ଭୁବନେଶ୍ବର: ଶେଷରେ ‘ଜୀ ଓଡିଶା ନ୍ୟୁଜ’ ଡିଜିଟାଲ ଚ୍ୟାନେଲ ମଧ୍ୟ ବନ୍ଦ ହୋଇଗଲା। ପୂର୍ବରୁ ଜୀ ମିଡିଆ କର୍ରପୋରେସନ ତାହାର ଓଡିଶା ସାଟେଲାଇଟ ଚ୍ୟାନେଲ ବନ୍ଦ କରି ଦେଇଥିଲା। ତା ବଦଳରେ ଓଡିଆ ଭାଷାରେ ଡିଜିଟାଲ ଚ୍ୟାନେଲ ଚାଲିବ ବୋଲି କୁଯାଇଥିଲା। ହେଲେ ତାହାକୁ ମଧ୍ୟ କଂପାନୀ ବନ୍ଦ କରିବାକୁ ନିଷ୍ପତି କରିଛି। ଏ ନେଇ ଜୀ ଓଡିଶା ନ୍ୟୁଜରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଇସ୍ତଫା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହଠାତ ଏପରି ନିର୍ଦ୍ଦେଶ ପାଇବାରେ ପରେ କର୍ମଚାରୀଙ୍କ ମହଲରେ ଆତଙ୍କ ଖେଳିଯାଇଛି। କାରଣ ଏ ନେଇ କଂପାନୀ କର୍ତ୍ତପକ୍ଷ ପୂର୍ବରୁ କୌଣସି ସୂଚନା ଦେଇ ନ ଥିଲେ। ଇସ୍ତଫା ନିର୍ଦ୍ଦେଶ ଆସିବା ପରେ ଅନେକ କର୍ମଚାରୀ ଇସ୍ତଫା ପ୍ରଦାନ କରିଥିବା ମଧ୍ୟ ଜଣାପଡିଛି। ଏହି ଜାତୀୟ ଚ୍ୟାନେଲର ଉଭୟ ଭୁବନେଶ୍ବର ଏବଂ ଦିଲ୍ଲୀ ଅଫିସରେ ପ୍ରାୟ 30 ଜଣ ଓଡିଆ କର୍ମଚାରୀ କାର୍ଯ୍ୟ କରୁଥିଲେ। ନୂଆଦିଲ୍ଲୀରେ କାର୍ଯ୍ୟରତ…
Author: Samikhsya Bureau
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଶିଶୁରୋଗ ବିଭାଗ ପକ୍ଷରୁ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୬ତମ ଆଇଏପି ଜୋନାଲ୍ (ଇଷ୍ଟଜୋନ୍) କୁଇଜ୍ ପ୍ରତିଯୋଗିତା ୨୦୨୨ ଆୟୋଜିତ ହୋଇଯାଇଛି। ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପେଡିଆଟ୍ରିକ୍ ଓଡ଼ିଶା ଶାଖା ଏବଂ ଆଇଏପି ଭୁବନେଶ୍ୱର ଶାଖାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କୁଇଜ୍ ପ୍ରତିଯୋଗିତାରେ ଏମ୍ସ ପାଟନା, ଏସ୍ଏସ୍କେଏମ୍ କୋଲକାତା, ଟିଏମ୍ଏଚ୍ ଜାମ୍ସେଦପୁର, କିମ୍ସ ଭୁବନେଶ୍ୱର, ନର୍ଥ ବେଙ୍ଗାଲ୍ ଏମ୍ସି, ଦିବ୍ରୁଗଡ, ଆସାମର ୬ଟି ଟିମ୍ ଭାଗ ନେବା ସହ ଜୋନାଲ୍ ରାଉଣ୍ଡରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର, ଆଇଏପି ଓଡ଼ିଶାର ପ୍ରେସିଡେଂଟ ଇଲେକ୍ଟ ଡାକ୍ତର ଏନ୍.ଏମ୍. ଜେନା ଓ ଜୋନାଲ୍ ସଂଯୋଜକ ଡାକ୍ତର ପି. ସାବତ ଓ ସମ୍ ହସ୍ପିଟାଲ୍ର ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ମମତା ଦେବୀ…
ଭୁବନେଶ୍ବର: ବର୍ତ୍ତମାନ ଓଡିଶା ରାଜନୀତିରେ ବେଶ ଚର୍ଚ୍ଚାରେ ଅଛି ପଦ୍ମପୁର ଉପନିର୍ବାଚନ। କାରଣ ଏହି ଉପନିର୍ବାଚିନରେ କାହାର ଜିତାପଟ ହେଉଛି ସେ ନେଇ ସବୁ ମହଲରେ ଚାଲିଛି ଅଙ୍କ କଷା। ନିକଟରେ ଧାମନଗର ଉପନିର୍ବାଚନରେ ହାରିବା ପରେ ଏଥର ପଦ୍ମପୁର ପାଇଁ ପୁରା ଜାଲ ବିଛେଇ ଦେଇଛି ବିଜେଡି। ଏଥର ବିଜେଡି ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି। କାରଣ ତାଙ୍କର ବାପା ବିଜୟ ରଂଜନ ସିଂ ବରିହାଙ୍କ ପରଲୋକ ପରେ ଦଳ ତାଙ୍କୁ ପ୍ରାର୍ଥୀ କରିଛି। ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜୟ ବରିହାଙ୍କ ଥିଲା ପୁରା ଦବଦବା। ସେଥିପାଇଁ ସେ ପାଞ୍ଚ ଥର ନିର୍ବାଚନରେ ଜିତି ବିଧାୟକ ହୋଇ ପାରିଥିଲେ। ସେ ଲଗାତର ତିନିଥର ବିଜୟ ହୋଇ ପଦ୍ମପୁରରେ ଏକ ଇତିହାସ ସୃଷ୍ଟି କରିଛନ୍ତି। ତେବେ ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ତାଲିକାକୁ ପର୍ଯ୍ୟାଲୋଚନା କଲେ କେବଳ ବରିହା ସାଙ୍ଗିଆ ବିଧାୟକଙ୍କ ସଂଖ୍ୟା ହେଉଛି ସର୍ବାଧିକ। ବିଜୟ ରଂଜନ ସିଂ…
ସୁବାଷ କୁମାର ତାରଣିଆଁ ହୋଲି ଛୁଟି ପରେ ମୁଁ ଗାଁରୁ ବସ୍ ଯୋଗେ ଭୁବନେଶ୍ୱର ଫେରୁଥାଏ। ବସ୍ ଯେତେ ଆଗକୁ ଆଗକୁ ଗତି କରୁଥାଏ, ଯାତ୍ରୀମାନଙ୍କର ଭିଡ଼ ସେତେ ଜମୁଥାଏ। ଯେହେତୁ ହୋଲିଛୁଟିରେ ଅଧିକାଂଶ ଲୋକ ଗାଁକୁ ଯାଇଥିଲେ, ଛୁଟି ପରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ କର୍ମକ୍ଷେତ୍ରକୁ ଫେରୁଥିବାରୁ ବସ୍ରେ ଭିଡ଼ ହେବା ସ୍ୱାଭାବିକ। ବସ୍ଟି ତାର ଗନ୍ତବ୍ୟ ପଥରେ ଆଗେଇ ଚାଲିଥାଏ ଓ ଯାତ୍ରୀମାନେ ନିଜ ନିଜ ଭିତରେ କଥାବାର୍ତ୍ତରେ ମାତି ଯାଇଥାନ୍ତି। ଏହି ସମୟରେ ହଠାତ ଗୋଟିଏ ଗାଈ ରାସ୍ତାମଝିକୁ ଚାଲିଆସିଲା। ଡ୍ରାଇଭର ଗାଈକୁ ବଞ୍ଚାଇବାକୁ ଯାଇ ହଠାତ୍ ବ୍ରେକ୍ ମାରିବାରୁ ବସ୍ରେ ଛିଡ଼ାହୋଇ ଯାତ୍ରା କରୁଥିବା ଜଣେ ଯୁବକ ନିୟନ୍ତ୍ରଣ ହରାଇ ପାଖରେ ଛିିଡ଼ାହୋଇ ଯାତ୍ରା କରୁଥିବା ଜଣେ ଯୁବତୀଙ୍କ ସହ ପିଟି ହୋଇଯାଇଥିଲେ। ଏଥିରେ ଯୁବତୀଜଣ ରାଗିଯାଇ ଯୁବକଜଣଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଥିଲେ। ବସ୍ଟି ହଠାତ୍ ଅଟକିଯିବାରୁ ମୁଁ ନିୟନ୍ତ୍ରଣ ହରାଇ…
ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…
ସୀତାରାମ ଅଗ୍ରୱାଲ ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ବନମାଳୀ ବେହେରାଙ୍କ ବଦଳି ହୋଇଛି। ଏ ନେଇ ଗତକାଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଦଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଉକ୍ତ ନିର୍ଦ୍ଦେଶନାମାରେ ସାରା ରାଜ୍ୟର ବିଭିନ୍ନ ଅଣ ସରକାରୀ ସାହାଯ୍ୟପ୍ରାପ୍ତ କଲେଜର ସମୁଦାୟ ୯୪ ଜଣ ଅଧ୍ୟାପକ/ଅଧ୍ୟାପିକା ଙ୍କ ବଦଳି ହୋଇଥିବା ବେଳେ ତନ୍ମଧ୍ୟରୁ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବନମାଳି ବେହେରା ଅନ୍ୟତମ। ତାଙ୍କର ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗକୁ ବଦଳି ହୋଇଛି। ସେହିପରି ଭାବେ ଗୋଦାବରୀଶ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା ଜୟଶ୍ରୀ ସାହୁଙ୍କ ଅନୁଗୁଳ ମହିଳା ମହାବିଦ୍ୟାଳୟକୁ ବଦଳି ହୋଇଛି। ତେବେ ଶ୍ରୀ ବେହେରା ଚଳିତ ବର୍ଷ ଫେବୃଆରୀ ୧ ତାରିଖରୁ ଗୋଦାବରୀଶ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ନେଇଥିବା ବେଳେ ବର୍ତ୍ତମାନ ତାଙ୍କ ବଦଳି ପରେ କିଏ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ହେବ ତାହାକୁ ନେଇ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆପଦ ମିତ୍ର ମାନଙ୍କ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଜଟଣୀ ନିକଟସ୍ଥ ସିଦ୍ଧାର୍ଥ ଭିଲେଜ ଟ୍ରେନିଂ ରିସୋର୍ଟରେ ଏହି ୧୨ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ତିତ ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଆପଦ ମିତ୍ର ମାନଙ୍କୁ ବନ୍ୟା, ବାତ୍ୟା, ସୁନାମି, ଅଗ୍ନିକାଣ୍ତ ଓ ଦୁର୍ଘଟଣା ଜନିତ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ତାଲିମ ପ୍ରଦାନ କରାଯାଇ ଦକ୍ଷତା ବୃଦ୍ଧି କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଆବଶ୍ୟକ ସମୟରେ ସେମାନେ ପ୍ରଶାସନ ଓ ଜନ ସାଧାରଣ ମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବେ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ସଚେତନତା ସୃଷ୍ଟି କରିବା ସହ ମୁକାବିଲା ନିମନ୍ତେ ସହଯୋଗୀ ଭାବେ କାର୍ଯ୍ୟ କରିବା ନେଇ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଯୋଗଦେଇ ଜିଲ୍ଲା ଆପଦକାଳୀନ ଅଧିକାରୀ ଉର୍ମିପ୍ରଭା…
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ପାଇକମାଳ ଗ୍ରାମ ନିକଟରେ ସରକାରୀ ଜମିରେ ବେଆଇନ୍ ଘର ନିର୍ମାଣ କରି ରହୁଥିବା ୩ ପରିବାରର ଘରକୁ ପ୍ରଶାସନ ଜେସିବି ମାଧ୍ୟମରେ ଭାଙ୍ଗିଦେଇଥିବା ଜଣା ପଡିଛି। ନାକଟିଦେଉଳ ତହସିଲ୍ଦାର୍ ସୁକାନ୍ତ ନାଏକଙ୍କ ଠାରୁ ପ୍ରକାଶ ଯେ , ନାକଟିଦେଉଳ ତହସିଲ୍ ଅନ୍ତର୍ଗତ ଡଇଁଚା ଗ୍ରାମପଂଚାୟତର ପାଇକମାଳ ଗ୍ରାମ ନିକଟସ୍ଥ କେନ୍ଦୁଛକ ଠାରେ ଥିବା ପ୍ଲଟ୍ ନମ୍ବର ୪୨୯(ପି) ଖାତାନଂ ୫୭ ରେ ଗ୍ରାମର ତାରସିଲା କିସ୍ପଟା. ଆମିତ୍ କିସ୍ପଟା ଓ ପ୍ରଦୀପ୍ କିସ୍ପଟା ବେଆଇନ୍ ଭାବରେ ଘର କରି ଏକ ବର୍ଷ ହେଲା ରହିଆସୁଥିଲେ। ସେମାନଙ୍କୁ ମଧ୍ୟ ପୂର୍ବରୁ ସେଠାରୁ ହଟିଯିବା ପାଇଁ ପ୍ରଶାସନ କହିଥିଲା। ହେଲେ ସେଇ ବ୍ୟକ୍ତି ମାନେ ନ ହଟିବାରୁ ନାକଟିଦେଉଳ ତହସିଲ୍ ଦାରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ପ୍ରଶାସନ, ଅତିରିକ୍ତ ତହସିଲ୍ଦାର୍, ତହସିଲ୍ ଅମିନ ଆଦି ସେଇ ଜବର ଦଖଲକାରୀଙ୍କ ଘରକୁ ଭାଙ୍ଗିଦେଇଥିଲେ। ଏ ସଂପର୍କରେ…
ଖୋର୍ଦ୍ଧା: ରାଜ୍ୟ ଖାଦ୍ୟ କମିଶନର ପ୍ରମୋଦ କୁମାର ମେର୍କପ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ବିଭିନ୍ନ ସରକାରୀ ସାମାଜିକ ଯୋଜନାର ସମୀକ୍ଷା କରିଛନ୍ତି। ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଖାଦ୍ୟ କମିଶନ ସଦସ୍ୟ ସଚିବ ଶିବାନୀ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ, ଖୋର୍ଦ୍ଧା ବିଡିଓ କ୍ଷୀରାବ୍ଧି ତନୟା ସାହୁ, ଜିଲ୍ଲା ଯୋଗାଣ ଅଧିକାରୀ ସୁଗଡା ମୁର୍ମୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଦୃଢକରିବା, ପେନସନ ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସାମିଲ କରିବା ଉପରେ ଗୁରୁତ୍ବ ଦେବାକୁ କମିଶନର ଅଧିକାରୀ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ପାଇଁ ଏକ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ସଭା ଗୃହରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନାରାଣୀ ପାଢ଼ୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଏବଂ ସମ୍ମାନୀତ ଅତିଥିଭାବେ ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ ଯୋଗ ଦେଇଥିଲେ। ଲାଇଫ୍ ଏକାଡେମୀ ଅଫ୍ ଭୋକେସନାଲ ଷ୍ଟଡିଜର କର୍ମକର୍ତ୍ତା ଓ ସାମାଜିକ ସମୀକ୍ଷକ ଲଷ୍ମୀକାନ୍ତ ପାଇକରାୟ,ବିସ୍ଵଭାବିବ ଖୁଣ୍ଟିଆ ଏବଂ ମୁରଲୀଧର ବରାଳ କର୍ମଶାଳାରେ ଯୋଗଦେଇଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତ କାଉନସିଲର,ଏନଏସି କର୍ମଚାରୀ, ହିତାଧିକାରୀ,ଏସଏଚଜି ମହିଳା,ଏବଂ ବିଭିନ୍ନ ୱାର୍ଡରୁ ଆସିଥିବା ବାସିନ୍ଦାମାନଙ୍କ ସହ ଆବାସ ଯୋଜନା ସମ୍ପର୍କରେ ସମସ୍ତ ଆଲୋଚନା କରିଥିଲେ। ଏହି ଅବସରରେ ନଥିପତ୍ର ସମୀକ୍ଷା, ଗୋଷ୍ଠିଗତ ଆଲୋଚନା, ମୂଖ୍ୟ ସୂଚନା ସାକ୍ଷାତକାର ସହିତ ଜନ ଶୁଣାଣି ପାଇଁ ୫ଟି ଉପକମିଟି ଗଠନ କରାଯାଇ ସାମାଜିକ ସମୀକ୍ଷା…
ନୂଆଦିଲ୍ଲୀ: ଭାରତର ପ୍ରଥମ ଘରୋଇ ରକେଟର ସଫଳ ଉତ୍କ୍ଷେପଣ ପରେ ସେଠାରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ତାଙ୍କ ପ୍ରତିକ୍ରିୟାରେ କହିଥିଲେ “ଅଭିନନ୍ଦନ ଭାରତ! ଭାରତୀୟ ମହାକାଶ ଯାତ୍ରାରେ ଏକ ନୂତନ ଆରମ୍ଭ! ମହାକାଶ କ୍ଷେତ୍ରକୁ ସରକାରୀ-ଘରୋଇ ଭାଗିଦାରୀ ନିମନ୍ତେ ଅନୁମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ…ଆପଣଙ୍କୁ ଅଶେଷ ଧନ୍ୟବାଦ। ଭାରତୀୟ ଷ୍ଟାର୍ଟ-ଅପ୍ ଆନ୍ଦୋଳନର ଏକ ନୂଆ ମୋଡ… ଇସ୍ରୋର ନଭଶ୍ଚୁମ୍ଭୀ ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରକୁ ୨୦୨୦ରେ ଘରୋଇ ଭାଗିଦାରୀ ପାଇଁ ଖୋଲିବା ପରେ ଇସ୍ରୋର ଯାତ୍ରାରେ ଏହା ଆଉ ଏକ ମାଇଲଖୁଣ୍ଟ। “ସଫଳତାର ସହ ମିଶନ ପ୍ରାରମ୍ଭ ହୋଇଛି ବୋଲି ଇସ୍ରୋ କହିଥିବାବେଳେ ଭାରତର ପ୍ରଥମ ଘରୋଇ ରକେଟ ଆକାଶ ଛୁଇଁ ବିକ୍ରମ-ଏସ୍ ଇତିହାସ ରଚିଛି ବୋଲି ସ୍କାଏରୁଟ୍ ଏରୋସ୍ପେଶ କହିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ଭାରତର…
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଇଏଫ୍ଏଫ୍ଆଇ, ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ସିନେମା ଦ୍ୱାରା ମିଳିତ ବିଭିନ୍ନ ଦେଶ ଗୁଡିକର ତଥା ସମାଜର ପ୍ରତିନିଧି ମାନଙ୍କ ମଧ୍ୟରେ ଏକ ଉତ୍ସାହଜନକ ସମନ୍ୱୟକୁ ପ୍ରୋତ୍ସାହିତ କରିଥାଏ। ଆଇଏଫ୍ଏଫ୍ଆଇକୁ ଭାରତର ସବୁଠୁ ବଡ ଚଳଚ୍ଚିତ୍ର ମହୋତ୍ସବ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ “ଗୋଆରେ ଏକତ୍ରିତ ଏହି କ୍ଷୁଦ୍ର – ଦୁନିଆ ମଧ୍ୟରେ ପାରସ୍ପରିକ ବାର୍ତ୍ତାଳାପ ଦ୍ୱାରା କଳା ଜଗତକୁ ଗଭୀର ରୂପେ ବୁଝିବା ଏବଂ ନୂତନ କଥା ଶିଖିବା ନିମନ୍ତେ ସୁଯୋଗ ମିଳିବ।” ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ଆଇଏଫ୍ଏଫ୍ଆଇ ଏବଂ ଭାରତୀୟ ସିନେମା ବିଶ୍ୱ ମଞ୍ଚରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। “ବିଭିନ୍ନ ଭାରତୀୟ ଭାଷା ଗୁଡିକରେ ଚଳଚ୍ଚିତ୍ର ଅଧିକ ପରିମାଣରେ ଆନ୍ତର୍ଜାତୀୟ ଦର୍ଶକ ମାନଙ୍କ ନିକଟରେ ପହଞ୍ଚୁଛି ଏବଂ ସାରା ବିଶ୍ୱରେ ଏହାକୁ ପ୍ରଶଂସା କରା…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ‘ଆତଙ୍କବାଦ ଉପରେ ଆର୍ଥିକ କଟକଣା’ର ତୃତୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀର ‘ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଏବଂ ଆତଙ୍କବାଦରେ ବୈଶ୍ୱିକ ଧାରା’ ବିଷୟବସ୍ତୁ ଉପରେ ପ୍ରଥମ ଅଧିବେଶନରେ ଅଧ୍ୟକ୍ଷତା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ତାଙ୍କ ଏହି ଅବସରରେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଆତଙ୍କବାଦ ନିଃସନ୍ଦେହରେ ବିଶ୍ୱ ଶାନ୍ତି ଏବଂ ନିରାପତ୍ତା ପାଇଁ ସବୁଠାରୁ ଗୁରୁତର ବିପଦ। କିନ୍ତୁ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା, ଆତଙ୍କବାଦ ଅପେକ୍ଷା ଅଧିକ ବିପଜ୍ଜନକ, କାରଣ ଆତଙ୍କବାଦର ‘ଅର୍ଥ ଏବଂ ପଦ୍ଧତି’ କୁ ଏହି ପାଣ୍ଠି ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରା ଯାଇଥାଏ। ଏହା ସହିତ, ବିଶ୍ୱର ସମସ୍ତ ଦେଶ ଗୁଡିକର ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବାର କାର୍ଯ୍ୟ ଆତଙ୍କବାଦକୁ ଆର୍ଥିକ ସହାୟତାରୁ ହିଁ ହୋଇଥାଏ। ଅମିତ ଶାହା କହିଥିଲେ ଯେ, ଭାରତ ଆତଙ୍କବାଦର ସମସ୍ତ ରୂପ ଏବଂ ସମସ୍ତ ପ୍ରକାରକୁ ନିନ୍ଦା କରୁଛି।…
ନୂଆଦିଲ୍ଲୀ: ଆତଙ୍କବାଦର ମୁକାବିଲା ଦିଗରେ ମନରେ କୌଣସି ଦ୍ୱିଧା ରଖିବା ଅନୁଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ କଣ୍ଠରେ କହିଛନ୍ତି। ଆତଙ୍କବାଦ ନିଜର ବିଦେଶ ନୀତି ଭାବେ ଗ୍ରହଣ କରୁଥିବା ଦେଶଗୁଡିକୁ ମଧ୍ୟ ସେ ସତର୍କ କରାଇ ଦେଇଛନ୍ତି। ଆଜି (୧୮.୧୧. ୨୦୨୨) ନୂଆଦିଲ୍ଲୀଠାରେ ଆତଙ୍କବାଦକୁ ଅର୍ଥ ଯୋଗାଣ ସମ୍ପର୍କୀତ ‘ନୋ ମନି ଫର ଟେରର” (ଏନଏମଏଫଟି)ର ତୃତୀୟ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ସମବେତ ଜନତାଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଭାରତରେ ଆୟୋଜିତ ହେଉଥିବା ସମ୍ମିଳନୀରେ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବିଶ୍ୱ ଗୁରୁତର ଭାବେ ଏ ବିଷୟ ଚିନ୍ତା କରିବାର ବହୁ ଆଗରୁ ଆମ ଦେଶ ଆତଙ୍କବାଦର କଳା ମୁହଁ ଦେଖି ସାରିଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଆତଙ୍କବାଦ ଭିନ୍ନ ଭିନ୍ନ ନାମ ଓ ଆକାରରେ ଭାରତକୁ କ୍ଷତାକ୍ତ କରିଛି।” ହଜାର ହଜାର ଅମୂଲ୍ୟ ଜୀବନ ହାନୀ ସତ୍ୱେ…
ଭୁବନେଶ୍ବର: ପୂର୍ବତଟ ରେଳପଥର ମହା ପ୍ରବନ୍ଧକ ଆର. ଏନ.ସୁନକର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ଏବଂ ଭାରତୀୟ ରେଳବାଇର ସୁପରଭାଇଜର କ୍ୟାଡରର ବେତନ ସଂରଚନାର ପାହ୍ୟା ବୃଦ୍ଧି ବିଷୟରେ ନୀତିଗତ ନିଷ୍ପତ୍ତି ବିଷୟରେ ସବିସ୍ତୃତ ବିବରଣୀ ଦେଇଛନ୍ତି। ମହା ପ୍ରବନ୍ଧକ କହିଛନ୍ତି ଯେ, ଭାରତୀୟ ରେଳବାଇର ନିଷ୍ପତ୍ତି ହେତୁ ପୂର୍ବ ତଟ ରେଳବାଇ ଅଧୀନରେ କାର୍ଯ୍ୟ କରୁଥିବା ୩୫୨୧ ସୁପରଭାଇଜର ଏହାର ଲାଭ ପାଇବେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ରେଳବାଇରେ କାର୍ଯ୍ୟରତ ସୁପରଭାଇଜର କ୍ୟାଡରର ବେତନ ସଂରଚନାର ପାହ୍ୟା ବୃଦ୍ଧି ବିଷୟରେ ଘୋଷଣା କରିଛନ୍ତି। ଭାରତୀୟ ରେଳବାଇରେ କାର୍ଯ୍ୟରତ ବହୁ ସଂଖ୍ୟକ ସୁପରଭାଇଜରଙ୍କ ଏହା ବହୁ ଦିନ ଧରି ଦାବି ରହିଥିଲା। ଭାରତୀୟ ରେଳରେ କାର୍ଯ୍ୟରତ ସୁପରଭାଇଜରଙ୍କ ମନୋବଳ କୁ ବଢାଇବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଏହି ନିଷ୍ପତି ଭାରତୀୟ ରେଳବାଇରେ କାର୍ଯ୍ୟରତ ପାଖାପାଖି ୮୦୦୦୦ ସୁପରଭାଇଜରଙ୍କୁ ଉପକୃତ କରିବ। ଭାରତୀୟ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ପଦ୍ମପୁରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ରାଜ୍ୟ ମୁଖିଆ ସବୁଜ ସଂକେତ ଦେବା ପରେ ଏବେ ଅନ୍ୟ ସବୁ ଉପଖଣ୍ଡରେ ମଧ୍ୟ ଏହି ଦାବୀ ଉଠିଲାଣି। କିଛି ଦିନ ଧରି ନିରବି ଯାଇଥିବା ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବୀ ପୁଣି ଥରେ ଜାଗ୍ରତ ହୋଇଛି।ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗୋଟିଏ ସ୍ୱରରେ ଧର୍ମଗଡ ଜିଲ୍ଲା ଗଠନ ଦାବୀ ଦୋହରାଇଛନ୍ତି। ଦାବୀ ପୁରଣ ନ ହେଲେ ଆଗାମୀ ଦିନ ରେ ଆନ୍ଦୋଳନ କୁ ଆହୁରି ଜୋରଦାର କରାଯିବ ବୋଲି କୁହାଯାଇଛି। ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଧର୍ମଗଡ ଉପଖଣ୍ଡକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ଦାବୀ ହୋଈ ଆସୁଛି। ଧର୍ମଗଡ ଉପଖଣ୍ଡର ଭୌଗଳିକ ସ୍ଥିତି, ଜନସଂଖ୍ୟା ଏଵଂ ଜିଲ୍ଲା ଗଠନ ପାଇଁ ଆବଶ୍ୟକ ଭିତ୍ତି ଭୂମୀକୁ ଦେଖିଲେ ଏହା ନବ ଗଠିତ ନୂଆପଡା ଜିଲ୍ଳା, ଦେବଗଡ ଜିଲ୍ଲା, ବୌଦ୍ଧ…
ଭୁବନେଶ୍ବର: ଆଜି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ ଆବେଦନର ଶୁଣାଣି କରି ଓଡିଶା ଲୋକସେବା ଆୟୋଗ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁଣନିଧି ମଲ୍ଲିକଙ୍କ ରିଟ ପିଟିସନ ୩୦୮୮୪/୨୦୨୨ ର ଶୁଣାଣି କରି ନୀତିଗତ ନିଷ୍ପତ୍ତିରୁ ଦୁରେଇ ମନମୁତାବକ କୌଣସି ବିଷୟକୁ ଗ୍ରହଣ ନ କରିବା ପାଇଁ ଗୃହ ବିଭାଗ ଏବଂ ଓ. ପି. ଏସ. ସିକୁ ଆଦେଶ ଦେଇଛନ୍ତି। ତତସହିତ ଡି.ଏସ.ପିରୁ ଅତିରିକ୍ତ ଏସ.ପିକୁ ପଦୋନ୍ନତି ପାଇଁ ତିନି ବର୍ଷ ଅବଧିରୁ ଛଅ ମାସ କମାଇବା ଵିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି। ପ୍ରକାଶଯୋଗ୍ୟ ଯେ, ଓଡିଶା ଲୋକସେବା ଆୟୋଗର ବିଜ୍ଞପ୍ତି ସଂଖ୍ୟା ୪୯୬୨/ପିଏସସି, ତା ୨୬.୦୬.୨୦୧୮ ରିଖ ଅନୁଯାୟୀ ପଦୋନ୍ନତି ସକାଶେ ଆବଶ୍ୟକ ଅବଧିକୁ କେବଳ ପଚାଶ ପ୍ରତିଶତ କୋହଳ କରାଯାଇପାରିବ। କିନ୍ତୁ ଏ କ୍ଷେତ୍ରରେ ଓଡିଶା ଲୋକସେବା ଆୟୋଗ କିଛି ନିର୍ଦିଷ୍ଟ ଗୋଷ୍ଠୀକୁ ଫାଇଦା ଦେବାକୁ ଯାଇ ସବୁ…
ପଦ୍ମପୁର: ଆଜି ପ୍ରଚାର ବେଳେ ଭୋ ଭୋ ହୋଇ କାନ୍ଦି ପକାଇଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ସେ ମହିଳାମାନଙ୍କୁ ଉଦବୋଧନ ଦେଉଥିବା ବେଳେ ବାପାଙ୍କ କଥା ମନେ ପକାଇ କାନ୍ଦିବାକୁ ଲାଗିଲେ। ଏହା ଦେଖିବା ପରେ ସେଠାରେ ଥିବା ମହିଳାମାନେ ମଧ୍ୟ କାନ୍ଦ କାନ୍ଦ ହୋଇଯାଇଥିଲେ। ଏହାପରେ ସମସ୍ତେ ହୁଳହୁଳି ଦେଇ ବର୍ଷାଙ୍କୁ ସ୍ବାଗତ କରିଥିଲେ। ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନରେ ବର୍ଷା ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି। ତାଙ୍କ ସହିତ ବିଜେଡିର ମଙ୍ଗୁଆଳମାନେ ମଧ୍ୟ ସେଠାରେ ଡେରା ପକାଇ ବର୍ଷାଙ୍କୁ ସହଯୋଗ ଦେବାରେ ଲାଗିଛନ୍ତି।
ଭୁବନେଶ୍ବର: ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନ ର ପ୍ରଦର୍ଶନ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି । ବାସ୍ତବ ଜୀବନରେ ମାଲକାନଗିରି ର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସ୍ରୁଷ୍ଟି କରିଛନ୍ତି ତାହା ଏ ଚଳଚ୍ଚିତ୍ରର ବିଷୟ ବସ୍ତୁ। ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସେବା ମନୋଭାବ କୁ ଆହୁରି ମଜବୁତ୍ କରିବା ଦିଗରେ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। କୋଭିଡ ମହାମାରୀ ସମୟରେ ଯେଭଳି ରାଜ୍ଯ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ଵୟ ରଖି ସେବା ଯୋଗାଇଲେ ସେଭଳି କାମକଲେ ଆମେ ଏକ ସୁସ୍ଥ ଓ ସଚେତନ ସାମାଜ ର ବିକାଶ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ବାସ ପ୍ରକଟ କରିଛନ୍ତି।
ନୂଆଦିଲ୍ଲୀ: ଯଦି ଆପଣଙ୍କର ମଧ୍ୟ ଏକ ରାସନ କାର୍ଡ ଅଛି ଏବଂ ସରକାରଙ୍କ ଠାରୁ ରାସନ ନିଅନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ପ୍ରକାଶ ଯେ ହିତାଧିକାରୀମାନେ ରାସନ ଗ୍ରହଣକୁ ଦୃଷ୍ଟିରେ ରଖି ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିୟମ କରିଛନ୍ତି ଏବଂ ଏହାକୁ କଡାକଡି ପାଳନ କରୁଛନ୍ତି। ଏହା ଅଧୀନରେ, ଡିଲରମାନେ ରାସନ ବଣ୍ଟନ ଦୁର୍ନୀତିରୁ ଦୂରେଇ ରହିବେ। ବାସ୍ତବରେ ଗ୍ରାହକଙ୍କ ଠାରୁ ରାସନ ଓଜନରେ ଅନିୟମିତତା ସମ୍ପର୍କରେ ଅନେକ ଅଭିଯୋଗ ଆସିଥିଲା, ଯାହା ପରେ ସରକାର ବର୍ତ୍ତମାନ ରାସନ ଦୋକାନରେ ଇଲେକ୍ଟ୍ରୋନିକ୍ ବିକ୍ରୟ ସ୍ଥଳ ସ୍ଥାପନ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ବର୍ତ୍ତମାନ କୌଣସି ରାସନ ଡିଲର ଇଲେକ୍ଟ୍ରୋନିକ୍ ପଏଣ୍ଟ ବିନା ସରକାରୀ ରାସନ ଦୋକାନରେ ବିକ୍ରୟ କରିପାରିବେ ନାହିଁ। ଏହା ମାଧ୍ୟମରେ ରାସନ ବଣ୍ଟନ ପ୍ରକ୍ରିୟା ସରଳୀକୃତ ହେଉଛି। ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ, କେନ୍ଦ୍ର ସରକାର ଇଲେକ୍ଟ୍ରୋନିକ୍ ପଏଣ୍ଟ ଅଫ୍ ସେଲ (ଇପିଏସ୍)…
ଭୁବନେଶ୍ୱର: ୧୭ ତମ ତିନିଦିନିଆ ‘ଫିକି’ଉଚ୍ଚଶିକ୍ଷା ଶିଖର ସମ୍ମିଳନୀ -୨୦୨୨ ସ୍ଥାନୀୟ ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମ୍ରେ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ଅନୁଷ୍ଠିତ ପ୍ରଦର୍ଶନୀରେ ସୋଆ ସମେତ ଦେଶର ବିଭିନ୍ନ ରାଜ୍ୟରୁ ୪୦ଟି ବିଶ୍ୱବିଦ୍ୟାଳୟ ଭାଗ ନେଇଛନ୍ତି। ଉଚ୍ଚଶିକ୍ଷା ପାଇଁ ବିଶ୍ୱର ଆକର୍ଷଣରେ ଭାରତର ସ୍ଥାନ ଅଗ୍ରଣୀ ଶୀର୍ଷକ ଆଲୋଚନା ଏହି ସମ୍ମିଳନୀର ମୁଖ୍ୟ ବିଷୟ ବସ୍ତୁ ରହିଛି। ପ୍ରଥମ ଦିନର ଆରମ୍ଭରେ ଫିକି ର ଅଧ୍ୟକ୍ଷ ସଞ୍ଜିବ ମେହେତା ସ୍ୱାଗତ ଭାଷଣ ଦେଇଥିଲେ। ଭାରତ ସରକାରଙ୍କ ଶିକ୍ଷା ରାଜ୍ୟମନ୍ତ୍ରୀ ସୁବାସ ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଅଭିଭାଷଣରେ ଶିକ୍ଷା କ୍ଷେତ୍ରରେ ଭାରତର ଭୂମିକାକୁ ବିଶେଷ ଭାବେ ଉପସ୍ଥାପନ କରିଥିଲେ। ସେ କହିଥିଲେ, ଯେ ଭାରତ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱର ଆକର୍ଷଣ ହୋଇଛି। ବିଦେଶରୁ ବହୁ ଛାତ୍ରଛାତ୍ରୀ ଭାରତର ବିଶ୍ୱବିଦ୍ୟାଳୟ ମାନଙ୍କରେ ପାଠ ପଢିବା ପାଇଁ ଆସୁଛନ୍ତି। ଭାରତର ବିଶ୍ୱବିଦ୍ୟାଳୟ ମାନଙ୍କ ଶିକ୍ଷାର ମାନ…

