Author: Samikhsya Bureau

ନୂଆଦିଲ୍ଲୀ/ଭୁବନେଶ୍ୱର: ସମଗ୍ର ଭାରତବର୍ଷରେ ୭୦୦ରୁ ଅଧିକ ଜିଲ୍ଲାର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲକୁ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମରେ ଯୋଡ଼ାଯିବ। ଫିଫା, ୟୁନିସ୍କୋ ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍ଏଫ୍) ସହଯୋଗରେ ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦିଆଯିବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଏ ସମ୍ପର୍କୀତ ବୈଠକରେ ଯୋଗଦେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଦିଗରେ କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ୍ ପରମାଣିକ, ଫିଫାର ସେକ୍ରେଟାରୀ ଜେନେରାଲ ଫାତମା ସମୌରା, ୟୁନିସ୍କୋ, ଏଆଇଏଫଏଫର ସଭାପତି କଲ୍ୟାଣ ଚୌବେ, ଶିକ୍ଷା ଓ କ୍ରୀଡ଼ା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆସନ୍ତାକାଲି ଠାରୁ…

Read More

ନୂଆଦିଲ୍ଲୀ: ଆଜି ମହିଳା ଏସିଆ କପରେ ଭାରତୀୟ ଦଳ ଥାଇଲ୍ୟାଣ୍ଡ ଉପରେ ଏକ ବଡ ବିଜୟ ପଞ୍ଜିକରଣ କରିଛି। ପ୍ରଥମେ ବୋଲିଂ କରି ଭାରତୀୟ ଦଳ ଥାଇଲାଣ୍ଡ ଦଳକୁ ମାତ୍ର ୩୭ ରନ୍ ରେ ବାନ୍ଧି ରଖିଥିଲା। ଏହା ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାତ୍ର ୬ ଓଭରରେ ଲକ୍ଷ୍ୟ ହାସଲ କରିଥିଲେ। ଏହି ବିଜୟ ସହିତ ଭାରତୀୟ ଦଳ ମଧ୍ୟ ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ଏହି ମ୍ୟାଚ୍‌ରେ ସ୍ମୃତି ମାନ୍ଧନା ଭାରତୀୟ ଦଳକୁ ନିର୍ଦ୍ଦେଶ ଦେଉଥିଲେ। ସେ ଟସ୍ ଜିତି ଥାଇଲ୍ୟାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ। ଭାରତୀୟ ବୋଲରମାନେ ସେମାନଙ୍କ ଅଧିନାୟକଙ୍କ ନିଷ୍ପତ୍ତି ଠିକ୍ ପ୍ରମାଣ କରିଥିଲେ ଏବଂ ସେମାନେ ଆରମ୍ଭରୁ ଥାଇଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ମାନଙ୍କୁ ପାଭିଲିୟନକୁ ପଠାଉଥିଲେ। ଥାଇଲ୍ୟାଣ୍ଡର ୯ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ୧୫.୧ ଓଭରରେ ୩୭ ରନ୍ କରି ପୂରା ଦଳ ଆଉଟ୍ ହୋଇଥିଲେ। ସ୍ନେହ ରାଣା…

Read More

ମୁମ୍ବାଇ: ଶିବସେନାର ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଆନୁଷ୍ଠାନିକ ଭାବରେ ତିନୋଟି ବିକଳ୍ପ ଚିହ୍ନ ଏବଂ ସେମାନଙ୍କ ପସନ୍ଦର ନାମ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛନ୍ତି। ଆୟୋଗ ଶନିବାର ରାତିରେ ଦଳର ‘ଧନୁ-ତୀର’ ଚିହ୍ନ ଉପରେ ପ୍ରତିବନ୍ଧକ ଲଗାଇ ଉଭୟ ଗୋଷ୍ଠୀକୁ ବିକଳ୍ପ ଚିହ୍ନ ଏବଂ ପାର୍ଟି ନାମ ଦେବାକୁ କହିଥିଲେ। ଆୟୋଗର ସୂତ୍ର ନିଶ୍ଚିତ କରିଛି ଯେ, ବିକଳ୍ପ ଚିହ୍ନ ଏବଂ ନାମ ଉଭୟ ଗୋଷ୍ଠୀ ଦ୍ୱାରା ଦାଖଲ କରାଯାଇଛି। ଅନ୍ୟ କୌଣସି ଦଳ ଏହି ଚିହ୍ନଗୁଡିକ ବ୍ୟବହାର କରୁଛନ୍ତି କି ନାହିଁ ତାହା ବର୍ତ୍ତମାନ ନିର୍ବାଚନ ଆୟୋଗ ଅନୁସନ୍ଧାନ କରିବ। ଏହି ଚିହ୍ନଗୁଡିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି କି ନାହିଁ ତାହା ମଧ୍ୟ ଆୟୋଗ ଅନୁସନ୍ଧାନ କରିବ। ନିର୍ବାଚନ ଆୟୋଗର ଜଣେ ପୂର୍ବତନ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, “ଚିହ୍ନ ବଣ୍ଟନ କରିବା ଆୟୋଗର ଅଧିକାର। ଏଭଳି ପରିସ୍ଥିତିରେ ଏହା (ଆୟୋଗ) ଏକ…

Read More

ଭୁବନେଶ୍ଵର: ସମ୍ବଲପୁର ଓ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲିବ। ତୃତୀୟ ଲାଇନ ପ୍ରକଳ୍ପର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହେବ। ଟ୍ରେନର ବାତିଲ୍: 08317/08318 ସମ୍ବଲପୁର-ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର ସମ୍ବଲପୁର ଠାରୁ 14 ରୁ 20 ଅକ୍ଟୋବର, 2022 ଏବଂ ଜୁନାଗଡ଼ ରୋଡରୁ 15 ରୁ 21 ଅକ୍ଟୋବର, 2022 ପର୍ଯ୍ୟନ୍ତ ବାତିଲ୍ ରହିବ। 08527/08528 ରାୟପୁର-ବିଶାଖାପାଟନମ୍-ରାୟପୁର ପାସେଞ୍ଜର ରାୟପୁର ଠାରୁ 15 ରୁ 21 ଅକ୍ଟୋବର ପର୍ଯ୍ୟନ୍ତ ଏବଂ ବିଶାଖାପାଟନମ୍ ଠାରୁ 14 ରୁ 20 ଅକ୍ଟୋବର, 2022 ପର୍ଯ୍ୟନ୍ତ ବାତିଲ୍ ରହିବ। 08275/08276 ରାୟପୁର-ଜୁନାଗଡ଼ ରୋଡ-ରାୟପୁର ପାସେଞ୍ଜର ରାୟପୁର ଠାରୁ 15 ରୁ 20 ଅକ୍ଟୋବର, 2022 ଏବଂ ଜୁନାଗଡ଼ ରୋଡରୁ 16 ରୁ 21 ଅକ୍ଟୋବର, 2022 ପର୍ଯ୍ୟନ୍ତ ବାତିଲ୍ ରହିବ। 08438/08437 କଟକ-ଭଦ୍ରକ-କଟକ ପାସେଞ୍ଜର 14 ରୁ 17 ଅକ୍ଟୋବର, 2022 ପର୍ଯ୍ୟନ୍ତ…

Read More

ନୂଆଦିଲ୍ଲୀ: ଜାତୀୟ ସ୍ତରର ବରିଷ୍ଠ ସାମ୍ବାଦିକ ପଙ୍କଜ ଝା TV9 Bharatvarsh ଚ୍ୟାନେଲରେ ଯୋଗ ଦେଇଛନ୍ତି। ସେ ଏହି ଚ୍ୟାନେଲରେ କନସ୍ଲଟିଂ ଏଡିଟର ଭାବେ ଯୋଗ ଦେଇଛନ୍ତି। ଏ ନେଇ ସେ ଏକ ଖବରକୁ ଜୟ ଜଗନ୍ନାଥ କହି ସମର୍ଥନ କରିଛନ୍ତି। ଏଥିସହିତ ଆପଣଙ୍କର ସେହ୍ନ ସେହିପରି ବଜାଇ ରହୁ ବୋଲି ଉଲ୍ଲେଖ କରିଛନ୍ତି। ପଙ୍କଜ ABP News ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିଲେ। ସେ ABP Newsର ଉତ୍ତର ପ୍ରଦେଶ ଏଡିଟର ଭାବେ କାର୍ଯ୍ୟ କରୁଥିଲେ। ସେଥିପାଇଁ ସେ ଦୀର୍ଘ ବର୍ଷ ଧରି ଲକ୍ଷ୍ମୌରେ ଅବସ୍ଥାନ କରୁଥିଲେ। ଗତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ତାଙ୍କର ଖବର ପ୍ରଦର୍ଶନ ବେଶ ଭଲ ଥିଲା। ଏହା ପୁର୍ବରୁ ସେ ଜୀ ନ୍ୟୁଜରେ ମଧ୍ୟ କାର୍ଯ୍ୟ କରିଛନ୍ତି। ପଙ୍କଜ ଝା ନବେ ଦଶକରେ ତତକାଳୀନ ଷ୍ଟାର ନ୍ୟୁଜ ର ରିପୋର୍ଟର ଭାବେ ଓଡିଶାରୁ କାର୍ଯ୍ୟ ଆରମ୍ଭ କରିଥିଲେ।

Read More

ନୂଆଦିଲ୍ଲୀ: ଆଜି ଗୃହମନ୍ତ୍ରୀ ଅମିତ ସାହା ପରଲୋକଗତ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କୁ ଶେଷ ଦର୍ଶନ କରିଛନ୍ତି। ସାହା ଆଜି ଗୁରୁଗାଓଁରେ ଥିବା ମେଦାନ୍ତ ହସପିଟାଲ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ସେଠାରେ ଉପସ୍ଥିତ ଥିବା ମୁଲାୟମଙ୍କ ପୁତ୍ର ଅଖିଲେଶ ଯାଦବଙ୍କୁ ଭେଟି ସମବେଦନା ଜ୍ଞାପନ କରିଛନ୍ତି। ଏକ ବାର୍ତ୍ତାରେ ଅମିତ ସାହା କହିଛନ୍ତି ଯେ, ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ଉତ୍ତର ପ୍ରଦେଶର ଜଣେ ଜାତୀୟ ସ୍ତର ନେତାର ଶୂନ୍ୟସ୍ଥାନ ସୃଷ୍ଟି କଲା। ଆଜି ସକାଳେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଯାଇଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ନଦୀରେ ବୁଡ଼ି ଯାଇ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାର ଶୁଣିବାକୁ ମିଳୁଛି। ସୂଚନା ମୁତାବକ ରାଣୀପଡ଼ା ଗ୍ରାମରେ ଦୀର୍ଘ ବର୍ଷ ଧରି ବାସ କରୁଥିବା ଦୀନବନ୍ଧୁ ନାୟକ (୪୩) ଆଜି ଅପରାହ୍ନରେ ଶୌଚ ନିମନ୍ତେ ଗ୍ରାମ ନଦୀକୁ ଯାଇଥିଲେ। ତେବେ ସେଠାରେ ଅସାବଧାନତା ବଶତଃ ଗୋଡ଼ ଖସିଯିବାରୁ ନଦୀ ମଧ୍ୟରେ ବୁଡ଼ି ଯାଇଥିଲେ। ଗ୍ରାମବାସୀ ଏହା ଦେଖି ତାଙ୍କୁ ନଦୀରୁ ଉଦ୍ଧାର କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରୁଛନ୍ତି। ତେବେ ମେଡିକାଲ ନେବା ପରେ ପ୍ରକୃତ ଅବସ୍ଥା ଜଣାପଡିବ। ଦୀନବନ୍ଧୁଙ୍କର ଦୁଇ ଜଣ ଝିଅ ଥିବା ଜଣାପଡିଛି।

Read More

ମୁମ୍ବାଇ: ପାତ୍ରା ଚାଲ୍ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ କୋର୍ଟ କୌଣସି ଆଶ୍ଵସ୍ତି ଦେଇନାହାନ୍ତି। ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ଅଦାଲତ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଅକ୍ଟୋବର ୪ ତାରିଖ ଦିନ ଶିବସେନା ନେତାଙ୍କୁ ନ୍ୟାୟିକ ହେପାଜତରେ ଅକ୍ଟୋବର ୧୦ ତାରିଖ ଯାଏଁ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗୋରେଗାଓଁର ପାତ୍ରା ଚାଲର ପୁନଃ ବିକାଶରେ ଆର୍ଥିକ ଅନିୟମିତତା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଅଗଷ୍ଟ ୧ ତାରିଖରେ ଗିରଫ କରିଥିଲା।

Read More

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଗୁଜରାଟର ସଭାପତି ଗୋପାଳ ଇଟାଲୀୟାଙ୍କୁ ନ୍ୟାସନାଲ କମିଶନ ଫର ମହିଳା (ଏନସିଡବ୍ଲ୍ୟୁ) ଏକ ନୋଟିସ ଜାରି କରିଛି। ଅକ୍ଟୋବର ୧୩ ତାରିଖରେ ଗୋପାଳଙ୍କୁ କମିଶନଙ୍କ ନିକଟରେ ହାଜର ହେବାକୁ ଏହି ନୋଟିସରେ କୁହାଯାଇଛି। ଇଟାଲୀୟାଙ୍କ ଏକ ପୁରୁଣା ଭିଡିଓ କ୍ଲିପ୍ ସଂପର୍କରେ ଏହି ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରୁଛନ୍ତି। ରବିବାର ଦ୍କିନ ବିଜେପି ନେତା ତଜିନ୍ଦର ବଗଗା ଟ୍ୱିଟରରେ ଏହି କ୍ଲିପ ସେୟାର କରିବା ପରେ ଆୟୋଗ ଏହି ଭିଡିଓକୁ ସଜ୍ଞାନଊ ନେଇଛନ୍ତି। ଆୟୋଗ ବିଜ୍ଞପ୍ତିରେ କହିଛନ୍ତି ଯେ, ଇଟାଲୀୟା ବ୍ୟବହାର କରୁଥିବା ଭାଷା ମହିଳା ବିରୋଧୀ, ଅତ୍ୟନ୍ତ ଲଜ୍ଜାଜନକ, ନିନ୍ଦନୀୟ ଏବଂ ଦୁଃଖଦାୟକ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଦ୍ୱାଦଶ କିସ୍ତି ଜାରି କରିପାରନ୍ତି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୧୭ ଏବଂ ୧୮ ତାରିଖରେ ଆଗ୍ରି-ଷ୍ଟାର୍ଟଅପ୍ କନକ୍ଲେଭ ଏବଂ କିଷାନ ସମ୍ମେଳନ ୨୦୨୨ ସମୟରେ ଏହା ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ ସମୟରେ ପିଏମ ମୋଦୀ କିଛି ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିପାରନ୍ତି। କେନ୍ଦ୍ର ସରକାରଙ୍କ ସବୁଠାରୁ ଲୋକପ୍ରିୟ ପ୍ରଧାନ ମନ୍ତ୍ର କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୧୧ ଟି କିସ୍ତି ଚାଷୀଙ୍କୁ ପଠାଯାଇଛି। ଏହାପୂର୍ବରୁ, ଶେଷ କିସ୍ତି ମଇ ୩୧ ତାରିଖରେ ଜାରି କରିଥିଲା। ପରବର୍ତ୍ତୀ କିସ୍ତି ଆସିବା ପୂର୍ବରୁ କୃଷକମାନେ ହିତାଧିକାରୀ ତାଲିକା ଏବଂ ଖାତା ସ୍ଥିତି ଯାଞ୍ଚ କରିବା ଉଚିତ୍। ଏହି ଉପାୟରେ ଆପଣ ପିଏମ କିଷାନ ସମ୍ମାନ ନିଧି ଯୋଜନାର ତାଲିକା ଯାଞ୍ଚ କରିପାରିବେ: ୧: PMkisan.gov.in ର PM…

Read More

ଶ୍ରୀନଗର: ରବିବାର ବିଳମ୍ବିତ ରାତିରେ ଜମ୍ମୁ କାଶ୍ମୀରର ଅନନ୍ତନାଗର ତଙ୍ଗପାୱା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଜମ୍ମୁ କାଶ୍ମୀର ପୋଲିସ କହିଛି ଯେ, ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଯାହାପରେ ସୁରକ୍ଷା ବାହିନୀ ପାଲଟା ଆକ୍ରମଣ କରିଥିଲେ। ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ସପ୍ତାହରେ ଜମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଭାରତୀୟ ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନରେ ଦୁଇଟି ପୃଥକ ଏନକାଉଣ୍ଟର ବେଳେ ଚାରିଜଣ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

Read More

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏସପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ଖବର ପାଇ ଶୋକ ପ୍ରକାଶ କରିଛନ୍ତି। ମୁଲାୟମ ସିଂଙ୍କ ପୁଅ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ତାଙ୍କ ଭାଇ ରାମ ଗୋପାଳ ଯାଦବଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୋନ ଯୋଗେ ସମବେଦନା ଜଣାଇଛନ୍ତି। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଜୀଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଟୁଇଟ୍ କରିଛନ୍ତି। ତାଙ୍କ ମୃତ୍ୟୁ ସହିତ ସମାଜବାଦର ମୁଖ୍ୟ ସ୍ତମ୍ଭ ଏବଂ ସଂଘର୍ଷପୂର୍ଣ୍ଣ ଯୁଗ ଶେଷ ହୋଇଛି। ଦିବଙ୍ଗତ ଆତ୍ମାକୁ ଶାନ୍ତି ପ୍ରାପ୍ତ ହେଉ ଇଶ୍ଵରଙ୍କଠାରେ ପ୍ରାର୍ଥନା ପ୍ରାର୍ଥନା କରୁଛି। ଶୋକସନ୍ତପ୍ତ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା। ମୁଖ୍ୟମନ୍ତ୍ରୀ ଯୋଗୀ ଟୁଇଟ୍ କରି କହିଛନ୍ତି ଯେ, ମୁଲାୟମ ସିଂ ଯାଦବ ଜୀଙ୍କର ମୃତ୍ୟୁପରେ ଉତ୍ତରପ୍ରଦେଶ ସରକାର ତିନି ଦିନିଆ ରାଜ୍ୟ ଶୋକ ଘୋଷଣା…

Read More

ନୂଆଦିଲ୍ଲୀ: ଆଜି ସକାଳେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ, ‘ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ସାଧାରଣ ପରିବେଶରୁ ଆସିଥିବା ମୁଲାୟମ ସିଂ ଯାଦବ ଜୀଙ୍କର ସଫଳତା ଅସାଧାରଣ ଥିଲା। ‘ଧରିତ୍ରୀ ପୁତ୍ର’ ମୁଲାୟମ ଜୀ ଏହି ମାଟି ସହିତ ଜଡିତ ଜଣେ ପ୍ରତିଷ୍ଠିତ ନେତା ଥିଲେ। ତାଙ୍କୁ ସବୁ ଦଳର ଲୋକ ସମ୍ମାନ କରୁଥିଲେ। ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ଗଭୀର ସମବେଦନା!’

Read More

ଭୁବନେଶ୍ବର: ମୁଲାୟମ ସିଂ ଯାଦବଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ। ଏହି ସମାଜବାଦୀ ନେତା ତାଙ୍କର ଦୃଢ ଅବଦାନ ପାଇଁ ସେ ସବୁବେଳ ସ୍ମରଣୀୟ ରହିବେ। ମୁଲାୟମ ସିଂ ଯାଦବ ଆଜି ସକାଳ ୮:୧୬ ମିନଟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ପରଲୋକ ଘଟିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମରେ ଏକ ହତ୍ୟାକାଣ୍ଡ ହୋଇଥିବାର ସୂଚନା ମିଳିଛି। ତେବେ ଉକ୍ତ ହତ୍ୟାକାଣ୍ଡ ପାରିବାରିକ କଳହ ଲାଗି ହୋଇଥିବାର ଜଣାପଡିଛି। ପୋଲିସ ସୂଚନା ମୁତାବକ ପଙ୍କାଳ ଗ୍ରାମର ସୁବାସ ରାଉତରାୟ ଓ ତାଙ୍କର ତିନି ଭାଇ ଏକାଠି ଘରେ ରହୁଥିବା ବେଳେ କୌଣସି କାରଣରୁ ଆଜି ସକାଳେ ସୁବାସଙ୍କ ସହ ଅନ୍ୟ ତିନି ଭାଇଙ୍କ ଝଗଡା ହୋଇଥିଲା। ଏହାପରେ ସୁବାସଙ୍କୁ ଏବଂ ତାଙ୍କ ଧର୍ମପତ୍ନୀ ମନାକ୍ଷୀ ରାଉତରାୟଙ୍କୁ ତିନି ଭାଇ ମରଣାସ୍ତ୍ରରେ ଆକ୍ରମଣ କରିଥିବା ବେଳେ ମିନାକ୍ଷୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏବଂ ସୁବାସ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ମିନାକ୍ଷୀଙ୍କ ମୃତଦେହ ଘରେ ପଡ଼ିରହିଥିବା ବେଳେ ଖବର ପାଇ ବାଣପୁର ଆଇଆଇସି ଜୟପ୍ରକାଶ ପରିଡା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ସୁବାସଙ୍କ ତିନି ଭାଇ ଫେରାର ହୋଇଯାଇଥିବା ଜଣାପଡିଛି।

Read More

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଆଜି ଦେହାନ୍ତ ହୋଇଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଅକ୍ଟୋବର ୧ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମୁଲାୟମ ସିଂଙ୍କ ମୃତ୍ୟୁ ପରେ ସମାଜବାଦି ପରିବାରରେ ଶୋକର ଲହରୀ ଖେଳିଯାଇଛି। ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଡାକ୍ତରଙ୍କ ଏକ ପ୍ୟାନେଲ ମୁଲାୟମ ସିଂ ଯାଦବଙ୍କ ଚିକିତ୍ସା କରୁଥିଲେ। ତାଙ୍କୁ ଅଗଷ୍ଟ ୨୨ ତାରିଖରେ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୮.୧୬ରେ ମୁଲାୟମ ସିଂ ଯାଦବ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାର ସୂଚନା ପାଇ ପୁଅ ଅଖିଳେଶ ଯାଦବ, ଭାଇ ଶିବପାଲ ଯାଦବ ଏବଂ ବୋହୂ ଅପର୍ଣ୍ଣ ଯାଦବ ଦିଲ୍ଲୀ ଯାଇଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ତିନିମାସ ପୂର୍ବେ ତାଙ୍କ ପତ୍ନୀ ସାଧନା ଗୁପ୍ତାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା। ୫୫…

Read More

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏହି ଉପଲକ୍ଷେ ପୁରୀରେ ହବିଷ୍ୟାଳିଙ୍କ ଭିଡ ପରିଲକ୍ଷିତ ହୋଇଛି। ତେବେ ହବିଷ୍ୟାଳିଙ୍କ ସୁବିଧାରେ ରହିବା ଓ ଖାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଇଛି। ପୁରୀରେ କରାଯାଇଛି ହବିଷ୍ୟାଳିଙ୍କ ପାଇଁ ବୃନ୍ଦାବତୀ ନିବାସ। ଏହି ନିବାସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୬ଟା ୩୦ ରେ ଲୋକାର୍ପଣ କରିବେ। ପୁରୀରେ ସରକାରଙ୍କ ତରଫରୁ ୫ଟି ଶିବିର କରାଯାଇଛି। ସବୁଥିରେ ପ୍ରବେଶ ଓ ପ୍ରସ୍ଥାନ ବେଳେ ହବିଷ୍ୟାଳିଙ୍କ ରେକର୍ଡ ରଖାଯିବାର ବ୍ୟବସ୍ଥା ହୋଇଛି ।  ସବୁ ଶିବିରରେ ବାହାର ଲୋକଙ୍କ ଅନୁପ୍ରବେଶ ଉପରେ ନଜର ରଖିବାକୁ ପ୍ରବେଶ ପଥରେ ସିସିଟିଭି ସ୍ଥାପନ ହୋଇଛି । ଏହା ବ୍ୟତୀତ ଶିବିର ପାଖରେ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ ଖୋଲା ଯାଇଛି । ଜ୍ୱର, କାଶ ଭଳି ମାମୁଲି ରୋଗ ପାଇଁ ଏହି ଶିବିରରେ ହବିଷ୍ୟାଳିଙ୍କୁ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଇଛି। ଏହି ଶିବିରରେ…

Read More

Mulayam Singh Yadav Death News: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଛି। ସେ ଆଜି ଅର୍ଥାତ ଅକ୍ଟୋବର ୧୦ ତାରିଖ ସକାଳ ୮:୧୬ ମିନଟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ ୨୨ ଅଗଷ୍ଟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛିଦନ ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା। ଅକ୍ଟୋବର ୧ ତାରିଖ ରାତିରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରଙ୍କ ଏକ ପ୍ୟାନେଲ ଗଠନ କରାଯାଇ ଚିକିତ୍ସା କରାଯାଉଥିଲା। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ତାଙ୍କର ପରଲୋକ ଘଟିଥିଲା। ଚଳିତ ବର୍ଷ ଜୁଲାଇରେ ମୁଲାୟମ ସିଂ ଯାଦବଙ୍କ ଧର୍ମପତ୍ନୀ ସାଧନା ଗୁପ୍ତାଙ୍କ ଦେହାନ୍ତ ହୋଇଥିଲା। ଫୁସଫୁସ ସଂକ୍ରମଣ ହେତୁ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା…

Read More

ଭୁବନେଶ୍ବର: ଗତ କିଛି ଦିନ ଧରି ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା। ତୁହାକୁ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ମଧ୍ୟ ଦିନ ତମାମ ବର୍ଷା ଲାଗି ରହିବ। ଆଜି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି। ତେବେ ଆସନ୍ତାକାଲି ଅର୍ଥାତ ୧୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ଆଶା କରାଯାଉଛି। ତେବେ ପାଣିପାଗ ବିଭାଗ ଅନୁସାରେ ଚଳିତ ଅକ୍ଟୋବର ମାସରେ ଏଯାବତ ୭୯.୪ ମିମି ବର୍ଷା, ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୫ ପ୍ରତିଶତ ଅଧିକ।

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୭୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୧୦ ବରଗଡ ଜିଲ୍ଲାରୁ- ୨ କଟକ ଜିଲ୍ଲାରୁ- ୨ ଗଞ୍ଜାମ ଜିଲ୍ଲାରୁ- ୧ ଜଗତସିଂହପୁର ଜିଲ୍ଲାରୁ- ୩ ଯାଜପୁର ଜିଲ୍ଲାରୁ- ୨ ଝାରସୁଗୁଡା ଜିଲ୍ଲାରୁ- ୧ କେନ୍ଦୁଝର ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୧୩ ମୟୂରଭଞ୍ଜ ଜିଲ୍ଲାରୁ- ୨ ନବରଙ୍ଗପୁର ଜିଲ୍ଲାରୁ- ୧ ନୂଆପଡା ଜିଲ୍ଲାରୁ- ୧ ପୁରୀ ଜିଲ୍ଲାରୁ- ୪ ସମ୍ବଲପୁର ଜିଲ୍ଲାରୁ- ୧୮ ସୁନ୍ଦରଗଡ ଜିଲ୍ଲାରୁ- ୧୨ ଷ୍ଟେଟ ପୁଲରୁ- ୩ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

Read More

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ…

Read More