ଭୁବନେଶ୍ବର: ଭୁବନେଶ୍ୱର ଇନଫୋସିଟି-2 ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାଗ୍ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍’ର ଉଦ୍ଘାଟନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ସେଣ୍ଟର୍ଟି ବାଙ୍ଗାଲୋର୍ ହସ୍ପିସ୍ ଟ୍ରଷ୍ଟ ଅନ୍ତର୍ଭୁକ୍ତ ‘କରୁଣାଶ୍ରୟ’ ଅନୁଷ୍ଠାନର ସହଯୋଗ ଏବଂ ଶ୍ରୀମତୀ ସୁସ୍ମିତା ବାଗ୍ଚୀ ଓ ଶ୍ରୀ ସୁବ୍ରତ ବାଗ୍ଚୀଙ୍କ ଅକୁଣ୍ଠିତ ଅନୁଦାନରେ ପ୍ରତିଷ୍ଠିତ ହୋଇଛି । ଏଠାରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନର ଶେଷାବସ୍ଥାରେ ପହଞ୍ଚିଥିବା ସମସ୍ତ ରୋଗୀମାନଙ୍କର ସେବା ନିଃଶୁଳ୍କ ଭାବରେ କରାଯାଏ । ଓଡିଶା ସରକାର ଏହି ସେଣ୍ଟର୍ ପାଇଁ ଜମି ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଆବଶ୍ୟକତା ରିହାତି ଦରରେ ଯୋଗାଇ ଦେଇଛନ୍ତି । ସେବା ଯତ୍ନ ବ୍ୟତୀତ ‘ବାଗ୍ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମଧ୍ୟ ଆଗାମୀ ଦିନରେ କାର୍ଯ୍ୟ କରିବ। ଏଭଳି ଏକ କଲ୍ୟାଣକାରୀ ଅନୁଷ୍ଠାନର ଉଦ୍ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କେନ୍ଦ୍ରଟି…
Author: Samikhsya Bureau
ଭୁବନେଶ୍ବର: ରାଜ୍ୟରେ ଚାଷୀ ଓ ଅନ୍ୟାନ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ସମବାୟ ମାଧ୍ୟମରେ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି (PACS) ଏବଂ ବୃହତ ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ଗଠନ କରଯାଇଛି। ଏହା ମଧ୍ୟରେ 1542 ଟି ନୂଆ ପ୍ୟାକ୍ସ ଓ ଲ୍ୟାମ୍ପ୍ସ ଗଠନ କରାଯାଇଛି। ଏହି ନବଗଠିତ ସଂସ୍ଥା ଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ନବଗଠିତ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ କାର୍ଯ୍ୟକ୍ଷମ ହେବାପାଇଁ 5 ଲକ୍ଷ ଟଙ୍କା ଲେଖାଏଁ ମୂଳଧନ ବା Seed Money ଦିଆଯିବ । ଏ ସଂପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାଦ୍ୱାରା ନବଗଠିତ 1542ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସକୁ ମୂଳଧନ ଭାବରେ 76.80 କୋଟି ଟଙ୍କା ପ୍ରଦାନ କରାଯିବ। ଏହାଦ୍ୱାରା ରାଜ୍ୟର ସମବାୟ…
ଭୁବନେଶ୍ବର: ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ (Supplementary Nutrition Programme) ଚାଉଳ ଓ ଗହମ ପରି ଶସ୍ୟ ପରିବହନ ପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଚ୍ଛା ସର୍ବାଧିକ ମୂଲ୍ୟ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଗରମ ରନ୍ଧା ଖାଦ୍ୟ (Hot Cooked Meal) ପାଇଁ ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ଚାଉଳ ଯୋଗାଇ ଦିଆଯାଏ। ଏହାସହିତ ଘରକୁ ରେସନ (Take Home Ration) ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଗହମ ପ୍ରଦାନ କରାଯାଇଥାଏ । ଏହି ଚାଉଳ ଓ ଗହମ ପରିବହନ କରିବା ପାଇଁ ପରିବହନ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯାଇଥାଏ । ୨୦୧୧ ମସିହା ପର ଠାରୁ ଏହି ମୂଲ୍ୟରେ ଆଉ ବୃଦ୍ଧି କରାଯାଇ ନ ଥିଲା । ତେଣୁ ବଢୁଥିବା ଇନ୍ଧନ ଖର୍ଚ୍ଚ ଓ ଅନ୍ୟାନ୍ୟ…
ଭୁବନେଶ୍ବର: ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ, ପାଚିକା ମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପାଚକ, ପାଚିକା ମାନଙ୍କ କାମ, ଦକ୍ଷତା ଓ ପରିଶ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ ମାସିକ ପାରିଶ୍ରମିକ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) ରାଜ୍ୟରେ ନିୟୋଜିତ ହୋଇଥିବା ୧,୧୨,୦୯୦ ଜଣ ପାଚକ, ପାଚିକା (Cook-cum-Helpers) ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ। ଏହି ପାଚକ, ପାଚିକା ମାନେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୫୦,୬୧୮ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୨.୪୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ…
ଭୁବନେଶ୍ୱର : ମଙ୍ଗଳବାର ଉଦଘାଟିତ ହୋଇଯାଇଛ ବହୁ ପ୍ରତିକ୍ଷିତ ହଂସପାଳ ଫ୍ଲାଇଓଭର ବ୍ରିଜ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହାର ଉଦଘାଟନ କରିଛନ୍ତି । ୨୪ କୋଟି ବ୍ୟୟରେ ନିର୍ମାଣ ହୋଇଛି ଓଭର ବ୍ରିଜ। ୧୮ ମାସରେ ଫ୍ଲାଇଓଭର ବ୍ରିଜ ସାରିବା ପାଇଁ ୨୦୨୦ରୁ ଭିତିପ୍ରସ୍ତର ସ୍ଥାପନ ସମୟରେ ଚୁକ୍ତି ହୋଇଥିଲା । ପୂର୍ବ ସରକାର ଥିବା ସମୟରେ ସେଠାରେ ଥିବା ଏକ ହରିଜନ ବସ୍ତି ଏହି ଓଭର ବ୍ରିଜ ନିର୍ମାଣରେ ବାଧକ ସାଜିଥିଲା । ଫଳରେ ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବ ହୋଇଥିଲା। ଯେଉଁଥି ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏକାଧିକ ବାର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିଥିଲେ। ଗତବର୍ଷ ଠାରୁ କଟକରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀମାନେ ଏହି ବ୍ରିଜ ବ୍ୟବହାର କରି ଆସୁଥିଲେ । ଆଜିଠାରୁ ଭୁବନେଶ୍ୱରରୁ…
ଭୁବନେଶ୍ବର: ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଜାତୀୟ ଶିକ୍ଷା ନୀତି-2020 ସମ୍ପର୍କିତ ଏକ ତିନି ଦିନିଆ ଜାତୀୟ କର୍ମଶାଳାର ଶୁଭାରମ୍ଭ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଓଡିଶାରେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଭିମୁଖ୍ୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂତନ ଶିକ୍ଷା ନୀତିରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଦୃଢ ଭିତ୍ତିଭୂମି ସୃଷ୍ଟି ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ । ରାଜ୍ୟ ସରକାର ଏଥିପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି ଏବଂ ଆସନ୍ତା ଶିକ୍ଷା ବର୍ଷ ଠାରୁ ଏହି ନୂଆ ନୀତି କାର୍ଯ୍ୟକାରୀ ହେବ । ସେ କହିଥିଲେ ଯେ, 10+2 ବ୍ୟବସ୍ଥା ବଦଳରେ ରାଜ୍ୟରେ 5+3+3+4 ବ୍ୟବସ୍ଥା ଲାଗୁ କରାଯିବ । ପ୍ରି-ସ୍କୁଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ପିଲାମାନଙ୍କ ପାଇଁ ଶିଶୁ ବାଟିକା ଖୋଲା ଯିବ। ଶିଶୁ…
ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ପୁଣି ଆସିଲା ବଡ ଖବର। ଏହି ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଯେ, ଏପରି ମହିଳା ଅଛନ୍ତି ଯେଉଁମାନେ ସୁଭଦ୍ରା ଯୋଜନାରୁ ସଂପୂର୍ଣ୍ଣ ବାଦ ପଡିଯାଉଥିଲେ। ସେମାନଙ୍କୁ ଏହି ଯୋଜନାରେ ସେମାନଙ୍କୁ ସାମିଲ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ସେହି ଅନୁସାରେ ରାଜ୍ୟ ବାହାରେ ଯେଉଁମାନେ କାମଧନ୍ଦା କରିବା ପାଇଁ ଅଛନ୍ତି ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ। ସେ କହିଛନ୍ତି ଯେ, ରାଜ୍ୟ ବାହାରେ ବହୁତ ମହିଳା ଅଛନ୍ତି ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାନ୍ତି। ତେଣୁ ସେମାନଙ୍କୁ ଅନୁରୋଧ, ଜଲଦି ଆବେଦନ କରନ୍ତୁ, ସୁଭଦ୍ରା ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି। ସେ କହିଛନ୍ତି ଯେ, ଖୁବ ଶିଘ୍ର ସୁଭଦ୍ରା ଯୋଜନାର ପରବର୍ତ୍ତି ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ଏହି ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା…
Donald Trump Takes Oath: ଡୋନାଲ୍ଡ ଟ୍ରମ୍ପ ଆଜି ୱାଶିଂଟନରେ ଯୁକ୍ତରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଭାରତୀୟ ସମୟ ରାତି 10ଟା 30 ସେ ଶପଥ ନେଇଛନ୍ତି। ଶପଥଗ୍ରହଣ ଉତ୍ସବରେ ଟ୍ରମ୍ପ ତାଙ୍କର ଡାହାଣ ହାତକୁ ଉପରକୁ ଉଠାଇଥିଲେ ଏବଂ ବାମ ହାତକୁ ଆଧ୍ୟାତ୍ମିକ ଗ୍ରନ୍ଥ ମହାନ ବାଇବେଲ ଉପରେ ରଖି ଶପଥ ନେଇଥିଲେ। ଟ୍ରମ୍ପ ଶପଥ ନେଇ କହିଥିଲେ: “ମୁଁ ଗମ୍ଭୀରତା ଏବଂ ପୂର୍ଣ୍ଣ ନିଶ୍ଚିତତାର ସହିତ ଏହି ଶପଥ ଗ୍ରହଣ କରୁଛି ଯେ ମୁଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପଦକୁ ବିଶ୍ୱସନୀୟ ଭାବରେ ପାଳନ କରିବି। ମୁଁ ମୋର ସର୍ବତମ ଶକ୍ତିରେ ଆମର ରାଷ୍ଟ୍ର ସମ୍ବିଧାନକୁ ସୁରକ୍ଷିତ, ସଂରକ୍ଷିତ ଏବଂ ରକ୍ଷା କରିବାକୁ ଶପଥ କରୁଛି।” ଏହି ଶପଥ ପରେ ସେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ତାଙ୍କର କାର୍ଯ୍ୟ ଆରମ୍ଭ କଲେ। ଆମେରିକା ଜନସାଧାରଣଙ୍କ ମଧ୍ୟରେ ଏହି ଅବସର ଉତ୍ସାହ ଏବଂ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଖାରବେଳ ଭବନ ଠାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସମସ୍ତ ବିଭାଗର ମନ୍ତ୍ରୀ ମାନଙ୍କ ଉପସ୍ଥିତିରେ ବିଭାଗଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଥିଲେ। ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଜନାଭିମୁଖୀ କାଯ୍ୟକ୍ରମଗୁଡି଼କୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକ ରେ ବଜେଟ 2024-25 ମୁତାବକ ଅଦ୍ୟାବଧି ହୋଇଥିବା ଖର୍ଚ୍ଚ ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ଯେଉଁ ସବୁ ବିଭାଗ ରେ ଅଦ୍ୟାବଧି ଖର୍ଚ୍ଚ କମ ହୋଇଛି, ସେହିସବୁ ବିଭାଗକୁ ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ସମସ୍ତ ବିଭାଗ ମାନଙ୍କୁ ମଧ୍ୟ ଅନୁରୂପ ଭାବେ ଆଗାମୀ ବଜେଟ ପୂର୍ବରୁ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରି ଖର୍ଚ୍ଚ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମିର ଉନ୍ନତି,…
ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୋଲିସ୍ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଓଡିଶା ପୋଲିସ୍ ପାଇଁ ଥିବା ତିନୋଟି ପ୍ରମୁଖ ଆହ୍ୱାନ ଯଥା- ସଡକ ଦୁର୍ଘଟଣା କମ କରିବା, ସାଇବର ଅପରାଧ ଏବଂ ଗଞ୍ଜେଇ ଚାଷକୁ ରୋକିବା ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକର ଆଲୋଚନାରୁ ଜଣା ଯାଇଛି ଯେ ରାଜ୍ୟରେ ବର୍ତ୍ତମାନ 2198 ଜଣ ଟ୍ରାଫିକ ପୋଲିସ ରାଜ୍ୟରେ କାର୍ଯ୍ୟରତ ଅଛନ୍ତି । ସଡକ ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଉଥିବା ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଚଳିତ ବର୍ଷ ଆଉ 2 ହଜାର ନୂତନ ପଦବୀ ସୃଷ୍ଟି ପାଇଁ ନିର୍ଦ୍ଦେଶ ଦେବା ସହିତ ଏହି ପଦବୀ…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ମହାସ୍ନାନ ସମେତ ବିଭିନ୍ନ ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ ମହାକୁମ୍ଭ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଉତ୍ତର କେନ୍ଦ୍ରୀୟ ଜୋନ୍ ସାଂସ୍କୃତିକ କେନ୍ଦ୍ର, ପ୍ରୟାଗରାଜ ପକ୍ଷରୁ ଜାନୁଆରୀ ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ଓଡ଼ିଶାର ‘ରୁଦ୍ରାକ୍ଷ ଫାଉଣ୍ଡେସନ’କୁ ପ୍ରଥମ ଦିନରେ ଗଙ୍ଗା ମଞ୍ଚ, ପ୍ୟାରେଡ୍ ଗ୍ରାଉଣ୍ଡ ସେକ୍ଟର-୧ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାର ଅନନ୍ୟ ସୁଯୋଗ ମିଳିଥିଲା । ‘ରୁଦ୍ରାକ୍ଷ ଫାଉଣ୍ଡେସନ’ର ପ୍ରତିଷ୍ଠାତା ତଥା ଗୁରୁ ଶ୍ରୀ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ତତ୍ୱାବଧାନରେ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ “ଗଙ୍ଗାବତାରମ୍” ନୃତ୍ୟ ପରିବେଷଣ ଉପସ୍ଥିତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ମହାକୁମ୍ଭ ଭଳି ଏକ ବୃହତ ମେଳାରେ ଓଡ଼ିଶାର ରୁଦ୍ରାକ୍ଷ ଫାଉଣ୍ତେସନକୁ ପରିବେଷଣର ସୁଯୋଗ ମିଳିବା ଆମ ପାଇଁ ଅତ୍ୟନ୍ତ ଗର୍ବ, ଗୌରବ, ସୌଭାଗ୍ୟ ଏବଂ ଆନନ୍ଦର କଥା ବୋଲି…
ଭୁବନେଶ୍ୱର: ଭିନ୍ନକ୍ଷମମାନଙ୍କଠାରେ ଭରପୁର ପ୍ରତିଭା ରହିଛି। ଏଣୁ ସେମାନଙ୍କଠାରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ପ୍ରକାଶ ପାଇଁ ପ୍ରୋତ୍ସାହନ ଯୋଗାଇବା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ଏ ଦିଗରେ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଶ୍ରୀହର୍ଷ ମିଶ୍ର ସ୍ମୃତି ବଧିର ବିଦ୍ୟାଳୟ, ଜଟଣୀର ଛାତ୍ରାଛାତ୍ରୀମାନେ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ଅବସରରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଛାତ୍ରଛାତ୍ରୀମାନେ ରାଜଭବନ ଉଦ୍ୟାନ ପରିଦର୍ଶନ କରି ଏହାର ନୈସର୍ଗିକ ଶୋଭାରାଜି ଦେଖିବା ପରେ ଅଭିଷେକ ହଲ୍ଠାରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ଦୁଇ ଜଣ ଛାତ୍ର / ଛାତ୍ରୀ ନିଜ ଦ୍ୱାରା ଆଙ୍କିତ ରାଜ୍ୟପାଳଙ୍କ ଫଟୋଚିତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କର ସୃଜନଶୀଳତା ଓ ପ୍ରତିଭା ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଦେବବ୍ରତ ବେହେରାଙ୍କ ଜରିଆରେ ରାଜ୍ୟପାଳ ପିଲାମାନଙ୍କର କୁଶଳ ଜିଜ୍ଞାସା…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ରେମୁଣାର ପୂର୍ବତନ ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଛନ୍ତି। ରେମୁଣାର ପୂର୍ବତନ ବିଧାୟ ସୁଧାଂଶୁ ଶେଖର ପରିଡାଙ୍କ ଉପରୁ ଏହି ପ୍ରତ୍ୟାହାର ଆଦେଶ ଲାଗୁ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦଳିୟ ବିଜ୍ଞପ୍ତି କୁହାଯାଇଛି। ସୁଧାଂଶୁ ଶେଖର ପୂର୍ବରୁ 2019 ମସିହାରେ ବିଜେଡି ଟିକେଟରୁ ରେମୁଣା ବିଧାୟକ ହୋଇଥିଲେ। ହେଲେ ଦଳ ଗତ 2024 ନିର୍ବାଚନରେ ତାଙ୍କୁ ଟିକେଟ ଦେଇ ନ ଥିଲା। ତାଙ୍କ ପରିବର୍ତ୍ତେ ବିଦ୍ୟା ସ୍ମିତା ମଲ୍ଲିକଙ୍କୁ ଦଳ ଟିକେଟ ଦେଇଥିଲା, ଯେ କି ହାରିଯାଇଥିଲେ। ସୁଧାଂଶୁ ସ୍ବାଧୀନ ବିଧାୟକ ଭାବେ ଲଢିବାରୁ ଦଳ ତାଙ୍କୁ ନିଲମ୍ବନ କରିଥିଲା। ବର୍ତ୍ତମାନ ସେ ପୁଣି ଥରେ ଦଳକୁ ଫେରିଆସିଛନ୍ତି।
ଭୁବନେଶ୍ବର: ବର୍ତ୍ତମାନ ଓଡିଶା ରାଜନୀତିରେ ପୁଣି ଥରେ ନବ ଦାସ ହତ୍ୟାକାଣ୍ଡର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ବିଜେପି ନେତାମାନେ ନବ ଦାସ ପରିବାରଙ୍କୁ ଏକ ପ୍ରକାରର ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଦୁଇ ବର୍ଷ ତଳେ ଠିକ ଏହି ଜାନୁୟାରୀରେ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କର ହତ୍ୟାକୁ ନେଇ ପ୍ରଥମ ଦିନରୁ ବିଜେପି ସନ୍ଦେହ କରିଆସୁଛି। ଏହି ହତ୍ୟାକାଣ୍ଡରେ ଗୋପାଳ ଦାସ ନୁହଁ ଅନ୍ୟ ବଡ ବଡ ମୁଣ୍ଡ ରହିଛି ବୋଲି କହି ଆସୁଛି। ବିଜେଡି ସରକାର ଏହାର ତଦନ୍ତକୁ ଠିକରେ କରୁ ନାହାଁନ୍ତି ବୋଲି ଅଭିଯୋଗ କରି ସିବିଆଇ ତଦନ୍ତ ଦାବୀ କରିଥିଲେ। ବର୍ତ୍ତମାନ ବିଜେପି ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ସରକାରରେ ଅଛି। ଏପରି କ୍ଷେତ୍ରରେ ପୁଣି ବିଜେପି କହୁଛି ଯେ, ନବ ଦାସଙ୍କ ଝିଅ ଦୀପାଳି ଦାସ ସରକାରଙ୍କୁ ଲେଖିକି ଦେଲେ ସିବିଆଇ ତଦନ୍ତ ହେବ। ଏହା କେଉଁ ଆଇନରେ ରହିଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏତବଡ ଘଟଣାକୁ…
ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ‘ଧର୍ମ, ଇତିହାସ ଏବଂ ପରିଚୟ: ମେକିଂ ଅଫ୍ ହେରିଟେଜ୍-ସ୍କେପ୍ ଅଫ୍ ସେକ୍ରେଡ୍ ସିଟି’ ଉପରେ ଏକ ବକ୍ତବ୍ୟର ଆୟୋଜନ କରିଛି। ନେଦରଲ୍ୟାଣ୍ଡର ଲେଡେନ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଳୟ କାନୁନଗୋ ଏହି ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ। ପୂର୍ବରୁ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିବା ପ୍ରଫେସର କାନୁନଗୋଙ୍କର ଧର୍ମ ଏବଂ ରାଜନୀତି, ହିନ୍ଦୁ ଧର୍ମ / ଜନସାଧାରଣ ହିନ୍ଦୁ ଧର୍ମ, ହିନ୍ଦୁ ଜାତୀୟତା, ସହରୀକାରଣ ଏବଂ ଧର୍ମ, ଭାରତୀୟ ଗଣତନ୍ତ୍ର, ସାମାଜିକ, ସାଂସ୍କୃତିକ ତଥା ରାଜନୈତିକ ଇତିହାସ ଓଡିଶା, ହିନ୍ଦୁ ଦେଶ ଏବଂ ଭାରତ-ଚୀନ୍ ସଂଯୋଗ ଆଦି ବିଷୟ ଉପରେ ସମୃଦ୍ଧ ଜ୍ଞାନ ଓ ଅଭିଜ୍ଞତା ରହିଛି। ପ୍ରଫେସର କାନୁନଗୋ ତାଙ୍କ ବକ୍ତବ୍ୟରେ କହିଛନ୍ତି: “ଐତିହ୍ୟ ହେଉଛି ଏକାଧିକ ଅର୍ଥ ଏବଂ ପ୍ରକାଶ ସମ୍ବଳିତ ଏକ ଜଟିଳ ଏବଂ ବିବାଦୀୟ ଧାରଣା। ପୁରାତନ କାଳ ଠାରୁ ଆରମ୍ଭ କରି…
ଭୁବନେଶ୍ବର: ଆଉ କିଛିଦନି ପରେ ବରିଷ୍ଠ ନେତା ନବ ଦାସଙ୍କ ହତ୍ୟାକାଣ୍ଡକୁ ଦୁଇ ବର୍ଷ ପୁରଣ ହେବ। ଏହା ପୂର୍ବରୁ ଏହି ହତ୍ୟାକାଣ୍ଡ ନେଇ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ତାହା ହେଉଛି ଘଟଣା ଦିନ ଗୋଟିଏ ନୁହେଁ ବହୁ ବନ୍ଧୁକର ବ୍ୟବହାର ହୋଇଛି। ତେବେ କେତୋଟି ବନ୍ଧୁକ ତାହା ଜଣା ପଡି ନ ଥିଲେ ମଧ୍ୟ ସେଠାରେ ଗୋଟିଏ ବନ୍ଧୁକ ବ୍ୟବହାର ହୋଇ ନାହିଁ ବୋଲି ସ୍ପଷ୍ଟ ହୋଇଛି। ରାଜ୍ୟ ଫରନେସିକ ପରୀକ୍ଷାଗାର ରିପୋର୍ଟ ଆସିବା ପରେ ଏହି ତଥ୍ୟ ସ୍ପଷ୍ଟ ହୋଇଛି। ଏଥିରେ କୁହାଯାଇଛି ଯେ, ସେହିଦିନ ହତ୍ୟାକାରୀ ଗୋପାଳ ଦାସଙ୍କ ବନ୍ଧୁକରେ ତିନିଟି ଗୁଳି ଥିଲା। ତାହାର ଗୋଟିଏ ଗୁଳି ଠିକରେ ବାଜି ନ ଥିଲା, ଗୋଟିଏ ଗୁଳି ବ୍ଲାଙ୍କ ଫାଇରିଂ ହୋଇଥିଲା। ତେବେ ଅନ୍ୟ ଗୁଳିର ଖୋକା ଏ ପର୍ଯ୍ୟନ୍ତ ମିଳି ନାହିଁ। ଫଳରେ ନବ ଦାସଙ୍କୁ କିଏ ହତ୍ୟା କଲା ବୋଲି…
ଭୁବନେଶ୍ବର: ସିଙ୍ଗାପୁର ରାଷ୍ଟ୍ରପତି ଶ୍ରୀ ଥରମନ୍ ସନମୁଗରତ୍ନମ୍ ଆଜି ଭୁବନେଶ୍ୱର ସ୍ଥିତ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମିରେ ଦୀର୍ଘ ୪ ଘଣ୍ଟା ସମୟ ବିତାଇ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପର ଉଚ୍ଚ ପ୍ରଶଂସା କରିଛନ୍ତି। ସନ୍ଧ୍ୟା ୭.୩୦ ରୁ ୧୧.୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ସନମୁଗରତ୍ନମ୍ ସେଠାରେ ସମୟ ଅତିବାହିତ କରିଥିଲେ। ଏହି ଅବସରରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। କଳା ଭୂମିର ବିଭିନ୍ନ ଗ୍ୟାଲେରୀ ପରିଦର୍ଶନ କରି ରାଷ୍ଟ୍ରପତି ସନମୁଗରତ୍ନମ୍ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଦେଖିଥିଲେ। ଜଗନ୍ନାଥ ଗ୍ୟାଲେରୀ ରେ ସେ ବେଶ୍ କିଛି ସମୟ ବିତାଇ ଓଡ଼ିଶାର ଆଧ୍ୟାତ୍ମିକ ଚେତନା ଓ ପରମ୍ପରାର ମଧ୍ୟ ପ୍ରଶଂସା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତିଙ୍କ ପତ୍ନୀ ଏକ ଶାଢୀ ମଧ୍ୟ କିଣିଥିଲେ। ଏହାର ମୂଲ୍ୟ…
ଭୁବନେଶ୍ୱର: ଆଲୁମିନିୟମ ଓ ତମ୍ବାରେ ବିଶ୍ୱରେ ଅଗ୍ରଣୀ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଆଦିତ୍ୟ ଆଲୁମିନିୟମ ତାହାର ଲପଙ୍ଗାସ୍ଥିତ କାରଖାନାରୁ ଫ୍ଲାଏ ଆଶ୍ ନିକଟସ୍ଥ ସିମେଣ୍ଟ ପ୍ଲାଣ୍ଟକୁ ଯୋଗାଣ ନିମନ୍ତେ ଏକ ୫-ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଛି । କମ୍ପାନୀ ମଧ୍ୟ ଫ୍ଲାଏ ଆଶ୍ ବୋଝେଇ ସ୍ଥଳ ନିକଟରେ ଦୁଇଟି ବଲ୍କର ରିଚାର୍ଜ ଷ୍ଟେସନ ଉଦଘାଟନ କରିଛନ୍ତି, ଯାହା ଏହାର ଇଚ୍ଛିହାସରେ ଏହିଭଳି ପ୍ରଥମ ପଦକ୍ଷେପ ହୋଇଛି । ବିଦ୍ୟୁତ୍ଚାଳିତ ଯାନ ବ୍ୟବହାରର ଫଳସ୍ୱରୂପ କମ୍ପାନୀ ୩୫୦୦ ଟନ୍ କାର୍ବନ ଡାଇଅକ୍ସାଇଡ ନିର୍ଗମନ ହ୍ରାସ କରିବା ଆଶା ରଖିଛି, ଏବଂ ଏହା ପରିବହନ ଖର୍ଚ୍ଚ ବାବଦରେ ୧.୫ କୋଟି ଟଙ୍କା ସଞ୍ଚୟ କରିବାରେ ସହାୟକ ହେବ। ଏଥିସହିତ ଦୀର୍ଘସ୍ଥାୟିତା ଏବଂ କାର୍ବନ ନ୍ୟୁଟ୍ରାଲିଟି ତ୍ୱରାନ୍ୱିତ କରିବା ଦିଗରେ ବିଶ୍ୱସ୍ତରରେ ପ୍ରୟାସର ଅଂଶ ଭାବରେ ଆଦିତ୍ୟ ଆଲୁମିନିୟମ ତ୍ୱରିତ ଭାବରେ ତାହାର ଡିଜେଲ ଯାନଗୁଡିକ ସ୍ଥାନରେ ଇଭି ବ୍ୟବହାର କରିବାକୁ…
ଭୁବନେଶ୍ବର: ବସନ୍ତ ନାୟକ ଫାଉଣ୍ଡେସନ – ଓଡ଼ିଆ ସିନେମା ଜଗତ ର କିମ୍ବଦନ୍ତୀ, ସର୍ବକାଳୀନ ଶ୍ରେଷ୍ଠ ସିନେନିର୍ମାତା ସ୍ବର୍ଗତ ବସନ୍ତ ନାୟକଙ୍କ ସ୍ମୃତି ସ୍ମାରକୀ ଅନୁଷ୍ଠାନ। ଓଡ଼ିଆ ସିନେମା, ସଂସ୍କୃତି, ସଂଗୀତ ଓ ସାହିତ୍ୟରେ ସୃଜନତା ଏବଂ ନୂତନତା ସ୍ପର୍ଶ ନିମନ୍ତେ ସମ୍ପର୍ପିତ ଏ ଅନୁଷ୍ଠାନ। ସ୍ବର୍ଗତ ବସନ୍ତ ନାୟକ ଜନ୍ମଦିବସ ଜାନୁଆରୀ ୧୬ ତାରିଖରେ ପାଳନ ଅବସରରେ ବସନ୍ତ ନାୟକ ଫାଉଣ୍ଡେସନ ପ୍ରତିବର୍ଷ ପ୍ରଦାନ କରିଆସୁଛି “ବସନ୍ତ ନାୟକ ସ୍ମୃତି ସମ୍ମାନ”, ଜଣେଜଣେ ଓଡ଼ିଆ ସିନେସାଧକଙ୍କୁ, ଜୀବନବ୍ୟାପି ଓଡ଼ିଆ ସିନେମାକୁ ସେମାନଙ୍କ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇ ଆସୁଅଛି। ଏହି କ୍ରମରେ ଚଳିତ ବର୍ଷ ୨୦୨୫ ନିମନ୍ତେ ବସନ୍ତ ନାୟକ ସ୍ମୃତି ସମ୍ମାନ ବିଶିଷ୍ଟ ହାସ୍ୟାଭିନେତା ଶ୍ରୀ ଜୟୀରାମ ସାମଲଙ୍କୁ ପ୍ରଦାନ କରିଛି ବସନ୍ତ ନାୟକ ଫାଉଣ୍ଡେସନ। ଜାନୁଆରୀ ୧୬ ତାରିଖ ଦିନ ଭୁବନେଶ୍ୱର ଜୟଦେବ ଭବନ ଠାରେ ସନ୍ଧ୍ୟା ୬. ୩୦ ମିନିଟ ରେ ଅନୁଷ୍ଠିତ…
ଭୁବନେଶ୍ବର: ସିଙ୍ଗାପୁର ରାଷ୍ଟ୍ରପତି ମିଷ୍ଟର ଥର୍ମନ ସନ୍ମୁଗ୍ରତ୍ନମ ଆଜି ଦୁଇ ଦିନିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି । ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପ୍ରମୁଖ ସ୍ବାଗତ କରିଥିଲେ। ଏହି ଦୁଇ ଦିନ ମଧ୍ୟରେ ସିଙ୍ଗାପୁର ରାଷ୍ଟ୍ରପତି ଭୁବନେଶ୍ୱରର ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରିବା ସହିତ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ତାଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ସୁଦୃଢ କରିବା ପାଇଁ ଆଲୋଚନା କରିବେ । ବିଶେଷ କରି ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଲଜିଷ୍ଟିକ୍ସ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଧିକ ସହଯୋଗର ସମ୍ଭାବନା ରହିଛି । ସିଙ୍ଗାପୁର ସରକାରଙ୍କ ସହିତ ଓଡିଶା ସରକାରଙ୍କ ଅନେକ ଗୁ଼ଡିଏ MoU ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହା…
ଭୁବନେଶ୍ବର: ସମଗ୍ର ଶିକ୍ଷା କାର୍ୟ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନେ [Junior Teacher ( Schematic)] ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ ୧୧,୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ବର୍ଗର ଶିକ୍ଷକ ମାନଙ୍କର ମାସିକ ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକ ୧୧,୧୦୦ ଟଙ୍କାରୁ ବୃଦ୍ଧି ପାଇ ୧୬,୦୦୦ ଟଙ୍କା କରାଯାଇଛି। ଏହାସହିତ ଏହି ବର୍ଗର ଶିକ୍ଷକ ମାନଙ୍କ ଇପିଏଫ ପରିମାଣ ମଧ୍ୟ ୧୪୪୩ ଟଙ୍କାରୁ ୧୯୫୦ ଟଙ୍କାକୁ ବୃଦ୍ଧି ପାଇଛି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାର ପ୍ରତ୍ୟେକ ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ପାଇଁ ପୂର୍ବରୁ ୧୨,୫୪୩ ଟଙ୍କା ପ୍ରଦାନ କରୁଥିବା ବେଳେ, ଏବେ ମାସକୁ ୧୭,୯୫୦ ଟଙ୍କା ପ୍ରଦାନ କରିବେ । ସୂଚନାଯୋଗ୍ୟ…

