ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏହି ଉପଲକ୍ଷେ ପୁରୀରେ ହବିଷ୍ୟାଳିଙ୍କ ଭିଡ ପରିଲକ୍ଷିତ ହୋଇଛି। ତେବେ ହବିଷ୍ୟାଳିଙ୍କ ସୁବିଧାରେ ରହିବା ଓ ଖାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଇଛି। ପୁରୀରେ କରାଯାଇଛି ହବିଷ୍ୟାଳିଙ୍କ ପାଇଁ ବୃନ୍ଦାବତୀ ନିବାସ। ଏହି ନିବାସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୬ଟା ୩୦ ରେ ଲୋକାର୍ପଣ କରିବେ। ପୁରୀରେ ସରକାରଙ୍କ ତରଫରୁ ୫ଟି ଶିବିର କରାଯାଇଛି। ସବୁଥିରେ ପ୍ରବେଶ ଓ ପ୍ରସ୍ଥାନ ବେଳେ ହବିଷ୍ୟାଳିଙ୍କ ରେକର୍ଡ ରଖାଯିବାର ବ୍ୟବସ୍ଥା ହୋଇଛି । ସବୁ ଶିବିରରେ ବାହାର ଲୋକଙ୍କ ଅନୁପ୍ରବେଶ ଉପରେ ନଜର ରଖିବାକୁ ପ୍ରବେଶ ପଥରେ ସିସିଟିଭି ସ୍ଥାପନ ହୋଇଛି । ଏହା ବ୍ୟତୀତ ଶିବିର ପାଖରେ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ ଖୋଲା ଯାଇଛି । ଜ୍ୱର, କାଶ ଭଳି ମାମୁଲି ରୋଗ ପାଇଁ ଏହି ଶିବିରରେ ହବିଷ୍ୟାଳିଙ୍କୁ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଇଛି। ଏହି ଶିବିରରେ…
Author: Samikhsya Bureau
Mulayam Singh Yadav Death News: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଛି। ସେ ଆଜି ଅର୍ଥାତ ଅକ୍ଟୋବର ୧୦ ତାରିଖ ସକାଳ ୮:୧୬ ମିନଟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ ୨୨ ଅଗଷ୍ଟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛିଦନ ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା। ଅକ୍ଟୋବର ୧ ତାରିଖ ରାତିରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରଙ୍କ ଏକ ପ୍ୟାନେଲ ଗଠନ କରାଯାଇ ଚିକିତ୍ସା କରାଯାଉଥିଲା। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ତାଙ୍କର ପରଲୋକ ଘଟିଥିଲା। ଚଳିତ ବର୍ଷ ଜୁଲାଇରେ ମୁଲାୟମ ସିଂ ଯାଦବଙ୍କ ଧର୍ମପତ୍ନୀ ସାଧନା ଗୁପ୍ତାଙ୍କ ଦେହାନ୍ତ ହୋଇଥିଲା। ଫୁସଫୁସ ସଂକ୍ରମଣ ହେତୁ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା…
ଭୁବନେଶ୍ବର: ଗତ କିଛି ଦିନ ଧରି ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା। ତୁହାକୁ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ମଧ୍ୟ ଦିନ ତମାମ ବର୍ଷା ଲାଗି ରହିବ। ଆଜି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି। ତେବେ ଆସନ୍ତାକାଲି ଅର୍ଥାତ ୧୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ଆଶା କରାଯାଉଛି। ତେବେ ପାଣିପାଗ ବିଭାଗ ଅନୁସାରେ ଚଳିତ ଅକ୍ଟୋବର ମାସରେ ଏଯାବତ ୭୯.୪ ମିମି ବର୍ଷା, ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୫ ପ୍ରତିଶତ ଅଧିକ।
ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୭୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୧୦ ବରଗଡ ଜିଲ୍ଲାରୁ- ୨ କଟକ ଜିଲ୍ଲାରୁ- ୨ ଗଞ୍ଜାମ ଜିଲ୍ଲାରୁ- ୧ ଜଗତସିଂହପୁର ଜିଲ୍ଲାରୁ- ୩ ଯାଜପୁର ଜିଲ୍ଲାରୁ- ୨ ଝାରସୁଗୁଡା ଜିଲ୍ଲାରୁ- ୧ କେନ୍ଦୁଝର ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୧୩ ମୟୂରଭଞ୍ଜ ଜିଲ୍ଲାରୁ- ୨ ନବରଙ୍ଗପୁର ଜିଲ୍ଲାରୁ- ୧ ନୂଆପଡା ଜିଲ୍ଲାରୁ- ୧ ପୁରୀ ଜିଲ୍ଲାରୁ- ୪ ସମ୍ବଲପୁର ଜିଲ୍ଲାରୁ- ୧୮ ସୁନ୍ଦରଗଡ ଜିଲ୍ଲାରୁ- ୧୨ ଷ୍ଟେଟ ପୁଲରୁ- ୩ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ…
ପୁରୀ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏହି ପବିତ୍ରମାସରେ ମହିଳାମାନେ ମାସସାରା ବ୍ରତ ପାଳନ କରିଥାନ୍ତି। ମୁଖ୍ୟତଃ ପୁରୀ ଯାଇ ସେଠାରେ ଏକମାସ ଧରି ରହି ଏହି ବ୍ରତ ପାଳନ କରିବା ପାଇଁ ସମସ୍ତଙ୍କର ଆଗ୍ରହ ରହିଥାଏ। ଫଳରେ ବର୍ତ୍ତମାନ ପୁରୀରେ ହବିଷ୍ୟାଳିଙ୍କର ପ୍ରବଳ ଭିଡ ଆରମ୍ଭ ହୋଇଯାଇଛି। ଏହି ପବିତ୍ର ମାସ ସୋମବାରରୁ ଆରମ୍ଭ ହୋଇଥିବାରୁ ଏହାର ଗୁରୁତ୍ବ ଆହୁରି ବଢିଯାଇଛି। ଗତ ଦୁଇ ବର୍ଷ ଧରି କରୋନା ପାଇଁ ହବିଷ୍ୟାଳିମାନେ ଏହି ବ୍ରତ ପୁରୀ ଆସି ପାଳନ କରିପାରି ନ ଥିଲେ। ନିଜ ଘରେ ରହି ପାଳନ କରିଥିଲେ। ଚଳିତ ବର୍ଷ କଟକଣ ହଟିଯାଇଥିବାରୁ ପୁରୀରେ ଏହି ଭକ୍ତଙ୍କର ଭିଡ ପରିଲକ୍ଷିତ ହୋଇଛି। ସେମାନଙ୍କର ମାଗଣା ରହିବା ଖାଇବା ବ୍ୟବସ୍ଥା ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୋଧେରା ସ୍ଥିତ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ମୋଦୀ ସୂର୍ଯ୍ୟ ମନ୍ଦିରରେ ଐତିହ୍ୟ ଆଲୋକୀକରଣର ଉଦଘାଟନ କରିଛନ୍ତି ଯାହାକି ଭାରତର ପ୍ରଥମ ଐତିହ୍ୟ ସ୍ଥଳୀ ଅଟେ ଯାହା କେବଳ ସୌର ଶକ୍ତି ଦ୍ୱାରା ଚାଳିତ। ସେ ମୋଧେରା ସୂର୍ଯ୍ୟ ମନ୍ଦିରର ୩ଡି ପ୍ରୋଜେକ୍ସନ ମ୍ୟାପିଂର ଉଦଘାଟନ ମଧ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ମନ୍ଦିରର ଇତିହାସକୁ ନେଇ ପ୍ରସ୍ତୁତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, ସାଂସଦ ଶ୍ରୀ ସି ଆର ପାଟିଲ, ଗୁଜରାଟ ସରକାରଙ୍କ ମନ୍ତ୍ରୀ ଶ୍ରୀ ପୂର୍ଣ୍ଣେଶଭାଇ ମୋଦୀ ଏବଂ ଶ୍ରୀ ଅରବିନ୍ଦଭାଇ ରାୟାନୀ ପ୍ରମୁଖ ଗସ୍ତ କରିଥିଲେ। ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ଗୁଜୁରାଟର ମେହସାନା, ମୋଧେରାରେ ୩୯୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ କରିଥିଲେ।…
ଜୀବନଶୈଳୀ: ବିବାହିତ ଦମ୍ପତି ଏବଂ ପ୍ରେମୀଯୁଗଳ ସେମାନଙ୍କ ସମ୍ପର୍କକୁ ମଜବୁତ କରିବା ପାଇଁ ଅନେକ ପଦକ୍ଷେପ ନିଅନ୍ତି। ହିନ୍ଦୁ ଧର୍ମରେ ବିବାହିତ ଜୀବନକୁ ସୁଖୀ କରିବାର ଅନେକ ଉପାୟ ଅଛି। ପ୍ରେମ ଜୀବନକୁ ଉନ୍ନତ କରିବା ପାଇଁ ଉପବାସ ରଖାଯାଏ। ଯାହାଫଳରେ ଜୀବନ ସାଥୀ ସହିତ ଭଲ ସମନ୍ୱୟ ରହିଥାଏ ଏବଂ ସମ୍ପର୍କ ମଧୁର ଏବଂ ମଜବୁତ ହୋଇଥାଏ। ଯଦି ଆପଣ ମଧ୍ୟ ଆପଣଙ୍କର ପ୍ରେମ ଜୀବନ କିମ୍ବା ଦାମ୍ପତ୍ୟ ଜୀବନକୁ ସୁଖୀ କିମ୍ବା ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କେବଳ ଗୋଟିଏ କାମ କରିବାକୁ ପଡିବ। ତାହା ହେଉଛି ଗୁରୁବାର ବ୍ରତ। ଗୁରୁବାର ଦିନ ଉପବାସ ପାଳନ କରି ପ୍ରେମ ଜୀବନର ସମସ୍ୟା ଦୂର ହୋଇଯାଏ ଏବଂ ପ୍ରେମ ସମ୍ପର୍କ ମଜବୁତ ହୁଏ। ଗୁରୁବାର ବ୍ରତ ବିଷୟରେ ଆସନ୍ତୁ ଜାଣିବା… ଗୁରୁବାର ବ୍ରତର ଲାଭ: ୧- ଗୁରୁବାରର ଉପବାସ ପାଳନ କରି ବିବାହିତ ଜୀବନ ସୁଖମୟ ରହିଥାଏ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଭେଦ…
ଭୁବନେଶ୍ବର: ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ। ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ,। ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ। ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ। ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି। ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି। ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି। ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ:- ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ? ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା ଘଟିଥାଏ। ସାଢ ସାତୀ ବା ଦେଢା ଯୋଗୁଁ ଏପରି ଦୁର୍ଘଟଣା ଘଟିଥାଏ।…
ମେଷ: ଧାର୍ମିକ ଯାତ୍ରା ହେଉଛି ଦେବ ଦର୍ଶନଙ୍କର ସମଷ୍ଟି। ବୈବାହିକ କାର୍ଯ୍ୟର ଡିଜାଇନ୍ ଘରେ କରାଯିବ। କାର୍ଯ୍ୟ ବ୍ୟବସାୟରେ ମଧ୍ୟ ଦିନଟି ଲାଭଦାୟକ ହେବ। ପୁରୁଣା ପରିଚିତମାନଙ୍କୁ ଭେଟିବେ। ଛୋଟ ଜିନିଷକୁ ଅଣଦେଖା କରନ୍ତୁ। ବୃଷ: ଆଜି ଅର୍ଥର ଖର୍ଚ୍ଚ ଆୟଠାରୁ ଅଧିକ ହେବ, ତଥାପି ଦିନସାରା ମାନସିକ ସ୍ତରରେ ଖୁସି ରହିବ। ଘରେ ଅବିବାହିତ ସମ୍ପର୍କ ବିଷୟରେ ଆଲୋଚନା ଚାଲିବ। ମୂଲ୍ୟବାନ ଜିନିଷ କିଣିବାରେ ଖର୍ଚ୍ଚ ହେବ। ଆଜି କାର୍ଯ୍ୟ କ୍ଷେତ୍ରରୁ ସୀମିତ ଲାଭ ମିଳିବ। ମିଥୁନ: ଅବହେଳା ହେତୁ, କରାଯାଇଥିବା କାର୍ଯ୍ୟରେ ବାଧା ଆସିବ। ଲାଭର ଚୁକ୍ତି ହେବାର ସମ୍ଭାବନା ଅଛି, କିନ୍ତୁ ଗୋଡରେ ବାଧା ସୃଷ୍ଟି ହେତୁ ଦ୍ୱନ୍ଦ୍ୱରେ ପଡ଼ିବେ। କର୍କଟ: ସରକାରୀ କାର୍ଯ୍ୟ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିବ, କିନ୍ତୁ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟରେ ଏହାର ସମାଧାନ ମିଳିବ। ଆଜି କାର୍ଯ୍ୟକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରେ। ଏଥିପାଇଁ ମଧ୍ୟ ଖର୍ଚ୍ଚ ହେବ। ସିଂହ: କାର୍ଯ୍ୟ କ୍ଷେତ୍ରରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୋଧେରା ସ୍ଥିତ ମୋଧେଶ୍ୱରୀ ମାତା ମନ୍ଦିର ଗସ୍ତ କରି ଆଜି ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ମୋଦୀ ଯୋଡ ହସ୍ତରେ ଦେବୀଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ଗର୍ଭଗୃହରେ ଥିବା ମୋଧେଶ୍ୱରୀ ମାତାଙ୍କ ପ୍ରତିମା ଆଗରେ ମୁଣ୍ଡ ନୁଆଁଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ ଏବଂ ସାଂସଦ ଶ୍ରୀ ସି ଆର ପାଟିଲ ମଧ୍ୟ ଉପସ୍ଥିତ ଥିଲେ। ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ଗୁଜୁରାଟର ମେହସାନା, ମୋଧେରାରେ ୩୯୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ମୋଧେରାକୁ ଭାରତର ପ୍ରଥମ ୨୪ଘଣ୍ଟିଆ ସୌରଶକ୍ତି ଚାଳିତ ଗ୍ରାମ ବୋଲି ଘୋଷଣା କରିଥିଲେ।
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୧୪୫ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ବିଧାନସଭା ପରିସରସ୍ଥ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପୁଷ୍ପାର୍ଘ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି ଯେ ମାନବସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବା ପଣ୍ଡିତ ଗୋପବନ୍ଧୁ ଥିଲେ ଦୀନ, ଦରିଦ୍ର ଓ ଦୁଃଖୀଙ୍କର ବନ୍ଧୁ। ନିରାଶ୍ରୟ ଓ ନିଃସହାୟଙ୍କ ସେବା କରିବାଠାରୁ ଆରମ୍ଭ କରି ଯୁବସମାଜକୁ ଆଦର୍ଶ ନାଗରିକ ଭାବେ ଗଢ଼ିତୋଳିବା ପାଇଁ ସେ ସଦା ତତ୍ପର ଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପଣ୍ଡିତ ଗୋପବନ୍ଧୁ ନିରାଶ୍ରୟଙ୍କ ସେବା କରିବା ପାଇଁ ଆଗେଇ ଆସୁଥିଲେ। ଓଡ଼ିଶାର ଶିକ୍ଷାର ପ୍ରସାର ସହିତ ସାହିତ୍ୟ, ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଥିଲା। ତାଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟ ଓ ଦୈନିକ ଖବରକାଗଜ ‘ସମାଜ’…
ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ରବିବାର ପୂର୍ବାହ୍ନରେ ହିମାଚଳ ପ୍ରଦେଶର ବିଳାସପୁରର କୋଲଡେମ ବରମାନା ଠାରେ ଏକ ୱାଟର ସ୍ପୋର୍ଟସ ସେଣ୍ଟର ଉଦଘାଟନ କରିଛନ୍ତି। ହିମାଚଳ ପ୍ରଦେଶରେ ଏହି ଅଭିନବ ୱାଟର ସ୍ପୋର୍ଟସ ସେଣ୍ଟର ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ଓ ଜାତୀୟ ତାପଜ ବିଦ୍ୟୁତ ନିଗମ (ଏନଟିପିସି)ର ମିଳିତ ଭାବେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଅବସରରେ ସାଇ ଓ ଏନଟିପିସି ମଧ୍ୟ ବୁଝାମଣାପତ୍ର ହସ୍ତାନ୍ତର ହୋଇଛି । ଖୁବ କମ ସମୟ ଅବଧି ମଧ୍ୟରେ ସ୍ଥାପିତ ହୋଇଥିବା ଏହି କେନ୍ଦ୍ର ସମ୍ପର୍କରେ ଅନୁରାଗ ସିଂହ ଠାକୁର କହିଛନ୍ତି “ମାତ୍ର ଗୋଟିଏ ମାସ ମଧ୍ୟରେ ହିଁ ୱାଟର ସ୍ପୋର୍ଟସ ବ୍ୟବସ୍ଥା ହୋଇପାରିଛି ଓ ସାଇ ଏବଂ ଏନଟିପିସି ଅଧିକାରୀମାନେ ଏହା ସମ୍ଭବ କରି ପାରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ରୋଇଂ, କାୟାକିଂ ଓ କାନୋଇଂରେ ଭାଗ ନେବା ପାଇଁ ୪୦ ଜଣ…
ଚିତ୍ରକୂଟ: ଗାଁର ବିକାଶକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ ବୋଲି ରବିବାର ମଧ୍ୟପ୍ରଦେଶର ଚିତ୍ରକୂଟ ଠାରେ ଗ୍ରାମୋଦୟ ମେଳା ଓ ଶରଦୋତ୍ସବର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏହି ମେଳାରେ ଶ୍ରୀ ପ୍ରଧାନ ଯୋଗଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଗତ ୮ ବର୍ଷରେ ଗ୍ରାମାଞ୍ଚଳର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଦିଆଯାଉଛି। ସୌଭାଗ୍ୟ ଯୋଜନାରେ ବିଜୁଳି, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟଶସ୍ୟ ସହ ବିଭିନ୍ନ ଯୋଜନାରେ ସିଧାସଳଖ ବ୍ୟାଙ୍କ ଖାତାକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଭଳି ଗରିବ କଲ୍ୟାଣ ଯୋଜନାର କ୍ରିୟାନ୍ୱୟନ କରାଯାଇ ମୋଦି ସରକାର ଗାଁର ବିକାଶ କାମରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଠଜଣ ନେତାଙ୍କୁ ବିଭିନ୍ନ ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ସେମାନେ ହେଲେ 1-ରାମଚନ୍ଦ୍ର ପଣ୍ଡା- କୃଷି ଓ କୃଷକ ଶସକ୍ତିକରଣ ବିଭାଗର ପରାମର୍ଶଦାତା 2-ଅନୁଭବ ପଟ୍ଟନାୟକ- ଇଲଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଜ୍ଞାନ ପରାମର୍ଶଦାତା 3-ସୁଧୀର ଦାସ- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପରାମର୍ଶଦାତା 4-ନିବେଦିତା ନାୟକ- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପରାମର୍ଶଦାତା 5-ଲୋପାମୁଦ୍ରା ବକ୍ସିପାତ୍ର- ମିଶନ ଶକ୍ତି ପରାମର୍ଶଦାତା 6-ଗୀତା ବସ୍ତିଆ-ମିଶନ ଶକ୍ତି ପରାମର୍ଶଦାତା 7-ସରୋଜିନୀ ହେମ୍ବ୍ରମ- ଏସ ଏବଂ ଏସଟି କଲ୍ୟାଣ ବିଭାଗର ପରାମର୍ଶଦାତା 8-ସୁମିତ୍ରା ଜେନା- ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପରାମର୍ଶଦାତା କରାଯାଇଛି। ସେହିପରି ପ୍ରସନ୍ନ ପାଟ୍ଟଶାଣୀଙ୍କ ସହିତ ଅନ୍ୟ କେତେକ ନେତାଙ୍କୁ ମଧ୍ୟ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି। ସେମାନେ ହେଲେ 1-ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ- ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ( କ୍ୟାବିନେଟ ପାହ୍ୟା) 2- ଡ ପ୍ରସନ୍ନ ପାଟ୍ଟଶାଣୀ- ରାଜ୍ୟ…
ନୂଆଦିଲ୍ଲୀ: ରାଞ୍ଚିରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟ୍ ରେ ପରାସ୍ତ କରିଛି। ଏହା ସହ ଭାରତୀୟ ଦଳ ଲକ୍ଷ୍ନୌରେ ପରାଜୟର ପ୍ରତିଶୋଧ ନେଇ ସିରିଜକୁ ୧-୧ରେ ବରାବର କରିଛି। ଏବେ ଏହି ସିରିଜର ଫାଇନାଲ ମ୍ୟାଚ ଅକ୍ଟୋବର ୧୧ ତାରିଖରେ ଦିଲ୍ଲୀରେ ଖେଳାଯିବ। ଦକ୍ଷିଣ ଆଫ୍ରିକା ପ୍ରଥମେ ଖେଳିବା ପରେ ୫୦ ଓଭରରେ ୭ ୱିକେଟ ହରାଇ ୨୭୮ ସ୍କୋର କରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ୪୬ ତମ ଓଭରରେ ତିନିଟି ୱିକେଟ୍ ହରାଇ ଲକ୍ଷ୍ୟ ପୂରଣ କରିଥିଲା। ଭାରତର ଏହି ବିଜୟର ହିରୋ ଥିଲେ ଶ୍ରେୟସ୍ ଆୟର ଏବଂ ଇଶାନ୍ କିଶାନ୍। ଶ୍ରେୟସ୍ ଆୟର ୧୫ ଟି ଚୌକା ସହାୟତାରେ ୧୧୧ ବଲରେ ୧୧୩ ରନ୍ କରିଥିଲେ। ଏଥିସହିତ ଇଶାନ କିଶନ ମାତ୍ର ୮୪ ବଲରେ ୯୩ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଇଶାନ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତ୍ରିରେ ଦୁଇ ଗୋଟି ଚୋରି ହୋଇଥିବାର ଖବର ହସ୍ତଗତ ହୋଇଛି। ବାଲୁଗାଁ ଜେନା କଲୋନୀ ଅଞ୍ଚଳର ଦୁଇ ଜଣଙ୍କ ଘରୁ ଏକାକାଳୀନ ଭାବେ ସୁନା ଅଳଙ୍କାର ଓ ଟଙ୍କା ଚୋରି କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ଗୁଣ୍ଡୁରୁପୁର ଅଞ୍ଚଳରୁ ଏକ ଟ୍ରାଭେରା ଗାଡ଼ି ମଧ୍ୟ ଚୋରି ହୋଇଥିବାର ଜଣାପଡିଛି। ତେବେ ଉକ୍ତ ଲୁଟେରାମାନେ ଫେରାର ହୋଇଯାଇଥିବା ବେଳେ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ସାଇଣ୍ଟିଫିକ ଟିମ ସହଯୋଗରେ ତଦନ୍ତ ଜାରି ରଖିଛନ୍ତି। କିନ୍ତୁ ପ୍ରାଥମିକ ତଦନ୍ତ ପରେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି। ତେବେ ଖୁବଶୀଘ୍ର ଲୁଟେରା ଧରା ପଡିବେ ବୋଲି ଆଇଆଇସି ଶ୍ରୀ ଦାସ କହିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ଦ୍ଵାରା ବିଭିନ୍ନ ନିଗମ, ବୋର୍ଡ ଓ ସରକାରୀ ବିଭାଗରେ ନେତାମାନଙ୍କୁ ନିଯୁକ୍ତି ମିଳିଛି। ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ ଓ ପରାମର୍ଶଦାତା ନିଯୁକ୍ତି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇଚିଠି ଜାରି କରାଯାଇଛି। ୧- ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡରେ ଅଧ୍ୟକ୍ଷ- କଳିକେଶ ସିଂହଦେଓ। ୨- ଏପିକଲ ର ଅଧ୍ୟକ୍ଷ- ପ୍ରଭାତ ଆଦିତ୍ୟ ମିଶ୍ର ୩- ଓଆରଏଚ୍ଡିସି ର ଅଧ୍ୟକ୍ଷ- ଡି ବିଶ୍ବନାଥ ୪- ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଧ୍ୟକ୍ଷ- ଲେନିନ ମହାନ୍ତି। ୫- ଉଠାଜଳ ସେଚନ ଅଧ୍ୟକ୍ଷ- ଅମରେଶ ପତ୍ରି ୬- ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ- ସୁବାଷ ମହାରଣା। ୭- ଓଡ଼ିଶା ବିହନ ନିଗମରେ ଅଧ୍ୟକ୍ଷ- ବିଜୟ ନାୟକ। ୮- ଓଡିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ- ଦେବାଶିଷ ମହାନ୍ତି। ୯- ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ- ସତ୍ୟବ୍ରତ ତ୍ରିପାଠୀ ୧୦- ଓଡ଼ିଶା ଷ୍ଟେଟ ବିଲ୍ଡିଂ ଆଣ୍ଡ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଧର୍ମଗଡ ବିଧାୟକ ମୌଶଧି ବାଗ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ସଚିନ ପାୱାର ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ଜନପ୍ରିତିନିଧି ରୂପେ ଭବାନୀପାଟଣା,ଧର୍ମଗଡ,ଜୁନାଗଡ ଓ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଏବଂ କାମଠନା, ପିଲକିଆ ଓ ସରୀୟା ସରପଞ୍ଚ ଯୋଗ ଦେଇଥିଲେ। ବୈଠକରେ ସାଂସଦ ଶ୍ରୀ ପଣ୍ଡାଙ୍କ ଦ୍ଵାରା କେନ୍ଦ୍ରୀୟ ସ୍କିମ୍ ମନରେଗା, ଦିନ ଦୟାଲ ଅନ୍ତୋଦୟ ଯୋଜନା, ଗ୍ରାମୀଣ କୌଶଳ ଯୋଜନା, ଏନ୍ ଏସ୍ ଏ ପି, ପି ଏମ ଜି ଏସ୍ ୱାଇ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଜାତୀୟ ଗ୍ରାମ୍ୟ…
ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ 10 ତାରିଖରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ। ଏହି ମାସରେ ଭଗବାନ ଶିବ, ବିଷ୍ଣୁ, କାର୍ତ୍ତିକ ଓ ତୁଳସୀଙ୍କ ବିଶେଷ ପୂଜା ଅର୍ଚ୍ଚନା କରାଯାଇଥାଏ। ଧର୍ମ ମାସ ଭାବରେ ଏହି ମାସଟି ବେଶ୍ ପରିଚିତ। ଏହି ମାସରେ ଲୋକମାନେ ସ୍ନାନ, ଦାନ ତଥା ଧର୍ମକୁ ବିଶେଷ ପ୍ରାଧାନ୍ୟ ଦେଇଥାନ୍ତି। ଏହି ମାସରେ ସ୍ନାନ, ଦାନ ଓ ଉପବାସ କରିବା ଦ୍ବାରା ସମସ୍ତ କଷ୍ଟରୁ ମୁକ୍ତି ମିଳିବା ସହିତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା, କେଉଁ କେଉଁ ଉପାୟ କରିବା ଦ୍ବାରା ଆମେ ମାନସମ୍ମାନ ପାଇବା ସହିତ ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇପାରିବା। କାର୍ତ୍ତିକ ମାସରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ ତଥା ପୂଜାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ। ଏହି ମାସରେ ସ୍ନାନ କରିବା ସମୟରେ ଏହି କଥାକୁ ଦିଅନ୍ତୁ ଧ୍ୟାନ – ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ କରିବା…
ଧାମନଗର: ଆଜି ଧାମନଗରରେ ଧୂମ ମଚାଇଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଆଜି ସେ ଏହି ନିର୍ବାଚନ ମଣ୍ଡଳୀରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଦେଖାଇ ଦେଇଛନ୍ତି ବିଜେଡି ସଂଗଠନର ଶକ୍ତି। ଦଳର ଚାଲିଥିବା ପଦଯାତ୍ରା ଆଜି ଧାମନଗରରେ ଆୟୋଜିତ ହୋଇଥିଲା। ଏଥିରେ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ। ପ୍ରଣବ ଏବଂ ଦଳର ବରିଷ୍ଠ ନେତାମାନେ ଷେଣ୍ଢପୁରରୁ ଏକ ବାଇକ ଶୋଭାଯାତ୍ରା ବାହାରି ଦୋବଲରେ ପହଞ୍ଚିଥିଲା । ଦୋବଲଠାରେ ଅନୁଷ୍ଠିତ ସଭାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶତାଧିକ ଲୋକ ଉପସ୍ଥିତ ଥିଲେ । ଏହାପରେ ବିଜୁ ପଟ୍ଟନାୟକ ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ନେତା ଓ କର୍ମୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ବିଧାୟକଙ୍କ ବହୁ ନେତା ଉପସ୍ଥିତ ଥିଲେ ।ଏହି ନିର୍ବାଚନ ମଣ୍ଡଳୀରେ ଆସନ୍ତା ନଭେମ୍ବରରେ ଉପନିର୍ବାଚନ…

