ନୂଆଦିଲ୍ଲୀ/ଭୁବନେଶ୍ୱର: ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ)ର ସଭାପତି କଲ୍ୟାଣ ଚୌବେ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି। ଆସନ୍ତା ୧୧ ତାରିଖରେ ଭୁବନେଶ୍ୱରେ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ କମ ଫିଫା ମହିଳା ଫୁଟବଲ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ସାମିଲ ହେବା ପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଶ୍ରୀ ପ୍ରଧାନ ଏଥିପାଇଁ ଖୁସିବ୍ୟକ୍ତ କରିବା ସହ ନିମନ୍ତ୍ରଣ ପାଇଁ ଏଆଇଏଫଏଫର ସଭାପତି ଶ୍ରୀ ଚୌବେଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ସବୁ ସ୍ତରରେ କ୍ରୀଡାକୁ ପ୍ରୋତ୍ସାହନ ଦେଉଛନ୍ତି। ଭାରତକୁ ଶ୍ରେଷ୍ଠ କ୍ରୀଡ଼ା ରାଷ୍ଟ୍ର ଭାବରେ ପରିଣତ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ। ଦେଶରେ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଅନୁଷ୍ଠିତ ହେବା ଦ୍ୱାରା କ୍ରୀଡାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବ।…
Author: Samikhsya Bureau
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି; କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ମହିଳା ଆକାଉଣ୍ଟଟେଣ୍ଟଙ୍କ କଳାକାରନାମା ସାମ୍ନାକୁ ଆସିଛି। ଶିକ୍ଷକଙ୍କ ଦରମା ବାବଦକୁ ପ୍ରାୟ ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡପ କରିଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ବିଇଓ ଠାକୁର ସାହୁ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ଅନ୍ୟପକ୍ଷେ, ସମ୍ପୃକ୍ତ ମହିଳା କର୍ମଚାରୀ ଜଣକ ଅଫିସରେ ସ୍କୁଟି ରଖି ଫେରାର ହୋଇଯାଇଛନ୍ତି। ସୂଚନାଯୋଗ୍ୟ ଯେ, ଭବାନୀପାଟଣା ବିଇଓ ଅଫିସରେ ଅବସ୍ଥାପିତ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଜଣେ ଅସ୍ଥାୟୀ କର୍ମଚାରୀ ହୋଇଥିବା ବେଳେ ବିଇଓ ଅଫିସରେ ଶିକ୍ଷକମାନଙ୍କ ଦରମା ବିଲ ଦାୟିତ୍ବରେ ଥିଲେ। ଏକ୍ସକ୍ୟାଡର ଶିକ୍ଷକଙ୍କ ଦରମା ପିଏଫଏମ୍ଏସ୍ ଜରିଆରେ ଏହି ମହିଳା ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର କୌଶଳ କ୍ରମେ ନିଜର ବ୍ୟକ୍ତିଗତ ଆକାଉଣ୍ଟକୁ ୩୯ ଲକ୍ଷ ୩୦ହଜାର ୪୬୮…
ସୀତାରାମ ଅଗ୍ରୱାଲ ଚିଲିକା: ଓସିଏସ ପାଇଲେ ଦୃଷ୍ଟିବାଧିତ। ନିଜ ଅକ୍ଲାନ୍ତ ପରିଶ୍ରମ ଫଳରେ ଉକ୍ତ ସଫଳତାର ହକଦାର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଲାଇଡିହ ଗ୍ରାମର ପ୍ରସନ୍ନ କୁମାର ପଣ୍ଡା। ପିତା ପ୍ରକାଶ ଚନ୍ଦ୍ର ପଣ୍ଡା ଏବଂ ମାତା ମିନତୀ ପଣ୍ଡାଙ୍କ ସୁପୁତ୍ର ଅଟନ୍ତି ପ୍ରସନ୍ନ। ପ୍ରସନ୍ନ ପିଲାଟି ବେଳୁ ଦୃଷ୍ଟିବାଧିତ ଥିବା ବେଳେ ନିଜର ପରିଶ୍ରମ ଏବଂ ଦୃଢ଼ ଇଚ୍ଛାଶକ୍ତି ଫଳରେ ଓସିଏସ-୨୦୨୦ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାରା ଓଡ଼ିଶାରେ ୨୬୬ ତମ ସ୍ଥାନ ହାସଲ କରିଛନ୍ତି। ପ୍ରସନ୍ନ ବିଜେବି ସ୍ୱାୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ଏବଂ ଜେଏନୟୁ ବିଶ୍ୱବିଦ୍ୟାଳୟ ଦିଲ୍ଲୀରୁ ସ୍ନାତକୋତର କରିଥିବା ବେଳେ ବର୍ତ୍ତମାନ ଜେଏନୟୁ ରେ ପିଏଚଡ଼ି କରୁଛନ୍ତି। ତେବେ ନିକଟରେ ୧୫ ଦିନ ତଳେ ସେ ଏସଏସବି ରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଭାବେ ଯୋଗଦେଇଛନ୍ତି। ଦୁଇ ଭାଇ ଜଣେ ଭଉଣୀଙ୍କୁ ନେଇ…
ନୂଆଦିଲ୍ଲୀ: ନିକଟରେ ଏକ ଜାତୀୟ ଦୈନିକ ଖବରକାଗଜରେ ସାରା ଦେଶରେ ନ୍ୟୁମୋକୋକଲ (ପିସିଭି) ଟିକା ଅଭାବ ସମ୍ପର୍କିତ ଖବର ପ୍ରକାଶିତ ହୋଇଛି। ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ (ଏସଆଇଓ, ମହାରାଷ୍ଟ୍ର ସାମିଲ ଅଛନ୍ତି)ଙ୍କ ଉଦ୍ଧୃତି ଦେଇ ଟେଣ୍ଡର ବିଳମ୍ବ ଯୋଗୁଁ ସାରା ଦେଶରେ ମାସକରୁ ଅଧିକ ସମୟ ଧରି ଲକ୍ଷ ଲକ୍ଷ ଶିଶୁଙ୍କ ଟିକାକରଣ ବାଧାପ୍ରାପ୍ତ ହୋଇଥିବା ଲେଖାଯାଇଛି। ଏହି ଖବର ଭ୍ରମାତ୍ମକ ଓ ଅସତ୍ୟ ତଥ୍ୟ ପ୍ରଦାନ କରୁଛି। ଅକ୍ଟୋବର ୭,୨୦୨୨ ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଅନୁଯାୟୀ ପିସିଭି ଟିକାର ପର୍ଯ୍ୟାପ୍ତ ଡୋଜ ଉପଲବ୍ଧ ଅଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ସମୁଦାୟ ୭୦,୧୮, ୮୧୭ (୭୦.୧୮ ଲକ୍ଷ) ପିସିଭି ଡୋଜ ଉପଲବ୍ଧ ଅଛି। ଏଥିରୁ ୩,୦୧,୭୯୪ (୩.୦୧ ଲକ୍ଷ) ପିସିଭି ଡୋଜ ମହାରାଷ୍ଟ୍ର ରାଜ୍ୟରେ ରହିଛି। ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏଚଏମଆଇଏସ ତଥ୍ୟ ଅନୁଯାୟୀ ଜାନୁୟାରୀ ୨୦୨୨ରୁ ସେପ୍ଟେମ୍ବର ୨୦୨୨ ଅବଧି ମଧ୍ୟରେ…
ଭୁବନେଶ୍ୱର: ରିଲାଏନ୍ସ ଜୁଏଲ୍ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ଯାହାକି କଳା, ସଂସ୍କୃତି, ପରମ୍ପରା ଓ ବିଶ୍ୱାସ ଦ୍ୱାରା ଅନୁପ୍ରେରିତ ଅନେକ କଲେକ୍ସନ ପାଇଁ ଜଣାଶୁଣା ଏହି କଲେକ୍ସନ ମାଧ୍ୟମରେ ଏହା ଭାରତର ସମୃଦ୍ଧ ଓ ବ୍ୟାପକ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ। ଓଡ଼ିଶାରୁ ଅନୁପ୍ରେରିତ ହୋଇ ଉତ୍କଳ ଓ ବନାରସରୁ ଅନୁପ୍ରେରିତ ହୋଇ କାସୟମ ଓ କଛରୁ ଅନୁପ୍ରେରିତ ହୋଇ ରନକାର ର ପ୍ରସ୍ତୁତ କରାଯାଇଛି। ରିଲାଏନ୍ସ ଜୁଏଲ୍ସ ଭାରତର ସମୃଦ୍ଧ ଓ ବ୍ୟାପକ ଐତିହ୍ୟକୁ ସର୍ବଦା ଏହାର ଜୁଏଲାରୀ ଡିଜାଇନ୍ ମାଧ୍ୟମରେ ପ୍ରଦର୍ଶିତ କରିଆସିଛି। ଚଳିତ ପାର୍ବଣ ଋତୁରେ, ରିଲାଏନ୍ସ ଜୁଏଲ୍ସ ସୁନା ଓ ହୀରା ଜୁଏଲାରୀର ଏକ ଆକର୍ଷଣୀୟ କଲେକ୍ସନ, “ମହାଲୟା” ର ଶୁଭାରମ୍ଭ କରିଛି ଯାହାକି ମହାରାଷ୍ଟ୍ରର ଗୌରବ ଦ୍ୱାରା ଅନୁପ୍ରେରିତ। ଏହାକୁ ଆଗାମୀ ପାର୍ବଣ ଋତୁକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି। ମହାଳୟା ନାମଟି ସମୃଦ୍ଧି ଓ ସୌନ୍ଦର୍ଯ୍ୟର ପ୍ରତୀକ। ମହା…
ଯୋଧପୁର: ଏହି ସମୟରେ ରାଜସ୍ଥାନର ଯୋଧପୁରରୁ ବଡ ଖବର ଆସୁଛି, ଯେଉଁଠାରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ୬ ଟି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେବା ପରେ କିର୍ତ୍ତୀ ନଗରରେ ୧୬ ଜଣ ଆହତ ହୋଇଥିବାବେଳେ ୨ ଶିଶୁଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ, ଏହି ବିସ୍ଫୋରଣରେ ଅନେକ ଗାଡି ମଧ୍ୟ ଜଳିଯାଇଛି। ଘଟଣା ପରେ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଉଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଯୋଧପୁରର ମାଗ୍ରା ପୁଞ୍ଜଲା ଅଞ୍ଚଳର କିର୍ତ୍ତୀ ନଗରରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେତୁ ୪ ଜଣଙ୍କ ମୃତ୍ୟୁ ଏବଂ ଅନେକ ଲୋକଙ୍କ ଆଘାତ ବିଷୟରେ…
ନୂଆଦିଲ୍ଲୀ: ମହିଳା ଏସିଆ କପରେ ୨୪ ଘଣ୍ଟା ମଧ୍ୟରେ ପଡ଼ିଆରେ ଅବତରଣ କରିଥିବା ଭାରତୀୟ ଦଳ ପରାଜୟକୁ ଭୁଲି ବିଜୟ ଟ୍ରାକକୁ ଫେରିଛି। ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ନିୟମିତ ଅଧିନାୟକ ହରମାନପ୍ରୀତ କୌରଙ୍କ ବିନା ଆଜି ୫୯ ରନ୍ ରେ ବିଜୟ ହାସଲ କରିଛି। ଏହି ମ୍ୟାଚ୍ରେ ଅଧିନାୟକ ସ୍ମୃତି ମାନ୍ଧନା ଏବଂ ଶେଫାଲି ବର୍ମାଙ୍କ ଉତ୍କୃଷ୍ଟ ଭାଗିଦାରୀ ଆଧାରରେ ଭାରତ ୫ ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଆୟୋଜକ ଦଳ କେବଳ ୭ ୱିକେଟ୍ ହରାଇ ୧୦୦ ରନ୍ ସ୍କୋର କରିପାରିଥିଲା। ଭାରତୀୟ ବୋଲିଂ ବାଂଲାଦେଶ ବ୍ୟାଟ୍ସମ୍ୟାନ୍ ଙ୍କୁ ଆରମ୍ଭରୁ ହାତ ଖୋଲିବାକୁ କୌଣସି ସୁଯୋଗ ଦେଇ ନଥିଲା। ଦଳ ୯ ଓଭରରେ କୌଣସି ୱିକେଟ୍ ହରାଇ ନଥିଲା, ମାତ୍ର ୪୫ ରନ୍ ସ୍କୋର କରିଥିଲା। ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିବା ଶେଫାଲୀ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ସେ ୪ ଓଭରରେ…
ବାଲୁଗାଁ: ବିଜୁ ଜନତା ଦଳ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଦଳର ଖୋର୍ଦ୍ଧା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଦେଇଛି। ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏଏସି ତରଫରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି। ଏନଏଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଏକ ଶୁଭେଚ୍ଛା ବାର୍ତ୍ତାରେ ପ୍ରମିଳା ମଲ୍ଲିକଙ୍କ କାର୍ଯ୍ୟ ଦକ୍ଷତାକୁ ବେଶ୍ ପ୍ରଶଂସା କରିଛନ୍ତି। ଗତ ଏନଏଏସି ନିର୍ବାଚନ ବେଳେ ପ୍ରମିଳା ମଲ୍ଲିକ ବାଲୁଗାଁ ପର୍ଯ୍ୟବେକ୍ଷକ ଭାବେ ବିଜେଡି ଦାୟିତ୍ବ ପ୍ରଦାନ କରଥିଲା। ଫଳରେ ସେ ବାଲୁଗାଁରେ ଦୀର୍ଘଦିନ ରହି ନିର୍ବାଚନ ପରିଚାଳନା କରିଥିଲେ। ତାଙ୍କର ଦକ୍ଷ ନିର୍ବାଚନ ପରିଚାଳନା ପାଇଁ ବାଲୁଗାଁରେ ଦଳ ଭଲ ପ୍ରଦର୍ଶନ କରିବା ସହିତ ଏନଏଏସି ଅଧ୍ୟକ୍ଷା ପଦ ମଧ୍ୟ ହାତେଇଥିଲା। ଖୁବ ଶିଘ୍ର ବାଲୁଗାଁ ବିଜେଡି ତରଫରୁ ତାଙ୍କୁ ଏକ ସ୍ବାଗତ ସମ୍ବର୍ଦ୍ଧନା କରାଯିବ ବୋଲି ନିଷ୍ପତି କରାଯାଇଛି।
ଚଣ୍ଡିଗଡ଼: ଭାରତୀୟ ବାୟୁସେନା (IAF) ଆଜି ଏହାର କର୍ମଚାରୀଙ୍କ ପାଇଁ ଏକ ନୂତନ ଯୁଦ୍ଧ ପୋଷାକ ଉନ୍ମୋଚନ କରିଛି। ଡିଜିଟାଲ ଛଲାବରଣ ୟୁନିଫର୍ମ ନାମରେ ଜଣାଶୁଣା ଏୟାର ଚିଫ୍ ମାର୍ଶଲ ବିବେକ ରାମ ଚୌଧୁରୀ ପ୍ରଥମ ଲୁକ୍ ଉନ୍ମୋଚନ କରିଛନ୍ତି। ଚଣ୍ଡିଗଡ଼ରେ ବାୟୁସେନାର ୯୦ ତମ ବାର୍ଷିକ ଉତ୍ସବରେ ଭାରତୀୟ ବାୟୁସେନାର ସୈନ୍ୟମାନଙ୍କ ପାଇଁ ନୂତନ ୟୁନିଫର୍ମ ଉନ୍ମୋଚିତ ହୋଇଛି। ଏହା ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ବାୟୁସେନାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଛି। ବାୟୁସେନା ଦିବସ ୧୯୩୨ ମସିହାରେ ବ୍ରିଟେନର ରୟାଲ ଏୟାର ଫୋର୍ସର ସହାୟକ ବଳ ଭାବରେ ଭାରତୀୟ ବାୟୁସେନାର ସରକାରୀ ଯୋଗଦାନକୁ ଚିହ୍ନିତ କରେ। ପ୍ରତିବର୍ଷ ଏହି ଦିନ ଭାରତୀୟ ବାୟୁସେନା ମୁଖ୍ୟ ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପାଳନ କରାଯାଏ।
ଭୁବନେଶ୍ବର: ଅଶ୍ୱିନ ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ବା ଶରଦ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ ରହିଛି ଯେ କେବଳ ଏହି ପୂର୍ଣ୍ଣିମାରେ ଚନ୍ଦ୍ର ଷୋଳ କଳାରେ ପରିପୂର୍ଣ୍ଣ ହୁଅନ୍ତି। ଚଳିତ ବର୍ଷ ଶରଦ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ଆସନ୍ତକାଲି ରବିବାର, ଅକ୍ଟୋବର ୯ ତାରିଖରେ ପଡୁଛି। କୁମାର ପୂର୍ଣ୍ଣିମା ଅଶ୍ୱିନ ମାସରେ ପଡୁଥିବାରୁ ଏହାକୁ ଅଶ୍ୱିନ ପୂର୍ଣ୍ଣିମା ମଧ୍ୟ କୁହାଯାଏ । କୁମାର ପୂର୍ଣ୍ଣିମାର ସମୟ ଅଶ୍ୱିନ୍ ଶୁକ୍ଲ ପକ୍ଷର ପୂର୍ଣ୍ଣିମା ଅର୍ଥାତ୍ କୁମାର ପୂର୍ଣ୍ଣିମା ଅକ୍ଟୋବର ୯ ତାରିଖ ରବିବାର ଦିନ ଭୋର ୩:୪୧ ରୁ ଆରମ୍ଭ ହେବ। ପୂର୍ଣ୍ଣିମା ତିଥି ପରଦିନ ଅକ୍ଟୋବର ୧୦ ସୋମବାର ଦିନ ୨:୨୫ ରେ ଶେଷ ହେବ। ଶାସ୍ତ୍ର ଅନୁଯାୟୀ, କୁମାର ପୂର୍ଣ୍ଣିମାରେ ଦେବୀ ଲକ୍ଷ୍ମୀ ତାଙ୍କ ବାହାନ ପେଚା ଉପରେ ପୃଥିବୀ ଭ୍ରମଣ କରି ତାଙ୍କ ଭକ୍ତମାନଙ୍କ ଦୁଃଖ ଦୂର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାୟୁସେନା ଦିବସ ଅବସରରେ ଭାରତୀୟ ବାୟୁସେନା ସଦସ୍ୟ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ବାୟୁସେନା ଦିବସରେ, ସାହସୀ ବାୟୁ ଯୋଦ୍ଧା ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ମୋର ଶୁଭେଚ୍ଛା । ନମଃ: ସ୍ପୃଶଂ ଦିପ୍ତମ୍ ବାକ୍ୟ ଆଧାରରେ ଭାରତୀୟ ବାୟୁସେନା ଦଶନ୍ଧି ଧରି ତାହାର ପରାକ୍ରମ ଦେଖାଇ ଆସୁଛି । ସେମାନେ ଦେଶକୁ ସୁରକ୍ଷା ଦେବା ସହିତ ବିପର୍ୟ୍ୟୟ ସମୟରେ ଉଲ୍ଲେଖନୀୟ ମାନବିକତା ମଧ୍ୟ ଦେଖାଉଛନ୍ତି ।”
ନୂଆଦିଲ୍ଲୀ: ଖୁବ ଶିଘ୍ର ଦେଶରେ ଜାରୀ ହେବ ଇ-ମୁଦ୍ରା। ଏହି ସଙ୍କେତ ପ୍ରଦାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ। ତେବେ ଏହି ମୁଦ୍ରା କଣ, ଏହାର ଡିଜାଇନିଂ କିପରି, କେମିତି ପ୍ରଚଳନ ହେବ ସେ ନେଇ ଲୋକଙ୍କ ମତ ଲୋଡିଛି ଆରବିଆଇ। ଏହା ପ୍ରବେଶ ପୂର୍ବରୁ ଲୋକଙ୍କୁ ସଚେତନ କରାଇବା ପାଇଁ ଆରବିଆଇ ଏହି ପଦକ୍ଷେପ ଗ୍ରହଣ କରିଛି। ଏଥିରେ ଟେକ୍ନୋଲୋଜି ଏବଂ ଡିଜାଇନ୍ ପସନ୍ଦ, ଡିଜିଟାଲ୍ ମୁଦ୍ରାର ସମ୍ଭାବ୍ୟ ବ୍ୟବହାର, ପ୍ରଦାନ ପ୍ରଣାଳୀ ଏବଂ ସିବିଡିଟି ପ୍ରବର୍ତ୍ତନରେ ଆରବିଆଇର ଭୂମିକା ଭଳି ପ୍ରସଙ୍ଗ ଉପରେ ମଧ୍ୟ ଆଲୋକପାତ କରାଯାଇଛି। ଏହା ମଧ୍ୟ ବ୍ୟାଙ୍କିଂ ସିଷ୍ଟମ, ମୁଦ୍ରା ନୀତି, ଆର୍ଥିକ ସ୍ଥିରତା ଏବଂ ଗୋପନୀୟତା ଉପରେ ଡିଜିଟାଲ ମୁଦ୍ରାର ପ୍ରଭାବର ପରୀକ୍ଷଣ କରିଥାଏ। ଏହା ପରେ ଆରବିଆଇ ଖୁବ ଶୀଘ୍ର ପାଇଲଟ ଆଧାରରେ ଡିଜିଟାଲ ମୁଦ୍ରା ଆରମ୍ଭ କରିବ।
ନୂଆଦିଲ୍ଲୀ: ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ଓ ଅନ୍ୟ ଉପଯୁକ୍ତ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚିତା ପୁନର୍ବାସ ନୀରିକ୍ଷଣ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଚିତା ଟାସ୍କ ଫୋର୍ସର କାର୍ୟ୍ୟାବଳୀ ସୁଗମ କରିବା ସହ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବେ। ଏହି ଟାସ୍କ ଫୋର୍ସର ଅବଧି ଦୁଇ ବର୍ଷ ରହିବ। ଟାସ୍କ ଫୋର୍ସ ଦ୍ୱାରା ନିର୍ଦ୍ଧାରିତ ସମୟରେ ନିୟମିତ ଚିତା ପୁନର୍ବାସ ଅଞ୍ଚଳ ଗସ୍ତ କରିବା ପାଇଁ ଏକ ସବକମିଟି ଗଠନ କରା ଯାଇପାରିବ। ଚିତାଙ୍କ ମୂଳ ବାସସ୍ଥାନ ଓ ସେମାନଙ୍କ ଜୈବ ବିବିଧତା ସଂରକ୍ଷଣ ପାଇଁ ଚିତା ପୁନର୍ବାସନ ଏକ ପ୍ରୋଟୋଟାଇପ ତଥା ମଡେଲର ଅଂଶବିଶେଷ। ଏହା ଜୈବ ବିବିଧତାର ଅବକ୍ଷୟ ଓ ତ୍ୱରିତ କ୍ଷତି ରୋକିବାରେ ସାହାଯ୍ୟ କରିବ। ଏକ ପ୍ରମୁଖ ଶିକାରୀ ଜୀବର ପୁନର୍ବାସନ ଦ୍ୱାରା ଐତିହାସିକ…
ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ମାମଲାରେ ଇଡି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଦିଲ୍ଲୀରେ ସର୍ଚ୍ଚ ଅପରେସନ ବେଳେ ଅଭିଯୁକ୍ତଙ୍କ ବାସଭବନରୁ ୧ କୋଟି ଟଙ୍କା ଜବତ କରିଛି। ଇଡି ଅଧିକାରୀମାନେ ଆଜି ଏହି ମାମଲାରେ ଅଭିଯୁକ୍ତଙ୍କୁ ପଚରାଉଚରା କରିବେ। ଦିଲ୍ଲୀର ନୂତନ ଅବକାରୀ ନୀତିରେ ଅନିୟମିତତା ତଥା ଦୁର୍ନୀତି ଅଭିଯୋଗରେ ଗତକାଲି ଦିଲ୍ଲୀ ସମେତ ଆନ୍ଧ୍ରପ୍ରଦେଶ ଏବଂ ପଞ୍ଜାବର ୩୫ ଟି ସ୍ଥାନ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା। ଏହି ନୀତି ସହିତ ଜଡିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଅନେକଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି। ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ଉପରେ ମଧ୍ୟ ସିବିଆଇ ଚଢାଉ କରିଛି। ବର୍ତ୍ତମାନ ଇଡି ଏହି ମାମଲା ସହ ଜଡିତ ଅନ୍ୟ ଲୋକଙ୍କୁ ଚଢାଉ କରି ପ୍ରମାଣ ସଂଗ୍ରହରେ ନିୟୋଜିତ ଅଛି। ପ୍ରକାଶ ଯେ କିଛି ଦିନ ପୂର୍ବରୁ ଇଡି…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡିରୁ ନିୟମିତ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ‘କଳାହାଣ୍ଡି କବିତା ଆନ୍ଦୋଳନର ଏକ ଶାଶ୍ୱତ ସ୍ପନ୍ଦନ ମହୁରି’ ପରିବାରର ଏକ ଭେଟଘାଟ ପର୍ବ ମା’ ମାଣିକେଶ୍ୱରୀଙ୍କ ପୀଠରେ ଗତ କାଲି ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୧୪ ବର୍ଷ ଧରି ନିୟମିତ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ‘ମହୁରି’ ଏକ କବିତା ଆନ୍ଦୋଳନରୁ ଗତ ୨୦୦୭ ମସିହା, ମକର ସଂକ୍ରାନ୍ତିରେ ଭବାନୀପାଟଣାରେ ଜନ୍ମ ନେଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ବ୍ୟାପକ କରିବା ନିମନ୍ତେ ମହୁରିର ସଭାପତି ତଥା କବି ଭବାନୀଶଙ୍କର ନିଆଲ ଏକ କବିତା ପତ୍ରିକାର ପରିକଳ୍ପନା କରିଥିଲେ। ଉକ୍ତ କବିତା ପତ୍ରିକା ୨୦୦୮ ମସିହା ପୂଜା ସଂଖ୍ୟା ଭାବେ ଆତ୍ମପ୍ରକାଶ କଲା। ଏହି ପତ୍ରିକାର ସଂପାଦନା ଓ ପରିକଳ୍ପନା ଏତେ ସୁଦୃଢ଼ ଥିଲା ଯେ ଖ୍ୟାତନାମା କବି ଜୟନ୍ତ ମହାପାତ୍ରଙ୍କ ଶୁଭାଶିଷ ତଥା ଆର୍ଥିକ ସହଯୋଗ ପାଇ ପାରିଥିଲା। ସେହିପରି ଓଡ଼ିଶାର ପୁରପଲ୍ଲୀରୁ ଶହଶହ କବି…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୮୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧ ବରଗଡ ଜିଲ୍ଲାରୁ- ୩ ଭଦ୍ରକ ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୧୦ ଦେବଗଡ ଜିଲ୍ଲାରୁ- ୨ ଢେଙ୍କାନାଳ ଜିଲ୍ଲାରୁ- ୧ ଗଞ୍ଜାମ ଜିଲ୍ଲାରୁ- ୩ ଯାଜପୁର ଜିଲ୍ଲାରୁ- ୩ କଳାହାଣ୍ଡି ଜିଲ୍ଲାରୁ- ୨ କେନ୍ଦୁଝର ଜିଲ୍ଲାରୁ- ୩ ଖୋର୍ଦ୍ଧା ଜିଲ୍ଲାରୁ- ୧୩ ମୟୂରଭଞ୍ଜ ଜିଲ୍ଲାରୁ- ୧ ନବରଙ୍ଗପୁର ଜିଲ୍ଲାରୁ- ୧ ନୟାଗଡ ଜିଲ୍ଲାରୁ- ୨ ନୂଆପଡା ଜିଲ୍ଲାରୁ- ୩ ପୁରୀ ଜିଲ୍ଲାରୁ- ୧୧ ରାୟଗଡା ଜିଲ୍ଲାରୁ- ୨ ସମ୍ବଲପୁର ଜିଲ୍ଲାରୁ- ୩ ସୁନ୍ଦରଗଡ ଜିଲ୍ଲାରୁ-…
ନୂଆଦିଲ୍ଲୀ: ଶୁକ୍ରବାର ଦିନ ମହାରାଷ୍ଟ୍ରର ନାଗପୁରରେ ଆୟୋଜିତ ଏକ ପୁସ୍ତକ ପ୍ରକାଶନ କାର୍ଯ୍ୟକ୍ରମରେ ରାଷ୍ଟ୍ରିୟ ସ୍ଵୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଯୋଗ ଦେଇଥିଲେ। ଏଠାରେ ସେ କହିଥିଲେ ଯେ, ବର୍ଣ୍ଣ ଏବଂ ଜାତି ପ୍ରଣାଳୀ ଅତୀତ ହୋଇଯାଇଛି, ଯାହାକୁ ଭୁଲିଯିବା ଉଚିତ୍। ସଂଘ ମୁଖ୍ୟ ଭାଗବତ କହିଥିଲେ ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଗୁଜବ ପ୍ରଚାରିତ ହୋଇଛି ଯେ, ସେମାନେ ସଂଘ ତଥା ହିନ୍ଦୁଙ୍କ ଦ୍ଵାରା ବିପଦରେ ଅଛନ୍ତି। ଏହା ଅତୀତରେ ଘଟି ନଥିଲା ଏବଂ ଭବିଷ୍ୟତରେ ମଧ୍ୟ ଘଟିବ ନାହିଁ। ଏହା ନା ସଂଗଠନର ପ୍ରକୃତି ନା ହିନ୍ଦୁମାନଙ୍କର। ସେ କହିଛନ୍ତି ଯେ, ଘୃଣା, ଅନ୍ୟାୟ, ଅତ୍ୟାଚାର ପ୍ରଚାର କରିବା, ସମାଜ ପ୍ରତି ଅସନ୍ତୋଷ ଓ ଶତ୍ରୁତା କରୁଥିବା ଲୋକମାନଙ୍କ ବିରୁଦ୍ଧରେ ଛିଡା ହୋଇ “ଆତ୍ମରକ୍ଷା ଏବଂ ନିଜର ପ୍ରତିରକ୍ଷା କରିବା ଏକ କର୍ତ୍ତବ୍ୟ ହୋଇଯାଏ। ବର୍ତ୍ତମାନ ଏହି ପ୍ରକାରର ହିନ୍ଦୁ ସମାଜ ଆବଶ୍ୟକ। ଭାଇଚାରା, ସୌହାର୍ଦ୍ଦ୍ୟ…
ନୂଆଦିଲ୍ଲୀ: ମହିଳା ଟି-୨୦ ଏସିଆ କପ୍ ୨୦୨୨ରେ ପାକିସ୍ତାନ ଭାରତକୁ ୧୩ ରନ୍ ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତକୁ ୧୩୮ ରନ୍ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଭାରତୀୟ ଦଳ ମାତ୍ର ୧୨୪ ରନ୍ ସ୍କୋର କରିପାରିଥିଲା। ନିଦା ଡାର ପାକିସ୍ତାନ ପାଇଁ ଏକ ଅଲରାଉଣ୍ଡ ପ୍ରଦର୍ଶନ କରିଥିଲେ। ସେ ବ୍ୟାଟିଂରେ ଅର୍ଦ୍ଧଶତକ ହାସଲ କରିବା ସହିତ ଦୁଇଟି ୱିକେଟ୍ ମଧ୍ୟ ନେଇଥିଲେ। ମେଘନା ଏବଂ ସ୍ମୃତି ମନ୍ଧନା ଭାରତ ପାଇଁ ଓପନିଂ କରିବାକୁ ଆସିଥିଲେ। ମାନ୍ଧନା ୧୯ ବଲରୁ ୧୭ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ୨ଟି ଚୌକା ରହିଥିଲା। ମେଘନା ୧୪ ବଲରେ ୧୫ ରନ୍ ସଂଗ୍ରହ କରିଥିଲେ। ମେଘନା ଗୋଟିଏ ଚୌକା ଓ ଗୋଟିଏ ଛକା ମାରିଥିଲେ। ୨ ରନ୍ ସ୍କୋର କରିବା ପରେ ଜେମିମା ରୋଡ୍ରିଗେଜ୍ ଆଉଟ୍ ହୋଇଥିଲେ। ହେମଲତା ୨୨ ବଲରୁ ୨୦ ରନ୍ ସଂଗ୍ରହ କରିଥିଲେ।…
ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଶିକରେ ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ବସ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନାଶିକ-ଔରଙ୍ଗାବାଦ ମାର୍ଗରେ ନନ୍ଦୁରନାକା ନାମକ ଏକ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଦୁର୍ଘଟଣାରେ ଅନେକ ଲୋକ ଜଳି ଯାଇଥିବାର ଖବର ରହିଛି। ନାଶିକ ପୋଲିସ ମଧ୍ୟ ଏହି ଘଟଣାକୁ ନିଶ୍ଚିତ କରିଛି। ଏହି ଦୁର୍ଘଟଣାକୁ ନିଶ୍ଚିତ କରି ଡେପୁଟି କମିଶନର ଅମୋଲ ତାମ୍ବେ କହିଛନ୍ତି ଯେ, ଏଥିରେ କିଛି ଲୋକଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୧୧ କୁ ବୃଦ୍ଧି ପାଇଛି। ନାଶିକ ପୋଲିସ କହିଛି ଯେ ଶୁକ୍ରବାର ରାତିରେ ବସ୍ ଅଗ୍ନିକାଣ୍ଡରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ମୃତଦେହ ଏବଂ ଆହତ ଲୋକଙ୍କୁ ଡାକ୍ତରଖାନା ନିଆଯାଇଛି। ସୂଚନାନୁସାରେ, ବସ୍ ୟଭତମାଲରୁ ମୁମ୍ବାଇ ଯାଉଥିଲା। ଧୁଲେରୁ ମୁମ୍ବାଇ ଯାଉଥିବା ଟ୍ରେଲରଟି ବସ୍ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଆଠରୁ ଦଶ…
ଜୀବନଶୈଳୀ, ଲୋକମାନେ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନେକ ସମୟରେ ଗଛ ଲଗାନ୍ତି। କିନ୍ତୁ ବାସ୍ତୁ ବିଜ୍ଞାନ ଅନୁଯାୟୀ, ଏପରି କିଛି ଉଦ୍ଭିଦ ଅଛି, ଯାହା ଘରେ ଲଗାଇଲେ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ। ଏହାର ସକରାତ୍ମକ ପ୍ରଭାବ ଘରେ ପଡିଥାଏ। କିନ୍ତୁ ଏପରି ଅନେକ ଗଛ ଅଛି ଯାହା ଘରେ ଲଗାଇବା ଦ୍ୱାରା ଲାଭ ହୁଏ ନାହିଁ କିନ୍ତୁ ବହୁ କ୍ଷତି ଘଟିଥାଏ। ଆସନ୍ତୁ ଆପଣଙ୍କୁ ସେହି ଉଦ୍ଭିଦଗୁଡ଼ିକ ବିଷୟରେ କହିବୁ ଯାହା ଘରେ ଲଗାଯିବା ଉଚିତ୍ ନୁହେଁ। କୋଳି ଗଛ ଘରେ କୌଣସି କୋଳି ଗଛ ଲଗାଇବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଏହି ଗଛ ଲଗାଇବା ଠିକ୍ ବିବେଚନା କରାଯାଏ ନାହିଁ। ଘରେ ଏହି ଗଛ ଲଗାଇବା ଦ୍ୱାରା ନକାରାତ୍ମକତା ବଢିଥାଏ, ଏହା ସହିତ ଏହା ସମସ୍ତ ପ୍ରକାରର ସମସ୍ୟା ବା କଳି ସୃଷ୍ଟି କରିଥାଏ । ଏହା ମଧ୍ୟ କୁହାଯାଏ ଯେ ଯେଉଁ…
ମେଷ ରାଶି: ଆୟ ଏବଂ ପ୍ରଗତି ବୃଦ୍ଧି ଅନୁକୂଳ ହେବ। ଲାଭ ସୁଯୋଗ ଆସିବ। ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବିପୁଳ ଲାଭ ଦେଇପାରେ। ବେକାରୀ ହଟାଇବା ପାଇଁ ପ୍ରୟାସ ସଫଳ ହେବ। ସହଭାଗୀମାନଙ୍କର ସହଯୋଗ ଠିକ୍ ସମୟରେ ପ୍ରାପ୍ତ ହେବ। ଭ୍ରମଣ ଯୋଜନା ପ୍ରସ୍ତୁତ ହୋଇପାରେ। ଘର ବାହାରେ କିଛି ଟେନସନ ହେବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବୃଷ ରାଶି: ଚାକିରିରେ ସୁବିଧା ବଢିପାରେ। ପାର୍ଟି ଏବଂ ପିକନିକର ଏକ କାର୍ଯ୍ୟକ୍ରମ ହେବ। ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିପାରନ୍ତି। ବ୍ୟବସାୟ ଅନୁକୂଳ ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାମରେ ମନ ଲାଗିବ। ସେୟାର ବଜାରରେ ଲାଭ ହେବ। ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନପ୍ରାପ୍ତି ହେବାର ସୁଯୋଗ ମିଳିବ। ମିଥୁନ ରାଶି: କାମ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ। ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ଚିନ୍ତା ଏବଂ ଟେନସନ ହେବେ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବ୍ୟବସାୟ ଭଲ ହେବ। ଆୟରେ ନିଶ୍ଚିତତା…

