଯଥେଷ୍ଟ ବୃଦ୍ଧି ହୋଇପାରେ ଯାହା ଆପଣଙ୍କୁ ଚାପରେ ରଖିପାରେ । ଅବିବାହିତ ଯୁବକଙ୍କ ଜୀବନରେ ପ୍ରେମ ପ୍ରବେଶ କରିପାରେ । ଆଜି ଆପଣ ପିଲାମାନଙ୍କ ପ୍ରସଙ୍ଗରେ କିଛି ଭଲ ଖବର ପାଇପାରିବେ । ବୃଷ: – ଆଜି ଆପଣ ଯୁକ୍ତିଯୁକ୍ତ ଏବଂ ଜିଦଖୋର ହୋଇପାରନ୍ତି । ଆପଣ କଠିନ ପରିସ୍ଥିତିରେ ନିଜକୁ ପାଇପାରିବେ । ଯଥା ସମ୍ଭବ ଯୁକ୍ତିଠାରୁ ଦୂରରେ ରୁହନ୍ତୁ । ପରିବାର ସଦସ୍ୟଙ୍କ ସହିତ ତୀର୍ଥଯାତ୍ରା କରିପାରିବେ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ…
ଭୁବନେଶ୍ୱର: ସ୍ଥାନୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପୀ ‘ଜନଜାତୀୟ ଗୌରବ ଦିବସ-୨୦୨୨’ ଆଜି ଉଦ୍ଯାପିତ ହୋଇଯାଇଛି । ଏହି ସମାରୋହରେ ୭୫ ଜଣ ଜନଜାତି ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏତଦ୍ବ୍ୟତୀତ ୩ଟି ଆଦିବାସୀ ନୃତ୍ୟ ଆୟୋଜନ, ଜନଜାତି ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ, ୧୨ଟି ଜନଜାତି ଗୋଷ୍ଠୀଙ୍କର କଳା ଓ କଳାବସ୍ତୁ ପ୍ରଦର୍ଶନୀ ଅନୁଷ୍ଠିତ ହେବା ସହ ସମଗ୍ର ଅନୁଷ୍ଠାନକୁ ଆଲୋକମାଳାରେ ସଜ୍ଜିତ କରାଯାଇ ଥିଲା । ଆଜି ଏହି ଉଦ୍ଯାପନୀ ଦିବସରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ପୂର୍ବତନ ନିର୍ଦ୍ଦେଶିକା ଶ୍ରୀମତୀ ସୁମିତା ଦାସ, ଯୁଗ୍ମ ନିର୍ଦ୍ଦେଶିକା କଳ୍ପନା ପଟ୍ଟନାୟକ, ଉପନିର୍ଦ୍ଦେଶକ ମାନସ ମହାପାତ୍ର ଓ ଶ୍ରୀମତୀ ଆରତୀ ମଲ୍ଲ, ଉପସ୍ଥିତ ରହି ଅନୁଷ୍ଠାନର ୨୯ ଜଣ ସଫେଇ କର୍ମଚାରୀଙ୍କୁ ୨୦୦୦ ଟଙ୍କା ଲେଖାଏଁ…
ଭୁବନେଶ୍ୱର: ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ଷୋଡ଼ଶ ବିଧାନସଭାର ଏକାଦଶ ଅଧିବେଶନ ପାଇଁ ଆଜି ପୂର୍ବାହ୍ନରେ ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିରୋଧି ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର, ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ମାନ୍ୟବର ବିଜ୍ଞାନ ଓ କାରିଗରୀ, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇଥିଲେ। ସେହିପରି କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର, ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ମାନ୍ୟବର ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ସଦସ୍ୟ ଶ୍ରୀ ସୁଦାମ ମାର୍ଣ୍ଡି ଏବଂ ମାନ୍ୟବର ସଦସ୍ୟ…
ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବ ସର୍ବଦା ଓଡ଼ିଶାର ସାମଗି୍ରକ ବିକାଶ କଥା ଚିନ୍ତା କରୁଥିଲେ । କେବଳ ଯେ ରାଜନୀତି କ୍ଷେତ୍ରରେ ସେ ପ୍ରତିଷ୍ଠା ଲାଭ କରିଥିଲେ, ତାହା ନୁହେଁ ବରଂ ଜଣେ ଐତିହାସିକ, ସାହିତି୍ୟକ, ସାମ୍ବାଦିକ, ସଂପାଦକ, ଦକ୍ଷ ପ୍ରଶାସକ ଓ ସଂସ୍କୃତିସଂପନ୍ନ ବ୍ୟକ୍ତି ଭାବେ ସୁପ୍ରତିଷ୍ଠିତ ଥିଲେ । ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବମ୍ବେ ପ୍ରଦେଶର ରାଜ୍ୟପାଳ ଭାବେ ସେ ନିଜର କର୍ତ୍ତବ୍ୟ ଯେପରି ଭାବେ ନିଷ୍ଠାର ସହ ତୁଲାଇଥିଲେ, ଅନୁରୂପ ଭାବରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଝାସଦେଇ ନେତୃତ୍ୱର ପରାକାଷ୍ଠା ମଧ୍ୟ ପ୍ରଦର୍ଶନ କରିଥିଲେ ବୋଲି ନବଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବର ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ନବଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି…
ସୀତାରାମ ଅଗ୍ରୱାଲ ବାଣପୁର: ସ୍କୁଲରେ ପ୍ରେରଣା ଯୋଗାଇବା ସହ ପିଲାଙ୍କର ବୁଦ୍ଧିକୁ ବିକାଶରେ ରୂପାନ୍ତରିତ କରିଥାଏ ବିଜ୍ଞାନ ମେଳା। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ବିଦ୍ୟାପୀଠରେ ଏକ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମେଳାକୁ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ହରିଚନ୍ଦନ ସମ୍ମାନିତ ଅତିଥି ଓ ମନୋଜ କୁମାର ହରିଚନ୍ଦନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ପ୍ରକାଶ ଥାଉକି ବାଣପୁର ବ୍ଲକର ସମସ୍ତ ୮୦ ଟି ଉଚ୍ଚ ପ୍ରାଥମିକ ସ୍କୁଲ ଏବଂ ହାଇସ୍କୁଲର ଛାତ୍ରଛାତ୍ରୀ ବିଜ୍ଞାନ ମେଳାରେ ଯୋଗଦେଇ ବିଜ୍ଞାନ ପ୍ରକଳ୍ପ ସମ୍ବନ୍ଧରେ ସେମାନଙ୍କର ପାରଦର୍ଶିତା ପ୍ରତିପାଦନ କରିଥିଲେ। ସେଥି ମଧ୍ୟରୁ ୭ଟି ସ୍କୁଲ ଯଥା ଗୋରଡ଼ଝରି ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଅର୍ପିତା ସାହୁ ଆଡ଼ଭାନମେଣ୍ଟ ଆଇସିଟି, ସରକାରୀ…
କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ ଲାଣ୍ଡିମାଳ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ତାଲା ମାରି ଧାରଣାରେ ବସିଲେ ଗ୍ରାମବାସୀ। ପ୍ରକାଶ ଯେ, ଲାଣ୍ଡିମାଳ ପ୍ରକଳ୍ପ ଉପ୍ରାବିଦ୍ୟାଳୟରେ ୧୧୧ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀପାଠ ପଢ଼ାଉଛନ୍ତି। ଯାହା ଫଳରେ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଛି। ଏ ନେଇ ଗ୍ରାମବାସୀ ଗତ ଅଗଷ୍ଟ ମାସ ୧୨ ତାରିଖରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଲିଖିତାକାରରେ ଜଣାଇଥିଲେ। ପୁନର୍ବାର ତା ୫/୯ ରେ ଉପଜିଲାପାଳଙ୍କୁ ମଧ୍ୟ ଲିଖିତାକାରରେ ଜଣାଇଥିଲେ। କୌଣସି ସୁଫଳ ନ ମିଳିବାରୁ ଆଜି ଗ୍ରାମବାସୀ, ଛାତ୍ରଛାତ୍ରୀ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ। ଘଟଣା ସ୍ଥଳକୁ ନାକଟିଦେଉଳ ଶିକ୍ଷା ଅଧିକାରୀ ବିଜୟ ପାତ୍ର ପହଞ୍ଚି ଆନ୍ଦୋଳନ କାରୀମାନଙ୍କୁ ଖୁବ୍ ଶିଘ୍ର ଆଉ ୨ ଜଣ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ସ୍ଥଗିତ ହୋଇଥିଲା।
ନୂଆଦିଲ୍ଲୀ: ଗୋଆରେ ଅନୁଷ୍ଠିତ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଇଣ୍ଡିଆନ୍ ପାନୋରାମା ବର୍ଗ ଆରମ୍ଭ ହୋଇଛି। ଭାରତର ବିଭିନ୍ନ ସ୍ଥାନରୁ ଏକାଠି ହୋଇଥିବା ଫିଲ୍ମ ଗୁଡିକ ବଡ ପରଦାରେ କାହାଣୀକୁ ଜୀବନ୍ତ କରିବାର ପ୍ରତିଶ୍ରୁତି ସହିତ ଇଣ୍ଡିଆନ ପାନୋରାମା ଆରମ୍ଭ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏହାକୁ ଉଦଘାଟନ କରିଥିଲେ। ଏହି ଉଦ୍ଘାଟନୀ ସମାରୋହରେ ଦର୍ଶକମାନଙ୍କୁ ଚଳିତ ବର୍ଷ ପାଇଁ ଭାରତୀୟ ପାନୋରାମା ୨୦୨୨ ବର୍ଗ ଅଧୀନରେ ୨୫ଟି ଫିଚର୍ ଏବଂ ୨୦ଟି ଅଣ- ଫିଚର୍ ଫିଲ୍ମଗୁଡିକୁ ଆଇଏଫ୍ଏଫ୍ଆଇର ବିଧିବଦ୍ଧ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଛି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ସେହି ଚଳଚ୍ଚିତ୍ର ନିର୍ମାତା ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି , ଯେଉଁ ମାନଙ୍କର ଚଳଚ୍ଚିତ୍ର ଆଇଏଫ୍ଏଫ୍ଆଇରେ ପ୍ରଦର୍ଶିତ ହେଉଛି। ସମସ୍ତ ଚଳଚ୍ଚିତ୍ର ଦେଖିବା ପାଇଁ ସମୟ ଦେଇଥିବାରୁ ଏବଂ ଭାରତୀୟ ପାନୋରାମା ପାଇଁ ସେଗୁଡିକ ମଧ୍ୟରୁ ସର୍ବୋତ୍ତମ ଚଳଚ୍ଚିତ୍ର…
ସୀତାରାମ ଅଗ୍ରୱାଲ ବାଣପୁର: କାର୍ଯ୍ୟରତ ରାଜସ୍ବ ନିରୀକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ଏପରି ସାଙ୍ଘାତିକ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଶନିବାର ଅପରାହ୍ନରେ ବାଣପୁର ତହସିଲ ଅଧୀନରେ ଥିବା ନୀଳାଦ୍ରିପ୍ରସାଦ ଆର ଆଇ ସର୍କଲର ଆରଆଇ ସୁରେଶ ଚନ୍ଦ୍ର ପ୍ରଧାନ ନିଜ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ସମୟରେ ହଠାତ ନୀଳାଦ୍ରିପ୍ରସାଦ ଅଞ୍ଚଳର କିଛି ଦୁର୍ବୁତ୍ତମାନେ ସୁରେଶଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଏହାପରେ ସୁରେଶ ସଙ୍ଗେସଙ୍ଗେ ମେଡିକାଲ ଯାଇ ଚିକିତ୍ସିତ ହୋଇଥିବା ବେଳେ ଏ ନେଇ ବାଣପୁର ତହସିଲଦାରଙ୍କୁ ଅବଗତ କରାଇଥିଲେ। ତହସିଲଦାରଙ୍କ ଜରିଆରେ ସୁରେଶ ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାରୁ ପୋଲିସ କେସ ନମ୍ବର ୫୧୮/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଶ୍ରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ଶ୍ରୀ ଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା ଅଟକଳ ରଖାଯାଇଥିବା ବେଳେ ଅଲାରନାଥଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଉଭୟ ମନ୍ଦିରର ପୁନଃ-ଉନ୍ନୟନ କାର୍ଯ୍ୟ ୧ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ। ଶ୍ରୀ ଲୋକନାଥ ମନ୍ଦିର ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଶୈବପୀଠ। ପୁରାଣ ଅନୁଯାୟୀ, ପ୍ରଭୁ ଶ୍ରୀରାମଚନ୍ଦ୍ର ମାତା ସୀତାଙ୍କ ଅନ୍ବେଷଣରେ ଆସି ଏଠାରେ ପ୍ରଭୁ ଲୋକନାଥ ସ୍ଥାପନା କରି ପୂଜାଅର୍ଚ୍ଚନା କରିଥିଲେ। ଶ୍ରୀ ଲୋକନାଥଙ୍କୁ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ରକ୍ଷକ ବୋଲି ବିଶ୍ବାସ ରହିଛି। ଶ୍ରୀ ଲୋକନାଥ ମନ୍ଦିରର ମାଷ୍ଟରପ୍ଲାନ ଅନୁଯାୟୀ ମନ୍ଦିରର ଭିତର ବେଢା, ବାହାର ବେଢାର ଉନ୍ନତିକରଣ ହେବା ସହିତ ସେବାୟତ ଓ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ସୁବିଧାର ବ୍ୟବସ୍ଥା କରାଯିବ।…
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ପାଇକମାଳ ଗ୍ରାମ ନିକଟରେ ସରକାରୀ ଜମିରେ ବେଆଇନ୍ ଘର ନିର୍ମାଣ କରି ରହୁଥିବା ୩ ପରିବାରର ଘରକୁ ପ୍ରଶାସନ ଜେସିବି ମାଧ୍ୟମରେ ଭାଙ୍ଗିଦେଇଛି। ଯାହାକୁ ନେଇ ଆଜି ଅଂଚଳର ଆଦିବାସୀମାନେ ଡଇଁଚା ଆର୍ ଆଇ ଅଫିସ୍ ଘେରିବା ସହ ନାକଟିଦେଉଳ ତହସିଲଦାରଙ୍କୁ ଘେରିଥିଲେ। ଏପରିକି ତହସିଲଦାରଙ୍କୁ ୨ କିମି ବାଟ ଚଲାଇ ଚଲାଇ ନେଇଥିବା ଜଣା ପଡିଛି। ନାକଟିଦେଉଳ ତହସିଲ୍ଦାର୍ ସୁକାନ୍ତ ନାଏକଙ୍କ ଠାରୁ ପ୍ରକାଶ ଯେ, ନାକଟିଦେଉଳ ତହସିଲ୍ ଅନ୍ତର୍ଗତ ଡଇଁଚା ଗ୍ରାମପଂଚାୟତର ପାଇକମାଳ ଗ୍ରାମ ନିକଟସ୍ଥ କେନ୍ଦୁଛକ ଠାରେ ଥିବା ପ୍ଲଟ୍ ନମ୍ବର ୪୨୯ (ପି) ଖାତାନଂ ୫୭ ରେ ଗ୍ରାମର ତାରସିଲା କିସ୍ପଟା. ଆମିତ୍ କିସ୍ପଟା ଓ ପ୍ରଦୀପ୍ କିସ୍ପଟା ବେଆଇନ୍ ଭାବରେ ଘର କରି ଏକ ବର୍ଷ ହେଲା ରହିଆସୁଥିଲେ। ସେମାନଙ୍କୁ ମଧ୍ୟ ପୂର୍ବରୁ ସେଠାରୁ ହଟିଯିବା ପାଇଁ ପ୍ରଶାସନ କହିଥିଲା। ଏପରିକି ନୋଟିସ୍ ମଧ୍ୟ…
ଭୁବନେଶ୍ୱର : ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ଏବଂ ନିରନ୍ତର ପ୍ରଗତିରେ ସେମାନଙ୍କ କ୍ରିୟାଶୀଳ ଭୂମିକାକୁ ଉନ୍ନତ କରିବା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି। ଆଜି ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏକ କର୍ମଶାଳାରେ ଯୋଗଦେଇ ଶ୍ରୀ ମହାପାତ୍ର ଉପରୋକ୍ତ ମର୍ମରେ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପଗୁଡ଼ିକ ନେଇ ଆଲୋକପାତ କରିଛନ୍ତି। ‘ବିକଶିତ ଭାରତ: ଦିଗନ୍ତ ପହୁଞ୍ଚ’ ଶୀର୍ଷକ ଏହି କର୍ମଶାଳାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବିକଶିତ ଭାରତ ଓ ମାନବସମ୍ବଳ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ନେଇ ମୁଖ୍ୟ ଶାସନ ସଚିବ ବକ୍ତବ୍ୟ ରଖିଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମଧ୍ୟ ବକ୍ତବ୍ୟ ରଖି ଦକ୍ଷତା ବିକାଶ କ୍ଷେତ୍ରରେ…
ଭୁବନେଶ୍ବର: ଆଉ କିଛି ସମୟ ବିଳମ୍ବ ହୋଇଥିଲେ ରକ୍ତ ଅଭାବରୁ ବୋଧହୁଏ ଜଣେ ଗୁରୁତର ପ୍ରସୂତୀ ମହିଳାଙ୍କର ଜୀବନ ବିପଦରେ ପଡିଥାଆନ୍ତା। ମାତ୍ର ଠିକ୍ ସମୟରେ ଆଗକୁ ଆସି ସହୃଦୟତାର ସହିତ ରକ୍ତଦାନ କରିଥିଲେ ଏମ୍ସ ଭୁବନେଶ୍ବର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଦେବାଶିଷ ମିଶ୍ର। ଗୁରୁତର ଏକ୍ଟୋପିକ୍ ଗର୍ଭ ପୀଡ଼ା ଭୋଗୁଥିବା ଜଣେ ମହିଳାଙ୍କୁ ତୁରନ୍ତ ବି ନେଗେଟିଭ ଗ୍ରୁପର ରକ୍ତ ଆବଶ୍ୟକ ଥିବା ଜାଣିବାକୁ ପାଇଥିଲେ ଡ୍ୟୁଟିରେ ଥିବା ଏମ୍ସ ଭୁବନେଶ୍ବର ଡାକ୍ତର ମିଶ୍ର। ପ୍ରସୂତୀଙ୍କୁ ରକ୍ତ ଦେବାକୁ ସାଙ୍ଗରେ କେହି ସମ୍ପର୍କୀୟ ନଥିଲେ କିମ୍ବା ତତକ୍ଷଣାତ୍ ରକ୍ତ ଭଣ୍ଡାରରେ ବି ନେଗେଟିଭ ଗ୍ରୁପ୍ ର ରକ୍ତ ମଧ୍ୟ ମହଜୁଦ୍ ନଥିଲା। ମାତ୍ର ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଏବଂ ରକ୍ତସ୍ରାବ ହେଉଥିବା ଉକ୍ତ ପ୍ରସୂତୀଙ୍କ ପାଇଁ ତୁରନ୍ତ ରକ୍ତ ଆବଶ୍ୟକ ଥିଲା। ତେଣୁ ଜନନୀ ଯନ୍ତ୍ରଣା ଭୋଗୁଥିବା ଜଣେ ମହିଳାଙ୍କୁ ରକ୍ତ ଦେବାକୁ ଆଗେଇଆସିଥିଲେ ଡା.…
ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କର ୧୨୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ନବଉତ୍କଳର ନିର୍ମାତା ଡ. ମହତାବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଓଡ଼ିଶା ମାଟିର ଏହି ସୁଯୋଗ୍ୟ ସନ୍ତାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜ୍ଞାନ ଓ କାରିଗରୀ, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସରକରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଏବଂ ବିଧାନସଭାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଡ. ମହତାବଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଶିବପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବାଲୁଗାଁ ସରକାରୀ ମୋଟର ଲଞ୍ଚ ଜେଟି ନିକଟରୁ ଜଣେ ଅଜଣା ମୃତଦେହ ଉଦ୍ଧାର ହୋଇଛି। ସୂଚନା ମୁତାବକ ଜେଟି ନିକଟରେ ଏକ ମୃତ ଦେହ ପାଣିରେ ଅଧା ବୁଡ଼ି ରହିଥିବାର ଦେଖି ସ୍ଥାନୀୟ ଲୋକ ବାଲୁଗାଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାକୁ ପଠାଇଦେଇଥିଲେ। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ।
ନୂଆଦିଲ୍ଲୀ: ପାଲଘରରେ ମାଓ ଲିଞ୍ଚିଙ୍ଗ ସମୟରେ ଦୁଇ ସାଧୁ ଏବଂ ସେମାନଙ୍କ ଡ୍ରାଇଭରଙ୍କ ହତ୍ୟା ଖବର ଉପରେ ଆପତ୍ତି ଉଠାଇବା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଦୁଇଟି ଏଫଆଇଆର ଦାଖଲ ହୋଇଥିଲା। ଏ ସଂପର୍କରେ ସେ ବମ୍ବେ ହାଇକୋର୍ଟରୁ ଅନ୍ତରୀଣ ଆଶ୍ଵସ୍ତି ପାଇଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟଙ୍କଠାରୁ ସରକାର ଏହି ମାମଲା ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି। ତେବେ ଏହାକୁ ଅନୁମତି ଦେବା ସହ ଏହି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ୨୦୨୦ ଆଦେଶକୁ ଚ୍ୟାଲେଞ୍ଜ୍ କରି ହୋଇଥିବା ଆବେଦନକୁ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରୁ ମାମଲା ପ୍ରତ୍ୟାହାର କରିନେଇଛନ୍ତି। ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଦାଖଲ ହୋଇଥିବା ଦୁଇଟି ଏଫଆଇଆର ଯାଞ୍ଚ ଉପରେ ରୋକ ଲଗାଯାଇଛି।
ଭୁବନେଶ୍ୱର : ଆଜି ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ମନ୍ତ୍ରୀ ରିତା ସାହୁଙ୍କ ଚିଠିର ଜବାବ ଦେଇ ରାଜ୍ୟ ସରକାର ପଦମପୁର ବରଗଡ ରେଳପଥ ନ ହେବାରେ ଦାୟୀ। ଏହି ଖବର ଆସିବା ପରେ ରେଳମନ୍ତ୍ରୀଙ୍କୁ ଜବାବ ଦେଇଛି ବିଜେଡି। ବିଜେଡି କହିଛି ଯେ, ରେଳମନ୍ତ୍ରୀଙ୍କ ଚିଠିରୁ ପ୍ରମାଣିତ ହୋଇଛି ଯେ ପଦମପୁର ଦେଇ ବରଗଡ-ନୂଆପଡାକୁ ପ୍ରସ୍ତାବିତ ରେଳଲାଇନ୍ ୨୦୧୮ରେ ମଞ୍ଜୁର ହୋଇ ନ ଥିଲା । ଏଭଳି ଭୁଲ୍ ସୂଚନା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିଲେ ଓ ରେଳମନ୍ତ୍ରୀଙ୍କ ଚିଠିରୁ ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ସ୍ପଷ୍ଟ ବାରି ହୋଇପଡୁଛି ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟ ସରକାର ମାଗଣାରେ ସମସ୍ତ ଜମି ଏବଂ ୩୦୦ କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଦେବାକୁ ସମ୍ମତି ପ୍ରଦାନ କରିବା ପରେ ରେଳବାଇ କାର୍ଯ୍ୟ କରିବା ପରିବର୍ତ୍ତେ ପୁଣିଥରେ…

