Author: Samikhsya Bureau

ଭୁବନେଶ୍ବର: ଆଜି ସଂଧ୍ୟାରୁ ପ୍ରବାସୀ ଭାରତୀୟ ଦିବସର ପ୍ରଦର୍ଶନୀ ସର୍ବସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲା ରହିବ। ଏଥିପାଇଁ କୌଣସି ଟିକେଟ ବା ପାଶ୍ ର ଆବଶ୍ୟକତା ନାହିଁ। ଏହି ବହୁ ମୂଲ୍ୟର ପ୍ରଦର୍ଶନୀକୁ କେବଳ ପ୍ରବାସୀଙ୍କ ପାଇଁ କରାଯାଇଥିଲା। ହେଲେ ସର୍ବସଧାରଣଙ୍କ ପାଇଁ ପ୍ରବେଶ ନ ଥିଲା। ଆଜି ରାଜ୍ୟ ସରକାର ଏ ନେଇ ନିଷ୍ପତି କରିଛନ୍ତି। ଏଥିସହିତ ପ୍ରତିଦିନ ସଂଧ୍ୟାରେ ଯେପରି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ ତାହା ମଧ୍ୟ ଜାରୀ ରହିବ। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ପ୍ରଦର୍ଶନୀରେ ବହୁ ଶିକ୍ଷଣୀୟ ବିଷୟ ରହିଛି। ଯାହା ସମସ୍ତେ ଦେଖିବାର ଆବଶ୍ୟକ। ସେଥିପାଇଁ ରାଜ୍ୟ ସରକାର ଏହାକୁ ଆଉ ଦୁଇଦିନ ପାଇଁ ବୃଦ୍ଧି କଲେ ବୋଲି ଶ୍ରୀମତୀ ପରିଡା କହିଛନ୍ତି।

Read More

ଭୁବନେଶ୍ବର: ଧିରେ ଧିରେ ଝାରସୁଗୁଡା ରାଜନୀତି ସରଗରମ ହେବାରେ ଲାଗିଛି। କିରିମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ଏହି ରାଜନୀତି ରାଜ୍ୟପାର ହୋଇଛି। ସ୍ବର୍ଗତ ନବଦାସଙ୍କ ପୁଅ ବିଶାଳ ଦାସଙ୍କୁ ଛତିଶଗଡ ପୋଲିସ ଗତକାଲି ଅଟକ ରଖିଥିଲା। ସେହିପରି କେତେକ ସମିତ ସଭ୍ୟ ଓ ସରପଞ୍ଚଙ୍କୁ ମଧ୍ୟ ପୋଲିସ ଛତିଶଗଡର ଏକ ହୋଟେଲ ରୁମରେ ଅଟକ ରଖିଛି। ସେମାନେ ଆଜି କିରିମିରା ବ୍ଲକରେ ଅନାସ୍ଥା ପ୍ରସ୍ତାବ ଭୋଟରେ ଅଂଶ ଗ୍ରହଣ କରିଥାଆନ୍ତେ। ତେବେ ଆଜି କିରିମିରା ବ୍ଲକରେ ଅନାସ୍ଥା ପ୍ରସ୍ତାବ ଭୋଟ ପାଇଁ ନିର୍ବାଚନ ଅଧିକାରୀ ଅପେକ୍ଷା କରିଥିଲେ ମଧ୍ୟ କେହି ଆସି ନ ଥିଲେ। ଫଳରେ ଭୋଟ ଗ୍ରହଣ ବନ୍ଦ ହୋଇଯାଇଛି। ଏହାକୁ ନେଇ ସେଠାରେ ବିଜେପି ଏବଂ ବିଜେଡି ମଧ୍ୟରେ ଛକା ପଞ୍ଚା ଲାଗିରହିଛି। ଆଜି ଏ ନେଇ ବିରୋଧୀ ଦଳର ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।…

Read More

ଭୁବନେଶ୍ବର: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉଭୟଙ୍କ ମଧ୍ୟରେ ଓଡିଶାରେ ରେଳ ଯୋଗାଯୋଗ ଓ ଆଇଟି ଶିଳ୍ପ ବିକାଶ ସମ୍ପର୍କରେ ଆଲୋଚନା ହୋଇଛି। ଆଲୋଚନାରୁ ଜଣା ଯାଇଛି ଯେ, ଓଡିଶାରେ ବର୍ତ୍ତମାନ ୪୮ଟି ନୂଆ ରେଳ ପ୍ରକଳ୍ପ ନିର୍ମାଣ କାମ ଚାଲିଛି। ଏଥିପାଇଁ ୭୩,୭୨୩ କୋଟି ଟଙ୍କା ବିନିଯୋଗ କରାଯାଉଛି। ଏଥିରେ ନିକଟରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ୮ଟି ନୂଆ ପ୍ରକଳ୍ପ ମଧ୍ୟ ରହିଛି । ଏହି ୮ଟି ପ୍ରକଳ୍ପ ହେଉଛି — ଗୁଣୁପୁର – ଥେରୁବାଲି ନୂଆ ଲାଇନ, ଜୁନାଗଡ଼ – ନବରଙ୍ଗପୁର ନୂଆ ଲାଇନ, ମାଲକାନଗିରି – ପାଣ୍ଡୁରଙ୍ଗପୁରମ ( ଭାଇଆ ଭଦ୍ରାଚଲମ୍ ) ନୂଆ ଲାଇନ, ବାଦାମ ପାହାଡ଼ – କେନ୍ଦୁଝର ଗଡ ନୂଆ…

Read More

କଟକ: କଟକ ମହାନଗର ନଦୀ ପ୍ରଦୂଷଣ ରୋକିବା ପାଇଁ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ତାହା ହେଲା ଏଣିକି ମହାନଦୀ ପଠାରେ କୌଣସି ପିକ୍‌ନିକ୍‌ ହୋଇପାରିବ ନାହିଁ। ଏପରିକି କୌଣସି ପ୍ରକାରର ଇଭେଣ୍ଟ ମଧ୍ୟ ଆୟୋଜନ ହୋଇପାରିବ ନାହିଁ। ନଦୀ ପ୍ରଦୂଷଣ ରୋକିବା ଲାଗି ସିଏମସି କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଏନେଇ ସିଏମସି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ମୁତାବକ ସିଲଭର ସିଟି ବୋଟ୍ କ୍ଲବ୍ ଠାରୁ କଟକ ଇନ୍ କଟକ ଏବଂ ତଳ ବାଲିଯାତ୍ରା ପଡିଆ ଠାରୁ ଚହଟା ଘାଟ ଯାଏଁ, ମହାନଦୀ ପଠାରେ କୌଣସି ଭୋଜି ଭାତ ଆୟୋଜନ ନକରିବାକୁ ସିଏମସି ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛନ୍ତି।

Read More

ଭୁବନେଶ୍ବର: ଆଜି ଅପରାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ବିମାନ ବନ୍ଦରରୁ ସିଧା ରାଜଭବନ ଆସିଛନ୍ତି। ସେଠାରେ ସେ ରାତ୍ରୀ ଯାପନ କରିବେ। ଆସନ୍ତାକାଲି ସେ ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସର ଉଦଜାପନୀ ଉତ୍ସବରେ ଯୋଗଦେବେ। ଆଜି ରାଷ୍ଟ୍ରପତି ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ହରିବାବୁ କୁମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ବାଗତ କରିଥିଲେ। ଏଥିସହିତ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଏବଂ ବିଜେପି ନେତାମାନେ ମଧ୍ୟ ବିମାନ ବନ୍ଦରରେ ସ୍ବାଗତ କରିଥିଲେ।

Read More

ଭୁବନେଶ୍ବର: ତୁଳସୀକ୍ଷେତ୍ର ଆରାଧ୍ୟଦେବତା ଶ୍ରୀବଳଦେବଜୀଉ ମନ୍ଦିରର ପାରିପାର୍ଶ୍ଵିକ ପରିବେଶର ଉନ୍ନତୀକରଣ କରାଯିବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି ବା ପ୍ରସ୍ତୁତି କରାଯାଉଛି ତାହା ଜାଣିବା ପାଇଁ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏକ ଜରୁରୀ ଚିଠି ଲେଖି ଜାଣିବାକୁ ଚାହିଁବା ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି। ତରବରିଆ କ୍ରମେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ପ୍ରସାଶନିକ ଦଳ ମନ୍ଦିର ନିକଟରେ ପହଁଚି ପାରିପାର୍ଶ୍ଵିକ ପରିସ୍ଥିତି କିପରି ରହିଛି ତାହାର କ୍ଷେତ୍ରସମୀକ୍ଷା କରିଛନ୍ତି। ମନ୍ଦିର ମଧ୍ୟରେ ରହିଥିବା କେତେକ ସ୍ଥାନ ଯଥା ସିନ୍ଧୁକ ରଖିବା ସ୍ଥାନ, କାଠ ରଖିବା ଜାଗା, ମନ୍ଦିର ପାଚେରୀକୁ ଲାଗିଥିବା ଉଦ୍ୟାନ, ଚନ୍ଦନ ପୋଖରୀ ନିକଟରେ ପହଁଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ମନ୍ଦିର ମଧ୍ୟରେ କାଠ ଏବଂ ସିନ୍ଦୁକ କିଭଳି ଅନ୍ୟତ୍ର ସ୍ଥାନାନ୍ତର ହେବ ସେ ନେଇ ନିଷ୍ପତି ନିଆଯାଇପାରେ ବୋଲି ଦେବୋତର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପରୋକ୍ଷରେ ସୂଚନା ଦେଇଛନ୍ତି ।…

Read More

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଖମାରି ଗାଁ ନିକଟରେ ଥିବା ଘୋଡ ହାଡ ଡ୍ୟାମରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କୁମ୍ଭୀର ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ବ୍ରହ୍ମପୁର ବନଖଣ୍ଡ ଅଧୂନସ୍ଥ ଦିଗପହଣ୍ଡି ବନାଞ୍ଚଳର ଘୋଡାହାଡ ଜଳଭଣ୍ଡାର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଗ୍ରାମର ପୋଖରୀ ମାନଙ୍କରେ କୁମ୍ଭୀର ଗଣନା ପ୍ରକିୟା ଆରମ୍ଭ ହୋଇଛି। ଘୋଡାହାଡ ଜଳଭଣ୍ଡାରକୁ ୧० ଭାଗରେ ବିଭକ୍ତ କରାଯାଇ କୁମ୍ଭୀର ଗଣନା ଚାଲିଥିବା ବେଳେ ନିକଟସ୍ଥ ଗ୍ରାମଗୁଡିକରେ ଥିବା ୧୬ଟି ପୋଖରୀକୁ ଚିହ୍ନଟ କରାଯାଇ ଗଣନା ନିମନ୍ତେ ୬ଟି ଟିମ୍ ଗଠନ କରାଯାଇଛି। ଘୋଡ଼ାହାଡ଼ ଜଳଭଣ୍ଡାର ନିକଟରେ କୁମ୍ଭୀର  ଗଣନା ପାଇଁ ନିୟୋଜିତ ବନ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆ ଦିଆଯାଇଥିଲା। ଏସିଏଫ୍ ସସ୍ମିତା ବିଶ୍ଵାଳ ସମସ୍ତ ବନ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ଦିଗପହଣ୍ଡି ବନାଞ୍ଚଳ ଅଧୂକାରୀ ଦିବ୍ୟରଞ୍ଜନ ସାହୁ ଉପସ୍ଥିତ ଥିଲେ। ବନ ବିଭାଗର ଗଣନା…

Read More

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଆଜି  ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ବର୍ମା ନିଜ ଘରେ ଖୋଲାଖୋଲି ଟଙ୍କା ବାଣ୍ଟୁଛନ୍ତି। ନିର୍ବାଚନ କମିଶନ ବର୍ମାଙ୍କୁ ନିର୍ବାଚନ ଲଢ଼ିବାରୁ ରୋକିବା ଉଚିତ ଏବଂ ତାଙ୍କ ଘରେ କେତେ ଟଙ୍କା ଅଛି ତାହା ଜାଣିବା ପାଇଁ ତାଙ୍କ ଘରେ ଚଢାଉ କରାଯିବା ଉଚିତ ବୋଲି ସେ କହିଛନ୍ତି। ଏ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଆମ ଆଦମୀ ପାର୍ଟିର ନେତାମାନେ ଆଜି ସନ୍ଧ୍ୟାରେ ନିର୍ବାଚନ କମିଶନ ଅଧିକାରୀମାନଙ୍କୁ ଭେଟିଥିଲେ। ସେ ପରବେଶ ବର୍ମାଙ୍କ ବିରୋଧରେ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପରବେଶ ବର୍ମା ନୂଆଦିଲ୍ଲୀ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। କେଜରିୱାଲ କହିଛନ୍ତି ନୂଆ ଦିଲ୍ଲୀ ବିଧାନସଭା କ୍ଷେତ୍ରରେ ଭୋଟ ଜାଲିଆତି କରିବାକୁ ବିଜେପି ଚେଷ୍ଠା କରୁଛି। ସେ କହିଛନ୍ତି ଯେ, ଡିସେମ୍ବର ୧୫ ରୁ ଜାନୁଆରୀ…

Read More

ଭୁବନେଶ୍ଵର: ଭୁବନେଶ୍ଵରେ ଘଟିଯାଇଥିଲା ଚାଞ୍ଚଲ୍ୟକରମ ସହଦେବ ନାଏକ ହତ୍ୟା ଘଟଣାରେ ପୋଲିସ ସିନ୍ ରିକ୍ରିଏସନ କରିଛି। ତିିନି ଅଭିଯୁକ୍ତ ଦୟା ନଦୀ ପଠାରେ ପୋଲିସକୁ ହତ୍ୟା କାଣ୍ଡର ଡେମୋ ଦେଖାଇଛନ୍ତି। ଏହି ସମୟରେ ଦୟା ନଦୀରୁ ଅଭିଯୁକ୍ତମାନେ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଖଣ୍ଡା ଜବତ ହୋଇଛି। ଗତକାଲି ପୋଲିସ ସହଦେବ ହତ୍ୟାକାଣ୍ଡର ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କୁ ନୟାଗଡ଼ ଶରଣକୂଳରୁ ପୋଲିସ ଗିରଫ କରିଛି। ଆଉ ଜଣେ ଫେରାର ଅଛି। ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା। ସୂଚନାଯୋଗ୍ୟ, ଗତକାଲି ବାଣୀ ବିହାର-ରସୁଲଗଡ଼ ରାସ୍ତାରେ ସହଦେବ ନାୟକଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଦେହରୁ ମୁଣ୍ଡ ପୁରା ଅଲଗା ହୋଇ ଯାଇଥିଲା। ସକାଳୁ ସକାଳୁ ହିଁ ସହଦେବଙ୍କୁ ହତ୍ୟା କରାଯାଇଥିଲା। ସହଦେବ ଆଗରୁ ପୋଲିସ ମିତ୍ର ଥିଲେ। ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଥିଲେ ସହଦେବ। ତା ସତ୍ତ୍ଵେ ତାଙ୍କୁ ସୁରକ୍ଷା ଦେଇପାରି ନ…

Read More

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତ ଡିସେମ୍ବର ୧ରୁ ଆରମ୍ବ ହୋଇଥିବା ଇକୋ-ରିଟ୍ରିଟ୍ ଆସନ୍ତା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ପର୍ଯ୍ୟଟକମାନେ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନ ସ୍ଥଳୀର ମଜା ନେବା ସହ ପର୍ଯ୍ୟଟନର ବିକାଶ ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି । ପର୍ଯ୍ୟଟକମାନେ ଆମୋଦପୂର୍ଣ୍ଣ ରହଣି, ଜଳ କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ମଜା ନେଉଛନ୍ତି । ରାଜ୍ୟର କୋଣାର୍କ, ପୁଟସିଲ, ସୋନାପୁର, ଦାରିଙ୍ଗବାଡି, ଭିତରକନିକା, ସାତକୋଶିଆ ଓ ହୀରାକୁଦ ୭ଟି ସ୍ଥାନରେ ଇକୋ ରିଟ୍ରିଟର ଆୟୋଜନ କରାଯାଇଛି । ଶ୍ରୀ ଅନ୍ନ ଅଭିଯାନ, ଓଡ଼ିଶା ସରକାର ଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ର ସ୍ବତନ୍ତ୍ର କାର୍ଯକ୍ରମ । ଶ୍ରୀ ଅନ୍ନ ଅଭିଯାନ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ କୋଣାର୍କ, ଦାରିଙ୍ଗବାଡି, ସୋନାପୁର ଓ ପୁଟସିଲରେ…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦ୍‌ଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମାନଙ୍କୁ ଓ ଭାରତୀୟ ପ୍ରବାସୀମାନଙ୍କୁ ସେ ସ୍ଵାଗତ କରିଥିଲେ। ଏହି ଉତ୍ସବରେ ସ୍ବାଗତ ସଂଗୀତ ଗାନ କରିଥିବା ଗ୍ରାମି ପୁରସ୍କାର ବିଜେତା ରିକି କେଜ ଓ ତାଙ୍କ ଦଳକୁ ପ୍ରଶଂସା କରିଥିଲେ। ସେ ଆଶା ବ୍ୟକ୍ତ କରିଥିଲେ ଯେ ଏହା ଭବିଷ୍ୟତରେ ପ୍ରବାସୀ ଭାରତୀୟ ସମ୍ମଳନୀଗୁଡ଼ିକରେ ବୋଲାଯିବ। ପ୍ରଧାନମନ୍ତ୍ରୀ ଟ୍ରିନିଡାଡ୍ ଓ ଟୋବାଗୋର ରାଷ୍ଟ୍ରପତି ଶ୍ରୀମତୀ କ୍ରିଷ୍ଟିନ କାର୍ଲା କାଙ୍ଗାଲୁଙ୍କୁ ତାଙ୍କ ଭାବପୂର୍ଣ୍ଣ ଭିଡିଓ ସନ୍ଦେଶ ପାଇଁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ  ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ମେଳା ଓ ମହୋତ୍ସବ ବିଷୟରେ କହିଥିଲେ। ଯେଉଁଥିରେ ମହାକୁମ୍ଭ, ମକର ସଂକ୍ରାନ୍ତି, ଲୋହଡ଼ି, ପୋଙ୍ଗଲ ଓ ମାଘ ବିହୁ ପ୍ରଭୃତି ସଂପର୍କରେ ସେ ଅବଗତ କରାଇଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ୧୯୧୫ରେ ଭାରତକୁ…

Read More

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉଦଘାଟନ ଉତ୍ସବରେ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ବନୀ ବୈଷ୍ଣବ ପ୍ରମୁଖ ଯୋଗଦେଇଥିଲେ। ଏହି ଉତ୍ସବରେ ପ୍ରଖ୍ୟାତ ସଂଗୀତଜ୍ଞ ତଥା ଗ୍ରାମୀ ପୁରସ୍କୃତ ଋକି କେଜ ଆବାହନୀ ସଂଗୀତ ଗାନ କରିଥିଲେ। ଏଥିରେ ସେ ପ୍ରବାସୀ ଭାରତୀୟଙ୍କୁ ତାଙ୍କ ସଂଗୀତ ମାଧ୍ୟମରେ ସ୍ବାଗତ କରିଥିଲେ। ଏହାପରେ ଏହି ମଞ୍ଚରେ ଉପସ୍ଥିତ ବୈଦଶିକ ମନ୍ତ୍ରୀ ଜୟଶଙ୍କର ତାଙ୍କ ଅଭିଭାଷଣରେ ପ୍ରବାସୀ ଭାରତୀୟଙ୍କୁ ଭାରତର ରାଷ୍ଟ୍ରଦୂତ ବୋଲି କହିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝି ଓଡିଶା ମାଟିରୁ ସ୍ବାଗତ କରିବା ସହିତ ପୁଂଜି ବିନିଯୋଗ ପାଇଁ ଆହ୍ବାନ କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

Read More

ଭୁବନେଶ୍ବର: ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟ ତଥା କେନ୍ଦ୍ରମନ୍ତ୍ରୀମାନେ ସେଠାରେ ଉପସ୍ଥିତ ଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ସାକ୍ଷାତ ବେଳେ ଏକ ଫଟୋକୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି। ଏହି ଫଟୋଟି ହେଉଛି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିବା ପରେ ତାଙ୍କୁ ସେ ଏକ ଫୁଲ ତୋଡା ଦେଉଛନ୍ତି। ଏହି ଫୁଲ ତୋଡାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ହସିହସି ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ କିନ୍ତୁ ବଡ ଗମ୍ଭୀର ଭାବେ ତାହାକୁ ଗ୍ରହଣ କରୁଛନ୍ତି। ସେହି ଫଟୋଟି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସମସ୍ତ ଗଣମାଧ୍ୟମକୁ ଦିଆଯାଇଛି। ଯାହାକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ ଆଲୋଚନା ହେଉଛି। କେତେକ ଏହା ଉପରେ ଭିନ୍ନ ଭିନ୍ନ ଟିପ୍ପଣୀ ଦେଇଛନ୍ତି। କଂଗ୍ରେସ ନେତା ଅମୀୟ ପାଣ୍ଡବ ତାଙ୍କ ସାମାଜିକ ଗଣମାଧ୍ୟମରେ ଏହି…

Read More

ଭୁବନେଶ୍ବର: ଆଜି ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବିଶାଖାପାଟଣାରୁ ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସଭାପତି ମନମୋହନ ସାମଲ ମଧ୍ୟ ବିମାନ ବନ୍ଦରରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ସିଧା ରାଜଭବନ ଆସିଥିଲେ। ରାସ୍ତାରେ ତାଙ୍କୁ ଦେଖିବା ପାଇଁ ବହୁ ଲୋକଙ୍କର ଭିଡ ରହିଥିଲା। ମୋଦି ଗାଡି ଭିତରେ ବସି ଲୋକମାନଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ। ଆଜି ରାଜଭବନରେ ପ୍ରଧାନମନ୍ତ୍ରୀ ରାତ୍ରୀ ଯାପନ କରିବେ। ଆସନ୍ତାକାଲି ସକାଳେ ସେ 18ତମ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବେ। ସେଠାରେ ସେ ପ୍ରବାସୀ ଭାରତୀୟମାନଙ୍କ ସହିତ କିଛି ସମୟ ବିତାଇବେ। ଏହାପରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Read More

ଭୁବନେଶ୍ବର: ଆଜି ଇଡିର ଏକ ବଡ ଚଢାଉ କରିଛି। ଓଡିଶାର ଜଣେ ଖଣି ବ୍ୟବସାୟୀଙ୍କ ଘରେ ଏହି ଚଢାଉ କରାଯାଇଛି। ସେ ହେଉଛନ୍ତି ରତ୍ନାକାର ରାଉତ। ତାଙ୍କର ଢେଙ୍କାନାଳ ଘରେ ସମେତ ପ୍ରାୟ 12 ଟି ସ୍ଥାନରେ ଇଡି ଚଢାଉ କରିଥିବାର ଜଣାପଡିଛି। ଏଥିରେ ଢେଙ୍କାନାଳ, ହିନ୍ଦୋଳ ଏବଂ ଭୁବନେଶ୍ବରର ତିନିଟି ସ୍ଥାନ ରହିଛି। ଟଙ୍କା ନେଣଦେଣ ନେଇ ଇଡି ଚଢାଉ କରିଥିବାର ଅନୁମାନ କରାଯାଇଛି। ବର୍ତ୍ତମାନ କିଛି ଦିନ ଧରି ଇଡି ବେଶ ସକ୍ରିୟ ହେବାରେ ଲାଗିଛି। କିଛିଦିନ ତଳେ ପ୍ରତିଷ୍ଠିତ ଖଣି ବ୍ୟବସାୟୀ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ମଧ୍ୟ ଇଡି ଚଢାଉ କରାଯାଇଥିଲା।

Read More

ଭୁବନେଶ୍ୱର: ଆଜି ସନ୍ଧ୍ୟା ରେ ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଶ୍ବ ଓଡିଆ ପରିବାର ପକ୍ଷରୁ ପ୍ରକାଶିତ ଇଂରାଜୀ ପୁସ୍ତକ Glorious Odisha (ଗୌରବମୟ ଓଡ଼ିଶା) ଉନ୍ମୋଚନ କରିଛନ୍ତି। ବିଶ୍ବ ଓଡିଆ ପରିବାର ପକ୍ଷରୁ ପ୍ରବାସୀ ଭାରତୀୟ ଦିବସ କୁ ଦୃଷ୍ଟି ରେ ରଖି ପ୍ରକାଶ ପାଇଥିବା ଏହି ପୁସ୍ତକ ଟିରେ ବିଶିଷ୍ଟ ଲେଖକ ମାନଙ୍କ ଦ୍ଵାରା ଓଡ଼ିଶା ର ସମୃଦ୍ଧ ତଥା ଗୌରବମୟ ଇତିହାସ, ଐତିହ୍ୟ,ସଂସ୍କୃତି, କଳା, ସାହିତ୍ୟ,ହସ୍ତଶିଳ୍ପ, ପରମ୍ପରା ସମ୍ପର୍କିତ ଆଲେଖ୍ୟ ମାନ ସ୍ଥାନିତ ହୋଇଛି। ପ୍ରବାସୀ ଭାରତୀୟ ଦିବସ ଅବସରରେ ଯୋଗ ଦେଉଥିବା ସମସ୍ତ ଅତିଥି ମାନଙ୍କୁ ଏହି ପୁସ୍ତକ ପ୍ରଦାନ କରାଯିବ। ଏହି ଅବସର ରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ପୁସ୍ତକ ଟିରେ ଓଡ଼ିଶା ର ଗୌରବମୟ ଇତିହାସ, କୀର୍ତ୍ତିରାଜି, ଧାର୍ମିକ ଓ ବୌଦ୍ଧିକ ଚିନ୍ତାଧାରା,ଅନନ୍ୟ ହସ୍ତଶିଳ୍ପ ଆଦି ବିଭିନ୍ନ ବିଷୟ ରେ ସୁନ୍ଦର ଭାବେ ପ୍ରତିଫଳିତ…

Read More

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଲେ ଯେ, ୬୫ ବର୍ଷ ତଳେ ୧୯୬୦ ମସିହା ଡିସେମ୍ବର ମାସ ୨୯ ତାରିଖରେ “ନନ୍ଦନକାନନ ପ୍ରାଣୀ ଉଦ୍ୟାନ” ପ୍ରତିଷ୍ଠିତ ହୋଇଥିଲା । ଧିରେ ଧିରେ ଏହା ବିକଶିତ ହୋଇ ଭାରତର ଏକ ସୂନାମଧନ୍ୟ ପ୍ରାଣୀ ଉଦ୍ୟାନ ଭାବରେ ପରିଗଣିତ ହେବା ସହିତ ଭାରତର ପ୍ରଥମ ପ୍ରାଣୀ ଉଦ୍ୟାନ ଭାବେ “ବିଶ୍ୱ ପ୍ରାଣୀ ଉଦ୍ୟାନ ଓ ମତ୍ସ୍ୟାଗାର ସଂଘ”ର ସଦସ୍ୟ ହୋଇପାରିଛି । “କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ”ର ସମସ୍ତ ନିୟମ ପାଳନ କରି ନନ୍ଦନକାନନ ଆଜି ବନ୍ୟଜନ୍ତୁ ସଂରକ୍ଷଣ, ଶିକ୍ଷା ସଚେତନତା ଓ ବନ୍ୟପ୍ରାଣୀ ଗବେଷଣାରେ ଦେଶର ପ୍ରାଣୀ ଉଦ୍ୟାନ ମାନଙ୍କ ମଧ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ୨୦୧୯ ମସିହାରେ ଚନ୍ଦକା…

Read More

ପୁରୀ: ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଗତ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାଟି ପୁରୀ ର ଲାଇଟ ହାଉସ ନିକଟସ୍ଥ ସ୍ୱର୍ଣ୍ଣାଭ ବେଳାଭୂମିରେ ନିର୍ମାଣ କରାଯାଇଛି। ଏହି ବାଲୁକା କଳା ଟି ୬ ଫୁଟ ଉଚ୍ଚତା ୨୦ଫୁଟ ଓସାର ବିଶିଷ୍ଟ ଅଟେ, ଏବଂ ଏଥିରେ ୧୦ଟନ ବାଲି ଉପଯୋଗ କରାଯାଇଛି। ଏହି ବାଲୁକା କଳାରେ ଓଡିଶା ର କଳା ସଂସ୍କୃତି ଦ୍ୱାରା ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ଆମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ପ୍ରଭାସି ଭାରତୀୟ ମାନଙ୍କୁ ସ୍ୱାଗତ ଜଣାଇବାର ଦୃଶ୍ୟ ଅତିନିଖୁଣ ଭାବରେ ଚିତ୍ରଣ କରିଛନ୍ତି। ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା ଏବଂ ଏଥିରେ ସେ “welcome to wondrous Odisha” ର ବାର୍ତ୍ତା ଦେଇଛନ୍ତି।

Read More

ଭୁବନେଶ୍ବର: ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର, ଏକାମ୍ର କାନନ, ଭୁବନେଶ୍ବର, ପ୍ଳାଣ୍ଟ ଲଭର୍ସ ଆସୋସିଏସନ ସହ ମିଶି ପ୍ରତିବର୍ଷ ପୁଷ୍ପ ପ୍ରଦର୍ଶନୀ ଆୟୋଜନ କରିଥାନ୍ତି। ଚଳିତ ବର୍ଷ ଜାନୁୟାରୀ ୭ ରୁ ୧୧ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ଏହା ଚାଲିବ। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ବିଶ୍ଵର ବିଭିନ୍ନ ଦେଶର ପ୍ରତିନିଧିମାନେ ଏ ପ୍ରଦର୍ଶନୀକୁ ପରିଦର୍ଶନ କରିବେ ଓ ଆମ ପୁଷ୍ପବିତାନ ଏବଂ ତାର ଚିତ୍ତାକର୍ଷକ ରୂପରଙ୍ଗ ଦର୍ଶନ କରି ସମ୍ମୋହିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି। ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର,ଏକାମ୍ର କାନନଠାରେ ଆୟୋଜିତ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପୁଷ୍ପ ଚେତନା ଏକ ନୈସର୍ଗିକ ଉପଲବ୍ଧି ଏବଂ ଏହା ଆମ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। କଳଙ୍କ ବିହୀନ ସ୍ୱଚ୍ଛ ହୃଦୟ…

Read More

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପରେ ଦେବାଳିଆ ହୋଇପଡିଥିବା ବିଜୁ ଜନତା ଦଳ ଆଜି ତାହାର ଶକ୍ତି ପ୍ରଦର୍ଶନ କରିଛି। ଭୁବନେଶ୍ବରରେ ଦଳ ତରଫରୁ ଡାକରା ଦିଆଯାଇଥିବା ଆନ୍ଦୋଳନରେ ଆଜି ହଜାର ହଜାର କର୍ମିଙ୍କ ସମାଗମ କରିଛି ବିଜେଡି। ଦଳ ଶକ୍ତି ହରାଇ ନାହିଁ ବୋଲି ବିଜେଡି ନିଜକୁ ପ୍ରମାଣିତ କରିବାକୁ ଚେଷ୍ଠା କରିଛି। ଆଜି ବିଜେଡି ରାଜ୍ୟରେ ଦରଦାମ ବୃଦ୍ଧି ବିରୋଧରେ କରିଥିଲା ପ୍ରତିବାଦ ସଭା। ଏହି ସଭାରେ ଖୋଦ ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ଭାଷଣ ଦେଇଥିଲେ। ଏଥିସହିତ ମଞ୍ଚ ଉପରେ ରାଜ୍ୟର ସମସ୍ତ ଛାମୁଆ ନେତା ଉପସ୍ଥିତ ରହିଥିଲେ। ସେହିପରି ଆଖପାଖ ଅଞ୍ଚଳରୁ ନେତାମାନ କର୍ମିଙ୍କୁ ଆଣି ଭିଡ କରିଥିଲେ। ଫଳରେ ବିଜେଡିରେ ଫାଟ ନୁହେଁ ଦଳ ଏକ ଅଛି ବୋଲି ଲୋକଙ୍କୁ ସୂଚନା ଦେଇଛି। ନିର୍ବାଚନ ପରେ ଦଳ ଭିତରେ ନେତାଙ୍କ ନେତାଙ୍କ ଭିତରେ ଗୋଇ ଖୋଳାଖୋଳି ଚାଲିଛି। ବିଜେଡି କାହିଁକି ହାରିଲା ସେ ନେଇ…

Read More

ଭୁବନେଶ୍ବର: ୫ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଆଜି ପୂର୍ବାହ୍ନରେ ଲୋକ ସେବା ଭବନର କନ୍ ଭେନସନ ସେଣ୍ଟରରେ ଉଦଘାଟିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଚିଲିକାର ସ୍ଵତନ୍ତ୍ର ସ୍ଥାନ ରହିଥିବା ବେଳେ, ନିଜର ଭୌଗୋଳିକ ଅବସ୍ଥିତି ତଥା ଅନୁକୂଳ ପରିବେଶ ନିମିତ୍ତ କେଉଁ ଅନାଦି କାଳରୁ ଚିଲିକା ଏକ ପକ୍ଷୀ ତୀର୍ଥ ପାଲଟିଯାଇଛି। ଦକ୍ଷିଣ ଆଫ୍ରିକାର ଭିକ୍ଟୋରିଆ ହ୍ରଦ ପରେ ଚିଲିକା ବିଶ୍ୱର ଦ୍ଵିତୀୟ ବୃହତ୍ତମ ପକ୍ଷୀ ହ୍ରଦ ଭାବରେ ସାରା ବିଶ୍ଵରେ ପରିଚିତ। ଶୀତଦିନର ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରି ବିଶ୍ଵର ବିଭିନ୍ନ ପ୍ରାନ୍ତରୁ ଉଡିଆସୁଥିବା ଲକ୍ଷାଧିକ ପକ୍ଷୀ ଚିଲିକାର ନୌସର୍ଗିକ ଶୋଭାକୁ ଆହୁରି ଋଦ୍ଧିମନ୍ତ କରିଥାନ୍ତି। ଏମାନଙ୍କ କଳରବ ଶୁଣିବା ଏବଂ ଚିଲିକାର ସୌନ୍ଦର୍ଯ୍ୟର ଆନନ୍ଦ ନେବା…

Read More