Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସର୍ବଭାରତୀୟ ଫୁଟବଲ ମହାସଂଘର ସଭାପତି
ଆଜିର ଖବର

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସର୍ବଭାରତୀୟ ଫୁଟବଲ ମହାସଂଘର ସଭାପତି

October 8, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ)ର ସଭାପତି କଲ୍ୟାଣ ଚୌବେ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି। ଆସନ୍ତା ୧୧ ତାରିଖରେ ଭୁବନେଶ୍ୱରେ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ କମ ଫିଫା ମହିଳା ଫୁଟବଲ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ସାମିଲ ହେବା ପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି।

ଶ୍ରୀ ପ୍ରଧାନ ଏଥିପାଇଁ ଖୁସିବ୍ୟକ୍ତ କରିବା ସହ ନିମନ୍ତ୍ରଣ ପାଇଁ ଏଆଇଏଫଏଫର ସଭାପତି ଶ୍ରୀ ଚୌବେଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ସବୁ ସ୍ତରରେ କ୍ରୀଡାକୁ ପ୍ରୋତ୍ସାହନ ଦେଉଛନ୍ତି। ଭାରତକୁ ଶ୍ରେଷ୍ଠ କ୍ରୀଡ଼ା ରାଷ୍ଟ୍ର ଭାବରେ ପରିଣତ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ।

ଦେଶରେ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଅନୁଷ୍ଠିତ ହେବା ଦ୍ୱାରା କ୍ରୀଡାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବ। ତୃଣମୂଳ ସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ। ଏହି ବିଶ୍ୱକପ ପ୍ରତିଯୋଗିତା ଦେଶରେ କ୍ରୀଡ଼ାର ପ୍ରୋତ୍ସାହନ ସହ କ୍ରୀଡ଼ା କ୍ଷେତ୍ରରେ ଯୁବବର୍ଗ ବିଶେଷ ଭାବରେ ମହିଳାଙ୍କୁ ଉତ୍ସାହିତ କରିବ। ଏହି ବିଶ୍ୱକପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାର ନୂତନ ପିଢିର କ୍ରୀଡ଼ାବିତଙ୍କୁ ଲମ୍ବା ସମୟ ଧରି ପ୍ରେରଣା ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ସେଚେଲ୍ସର ୫୦ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

June 29, 2026

ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ଆସୁଛି ‘ବ୍ରହ୍ମାସ୍ତ୍ର’: ସୁରକ୍ଷା ପାଇଁ ୩୦ ହଜାର କୋଟି ଖର୍ଚ୍ଚ କରିବ ନାସା

June 29, 2026

ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଶାଖାର ବାର୍ଷିକୋତ୍ସବ

June 29, 2026

ଭୁବନେଶ୍ୱରରେ ଚାଞ୍ଚଲ୍ୟ! ଯୁବକଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା

June 29, 2026
Latest News

ସେଚେଲ୍ସର ୫୦ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

June 29, 2026

ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ଆସୁଛି ‘ବ୍ରହ୍ମାସ୍ତ୍ର’: ସୁରକ୍ଷା ପାଇଁ ୩୦ ହଜାର କୋଟି ଖର୍ଚ୍ଚ କରିବ ନାସା

June 29, 2026

ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଶାଖାର ବାର୍ଷିକୋତ୍ସବ

June 29, 2026

ତିନିଭାଷା ନୀତି ଉପରେ CBSE ବଡ଼ ନିଷ୍ପତ୍ତି: ଜାଣନ୍ତୁ ସ୍ଵତନ୍ତ୍ର ବ୍ୟବସ୍ଥା

June 29, 2026

ଭୁବନେଶ୍ୱରରେ ଚାଞ୍ଚଲ୍ୟ! ଯୁବକଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.