Author: Samikhsya Bureau

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଏକ ନୂଆ ଯୋଜନା- ‘‘ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ପ୍ରୟାସ (ପିଏମ-ଡିଭାଇନ)କୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ୨୦୨୨-୨୩ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଶେଷ ଚାରି ବର୍ଷ ଅବଧିରେ କାର୍ଯ୍ୟକାରୀ ହେବ। ୧୦୦ ପ୍ରତିଶତ କେନ୍ଦ୍ରୀୟ ପାଣ୍ଠି ଯୋଗାଣ ସହିତ ପିଏମ-ଡିଭାଇନ ନାମକ ନୂଆ ଯୋଜନା ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଅଟେ ଏବଂ ଏହାକୁ ଉତ୍ତରପୂର୍ବାଞ୍ଚଳ ବିକାଶ (ଡୋନର) ମନ୍ତ୍ରଣାଳୟ ଦ୍ବାରା କାର୍ଯ୍ୟକାରୀ କରାଯିବ। ପିଏମ-ଡିଭାଇନ ଯୋଜନାରେ ୨୦୨୨-୨୩ ଠାରୁ ୨୦୨୫-୨୬ (ପଞ୍ଚଦଶ ଅର୍ଥ ଆୟୋଗଙ୍କ ଶେଷ ଚାରି ବର୍ଷ) ପର୍ଯ୍ୟନ୍ତ ଚାରି ବର୍ଷର ଅବଧିରେ ମୋଟ ୬ ହଜାର ୬ଶହକୋଟି ଟଙ୍କା ବ୍ୟୟ କରାଯିବ। ପିଏମ-ଡିଭାଇନ ପ୍ରକଳ୍ପକୁ ୨୦୨୫-୨୬ ସୁଦ୍ଧା ସମ୍ପୂର୍ଣ୍ଣ କରିବା ଲାଗି ପ୍ରୟାସ କରାଯିବ ଯାହାଫଳରେ ଏହି ବର୍ଷ ପରେ କୌଣସି ପ୍ରତିବଦ୍ଧ ଦେୟତା ରହିବ ନାହିଁ।…

Read More

ଭୁବନେଶ୍ବର: ଓଡିଆ ଚଳଚିତ୍ର ଜଗତ ପାଇଁ ପୁଣି ଆସିଛି ଏକ ଦୁଃଖଦ ଖବର। ଆଉ ଜଣେ ଓଡିଆ ଅଭିନେତ୍ରୀଙ୍କର ଆଜି ଭୁବନେଶ୍ବରର ଏକ ହସପିଟାଲରେ ମୃତ୍ୟୁ ହୋଇଛି। ସେ ହେଲେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ। ଚଳଚିତ୍ର ବ୍ୟକ୍ତିଙ୍କ ନିକଟରେ ସେ ତିଳ ଅପା ଭାବେ ପରିଚିତ। ବହୁ ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟ ଖରାପ ରହିିଥିବାରୁ ତାଙ୍କୁ ଅକ୍ଟୋବର ପାଞ୍ଚ ତାରିଖରେ ଉତ୍କଳ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଆଜି ସଂଧ୍ୟା ସମୟରେ ହାଟ୍ ଆଟାକ୍ ରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟ ବେଳକୁ ତାଙ୍କୁ 49ବର୍ଷ ହୋଇଥିଲା । ବହୁ ଧାରାବାହିକ ସିନେମା ରେ ସେ ଅଭିନୟ କରିଥିଲେ। ତାଙ୍କ ବିୟୋଗରେ ଓଡିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।

Read More

ଭୁବନେଶ୍ବର: ବିଜେପି ଆଉ କଂଗ୍ରେସ ପରେ ଏବେ ଧାମନଗର ବିଧାନସଭା ଉପ-ନିର୍ବାଚନ ପାଇଁ ଶାସକ ଦଳ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ପାଖରେ ମିଶନ ଶକ୍ତି ଏସଏଚଜିରେ ଦୀର୍ଘ ଅଭିଜ୍ଞତା ରହିଛି। ତେବେ ଆଜି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଏହା ପୂର୍ବରୁ ବିଜେପି ମଧ୍ୟ ପ୍ରାର୍ଥୀ ଘୋଷଣା କରିସାରିଥିଲା। ବିଜେପି ତରଫରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ପ୍ରାର୍ଥୀ ହୋଇଥିବା ବେଳେ ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ପ୍ରକାଶ ଯୋଗ୍ୟ ଯେ, ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ଭୋଟ ହେବ। ଆଜି ରାଜ୍ୟର ପ୍ରମୁଖ ୩ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା ପରେ ନିର୍ବାଚନ ଲଢେଇ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି। ଶାସକ ଦଳ ବ୍ୟତୀତ ଉଭୟ ବିରୋଧୀ ଦଳ ଧାମନଗର…

Read More

ଭୁବନେଶ୍ବର: ଭାରତ ପାଇଁ ବଡ ସଫଳତା। ଦୀର୍ଘ ଦୁଇ ଦଶନ୍ଧି ପରେ ଭାରତ ପାଖକୁ ଆଇପିୟୁର କାର୍ଯ୍ୟକାରିଣୀ କମିଟିର ସଭାପତି ପଦ ମିଳିଛି। ଏହି ସଫଳତା ଭୁବନେଶ୍ଵର ସାଂସଦ ଅପରାଜିତ ଷଡଙ୍ଗୀ ଦ୍ଵାରା ଭାରତକୁ ପ୍ରାପ୍ତ ହୋଇଛି। ଆଜି ରଓ୍ବାଣ୍ଡାର କିଗାଲିଠାରେ ଅନୁଷ୍ଠିତ ଆଇପିୟୁର ୧୪୫ତମ ସମ୍ମିଳନୀ ଅବସରରେ ଅନୁଷ୍ଠିତ ନିର୍ବାଚନରେ ଶ୍ରୀମତୀ ଷଡଙ୍ଗୀ ନିର୍ବାଚିତ ହୋଇଛନ୍ତି। ସେ ମୋଟ ୧୮ ଟି ଭୋଟରୁ ୧୨ ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ତେଣୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଅନ୍ତଃ ସଂସଦୀୟ ୟୁନିୟନ ( ଆଇପିୟୁ)ର କାର୍ଯ୍ୟକାରିଣୀ କମିଟିକୁ ନିର୍ବଚିତ ହେବା ସହ ଭାରତକୁ ସଭାପତି ପଦ ଫେରିଛି। ଏହି ସମ୍ମିଳନୀରେ ରାଜ୍ୟସଭାର ଉପସଭାପତି ହରିବଂଶ, ବିଜେଡ଼ି ସାଂସଦ ସସ୍ମିତ ପାତ୍ର, ଝାଡ଼ଖଣ୍ଡର ସାଂସଦ ବିଷ୍ଣ ଦୟାଲ ରାମ ଓ ସାଂସଦ କାର୍ତ୍ତିକ ଶର୍ମା ଯୋଗ ଦେଇଥିଲେ।

Read More

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ଅବିବୃଦ୍ଧି କ୍ଷେତ୍ରରେ ଅନ୍ୟଏକ ପଦକ୍ଷେପ ଭାବେ ରାସ୍ତାପାର୍ଶ୍ୱ ସୁବିଧା କେନ୍ଦ୍ର ଗୁଡ଼ିକର ଉତ୍ତମ ପରିଚାଳନା ଓ ରକ୍ଷଣାବେକ୍ଷଣ ନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଆଜି ରାଜ୍ୟ ଲୋକସେବା ଭବନ ସଭାଗୃହରେ ଏ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ ରାଜ୍ୟର ବିଭିନ୍ନ ରାଜପଥ ଏବଂ ପର୍ଯ୍ୟଟନ ସ୍ଥଳୀକୁ ସଂଯୋଗ କରୁଥିବା ମୁଖ୍ୟ ସଡ଼କ ପାର୍ଶ୍ୱରେ ବର୍ତ୍ତମାନ ସୁଦ୍ଧା ୮୪ ଟି ରାସ୍ତାପାର୍ଶ୍ୱ ସୁବିଧା କେନ୍ଦ୍ର ସ୍ଥାପନ କରାଯାଇଛି। ଏସବୁ କେନ୍ଦ୍ରରେ ଗାଡି ପାର୍କିଂ, ମହିଳା ଓ ପୁରୁଷ ଶୌଚାଳୟ, ପ୍ରସାଧନ ସ୍ଥାନ, ବସିବା ସ୍ଥାନ, ଚା କଫି ଓ ଜଳଖିଆ ଆଦି ସ୍ଥାନ ନିର୍ମାଣ କରାଯାଇଛି। ଏଥିମଧ୍ୟରୁ ୩୫ ଟି କେନ୍ଦ୍ର ପର୍ଯ୍ୟଟନ ବିଭାଗ ଏବଂ ୪୯ ଟି କେନ୍ଦ୍ର ପୂର୍ତ୍ତବିଭାଗ ମାଧ୍ୟମରେ ନିର୍ମାଣ…

Read More

ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓଡ଼ିଶାବାସୀଙ୍କୁ ନିରନ୍ତର ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ଆସୁଛି। କୋଭିଡ ମହାମାରୀ ସମୟରେ ସୋଆ ପରିଚାଳିତ କୋଭିଡ ହସ୍ପିଟାଲଗୁଡ଼ିକର ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଏହି ମହାମାରୀକୁ ପ୍ରତିହତ କରିପାରିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଆଜି କହିଛନ୍ତି। ଏହି ପରିସ୍ଥିତିରେ ସୋଆ ରାଜ୍ୟ ସରକାରଙ୍କ ସହ ମିଶି ମହାମାରୀର ମୁକାବିଲା କିରବାରେ ସହାୟକ ହୋଇଥିଲା ବୋଲି ପ୍ରକାଶ କରି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଓଡ଼ିଶାବାସୀଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ବୋଲି ସେ କହିଛନ୍ତି। ବିଶ୍ୱ ଗଣ୍ଠିବାତ ଦିବସ ଅବସରରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ଲିନିକାଲ୍ ଇମ୍ୟୁନୋଲଜି ଆଣ୍ଡ ର‌୍ୟୁମାଟୋଲଜି ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଦାସ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ନାଭାଲ ଫାଣ୍ଡି ଅନ୍ତର୍ଗତ ବଡ଼କୁଳ ଅଞ୍ଚଳରେ ଅବାଧ ମଦ ବିକ୍ରି ଚାଲୁଥିବାର ଅଭିଯୋଗ ବାରମ୍ବାର ହୋଇଆସୁଥିଲା। ଏପରିକି ନିକଟରେ ନାଭାଲ ଫାଣ୍ଡି ପରିସରରେ ହୋଇଥିବା ଆମ ପୋଲିସ କାର୍ଯ୍ୟକ୍ରମରେ ମଦ କାରବାର ଉପରେ ସମ୍ପୂର୍ଣ୍ଣ ଲଗାମ ଲଗାଇବା ଜନସାଧାରଣଙ୍କ ପ୍ରମୁଖ ଦାବି ଥିଲା ଏବଂ ପୋଲିସ ମଧ୍ୟ ଏ ଦିଗରେ କାର୍ଯ୍ୟ କରିବା ପାଇଁ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ବାଲୁଗାଁ ଆଇଆଇସି ଓ ନାଭାଲ ଫାଣ୍ଡି ଅଧିକାରୀ ବଡ଼କୁଳ ଅଞ୍ଚଳରେ ଚଢ଼ାଉ କରି ଜଣେ ପେସାଦାର ମଦବେପାରିଙ୍କୁ ବିଦେଶୀ ମଦ ସହ ଗିରଫ କରିଛି। ବେପାରି ଜଣକ ହେଲେ ବଡ଼କୁଳ ଅଞ୍ଚଳର ଶିବ ସ୍ୱାଇଁ। ତାଙ୍କ ନିକଟରୁ ୧୧ ଲିଟର ବିଦେଶୀ ମଦ ଓ ବାଇକ ଜବତ କରିଛି ପୋଲିସ। ଏ ସଂକ୍ରାନ୍ତରେ ବାଲୁଗାଁ ଥାନାରେ କେସ ନମ୍ବର ୨୦୩/୨୨ ରେ ମାମଲା ରୁଜୁ କରାଯାଇଛି। ତେବେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଅଜଣା ଭିକ୍ଷୁକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବାର ଦେଖିବାକୁ ମିଳିଛି। ଭିକ୍ଷୁକ ଜଣକ କିଛି ଦିନ ହେବ ମା’ ଭଗବତୀ ମନ୍ଦିର ସମ୍ମୁଖରେ ଭିକ୍ଷାବୃତ୍ତି କରି ଚଳୁଥିବା ବେଳେ ଆଜି ହଠାତ ମନ୍ଦିର ପାର୍ଶ୍ୱରେ ଥିବା ରାସ୍ତା ପାର୍ଶ୍ୱରେ ମରି ପଡିଥିବାର ଦେଖିବାକୁ ମିଳିଛି। ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଏବଂ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆଇନ ଅନୁଯାୟୀ ୭୨ ଘଣ୍ଟା ମୃତଦେହକୁ ସରଂକ୍ଷିତ ରଖିବ। ତତସହିତ ଯଦି କୌଣସି ବ୍ୟକ୍ତି ମୃତ ଭିକ୍ଷୁକଙ୍କ ପରିଚୟ ପାଇବେ ତେବେ ପୋଲିସକୁ ଜଣାଇବାକୁ ଅନୁରୋଧ କରିଛନ୍ତି ବାଣପୁର ଆଇଆଇସି ଜୟ ପ୍ରକାଶ ପରିଡ଼ା।

Read More

ଭୁବନେଶ୍ବର: ବିଜେପି ପରେ ଏବେ ଧାମନଗର ବିଧାନସଭା ଉପ-ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଏହା ପୂର୍ବରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ବିଜେପି ପ୍ରାର୍ଥୀ କରିଛି। କିନ୍ତୁ ଏହି ଉପ-ନିର୍ବାଚନ ପାଇଁ ବିଜୁ ଜନତା ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ଭୋଟ ହେବ।

Read More

ନୂଆଦିଲ୍ଲୀ: ରେଳ କର୍ମଚାରୀଙ୍କୁ ବୋନସ ଦେବାକୁ ମୋଦୀ କ୍ୟାବିନେଟ ନିଷ୍ପତ୍ତି ନେଇଛି। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରେଳ କର୍ମଚାରୀଙ୍କୁ ୭୮ ଦିନ ବୋନସ ଦିଆଯିବ। ସେ କହିଛନ୍ତି ଯେ, ୧୧.୨୭ ଲକ୍ଷ ରେଳ କର୍ମଚାରୀଙ୍କୁ ୧୮୩୨ କୋଟି ଟଙ୍କାର ଉତ୍ପାଦକ ଲିଙ୍କ୍ ବୋନସ୍  ଦିଆଯିବ। ସର୍ବାଧିକ ସୀମା ୧୭,୯୫୧ ଟଙ୍କା ହେବ।” ଏହା ସହିତ ତୈଳ ବିତରଣ କମ୍ପାନୀମାନଙ୍କୁ ଏକା ଥରେ ୨୨ ହଜାର କୋଟି ଟଙ୍କା ଅନୁଦାନ ଦିଆଯାଇଛି, ଯାହାଦ୍ୱାରା ଅନ୍ତର୍ଜାତୀୟ ବଜାରରେ ଏଲପିଜି ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଘରୋଇ ଏଲପିଜିର ମୂଲ୍ୟ ବୃଦ୍ଧି ନହେବା କାରଣରୁ ହୋଇଥିବା କ୍ଷତି ପାଇଁ ମିଳିବ। ସାମ୍ବାଦିକ ସମ୍ମିଳନୀରେ କ୍ୟାବିନେଟ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଗୁଜୁରାଟର କାଣ୍ଡଲାଠାରେ ଦିନ୍ ଡେୟାଲ୍ ବନ୍ଦର ପ୍ରାଧିକରଣ ଅଧୀନରେ ଏକ କଣ୍ଟେନର ଟର୍ମିନାଲ ଏବଂ ମଲ୍ଟି ପର୍ପୋଜ୍ କାର୍ଗୋ ବର୍ଥ ନିର୍ମାଣ…

Read More

ଥିରୁବନନ୍ତପୁରମ୍: କେରଳରେ ଦୁଇ ମହିଳାଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡରେ ବଳି ଦେବାର ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି। କୋଚି ପୋଲିସ କମିଶନର କହିଛନ୍ତି ଯେ, ଅଭିଯୁକ୍ତ ଦମ୍ପତି ମଧ୍ୟ ସେହି ମହିଳାମାନଙ୍କର ମାଂସ ଖାଇଛନ୍ତି ବୋଲି ସେ ସନ୍ଦେହ କରୁଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ପୋଲିସ ତିନି ଅଭିଯୁକ୍ତ ମସାଜ ଥେରାପିଷ୍ଟ ଭଗବନ୍ତ ସିଂ, ତାଙ୍କ ପତ୍ନୀ ଲାଲି ଏବଂ ସେମାନଙ୍କ ଏଜେଣ୍ଟ ମହମ୍ମଦ ଶଫିଙ୍କୁ ଗିରଫ କରିଥିଲା। କୁହାଯାଏ ଯେ ଅଭିଯୁକ୍ତ ଦମ୍ପତି ତନ୍ତ୍ର-ମନ୍ତ୍ର ମାଧ୍ୟମରେ ଟଙ୍କା ଏବଂ ଖ୍ୟାତି ଅର୍ଜନ କରିବା ପାଇଁ ମାନବୀୟ ବଳିଦାନ ଦେଇଥିଲେ। ତାଙ୍କ ଏଜେଣ୍ଟ ଶଫି ଏହି ଦୁଇ ମହିଳାଙ୍କୁ ପ୍ରଲୋଭିତ କରି ଅଭିଯୁକ୍ତଙ୍କ ଘରକୁ ଆଣିଥିଲେ ଯେଉଁଠାରେ ସେମାନଙ୍କୁ ବଳି ଦିଆଯାଇଥିଲା ଏବଂ ପୋତି ଦିଆଯାଇଥିଲା। ଏହି ଘଟଣା ପରେ ଗତ କିଛି ଦିନ ହେବ ନିଖୋଜ ଥିବା ଘଟଣାର ପୋଲିସ ମଧ୍ୟ ତଦନ୍ତ ଜାରି…

Read More

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ସାଧାରଣ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ବିବେଚନା କରାଯାଏ। ପ୍ରତିଦିନ କୋଟି କୋଟି ଯାତ୍ରୀ ଟ୍ରେନ୍ ଯୋଗେ ନିଜ ଘରକୁ ଯାତ୍ରା କରନ୍ତି। ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ସମୟ ସମୟରେ ଅନେକ ପରିବର୍ତ୍ତନ ଆଣେ। ଭାରତୀୟ ରେଳ କ୍ୟାଟରିଂ ଏବଂ ଟୁରିଜିମ୍ କର୍ପୋରେସନ୍ ଅର୍ଥାତ୍ ଆଇଆରସିଟିସିର ୱେବସାଇଟ୍ ପରିଦର୍ଶନ କରି ଯାତ୍ରୀମାନେ ସହଜରେ ଘରେ ବସି ଟିକେଟ୍ ପାଇପାରିବେ। ଲୋକମାନେ ପପାର୍ବଣ ଋତୁରେ ଯାତ୍ରା କରିବା ପାଇଁ ମାସକ ପୂର୍ବରୁ ସଂରକ୍ଷଣ କରନ୍ତି, କିନ୍ତୁ ଜରୁରୀକାଳୀନ ପରିସ୍ଥିତିରେ ଅନେକ ଥର ଟିକେଟ୍ ବାତିଲ କରିବାକୁ ପଡେ। ସାଧାରଣତଃ ଯାତ୍ରା ଚାର୍ଟ ପୂର୍ବରୁ ଟିକେଟ୍ ବାତିଲ୍ କରିବା ସମୟରେ ଯାତ୍ରୀ ବାତିଲ୍ ଚାର୍ଜ କଟି ଟଙ୍କା ଫେରସ୍ତ ପାଇଥା’ନ୍ତି। କିନ୍ତୁ ଚାର୍ଟ ପ୍ରସ୍ତୁତ ହେବା ପରେ ମଧ୍ୟ ଅନେକ ଥର ଯାତ୍ରୀମାନେ ଟିକେଟ୍ ବାତିଲ କରନ୍ତି। ଏଭଳି ପରିସ୍ଥିତିରେ, ମନରେ ସୃଷ୍ଟି…

Read More

କଟକ: ଆଜି ସକାଳୁ ଭିଜିଲାନସ ଜଣେ ବ୍ଲକ ବିଇଓଙ୍କ ଘରେ ଅଫିସରେ ଚଢାଉ କରିଛି। ସେ ହେଉଛନ୍ତି କେଉଁଝର ଜିଲ୍ଲା ବାଂଶପାଳ ବ୍ଲକର ବିଇଓ ଗଙ୍ଗାଧର ସାହୁ। ଭିଜିଲାନ୍ସ କୋର୍ଟର ନିର୍ଦ୍ଦେଶନାମାରେ ଏହି ଚଢାଉ କରାଯାଇଛି। ତାଙ୍କ ପାଖରେ ଆୟ ବହିଃଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଏହି ଚଢାଉରେ 3 ଜଣ ଡିଏସପି, 5 ଜଣ ଇନିସ୍ପେକ୍ଟର, 2 ଜଣ ଏଏସଆଇ ଏହି ଚଢାଉରେ ସାମିଲ ଅଛନ୍ତି। ଯେଉଁ ସ୍ଥାନଗୁଡିକରେ ଚଢାଉ ଚାଲିଛି ସେଗୁଡିକ ହେଲା, ଆବାସିକ ସରକାର କ୍ୱାର୍ଟର୍ ଜେଲ୍ ରୋଡ୍ କେଉଁଝର, କେଉଁଝର ଟାଉନରେ ଅବସ୍ଥିତି ନିତି ମହଲା ବିଲ୍ଡିଂ, ତେଲକୋଇ ବ୍ଲକରେ ଅବସ୍ଥିତ ତାଙ୍କ ସଂପର୍କିୟଙ୍କ ଘର, ବାଂଶପାଳ ବ୍ଲକ ଅଫିସ ଏବଂ ତେଲକୋଇରେ ଥିବା ପୌତୃକ ବାସଭବନ।

Read More

ସ୍ବର୍ଗତ ଅକ୍ଷୟ ମହାନ୍ତି ଅକ୍ଷୟ ମହାନ୍ତି କେବଳ ଗୀତର ପୁରୁଷ ନଥିଲେ, ତାଙ୍କ ଜୀବନ ଥିଲା ସାହିତ୍ୟ ଓ ସଙ୍ଗୀତ ଭିତରେ ଏକ ଚିରନ୍ତନ ସେତୁ। ଗଳ୍ପ, କବିତା ଓ ଉପନ୍ୟାସ ତିନୋଟି ଯାକ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଥିଲା। ଓଡ଼ିଆ କଥା ସାହିତ୍ୟର ଅନ୍ୟତମ ଚର୍ଚ୍ଚିତ ଶୈଳୀକାର ଭାବରେ ତାଙ୍କର ପରିଚୟ ସ୍ବତନ୍ତ୍ର । ଆସନ୍ତୁ ପଢିବା ଖୋକା ଭାଇଙ୍କ ‘ନଗ୍ନ ମୋନାଲିସା’ ଗଳ୍ପ ସଂକଳନରୁ ଏହି ଗପଟିକୁ।  ତୁମ ଗୀତ କେତେ ସହଜରେ ଛୁଇଁପାରେ ହୃଦୟକୁ। କେତେ ସହଜରେ ବଦଳେଇ ଦେଇପାର ମନର ଅବସ୍ଥା। ତୁମେ ଜାଣନା ତୁମ ଗୀତର ନାମ କେତେ।  ତୁମ ଗୀତକୁ ଭଲ ପାଇବାକୁ ଯାଇ ତୁମକୁ ଯେ କେତେ ଭଲ ପାଆନ୍ତି ସେ ଖବର ତୁମେ ରଖିନ। କାହିଁକି ରଖିନ ? ତା’ର କାରଣ ଖୋଜିବାକୁ ଯାଇ ଆଜି ମୁଁ ଏ ଗପ ଲେଖୁଛି। ହୁଏତ ଗପ ସରିଲାବେଳକୁ ଏ କେବଳ…

Read More

ଭୁବନେଶ୍ବର: ଆସନ୍ତା ଅକ୍ଟୋବର 25 ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବ। ଏହା ଯଦି ଶକ୍ତିଶାଳୀ ହୁଏ ତେବେ ମହାବାତ୍ୟାରେ ପରିଣତ ହେବ। ଏହିପରି ଏକ ଖବରକୁ ନେଇ ଗତ କିଛି ଦିନ ଧରି ସମସ୍ତଙ୍କୁ ବିଚଳିତ କରିଦେଇଛି। ପୁଣି ଥରେ କଣ 1999 ମହାବାତ୍ୟାର ପୁର୍ନାବୃତ୍ତି ହେବ କି ? ଏହି ଖବର ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଖୋଳତାଡ ଆରମ୍ଭ କରିଛନ୍ତି। ତେବେ ଏହିପରି ଏକ ଖବରକୁ ଭାରତୀୟ ପାଣିପାଗ ବିଭାଗ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛି। ଆଜି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଏକ ସୂଚନା ଜାରୀ କରାଯାଇଛି। ସେଥିରେ କୁହାଯାଇଛି ଯେ, ” ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇ ନାହିଁ।” ସେତିକି ନୁହେଁ ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି, “କୌଣସି ପାଣିପାଗ ଘଟଣା ସମ୍ଭନ୍ଧରେ ୭ଦିନ ଆଗରୁ ଆକଳନ…

Read More

ନୂଆଦିଲ୍ଲୀ: ନୌସେନାର ମିଗ୍-୨୯ ‘କେ’ ଯୁଦ୍ଧ ବିମାନ ଗୋଆ ନିକଟ ସମୁଦ୍ରରେ ଖସିପଡିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ଯୁଦ୍ଧ ବିମାନର ପାଇଲଟ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣାର ଠିକ୍ ପୂର୍ବରୁ ପାଇଲଟ୍ ପରିସ୍ଥିତି ଦେଖି ବିମାନରୁ ବାହାରି ସମୁଦ୍ରକୁ ଡେଇଁପଡିଥିଲେ ଯାହା ତାଙ୍କ ଜୀବନ ରକ୍ଷା କରିଥିଲା। ଏଥି ସହିତ ନୌସେନା ପରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ମାଧ୍ୟମରେ ପାଇଲଟଙ୍କୁ ଉଦ୍ଧାର କରିଥିଲା। ବର୍ତ୍ତମାନ ପାଇଲଟଙ୍କ ଅବସ୍ଥା ସ୍ଥିର ରହିଛି। ମିଗ୍ -୨୯ ‘କେ’ ଯୁଦ୍ଧ ବିମାନ ଦୁର୍ଘଟଣାର କାରଣ ଜାଣିବା ପାଇଁ ବୋର୍ଡ ଅଫ୍ ଇନକ୍ୱାରୀ (ବୋଇ) କୁ ନିର୍ଦ୍ଦେଶ ଦିଆଯାଇଛି। ଗଣମାଧ୍ୟମ ଅନୁଯାୟୀ, ଗୋଆ ଉପକୂଳରୁ ନିୟମିତ ବିମାନ ଉଡ଼ାଣ ସମୟରେ ବେସକୁ ଫେରୁଥିବା ସମୟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମିଗ୍ -୨୯ କେ ଯୁଦ୍ଧ ବିମାନ ସମୁଦ୍ରରେ ଖସିପଡିଥିଲା।

Read More

ଅହମ୍ମଦାବାଦ: କଂଗ୍ରେସ ସଭାପତି ପ୍ରାର୍ଥୀ ଶଶି ଥରୁର ଆଜି ଗୁଜୁରାଟ ଗସ୍ତରେ ଯାଇ ଦଳର ସର୍ବୋଚ୍ଚ ପଦବୀ ପାଇଁ ଆଗାମୀ ନିର୍ବାଚନ ପାଇଁ ପ୍ରଚାର କରିବେ। ତିରୁବନନ୍ତପୁରମର ସାଂସଦ ଥରୁରଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଅକ୍ଟୋବର ୧୭ ତାରିଖ ନିର୍ବାଚନ ପାଇଁ ଲଢୁଛନ୍ତି। ଅକ୍ଟୋବର ୧୯ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଆଜି ଅପରାହ୍ନରେ ଅହମ୍ମଦାବାଦର ସାବରମତି ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥରୁର ତାଙ୍କର ଯାତ୍ରା ଆରମ୍ଭ କରିବେ। ଦଳ ଦେଇଥିବା ସୂଚନା ଅନୁଯାୟୀ, ଥରୁର କଂଗ୍ରେସର ନିର୍ବାଚନ ନିର୍ବାଚକ ମଣ୍ଡଳ (ପ୍ରତିନିଧୀ) ସଦସ୍ୟ ଏବଂ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବେ। ସଭାପତି ପଦ ପାଇଁ ପ୍ରଚାର କରିବାକୁ ଖଡଗେ ଗତ ସପ୍ତାହରେ ଗୁଜୁରାଟ ଯାଇଥିଲେ। ସେ ଦଳୀୟ ପ୍ରତିନିଧିଙ୍କୁ ଭେଟିବା ପୂର୍ବରୁ ସାବରମତି ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨ ହଜାର ୧୩୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୬ ଲକ୍ଷ ୧୮ ହଜାର ୫୩୩ କୁ ବୃଦ୍ଧି ପାଇଛି। ଏଥି ସହିତ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୭ ହଜାର ୩୭୪ ରୁ ୨୬ ହଜାର ୨୯୨ କୁ ହ୍ରାସ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ଆହୁରି ୧୩ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୮୩୫ କୁ ବୃଦ୍ଧି ପାଇଛି।

Read More

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ…

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୧୦୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧୧ ବରଗଡ ଜିଲ୍ଲାରୁ- ୬ ଭଦ୍ରକ ଜିଲ୍ଲାରୁ- ୧ ବଲାଙ୍ଗୀରି ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୧୦ ଦେବଗଡ ଜିଲ୍ଲାରୁ- ୧ ଗଞ୍ଜାମ ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୨ ଯାଜପୁର ଜିଲ୍ଲାରୁ- ୧ କଳାହାଣ୍ଡି ଜିଲ୍ଲାରୁ- ୨ କନ୍ଧମାଳ ଜିଲ୍ଲାରୁ- ୨ କେନ୍ଦୁଝର ଜିଲ୍ଲାରୁ- ୨ ଖୋର୍ଦ୍ଧା ଜିଲ୍ଲାରୁ- ୨୦ କୋରାପୁଟ ଜିଲ୍ଲାରୁ- ୧ ମୟୂରଭଞ୍ଜ ଜିଲ୍ଲାରୁ- ୩ ନବରଙ୍ଗପୁର ଜିଲ୍ଲାରୁ- ୩ ନୂଆପଡା ଜିଲ୍ଲାରୁ- ୬ ପୁରୀ ଜିଲ୍ଲାରୁ- ୬ ରାୟଗଡା ଜିଲ୍ଲାରୁ-…

Read More

ଭୁବନେଶ୍ବର: ହିନ୍ଦୁ ଧର୍ମରେ ସିନ୍ଥି ସୌଭାଗ୍ୟର ସଙ୍କେତ ବୋଲି ବିବେଚନା କରାଯାଏ। କରଭା ଚଉଥ ସମେତ ସ୍ୱାମୀଙ୍କ ପାଇଁ ଅନ୍ୟାନ୍ୟ ଉପବାସରେ ମହିଳାମାନେ ଟିକା ପିନ୍ଧନ୍ତି। ଷୋହଳ ଶୃଙ୍ଗାରରେ ଟିକା ବିଶେଷ ଗୁରୁତ୍ୱ ବହନ କରେ। ଜଣେ ମହିଳାଙ୍କ ଶୃଙ୍ଗାର ଏହାକୁ ସ୍ୱାମୀ ଏବଂ ସୁଖୀ ପରିବାର ସହିତ ଯୋଡି ଦେଖାଯାଏ। ବିଶେଷକରି ମହିଳାମାନେ ବିବାହରେ ସିନ୍ଥି ପିନ୍ଧନ୍ତି। ଆଜିକାଲି ସିନ୍ଥି ପିନ୍ଧିବାର ଏକ ଫ୍ୟାଶନ ମଧ୍ୟ ଅଛି। ସୁନ୍ଦର ଡିଜାଇନରେ ଆପଣ ନୂଆ ନୂଆ ସିନ୍ଥି ପାଇବେ। ମଥାରେ ସିନ୍ଥି ପିନ୍ଧିବା ପରେ ମହିଳାଙ୍କ ସୌନ୍ଦର୍ଯ୍ୟ ବଢିଯାଏ। ସିନ୍ଥି ଉଭୟ ହିନ୍ଦୁ ଏବଂ ମୁସଲମାନ ଧର୍ମର ଲୋକମାନେ ପିନ୍ଧନ୍ତି। ଆସନ୍ତୁ ଜାଣିବା ଟିକାକୁ କାହିଁକି କେବଳ ମଥାର ମଝିରେ ପିନ୍ଧାଯାଏ। ସିନ୍ଥିର ଧାର୍ମିକ ଗୁରୁତ୍ୱ: ହିନ୍ଦୁ ଧର୍ମରେ ସିନ୍ଥି ଜଣେ ବିବାହିତା ମହିଳାଙ୍କ ବିବାହର ପ୍ରତୀକ ଅଟେ। ମଥା ମଝିରେ ମହିଳାମାନେ ସିନ୍ଥି ପିନ୍ଧନ୍ତି। ବେଦରେ ଏହା ଉଲ୍ଲେଖ କରାଯାଇଛି…

Read More