ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ ଉତ୍କର୍ଷ ଓଡିଶା ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଓଡିଶାର ବିକାଶ ପାଇଁ ନୂଆ ସମ୍ଭାବନାର ଆଶା ସଂଚାର କରିଛନ୍ତି। ମୁଖ୍ୟତଃ ଓଡିଶାର ଶିଳ୍ପ ସହିତ ପର୍ଯ୍ୟଟନର ବିକାଶ ପାଇଁ ନିବେଶକ ଆଗେଇ ଆସିବାକୁ ସେ ଆହ୍ବାନ କରିଛନ୍ତି। ଆଜି ଜନତା ମଇଦାନରେ ଆୟୋଜିତ ଏହି ସମ୍ମିଳନୀରେ ସେ ଓଡିଶାରେ କନଭେନସ ଓ ଲାଇଭ କନସର୍ଟ ପର୍ଯ୍ୟଟନ ପାଇଁ ଆଗେଇ ଆସିବାକୁ ନିବେଶକଙ୍କୁ କହିଛନ୍ତି। ସେ ଉଦବୋଧନ ଦେଇ କହିଛନ୍ତି ଯେ, ଦିଲ୍ଲୀରେ ଭାରତ ମଣ୍ଡପମ ପରି ଓଡିଶାରେ ମଧ୍ୟ ଏକ ବଡ ମଣ୍ଡପର ଆବଶ୍ୟକତା ରହିଛି। କାରଣ ଓଡିଶାରେ ଯେପରି ପ୍ରାକୃତିକ ତଥା ଐତିହାସିକ ସ୍ଥଳ ରହିଛି ତାହା ଏହି କନଭେସନ କରାଗଲେ ଉନ୍ନତି ହୋଇପାରିବ। ଦେଶ ବିଦେଶରୁ ଲୋକେ ଆସି ଏଠାରେ ସମ୍ମିଳନୀର ଆୟୋଜନ କରିବେ। ସେହିପରି ଓଡିଶାରେ ଯେପରି ସାଂସ୍କୃତିକ ଶୋଭାରାଶି ରହିଛି…
Author: Samikhsya Bureau
ଭୁବନେଶ୍ବର: ପୁଣିଥରେ ଅସୁସ୍ଥ ହୋଇପଡିଛନ୍ତି ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ନେତା ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନ। ସେ ବର୍ତ୍ତମାନ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯିବ ବୋଲି ଜଣାପଡିଛି। ପୂର୍ବରୁ ଶ୍ରୀଯୁକ୍ତ ବିଶ୍ବଭୂଷଣ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। କିଛିଦିନ ପରେ ସୁସ୍ଥ୍ୟ ହେବା ପରେ ସେ ଡାକ୍ତରଖାନାରୁ ଡିସଚାର୍ଯ୍ୟ ହୋଇଥିଲେ। ଏହାପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଆସୁଛନ୍ତି। ସେ ଛତିଶଗଡ ରାଜ୍ୟପାଳ ପଦବୀରୁ ଅବସର ନେବା ପରେ ବର୍ତ୍ତମାନ ଭୁବନେଶ୍ବରରେ ରହୁଛନ୍ତି।
ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଭୁବନେଶ୍ବରରେ ଆୟୋଜିତ ବହୁ ପ୍ରତିକ୍ଷୀତ ଉତ୍କର୍ଷ ଓଡିଶୀ ସମ୍ମିଳନୀ ଉଦଘାଟିତ ହୋଇଛି। ଜନତା ମଇଦାନରେ ଚାଲିଥିବା ଏହି ଉଦଘାଟନ ଉତ୍ସବରେ ରାଜ୍ୟପାଳ ହରିବାବୁ କୁମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ଥିଲେ। ପ୍ରଥମେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀର ଆୟୋଜିତ ହୋଇଥିବା ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହାପରେ ସେ ମୁଖ୍ୟ ମଣ୍ଡପରେ ଯୋଗଦେଇ ଦେଶ ଏବଂ ଦେଶ ବାହାରୁ ଆସିଥିବା ଶିଳ୍ପପତିଙ୍କୁ ଉଦବୋଧନ ଦେଇଥିଲେ। ଏହି ସମ୍ମିଳନୀର, କୁମାର ମଙ୍ଗଳମ ବିର୍ଲା, ସଜନ ଜିନ୍ଦଲ, ନବୀନ ଜିନ୍ଦଲ, ଅନିଲ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଛନ୍ତି। ଏହି ଉଦଘାଟନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବଙ୍କ ସହିତ ଓଡିଶାର ସବୁ ମନ୍ତ୍ରୀ ଏବଂ ବିଧାୟକ ସହ ବହୁ ସାଂସଦ ଯୋଗଦେଇଥିଲେ।
ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କର କାର, ବାଇକ କିମ୍ବା ସ୍କୁଟରକୁ ରାସ୍ତାରେ ଚଲାଇବାକୁ ଚାହୁଁଛନ୍ତି, ତେବେ ବୀମା କରାଇବା ନିହାତି ଆବଶ୍ୟକ। ଯଦି ଆପଣଙ୍କ ଗାଡ଼ିର ଥାର୍ଡ ପାର୍ଟି ବୀମା ନାହିଁ, ତାହେଲେ ଏବେଠାରୁ ଆପଣଙ୍କୁ ପେଟ୍ରୋଲ ପମ୍ପରେ ଇନ୍ଧନ ମିଳିବ ନାହିଁ। ନୂତନ ନିୟମ ଅନୁଯାୟୀ, ଯେଉଁ ଗାଡ଼ିର ବୀମା ନାହିଁ, ସେଗୁଡ଼ିକୁ ଭାରୀ ଜରିମାନା ମଧ୍ୟ ଲାଗିବ। ନୂତନ ନିୟମ ଅନୁଯାୟୀ, ଆପଣ ଆପଣଙ୍କର ଗାଡ଼ି ପାଇଁ ମାନ୍ୟତାପ୍ରାପ୍ତ ଥାର୍ଡ ପାର୍ଟି ବୀମା ନ ଥିଲେ, ଆପଣ ପେଟ୍ରୋଲ କିମ୍ବା ଡିଜେଲ କିଣି ପାରିବେ ନାହିଁ। କେବଳ ଇନ୍ଧନ ନୁହେଁ, ଫାସଟ୍ୟାଗ୍ ପାଇଁ ମଧ୍ୟ ଆପଣଙ୍କୁ ବୀମାର କାଗଜପତ୍ର ଦେଖାଇବାକୁ ପଡ଼ିବ। ତାର ଅର୍ଥ ହେଉଛି ଆପଣଙ୍କ ଗାଡ଼ିର ମାନ୍ୟତାପ୍ରାପ୍ତ ଥାର୍ଡ ପାର୍ଟି ବୀମା ପଲିସିକୁ ଫାସଟ୍ୟାଗ୍ ସହିତ ଯୋଡ଼ିବା ଆବଶ୍ୟକ। ଯଦି ଆପଣଙ୍କ ପାଖରେ ଥାର୍ଡ ପାର୍ଟି ବୀମା ପ୍ରମାଣ ପତ୍ର ଅଛି ତେବେ ଆପଣ ଇନ୍ଧନ…
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଗତକାଲି ଏକାଧିକ ସ୍ଥାନରେ ଛୋଟ ବଡ଼ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ହଳନ୍ଦା ସେବା ସମବାୟ ସମିତି ଲିଃ ର କାର୍ଯ୍ୟାଳୟ ରୁ ଗତକାଲି ରାତିରେ ଦୁର୍ବୁତ୍ତ ମାନେ କବାଟ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ସରଞ୍ଜାମ ଚୋରି କରି ନେଇଛନ୍ତି। ଉକ୍ତ କାର୍ଯ୍ୟାଳୟରୁ ଗୋଟାଏ ମନିଟର, ଦୁଇ ଗୋଟି ସିପିୟୁ, ଗୋଟିଏ ଲାପଟପ, ଚାରି ଗୋଟି ସିସିଟିଭି, ଦୁଇ ଗୋଟି ପ୍ରିଣ୍ଟର ଏବଂ ଅନ୍ୟ ଛୋଟ ମୋଟ ଜିନିଷ ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଧ୍ଵ ହେବ ଆଦି ଚୋରି ହୋଇଯାଇଛି। ଏ ନେଇ ଆଜି ସକାଳେ ସେବା ସମବାୟ ସମିତିର ସମ୍ପାଦକ ଜୟନ୍ତ କୁମାର ରଣସିଂହ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ଭାବେ ହଳନ୍ଦା ଛକ ଉପରେ ଅବସ୍ଥିତ ଏକ ଦୋକାନ ଗୃହର ସିସିଟିଭି ମଧ୍ୟ ଚୋରି ହୋଇଯାଇଥିବା ଦୋକାନ…
ଭୁବନେଶ୍ବର: ଗତକାଲି ରାତିରେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରୀ ହେବା ଘଟଣା ନେଇ ବିଜେପି ସରକାରଙ୍କ ଟାର୍ଗେଟ କରିଛି। ବିଜେଡି କହିଛି ଯେ, ରାଜଧାନୀ ଭୁବନେଶ୍ୱରର ଭିଆଇପି କଲୋନୀରେ ରହୁଥିବା ବରିଷ୍ଠ ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି ଖବର ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିର ନଗ୍ନ ଉଦାହରଣ। ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନର କଡ଼ା ସୁରକ୍ଷା ସତ୍ତ୍ୱେ ବରିଷ୍ଠ ନେତାଙ୍କ ଘରୁ ଯଦି ଡକାୟତି ହେଉଛି, ତେବେ ସାଧାରଣ ଜନତାଙ୍କ ଧନଜୀବନ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟରେ ବିଜେପି ସରକାର ଗଠନ ପରଠାରୁ ଆଇନଶୃଙ୍ଖଳା ସ୍ଥିତି ଦୟନୀୟ ହୋଇଗଲାଣି। ପ୍ରବାସୀ ଭାରତୀୟ ଦିବସ ଅବସରରେ ଭୁବନେଶ୍ଵରକୁ ପ୍ରଧାନମନ୍ତ୍ରୀ ଆସୁଥିବା ବେଳେ ସ୍ପଷ୍ଟ ଦିବାଲୋକରେ ବିଭତ୍ସ ହତ୍ୟାକାଣ୍ଡ ଘଟୁଛି। ଦୁଇ ଦିନ ପରେ ମଧ୍ୟ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଆସୁଛନ୍ତି। ତାର ଠିକ ପୂର୍ବରୁ ଭିଆଇପି କଲୋନୀରେ ଚୋର ମାତିଛନ୍ତି।…
ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୬ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପତି ସକାଳ ୮.୨୮ ରେ ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୂଜା, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଓ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ୱା. ବି. ଖୁରାନିଆ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମାଣ୍ଡର ମହେଶ ରାହାଙ୍ଗ୍ଲେ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ । ରାଜ୍ୟପାଳ ୮.୩୦ ମିନିଟ୍ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେଡ୍ କମାଣ୍ଡର ଶ୍ରୀ ଶୁଭମ୍ ଭୋସଲେ…
ଭୁବନେଶ୍ବର: ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ରେ ଆଜି ସାଧାରଣତନ୍ତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଆୟୋଜିତ ସମାବେଶ ରେ ଉଦବୋଧନ ଦେଇ ଶ୍ରୀ ପଟନାୟକ କହିଥିଲେ ଯେ, ଭାରତ ଏକ ମହାନ ଦେଶ. ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆମ ସ୍ୱାଧୀନତା ସଂଗ୍ରାମ ସାରା ବିଶ୍ୱ କୁ ଶାନ୍ତି,ଅହିଂସା ଓ ମୈତ୍ରୀର ବାର୍ତ୍ତା ଦେଇଛି। ଏହି ଅବସରରେ ଆମର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମୋର ସମ୍ମାନ ଜଣାଉଛି। ଆମ ସମ୍ବିଧାନ ର ଜନକ ଡ଼କ୍ଟର ବି ଆର ଆମ୍ବେଦକର ଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଶ୍ରୀ ପଟ୍ଟନାୟକ କହିଲେ ଯେ, ଆମ ସମ୍ବିଧାନ ହେଉଛି ଏକତା ର ଗ୍ରନ୍ଥ। ବହୁ ଭାଷା ଧର୍ମ ଜାତି କୁ ନେଇ ଗଠିତ ଭାରତ କୁ ଏକତା ସୂତ୍ର ରେ ବାନ୍ଧି ରଖିବାରେ ଆମ ସମ୍ବିଧାନ…
ଭୁବନେଶ୍ୱର: ଦେଶର ୭୬ତମ ସାଧାରଣତନ୍ତ୍ର ଦିବସକୁ ଓଡିଶାରେ ଗର୍ବ ଏବଂ ଉତ୍ସାହର ସହିତ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଟକରେ ପତାକା ଉତ୍ତୋଳନ କରିଛନ୍ତି। ଜିଲ୍ଲା ସ୍ତରୀୟ ଉତ୍ସବରେ ସେ ଯୋଗ ଦେଇ ଏହି ଅବସରରେ ସେ ପରେଡର ଅଭିବାଦନ ଗ୍ରହଣ କରିଥିଲେ। ସମାରୋହରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ସ୍ଵାଧୀନ ଭାରତର ସାଂସ୍କୃତିକ ଓ ସାମାଜିକ ଉତ୍ଥାନରେ ଏହି ଦିନ ବିଶେଷ ଗୁରୁତ୍ୱ ବହନ କରେ। ୧୯୪୭ରେ ସ୍ଵାଧୀନତା ଏବଂ ୧୯୫୦ରେ ଗଣତନ୍ତ୍ର ପ୍ରତିଷ୍ଠା ମଧ୍ୟରେ ଏକ ମହାନ ସଂଘର୍ଷର କାହାଣୀ ରହିଛି। ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି: ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜାତୀୟ ଓ ରାଜ୍ୟ ସ୍ତରର ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବୀର ସୁରେନ୍ଦ୍ର ସାଏ, ଉତ୍କଳମଣି ଗୋପବନ୍ଧୁ ଦାସ, ଶହୀଦ୍ ବାଜି ରାଉତ ଓ ଅନ୍ୟ ମହାନ ନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ମଧ୍ୟ ସ୍ମରଣ କରିଛନ୍ତି। ନୂତନ ଯୋଜନା ଘୋଷଣା: ରାଜ୍ୟର ମହିଳା ସଶକ୍ତିକରଣ…
ଭୁବନେଶ୍ବର: ଆଜି ବିଜେଡି ବଡ ନିଷ୍ପତି ଗ୍ରହଣ କରିଛି। ଏକ ଦଳିୟ ବିଜ୍ଞପ୍ତି ଜାରୀ କରାଯାଇ ଦଳର ସମସ୍ତ ଛାମୁଆ ସଂଗଠନକୁ ଭାଙ୍ଗି ଦିଆଯାଇଛି। ସେଗୁଡିକ ହେଲା ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମୁଖ୍ୟ, ଲିଗାଲ ସେଲ ଏବଂ ପ୍ରବାସୀ ସେଲ ରହିଛି। ଆଜି ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳର ସମସ୍ତ ଛାମୁଆ ସଂଗଠନକୁ ତୁରନ୍ତ ଭାଙ୍ଗି ଦିଆଯାଇଛି। ଆଗକୁ ଦଳିୟ ନିର୍ବାଚନ ରହିଥିବାରୁ ଏହି ନିଷ୍ପତି ନିଆଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ଭୁବନେଶ୍ବର: କଂଗ୍ରେସର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଗତକାଲି ଚୋରୀ ହୋଇଯାଇଛି। ଏ ନେଇ ନିରଞ୍ଜନ ପଟ୍ଟନାୟକଙ୍କ ତରଫରୁ ନୟାପଲ୍ଲୀ ଥାନାରେ ଅଭିଯୋଗ କରାଯାଇଛି। ଏହାପରେ ପୋଲିସର ତନାଘନା ଆରମ୍ଭ ହୋଇଯାଇଛି। ଘଟଣାରୁ ଜଣାପଡିଛି ଯେ, ଗତକାଲି ବିଳମ୍ବିତ ରାତିରେ ନୟାପଲ୍ଲୀରେ ଥିବା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋର ପଶିଥିଲେ। ସେମାନେ ପ୍ରାୟ ରାତି 2 ଟା 30 ରେ ଘରେ ପଶି ସବୁ ଲୁଟପାଟ କରି 3 ଟା 30 ରେ ଘରୁ ବାହାରିଥିଲେ। ଏହା ଘରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ଚୋରମାନେ ତାଙ୍କ ଘରୁ ବହୁ ମୂଲ୍ୟବାନ ଅଳଙ୍କାର ସହିତ ନଗଦ ଟଙ୍କା ଚୋରୀ କରିଥିବାର ଜଣାପଡିଛି।
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ଆଜି ଘୋଷଣା ହୋଇଛି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର। ଏଥିରେ ତିନୋଟି ବର୍ଗରେ ପ୍ରଦାନ କରାଯାଇଥାଏ। ତାହା ହେଲା ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ। ଚଳିତ ବର୍ଷ ୭ ଜଣଙ୍କୁ ପଦ୍ମବିଭୂଷଣ, ୧୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପାଇଁ ମନୋନିତ ହୋଇଛନ୍ତି। ଏଥିରେ ଯେଉଁମାନେ ମନୋନିତ ହେଉଛନ୍ତି ସେମାନେ ହେଲ ପଦ୍ମ ବିଭୂଷଣ ଶ୍ରୀ ଦୁଭ୍ୱୁର ନାଗେଶ୍ୱର ରେଡ୍ଡୀ – ଚିକିତ୍ସା ନ୍ୟାୟାଧୀଶ (ସେନା ଭୃତ୍ତ) ଶ୍ରୀ ଜଗଦୀଶ ସିଂହ ଖେହର – ସାର୍ବଜନିକ କାର୍ୟ୍ୟ ଶ୍ରୀମତୀ କୁମୁଦିନୀ ରାଜନିକାନ୍ତ ଲାଖିଆ – କଳା ଶ୍ରୀ ଲକ୍ଷ୍ମୀନାରାୟଣ ସୁବ୍ରମଣୀୟମ୍ – କଳା ଶ୍ରୀ ଏମଟି ବାସୁଦେବନ ନାୟର (ମରଣୋତ୍ତର) – ସାହିତ୍ୟ ଏବଂ ଶିକ୍ଷା ଶ୍ରୀ ଓସାମୁ ସୁଜୁକି (ମରଣୋତ୍ତର) – ବ୍ୟବସାୟ ଏବଂ ଶିଳ୍ପ ଶ୍ରୀମତୀ ଶାରଦା ସିନ୍ହା (ମରଣୋତ୍ତର) – କଳା ପଦ୍ମଭୂଷଣ ଶ୍ରୀ ଏ.…
ଭୁବନେଶ୍ୱର: ଓଡ଼ିଶାର ଅନେକ ସୁନେଲି ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ ‘ପଦ୍ମ ପୁରସ୍କାର’ ପାଇଁ ଚୟନ କରି ଜାତୀୟ ସ୍ତରରେ ସେମାନଙ୍କୁ ସର୍ବଶ୍ରେଷ୍ଠ ସମ୍ମାନ ପ୍ରଦାନ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ଶ୍ରୀ ପ୍ରଧାନ ଦେଶର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ ମୋଦୀ ସରକାରରେ ସର୍ବଦା ଓଡ଼ିଆ ଲୋକମାନେ ଯଥୋଚିତ ସମ୍ମାନ ସମ୍ମାନ ପାଇ ଆସୁଛନ୍ତି । ଓଡ଼ିଶାର ଅସାଧାରଣ ଲୋକପ୍ରତିଭାକୁ ପରିଚୟ ଦେବା ସହ ସମ୍ମାନିତ କରିବା ମୋଦୀ ସରକାରଙ୍କ ଉଚ୍ଚ ପରମ୍ପରା ହୋଇଛି । ପଦ୍ମ ପୁରସ୍କାର ମାଧ୍ୟମରେ ବଣମଲ୍ଲିକୁ ଲୋକଲୋଚନକୁ ଆଣିବା ପାଇଁ ଆମ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ପଦ୍ମ…
ନୂଆଦିଲ୍ଲୀ: ଶେଷରେ ଘୋଷଣା ହେଲା ପଦ୍ମଶ୍ରୀ ପୁରସ୍କାର। ଆଜି କେନ୍ଦ୍ର ସରକାରଙ୍କ ତରଫରୁ ଏହି ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡିଶାରୁ ମୋଟ ଚାରିଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି। ସେମାନେ ହେଲେ 1- ଅଦୈତ୍ୟ ଗଡନାୟକ- କଳା 2- ଅଶୋକ କୁମାର ମହାପାତ୍ର- ମେଡିସିନ 3- ଦୁର୍ଗା ଚରଣ ରଣଭୀର- ଓଡିଶୀ 4- ପ୍ରତିଭା ଶତପଥୀ- ସାହିତ୍ୟ ଓ ଶିକ୍ଷା ଏଥର ମୋଟ 7 ଜଣଙ୍କୁ ପଦ୍ମବିଭୂଷଣ, 19 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପାଇଁ ମନୋନିତ କରାଯାଇଛି।
ଭୁବନେଶ୍ବର: ଓଡ଼ିଶା ଉଠା ଜଳସେଚନ ନିଗମର ୨୦୭ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ (ବୋର୍ଡ ଅଫ୍ ଡାଇରେକ୍ଟର୍ସ ) ବୈଠକ ଗତ ୨୪ ତାରିଖ ଶୁକ୍ରବାର ଦିନ ଉନ୍ନୟନ କମିଶନର ଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଏଲ୍ଆଇସିର ଅଧ୍ୟକ୍ଷ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଏଲଆଇସିର ପରିଚାଳନା ନିର୍ଦ୍ଦେଶକ ତଥା ବୋର୍ଡର ନିର୍ଦ୍ଦେଶକ ଶ୍ରୀ ଆଲୋକ କୁମାର କରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ବୈଠକରେ ଆଲୋଚନା ପୂର୍ବକ ପରିଷଦ ଦ୍ୱାରା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି l କନ୍ଧମାଳ ଜିଲ୍ଲାରେ ୫୦୦ ଟି, ମୟୂରଭଞ୍ଜ ଜିଲ୍ଲାରେ ୬୦୦ ଟି, ଦେବଗଡ଼ ଜିଲ୍ଲାରେ ୩୦୦ଟି , କୋରାପୁଟ ଜିଲ୍ଲାରେ ୭୦୦ ଟି , ନବରଙ୍ଗପୁର ଜିଲ୍ଲାରେ ୧୦୦୦ ଟି ଏବଂ ନୂଆପଡ଼ା ଜିଲ୍ଲାରେ ୧୦୦୦ ସଂଖ୍ୟକ ସୋଲାର ଡିପ୍ ବୋରୱେଲ ସ୍ଥାପନ ପାଇଁ ଟେଣ୍ଡର ପ୍ରସ୍ତାବକୁ ବୋର୍ଡ…
ଭୁବନେଶ୍ବର: ଜାନୁଆରୀ ୨୫, ୨୦୨୫ ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ଘୋଷଣା କରିବାକୁ ଯାଉଛନ୍ତି। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରେ ପଦ୍ମ ପୁରସ୍କାରଗୁଡ଼ିକ ତିନୋଟି ବର୍ଗରେ ପ୍ରଦାନ କରାଯାଏ – ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ନାଗରିକ ସେବା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଏ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଭାରତର ରାଷ୍ଟ୍ରପତି ଏହି ପୁରସ୍କାର ଘୋଷଣା କରନ୍ତି। ପଦ୍ମ ପୁରସ୍କାର ମଧ୍ୟରେ ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୂଷଣ, ଅସାଧାରଣ ଏବଂ ବିଶିଷ୍ଟ ସେବା ପାଇଁ, ଉଚ୍ଚ ସ୍ତରର ବିଶିଷ୍ଟ ସେବା ପାଇଁ ପଦ୍ମ ଭୂଷଣ ଏବଂ ଯେକୌଣସି କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯାଏ।
ଭୁବନେଶ୍ବର: ବିଭିନ୍ନ ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା କରିଛି ରାଜ୍ୟ ବିଜେପି। ସେହି ଅନୁସାରେ ବିଭିନ୍ନ ଜିଲ୍ଲାର ସଭାପତି ହେଲେ ଗଞ୍ଜାମ : ସରୋଜ ସାବତ ବଲାଙ୍ଗୀର : ଶ୍ରୀବତ୍ସ ବେହେରା ପୁରୀ: ଦେବେନ୍ଦ୍ର ତରାଇ ସୁନ୍ଦରଗଡ଼ : ଗିରିଶ ସାହୁ ଢେଙ୍କାନାଳ : ରାହାସ ବିହାରୀ ବେହେରା କେନ୍ଦ୍ରାପଡ଼ା : ଶଶାଙ୍କ ଶେଖର ସେଠି ବାଲେଶ୍ୱର : ଈଶ୍ୱର ଚନ୍ଦ୍ର ବେହେରା କଟକ ନଗର : ସୁକାନ୍ତ ବିଶ୍ୱାଳ କଳାହାଣ୍ଡି : ଯୁଗଳ ପୋଢ଼ ମୟୁରଭଞ୍ଜ ( ରାଇରଙ୍ଗପୁର ) : ଜୁରିଲାଲ ମହନ୍ତ ଦେବଗଡ଼ : ଅରୁଣ କୁମାର ସାହୁ ବିଜେପି ଦୁଇଟି ପର୍ଯ୍ୟାୟରେ ଏହି ସଭାପତିଙ୍କ ନାମ ଘୋଷଣା କରିବ। ବାକି ଜିଲ୍ଲାର ସଭାପତିଙ୍କ ନାମ ଖୁବ ଶିଘ୍ର ଘୋଷଣା ହେବ।
ଭୁବନେଶ୍ୱର: ରାଜଭବନରେ ଜାତୀୟ ମତଦାତା ଦିବସ ସଂପର୍କିତ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଅଭିଷେକ ହଲ୍ଠାରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତ ରାଜଭବନର ଅଧିକାରୀ/ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଜାନୁଆରୀ ୨୫ ତାରିଖ ଦିନ ଜାତୀୟ ମତଦାତା ଦିବସ ପାଳନ ହୋଇଥାଏ । ଚଳିତ ବର୍ଷ ଜାନୁଆରୀ ୨୫ ତାରିଖ ସରକାରୀ ଛୁଟି ପଡ଼ୁଥିବାରୁ ଭାରତର ନିର୍ବାଚନ କମିଶନଙ୍କ ମାର୍ଗଦର୍ଶିକା ଅନୁଯାୟୀ ରାଜଭବନରେ ଚଳିତ ଜାନୁଆରୀ ମାସ ୨୪ ତାରିଖ ଦିନ ଜାତୀୟ ମତଦାତା ଦିବସ ସଂପର୍କିତ ଶପଥ ପାଠ କରାଯାଇଥିଲା । ଦେଶର ଗଣତାନ୍ତ୍ରିକ ପରଂପରାର ମର୍ଯ୍ୟାଦା ବଜାୟ ରଖିବା, ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗାରିମାକୁ ଅକ୍ଷୁର୍ଣ୍ଣ ରଖିବା, ନିର୍ଭୀକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର…
ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ୨୩ ଜାନୁୟାରୀ ୨୦୨୫ ରେ ପାନଆଇଆଇଟି ୱାର୍ଲ୍ଡ ଅଫ୍ ଟେକ୍ନୋଲୋଜି (ପିଆଇଡବ୍ଲୁଓଟି ) ସାଟେଲାଇଟ୍ ସମ୍ମିଳନୀ ଆୟୋଜନ କରିଥିଲା। ଶିଳ୍ପ, ଏକାଡେମୀ ଏବଂ ସରକାରୀ କ୍ଷେତ୍ର ଶିଳ୍ପ ଏବଂ ଏକାଡେମୀ ମଧ୍ୟରେ ଏକ ସହଯୋଗୀ ଆଭିମୁଖ୍ୟ ବଢାଇବା ଉଦ୍ଦେଶ୍ୟରେ ଆଇଆଇଟି ଆଲୁମିନି ଆସୋସିଏସନ୍, ହ୍ୱିଲ୍ସ ଗ୍ଲୋବାଲ୍ ଫାଉଣ୍ଡେସନ୍ ଇଣ୍ଡିଆ ଏବଂ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ (ସିଆଇଆଇ) ମିଳିତ ଭାବେ ଏହି ସମ୍ମିଳନୀ ଆୟୋଜନ କରିଥିଲେ। ଉଦ୍ଘାଟନୀ ଅଧିବେଶନରେ ହ୍ୱିଲ୍ସ ଗ୍ଲୋବାଲ ଫାଉଣ୍ଡେସନ ଇଣ୍ଡିଆର ସଭାପତି ଶ୍ରୀମତୀ ସୁଜତା ରୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ପିଆଇଡବ୍ଲୁଟି ସାଟେଲାଇଟ୍ ସମ୍ମିଳନୀର ମହତ୍ତ୍ୱ ଏବଂ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମାଲକର ତାଙ୍କ ଅଭିଭାଷଣରେ ଶିକ୍ଷା ଏବଂ ଅନୁସନ୍ଧାନ ବାହାରେ ଆଇଆଇଟିର ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। “ଆଇଆଇଟି ବର୍ତ୍ତମାନ ଗବେଷଣା ଏବଂ ନବସୃଜନ…
ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ଜାନୁଆରୀ ୨୪ ତାରିଖରେ ଦେଶବ୍ୟାପୀ କନ୍ୟା ସନ୍ତାନଙ୍କ ମହତ୍ୱ ଓ ଗୁରୁତ୍ୱ ସମ୍ପର୍କରେ ଅଧିକରୁ ଅଧିକ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଇଆସୁଛି । ଲିଙ୍ଗଗତ ଭେଦଭାବ ଓ ଲିଙ୍ଗ ଚୟନ ଓଡ଼ିଶାର ଜନସଂଖ୍ୟା ଧାରାକୁ ପ୍ରଭାବିତ କରୁଛି ତେଣୁ ଏହା ଏକ ଚିନ୍ତାର ବିଷୟ । ଏହି ସମସ୍ୟାର ସମାଧାନ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜରିଆରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିବିଧ ପଦକ୍ଷେପ ନିଆଯାଉଛି । ଜାତୀୟ ବାଳିକା ସପ୍ତାହ (ଜାନୁଆରୀ ୧୮ରୁ ୨୪) ପାଳନକୁ ସମଗ୍ର ରାଜ୍ୟରେ ପ୍ରୋତ୍ସାହିତ କରାଯାଉଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଚଳିତ ସପ୍ତାହରେ ସମାଜରେ ଏ ସମ୍ପର୍କିତ ସଚେତନତା ଓ ଜାଗରଣକୁ…
ଭୁବନେଶ୍ବର: ଓଡିଶାର ୫୭ ଜଣିଆ ପ୍ରତିନିଧୀ ଦଳ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ମହାରାଷ୍ଟ୍ର ନାସିକସ୍ଥିତ ସହ୍ୟାଦ୍ରୀ ଫାର୍ମରେ ପାଞ୍ଚଦିନିଆ ପ୍ରଶିକ୍ଷଣ ନେବାକୁ ଯାଇଛନ୍ତି । କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଉତ୍ପାଦନ, ଉଦ୍ୟାନ କୃଷି, ମିଶନ୍ ଶକ୍ତି, ସହିତ ଅନ୍ୟ ୫ ଟି ଟିମ୍ ର କୃଷକ ଉତ୍ପାଦକ ଗୋଷ୍ଠୀ ପ୍ରତିନିଧି ଏଥିରେ ସାମିଲ ଅଛନ୍ତି। ନାସିକସ୍ଥିତ ଏହି ଫାର୍ମ କୌଣସି ସରକାରୀ ସହାୟତା ବିନା ମାତ୍ର ୧୧ ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ ହୋଇ ଆଜିର ସମୟରେ ୨୦୦୦ କୋଟିରୁ ଉର୍ଦ୍ଧ୍ବର ବାର୍ଷିକ ଆୟ କରୁଛି । ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ, ‘ଏଠାରୁ ଯେଉଁ ଜ୍ଞାନ କୌଶଳ ସବୁ ଆପଣମାନେ ଶିଖିକରି ଫେରିବେ, ଓଡ଼ିଶା ଯାଇ ତାହାର ଉପଯୋଗ କରନ୍ତୁ। ଓଡ଼ିଶାର କୃଷି ଅର୍ଥନୀତିକୁ ଆହୁରି ସଶକ୍ତ କରିବାରେ ସହଭାଗୀ ହୁଅନ୍ତୁ ।’ ଆହୁରି ମଧ୍ୟ, ଆଗାମୀ ଦିନରେ…

