Author: Samikhsya Bureau

ଚାଣକ୍ୟ ନୀତି: ଯୋଗ୍ୟ ଏବଂ ଅଯୋଗ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଯାହା ପ୍ରତିଟି ମଣିଷର ଜ୍ଞାନ ବୃଦ୍ଧିରେ ନିଶ୍ଚିତ ସହାୟକ ହେବ। ଚାଣକ୍ୟଙ୍କ ମତରେ ଯେଉଁ ରାଜ୍ୟରେ କୁଶାସନ ଚାଲିଥିବ ସେଠାରେ ରାଜା ଥାଇ ଯାହା ନ ଥାଇ ମଧ୍ୟ ସେଇୟା। କାରଣ ରାଜା ଥାଇ ଯଦି ଶାସନ ବ୍ୟବସ୍ଥା ଠିକ ହୋଇପାରୁ ନାହିଁ, ତେବେ ସେଠାରେ ରାଜାଙ୍କର ଆବଶ୍ୟକତା କିଛି ନାହିଁ। ସେହିପରି ଚାଣକ୍ୟ କହିଛନ୍ତି କୁମିତ୍ରଠାରୁ ମିତ୍ର ନ ରହିବା ଭଲ। ଅର୍ଥାତ ଯଦି ଆପଣଙ୍କର କୁମିତ୍ର ଅଛନ୍ତି ତେବେ କଥା ସରିଲା। ସେହିପରି ଲୋକ ରହିବା ଯାହା ବରଂ ବିଲକୁଲ ମିତ୍ର ନ ରହିବା ସବୁଠୁ ଭଲ। ସେହିପରି ଜଣେ ଗୁରୁଙ୍କର ଯଦି ଅଯୋଗ୍ୟ ଶିଷ୍ୟଟିଏ ରହିଲା ତେବେ ତାଙ୍କର କୌଣସି ଶିଷ୍ୟ ନ ରହିବା ଭଲ। ଚାଣକ୍ୟ ଆହୁରି କହିଛନ୍ତି ଯେ, ଯଦି ଦୁଷ୍ଟ ସ୍ତ୍ରୀଟିଏ ଆପଣଙ୍କ…

Read More

ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ଏକ ଯାତ୍ରା ଯୋଜନା ହେବ। ଘର ବାହାରେ କିଛି ଟେନସନ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ।  ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ ।  ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ।  କାମ ଆପଣଙ୍କ ମନ ଅନୁସାରେ ହେବ।  ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ଆସିପାରେ।  ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ସହଜରେ ଗ୍ରହଣ କରାଯିବ। ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ।  ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ…

Read More

ଭୁବନେଶ୍ବର: ବିଧାନସଭାରେ ଉଠିଲା ନାଗ ଦମ୍ପତ୍ତି ପ୍ରସଙ୍ଗ। ଏନେଇ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଚୁପ ରହୁଛନ୍ତି ସେଇ ପ୍ରଶ୍ନ ଉଠାଇଛନ୍ତି  ବିରୋଧୀ କଂଗ୍ରେସ ଓ ବିଜେପି। ସେଥିପାଇଁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଉଭୟ ଦଳ ଦାବି କରିଛନ୍ତି। ଏହାକୁ ନେଇ ଗୃହର ସ୍ଥିତି ସରଗରମ ଥିଲା। ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନର ଅପରାହ୍ନ ଅଧିବେଶନ କାଳରେ ପ୍ରଥମେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ, ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଥିବା ଦୁଃଖର ବିଷୟ। ତେଣୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ। ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। ସେ କହିଥିଲେ, ନାଗ ଦାମ୍ପତ୍ତିଙ୍କ ପାଇଁ ରାଜ୍ୟର ଭାବମୂର୍ତ୍ତି ନଷ୍ଟ ହୋଇଛି I…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଏକାଦଶ ଦିବସରେ ଆଜି ଥିଲା ଓଡ଼ିଶା ରାଜ୍ୟ ଦିବସ। ସାଂସ୍କୃତିକ କାର୍ଯ୍ୟକ୍ରମର ଯଥେଷ୍ଟ ପୂର୍ବରୁ ମୁକ୍ତାକାଶ ରଙ୍ଗମଞ୍ଚ ଆମ୍ଫି ଥିଏଟର ବେଶ୍‌ ଲୋକାରଣ୍ୟ ହୋଇଯାଇଥିଲା। ସବୁ ବର୍ଗର ଲୋକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇବାର ପ୍ରୟାସ କରିଥିଲା ଓଡ଼ିଶା। ସମସ୍ତେ ପ୍ରତୀକ୍ଷା କରିଥିଲେ ଉପଭୋଗ କରିବା ପାଇଁ ଓଡ଼ିଶାର ଅନନ୍ୟ ଓଡିଶୀ, ସମ୍ବଲପୁରୀ, କଳାହାଣ୍ଡିର ବଜାଶାଲ ଲୋକନୃତ୍ୟ ଏବଂ ଆଧୁନିକ ଫ୍ୟୁଜନ ନୃତ୍ୟ। ନିର୍ଦ୍ଧାରିତ ସମୟରେ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପଜ୍ୱଳନ କରିବା ପରେ, ଗୁରୁ ଶ୍ରୀ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ସଂଯୋଜନା ଓ ନିର୍ଦ୍ଦେଶନାରେ ଭୁବନେଶ୍ୱରସ୍ଥିତ ରୁଦ୍ରାକ୍ଷ ଫାଉଣ୍ଡେସନର ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ ମହାକାଳୀ ବନ୍ଦନା ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରେ ପରେ, ନିର୍ଦ୍ଦେଶକ ମୋହିତ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶନାରେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତ ର ମାଳୁଆଝୋଲା ଗ୍ରାମରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିର ପ୍ରକୋପରେ ତିନି ଗୋଟି ଘର ଭସ୍ମୀଭୂତ ହୋଇଯାଇଥିବା ସ୍ଥାନୀୟ ଅଞ୍ଚଳବାସି କହିଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଳ୍ପ ପରିମାଣରେ ନିଆଁକୁ ଆୟତ କରାଯାଇଥିବା ବେଳେ ବିଳମ୍ବରେ ହେଲେବି ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି। କ୍ଷତିଗ୍ରସ୍ତ ଘର ମାଲିକ ହେଲେ ତ୍ରିନାଥ ଯାନୀ, ଶଙ୍କର ଯାନୀ ଓ କୃଷ୍ଣ ଯାନୀ। ତେବେ ଅଗ୍ନିକାଣ୍ଡ ର ପ୍ରକୃତ କାରଣ ଜାଣିବା ପାଇଁ ବାଣପୁର ଅଗ୍ନିଶମ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସମ୍ଭବ ହୋଇପାରି ନାହିଁ।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ପ୍ରଥମ କ୍ରୀଡା ପ୍ରତିଯୋଗିତା କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ସଭାପତିତ୍ବରେ ପାଞ୍ଚ ଦିନିଆ କ୍ରୀଡା ପତିଯୋଗିତା ଉଦଯାପିତ ହୋଇ ଯାଇଛି। କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ୧୮ଟି ମହାବିଦ୍ୟାଳୟ ଏଥିରେ ଭାଗ ନେଇଥିଲେ। ୧୯ ତାରିଖ କୁଳପତିଙ୍କ କରକମଳରେ ଚେସ ଏବଂ କାରମ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଥିଲା। ଚେସ ପ୍ରତିଯୋଗିତାରେ ପ୍ରଗତି ମହାବିଦ୍ୟାଳୟର ତୁଷାର କାନ୍ତ ସାହୁ ବିଜୟୀ ହୋଇଥିବା ବେଳେ କାରରମ୍ ରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ର ସୌମ୍ୟ ରଂଜନ ତ୍ରିପାଠୀ ବିଜୟୀ ହୋଇଥିଲେ। କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦ ତାରିଖ ଦିନ ଉଦ୍ଘାଟିତ ହୋଇଥିଲା ଏବଂ ଚାରିଦିନ ଧରି ୟୁନିଭରସିଟି ଖେଳ ପଡିଆ ଏବଂ ରିଜର୍ଭ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଠର ଟି ଦଳ ଭାଗ ନେଇଥିଲେ। ପ୍ରଥମେ ପଞ୍ଚାୟତ ମହାବିଦ୍ୟାଳୟ ନାର୍ଲା ନୂଆପଡା ମହାମାୟା କଲେଜ କୁ ପରାସ୍ତ…

Read More

ଭୁବନେଶ୍ୱର: କ୍ୟାମ୍ପସ୍ ଭିତରେ ବୁଲିବା ହେଉ ଅଥବା ସହର ମଧ୍ୟରେ ଯିବା ଆସିବା ପାଇଁ ସୋଆ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ଇ-ସ୍କୁଟର ଉପଲବ୍ଧ। ପୂର୍ବରୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ୧୦୦ ଇ-ସ୍କୁଟର ବ୍ୟବହାର କରାଯାଉଥିବା ବେଳେ ଗୁରୁବାର ଦିନ ସୋଆର କ୍ୟାମ୍ପସ୍ ୨ରେ ୨୦ଟି ଇ-ସ୍କୁଟର ବ୍ୟବହାର ଆରମ୍ଭ ହୋଇଛି। ଏହି ବ୍ୟବସ୍ଥା ଶୀଘ୍ର ଅନ୍ୟ ସୋଆ କ୍ୟାମ୍ପସ ରେ ମଧ୍ୟ ଉପଲବ୍ଧ ହେବ ବୋଲି କହିଛନ୍ତି ଡ୍ରାଇଭ ନାମକ ଷ୍ଟାର୍ଟ-ଅପ ର ସହ ପ୍ରତିଷ୍ଠାତା ତଥା ସିଇଓ ଅଙ୍କୁର ବି. ପଟେଲ୍। ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ଇ-ସ୍କୁଟର ବ୍ୟବହାର ନିମନ୍ତେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିବା ବେଳେ ସୋଆର ଉପସଭାପତି ଶାଶ୍ୱତୀ ଦାସଙ୍କ ଉପସ୍ଥିତିରେ କ୍ୟାମ୍ପସ୍ ୨ରେ ଇ-ସ୍କୁଟର ପ୍ରଚଳନ ଆରମ୍ଭ କରାଯାଇଛି। ଏହି ଇ- ସ୍କୁଟରଗୁଡ଼ିକ ଛାତ୍ରଛାତ୍ରୀମାନଙ୍କର ବ୍ୟବହାରରେ ଆସିବ ଏବଂ କ୍ୟାମ୍ପସ୍‌ଗୁଡ଼ିକ ପ୍ରଦୂଷଣମୁକ୍ତ ହୋଇପାରିବ ବୋଲି ଶ୍ରୀମତି…

Read More

ଭୁବନେଶ୍ୱର: ଗୁରୁତର ଭାବେ ନିମୋନିଆ ରୋଗରେ ପୀଡ଼ିତ ଥିବା ଜଣେ ୭୯ ବର୍ଷୀୟ ବ୍ୟକ୍ତିଙ୍କୁ ଦୀର୍ଘ ୫୭ ଦିନ ଧରି ଚିକିତ୍ସା କରିବା ପରେ ତାଙ୍କୁ ସୁସ୍ଥ କରାଇବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତର। ନିକୁଞ୍ଜ କିଶୋର ଦାସ ନାମକ ଏହି ବ୍ୟକ୍ତି ଜଣକ ଗତ ସେପ୍ଟେମ୍ବର ୨୩ ତାରିଖ ଦିନ ଜ୍ୱର ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ। ତାଙ୍କର ନିମୋନିଆର ସମସ୍ୟା ମଧ୍ୟ ରହିଥିଲା। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯିବା ସହ ନନ୍ ଇନ୍‌ଭେସିଭ୍ ଭେଂଟିଲେସନ୍‌ରେ ରଖାଯାଇଥିଲା। ତାଙ୍କର ମଧୁମେହ, ରକ୍ତଚାପ, ହାଇପର ଥାଇରଏଡ, ଗୁରୁତର ବୃକକ୍ ସମସ୍ୟା ଏବଂ ହୃଦରୋଗ ଭଳି ଜଟିଳତା ସହ ତାଙ୍କର ପୂର୍ବରୁ ଆନ୍‌ଜିଓପ୍ଲାଷ୍ଟି ମଧ୍ୟ ହୋଇଥିବାର ଜଣାପଡ଼ିଥିଲା। ତେଣୁ ତାଙ୍କର ଚିକିତ୍ସା କରିବା ଡାକ୍ତରମାନଙ୍କ ନିମନ୍ତେ କଷ୍ଟକର ହୋଇପଡ଼ିଥିଲା। କାର୍ଡିଓଲୋଜି, ନେଫ୍ରୋଲୋଜି, ପଲ୍‌ମୁନୋଲୋଜି ବିଭାଗ ବିଶେଷଜ୍ଞ,…

Read More

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ IITF ମେଳାର ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ଆଜି ଓଡିଶା ସରକାରଙ୍କ ମୁଖପତ୍ର ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସ୍ବତନ୍ତ୍ର ସଂସ୍କରଣ ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ଉତ୍କଳ ପ୍ରସଙ୍ଗ ସମ୍ପାଦକ ଶ୍ରୀମତୀ କସ୍ତୁରୀ ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରଗତି ମୈଦାନ ଆମ୍ଫିଥିଏଟରରେ ଅନୁଷ୍ଠିତ ଏହି ସମାରୋହରେ ଓଟିଡିସି ଅଧ୍ୟକ୍ଷ ଡ. ଲେନୀନ୍ ମହାନ୍ତି, ରେସିଡେଣ୍ଟ୍ କମିଶନର ଶ୍ରୀ ରବିକାନ୍ତ, ସ୍ବତନ୍ତ୍ର ରେସିଡେଣ୍ଟ କମିଶନର ଶ୍ରୀମତୀ ଦେବଯାନୀ ଚକ୍ରବର୍ତ୍ତୀ, ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ବାରମ୍ବାର ପୋଲିସର ତାଗିଦ ସତ୍ତ୍ୱେ ସୁଧୁରୁନାହାନ୍ତି ଅମାନିଆ ଗାଡ଼ିଚାଳକ। ଅମାନିଆମାନେ ଟ୍ରାଫିକ ନିୟମକୁ ଫୁ କରି ଉଡାଇଦେଉଛନ୍ତି। ଯାହା ଫଳରେ ସାଧାରଣ ଜନତା ହଇରାଣ ହରକତ ହେଉଛନ୍ତି। ତେବେ ଅମାନିଆ ଗାଡ଼ିଚାଳକଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ। ବର୍ତ୍ତମାନ ଅମାନିଆ ଗାଡ଼ିଚାଳକଙ୍କୁ ଚି଼ହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ ତୁରନ୍ତ ମାମଲା ରୁଜୁ କରି ଚବିଶ ଘଣ୍ଟା ମଧ୍ୟରେ ଅଦାଲତରେ ପୋଲିସ ଚାର୍ଜସିଟ ଦାଖଲ କରୁଥିବା ବେଳେ ଆଜି ଏକା ସଙ୍ଗରେ ବାଲୁଗାଁ ଗାନ୍ଧୀଛକରୁ ୫ ଜଣ ଅମାନିଆ ଗାଡ଼ିଚାଳକ ଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ। ସେମାନେ ଜନଗହଳିପୂର୍ଣ୍ଣ ଗାନ୍ଧୀଛକରେ ବେପରୁଆ ବାଇକ ଚଲାଉଥିବା ବେଳେ ପୋଲିସ ପଞ୍ଝାରେ ପଡ଼ିଥିଲେ। ଏହି ପରିପ୍ରେକ୍ଷୀରେ ବାଲୁଗାଁ ପୋଲିସ ୫ ଗୋଟି ବାଇକ ଜବତ କରିବା ସହ ୫ ଗୋଟି ମାମଲା ରୁଜୁ କରି ତଦନ୍ତ ଜାରିରଖିଥିବାର ବାଲୁଗାଁ ଆଇଆଇସି ରଶ୍ମିରଂଜନ…

Read More

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ନିର୍ବାଚନ ପ୍ରକ୍ରିୟା ଓ ତତ୍‌ସଂପର୍କିତ ଆଇନକାନୁନ ବିଷୟରେ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟ ଜରିଆରେ ଅଷ୍ଟ୍ରେଲିଆର ଭିକେଫାରିଆ ବିଶ୍ୱବିଦ୍ୟାଳୟର ଆଇନ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କର ଏକ ୮ ଜଣିଆ ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ସମ୍ମିଳନୀ କକ୍ଷରେ ସାକ୍ଷାତ୍‌ କରିଛନ୍ତି। ଭାରତ ଭଳି ଏକ ବିରାଟ ଦେଶରେ ‘ରାଜ୍ୟ ଏବଂ ସଂଘୀୟ ନିର୍ବାଚନ ଆଇନ ଓ ପ୍ରକି୍ରିୟା’ ସଂପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚନାଚକ୍ରରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ନିର୍ବାଚନ ପରିଚାଳନା ନିମନ୍ତେ ଭାରତୀୟ ସମ୍ବିଧାନର ଧାରା, କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଗଠନ ସହ କେନ୍ଦ୍ରୀୟ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନର ନିଯୁକ୍ତି, ରାଜ୍ୟ ନିର୍ବାଚନ ଆୟୋଗ ଗଠନ ଓ ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତି ଇତ୍ୟାଦି ସାମ୍ବିଧାନିକ ବ୍ୟବସ୍ଥା…

Read More

ଭୁବନେଶ୍ବର: ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ଆହୁରି ବିସ୍ତାର କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ଫର୍ଚୁନ ଟାୱାରରେ ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର ଶୁଭ ଉଦ୍‍ଘାଟନ କରିଛନ୍ତି । ଏହି ନୂତନ କେନ୍ଦ୍ର ଭାରତର ପ୍ରଯୁକ୍ତି ଉତ୍ସ କେନ୍ଦ୍ର ଭାବରେ ଓଡ଼ିଶାର ସ୍ଥିତିକୁ ଆହୁରି ମଜବୁତ୍‍ କରିବ। ଭାରତ ଏବଂ ଭାରତ ବାହାରେ ଥିବା ଗ୍ରାହକଙ୍କ ସେବାପାଇଁ ଉଦ୍ଦିଷ୍ଟ ଏହି ଇନୋଭେସନ୍ ସେଣ୍ଟରରେ ଏକ ହଜାରରୁ (୧୦୦୦) ଅଧିକ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହା ବ୍ୟତୀତ ଆଗାମୀ ବର୍ଷମାନଙ୍କରେ ଓଡ଼ିଶାର ପ୍ରତିଭାବାନ୍‍ ଇଞ୍ଜିନିୟରମାନଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବ। ଏହି କେନ୍ଦ୍ର ଉଦ୍‍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ବିଗତ କିଛିବର୍ଷ ଧରି ଓଡ଼ିଶା ଆଇଟି କ୍ଷେତ୍ରରେ ଅନେକ ଦୂରଦୃଷ୍ଟିସମ୍ପର୍ଣ୍ଣ ପଦକ୍ଷେପ ନେଉଛି । ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ ହେବା…

Read More

ଭୁବନେଶ୍ବର: ଆଜି ଠାରୁ ଓଡିଶା ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଯାଇଛି। ଆଜି ପ୍ରଥମ ଦିନରେ ବିରୋଧୀଙ୍କ ଦ୍ଵାରା ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବହୁଚର୍ଚ୍ଚିତ ଅର୍ଚ୍ଚନା ପ୍ରସଙ୍ଗକୁ ନେଇ ଆଜି ଗୃହରେ ପ୍ରବଳ ହଙ୍ଗମା ହୋଇଛି। ଗୃହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏବଂ ବିଜେପି ବିଧାୟକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ ସରକାରକୁ ଆକ୍ରମଣ କରିଛନ୍ତି। ଏନେଇ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛନ୍ତି। ସେହିଭଳି ବିଜେପି ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ରୁଲିଂ ମାଗିଛି। ଗୃହର ମଧ୍ୟଭାଗରେ ଉଭୟ ବିରୋଧୀଙ୍କ ହୋହଲ୍ଲା ପରେ ଗୃହ ମୁଲତବୀ କରାଯାଇଥିଲା। ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଛି। ତେବେ ଏସବୁ ସତ୍ତ୍ୱେ ଆଜି ଗୃହରେ ୨୦୨୨-୨୩ ର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି। ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ୍ ଏହି ବଜେଟ ଆଗତ କରିଛନ୍ତି। ଅର୍ଥମନ୍ତ୍ରୀ ପଦ୍ମପୁର ଉପ-ନିର୍ବାଚନର ପ୍ରଚାରରେ ଥିବାରୁ ତାଙ୍କ…

Read More

ଭୁବନେଶ୍ୱର: ଓଡ଼ିଆ ସିନେମା ଦମନର ଲୋକପ୍ରିୟତା ଏବଂ ପ୍ରେରଣାଦାୟୀ ବିଷୟବସ୍ତୁକୁ ଲକ୍ଷ୍ୟକରି ଏହାକୁ ଜିଲ୍ଲା ଏବଂ ସବଡିଭିଜିନ ସ୍ତରରେ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ଏଥି ପାଇଁ ଉପଯୁକ୍ତ ସିନେମା ବା ଥିଏଟର ହଲ୍ ବୁକ୍ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମ୍ୟାଲେରିଆ ନିରାକରଣ ପାଇଁ ୨୦୧୬ ମସିହାରେ ରାଜ୍ୟ ସରକାର ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ (ଦମନ) କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ବିଶେଷତଃ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, ନୂଆପଡା ଏବଂ କନ୍ଧମାଳ ଆଦି ୮ ଟି ଜିଲ୍ଲାର ପ୍ରାୟ ୮୦୦୦ ମ୍ୟାଲେରିଆ ପ୍ରବଣ ଗ୍ରାମମାନଙ୍କରୁ ଏହି ଘାତକ ଜ୍ୱରର ନିରାକରଣ ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଇଥିଲା। କ୍ଷେତ୍ର ସ୍ତରରେ କାର୍ଯ୍ୟରତ ଡ଼ାକ୍ତର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ମିଳିତ ଉଦ୍ୟମ ଫଳରେ ମ୍ୟାଲେରିଆ ନିରାକରଣ ଦିଗରେ…

Read More

ନୂଆଦିଲ୍ଲୀ: ଫିଫା ବିଶ୍ୱକପ-୨୦୨୨ ରେ କାମେରୁନକୁ ୧-୦ ରେ ସ୍ୱିଜରଲ୍ୟାଣ୍ଡ ପରାସ୍ତ କରି ଏକ ବିଜୟ ଆରମ୍ଭ କରିଥିଲା। ପ୍ରଥମାର୍ଦ୍ଧରେ ଉଭୟ ଦଳ ସମାନ ହୋଇଥିଲେ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ସ୍ୱିଜରଲ୍ୟାଣ୍ଡର ଖେଳ ଟିକେ ଭଲ ଥିଲା ଏବଂ ସେମାନେ ମ୍ୟାଚକୁ ନିଜ ନାମରେ କରିବା ପାଇଁ ସକ୍ଷମ ହୋଇଥିଲେ। ମ୍ୟାଚର ପ୍ରଥମ ୧୫ ମିନିଟରେ କାମେରୁନଙ୍କ ଦଳ ଅଧିକ ଆକ୍ରମଣାତ୍ମକ ଦେଖାଯାଉଥିଲା, କିନ୍ତୁ ପରେ ସେମାନଙ୍କ ଖେଳ ଟିକେ ମନ୍ଥର ହୋଇଗଲା। ମ୍ୟାଚର ଦଶମ ମିନିଟରେ କାମେରୁନ୍ ର ବ୍ରାଏନ୍ ବ୍ୟେମୁ ମାର୍ଟିନ୍ ହୋଙ୍ଗଲାଙ୍କ ସହାୟତାରେ ଏକ ବଡ଼ ସଟ୍ କରିଥିଲେ, କିନ୍ତୁ ଏହାକୁ ରୋକି ଦିଆଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ କାମେରୁନରୁ ଆଉ ଏକ ଆକ୍ରମଣ ଆସିଥିଲା, କିନ୍ତୁ ଏହାକୁ ମଧ୍ୟ ରକ୍ଷା କରାଯାଇଥିଲା। ୨୬ ତମ ମିନିଟରେ କାମେରୁନଙ୍କ ଦଳ ପୁଣି ଗୋଲ ସ୍କୋର କରିବାକୁ ନିକଟତର ହୋଇଥିଲେ, କିନ୍ତୁ ଏଥର ମଧ୍ୟ ସେମାନଙ୍କ ଆକ୍ରମଣକୁ ବିଫଳ କରିଦିଆଯାଇଥିଲା। ୪୦…

Read More

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ପୁଣି ଥରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଟାର୍ଗେଟ କରିଛନ୍ତି। ସଚିନ ପାଇଲଟଙ୍କୁ ସମାଲୋଚନା କରି ଅଶୋକ ଗେହଲୋଟ ତାଙ୍କୁ ଗଦ୍ଦାର ବୋଲି କହିଛନ୍ତି। ସେ କହିଛନ୍ତି ଯେ, “ଜଣେ ଗଦ୍ଦାର ମୁଖ୍ୟମନ୍ତ୍ରୀ ହୋଇପାରିବ ନାହିଁ। ହାଇକମାଣ୍ଡ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରି ପାରିବେ ନାହିଁ। ଯେଉଁ ବ୍ୟକ୍ତିଙ୍କର ୧୦ ଜଣ ବିଧାୟକ ନାହାଁନ୍ତି, ଯିଏ ବିଦ୍ରୋହ କରିଛନ୍ତି, ଦଳ ପ୍ରତି ବିଶ୍ୱାସଘାତକତା କରିଛନ୍ତି, ସେ ଗଦ୍ଦାର।” ୨୦୨୦ ର ରାଜନୈତିକ ସଙ୍କଟ ସମ୍ପର୍କରେ ଅଶୋକ ଗେହଲୋଟ୍ କହିଛନ୍ତି ଯେ, ଦେଶର ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଥଲା ଯେ ଦଳର ସଭାପତି ତାଙ୍କ ସରକାରକୁ ହଟାଇବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ବିଜେପି ଟଙ୍କା ଦେଇଥିଲା ବୋଲି ସେ କହିଛନ୍ତି। ବିଜେପିର ଦିଲ୍ଲୀ କାର୍ଯ୍ୟାଳୟରୁ ୧୦ କୋଟି ଟଙ୍କା ଆସିଥିଲା, ମୋ ପାଖରେ ପ୍ରମାଣ ଅଛି। କାହାକୁ କେତେ ଟଙ୍କା ଦିଆଗଲା ମୁଁ…

Read More

ସୁନ୍ଦରଗଡ଼/ରାଉରକେଲା: “ମୋ ଝିଅର ବୟସ ୨ ବର୍ଷ। ହେଲେ ତା’ର ଓଜନ ବଢ଼ୁ ନଥିବାରୁ ମୁଁ ଚିନ୍ତାରେ ଥିଲି। ଅଙ୍ଗନବାଡ଼ି ଦିଦିଙ୍କ କଥାରେ ମୁଁ ତାକୁ ଧରି ପୁଷ୍ଟି ସାଧନ କେନ୍ଦ୍ରକୁ ଆସିଲି। ଏଠାରେ ଡାକ୍ତର ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଛନ୍ତି। ତା’ ସାଙ୍ଗକୁ କେନ୍ଦ୍ରରେ ତାକୁ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଆଯାଉଛି। ଫଳରେ ତା’ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି”, କହନ୍ତି ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ବରପାଲି ଗ୍ରାମର ବିନିତା ମଗର। ସେହିପରି ନୂଆଗାଁ ବ୍ଲକ ଝରିଆଟୋଲି ଗ୍ରାମର ଅନିସ୍ ଥରମିଞ୍ଜ କହନ୍ତି, “ମୋ ପୁଅ ବହୁତ ଦୁର୍ବଳ ଥିଲା। ତେଣୁ ତାକୁ ନେଇ ମୁଁ ରାଉରକେଲାରେ ଥିବା ଏନଆରସିକୁ ଆସି ପ୍ରାୟ ୧୫ ଦିନ ରହିଥିଲି। ଏହି ସମୟରେ ପୁଅର ନିୟମିତ ଓଜନ, ଉଚ୍ଚତା ମାପ କରି ତାକୁ ଔଷଧ ସହିତ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଦିଆଯାଉଥିଲା। ଏବେ ସେ ଆଗ ଅପେକ୍ଷା ସୁସ୍ଥ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଗୋଆ ସରକାରଙ୍କ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଧନତେରସ ଅବସରରେ କେନ୍ଦ୍ରୀୟ ସ୍ତରରେ ରୋଜଗାର ମେଳାର ଶଭୁାରମ୍ଭ କରିଥିଲେ। କେନ୍ଦ୍ର ସ୍ତରରେ 10 ଲକ୍ଷ ଚାକିରି ଯୋଗାଇବା ପାଇଁ ଏହି ଅଭିଯାନର ଆରମ୍ଭ କରାଯାଇଥିଲା। ସେବେଠାରୁ ପ୍ରଧାନମନ୍ତ୍ରୀ ଗୁଜରାଟ, ଜାମ୍ମୁ ଓ କାଶ୍ମୀର ଏବଂ ମହାରାଷ୍ଟ୍ର ସରକାରଙ୍କ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ବିଭିନ୍ନ ସରକାରୀ ବିଭାଗର ସମସ୍ତ ନୂତନ ନିଯୁକ୍ତ ବ୍ୟକ୍ତିଙ୍କ ପାଇଁ ଅନ୍‌ଲାଇନ୍ ଓରିଏଣ୍ଟେସନ୍ ପାଠ୍ୟକ୍ରମ ପାଇଁ ଗୋଟିଏ ଦିନ ପୂର୍ବରୁ କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ୍ ମଧ୍ୟ ଆରମ୍ଭ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନିଯୁକ୍ତିପତ୍ର ପାଇଥିବା ଯୁବକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଗୋଆ ସରକାର ନିଯୁକ୍ତି କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ। ଆସନ୍ତା ମାସରେ ଗୋଆ ପୋଲିସ ଏବଂ ଅନ୍ୟାନ୍ୟ ବିଭାଗରେ ଅଧିକ ନିଯୁକ୍ତି ପ୍ରକ୍ରିୟା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ୨୫ ନଭେମ୍ବର, ୨୦୨୨ରେ ଲଚିତ ବରଫୁକନଙ୍କ ୪୦୦ତମ ଜୟନ୍ତୀ ଉପଲକ୍ଷେ ବର୍ଷେବ୍ୟାପୀ ଚାଲିଥିବା ସମାରୋହର ଉଦଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଦେଶର ଅପରିଚିତ ନାୟକମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଲଗାତାର ଭାବେ ପ୍ରୟାସ କରି ଆସୁଛନ୍ତି। ଏହି କ୍ରମରେ, ଦେଶ ୨୦୨୨ ବର୍ଷକୁ ଲଚିତ ବରଫୁକନଙ୍କ ୪୦୦ତମ ଜନ୍ମଜୟନ୍ତୀ ବର୍ଷ ଭାବେ ପାଳନ କରୁଛି। ବର୍ଷେ ବ୍ୟାପୀ ଆୟୋଜନ ହେଉଥିବା ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ଫେବୃଆରୀ ମାସରେ ଆରମ୍ଭ ହୋଇଥିଲା। ତତ୍‌କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୌହାଟୀ ଠାରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଲଚିତ ବରଫୁକନ (୨୪ ନଭେମ୍ବର, ୧୬୨୨ – ୨୫ ଏପ୍ରିଲ, ୧୬୭୨) ଆସାମର ଅହୋମ ରାଜ୍ୟରେ ରାଜକୀୟ ସେନାର ପ୍ରସିଦ୍ଧ ସେନାପତି ଥିଲେ। ଆଉରଙ୍ଗଜେବ ଅଧୀନରେ ମୋଗଲ ସାମ୍ରାଜ୍ୟର ମହତ୍ବାକାଂକ୍ଷୀ ଚିରବିସ୍ତାରବାଦୀ ଅଭିଯାନକୁ ସେ ସଫଳତାପୂର୍ବକ ରୋକିବାରେ ସକ୍ଷମ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ ଆସିଛି ସାଙ୍ଘାତିକ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ଜିଲ୍ଲାପାଳଙ୍କ ପିଏ ହେମନ୍ତ ଭୋଇଙ୍କ ପତ୍ନୀ ସବିତା ନାୟକ। ଏ ନେଇ ସବିତା ଆଜି ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଜାତିଆଣ ଆକ୍ଷେପ, ମାନସିକ ଯନ୍ତ୍ରଣା, ସରକାରୀ କାର୍ଯ୍ୟ ପରିବର୍ତ୍ତେ ବାସଭବନରେ କାର୍ଯ୍ୟ କରାଉଥିବା ନେଇ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ସବିତା ନାୟକ। ତେବେ ଦୀର୍ଘଦିନ ଧରି ଏପରି ନିର୍ଯାତନା ଜିଲ୍ଲାପାଳ ସ୍ୱାମୀ ହେମନ୍ତଙ୍କୁ ଦେଇ ଆସୁଥିବା କହିଛନ୍ତି ସବିତା। ତେବେ ଟାଉନ ଥାନା ପକ୍ଷରୁ ଏ ସମ୍ପର୍କରେ କୌଣସି ମାମଲା ଏଯାବତ ରୁଜୁ ହୋଇନଥିବା ଜଣାପଡିଛି। ତେବେ ଘଟଣାରେ ସତ୍ୟତା ଅଛି ନା ଜାଣିଶୁଣି ଜିଲ୍ଲାପାଳଙ୍କୁ ବଦନାମ କରିବା ପାଇଁ ଏହା ଏକ ଚକ୍ରାନ୍ତ, ତାହା ତଦନ୍ତ ପରେ ଜଣାପଡିବ।

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଜଣେ ନୂଆ ନେତାଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ପ୍ରଦାନ କରିଛି। ସେ ହେଲେ ମହେନ୍ଦ୍ର ବଢେଇ। ନିକଟରେ ମହେନ୍ଦ୍ର ସରକାରୀ ଚାକିରୀ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ସେ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ। ମହେନ୍ଦ୍ର ପଦ୍ମପୁର ଅଞ୍ଚଳର ହୋଇଥିବାରୁ ଟିକେଟ ପାଇବାକୁ ଆଶାୟୀ ଥିଲେ। ହେଲେ ଶେଷ ମୂହୁର୍ତ୍ତରେ ବର୍ଷା ସିଂ ବରିହାଙ୍କୁ ଟିକେଟ ମିଳିଥିଲା। ସେଥିପାଇଁ ମହେନ୍ଦ୍ରଙ୍କୁ  ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି। ମହେନ୍ଦ୍ର ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ।

Read More