Author: Samikhsya Bureau

ନୂଆଦିଲ୍ଲୀ: ସୋମବାର ସୁଦ୍ଧା ନିର୍ବାଚନ ଚିହ୍ନ ପାଇଁ ବିକଳ୍ପ ପ୍ରଦାନ କରିବାକୁ ନିର୍ବାଚନ ଆୟୋଗ ଉଦ୍ଧବ ଠାକରେ ଦଳକୁ କହିଛନ୍ତି। ସୂଚନାନୁସାରେ, ଠାକରେ ଦଳ ନିର୍ବାଚନ ଆୟୋଗଙ୍କୁ ମଶାଲ, ସୂର୍ଯ୍ୟ ଉଦୟ କିମ୍ବା ତଲୱାରର ଚିହ୍ନ ମାଗିପାରନ୍ତି। ବାସ୍ତବରେ, ନିଜର ଆଦର୍ଶ ଅନୁଯାୟୀ ନିର୍ବାଚନ ଚିହ୍ନର ମେଳ ଖାଉ ନ ଥିବାରୁ ଠାକରେ ଦଳ ଦ୍ଵନ୍ଦ୍ଵରେ ପଡିଛି। ନିର୍ବାଚନ ଚିହ୍ନର ତାଲିକା ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇବାକୁ ଠାକରେ ଦଳ ପ୍ରସ୍ତୁତ ହେଉଛନ୍ତି।

Read More

ନୁଆଦିଲ୍ଲୀ: ଆଜି ହେଉଛି ମହର୍ଷି ବାଲ୍ମିକୀ ଜୟନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ସେ ଏକ ଭିଡିଓ ମଧ୍ୟ ଜାରୀ କରିଛନ୍ତି। ଏଥିରେ ସେ ବାଲ୍ମିକୀ କିପରି କାର୍ଯ୍ୟ କରି ସଫଳତା ପାଇଥିଲେ ତାହାର ବର୍ଣ୍ଣନା କରିଛନ୍ତି। ଏ ନେଇ ସେ ଟୁଇଟ କରି କହିଛନ୍ତି ଯେ, “देशवासियों को वाल्मीकि जयंती की शुभकामनाएं।”

Read More

ନୂଆଦିଲ୍ଲୀ: ଭାରତୀୟ ବଜାରରେ ବୈଦ୍ୟୁତିକ ସ୍କୁଟର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ସଂଖ୍ୟା ବୃଦ୍ଧି କରି ହିରୋ ମୋଟୋକର୍ପ ଏହାର ଭିଡା ସବ୍ ବ୍ରାଣ୍ଡ ଅଧୀନରେ ଏହାର ପ୍ରଥମ ବୈଦ୍ୟୁତିକ ସ୍କୁଟର ଲଞ୍ଚ କରିଛି। ଏହି ନୂତନ ଇଲେକ୍ଟ୍ରିକ୍ ସ୍କୁଟର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦେଶରେ ଅନ୍ୟ କେତେକ ମଡେଲ୍ ମଧ୍ୟ ଉପଲବ୍ଧ, ଆସନ୍ତୁ ଜାଣିବା ଏହି ସ୍କୁଟରଗୁଡିକର ବୈଶିଷ୍ଟ୍ୟଗୁଡିକ କ’ଣ? ହିରୋ ଭିଡା: ହିରୋ ଭିଡା V1 ପ୍ଲସ୍ ଏବଂ V1 ପ୍ରୋ ନାମକ ଦୁଇଟି ପ୍ରକାର ଉପସ୍ଥାପନ କରିଛି। ଯେଉଁଥିରେ V1 ପ୍ଲସ୍ ଏବଂ V1 ପ୍ରୋ ର ପୂର୍ବ ଶୋ’ରୁମ୍ ମୂଲ୍ୟ ଯଥାକ୍ରମେ 1.45 ଲକ୍ଷ ଏବଂ 1.59 ଲକ୍ଷ ଟଙ୍କା। V1 Pro ଗୋଟିଏ ଚାର୍ଜରେ 165 କିଲୋମିଟର ପରିସର ପ୍ରଦାନ କରୁଥିବାବେଳେ V1 ପ୍ଲସ୍ ଗୋଟିଏ ଚାର୍ଜରେ 143 କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ। ଉଭୟ ସ୍କୁଟର ସର୍ବାଧିକ 80 କିଲୋମିଟର ବେଗରେ…

Read More

ନୂଆଦିଲ୍ଲୀ: ଗତକାଲି ରାତିରେ ଜାପୋରିଜିଆର ଆବାସିକ ଅଞ୍ଚଳରେ ଋଷିଆ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ ହେବାର ଖବର ରହିଛି। ଖବର ଅନୁଯାୟୀ, ଋଷର କ୍ଷେପଣାସ୍ତ୍ର ଆକ୍ରମଣରେ ଜାପୋରିଜିଆର ୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। କୁହାଯାଉଛି ଯେ, ଜାପୋରିଜିଆର ଏକ ବହୁ ମହଲା କୋଠା ଉପରେ ଦଶଟି ଋଷିଆ କ୍ଷେପଣାସ୍ତ୍ର ପଡିଛି। ଋଷର କ୍ଷେପଣାସ୍ତ୍ର ଆକ୍ରମଣ କ୍ରିମିଆର ଏକ ବ୍ରିଜ ଉପରେ ବୋମା ବିସ୍ଫୋରଣ ସହ ଜଡିତ ଥିବା ଦେଖାଯାଉଛି। ଋଷର ମୁଖ୍ୟଭୂମି ଏବଂ ଏହାର ଅଧିକୃତ କ୍ରିମିଆ ପ୍ରାୟଦ୍ୱୀପକୁ ସଂଯୋଗ କରୁଥିବା ଏକ ବ୍ରିଜ ଉପରେ ଅଟକି ରହିଥିବା ଏକ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ବାହନରେ ବିସ୍ଫୋରଣ ହୋଇଥିଲା। ଏହା ପରେ ନିଆଁ ଲାଗିଯାଇଥିଲା ଏବଂ ବ୍ରିଜର ଏକ ଅଂଶ ଭୁଶୁଡି ପଡିଥିଲା। ଏହା ୟୁକ୍ରେନର ଦକ୍ଷିଣ ଭାଗରେ ଯୁଦ୍ଧ କରୁଥିବା ଋଷ ସୈନ୍ୟମାନଙ୍କୁ ଯୋଗାଣ ବ୍ୟବସ୍ଥାକୁ ଅବରୋଧ କରିଥିଲା।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଆସନ୍ତା ୧୧ ଅକ୍ଟୋବର ପର‌୍ୟ୍ୟନ୍ତ ଗୁଜରାଟର ଗସ୍ତରେ ରହିବେ। ପ୍ରଧାନମନ୍ତ୍ରୀ ଆଜି ମେହସାନାର ମୋଧେରାରେ ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏହାପରେ ସେ ସନ୍ଧ୍ୟା ପ୍ରାୟ ୬.୪୫ ରେ ମୋଧେଶ୍ବରୀ ମାତା ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ, ଏହାପରେ ସେ ସନ୍ଧ୍ୟା ପ୍ରାୟ ୭.୩୦ ରେ ସୂର୍ଯ୍ୟ ମନ୍ଦିର ଯିବେ। ପ୍ରଧାମନ୍ତ୍ରୀ ଭାରୁଚର ଆମୋଦରେ ୧୦ ଅକ୍ଟୋବରର ପ୍ରାୟ ୧୧ ଘ.ରେ ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ଦେଶକୁ ସମର୍ପିତ ଏବଂ ଉଦ୍‌ଘାଟନ କରିବେ ଓ ଦ୍ବିପହର ପ୍ରାୟ ୩.୧୫ ଘ.ରେ ଅହମ୍ମଦାବାଦରେ ମୋଦୀ ଶୈକ୍ଷଣିକ ସ୍କୁଲର ଉଦ୍‌ଘାଟନ କରିବେ। ଏହାପରେ ଶ୍ରୀ ମୋଦୀ ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ଜାମନଗରରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ୧୧ ଅକ୍ଟୋବରର ଅପରାହ୍ନ ୨.୧୫ ଘ.ରେ ସିଭିଲ୍ ହସ୍‌ପିଟାଲ୍ ଅସରୱା, ଅହମ୍ମଦାବାଦରେ ବିଭିନ୍ନ…

Read More

ଭୁବନେଶ୍ବର: ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜା। ଆଜି ପୁର ପଲ୍ଲୀରେ ଏହି ଦୁଇ ଉତ୍ସବ ବେଶ ଧୂମଧାମରେ ପାଳନ କରାଯାଉଛି। କୁମାରୀମାନେ କୁମାର ପୂର୍ଣ୍ଣିମା ପାଳନ କରି ଚାନ୍ଦ ପୂଜା କରୁଛନ୍ତି। ସେହିପରି ପୂଜା କମିଟମାନେ ଆଜିଠାରୁ ମା ଗଜଲକ୍ଷ୍ମୀ ପୂଜା ଆରମ୍ଭ କରିଛନ୍ତି। ଏହି ପବିତ୍ର ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଟୁଇଟ କରି ସେ କହିଛନ୍ତି ଯେ, ‘ପବିତ୍ର ଲକ୍ଷ୍ମୀପୂଜା ଓ କୁମାର ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମା’ଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।’

Read More

ଭୁବନେଶ୍ବର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 145 ତମ ଜନ୍ମ ବାର୍ଷିକ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ତାଙ୍କ ସଂଗ୍ରାମର କାହାଣୀକୁ ସ୍ମରଣ କରିଛନ୍ତି। ସେ ଏକ ଟୁଇଟ ମାଧ୍ୟମରେ ଗୋପବନ୍ଧୁଙ୍କ ସଂପର୍କରେ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ନିଃସ୍ୱାର୍ଥପର ସେବା ଓ ତ୍ୟାଗର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ତାଙ୍କର ଅମାପ ଦେଶପ୍ରେମ, ଶିକ୍ଷିତ ସମାଜ ଗଠନର ମୂଲ୍ୟବୋଧ ଏବଂ ଓଡ଼ିଆ ଭାଷା, ସାହିତ୍ୟକୁ ରୁଦ୍ଧିମନ୍ତ କରୁଥିବା ଅନନ୍ୟ ସୃଜନସୃଷ୍ଟି ସର୍ବଦା ପ୍ରେରଣାର ଉତ୍ସ।

Read More

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବର୍ଷା ପରିମାଣ ବଢିବ। ଆଜି ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷାର ପରିମାଣ ବଢିବ। ଏହାର ପ୍ରଭାବରେ ଦକ୍ଷିଣ ଉପକୂଳରେ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସେହିଭଳି ପାଣିପାଗ ବିଭାଗ କିଛି ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ଅନୁଗୁଳ, କୋରାପୁଟ ଓ ମାଲକାନଗିରିରେ ଘଡଘଡି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୮୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୫୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧୦ ବରଗଡ ଜିଲ୍ଲାରୁ- ୨ ବଲାଙ୍ଗୀରି ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୧୧ ଜଗତସିଂହପୁର ଜିଲ୍ଲାରୁ- ୩ ଯାଜପୁର ଜିଲ୍ଲାରୁ- ୨ ଝାରସୁଗୁଡା ଜିଲ୍ଲାରୁ- ୧ କଳାହାଣ୍ଡି ଜିଲ୍ଲାରୁ- ୧ କେନ୍ଦ୍ରାପଡା ଜିଲ୍ଲାରୁ- ୩ କେନ୍ଦୁଝର ଜିଲ୍ଲାରୁ- ୨ ଖୋର୍ଦ୍ଧା ଜିଲ୍ଲାରୁ- ୧୬ ମୟୂରଭଞ୍ଜ ଜିଲ୍ଲାରୁ- ୩ ନୟାଗଡ ଜିଲ୍ଲାରୁ- ୨ ରାୟଗଡା ଜିଲ୍ଲାରୁ- ୧ ସମ୍ବଲପୁର ଜିଲ୍ଲାରୁ- ୧୨ ସୁନ୍ଦରଗଡ ଜିଲ୍ଲାରୁ- ୧୬ ଷ୍ଟେଟ ପୁଲରୁ- ୩ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

Read More

ବାଣପୁର: ଆଜି ପବିତ୍ର କୁମାରପୂର୍ଣ୍ଣିମା, ଗଜଲକ୍ଷ୍ମୀ ବେଶରେ ଦର୍ଶନ ଦେବେ ମା’ଭଗବତୀ। ଚଳିତ ଶାରଦୀୟ ପର୍ବର ଶେଷ ଉତ୍ସବ। ଭଉଣୀ କନକ ଦୁର୍ଗାଙ୍କୁ ପାଖରେ ରଖି ବଳି ସେବକ ବଳି ଜେନା ସହିତ ରାତିରେ କଉଡି ଖେଳ ଖେଳିବେ ମା’। ବଳିଜେନା ଖେଳରେ ହାରି ଆଗମୀ ବର୍ଷ ଶାରଦୀୟ ପର୍ବରେ ପୁଣି ନରବଳୀ ପ୍ରତୀକ ସେବା ନୀତିରେ ସହଯୋଗ କରିବାକୁ ସଂକଳ୍ପ କରି ମା’ଙ୍କ ବଡସିଂହାର ପ୍ରସାଦ ସେବନ ସାରି ନିଶାର୍ଦ୍ଧରେ ସ୍ଵଗୃହକୁ ଫେରିବା ପରେ ଭଉଣୀ କନକ ଦୁର୍ଗାଙ୍କୁ ମେଲାଣୀ ଦେବେ ମା’। ମା’ କନକଦୁର୍ଗା ଭଉଣୀ ଭଗବତୀଙ୍କ ସହିତ ଦୀର୍ଘ ୨୩ ଦିନର ଶାରଦୀୟ ପର୍ବ ପୂଜା ଶେଷ କରି ନିଶାର୍ଦ୍ଧରେ ଦକ୍ଷେଶ୍ଵର ମନ୍ଦିରକୁ ବିଜେ କରିବାପରେ ପାର୍ବଣଉତ୍ସବ ଉଦ୍ ଯାପିତ ହେବ। ଏହି ଶେଷ ପର୍ବରେ ମା’ଙ୍କ ଦୁର୍ଲଭ କଉଡି ଖେଳ ଦର୍ଶନ କରି ମାତୃ କୃପାଲାଭ କରିବାକୁ ନିବେଦନ ସହିତ ମନ୍ଦିର ପ୍ରଶାସନ ସମସ୍ତଙ୍କର ମଂଗଳ…

Read More

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ପରସ୍ପରର ଜିନିଷ ବ୍ୟବହାର କରନ୍ତି, କେହି ବନ୍ଧୁତ୍ୱରେ ଏବଂ କିଛି ସମ୍ପର୍କୀୟକୁ ଦୃଷ୍ଟିରେ ରଖି ଏହା କରିଥାନ୍ତି। ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏପରି କିଛି ଜିନିଷ ଅଛି ଯାହାକୁ କାହାରିଠାରୁ ମାଗିବା ଉଚିତ୍ ନୁହେଁ କିମ୍ବା ବ୍ୟବାହର କରିବା ଉଚିତ ନୁହେଁ। କେବଳ ଜ୍ୟୋତିଷ ଶାସ୍ତ୍ର ନୁହେଁ, ସ୍ବାସ୍ଥ୍ୟ ବିଜ୍ଞାନରେ ମଧ୍ୟ ପରସ୍ପର ଜିନିଷ ବ୍ୟବହାର କରିବାକୁ ମନା କରାଯାଇଛି। ତେବେ ଜାଣନ୍ତୁ ସେହି ଜିନିଷ ଯାହା ପରସ୍ପର ବ୍ୟବହାର କରିବା ଉଚିତ ନୁହେଁ ଶଯ୍ୟା: କେହି କେବେ କାହାର ବିଛଣା ବ୍ୟବହାର କରିବା ଉଚିତ୍ ନୁହେଁ। ଏହା ରୋଗର ଭୟ ସୃଷ୍ଟି କରିପାରେ ଏବଂ ନକାରାତ୍ମକତାର ମଧ୍ୟ ସମ୍ମୁଖୀନ ହୋଇପାରେ। ଯେଉଁଥିପାଇଁ ଜଣକୁ ବିଫଳତାର ସାମ୍ନା କରିବାକୁ ପଡିବ। ଯୋତା, ଚପଲ: ଜଣଙ୍କର ଜୋତା ଏବଂ ଚପଲ ପିନ୍ଧିବା ଦ୍ୱାରା ଶନି ଦୋଷ ଲାଗିପାରେ। ଯେଉଁ ବ୍ୟକ୍ତିଙ୍କ ଜୀବନ ଶନି ଦୋଷ ରହେ ସେ…

Read More

ଭୁବନେଶ୍ବର: ଅଶ୍ୱିନ ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ବା ଶରଦ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ ରହିଛି ଯେ କେବଳ ଏହି ପୂର୍ଣ୍ଣିମାରେ ଚନ୍ଦ୍ର ଷୋଳ କଳାରେ ପରିପୂର୍ଣ୍ଣ ହୁଅନ୍ତି। ଚଳିତ ବର୍ଷ ଶରଦ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ଆସନ୍ତକାଲି ରବିବାର, ଅକ୍ଟୋବର ୯ ତାରିଖରେ ପଡୁଛି। କୁମାର ପୂର୍ଣ୍ଣିମା ଅଶ୍ୱିନ ମାସରେ ପଡୁଥିବାରୁ ଏହାକୁ ଅଶ୍ୱିନ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଅଶ୍ୱିନ୍ ଶୁକ୍ଲ ପକ୍ଷର ପୂର୍ଣ୍ଣିମା ଅର୍ଥାତ୍ କୁମାର ପୂର୍ଣ୍ଣିମା ଅକ୍ଟୋବର ୯ ତାରିଖ ରବିବାର ଦିନ ଭୋର ୩:୪୧ ରୁ ଆରମ୍ଭ ହେବ।  ପୂର୍ଣ୍ଣିମା ତିଥି ପରଦିନ ଅକ୍ଟୋବର ୧୦ ସୋମବାର ଦିନ ୨:୨୫ ରେ ଶେଷ ହେବ। ଶାସ୍ତ୍ର ଅନୁଯାୟୀ, କୁମାର ପୂର୍ଣ୍ଣିମାରେ ଦେବୀ ଲକ୍ଷ୍ମୀ ତାଙ୍କ ବାହାନ ପେଚା ଉପରେ ପୃଥିବୀ ଭ୍ରମଣ କରି ତାଙ୍କ ଭକ୍ତମାନଙ୍କ ଦୁଃଖ ଦୂର କରିଥାନ୍ତି। ସେଥିପାଇଁ କୁମାର…

Read More

ପଣ୍ଡିତ ସୌଭାଗ୍ୟ ଚନ୍ଦ୍ର ସୀତା ହରଣ ପରେ ପ୍ରଭୃ ଶ୍ରୀରାମଙ୍କ ହନୁମାନଙ୍କ ସହିତ ସାକ୍ଷାତ ହେଲେ। ହନୁମାନ ଶ୍ରୀରାମଙ୍କୁ ଦେଖି ନିଜର ପ୍ରଭୃ ଭାବେ ସ୍ବୀକାର କରି ନେଲେ। ଏହାପରେ ହନୁମାନ ସୁଗ୍ରୀବ, ଜାମ୍ବବାନ ପ୍ରଭୃତି ବାନର ଯୋଦ୍ଧାଙ୍କ ସହିତ ଶ୍ରୀରାମଙ୍କୁ ପରିଚିତ କରାଇଥିଲେ। ସମସ୍ତେ ବସି ନିଷ୍ପତ୍ତି କଲେ ଯେ, ଲଙ୍କା ଯାଇ ସୀତାଙ୍କୁ ଉଦ୍ଧାର କରିବା। ସେଥିପାଇଁ ସମୁଦ୍ର ଭିତରେ ସେତୁ ନିର୍ମାଣ କରିବା ନିମନ୍ତେ ମଧ୍ୟ ନିଷ୍ପତ୍ତି ହେଲା। ତେବେ ତା ପୂର୍ବରୁ ଶ୍ରୀରାମ ହନୁମାନଙ୍କୁ ଲଙ୍କା ଯିବା ପାଇଁ ନିର୍ଦ୍ଦେଶ ଦେଲେ। ସେଠାରେ ମାତା ସୀତା କିପରି ଅଛନ୍ତି ତାହା ତଦାରଖ କରି ଆସିବାକୁ କହିଲେ। କିନ୍ତୁ ହନୁମାନ ଲଙ୍କା ଯିବାକୁ ଅକ୍ଷମତା ପ୍ରକାଶ କଲେ। କାରଣ ସେ ସାତ ସମୁଦ୍ର ଡେଇଁ ଯାଇପାରିବେ ନାହିଁ ବୋଲି କହିଲେ। ହେଲେ ଏହି ସମୟରେ ଜାମ୍ବବାନ ହନୁମାନଙ୍କୁ ତାଙ୍କ ଶକ୍ତି ବିଷୟରେ ମନେ ପକାଇଲେ। ସେ କହିଲେ…

Read More

ଭୁବନେଶ୍ବର: ଓଡିଶା ବିଧାନାସଭା ନିର୍ବାଚନ ଆହୁରି ପ୍ରାୟ ବର୍ଷେ ପାଖାପାଖି ରହିଛି। ହେଲେ ଓଡିଶା ରାଜନୀତି ଏବେ ବେଶ୍ ସକ୍ରିୟ ହୋଇଯାଇଛି। ସାଧାରଣତଃ ନିର୍ବାଚନର କିଛି ମାସ ପୂର୍ବରୁ ଦଳ ଡିଆଁ ପର୍ବ ହୋଇଥାଏ। ହେଲେ ଏବେଠାରୁ ଏହି ଦଳବଦଳ ଉତ୍ସବ ଆରମ୍ଭ ହୋଇଯାଇଛି। ବିଶେଷ ଭାବେ ବିଜେଡି ଓ ବିଜେପି ଦଳରୁ ନେତାମାନେ ଡିଆଁଡିଇଁ ଆରମ୍ଭ କରିସାରିଲେଣି। ସେହିପରି ଉତ୍ସବ ଗତ କିଛିଦିନ ଧରି ବିଜେପି ରାଜ୍ୟ କାର୍ଯ୍ୟଳୟରେ ଆୟୋଜିତ ହେବାରେ ଲାଗିଛି। ଏହି ଉତ୍ସବ ବିଜେପି ପାଇଁ କେତେ ଲାଭ ବା କ୍ଷତି ହେବ ତାହା ଭିନ୍ନ କଥା। କିନ୍ତୁ ଏହି ଉତ୍ସବରୁ ବାରି ହୋଇପଡୁଛି ଦଳ ଭିତରେ ଥିବା ଅନ୍ତଃଦ୍ବନ୍ଦ। କାରଣ କେଉଁ ନେତା କାହାକୁ ଦଳକୁ ଆଣିଲେ ଆଉ ସେହି ମିଶ୍ରଣ ଉତ୍ସବରେ କିଏ ଟୋପି ପିନ୍ଧାଇବ ତାହା ହିଁ ଏହି ଅନ୍ତଃଦ୍ବନ୍ଦକୁ ପଦାରେ ପକାଇଛି। ଏହାର ପ୍ରମାଣ ଗତି କିଛିଦିନ ତଳେ ଦୁଇଟି ମିଶ୍ରଣ…

Read More

ବାସ୍ତୁ ଶାସ୍ତ୍ର: ଯେଉଁ ଘର ସଠିକ୍ ଏବଂ ଘରେ ଥିବା ସାଜସଜ୍ଜା ସାମଗ୍ରୀକୁ ବାସ୍ତୁ ଅନୁଯାୟୀ ରଖାଯାଏ, ତା’ହେଲେ ସେହି ଘରେ ସୁଖ ଏବଂ ସମୃଦ୍ଧତା ରହିଥାଏ। ପରିବାର ଅଗ୍ରଗତି କରେ। ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଏବଂ ସୌହାର୍ଦ୍ଦ୍ୟ ବଢେ। କିନ୍ତୁ ଯେତେବେଳେ ଘରେ ବିଶୃଙ୍ଖଳା ଏବଂ ଅଭାବ ଅନଟନ ଲାଗି ରୁହେ, ସେତେବେଳେ ଏହା ବୁଝିବା ଉଚିତ୍ ଯେ ଘରେ କିଛି ବାସ୍ତୁ ତ୍ରୁଟି ଅଛି। ତେଣୁ କେବଳ ଘରର ଦିଗ ନୁହେଁ ଘରର ଜିନିଷଗୁଡ଼ିକର ମଧ୍ୟ ଯତ୍ନ ନେବା ଉଚିତ୍। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏପରି କିଛି ଜିନିଷ ଘରେ ଉପସ୍ଥିତ ଥାଏ, ଯାହା ପରିବାରର ପ୍ରଗତିରେ ବାଧା ସୃଷ୍ଟି କରିଥାଏ। ଏହିପରି ଜିନିଷଗୁଡିକ ଘରୁ ବାହାରକୁ ଫିଙ୍ଗି ଦିଆଯିବା ଉଚିତ୍। ତେବେ ଆସନ୍ତୁ ଜାଣିବା କେଉଁ ଜିନିଷଗୁଡ଼ିକ ତୁରନ୍ତ ଘରୁ ବାହାରକୁ ଫିଙ୍ଗିବା ଉଚିତ୍। ଏହି ଜିନିଷଗୁଡ଼ିକୁ ଘରୁ ବାହାର କରନ୍ତୁ: – ନଟରାଜଙ୍କ ମୂର୍ତ୍ତିକୁ ଘରେ…

Read More

ମେଷ ରାଶି: କର୍ମକ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ଏବଂ ବିଶ୍ୱାସ ପାଇବେ। ପାରିବାରିକ ବ୍ୟସ୍ତତା ରହିବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେତୁ ଟେନସନ ହେବେ। ଆଶା କରାଯାଉଥିବା କାର୍ଯ୍ୟରେ ବିଳମ୍ବ ହେବ। ବୁଦ୍ଧିମାନ ଭାବରେ କାର୍ଯ୍ୟ କରନ୍ତୁ। ପରିବାର ସହିତ ସ୍ଥାନୀୟ ଧର୍ମସ୍ଥାନକୁ ଯାତ୍ରା କରିବେ। ସାଥୀ ସହିତ ମତଭେଦ ଦୂର ହେବ। ବୃଷ ରାଶି: ଲାଭ ପାଇଁ ସୁଯୋଗ ମିଳିବ। ଶତ୍ରୁ ଭୟଭୀତ ହେବେ। ଗ୍ରାହକ ବ୍ୟବସାୟରେ ଭଲ ହେବେ। କାର୍ଯ୍ୟ ଆଚରଣ, ସଚ୍ଚୋଟତା କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କଠିନ ପରିଶ୍ରମ କରିବା ଲାଭଦାୟକ ହେବ। ଚିନ୍ତା ରହିବ। ଶତ୍ରୁମାନେ ପରାସ୍ତ ହେବେ। ବ୍ୟବସାୟ ଯାତ୍ରା ସଫଳ ହେବ। ମିଥୁନ ରାଶି: ସମ୍ମାନ ପାଇବେ। ବ୍ୟବସାୟରେ ନୂତନ ଚୁକ୍ତିନାମା ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ମହିଳାମାନେ କଷ୍ଟ ପାଇପାରନ୍ତି। ବିବାଦ ଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟରେ ସଫଳତା, ଶତ୍ରୁମାନେ ପରାସ୍ତ ହେବେ। କାର୍ଯ୍ୟ ଚତୁରତାର ସହିତ କରନ୍ତୁ। ପେଟ ରୋଗରେ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ)ର ସଭାପତି କଲ୍ୟାଣ ଚୌବେ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି। ଆସନ୍ତା ୧୧ ତାରିଖରେ ଭୁବନେଶ୍ୱରେ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ କମ ଫିଫା ମହିଳା ଫୁଟବଲ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ସାମିଲ ହେବା ପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଶ୍ରୀ ପ୍ରଧାନ ଏଥିପାଇଁ ଖୁସିବ୍ୟକ୍ତ କରିବା ସହ ନିମନ୍ତ୍ରଣ ପାଇଁ ଏଆଇଏଫଏଫର ସଭାପତି ଶ୍ରୀ ଚୌବେଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ସବୁ ସ୍ତରରେ କ୍ରୀଡାକୁ ପ୍ରୋତ୍ସାହନ ଦେଉଛନ୍ତି। ଭାରତକୁ ଶ୍ରେଷ୍ଠ କ୍ରୀଡ଼ା ରାଷ୍ଟ୍ର ଭାବରେ ପରିଣତ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ। ଦେଶରେ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଅନୁଷ୍ଠିତ ହେବା ଦ୍ୱାରା କ୍ରୀଡାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବ।…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି; କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ମହିଳା ଆକାଉଣ୍ଟଟେଣ୍ଟଙ୍କ କଳାକାରନାମା ସାମ୍ନାକୁ ଆସିଛି। ଶିକ୍ଷକଙ୍କ ଦରମା ବାବଦକୁ ପ୍ରାୟ ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡପ କରିଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ବିଇଓ ଠାକୁର ସାହୁ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ଅନ୍ୟପକ୍ଷେ, ସମ୍ପୃକ୍ତ ମହିଳା କର୍ମଚାରୀ ଜଣକ ଅଫିସରେ ସ୍କୁଟି ରଖି ଫେରାର ହୋଇଯାଇଛନ୍ତି। ସୂଚନାଯୋଗ୍ୟ ଯେ, ଭବାନୀପାଟଣା ବିଇଓ ଅଫିସରେ ଅବସ୍ଥାପିତ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଜଣେ ଅସ୍ଥାୟୀ କର୍ମଚାରୀ ହୋଇଥିବା ବେଳେ ବିଇଓ ଅଫିସରେ ଶିକ୍ଷକମାନଙ୍କ ଦରମା ବିଲ ଦାୟିତ୍ବରେ ଥିଲେ। ଏକ୍ସକ୍ୟାଡର ଶିକ୍ଷକଙ୍କ ଦରମା ପିଏଫଏମ୍‌ଏସ୍‌ ଜରିଆରେ ଏହି ମହିଳା ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର କୌଶଳ କ୍ରମେ ନିଜର ବ୍ୟକ୍ତିଗତ ଆକାଉଣ୍ଟକୁ ୩୯ ଲକ୍ଷ ୩୦ହଜାର ୪୬୮…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଓସିଏସ ପାଇଲେ ଦୃଷ୍ଟିବାଧିତ। ନିଜ ଅକ୍ଲାନ୍ତ ପରିଶ୍ରମ ଫଳରେ ଉକ୍ତ ସଫଳତାର ହକଦାର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଲାଇଡିହ ଗ୍ରାମର ପ୍ରସନ୍ନ କୁମାର ପଣ୍ଡା।  ପିତା ପ୍ରକାଶ ଚନ୍ଦ୍ର ପଣ୍ଡା ଏବଂ ମାତା ମିନତୀ ପଣ୍ଡାଙ୍କ ସୁପୁତ୍ର ଅଟନ୍ତି ପ୍ରସନ୍ନ। ପ୍ରସନ୍ନ ପିଲାଟି ବେଳୁ ଦୃଷ୍ଟିବାଧିତ ଥିବା ବେଳେ ନିଜର ପରିଶ୍ରମ ଏବଂ ଦୃଢ଼ ଇଚ୍ଛାଶକ୍ତି ଫଳରେ ଓସିଏସ-୨୦୨୦ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାରା ଓଡ଼ିଶାରେ ୨୬୬ ତମ ସ୍ଥାନ ହାସଲ କରିଛନ୍ତି। ପ୍ରସନ୍ନ ବିଜେବି ସ୍ୱାୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ଏବଂ ଜେଏନୟୁ ବିଶ୍ୱବିଦ୍ୟାଳୟ ଦିଲ୍ଲୀରୁ ସ୍ନାତକୋତର କରିଥିବା ବେଳେ ବର୍ତ୍ତମାନ ଜେଏନୟୁ ରେ ପିଏଚଡ଼ି କରୁଛନ୍ତି।  ତେବେ ନିକଟରେ ୧୫ ଦିନ ତଳେ ସେ ଏସଏସବି ରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଭାବେ ଯୋଗଦେଇଛନ୍ତି। ଦୁଇ ଭାଇ ଜଣେ ଭଉଣୀଙ୍କୁ ନେଇ…

Read More

ନୂଆଦିଲ୍ଲୀ: ନିକଟରେ ଏକ ଜାତୀୟ ଦୈନିକ ଖବରକାଗଜରେ ସାରା ଦେଶରେ ନ୍ୟୁମୋକୋକଲ (ପିସିଭି) ଟିକା ଅଭାବ ସମ୍ପର୍କିତ ଖବର ପ୍ରକାଶିତ ହୋଇଛି। ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ (ଏସଆଇଓ, ମହାରାଷ୍ଟ୍ର ସାମିଲ ଅଛନ୍ତି)ଙ୍କ ଉଦ୍ଧୃତି ଦେଇ ଟେଣ୍ଡର ବିଳମ୍ବ ଯୋଗୁଁ ସାରା ଦେଶରେ ମାସକରୁ ଅଧିକ ସମୟ ଧରି ଲକ୍ଷ ଲକ୍ଷ ଶିଶୁଙ୍କ ଟିକାକରଣ ବାଧାପ୍ରାପ୍ତ ହୋଇଥିବା ଲେଖାଯାଇଛି। ଏହି ଖବର ଭ୍ରମାତ୍ମକ ଓ ଅସତ୍ୟ ତଥ୍ୟ ପ୍ରଦାନ କରୁଛି। ଅକ୍ଟୋବର ୭,୨୦୨୨ ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଅନୁଯାୟୀ ପିସିଭି ଟିକାର ପର୍ଯ୍ୟାପ୍ତ ଡୋଜ ଉପଲବ୍ଧ ଅଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ସମୁଦାୟ ୭୦,୧୮, ୮୧୭ (୭୦.୧୮ ଲକ୍ଷ) ପିସିଭି ଡୋଜ ଉପଲବ୍ଧ ଅଛି। ଏଥିରୁ ୩,୦୧,୭୯୪ (୩.୦୧ ଲକ୍ଷ) ପିସିଭି ଡୋଜ ମହାରାଷ୍ଟ୍ର ରାଜ୍ୟରେ ରହିଛି। ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏଚଏମଆଇଏସ ତଥ୍ୟ ଅନୁଯାୟୀ ଜାନୁୟାରୀ ୨୦୨୨ରୁ ସେପ୍ଟେମ୍ବର ୨୦୨୨ ଅବଧି ମଧ୍ୟରେ…

Read More

ଭୁବନେଶ୍ୱର: ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ଯାହାକି କଳା, ସଂସ୍କୃତି, ପରମ୍ପରା ଓ ବିଶ୍ୱାସ ଦ୍ୱାରା ଅନୁପ୍ରେରିତ ଅନେକ କଲେକ୍‌ସନ ପାଇଁ ଜଣାଶୁଣା  ଏହି କଲେକ୍‌ସନ ମାଧ୍ୟମରେ ଏହା ଭାରତର ସମୃଦ୍ଧ ଓ ବ୍ୟାପକ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ। ଓଡ଼ିଶାରୁ ଅନୁପ୍ରେରିତ ହୋଇ ଉତ୍କଳ ଓ ବନାରସରୁ ଅନୁପ୍ରେରିତ ହୋଇ କାସୟମ ଓ କଛରୁ ଅନୁପ୍ରେରିତ ହୋଇ ରନକାର ର ପ୍ରସ୍ତୁତ କରାଯାଇଛି। ରିଲାଏନ୍‌ସ ଜୁଏଲ୍‌ସ ଭାରତର ସମୃଦ୍ଧ ଓ ବ୍ୟାପକ ଐତିହ୍ୟକୁ ସର୍ବଦା ଏହାର ଜୁଏଲାରୀ ଡିଜାଇନ୍ ମାଧ୍ୟମରେ ପ୍ରଦର୍ଶିତ କରିଆସିଛି। ଚଳିତ ପାର୍ବଣ ଋତୁରେ, ରିଲାଏନ୍‌ସ ଜୁଏଲ୍‌ସ ସୁନା ଓ ହୀରା ଜୁଏଲାରୀର ଏକ ଆକର୍ଷଣୀୟ କଲେକ୍‌ସନ, “ମହାଲୟା” ର ଶୁଭାରମ୍ଭ କରିଛି ଯାହାକି ମହାରାଷ୍ଟ୍ରର ଗୌରବ ଦ୍ୱାରା ଅନୁପ୍ରେରିତ। ଏହାକୁ ଆଗାମୀ ପାର୍ବଣ ଋତୁକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି। ମହାଳୟା ନାମଟି ସମୃଦ୍ଧି ଓ ସୌନ୍ଦର୍ଯ୍ୟର ପ୍ରତୀକ। ମହା…

Read More