Author: Samikhsya Bureau

ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ସକାଳେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଆଜି ସଂଧ୍ୟାରେ ବିଭାଗର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆଜି ବିଶ୍ୱ ପର୍ଯ୍ୟଟନ ଦିବସସ୍ଥାନୀୟ ଭଂଜ କଳା ମଣ୍ଡପ ଠାରେ ଅନୁଷ୍ଠିତ  ହୋଇଯାଇଛି। କାର୍ଯ୍ୟକ୍ରମକୁ ରାଜ୍ୟ ପର୍ଯ୍ୟଟନ,ଓଡ଼ିଆ, ଭାଷା, ସାହିତ୍ୟ, ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ କରୋନା ମହାମାରୀ ଯୋଗୁଁ ଗତ ଦୁଇବର୍ଷ ହେଲା ଅନ୍ୟ ସମସ୍ତ କ୍ଷେତ୍ର ସମେତ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ଗତ ଦୁଇବର୍ଷ ପୂର୍ବେ ପଯ୍ୟଟନ ଶିଳ୍ପରେ ବ୍ୟାପକ ଉନ୍ନତି ଘଟିଥିଲା। ଏବେ ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଘଟୁଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପର୍ଯ୍ୟଟନର ସୁଦୂର ପ୍ରସାରୀ ହେଉଛି। ପର୍ଯ୍ୟଟନରେ ନୂତନ ସୂର୍ଯ୍ୟ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ଏମ ରାମପୁର ବ୍ଲକସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ,କଳାହାଣ୍ଡି ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଏମ ରାମପୁର ବ୍ଲକ ଅଧ୍ୟକ୍ଷ ମନ୍ଦାକିନୀ ସିଂଦେଓ, ବି ଡି ଓ ବିନୟ କୁମାର ଭୋଇଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୧୮୫ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୬୨ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୨୩ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୨୫ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ଏମ ରାମପୁର ବ୍ଲକର ଦୁଟା ଗ୍ରାମର ମୁରଲିଧର ସାହୁ ଙ୍କ ମା ଙ୍କ କାନ୍ଥ ପଡ଼ି ମୃତ୍ୟୁ…

Read More

ବାରିପଦା: ଆଜି ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟଟନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଏକ ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତଯୋଗୀତା ଅନୁଷ୍ଠିତ ହୋଇଥିଲା ସ୍କୁଲ ଓ କଲେଜ ର ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ ଭାଗ ନେଇଥିଲେ । ସକାଳ ର ଏହି ପ୍ରତିଯୋଗିତା କୁ ଭୁବନେଶ୍ୱର ଆର. ସି. ଏମ କଲେଜର ମୁଖ୍ୟ ଯୋଗ ଦେଇ ଉଦଘ।ଟିତ କରିଥିଲେ । ସନ୍ଧ୍ୟାରେ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ ଭର୍ଦ୍ୱଜ ଓ ଅତିରିକ୍ତ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ରୁଦ୍ରନାରାୟଣ ମହାନ୍ତି ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀମତୀ ସତ୍ୟଭାମା ବେହେରାଙ୍କ ଉପସ୍ଥିତି ରେ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ଅଫିସର କର୍ମଚାରୀ ଓ ସଂସ୍କୃତି ବିଭାଗର କର୍ମଚାରୀମାନେ ସହଯୋଗ କରି ସଫଳ କରିଛନ୍ତି ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଙ୍କ ଠାରୁ ପ୍ରକାଶ।

Read More

ନାଚୁଣୀ: ଜାତୀୟ ରାଜପଥରେ ପିଚୁ ଡ୍ରମ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଚାଳକ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ୧୬ ନମ୍ବର ଜାତୀୟ ରାଜପଥ ବରଡ଼ି ଛକରେ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ମୁତାବକ ଆଜି ରାତି ୧୦ ଘଟିକା ସମୟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ପିଚୁ ଡ୍ରମ ବୋଝେଇ ଟ୍ରକଟି ବରଡ଼ି ଛକ ନିକଟରେ ଭରସାମ୍ୟ ହରାଇ ଲେଉଟିପଡ଼ିଛି। ଫଳରେ ଗାଡ଼ି ଚାଳକ ଛିଟିକି ପଡ଼ି ରୋଡରେ ପଡ଼ିଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ଚାଳକକୁ ଉଦ୍ଧାର କରି ମେଡିକାଲ ପଠାଇଥିବାର ଜଣାପଡିଛି।

Read More

ଭୁବନେଶ୍ୱର/ବେଙ୍ଗଲୁରୁ: ଓଡିଶା ସରକାରଙ୍କ ଏକ ପ୍ରତିନିଧୀ ଦଳର ନେତୃତ୍ୱ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିବେଶକ ସଭାରେ ଯୋଗ ଦେବାକୁ ଆଜି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ବା FICCI ର ମିଳିତ ସହଯୋଗରେ ଓଡ଼ିଶା ସରକାର 28 ସେପ୍ଟେମ୍ବର 2022 ରେ ବେଙ୍ଗାଲୁରୁରେ ଓଡିଶା ନିବେଶକଙ୍କ ବୈଠକ ଆୟୋଜନ କରୁଛନ୍ତି। ଏହା ପୂର୍ବରୁ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ୱିପ୍ରୋ ଅଧ୍ୟକ୍ଷ ଅଜିମ ପ୍ରେମଜୀ। ବୁଧବାର ଦିନ ସଂଧ୍ୟାରେ ବେଙ୍ଗାଲୁରୁର ହୋଟେଲ ତାଜ ୱେଷ୍ଟ ଏଣ୍ଡରେ ଓଡିଶା ଏହି ନିବେଶକ ବୈଠକ ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ପାଞ୍ଚଶହରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଏବଂ ନିବେଶକ ଯୋଗଦେବେ ବୋଲି ଆଶା କରାଯାଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକମାନଙ୍କୁ ସମ୍ବୋଧିତ କରିବେ ଏବଂ ରାଜ୍ୟର ଫ୍ଲାଗସିପ୍ ନିବେଶକ ସମ୍ମିଳନୀ, “ମେକ୍ ଇନ୍ ଓଡିଶା କନକ୍ଲେଭ…

Read More

ନୂଆଦିଲ୍ଳୀ: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ ଆଜି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ଜଳଦୂତ ଆପ୍‌’ର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ତାଙ୍କ ଦ୍ୱାରା ଜଳଦୂତ ଆପ୍‌-ଇ ବ୍ରୋସିୟର ମଧ୍ୟ ଉନ୍ମୋଚିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ଓ ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି, କେନ୍ଦ୍ର ପଞ୍ଚାୟତରାଜ ରାଷ୍ଟ୍ରମନ୍ତ୍ରୀ କପିଳ ମୋରେଶ୍ୱର ପାଟିଲ, ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ନଗେନ୍ଦ୍ର ନାଥ ସିଂହ୍ନା, ପଞ୍ଚାୟତରାଜ ସଚିବ ସୁନୀଲ କୁମାର ଏବଂ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ରାଜ୍ୟର ପ୍ରତିନିଧିମାନେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଏଥିରେ ସାମିଲ ହୋଇଥିଲେ। ଜଳଦୂତ ଆପ୍ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ମିଳିତଭାବେ ବିକଶିତ ହୋଇଛି। ଏହି ଆପ୍ ସମଗ୍ର ଦେଶରେ ବ୍ୟବହୃତ ହେବ। ଗୋଟିଏ ଗ୍ରାମରେ ବଛା ବଛା ଦୁଇ ତିନିଟି କୂଅର ଜଳସ୍ତର ଏହା…

Read More

ଖୋର୍ଦ୍ଧା: ବିଶ୍ୱ ପର୍ଯ୍ୟଟନ ଦିବସ ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସାଫଲ୍ୟ ମଣ୍ତିତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପର୍ଯ୍ୟଟନ ହେଉଛି ବର୍ତ୍ତମାନ ଅର୍ଥନୀତିର ଅଂଶ ବିଶେଷ। ପୁସ୍ତକ ପଠନ ଏବଂ ବିଭିନ୍ନ ସ୍ଥାନ ଭ୍ରମଣ କରିବା ଦ୍ବାରା ଅନେକ ସଂସ୍କୃତି ଓ ସାହିତ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିହୁଏ। ପର୍ଯ୍ୟଟନ କେବଳ ଖୁସି ଦିଏ ନାହିଁ ବରଂ ଅର୍ଥନୀତି ଓ ପାରସ୍ପରିକ ସଦଭାବନାକୁ ସମୃଦ୍ଧ କରିଥାଏ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଭାରତରେ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ଓଡିଶାର ଅବଦାନ ଅତୁଳନୀୟ। ଉଚ୍ଚକୋଟିର ଆତିଥେୟତା ଦ୍ବାରା ପର୍ଯ୍ୟଟନ କ୍ଷେତ୍ର ବ୍ୟାପକ ହୋଇଥାଏ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ। ତେବେ ସାଧାରଣ ଜନତାଙ୍କ ସହଯୋଗ ପର୍ଯ୍ୟଟନକୁ ଅଧିକ ବ୍ୟାପକ କରିଥାଏ ବୋଲି ସେ କହିଥିଲେ। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ପୁରସ୍କୃତ କରିଥିଲେ।…

Read More

ଭୁବନେଶ୍ଵର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳ ହୋଇଛି। ୨୭ ସେପ୍ଟେମ୍ବର, ୨୦୨୨ ମଙ୍ଗଳବାର ଦିନ ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟି ଠାରେ ଭୂପୃଷ୍ଠରେ ରଖାଯାଇଥିବା ଏକ ପୋର୍ଟେବଲ ଲଞ୍ଚର ବା ଉତକ୍ଷେପଣ ଯାନରୁ ଏହି କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ କରାଯାଇଥିଲା। ଭିଏସଏଚଓଆରଏଡିଏସ ହେଉଛି ଏକ ପୋର୍ଟେବଲ ବା ମାନବ ବାହିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ମ୍ୟାନପ୍ୟାଡ) ଯାହାକୁ ହାଇଦ୍ରାବାଦସ୍ଥିତ ଡିଆରଡିଓର ଗବେଷଣା କେନ୍ଦ୍ର ଇମାରତ (ଆରସିଆଇ) ଦ୍ବାରା ଡିଜାଇନ କରାଯାଇଛି। ଡିଆରଡିଓ ପ୍ରୟୋଗଶାଳା ଏବଂ ଭାରତୀୟ ଉଦ୍ୟୋଗ ଜଗତର ସହଭାଗିତାରେ ଏହି ସ୍ବଦେଶୀ କ୍ଷେପଣାସ୍ତ୍ରକୁ ନିର୍ମାଣ କରାଯାଇଛି। ଭିଏସଏଚଓଆରଏଡିଏସରେ ରହିଛି କ୍ଷୁଦ୍ର ଆକୃତିର ପ୍ରତିକ୍ରିୟା ନିୟନ୍ତ୍ରଣ ପ୍ରଣାଳୀ (ଆରସିଏସ) ଏବଂ ସମନ୍ବିତ ଏଭିଓନିକ୍ସ ଭଳି ବହୁ ନୂଆ ଜ୍ଞାନକୌଶଳ। ଏସବୁ ଅତ୍ୟାଧୁନିକ ବ୍ୟବସ୍ଥା ଆଜିର ପରୀକ୍ଷଣ…

Read More

ଖୋର୍ଦ୍ଧା: ଅବକାରୀ କନେଷ୍ଟବଳ ନିମନ୍ତେ ତୃତୀୟ ପର୍ଯ୍ୟାୟ ଶାରୀରିକ ଦକ୍ଷତା ପରୀକ୍ଷା ଆଜିଠାରୁ ଅର୍ଜୁନପୁରସ୍ଥିତ ଷଷ୍ଠ ଆଇଆରବି ଏବଂ ୪୧ତମ ଆଇଟିବିପି ବାଟାଲିୟନ ପଡିଆରେ ଆରମ୍ଭ ହୋଇଛି। ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ବାରା ଅନୁଷ୍ଠିତ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କ ଶାରୀରିକ ଚୟନ ପ୍ରକ୍ରିୟା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଉକ୍ତ ଦୁଇ ଦିନରେ ମୋଟ ୧୦୪୧ ଜଣ ପ୍ରାର୍ଥୀ ଭାଗ ନେବେ। ସେମାନଙ୍କର ଶାରୀରିକ ଉଚ୍ଚତା, ଓଜନ, ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ଦୌଡି ଚଢିବା ଭଳି ଦକ୍ଷତା ପରୀକ୍ଷା କରାଯାଉଛି। ଏଥିନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ମୁତୟନ କରାଯାଇଛି। ପରୀକ୍ଷାର୍ଥୀ ମାନଙ୍କ ନିମନ୍ତେ ଖାଦ୍ୟ, ପାନୀୟ ଓ ବସିବା ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଏଥିସହ ଆମ୍ବୁଲାନ୍ସ, ଡାକ୍ତରୀ ଦଳ, ଆଶୁ ଚିକିତ୍ସା, ଅଗ୍ନିଶମ କର୍ମଚାରୀ, ପୁଲିସ ଅଧିକାରୀ ଓ କର୍ମଚାରୀ ମୁତୟନ କରାଯାଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡ଼ିଶାରେ ଆସନ୍ତା ୨୯-୩୦ ତାରିଖ ଦୁଇ ଦିନ ରହିବେ। ଦଳକୁ ମଜବୁତ କରିବା ପାଇଁ ଏକାଧିକ ବୈଠକରେ ଭାଗ ନେବେ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଅପରାହ୍ନରେ ଚିଲିକା ନିର୍ବାଚନମଣ୍ଡଳି ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ନାଚୁଣୀରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ। ଏଥିରେ ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତ ଏବଂ ଏନଏସି ର ବିଭିନ୍ନ ୱାର୍ଡର ଗଠନ ହୋଇଥିବା ଶକ୍ତିକେନ୍ଦ୍ରର ପ୍ରମୁଖ, ସହପ୍ରମୁଖ ଏବଂ ପ୍ରଭାରୀମାନେ ଯୋଗ ଦେଇଥିଲେ। ଆସନ୍ତା ୨୯ ତାରିଖ ଦିନ ଶ୍ରୀ ହରିଚନ୍ଦନଙ୍କ ନେତୃତ୍ୱରେ ଚିଲିକା ବିଜେପିର କାର୍ଯ୍ୟକର୍ତ୍ତାମାନେ ଭୁବନେଶ୍ୱର ଯାଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କ ସାଙ୍ଗଠନିକ ବୈଠକରେ ଯୋଗଦେବେ। ତତସହିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକ୍ରମକୁ କିପରି ସଫଳ କରାଯିବ…

Read More

ନୂଆ ଦିଲ୍ଲୀ: ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ (ଏମଓଏଲଇ), ଭାରତ ସରକାରଙ୍କ ଜାତୀୟ କ୍ୟାରିୟର ସେବା (ଏନସିଏସ) ପୋର୍ଟାଲ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଜୁଲାଇ 2015 ରେ ଶୁଭାରମ୍ଭ କରାଯାଇଛି। ଏନସିଏସ୍ ହେଉଛି ଏକ ଜବ୍ ପ୍ଲାଟଫର୍ମ ଯାହାକି ଚାକିରୀ ଖୋଜୁଥିବା ପ୍ରାର୍ଥୀମାନଙ୍କୁ ସମ୍ଭାବ୍ୟ ନିଯୁକ୍ତିଦାତାଙ୍କ  ସହିତ ସଂଯୁକ୍ତ କରାଇ ବିଭିନ୍ନ ପ୍ରକାର ନିଯୁକ୍ତି ସେବା ପ୍ରଦାନ କରିବାରେ ସହାୟତା କରିଥାଏ। କ୍ୟାରିୟର କାଉନସେଲିଂ, ଧନ୍ଦାମୂଳକ ମାର୍ଗଦର୍ଶନ ଏବଂ କ୍ୟାରିୟର ଦକ୍ଷତା ତାଲିମ ମାଧ୍ୟମରେ ଏନସିଏସ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱର ବିକାଶରେ ମଧ୍ୟ ସହାୟତା କରିଥାଏ। 26 ସେପ୍ଟେମ୍ବର 2022 ସୁଦ୍ଧା, ଏନସିଏସ୍ ପୋର୍ଟାଲରେ ସକ୍ରିୟ ଶୂନ୍ୟ ସ୍ଥାନ ଗୁଡିକ 4,82,264 ର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଯାହା ବିଭିନ୍ନ କ୍ଷେତ୍ରରେ ରହିଛି ଓ ଏହା ଦେଶରେ ନିଯୁକ୍ତି ବୃଦ୍ଧି ପାଇଥିବା ସୁଚାଉଛି। ପୂର୍ବ ସର୍ବକାଳୀନ ସର୍ବାଧିକ ସକ୍ରିୟ ଶୂନ୍ୟ ସ୍ଥାନ ଗୁଡିକ 3,20,917 ଥିଲା ଯାହା ଜୁନ୍, 2019 ରେ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତରେ ଡ଼ିଜିଟାଲ ଲାଇଫଷ୍ଟାଇଲ ଏକ ନୂଆ ରୂପ ନେଉଛି। ୫ଜି, ଡିଜିଟାଲ ପେମେଣ୍ଟ, ଡିଜିଟାଲ ବିଶ୍ୱବିଦ୍ୟାଳୟ ସହ ଦେଶରେ ଡିଜିଟାଲାଇଜେସନ ନୂତନ ସୁଯୋଗ ସୃଷ୍ଟି କରୁଛି ଏବଂ ଆଗାମୀ ଦିନରେ ମଧ୍ୟ ଆହୁରି ଅଧିକ ସୁଯୋଗ ପ୍ରଦାନ କରିବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଦୁଇଟି ପୃଥକ ପୃଥକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ‘ଡିଜିଟାଲ୍ ରୂପାନ୍ତର ଏବଂ ଶିକ୍ଷାର ଅନ୍ତର୍ଜାତୀୟକରଣ’ ଶୀର୍ଷକ ଅନ୍ତର୍ଜାତୀୟ କନକ୍ଲେଭ ଓ ଫିକି ସ୍କିଲ ଡିଭିଜନ ପକ୍ଷରୁ ଆୟୋଜିତ ୧୩ତମ ବିଶ୍ୱ ଦକ୍ଷତା ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଦେଶରେ ଡ଼ିଜିଟାଲ କ୍ଷେତ୍ରର ରୂପରେଖ କ୍ରମାଗତ ଭାବେ ପରିବର୍ତ୍ତନ ହେଉଛି। ୨୦୨୩ ସୁଦ୍ଧା ସ୍ୱଦେଶୀ ଜ୍ଞାନକୌଶଳରେ ୫ଜିର କାର୍ଯ୍ୟକାରୀତା ସହ ଡିଜିଟାଲ ପେମେଣ୍ଟରେ ଭାରତ ବିଶ୍ୱରେ ଅଗ୍ରଣୀ ଦେଶ ଭାବେ ଉଭା ହେଉଛି । ସେହିପରି ଆଗାମୀ ଦିନରେ ଦେଶରେ…

Read More

ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ମିଡିଆ ଓ ମନୋରଞ୍ଜନ ଉଦ୍ୟୋଗ କ୍ଷେତ୍ରରେ କାରବାର ୧୦୦ ବିଲିୟନ ଡଲାରରେ ପହଞ୍ଚିବା ଉଚିତ୍‌। ବର୍ତ୍ତମାନ ଠାରୁ ଏହି ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ଲାଗି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର ଆହ୍ବାନ କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୧୦ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାର ଆକାର ୧୦ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଏହାକୁ ଦୃଷ୍ଟିରେ ରଖି ମିଡିଆ ଓ ମନୋରଞ୍ଜନ ଉଦ୍ୟୋଗକୁ ଆମେ ୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାରରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖିବା ଉଚିତ୍‌। ଏହି କ୍ଷେତ୍ରକୁ ସହାୟତା କରିବା ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସବୁ ପ୍ରକାର ଆବଶ୍ୟକ ପଦକ୍ଷେପ ନେବ ବୋଲି ଶ୍ରୀ ଚନ୍ଦ୍ର କହିଥିଲେ। ମଙ୍ଗଳବାର, ସେପ୍ଟେମ୍ବର ୨୭, ୨୦୨୨ରେ ମୁମ୍ବାଇ ଠାରେ ଅନୁଷ୍ଠିତ ଫିକ୍କି ଫ୍ରେମ୍ସ ଫାଷ୍ଟ ଟ୍ରାକ୍‌ ୨୦୨୨ ସମାରୋହର ଉଦଘାଟନୀ ଅଧିବେଶକୁ ସମ୍ବୋଧିତ କରି ସଚିବ ଏହା…

Read More

ମୁମ୍ବାଇ: ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ଚଢାଉ ପରେ ମହାରାଷ୍ଟ୍ର ପୋଲିସ ୨୫ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଗଣମାଧ୍ୟମକୁ କହିଛନ୍ତି ଯେ, ପିଏଫଆଇ ଉପରେ କାର୍ଯ୍ୟାନୁଷ୍ଠାନ ସେମାନଙ୍କ କାର୍ଯ୍ୟକଳାପର ଅନୁସନ୍ଧାନ ଆଧାରରେ ଆଇନ ଏବଂ ପ୍ରମାଣ ଅନୁଯାୟୀ ଅଟେ। ରାଜ୍ୟ ଗୃହ ବିଭାଗର ଦାୟିତ୍ୱରେ ଥିବା ଫଡନାଭିସ୍ କହିଛନ୍ତି ଯେ, ସମାଜରେ ବିଭାଜନ ସୃଷ୍ଟି କରିବା ଏବଂ ଦେଶକୁ ଦୁର୍ବଳ କରିବା ପାଇଁ ପ୍ରୟାସ କରାଯାଉଛି। ପୋଲିସର ସୂଚନାନୁସାରେ, ଔରଙ୍ଗାବାଦରୁ ୧୪ ଜଣ, ଥାନେରୁ ଚାରିଜଣ, ନନ୍ଦେଡ, ପାର୍ବନୀ ଏବଂ ମାଲେଗାଓଁରୁ ଦୁଇଜଣ ଏବଂ ଅମ୍ରାବତୀରୁ ଜଣେ ଗିରଫ ହୋଇଛନ୍ତି। ଥାନାର ଡେପୁଟି କମିଶନର (କ୍ରାଇମବ୍ରାଞ୍ଚ) ଲକ୍ଷ୍ମୀକାନ୍ତ ପାଟିଲ କହିଛନ୍ତି ଯେ, ସ୍ଥାନୀୟ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଶାଖା ଅଧିକାରୀଙ୍କ ଦ୍ଵାରା ଜିଲ୍ଲାରେ ମିଳିତ ଅପରେସନର ଏକ ଅଂଶ ଭାବରେ ସୋମବାର ରାତିରେ ଚାରିଜଣ ପିଏଫଆଇ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଛି।…

Read More

ଭୁବନେଶ୍ଵର: ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ ଦୂର କରିବା ପାଇଁ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ତିରୁପତି ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ଏବଂ ବିଜୟନଗରମ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବ। 02809/02810 ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସାପ୍ତାହିକ ସୁପର ଫାଷ୍ଟ ସ୍ପେଶାଲ ଏକ୍ସପ୍ରେସ ଭୁବନେଶ୍ୱର ଠାରୁ 1 ରୁ 29 ଅକ୍ଟୋବର 2022 ମଧ୍ୟରେ ପ୍ରତ୍ୟେକ ଶନିବାର ଅପରାହ୍ନ 1 ଘ.30 ମି.ରେ ଛାଡି ତିରୁପତି ଯାତ୍ରା କରିବାକୁ ଥିବାବେଳେ ଫେରିବା ମାର୍ଗରେ ଏହା ତିରୁପତି ଠାରୁ 2 ରୁ 30 ଅକ୍ଟୋବର 2022 ମଧ୍ୟରେ ପ୍ରତ୍ୟକ ରବିବାର ରାତ୍ରି 8 ଘଟିକାରେ ଛାଡି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ ଭୁବନେଶ୍ୱର ଓ ତିରୁପତି ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ, ବାଲୁଗାଁ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ, ବିଜୟନଗରମ, ଦୁଭାଡା, ଆନ୍ନାଭରମ,…

Read More

ଭୁବନେଶ୍ବର: ଆସନ୍ତା ଗୁରୁବାର ଦିନ ଓଡିଶା ରାଜନୀତିରେ ଧଡକନ ସୃଷ୍ଟି ହେବ। ସାଧାରଣ ନିର୍ବାଚନ ତଥା ଓଡିଶା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହେବାରେ ଲାଗିଛି। ଉଭୟ ବିଜେଡି ଏବଂ ବିଜେପି ସହିତ କଂଗ୍ରେସ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ଲୋକଙ୍କ ନିକଟତର ହେବାକୁ ପ୍ରଚେଷ୍ଠା ଆରମ୍ଭ କରିଦେଇଛନ୍ତି। ତେବେ ଆସନ୍ତା ଗୁରୁବାର 29 ତାରିଖରେ ଓଡିଶା ରାଡନୀତିରେ ଅଧିକ କଂପନ ସୃଷ୍ଟି ହେବ। କାରଣ ସେଦିନ ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ବିଜେପି ମହାସମାବେଶର ଆୟୋଜନ କରୁଛନ୍ତି। ବିଜେଡି ବରମୁଣ୍ଡ ପଡିଆରେ ବିରାଟ ବୈଠକ କରିବ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଏଥିରେ ସମସ୍ତ ବିଧାୟକ ସାଂସଦ, ଛାମୁଆ ସଂଗଠନର ମୁଖିଆ ଏବଂ ଅନ୍ୟ ନିର୍ବାଚିତ ପ୍ରତିନିଧି ଯୋଗଦେବେ। ସେହିପରି ସେହି ଦିନ ବିଜେପି ମଧ୍ୟ ଭୁବନେଶ୍ବରର ଜନତା ମଇଦାନରେ ଅନୁରୂପ ମହାସମାବେଶର ଆୟୋଜନ କରିଛି। ସେହି ସଭାରେ ଯୋଗଦେବେ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗ୍ରାମ ପଂଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମା’ କୋଳରେ ଶୋଇଥିବା ବେଳେ ନାବାଳକ ପୁତ୍ରର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ନଛିପୁର ଗ୍ରାମର ଗଗନ ମୁଦୁଲିଙ୍କ ନାବାଳକ ପୁତ୍ର ସୁମନ ମୁଦୁଲି (୭ ବର୍ଷ) ମା’ କୋଳରେ ଶୋଇଥିବା ବେଳେ ହଠାତ ଗୁରୁତର ହୋଇପଡିଥିଲା। ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମେଡିକାଲରେ ପୋଲିସ୍ ପହଂଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗଦେଇଛନ୍ତି। ଆଜି ଟୋକିଓରେ ଅନୁଷ୍ଠିତ ଅନ୍ତିମ ସଂସ୍କାରରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଛନ୍ତି। ଏହି ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଉଦଘାଟନୀ ବକ୍ତବ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଆଜି ଏକ ଦୁଃଖଦ ବେଳାରେ ଆମ ଦୁହିଁଙ୍କର ଭେଟ ହୋଇଛି। ଆଜି ଜାପାନରେ ଆସି ପହଞ୍ଚିବା ପରେ, ମୁଁ ଅଧିକ ଶୋକାଭିଭୂତ ଅନୁଭବ କରୁଛି। କାରଣ ଗତ ଥର ଯେତେବେଳେ ମୁଁ ଏଠାକୁ ଆସିଥିଲି ଆବେ ସାନଙ୍କ ସହିତ ଦୀର୍ଘ ସମୟ ଧରି କଥା ହୋଇଥିଲି। ତା’ଛଡ଼ା ଫେରିଯିବା ପରେ ଏମିତି ଏକ ଦୁଃଖଦ ଖବର ଶୁଣିବାର ପରିସ୍ଥିତି ଉପୁଜିବ ବୋଲି କେବେ…

Read More

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଯେ ବେଶ ମନୋରଞ୍ଜନଧର୍ମୀ ହୋଇପାରନ୍ତି ତାହା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଛାତ୍ରଛାତ୍ରୀମାନେ ଦେଖାଇପାରିଛନ୍ତି। ସେପ୍ଟେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ବାର୍ଷିକ ଉତ୍ସବ ‘ଇମ୍ପଲସ୍‌-୨୦୨୨’ ରେ ଛାତ୍ରଛାତ୍ରୀମାନଙ୍କର କଳାତ୍ମକ ଦକ୍ଷତାର ଝଲକ ଦେଖିବାକୁ ମିଳିଥିଲା। ପ୍ରଥମ ଦିବସରେ ଆନୁଷ୍ଠାନିକ ଭାବେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ମଂଚସ୍ଥ ସମସ୍ତ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଦକ୍ଷତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଦ୍ୱିତୀୟ ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା…

Read More

ନୂଆଦିଲ୍ଲୀ: ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀକୁ ଝଟକା ଲାଗିଛି। ସୁପ୍ରିମକୋର୍ଟଙ୍କ ଦ୍ଵାରା ଉଦ୍ଧବ ଠାକରେ ଗୋଷ୍ଠୀକୁ ଝଟକା ଲାଗିଛି। ସେହି ଗୋଷ୍ଠୀ ଏବେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଦଳର ନିର୍ବାଚନ ଚିହ୍ନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ବିଧାୟକଙ୍କ ଅଯୋଗ୍ୟତା ନିଷ୍ପତ୍ତି ନେବା ପୂର୍ବରୁ ନିର୍ବାଚନ ଆୟୋଗ ଦଳୀୟ ଚିହ୍ନ ଉପରେ ଶୁଣାଣି କରିବା ଉଚିତ ନୁହେଁ ବୋଲି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଦାବି କରିଥିଲା।

Read More

ନୂଆଦିଲ୍ଲୀ: ୨୦୧୬ ମସିହାରେ ୬ ବର୍ଷର ବିମୁଦ୍ରୀକରଣ ପରେ, ବର୍ତ୍ତମାନ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଏହାର ବୈଧତା ଉପରେ ଶୁଣାଣି କରିବେ। ଏଥିପାଇଁ ଜଷ୍ଟିସ୍ ଏସ୍ ଅବଦୁଲ ନାଜିରଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତିଙ୍କ ଏକ ଖଣ୍ଡପୀଠ ଗଠନ କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୨୮ ତାରିଖରେ ଖଣ୍ଡପୀଠ ଏହି ମାମଲାର ବିସ୍ତୃତ ଶୁଣାଣି ତାରିଖ ସ୍ଥିର କରିପାରନ୍ତି। ଏହି ମାମଲା ଡିସେମ୍ବର ୧୬ ତାରିଖ ୨୦୧୬ରେ ସମ୍ବିଧାନ ବେଞ୍ଚକୁ ପଠାଯାଇଥିଲା କିନ୍ତୁ, ଏହା ଗଠନ ହୋଇପାରି ନଥିଲା। ଏହି ମାମଲାର ଶୁଣାଣି ପାଇଁ ଗଠିତ ଖଣ୍ଡପୀଠର ସଦସ୍ୟମାନେ- ଜଷ୍ଟିସ୍ ଏସ୍ ଅବଦୁଲ ନଜିର, ବି ଆର ଗଭଇ, ଏ ଏସ ବୋପାନ୍ନା, ଭି ରାମାସୁବ୍ରମଣ୍ୟମ୍ ଏବଂ ବିଭି ନାଗରତ୍ନା ନଭେମ୍ବର ୮ ତାରିଖ ୨୦୧୬ରେ କେନ୍ଦ୍ର ସରକାର ପୁରୁଣା ୫୦୦ ଏବଂ ୧୦୦୦ ନୋଟ୍ ପ୍ରତ୍ୟାହାର କରି ନେଇଥିଲେ। ଏହା ବିରୋଧରେ ଅନେକ ପିଟିସନ ଦାଖଲ କରାଯାଇଥିଲା। ନଭେମ୍ବର ୧୫…

Read More