ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ୬ଷ୍ଠ ପରିଷଦ ପରିଚାଳନା ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଧିବେଶନରେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚ଼ନା କରିଥିଲେ। ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ଵିଶେଷ ସହାୟତା ପ୍ରଗତି, କଠିନ ବର୍ଜ୍ୟବସ୍ତୁ ପରିଚ଼ାଳନାରେ ପ୍ରଗତି, ମିଶନ ଶକ୍ତି ଗୃହ ଓ ଆହାର କେନ୍ଦ୍ର ପ୍ରଗତି, ସ୍ମାର୍ଟ ପାର୍କ ଏବଂ ଶବଦାହ ସ୍ଥାନ ଉନ୍ନତି, କଚ୍ଚା ଏବଂ ଡବ୍ଲୁବିଏମ୍ ରୋଡକୁ ପେଭର ବ୍ଲକ ରୋଡ୍ କରିବା, ମୁକ୍ତା ଯୋଜନାର ପ୍ରଗତି, ବିଭିନ୍ନ କେନ୍ଦ୍ରୀୟ/ରାଜ୍ୟ ପେନସନ୍ ସ୍କିମ ସ୍ଥିତି, ପିଏମ୍ ସମ୍ମାନ ନିଧି,ପିଏମ୍ କିଷାନ ଯୋଜନା, ପିଏମ୍ ବିଶ୍ଵକର୍ମା ଯୋଜନା, ଷ୍ଟ୍ରିଟ୍ ଲାଇଟ ଏବଂ ଅନ୍ୟ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏଥିସହିତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ସରସ ସୁନ୍ଦର ଭାବେ ଗଢିତୋଳିବା ପାଇଁ…
Author: Samikhsya Bureau
ବାଲୁଗାଁ: ଶୀତ ଅନୁଭୂତ ତଥା ପାଗ ଅନୁକୂଳ ରହିଥିବାରୁ ଏସିଆର ବୃହତ୍ତମ ଲବଣ ହ୍ରଦ ଚିଲିକାରେ ପ୍ରତିବର୍ଷ ପରି ଚଳିତ ବର୍ଷ ଲକ୍ଷାଧିକ ବିଦେଶାଗତ ପକ୍ଷୀ ସମେତ ସ୍ଥାନୀୟ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି।ଆସନ୍ତା ୧୮ରେ ପକ୍ଷୀ ଓ ୨୦ରେ ଡ଼ଲଫିନ ଗଣନା ନେଇ ଗୁରୁବାର ଦିନ ଚନ୍ଦ୍ରାପୁଟ ସ୍ଥିତ ଆର୍ଦ୍ରଭୂମି ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ର (ସିଡିଏ) ସଭାଗୃହ ଠାରେ ପ୍ରେସ ବିବୃତିରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି। ଭୂସ୍ବର୍ଗ ଚିଲିକାକୁ ଗତ ଅକ୍ଟୋବର ଶେଷ ସପ୍ତାହରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥିବା ବେଳେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପକ୍ଷୀ ଗଣନା କାର୍ଯ୍ୟ ସୁରୁଖୁରୁରେ ହେବ ବୋଲି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକ କହିଛନ୍ତି।ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ…
ଭୁବନେଶ୍ୱର: ସିଙ୍ଗାପୁର ରାଷ୍ଟ୍ରପତି ଥରମାନ ଶନମୁଗାରତ୍ନମ୍ ଆସନ୍ତାକାଲି ଦୁଇ ଦିନିଆ ଭୁବନେଶ୍ବର ଗସ୍ତରେ ଆସୁଛନ୍ତି। ସେ ୧୭ ତାରିଖରେ ଆସି ୧୮ ତାରିଖରେ ଫେରିଯିବେ। ଏହି ଗସ୍ତ ପାଇଁ କମିଶନରେଟ ପୋଲିସ ଦ୍ୱାରା ଉଚ୍ଚ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷା ବନ୍ଦୋବସ୍ତ ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରଥମ ଦିନ କୁଆଡେ ଯିବେ ସିଙ୍ଗାପୁର ରାଷ୍ଟ୍ରପତି ୧୭ ଜାନୁଆରୀ ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ହୋଟେଲ ୱେଲକମକୁ ଯିବା ପରେ ଅପରାହ୍ନ ୪ ଟାରୁ ୫:୩୦ ପର୍ୟ୍ୟନ୍ତ ମଞ୍ଚେଶ୍ୱର ଥିବା ୱାର୍ଲଡ୍ ସ୍କିଲ୍ ସେଣ୍ଟରକୁ ପରିଦର୍ଶନ କରିବେ। ସନ୍ଧ୍ୟା ୭:୨୦ରେ ସେ କଳାଭୂମିକୁ ଯାଇ ସଂସ୍କୃତିକ କାର୍ୟ୍ୟକ୍ରମରେ ଭାଗ ନେବେ। ଦ୍ବିତୀୟ ଦିନରେ କୁଆଡେ ଯିବେ ୧୮ ତାରିଖ ଅପରାହ୍ନ ୨:୩୦ରେ ସେ ଭୁବନେଶ୍ୱରରୁ ଭରତପୁରରେ ଥିବା ଭାରତ ବାୟୋଟେକକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ପୋଲିସ…
ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ମାସିକ ୩୦ ହଜାର ଟଙ୍କାର ସମ୍ମାନସୂଚକ ସହାୟକ ରାଶି ଦେବାକୁ ଘୋଷଣା କରିଛନ୍ତି। ଏହି ସହାୟକ ରାଶି ଚଳିତ ଜାନୁଆରୀ ମାସଠାରୁ ପ୍ରଦାନ କରାଯିବ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଜାରି କରାଯାଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଘୋଷଣାର ମୁଖ୍ୟାଂଶ ପଦ୍ମଶ୍ରୀ, ପଦ୍ମଭୂଷଣ, ଏବଂ ପଦ୍ମ ବିଭୂଷଣ ସମ୍ମାନ ପ୍ରାପ୍ତ ବ୍ୟକ୍ତିମାନଙ୍କୁ ଏହି ସହାୟକ ରାଶି ପ୍ରଦାନ କରାଯିବ। ରାଜ୍ୟର ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ଏହି ଲାଭ ମିଳିବ। ସହାୟକ ରାଶି ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏହା ଓଡିଶାର ଗର୍ବ ବଢ଼ାଇବ। ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା…
ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର। ସେମାନଙ୍କ ଦରମା ଏବଂ ପେନସନଭୋଗୀଙ୍କ ଭତ୍ତା ପୁନର୍ବିବେଚନ କରିବା ପାଇଁ ଅଷ୍ଟମ ପେ କମିଶନ୍ ଗଠନ କରିବାକୁ ସରକାର ସମ୍ମତି ଦେଇଛି। ଏ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁମୋଦନ କରିଛନ୍ତି। କ୍ୟାବିନେଟ ବୈଠକ ପରେ ଏହାକୁ ଘୋଷଣା କରିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସାଧାରଣ ଭାବରେ ସେପ୍ଟେମ୍ବର ୨୦୨୬ରେ ୭ମ ପେ କମିଶନ୍ର କାର୍ଯ୍ୟକାଳ ଶେଷ ହେବ। ଏହି ପରିସ୍ଥିତିରେ ଅଷ୍ଟମ ପେ କମିଶନ୍ ୨୦୨୫ରେ ଗଠିତ ହେବା ଦ୍ୱାରା ତାହା ଠିକ ସମୟରେ ଲାଗୁ ହେବ ବୋଲି ନିଶ୍ଚିତ ହୋଇଛି। ଅଷ୍ଟମ ପେ କମିଶନ୍ର ମୁଖ୍ୟ ବିବରଣୀ କେତେ କର୍ମଚାରୀ ପାଇବେ: ୪୯ ଲକ୍ଷରୁ ଅଧିକ କେନ୍ଦ୍ର ସରକାର କର୍ମଚାରୀ ଏବଂ ପ୍ରାୟ ୬୫ ଲକ୍ଷ ପେନସନଭୋଗୀ ଏହା ପାଇବେ। ସମୟସୀମା: ୭ମ ପେ କମିଶନ୍ର କାର୍ଯ୍ୟକାଳ ସମାପ୍ତ ପୂର୍ବରୁ ଏହାର ପୂର୍ଣ୍ଣ ରୂପରେଖ ପ୍ରକାଶିତ…
ଭୁବନେଶ୍ବର: ବିଜେଡିର ଟାଣୁଆ ନେତା ନବ ଦାସ ହତ୍ୟାକାଣ୍ଡକୁ ଆଉ କିଛି ଦିନ ପରେ ଦୁଇ ବର୍ଷ ପୁରଣ କରିବ। ୨୯ ଜାନୁଆରୀ ୨୦୨୩ରେ ତାଙ୍କୁ ହତ୍ୟା କରାଯାଇଥିଲା। ଯାହା ସେତେବେଳେ ଓଡିଶା କାହିଁକି ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। କାରଣ ହତ୍ୟା ବେଳେ ସେ ଓଡିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ଥିଲେ। ମନ୍ତ୍ରୀଙ୍କୁ ଖୋଲମଖୋଲ ଗୁଳି କରିବା ସେତେବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ବର୍ତ୍ତମାନ ଏହାକୁ ନେଇ ଓଡିଶାର ରାଜନୀତିରେ ପୁଣି ଥରେ କାଦୁଇ ଫିଙ୍ଗା ଆରମ୍ଭ ହୋଇଯାଇଛି। ନବ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଏବଂ ତାଙ୍କ ଭାଇ ବିଶାଳ ଦାସଙ୍କ ସହିତ ବିଜେପି ନେତା ଆରୋପ ପ୍ରତ୍ୟାରୋପ କରିବାରେ ଲାଗିଛନ୍ତି। ଦୀପାଳି କିରିମିରା ପଞ୍ଚାୟତ ସମିତ ଅଧ୍ୟକ୍ଷା ଅନାସ୍ତା ଉପରେ ବିଜେପିକୁ ଟାର୍ଗେଟ କରିବା ପରେ ଏହି ବିବାଦ ସୁତ୍ରପାତ ହୋଇଛି। କିରିମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନାସ୍ତା ଭୋଟିଂକୁ ବିଜେପି ଷଢଯନ୍ତ୍ର…
ମୁମ୍ବାଇ: ସୈଫ ଅଲ୍ଲି ଖାନଙ୍କୁ ଏକ ଅଜଣା ବ୍ୟକ୍ତି ମୁମ୍ବାଇ ଘରେ ପଶି ଛ ଥର ଛୁରି ମାରିଥିବାର ଜଣାପଡିଛି। ଏହି ଘଟଣା ଗତକାଲି ରାତି ୨.୩୦ ରେ ଘଟିଥିଲା। ଏହି ଘଟଣା ପରେ ସୈଫଙ୍କୁ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଅପରେସନ ଚାଲିଛି ବୋଲି କୁହାଯାଇଛି। ତେବେ ଡାକ୍ତରଖାନା ସୂଚନା ଅନୁସାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଏହି ବ୍ୟକ୍ତି ଜଣଙ୍କ ସୁରକ୍ଷା ବଳୟ ଭେଦ କରି ତାଙ୍କ ଘରେ ପ୍ରବେଶ କରିଥିଲା। ସେତେବେଳେସୈଫ ଘୁମାଉଥିଲେ ବୋଲି କୁହାଯାଉଛି। ସେ ପଶିବା ପରେ ସୈଫଙ୍କ ନିଦ ଭାଙ୍ଗି ଯାଇଥିଲା। ଏହାପରେ ତାଙ୍କ ସହିତ ଅଭିନେତାଙ୍କ ମୁହାଁମୁହିଁ ହେଲା। ତା’ ପରେ, ଏହି ବ୍ୟକ୍ତି ସୈଫଙ୍କୁ ଛ ଥର ଛୁରି ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଅଜଣା ବ୍ୟକ୍ତିଙ୍କ ନାମରେ ମାମାଲ କରି ଏହାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସୈଫଙ୍କ ଘରର…
ଭୁବନେଶ୍ବର: ଆଜି ସକାଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାଆ ଲୋଭାବତୀ ପରିଡାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥ ହୋଇ କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି। ଲୋଭାବତୀ ପୁରୀ ଜିଲ୍ଲା ନୂଆହାଟ ନିଭରଣରେ ରହୁଥିଲେ। ଏହା ହେଉଛି ପ୍ରଭାବତୀଙ୍କ ପୈତୃକ ଗ୍ରାମ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ହେଉଛନ୍ତି ଲୋଭାବତୀଙ୍କ ତୃତୀୟ ସନ୍ତାନ। ଏହି ଖବର ଜଣାପଡିବା ପରେ ନିଜ ପୈତୃକ ଗ୍ରାମରେ ପହଞ୍ଚିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ।
ଭୁବନେଶ୍ବର: ରାଜ୍ୟ ସ୍ତରୀୟ ବୀମା କମିଟି (SLIC)ର ପ୍ରଥମ ସମ୍ମିଳନୀ ୧୫ ଜାନୁଆରୀ ୨୦୨୫ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର୍ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମ୍ପାଦିତ ହୋଇଥିଲା। ସେ ତାଙ୍କ ଉଦବୋଧନରେ ରାଜ୍ୟ ସ୍ତରୀୟ ବୀମା କମିଟି (SLIC) କୁ IRDAI, ରାଜ୍ୟ ସରକାର ଓ ବୀମା କମ୍ପାନୀମାନଙ୍କର ଏକ ତ୍ରିପାକ୍ଷିକ ସଂସ୍ଥାଗତ ବ୍ୟବସ୍ଥା ଭାବେ କାମ କରିବା ପାଇଁ ଉତ୍ସାହିତ କରିଥିଲେ । ବ୍ୟାଙ୍କିଂ କ୍ଷେତ୍ରରେ SLBC ପରି ବୀମା କ୍ଷେତ୍ରରେ SLIC କୁ ସର୍ବୋତ୍ତମ ମାନଦଣ୍ଡ ସ୍ଥାପନ କରିବାର ଆବଶ୍ୟକତା ରହିଛି । ଏହି କମିଟି ରାଜ୍ୟର ବୀମା କଭରେଜ୍ ର ଅବସ୍ଥା ମୂଲ୍ୟାଙ୍କନ କରି ୨୦୩୬ ସୁଧା ସମସ୍ତଙ୍କ ପାଇଁ ବୀମା ସୁବିଧା ଲକ୍ଷ୍ୟ ହାସଲ ପାଇଁ ବିହିତ ପଦକ୍ଷେପ ନେବ। ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ…
ଭୁବନେଶ୍ୱର: ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍ (ଏଚ୍ଏମ୍ପିଭି) ସଂପର୍କିତ ଏକ ସମୀକ୍ଷା ବୈଠକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ଙ୍କ ଅଧ୍ୟକ୍ଷତାରେ ଆଜି ବିଭାଗୀୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଜନସାଧାରଣ ଏଚ୍ଏମ୍ପିିଭି ଭୂତାଣୁ ନେଇ ବିଚଳିତ କିମ୍ବା ଆତଙ୍କିତ ହେବାର କିଛି କାରଣ ନାହିଁ ବୋଲି ବୈଠକରେ ମତପ୍ରକାଶ ପାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ନେଇ ସଂପୂର୍ଣ୍ଣ ସଜାଗ ରହିଛନ୍ତି । ଅଦ୍ୟାବଧି ଏଚ୍ଏମ୍ପିଭିର କୌଣସି ପ୍ରଭାବ ଓଡ଼ିଶାରେ ପରିଲକ୍ଷିତ ହୋଇନାହିଁ । ତା’ ସତ୍ତ୍ୱେ ଓଡ଼ିଶା ସରକାର ସମସ୍ତ ପରିସ୍ଥିତି ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଆଇଡିଏସ୍ପି, ଏନ୍ସିଡିସି (Integrated Disease Surveillance Programme, National Centre for Disease Control) (IDSP – NCDC)ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ସମସ୍ତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ,…
ପୁରୀ: ପୌଷପୂର୍ଣ୍ଣିମା ଅବସରରେ ପରମ୍ପରାନୁସାରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ଉତ୍ସବ ଶ୍ରୀନଅରରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ପୂର୍ବରୁ ବରୁଣ ପୂଜା, ବର୍ଧନ ପୂଜା, କଳସ ପୂଜା, ଓ ରାମାଭିଷେକ ପଟି ପୂଜା ସହ ଅନ୍ୟାନ୍ୟ ପାରମ୍ପରିକ ନୀତି ବିଧାନ ହୋଇଥିଲା। ଗଜପତିଙ୍କ ଅଭିଷେକ ପ୍ରାରମ୍ଭରେ ଅଭିମନ୍ତ୍ରିତ ଜଳ ଦ୍ୱାରା ସ୍ନାନ, ମନ୍ତ୍ର ଉଚ୍ଚାରଣ ସହ ନୂଆ ପଇତା ଲାଗିବା ହୋଇଥିଲା। ଏହାରେ ଷୋଳ ଶାସନରୁ ଆସିଥିବା ବ୍ରାହ୍ମଣମାନେ ଉପସ୍ଥିତ ରହି ଗଜପତିଙ୍କୁ ଗୁଆ, ନଡ଼ିଆ, ଓ ପଇତା ପ୍ରଦାନ କରି ଆଶୀର୍ବାଦ ଦେଇଥିଲେ। ରାଜ ପୁରୋହିତ ସହ ଅନ୍ୟ ବ୍ରାହ୍ମଣମାନେ ମଧ୍ୟ ମନ୍ତ୍ର ଉଚ୍ଚାରଣ କରି ଗଜପତିଙ୍କ ଶୁଭ ଏବଂ ମଙ୍ଗଳ ଭବିଷ୍ୟତ ପାଇଁ କାମନା କରିଥିଲେ। ଗଜପତି ମହାରାଜ ପାରମ୍ପରିକ ଗଜପତି ପୋଷାକରେ ସିଂହାସନ ଆରୋହଣ କରି ରାଜ୍ୟର ଶୁଭ ଓ ମଙ୍ଗଳ ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ଉତ୍ସବରେ ପରମ୍ପରାଗତ ରୀତିନୀତି ସହ…
ଭୁବନେଶ୍ବର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଲାଗୁ କରାଯିବାକୁ ରାଜ୍ୟ ସରକାର ନିଷ୍ପତି କରିଛନ୍ତି। ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ଏହା ସମ୍ପର୍କରେ ବିଜ୍ଞପ୍ତି ଜାରି ହୋଇଛି। ଏହାକୁ ୨୦୨୪-୨୫ ଶିକ୍ଷା ବର୍ଷରୁ କାର୍ଯ୍ୟକାରୀ କରାଯିବ। ଏହି ନୀତି ଆଞ୍ଚଳିକ ବିଷୟବସ୍ତୁକୁ ଗୁରୁତ୍ୱ ଦେଇ ପାଠ୍ୟକ୍ରମର ପ୍ରସ୍ତୁତି ଓ ମଜବୁତ ଶିକ୍ଷା ବ୍ୟବସ୍ଥା ଗଠନ ହେବ ବୋଲି ଆଶା କରାଯାଇଛି। ପ୍ରଥମ ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଞ୍ଚଳିକ ଐତିହ୍ୟ, ସଂସ୍କୃତି, ଓ ମହାପୁରୁଷମାନଙ୍କ ଜୀବନୀ ଉପରେ ଅଧିକ ଗୁରୁତ୍ୱ ଦେଇ ପିଲାମାନଙ୍କୁ ଏହା ପଢ଼ାଯିବ। ଏହି ମାଧ୍ୟମରେ ସେମାନେ ଅନୁସନ୍ଧାନ, ନବସୃଜନ, ଏବଂ ବ୍ୟବହାରିକ ଶିକ୍ଷା ଉପରେ ଗଭୀର ଅଭିଜ୍ଞତା ଅର୍ଜନ କରିପାରିବେ। ନୂତନ ଶିକ୍ଷା ନୀତି ମଧ୍ୟ ଶିଳ୍ପ ଇଣ୍ଟର୍ନସିପ୍ ମାଧ୍ୟମରେ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ବୃଦ୍ଧି ପ୍ରତି ଧ୍ୟାନ ଦେବ। ଏହା ଚାକିରିକୁ ଦୃଷ୍ଟିରେ…
ଭୁବନେଶ୍ବର: ପ୍ରଭୃ ଲିଙ୍ଗରାଜ ସେବାୟତଙ୍କ ବିବାଦକୁ ସମାଧାନ କରାଯାଇଛି ଏବଂ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେବ।ଏହି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା। ଆଜି ଅପରାହ୍ନରେ ଟ୍ରଷ୍ଟ ବୋର୍ଡ ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିର ମନିଟରିଂ କରାଯିବ ଏବଂ ବିବାଦର ତଦନ୍ତ କରାଯିବ। ADM ତଦନ୍ତ କରି ଏହାର ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେହି ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି, ଯେଉଁମାନେ ବିଶୃଙ୍ଖଳା କରିଥିଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେକ୍ସନ ୩୨ ଅନୁସାରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟାନୁଷ୍ଠାନ ନେଇପାରିବ। ଏହା ସହିତ, ସୋ କଜ୍ ନୋଟିସ ମଧ୍ୟ ଜାରି କରାଯିବା ସହ ସେବା ପୂଜାରୁ ନିବୃତ୍ତ କରାଯିବ। ଯଦି ଦରକାର, ସେକ୍ସନ ୬୮ ନିୟମ ଅନୁସାରେ ସେବା ପୂଜା ପାଇଁ ଦିଆଯାଇଥିବା ଜମିକୁ ଫେରାଇ…
ଭୁବନେଶ୍ବର: ଯାଜପୁର ଅଞ୍ଚଳର ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଉଦୟଗିରି ଓ ରତ୍ନଗିରିରେ ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀଙ୍କ ମିଳନ ସମାଗମ ଘଟିଛି। ସ୍ନେହ, ପ୍ରେମ ଏବଂ ଶ୍ରଦ୍ଧାର ବାର୍ତ୍ତା ନେଇ ବିଶ୍ୱ ଶାନ୍ତି ପାଇଁ ବୁଦ୍ଧଙ୍କ ନିକଟରେ ପ୍ରାର୍ଥନା ଏବଂ ମନ୍ତ୍ରପାଠ ଚାଲିଛି। ଏହି ସମାରୋହରେ ୧୭ଟି ଦେଶର ପ୍ରାୟ ୧,୫୦୦ ବୌଦ୍ଧ ଧର୍ମାବଲମ୍ବୀ ଏବଂ ସନ୍ନ୍ୟାସୀ ଭାଗ ନେଇଛନ୍ତି। ଓଡ଼ିଶାରେ ବୌଦ୍ଧ ସମ୍ପଦ ଏବଂ ଐତିହ୍ୟ ଦେଖି ସେମାନେ ବିମୋହିତ ହୋଇଛନ୍ତି। ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ବୌଦ୍ଧ ସମ୍ମିଳନୀରେ, ପ୍ରଥମଥର ପାଇଁ ଦ୍ୱିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମସମ୍ଭାବଙ୍କ ନାମରେ ବିଶ୍ୱ ବୌଦ୍ଧ ସମ୍ମିଳନୀ ଆୟୋଜନ କରାଯାଇଛି। ଆନ୍ତର୍ଜାତିକ ବୌଦ୍ଧ ଫାଉଣ୍ଡେସନ ଏବଂ ଉଦୟଗିରି ବୁଦ୍ଧ ମହୋତ୍ସବ କମିଟି ଏହାର ଆୟୋଜକ। ଗୁରୁ ପଦ୍ମସମ୍ଭାବଙ୍କ ଦେହାନ୍ତ ଉଦୟଗିରିରେ ହୋଇଥିଲା ବୋଲି ବୌଦ୍ଧ ଧର୍ମାବଲମ୍ବୀ ମାନନ୍ତି। ଏହି ସ୍ଥାନଗୁଡ଼ିକ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ପାଇବା ଉପରେ…
ଭୁବନେଶ୍ବର: ରାଜ୍ୟରେ ଆଜି ଘନ କୁହୁଡି ବଳୟ ଦେଖିବାକୁ ମିଳିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାକୁ ଯେଲୋ ଆଲର୍ଟ ଜାରି କରାଯାଇଛି। ଏସବୁ ଅଞ୍ଚଳରେ ଦୃଶ୍ୟମାନ କ୍ଷମତା ୫୦ ମିଟର ତଳକୁ ଖସିପଡ଼ିବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ଶୂନ୍ୟ ଦୃଶ୍ୟମାନତା (ଜିରୋ ଭିଜିବିଲିଟି) ଦେଖାଯାଇପାରେ। ଏହାସହ ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, କଟକ ଓ ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭବ ହେବ। ୧୭ ତାରିଖରୁ ଖରା ଶୀତର ସମ୍ଭାବନା ପୂର୍ବାନୁମାନ ଅନୁସାରେ, ଆସନ୍ତା ୧୭ ତାରିଖରୁ ରାଜ୍ୟରେ ତାପମାତ୍ରା କମିବ। ଉପାନ୍ତ ଅଞ୍ଚଳରୁ ଉପକୂଳ ଅଞ୍ଚଳ ପର୍ଯ୍ୟନ୍ତ ତାପମାତ୍ରା ସ୍ବାଭାବିକ ଠାରୁ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଉତ୍ତର ପଶ୍ଚିମା ପବନର ପ୍ରଭାବ ବଢ଼ିବ ବୋଲି ଅନୁମାନ କରିଛି। ଫଳରେ ରାଜ୍ୟରେ ପୁଣି ଶୀତ ଲହରୀ ଅନୁଭବ ହେବ। ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ,…
ନୂଆଦିଲ୍ଲୀ: ରାଜ୍ୟର ୮୦ ବର୍ଷ ବା ତା’ଠାରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀମାନେ ଆଜିଠାରୁ ମାସକୁ ୩୫୦୦ ଟଙ୍କା ପେନସନ ପାଇବେ। ପୂର୍ବରୁ ସେମାନେ ୧୨୦୦ ଟଙ୍କା ପେନସନ ପାଉଥିବା ବେଳେ ଏଥିରେ ୨୩୦୦ ଟଙ୍କା ବୃଦ୍ଧି କରାଯାଇ ୩୫୦୦ ଟଙ୍କା କରାଯାଇଛି । ଏହା ଦ୍ୱାରା ରାଜ୍ୟର ୪,୧୭,୪୯୬ ଜଣ ବ୍ୟକ୍ତି ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଠାରେ ଏହି ବର୍ଦ୍ଧିତ ଭତ୍ତା ବିତରଣ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁ ସମାଜରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ ଓ ଆଦର ଦିଆଯାଏ, ସେହି ସମାଜ ହେଉଛି ଏକ ଆଦର୍ଶ ସମାଜ। ଏ ମାନଙ୍କ ପ୍ରତି ସମାଜ ସମ୍ବେଦନଶୀଳ ହେବା ଆବଶ୍ୟକ । ବରିଷ୍ଠ ନାଗରିକ ମାନେ ହେଉଛନ୍ତି ଆମ ଆସ୍ଥା…
ଭୁବନେଶ୍ବର: ଓଡିଶା ପ୍ରଦେଶ କଂଗ୍ରେସର ସଭାପତି କିଏ ହେବ ତାହା ନିଷ୍ପତି ହୋଇଯାଇଛି। ଖୁବ ଶିଘ୍ର ତାଙ୍କ ନାମ ଘୋଷଣା ହେବ ବୋଲି କହିଛନ୍ତି ପୂର୍ବତନ ସଭାପତି ଜୟଦେବ ଜେନା। ଆଜି ଗଣମାଧ୍ୟମକୁ ସେ କହିଛନ୍ତି ଯେ, କଂଗ୍ରେସ ସଭାପତି ବାଛିବା ପାଇଁ ଦୁଇ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେମାନେ ତାଙ୍କର ରିପୋର୍ଟ ଏଆଇସିସିକୁ ପ୍ରଦାନ କରିସାରିଛନ୍ତି। ତେଣୁ ଖୁବ ଶିଘ୍ର ତାଙ୍କ ନାମ ଘୋଷଣା ହେବ। ସେ ପୁଣି କହିଛନ୍ତି ଯେ, କେବଳ ସଭାପତି ନୁହେଁ, ଓଡିଶା କଂଗ୍ରେସର ଏକ ନବକଳେବର ହେବ। ସେଥିପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ସେ କହିଛନ୍ତି ଯେ, ଆଜି ଦିଲ୍ଲୀରେ ନୂଆ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ ହେଲା। ଏହାପରେ ଓଡିଶା କଥା ବିଚାର କରାଯାଇ ଘୋଷଣା କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ଜାନୁଆରୀ ୧୭ ତାରିଖ ନାମାଙ୍କନ ଦାଖଲର ଶେଷଦିନ ରହିଛି। ଏହା ପୂର୍ବରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍ ଆଜି ନାମାଙ୍କନ ଦାଖଲ କରିଛନ୍ତି। ସେ ନୂଆଦିଲ୍ଲୀ ଆସନରୁ ନିଜର ନାମାଙ୍କନ ଭରିଛନ୍ତି। ଏହି ଆସନରୁ ସେ ତିନି ଥର ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ବାଲ୍ମିକୀ ମନ୍ଦିର ଓ ହନୁମାନ ମନ୍ଦିର ଯାଇ ଦର୍ଶନ କରିଥିଲେ ଆମ୍ ଆଦମୀ ପାର୍ଟି ସୁପ୍ରିମୋ କେଜ୍ରିୱାଲ୍ । ପରେ କର୍ମକର୍ତ୍ତାଙ୍କ ସହ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଥିଲେ। ନୂଆଦିଲ୍ଲୀ ଆସନରୁ କେଜରିୱାଲଙ୍କ ବିପକ୍ଷରେ ବିଜେପି ପ୍ରବେଶ ବର୍ମାଙ୍କୁ ପ୍ରାର୍ଥୀ କରିଛି। ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ହେଉଛନ୍ତି ପ୍ରବେଶ ବର୍ମା। ପ୍ରବେଶ ୨୦୧୪ ଓ ୨୦୧୯ରେ ବିଜେପିର ସାଂସଦ ନିର୍ବାଚିତ ହୋଇଥିଲେ। ସେପଟେ…
ଭୁବନେଶ୍ବର: ଅତ୍ୟାଧୁନିକ ଶିକ୍ଷିତ ପୁଅମାନେ ଅତିମାତ୍ରାରେ ଆତ୍ମକୈନ୍ଦ୍ରିକ ହୋଇ : ଜୀବିକା ନିର୍ବାହ କରିବା ଆଳରେ, ବିଦେଶରେ ରହିବାକୁ ପସନ୍ଦ ମନେ କରନ୍ତି । ଫଳରେ ବ୍ୟକ୍ତିଗତ ସ୍ୱାର୍ଥ ନିକଟରେ ପାରିବାରିକ ସଂପର୍କ ସେମାନଙ୍କ ପାଇଁ ମୂଲ୍ୟହୀନ ହୋଇପଡ଼େ। ଯେଉଁ ବାପା, ମା’, ମାନେ ସେମାନଙ୍କ ପିଲାମାନଙ୍କୁ ନେଇ ସୁନେଲା ସ୍ୱପ୍ନ ଦେଖିଥା ନ୍ତି ସମୟାନୁକ୍ରମେ ସେ ସ୍ୱପ୍ନ ଧୂଳିସାତ ହୋଇଯାଏ। ସେହି ସବୁ ଅତ୍ୟାଧୁନିକ ଉଚ୍ଚ ଶିକ୍ଷିତ ଯୁବକମାନେ ବାପା ମା’ଙ୍କୁ ସେମାନଙ୍କ ବୋଝ ବୋଲି ଭାବି ନିଅନ୍ତି । ସେହିସବୁ ବାପ, ମା’ ମାନେ ସ୍ତ୍ରୀକୁ ହରେଇଥିବା ରମାପଦ ରାୟ ଓ ସ୍ୱାମୀଙ୍କୁ ହରେଇଥିବା ଝରଣା ଦାସ ମାନେ ହୋଇପାରନ୍ତି । ଏମାନଙ୍କ ଏକଲା ଜୀବନ କେତେ ଯେ ଦୁବିସହ, ସେ କଥା ବିଦେଶରେ ଥିବା ପିଲାମାନେ ବୁଝିପାରନ୍ତି ନାହିଁ । ସେମାନଙ୍କ ବ୍ୟାଧଗ୍ରସ୍ଥ ଜୀବନ ପ୍ରତି ସମ୍ବୋଧନଶୀଳ ନ ହୋଇ ବରଂ ଡାକ୍ତରଙ୍କୁ କୁହନ୍ତି ସେମାନଙ୍କୁ ମାରିଦେବା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେନା ଦିବସରେ ଭାରତୀୟ ସେନାର ଅଦମ୍ୟ ସାହସକୁ ସାଲ୍ୟୁଟ୍ କରିଛନ୍ତି । ଭାରତୀୟ ସେନା ଦୃଢ଼ ସଂକଳ୍ପ, କର୍ତ୍ତବ୍ୟପରାୟଣତା ଏବଂ ଉତ୍ସର୍ଗୀକୃତତାର ପ୍ରତୀକ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆମ ସରକାର ସଶସ୍ତ୍ର ବାହିନୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ପ୍ରତିବଦ୍ଧ। ବର୍ଷ ବର୍ଷ ଧରି ଆମେ ଅନେକ ସଂସ୍କାର ଆଣିବା ସହ ଆଧୁନିକୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛୁ” । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ଆଜି ସେନା ଦିବସରେ, ଆମେ ଭାରତୀୟ ସେନାର ଅସୀମ ସାହସକୁ ସାଲ୍ୟୁଟ୍ କରୁଛୁ, ଯାହା ଆମ ଦେଶର ସୁରକ୍ଷା ପାଇଁ ପ୍ରହରୀ ଭାବରେ ଛିଡା ହୋଇଛି । ପ୍ରତ୍ୟେକ ଦିନ କୋଟି କୋଟି ଭାରତୀୟଙ୍କ ନିରାପତ୍ତାକୁ ନିଶ୍ଚିତ କରୁଥିବା ସାହସୀମାନଙ୍କ ଦ୍ୱାରା କରାଯାଇଥିବା ବଳିଦାନକୁ ମଧ୍ୟ ଆମେ ମନେ ରଖିଛୁ…
ନୂଆଦିଲ୍ଲୀ: କଂଗ୍ରେସ କେନ୍ଦ୍ରୀୟ କାର୍ଯ୍ୟାଳୟ 9A କୋଟଲା ରୋଡ୍, ନୂଆଦିଲ୍ଲୀକୁ ଆଜି ସ୍ଥାନାନ୍ତରିତ କରିଛି। ଆଗରୁ 47 ବର୍ଷ ଧରି 24 ଆକବର ରୋଡରେଏହି କାର୍ଯ୍ୟାଳୟ ଚାଲିଥିଲା। ଯାହା 139 ବର୍ଷର ଏହି ପୁରୁଣା ଦଳର ଅନେକ ସାକ୍ଷୀ ଏହି ପୁରୁଣା କୋଠାରେ ରହିଛି। ବହୁ ଇତିହାସ ଏହି ପୁରୁଣା କୋଠାରେ ସୃଷ୍ଟି ହୋଇଛି। ହେଲେ ଆଜି ସେହି ସ୍ଥାନରୁ କଂଗ୍ରେସ ତାହାର ଅଫିସକୁ ସ୍ଥାନାନ୍ତରିତ କରିଛି। କଂଗ୍ରେସ ସାଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ପଞ୍ଚମ ତଳ ବିଶିଷ୍ଟ ଏହି ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି। ଯାହା କି ଏହି ପ୍ରଚୀନ ଦଳର ଏକ ନୂତନ ଅଧ୍ୟାୟ ଲେଖିବ। ଦଳ ଏପରି ଏକ ସମୟରେ ନିଜ ଅଫିସ ସ୍ଥାନାନ୍ତରିତ କରିଛି ଯେତେବେଳେ ରାଜଧାନୀ ଦିଲ୍ଲୀରେ ଫେବ୍ରୁଆରୀ 5ରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି। ଏହି କୋଠାର ନାମ ଇନ୍ଦିରା ଭବନ ରଖାଯାଇଛି। ଆଜିର ଉଦଘାଟନ କାର୍ଯ୍ୟକ୍ରମରେ ସୋନିଆଙ୍କ ସହିତ,…

