ଭୁବନେଶ୍ବର: ଅକ୍ଟୋବର ୧୬ତାରିଖ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ। ସେ ଦୀର୍ଘ ବର୍ଷ ଧରି ତାଙ୍କର ଜନ୍ମ ଦିନ ପାଳନ କରନ୍ତି ନାହିଁ। ହେଲେ ଏଥର ସେ ତାଙ୍କ ଜନ୍ମ ଦିନରେ ହାଇଦ୍ରାବାଦ ଗସ୍ତ କରିବେ। ତେବେ ସେ ଜନ୍ମଦିନ ପାଳନ ପାଇଁ ନୁହଁ, ବଂର ମେଇକ ଇନ ଓଡିଶାର ସମ୍ମିଳନୀରେ ଯୋଗଦେବା ପାଇଁ ନିବେଶକଙ୍କ ପାଖକୁ ଯିବ। ହାଇଦ୍ରାବାଦର ହୋଟେଲ ତାଜ୍ କ୍ରିଷ୍ଣାରେ ଅକ୍ଟୋବର ୧୭ ତାରିଖରେ ନିବେଶକ, ଶିଳ୍ପପତି ଓ ବିଭିନ୍ନ ବ୍ୟବସାୟିକ କମ୍ପାନୀର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ ମଧ୍ୟ କରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଗସ୍ତ କରି ନିବେଶକଙ୍କ ସହିତ ଆଲୋଚନା କରି ସାରିଛନ୍ତି।
Author: Samikhsya Bureau
ବାସ୍ତୁ ଶାସ୍ତ୍ର: ଆପଣ ଭଲଭାବରେ ଜାଣିବା ଉଚିତ ଯେ, ସୂର୍ଯ୍ୟ ଦେବ ବାସ୍ତୁ ଶାସ୍ତ୍ରକୁ ପ୍ରଭାବିତ କରନ୍ତି। ତାଙ୍କର ଗତିବିଧି ଅନୁସାରେ ବାସ୍ତୁ ଶାସ୍ତ୍ର ମଧ୍ୟ ଗତି କରେ। ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ସୂର୍ଯ୍ୟଙ୍କ ଅନୁସାରେ ଏକ ଘର ନିର୍ମାଣ କରିବା ଏବଂ ସୂର୍ଯ୍ୟଙ୍କ ଅନୁସାରେ ଆମର ଦୈନିକ କାର୍ଯ୍ୟସୂଚୀ ମଧ୍ୟ ସ୍ଥିର କରିବା ଆବଶ୍ୟକ ରହିଛି। ନିମ୍ନରେ ସୂର୍ଯ୍ୟଙ୍କ ଗତିବିଧି ଅନୁସାରେ କିପରି ଦୈନ୍ୟନ୍ଦିନ ପ୍ରଭାବତି ହୁଏ… ୧- ସୂର୍ଯ୍ୟୋଦୟ ପୂର୍ବରୁ ରାତି ୩ ରୁ ୬ ପର୍ଯ୍ୟନ୍ତ ହେଉଛି ବ୍ରହ୍ମ ମୁହୂର୍ତ୍ତ। ଏହି ସମୟରେ ସୂର୍ଯ୍ୟ ଘରର ଉତ୍ତର-ପୂର୍ବ ଭାଗରେ ରୁହନ୍ତି। ଏହି ସମୟରେ ଧ୍ୟାନ ଏବଂ ଅଧ୍ୟୟନ ପାଇଁ ଏହି ସମୟ ଭଲ ଅଟେ। ୨- ସକାଳ ୬ ରୁ ୯ ପର୍ଯ୍ୟନ୍ତ ସୂର୍ଯ୍ୟ ଘରର ପୂର୍ବ ଭାଗରେ ରୁହନ୍ତି, ତେଣୁ ଘରକୁ ଏପରି କରନ୍ତୁ ଯେ, ସୂର୍ଯ୍ୟଙ୍କ ପର୍ଯ୍ୟାପ୍ତ ଆଲୋକ ଘରକୁ ଆସିପାରିବ। ଫଳରେ…
ନୂଆଦିଲ୍ଲୀ: ରାହୁଙ୍କ ଯୋଗୁଁ ଜୀବନରେ ହଠାତ୍ ଘଟଣା ଏବଂ ଦୁର୍ଘଟଣା ବଢିଯାଏ। ଅନେକ ଥର ହଠାତ୍ ରୋଗ ହୁଏ, ସେହି ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଏ। ରାହୁଙ୍କ ଯୋଗୁଁ ବ୍ୟକ୍ତି ମଧ୍ୟ ପାଗଳତାର ଶିକାର ହୁଅନ୍ତି। ଲାଲ କିତାବ ଅନୁଯାୟୀ ରାହୁଙ୍କ ସ୍ଥିତି ଘରର ଅନେକ ସ୍ଥାନରେ ରହିଥାଏ। କିନ୍ତୁ ଯଦି ଦୁଇଟି ନିର୍ଦ୍ଦିଷ୍ଟ ସ୍ଥାନ ପରିଷ୍କାର ରଖାଯାଏ ନାହିଁ, ତେବେ ରାହୁଙ୍କ ରାଶିର ଅବସ୍ଥା ସଠିକ୍ ହୋଇଥିଲେ ମଧ୍ୟ ରାହୁଙ୍କ କୋପ ଆରମ୍ଭ ହୁଏ। ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ସ୍ଥାନ କ’ଣ ଏବଂ ସେମାନଙ୍କୁ କୌଣସି ପ୍ରକାରେ ସଫା ରଖିପାରେ। ୧- ଶୌଚାଳୟ ହେଉଛି ରାହୁଙ୍କର ମୁଖ୍ୟ ସ୍ଥାନ। ଏହି କାରଣରୁ ପୂର୍ବେ ଘରେ ଶୌଚାଳୟ ରଖାଯାଉ ନ ଥିଲା। ତା’ପରେ, ଯେତେବେଳେ ଘରେ ଶୈୌଚାଳୟ ରଖିବାର ପରମ୍ପରା ଆରମ୍ଭ ହେଲା, ଆମେ ଘର ପଛରେ ଟିକିଏ ଦୂରରେ ଶୌଚାଳୟ ନିର୍ମାଣ କରୁଥିଲୁ, କିନ୍ତୁ ଆଜିକାଲି ଘର ଭିତରେ…
ମେଷ: ଆଜି ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜଣେ ସମ୍ପର୍କୀୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କ ପରାମର୍ଶରେ କାମ କରନ୍ତୁ। ପରିବାର ସହିତ ବୁଲିବାକୁ ଯାଆନ୍ତୁ। ଚାକିରୀରେ ଥିବା ଲୋକମାନେ ଭଲ ଖବର ପାଇ ପାରିବେ। ତୁମର ବ୍ୟବସାୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁର ସଂପର୍କ ରହିବ। ତୁମର ଅଧିକାଂଶ କାର୍ଯ୍ୟ ସମାପ୍ତ ହେବ। ବୃଷ: ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ଆର୍ଥିକ କାରବାର ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ। ଆପଣ କୌଣସି ସ୍ଥାନରୁ ଆର୍ଥିକ ସାହାର୍ଯ୍ୟ ପାଇବେ। ସାଙ୍ଗମାନଙ୍କୁ ଭେଟିବେ। ଆପଣଙ୍କଠାରୁ ଋଣ ନେବାକୁ ଆସିବେ। ଆଜି ଘରେ କିଛି ବିଷୟରେ ମତଭେଦ ହେବାର ସମ୍ଭାବନା ଅଛି। ଆପଣଙ୍କୁ ଚାପରୁ ଦୂରେଇ ରହିବାକୁ ପଡିବ। ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ଛାତ୍ରମାନେ ସଫଳତା ପାଇବେ। ମିଥୁନ: ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ସକରାତ୍ମକତା ଅଧିକ ହେବ। ଅର୍ଥନୈତିକ ପ୍ରଗତି ପାଇଁ ମଧ୍ୟ ଭଲ ସୁଯୋଗ…
କଟକ: ଆଜି ମା କଟକ ଚଣ୍ଡି ମା ଲକ୍ଷ୍ମୀଙ୍କ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ନବରାତ୍ର ପୂଜାରେ ମା କଟକ ଚଣ୍ଡି ପ୍ରତ୍ୟେକ ଦିନ ବିଭିିନ୍ନ ଦେବୀଙ୍କ ରୂପ ଧାରଣ କରିଥାନ୍ତି। ସେହି ଅନୁସାରେ ମା ମହାନବମୀରେ ମା ଲକ୍ଷ୍ମୀଙ୍କ ବେଶ ଧାରଣ କରିଥିଲେ। ଏହି ବେଶ ଦେଖିବା ପାଇଁ ତଥା ଆର୍ଶିବାଦ ପ୍ରାପ୍ତ ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ମା କଟକ ଚଣ୍ଡି ହେଉଛନ୍ତି ଓଡିଶାର ପ୍ରସିଦ୍ଧ ଅନ୍ୟତମ ଶକ୍ତି ପୀଠ। ଏହି ପୀଠରେ ଷୋଢଷ ଉପାଚାର ପୂଜା କରାଯାଇଥାଏ। ସାଧାରଣତଃ ଦୁର୍ଗାପୂଜା ବେଳେ ମା କଟକ ଚଣ୍ଡିଙ୍କ ବିଭିନ୍ନ ବେଶ ଦେଖିବା ପାଇଁ ଭକ୍ତମାନେ ବହୁ ଦୂରଦୂରାନ୍ତରୁ ଆସିଥାନ୍ତି।
ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ସ୍ୱଦେଶୀ ଡିଜାଇନ ଓ କାରିଗରୀ ଜ୍ଞାନ କୌଶଳରେ ବିକଶିତ ହାଲ୍କା ହେଲିକୋପ୍ଟର (ଏଲ୍ସିଏଚ୍) “ପ୍ରଚଣ୍ଡ” ଆଜି ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ଅଧ୍ୟକ୍ଷତା କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଏହି ହାଲ୍କା ଲଢୁଆ ହେଲିକୋପ୍ଟର ଭାରତୀୟ ବାୟୁସେନାର ଶକ୍ତି ଯଥେଷ୍ଟ ବଢାଇବାରେ ସହାୟକ ହେବ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଏହା ଆତ୍ମନିର୍ଭରଶୀଳତାର ଏକ ସଫଳ ପଦକ୍ଷେପ। ଏହାର ନାମ ରଖାଯାଇଛି “ପ୍ରଚଣ୍ଡ”। ଏହି ହେଲିକୋପ୍ଟରର ଡିଜାଇନ ଓ ବିକାଶ କାମ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ ବା ‘ହାଲ୍’ ଦ୍ୱାରା କରାଯାଇଛି। ଯୋଧପୁରସ୍ଥିତ ବାୟୁସେନା ଘାଟିରେ ଏହା ଆଜି ଆନୁଷ୍ଠାନିକ ଭାବେ ପ୍ରତିରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଦେଶ ଆଜାଦିର ଅମୃତକାଳ ପାଳନ କରୁଥିବା ସମୟରେ ଏହା ଲଢୁଆ ହେଲିକୋପ୍ଟର ପ୍ରଚଣ୍ଡ ବାୟୁସେନାରେ ସାମିଲ ହେବା ଏକ ଆନନ୍ଦର ବିଷୟ।…
ନୂଆଦିଲ୍ଲୀ: କେତେକ ଘରୋଇ ଟିଭି ଚାନେଲ ଏବଂ ଡିଜିଟାଲ ମିଡିଆରେ ଜୁଆ ଖେଳ ଓ ସଟ୍ଟାବାଜି ସମ୍ପର୍କରେ ପ୍ରକାଶ ପାଉଥିବା ବିଜ୍ଞାପନକୁ ନେଇ ଉଦବେଗ ପ୍ରକାଶ କରିଛି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଏଭଳି ବିଜ୍ଞାପନର ପ୍ରଲୋଭନରେ ପଡ଼ି ସାଧାରଣ ଉପଭୋକ୍ତା, ବିଶେଷ କରି ଯୁବବର୍ଗ ଏବଂ ପିଲାମାନେ ଆର୍ଥିକ ଓ ସାମାଜିକ କ୍ଷତି ସହିବାର ଆଶଙ୍କା ଥିବାରୁ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ସାନି ମାର୍ଗଦର୍ଶିକା ଜାରି କରାଯାଇଛି। ଗୋଟିଏ ମାର୍ଗଦର୍ଶିକା ଘରୋଇ ଟିଭି ଚାନେଲ ପାଇଁ ଜାରି ହୋଇଥିବା ବେଳେ ଅନ୍ୟଟି ଡିଜିଟାଲ ସମାଚାର ପ୍ରସାରଣକାରୀ ସଂସ୍ଥା ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ଜାରି କରାଯାଇଛି। ସେମାନଙ୍କୁ ଅନଲାଇନରେ ଜୁଆ ଖେଳ ବା ବେଟିଂ ସଂକ୍ରାନ୍ତ ବିଜ୍ଞାପନ ଏବଂ ଛଦ୍ମ ବିଜ୍ଞାପନ ଠାରୁ ଦୂରେଇ ରଖିବାକୁ କଡ଼ା ପରାମର୍ଶ ଦିଆଯାଇଛି। ଏଥିପୂର୍ବରୁ ୧୩ ଜୁନ, ୨୦୨୨ରେ ଅନଲାଇନ ଜୁଆ ଖେଳ ଉପରେ ବିଜ୍ଞାପନ ପ୍ରସାରଣ ନକରିବାକୁ ମନ୍ତ୍ରଣାଳୟ…
ଭୁବନେଶ୍ବର: ଆଜି ପଦ୍ମପୁର ବିଧାୟକ ବିଜୟରଂଜନ ସିଂ ବରିହାଙ୍କ ମରଶରୀର ବିଧାନସଭାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହିତ ତାଙ୍କୁ ବିଧାନସଭା ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ତାଙ୍କ ବିୟୋଗରେ ବିଚସ୍ପତି ବିକ୍ରମ ଆରୁଖ ଦୁଃଖ ପ୍ରକାଶ କରିଥିଲେ। ବିଧାନସଭା ପରିସରରେ ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସାଂସଦ ସୁଲତା ଦେଓ, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଅନନ୍ତ ଜେନା, ସୁଶାନ୍ତ ରାଉତ, ରାଜ୍ୟ ମହିଳା କମିଶନର ମିନତୀ ବେହେରା ପ୍ରମୁଖ ଶେଷ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। ଗତକାଲି ରାତିରେ ବରିହାଙ୍କର ଭ
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଜେରା ପାଇଁ ପାଞ୍ଚ ଜଣ କଂଗ୍ରେସ ନେତାଙ୍କୁ ଇଡି ଡକାଇଛି। ଏହି ନେତାଙ୍କ ମଧ୍ୟରେ ଅଞ୍ଜନ କୁମାର, ମହମ୍ମଦ ଅଲି ଶବୀର, ଗୀତା ରେଡ୍ଡୀ, ସୁଦର୍ଶନ ରେଡ୍ଡୀ ଏବଂ ଗଲି ଅନିଲ ଅଛନ୍ତି। ଇଡି ଏହି ନେତାମାନଙ୍କୁ ଆସନ୍ତାକାଲି ଦିଲ୍ଲୀରେ ହାଜର ହେବାକୁ କହିଛି। ଇଡି ସୂତ୍ର ଅନୁଯାୟୀ, ଯେତେବେଳେ ରାହୁଲ ଏବଂ ସୋନିଆ ଗାନ୍ଧୀ ୟଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଥିଲେ, ସେତେବେଳେ ଏହି ନେତାମାନେ ଏଥିରେ ଦାନ ଦେଇଥିଲେ। ଯାହାର ବିବରଣୀ ପାଇଁ ଇଡି ଏହି ନେତାମାନଙ୍କୁ ଡକାଇଛି। ଏହାପୂର୍ବରୁ ରବିବାର ଦିନ ଇଡି କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ ଡକାଇ କଂଗ୍ରେସ ଦଳର ମାଲିକାନା ଥିବା ନ୍ୟାସନାଲ ହେରାଲ୍ଡରେ ଚାଲିଥିବା ମନି ଲଣ୍ଡରିଂ ଯାଞ୍ଚରେ ପଚରାଉଚରା କରିଥିଲା। ଅକ୍ଟୋବର ୭ ତାରିଖରେ ଇଡି ତାଙ୍କୁ ଦିଲ୍ଲୀରେ ହାଜର ହେବାକୁ କହିଛନ୍ତି। ଏହି ସମନ ଏକ ସମୟରେ ଆସିଛି ଯେତେବେଳେ…
କନ୍ଦର୍ପ ବେହେରା ରେଢ଼ାଖୋଲ: ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ସରାପାଲି ପଞ୍ଚାୟତ ଗୌଡପଡା ଯୁବକ ସଙ୍ଘର ୫୪ ତମ ବାର୍ଷିକ ଉତ୍ସବ ତଥା ମହାତ୍ମାଗାନ୍ଧୀ ଓ ଲାଲଵାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି। ଅଵସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପୀନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ନାକ୍ଟିଦେଉଳ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ସ୍ଵରୁପାରାଣୀ ସାହୁ, ମୁଖ୍ୟବକ୍ତା ଭାବରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧ୍ୟୀକ୍ଷକ ଡାକ୍ତର ଅମୁଲ୍ୟ ରତ୍ନ ମହନ୍ତ, ସମ୍ମାନୀତ ଅତିଥି ଭାଵରେ ସରାପାଲି ପଞ୍ଚୀୟତର ସରପଞ୍ଚ ଶିବାନୀ ବାରିକ, ସମିତି ସଭ୍ୟା ନିରୁପମା ନାୟକ ଓ ଯୁବନେତା ଧୀରେନ୍ କୁମାର ସାହୁ ଯୋଗ ଦେଇ ଗାନ୍ଧିଜୀ ଓ ଲାଲଵାହାଦୂର ଶାସ୍ତ୍ରୀଙ୍କ ଜୀବନୀ ତଥା ଅଵଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ଯୁଵକ ସଂଘର ଅଵଦାନ ଏଵ° ଗ୍ରାମ୍ୟ ସମସ୍ୟା ଵିଷୟରେ ଆଲୋଚନା କରିଥିଲେ। ଯୁବକ ସଂଘର ସଭାପତି ଗୋଲକ ବିହାରୀ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଵା…
ଭୁବନେଶ୍ୱର: ଆଜି ପବିତ୍ର ମହାଷ୍ଟମୀରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଭୁବନେଶ୍ୱରର ୨୦ ରୁ ଉର୍ଦ୍ଧ୍ବ ଦୁର୍ଗାମଣ୍ଡପ ବୁଲି ଦୁର୍ଗା ମାଁ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଶ୍ରୀ ଯୁକ୍ତ ପଟ୍ଟନାୟକ ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା କରି ସମଗ୍ର ରାଜ୍ୟବାସୀଙ୍କ ମଙ୍ଗଳ ମନାସି ସୁଖ ସମୃଦ୍ଧି କାମନା କରିଛନ୍ତି। ଶ୍ରୀଯୁକ୍ତ ପଟ୍ଟନାୟକ ଓୟୁଏଟି ସ୍ଥିତ ଝାଡେଶ୍ୱରୀ ଦୁର୍ଗାପୂଜା ମଣ୍ଡପ, ବରମୁଣ୍ଡା, ନୂଆପଲ୍ଲୀ, ରସୁଲଗଡ଼, ଚକେଇସିଆଣି, ପଳାଶୁଣି, ସହିଦ ନଗର, ବମୀଖାଲ, ଝାରପଡା, ଲଷ୍ମୀସାଗର, ବଡଗଡ଼, ବ୍ରହ୍ମେଶ୍ୱର, ସାମନ୍ତରାପୁର, ହାଟସାହି, ବଢ଼େଇବାଙ୍କ(ବଡୁ ସାହି), ତିନିମୁଣ୍ଡିଆ (ବ୍ରାହ୍ମଣ ସାହି), ଗୋସାଗୋରେଶ୍ୱର(ଚଷା ସାହି) ଆଦି ଦୁର୍ଗମଣ୍ଡପ ବୁଲିଥିଲେ। ସମସ୍ତ ପୂଜାପୂଜା କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ଯୁକ୍ତ ପଟ୍ଟନାୟକ ଏବଂ ତାଙ୍କ ସାଙ୍ଗରେ ଉପସ୍ଥିତ ଥିବା ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଆଜିର କାଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ସଭାପତି…
ଖୋର୍ଦ୍ଧା: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ସ୍ଥାନୀୟ ଜୟୀ ରାଜଗୁରୁ ଭବନ ଟାଉନହଲ ଠାରେ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଉଭୟ ମହାପୁରୁଷଙ୍କ ଦେଶପ୍ରତି ଥିବା ଅବଦାନ ଉପରେ ଆଲୋକପାତ କରିଥିଲେ। ଗାନ୍ଧିଜୀ ଚିର ସ୍ମରଣୀୟ ଓ ତାଙ୍କ ବାଣୀ ସାମ୍ପ୍ରତିକ ସମାଜରେ ପ୍ରାସଙ୍ଗିକ ହୋଇ ରହିଛି। ମହାତ୍ମାଙ୍କ ମାର୍ଗରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ପାଢୀ ପରାମର୍ଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଖୋରଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ପ୍ରମୁଖ ଯୋଗଦେଇ ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୂଳସଚିବ ପ୍ରଫେସର ନାରାୟଣ ରାଓ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗାନ୍ଧିଜୀଙ୍କ ବ୍ୟକ୍ତିତ୍ବ, ଜୀବନ ଶୈଳୀ ଉପରେ…
ମୁମ୍ବାଇ: ଚଳିତ ଦଶହରାରେ, ରିଲାଏନ୍ସ ଡିଜିଟାଲର ଇଲେକ୍ଟ୍ରୋନିକ୍ ସେଲ୍ ର ପର୍ବରେ ସଦ୍ୟତମ ଟେକ୍ ସାମଗ୍ରୀକୁ ଘରକୁ ଆଣନ୍ତୁ। ଆପଣଙ୍କର ନିକଟତମ ରିଲାଏନ୍ସ ଡିଜିଟାଲ୍ ଷ୍ଟୋର, ମାଇଁ ଜିଓ ଷ୍ଟୋରରୁ ବାଛନ୍ତୁ ବା reliancedigital.in ରୁ ଅନଲାଇନରେ କିଣନ୍ତୁ। ଆକର୍ଷଣୀୟ ଅଫର ସହିତ, ଏହି ଉତ୍ସବକୁ ଆହୁରି ଆନନ୍ଦଦାୟକ କରିବା ପାଇଁ, ଆପଣ ଅଗ୍ରଣୀ ବ୍ୟାଙ୍କ କାର୍ଡ଼ରେ ସହଜିଆ ଇଏମଆଇ ବିକଳ୍ପ ସହିତ ୧୦% ରିହାତି ଲାଭ କରିପାରିବେ। ଆପଣଙ୍କର ପ୍ରିୟ ଇଲେକ୍ଟ୍ରୋନିକ୍ସର ବ୍ୟାପକ ସ୍ତର ମଧ୍ୟରୁ ବାଛନ୍ତୁ ଯେଉଁଥିରେ ରହିଛି ଟିଭି ଓ ଘରୋଇ ଉପକରଣ, ଅଡିଓ ଡିଭାଇସ୍, ମୋବାଇଲ୍ ଫୋନ୍, ଲାପଟପ୍ ଓ ଆହୁରି ଅନେକ। ଏହା ଉପହାର ପାଇଁ ହେଉ ବା ନିଜର ବ୍ୟବହାର ପାଇଁ, ଚଳିତ ପାର୍ବଣ ଋତୁରେ ରିଲାଏନ୍ସ ଡିଜିଟାଲର ସର୍ବୋତମ ଅଫର ଲାଇନ୍ ଅପ୍ ରହିଛି। ଆପଣଙ୍କର ପସନ୍ଦର ଙ୍ଗରବକ୍ସବଭକ୍ଷର କୁ ବାଛନ୍ତୁ ଯେଉଁଥିରେ ରହିଛି ଆପଲ୍ ୱାଚ୍ ଯାହାକି ଟ.୧୭,୧୦୦/- ଞ୍ଚରୁ ଆରମ୍ଭ…
ନୂଆଦିଲ୍ଲୀ: ଅକ୍ଟୋବର ୪ ତାରିଖରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି ସିରିଜରେ ୨-୦ ଅଗ୍ରଣୀ ହାସଲ କରିବା ପରେ ଟିମ୍ ଇଣ୍ଡିଆ ତୃତୀୟ ଟି-୨୦ ମ୍ୟାଚରୁ ଉପ-ଅଧିନାୟକ କେ.ଏଲ୍ ରାହୁଲଙ୍କୁ ବିଶ୍ରାମ ଦେବାକୁ ଘୋଷଣା କରିଛି। କେ.ଏଲ୍ ରାହୁଲଙ୍କ ଅନୁପସ୍ଥିତିରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଅଧିନାୟକ ରୋହିତ ଶର୍ମାଙ୍କ ସହ ବ୍ୟାଟିଂ ଆରମ୍ଭ କରିପାରନ୍ତି। ପୂର୍ବରୁ ତୃତୀୟ ଟି-୨୦ ମ୍ୟାଚରୁ ବିରାଟ କୋହଲିଙ୍କୁ ଦଳ ବିଶ୍ରାମ ନେବାକୁ ସ୍ଥିର କରିସାରିଛି। ବିରାଟ କୋହଲିଙ୍କ ସ୍ଥାନରେ ଶ୍ରେୟସ୍ ଆୟର ଖେଳିପାରନ୍ତି। ସ୍ଥାନ ପାଇବା ପରେ ଆୟର୍ ତିନି ନମ୍ବରରେ ବ୍ୟାଟିଂ କରିପାରନ୍ତି। କେ.ଏଲ୍ ରାହୁଲଙ୍କ ବିଶ୍ରାମ ବିଷୟରେ ଚିତ୍ର ସ୍ପଷ୍ଟ ନୁହେଁ। ଦଳର ଅନ୍ୟ କୌଣସି ଅତିରିକ୍ତ ବ୍ୟାଟ୍ସମ୍ୟାନ୍ ନାହାଁନ୍ତି। ଖେଳାଳି ଏକାଦଶରେ ଶାହବାଜ ଅହମ୍ମଦ କିମ୍ବା ମହମ୍ମଦ ସିରାଜଙ୍କୁ କେ.ଏଲ୍ ରାହୁଲଙ୍କ…
ଚଣ୍ଡିଗଡ: ଆମ୍ ଆଦମୀ ପାର୍ଟି ସରକାର ପଞ୍ଜାବ ବିଧାନସଭାରେ ବିଶ୍ଵାସ ମତ ପ୍ରମାଣ କରିଛନ୍ତି। ଆସ୍ଥା ଭୋଟ୍ ସମୟରେ ସରକାରଙ୍କ ସପକ୍ଷରେ ୯୩ ଭୋଟ୍ ପଡିଛି। ଏଥି ସହିତ, ଆସ୍ଥା ଭୋଟ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ସେ କ୍ୱିଣ୍ଟାଲ ପିଛା ସମର୍ଥନ ମୂଲ୍ୟ ୩୬୦ ରୁ ୩୮୦ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ବିଧାନସଭା ଅଧିବେଶନ ଆରମ୍ଭରେ କଂଗ୍ରେସ ବିଧାୟକମାନେ ଆପ ର ଆସ୍ଥା ଭୋଟ୍ କୁ ବିରୋଧ କରିଥିଲେ, କିନ୍ତୁ କିଛି ସମୟ ପରେ ଉତ୍ତେଜନା ଶାନ୍ତ ହୋଇ ଗୃହର ପ୍ରକ୍ରିୟା ଆଗକୁ ବଢିଥିଲା। ଅଧିବେଶନ ସମୟରେ କଂଗ୍ରେସ ନେତା ପ୍ରତାପ ସିଂ ବାଜୱା କହିଛନ୍ତି ଯେ, ପ୍ରଥମେ ପ୍ରଶ୍ନ କାଳ ଆସେ ଏବଂ ପରେ ଶୂନ କାଳ ଆସେ। ଏହି ପରିପ୍ରେକ୍ଷୀରେ ସେ ଗୃହର ପ୍ରକ୍ରିୟା ଠିକ୍ ଭାବରେ କରିବାକୁ ବାଚସ୍ପତିଙ୍କୁ ନିବେଦନ କରିଥିଲେ। ବାଜୱା କହିଛନ୍ତି ଯେ, ପଞ୍ଜାବର…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଗଡଜାତ ମାଣିକ୍ୟ ଗଡ ର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା’ ମଣିକେଶ୍ଵରୀଙ୍କର ଛତର ବିଜୟ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମା’ ଭକ୍ତଙ୍କୁ ସିଧା ସଳଖ ଦର୍ଶନ ଦେବା ସହିତ ମାନସିକ ପୂରଣ କରିଥାନ୍ତି ବୋଲି ବିଶ୍ବାସ ରହିଛି। ବିଗତ ଦୁଇ ବର୍ଷ ହେବ ଭକ୍ତ ମାନେ ମାଆଙ୍କର ଛତର ଦର୍ଶନ କରିପାରୁ ନଥିଲେ, ଯାହାଫଳରେ ଚଳିତ ବର୍ଷ ବହୁ ସଂଖ୍ୟାରେ ଭକ୍ତ ମାନେ ମାଆ ଙ୍କର ଛତର ଦର୍ଶନ ପାଇଁ ରାତିସାରା ଉଜାଗର ରହି ଅପେକ୍ଷାରେ ଥିଲେ। ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପରମ୍ପରା ଅନୁଯାୟୀ ଦଶହରା କୃଷ୍ଣ ଅଷ୍ଟମୀ ମୂଲା ଅଷ୍ଟମୀ ଦିନ ଅଭିଷିକ୍ତ ବ୍ରାହ୍ମଣ ମାନଙ୍କ ଦ୍ବାରା ମାଆଙ୍କର ମସ୍ତକ ସ୍ଥାପନ ହେବା ପର ଠାରୁ ଷୋଡଶ ଉପଚାର ପୂଜା ମାଧ୍ୟମରେ ଷୋହଳ ଦିନାତ୍ମକ ପୂଜା ଆରମ୍ଭ ହୋଇଥାଏ। ମହାଷ୍ଟମୀ ମଧ୍ୟ…
ଭୁବନେଶ୍ୱର/ଜାରକା: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସ ଓଡ଼ିଶାର ଭୁବନେଶ୍ୱରର ଜନପଥ, ଖାରବେଳନଗର ଓ ଯାଜପୁରର ଜାରକା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଟ୍ରେଣ୍ଡ୍ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି। ଭୁବନେଶ୍ୱରର ଜନପଥ, ଖାରବେଳନଗର ଓ ଯାଜପୁରର ଜାରକା ସହରରେ ଏହି ଟ୍ରେଣ୍ଡ୍ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ…
ନୂଆଦିଲ୍ଲୀ: ମୋଟର ଯାନ ଅଧିନିୟମର ନିୟମ ଅନୁଯାୟୀ, ରାସ୍ତାରେ ଦୁଇ ଚକିଆ ଯାନ ଚଳାଇବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ଅଟେ। ଅଧିକାଂଶ ଲୋକ ମଧ୍ୟ ଏହି ନିୟମ ଅନୁସରଣ କରନ୍ତି। କିନ୍ତୁ ଅନେକ ଥର ଲୋକମାନେ ହେଲମେଟ ପିନ୍ଧିବା ପରେ ମଧ୍ୟ ଜରିମାନା ଗଣନ୍ତି ଏବଂ ସେମାନଙ୍କର ଭୁଲ୍ କଣ ସେମାନେ ବୁଝିପାରନ୍ତି ନାହିଁ। ଏହାର କାରଣ କଣ?, ତାହା ଜାଣିବା ଜରୁରୀ। ନିୟମ କ’ଣ?: ମୋଟର ଯାନ ଅଧିନିୟମର ଏହି ନିୟମକୁ ସମସ୍ତେ ଜାଣନ୍ତି ଯେ, ରାସ୍ତାରେ ଦୁଇ ଚକିଆ ଯାନ ଚଳାଇବା ପାଇଁ ହେଲମେଟ ବ୍ୟବହାର ବାଧ୍ୟତାମୂଳକ ଏବଂ ଏହି ନିୟମ ଉଲ୍ଲଂଘନ ପାଇଁ ଜରିମାନା ଦେବାକୁ ପଡିବ। କିନ୍ତୁ ଅଧିକାଂଶ ଲୋକ ଏହି ନିୟମ ଜାଣନ୍ତି ନାହିଁ ଯେ ହେଲମେଟ ପିନ୍ଧିବା ପରେ ମଧ୍ୟ ଯଦି ଏହାର ଷ୍ଟ୍ରିପ୍ ଲକ୍ ହୋଇନଥାଏ, ତେବେ ସେମାନଙ୍କ ଚାଲାଣ କଟାଯାଇପାରିବ। ଯଦି ଆପଣ ମଧ୍ୟ…
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପ୍ରାର୍ଥୀ ଶଶି ଥରୁର ଆଜି ଅଖିଳ ଭାରତୀୟ ପ୍ରଫେସନାଲ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳରେ ‘ଏକ ବ୍ୟକ୍ତି, ଏକ ପୋଷ୍ଟ’ ନୀତିରେ ସେ ଏହି ଦାୟିତ୍ଵ ଛାଡିଛନ୍ତି ବୋଲି ବିଶ୍ୱାସ କରାଯାଏ। ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। କଂଗ୍ରେସ ସଭାପତି ପଦ ପାଇଁ ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର ପ୍ରାର୍ଥୀ ହୋଇଛନ୍ତି। ଯଦି ଏହି ଦୁଇ ଦଳର ନେତା ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର ନକରନ୍ତି, ତେବେ ଅକ୍ଟୋବର ୧୭ ତାରିଖରେ ଭୋଟ୍ ଅନୁଷ୍ଠିତ ହେବ। ଯେଉଁଥିରେ ୯ ହଜାରରୁ ଅଧିକ ପ୍ରତିନିଧୀ ଭୋଟ୍ ଦେବେ। ଅକ୍ଟୋବର ୧୯ ତାରିଖରେ ଭୋଟ୍ ଗଣନା କରାଯିବ। ଉଲ୍ଲେଖଥାଉ କି, ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଥରୁର ସ୍ପଷ୍ଟ କରିଛନ୍ତି। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ସୋମବାର ସ୍ପଷ୍ଟ କରିଛନ୍ତି ଯେ, ଦଳର ସଭାପତି ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କ ବିରୋଧରେ କୌଣସି…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩ ହଜାର ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୪ କୋଟି ୪୫ ଲକ୍ଷ ୯୭ ହଜାର ୪୯୮ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୩୬ ହଜାର ୧୨୬ କୁ ହ୍ରାସ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଆଜି ସକାଳ ୮ ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ୨୮ ଜଣଙ୍କର ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୭୧୦ କୁ ବୃଦ୍ଧି ପାଇଛି।
ନୂଆଦିଲ୍ଲୀ: ଭାରତରେ ପାର୍ବଣ ଋତୁ ଆରମ୍ଭ ହୋଇଛି। ଏହି ସମୟରେ ଗ୍ରାମାଞ୍ଚଳ ମଧ୍ୟ ସୁଖର ରଙ୍ଗରେ ବୁଡି ରହିଥାଏ। ଏଥର ଚାଷୀଙ୍କ ସୁଖ ଦ୍ୱିଗୁଣିତ ହୋଇପାରେ। ଏହା ସହିତ ଚାଷୀଙ୍କ ଅନେକ ମାସର ଅପେକ୍ଷା ମଧ୍ୟ ଶେଷ ହେବ। ବାସ୍ତବରେ, ଆଜିକାଲି କୃଷକମାନେ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାର ଦ୍ୱାଦଶ କିସ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହା ଅନୁମାନ କରାଯାଉଛି ଯେ ପ୍ରଧାନମନ୍ତ୍ରୀ କିଷାନର ଦ୍ୱାଦଶ କିସ୍ତି ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ହୋଇପାରେ। KYC ପ୍ରକ୍ରିୟା ଏବଂ କୃଷକଙ୍କ ଡାଟାବେସ୍ ଯାଞ୍ଚ ହେତୁ ଏଥର ପିଏମ କିଷାନର ସହାୟତା ରାଶି ବିଳମ୍ବ ହେଉଛି। ରାଜଧାନୀ ଦିଲ୍ଲୀରେ ଆୟୋଜିତ ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କିଷାନର ଦ୍ୱାଦଶ କିସ୍ତି ସ୍ଥାନାନ୍ତର କରିପାରନ୍ତି। ଏହି ଲାଇଭ୍ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ…

